ଚାକିରି ଦରମା ନ ଅଣ୍ଟିବାରୁ ଖୋଲିଲେ ଚା’ ଦାେକାନ: ଆଉ ଏବେ…

ରାଉରକେଲା: ଚା’ ଦୋକାନ  କରିଛନ୍ତି ଜଣେ ଯୁବ ଇଞ୍ଜିନିୟରି । ଇଞ୍ଜିନିୟରିଂ ଚାକିରି ଛାଡ଼ି ରାଉରକେଲା ସହରର ଉଦିତ ନଗର ଠାରେ ଚା ’ ଦୋକାନ କରି ନିଜର ଆର୍ଥିକ ସ୍ଥିତି ସ୍ୱଚ୍ଛଳ କରିଛନ୍ତି  ।  ନିଜେ ସ୍ୱାବଲମ୍ୱୀ ହେବା ସହ ଅନ୍ୟ ୩ ଜଣ ଯୁବକଙ୍କୁ ବି ଦେଇଛନ୍ତି ନିଯୁକ୍ତି ସୁଯୋଗ । ଇଞ୍ଜିନିୟରଙ୍କ ୨୦ରୁ ଅଧିକ ପ୍ରକାରର ସୁସ୍ୱାଦୁ ଚା’ ଓ କଫି ଗ୍ରାହକଙ୍କ ବେଶ୍ ପସନ୍ଦ ପାଲଟିଛି  ।

ଚାଏ କୁଲାଡ କାଫରେ ମିଳୁଛି ଇଞ୍ଜିନିୟରିଂ ଚାଏ  । ଚା ବିକ୍ରି କରୁଛନ୍ତି ଯୁବ ଇଞ୍ଜିନିୟର । ଚମତ୍କାର ଚା’ ସାଙ୍ଗକୁ ମିଳୁଛି ସୁଆଦିଆ କଫି  । ରାଉରକେଲା ସହରର ଉଦିତନଗରର, ଏ ହେଉଛି ଯୁବ ଇଞ୍ଜିନିୟର ଶତ୍ରୁଘ୍ନ ପ୍ରଧାନଙ୍କ ଚା’ ଦୋକାନ  । ଏଠାରେ ମିଳୁଛି ୨୦ ପ୍ରକାରରୁ ଅଧିକ ଚା ଓ କଫି । ଇଲାଇଚି ଚା, ଅଦରକ ଚା, ଲଵଙ୍ଗ ଚା, କଡକ ମସଲା ଚା ଓ କେଶର ଚା ଭଳି ବିଭିନ୍ନ ପ୍ରକାର ସୁଆଦିଆ କଫି ମଧ୍ୟ ପ୍ରସ୍ତୁତ ହେଉଛି । ମାଟି କପରେ ଚା ପିଇବା ପାଇଁ ସକାଳୁ ସଞ୍ଜ ଯାଏ ଜମୁଛି ଗ୍ରାହକଙ୍କ ଭିଡ଼  ।

ପରିବାର ପ୍ରତିପୋଷଣ ପାଇଁ ଆବଶ୍ୟକ ଟଙ୍କା ରୋଜଗାର ନେହେବାରୁ ଇଞ୍ଜିନିୟର ଚାକିରି ଛାଡ଼ିଥିଲେ ଶତ୍ରୁଘ୍ନ  । ସେ ଏବେ ନିଜେ ଚା ଦୋକାନ କରି ଭଲ ଦୁଇ ପଇସା ରୋଜଗାର କରୁଛନ୍ତି । ନିଜେ ସ୍ୱାବଲମ୍ୱୀ ହେବା ସହ ଅନ୍ୟ ୩ ଜଣ ଯୁବକଙ୍କୁ ବି ଦେଇଛନ୍ତି ନିଯୁକ୍ତି ସୁଯୋଗ । କର୍ମ କେବେ ବି ଛୋଟ କିମ୍ବା ବଡ ହୋଇ ନଥାଏ  । ଇଞ୍ଜିନିୟରଙ୍କ ଏହି ବାର୍ତ୍ତା ନିଶ୍ଚିତ ରୂପେ ଯବ ପିଢ଼ିଙ୍କୁ ପ୍ରେରଣା ଯୋଗାଇବ  ।

Leave a Reply