spot_img
Home Blog Page 5385

ହାଇଦରର ଶବ ବ୍ୟବଚ୍ଛେଦ ଆରମ୍ଭ, ପକେଟରୁ ଲାଲ୍ ଡାଏରୀ ଜବତ

ବାଲେଶ୍ୱର: ଆରମ୍ଭ ହେଲା ଗ୍ୟାଙ୍ଗଷ୍ଟର ହାଇଦରର ଶବ ବ୍ୟବଚ୍ଛେଦ ପ୍ରକ୍ରିୟା।  ବିଚାର ବିଭାଗୀୟ ମାଜିଷ୍ଟ୍ରେଟ, ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ, ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଦୁଇ ଜଣ ଡାକ୍ତର କରୁଛନ୍ତି ଶବ ବ୍ୟବଚ୍ଛେଦ । ବ୍ୟବଚ୍ଛେଦର ଭିଡିଓ ରେକର୍ଡିଂ ମଧ୍ୟ ହେଉଛି । ହାଇଦର ପକେଟରୁ ଏକ ଲାଲ୍ ଡାଏରୀ ଜବତ ହୋଇଛି। ଯେଉଁଥିରେ ଅନେକ ଲୋକଙ୍କ କଣ୍ଟାକ୍ଟନମ୍ବର ଥିବା ପୋଲିସ ସୂଚନା ଦେଇଛି।

ଅନ୍ୟପଟେ ହାଇଦର ନାଁରେ ସିମୁଳିଆ ଥାନାରେ ୧୬୮/୨୧ରେ ମାମଲା ଦାୟର ହୋଇଛି। ହାଇଦର ଉପରେ ଖସି ପଳାଇବା ପାଇଁ ଦଫା ୨୨୪, ଡକାୟତି ପାଇଁ ଦଫା ୩୯୨, ହତ୍ୟା ଉଦ୍ୟମ ସଂକ୍ରାନ୍ତ ୩୦୭ ଦଫା, ସରକାରୀ କର୍ମଚାରୀଙ୍କୁ ଆକ୍ରମଣ ସଂକ୍ରାନ୍ତରେ ଦଫା ୩୫୩, ଧମକ ଚମକ୍ ପାଇଁ ୫୦୬, ଅସ୍ତ୍ରଶସ୍ତ୍ର ଆଇନ ସଂକ୍ରାନ୍ତ ୨୭ ଦଫା ଓ ଗାଳି ଗୁଲଜ ପାଇଁ ୨୯୪ ଦଫା ଲାଗିଛି। ବାଲେଶ୍ୱର ଟାଉନ ଥାନାରେ ଏକ ଅପମୃତ୍ୟୁ ମାମଲା ମଧ୍ୟ ରୁଜୁ କରାଯାଇଛି।

ହାଇଦରର ମୃତ୍ୟୁ ପରେ କେନ୍ଦ୍ରାପଡାରେ ହାଇଆଲର୍ଟ। ଗତକାଲି ରାତି ୧୧ଟାରୁ ୩୦ ତାରିଖ ଦିନ ୧୧ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି। ସହରର ପୁରୁଣା ବସଷ୍ଟାଣ୍ଡ, ନୂଆ ବସଷ୍ଟାଣ୍ଡ, ବଡହାଟ, ତିନି ମୁହାଣୀ, ଗରାପୁର, ରଣପଡ଼ା, ପେଟ୍ରୋଲ ପମ୍ପ ଛକ ଆଦି ସ୍ଥାନରେ ଚାରି ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ପ୍ରତ୍ୟେକ ସ୍ଥାନରେ ଚେକିଂକୁ କଡାକଡି କରାଯାଇଛି। ସେପଟେ ସିଲ୍ ହୋଇଛି ସିମୁଳିଆର ଏନକାଉଣ୍ଟର ସ୍ପଟ୍ । ଘଟଣାସ୍ଥଳରୁ ଦୁଇଟି ଖୋକା ଜବତ ହୋଇଛି। ବାଲେଶ୍ୱର sdpo ଶ୍ରୀହର୍ସ ମିଶ୍ର ଆଡିସନାଲ ଡିସିପି ପ୍ରମୋଦ ରଥ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ପରେ ୨ଟି ଖୋକା ଜବତ ହୋଇଛି।

ଉତ୍ସବ ଦିନମାନଙ୍କରେ ଭୁଲନ୍ତୁ ନାହିଁ ଯେ, କରୋନା ଏବେବି ରହିଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପୂର୍ବଥର ଭଳି ଚଳିତ ରବିବାର ମଧ୍ୟ ମନ୍ କି ବାତ୍ ଜରିଆରେ ଦେଶବାସୀଙ୍କୁ ସମ୍ୱୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଲିମ୍ପିକ୍ସରେ ଭାଗନେଇଥିବା ଖେଳାଳିଙ୍କୁ ଉତ୍ସାହିତ କରିବାକୁ ସେ ଅପିଲ କରିଛନ୍ତି । ଏଥିସହିତ ଆସନ୍ତକାଲି ପାଳିତ ହେବାକୁ ଥିବା କାରଗିଲ୍ ଦିବସ, ଅମୃତ ମହୋତ୍ସବ ଏବଂ ସ୍ୱାଧୀନତା ଦିବସ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି । ଏଥିସହିତ ଉତ୍ସବ ଦିନମାନଙ୍କ ଆମକୁ କରୋନା ନେଇ ସତର୍କତା ଅବଲମ୍ୱନ କରିବାର ଆବଶ୍ୟକତା ଥିବା ପ୍ରଧାନମନ୍ତ୍ର କହିଛନ୍ତି ।

 ସେ ଆହୁରି କହିଛନ୍ତି ଯେ, ଯିଏ ଦେଶପାଇଁ ତ୍ରିରଙ୍ଗ ପତାକା ଧରିଥିବା  ବ୍ୟକ୍ତିମାନଙ୍କ ନିମନ୍ତେ ସମ୍ମାନର ଆବେଗ ଆପଣାଛାଏଁ ଆସିବା ସ୍ୱାଭାବିକ । ଏହି ଦେଶାତ୍ମବୋଧକ ଭାବ ଆମ ସମସ୍ତଙ୍କୁ ଏକତ୍ର କରିଛି । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଲେ କି, ଏବର୍ଷ ଅଗଷ୍ଟ ୧୫ ମଧ୍ୟ ଦେଶ ପାଇଁ ତାତ୍ପର୍ଯ୍ୟପୂର୍ଣ୍ଣ। ଏବର୍ଷ ସ୍ୱାଧୀନତାକୁ ୭୫ ବର୍ଷ ପ୍ରବେଶ କରିବ। ‘ଅମୃତ ମହୋତ୍ସବ’ ସରକାରଙ୍କର କଥା ନୁହେଁ, ୧୩୦ କୋଟି ଭାରତୀୟଙ୍କର ଆବେଗର କଥା। ମାର୍ଚ ୧୨ ତାରିଖରୁ ବାପୁଙ୍କ ସାବରମତୀ ଆଶ୍ରମରୁ ‘ଅମୃତ ମହୋତ୍ସବ’ ଆରମ୍ଭ ହୋଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମ ଜରିଆରେ ‘ଭିକ୍ଟ୍ରି ପଞ୍ଚ୍‌’ ଅଭିଯାନ ଚଳାଇ ଅଲିମ୍ପିକ୍‌ସ୍‌ରେ ଯୋଗ ଦେଇଥିବା ଭାରତୀୟ ଖେଳାଳିଙ୍କୁ ଉତ୍ସାହ ଦେବା ଲାଗି ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି।

ଜାତୀୟ ପ୍ରଗତି ନିମନ୍ତେ ଏକତ୍ର ହୋଇ କାର୍ଯ୍ୟ କରିବା ଭାରତ ପାଇଁ ଆବଶ୍ୟକ ହୋଇପଡ଼ିଛି। ସେ କହିଲେ, ‘ଭୋକାଲ୍‌ ଫର୍‌ ଲୋକାଲ୍‌’ ଭଳି ଦୈନନ୍ଦିନ କାର୍ଯ୍ୟ ସହ ମଧ୍ୟ ଆମେ ଦେଶ ଗଠନ କରିପାରିବା। ଆ‌ମ ଦେଶର ଆଞ୍ଚଳିକ ଉଦ୍ୟୋଗୀ, ଶିଳ୍ପୀ, କାରିଗର ଏବଂ ବୁଣାକାରମାନଙ୍କୁ ସହାୟତା କରିବା ଲାଗି ଆମର ଆନ୍ତରିକତା ରହିବା ଉଚିତ ବୋଲି ସେ କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଝାଡ଼ଖଣ୍ଡ ସରକାର ଭାଙ୍ଗିବାକୁ ଷଡ଼ଯନ୍ତ୍ର: ୩ ଜଣଙ୍କୁ ଅଟକ ରଖିଛି ପୋଲିସ

ଝାଡ଼ଖଣ୍ଡ ସରକାର ଭାଙ୍ଗିବାକୁ ଷଡ଼ଯନ୍ତ୍ର: ୩ ଜଣଙ୍କୁ ଅଟକ ରଖିଛି ପୋଲିସ

ଝାଡ଼ଖଣ୍ଡ:ସରକାର ଭାଙ୍ଗିବାକୁ ଷଡ଼ଯନ୍ତ୍ର । ଜେଏମ୍‌ଏମ୍ ନେତୃତ୍ୱାଧିନ ମେଣ୍ଟ ସରକାର ଭାଙ୍ଗିବାକୁ ଚାଲିଥିବା ଷଡ଼ଯନ୍ତ୍ରର ପର୍ଦ୍ଧାଫାସ କରିଛି ଝାଡ଼ଖଣ୍ଡ ପୋଲିସ । ତେବେ ଏହି ଷଡ଼ଯନ୍ତ୍ର ମାମଲାରେ ପୋଲିସ ୩ ଜଣଙ୍କୁ ଅଟକ ରଖିଛି । ଏବଂ ଗିରଫ ଅଭିଯୁକ୍ତ ସରକାରଙ୍କ ଭାଙ୍ଗିବା ନେଇ ଷଡ଼ଯନ୍ତ୍ର କରୁଥିବା ସେମାନେ ସ୍ୱୀକାର କରିଥିବା ପୋଲସ କହିଛି । ଗିରଫ ଅଭିଯୁକ୍ତ ମାନେ କିଛି ବିଧାୟକଙ୍କ ସହ ସମ୍ପର୍କରେ ଥିଲେ ଯେଉଁମାନେ ଏଭଳି କାମ ନେଇ ସେମାନଙ୍କୁ ଟଙ୍କା ଯୋଗାଉଥିଲେ । ଗିରଫ ୩ ଜଣ ହେଉଛନ୍ତି ଅଭିଷେକ କୁମାର ଦୁବେ, ଅମିତ ସିଂହ, ନିର୍ବାଣ ପ୍ରସାଦ ।

ତେବେ କଂଗ୍ରେସ ବିଧାୟକ ଜୟ ମଙ୍ଗଳଙ୍କ ଅଭିଯୋଗ ଆଧାରରେ ପୋଲିସ ସେମାନଙ୍କୁ ଗରଫ କରିବା କରିଛି । ଜୟ ମଙ୍ଗଳ ଏହି ଅଭିଯୁକ୍ତମାନେ ହୋଟେଲେ ରହିଥିବା ଏବଂ ଡିଲ୍ ନେଇ ବିଭିନ୍ନ ବିଧାୟକଙ୍କ ସହ ଯୋଗାଯୋଗରେ ଥିବା ଅଭିଯୋଗ କରିଥିଲେ । ଏହା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠା ଗ୍ରହଣ କରିବା ସହ ସେମାନଙ୍କୁ ଗିରଫ କରିଛି ଏବଂ ସେମାନଙ୍କ ଠାରୁ ୨ ଲକ୍ଷ ଟଙ୍କା ଜବତ ହୋଇଥିବା ପୋଲିସ କହିଛି । ତେବେ ପୋଲିସ କିଛି ବିଧାୟକଙ୍କ ସହ ସେମାନଙ୍କ ବିମାନ ଯାତ୍ରା ସମ୍ପର୍କିତ ତଥ୍ୟ ମଧ୍ୟ ହାସଲ କରିଛି ।

ଏଥିସହିତ ପଢ଼ନ୍ତୁ: ପର୍ଣ୍ଣୋଗ୍ରାଫିକ୍ ଫିଲ୍ମ ନିର୍ମାଣ ମାମଲାରେ ଗେହନା ବଶିଷ୍ଟ ସମେତ ୩ ଜଣଙ୍କୁ ମୁମ୍ୱାଇ ପୋଲିସର ସମନ

ଖୋଲିବ ସ୍କୁଲ୍, ନା ହେବ ପ୍ରାର୍ଥନା ନା ଟିଫିନ ବ୍ରେକ, ନନ୍-ଷ୍ଟପ୍ ଚାଲିବ କ୍ଲାସ

ଭୁବନେଶ୍ୱର: ଦୀର୍ଘ ଦିନ ପରେ କାଲି ଖୋଲିବ ସ୍କୁଲ। ପାଠପଢ଼ିବେ ଦଶମ ଓ ଦ୍ଵାଦଶ ଶ୍ରେଣୀ ପିଲା। ସକାଳ ୧୦ଟାରୁ କ୍ଲାସ ଆରମ୍ଭ ହୋଇ ଦିନ ୧.୩୦ ଯାଏ ଚାଲିବ। ହେଲେ ସ୍କୁଲରେ ନା ହେବ ପ୍ରାର୍ଥନା ନା ଟିଫିନ ବ୍ରେକ, ନନ୍-ଷ୍ଟପ୍ ଚାଲିବ କ୍ଲାସ । ଏ ନେଇ ଆଜି ସ୍କୁଲ ସାନିଟାଇଜ୍ କରିବା ସହ ସ୍କୁଲ ପରିସର ସଫା କରାଯାଉଛି।

ସାମାଜିକ ଦୂରତା କିପରି ରକ୍ଷା ହୋଇ କ୍ଲାସ ହେବ, ସେ ନେଇ ବିଭିନ୍ନ ସେକ୍ସନରେ ଶ୍ରେଣୀ ବିଭକ୍ତ କରାଯାଇଛି। ପାଣି ବ୍ୟବସ୍ଥା ସହ ସାନିଟାଇଜର ବ୍ୟବସ୍ଥା ହୋଇଛି। ଛାତ୍ରଛାତ୍ରୀଙ୍କ ଶରୀରର ତାପମାତ୍ରା ମାପି କ୍ଲାସ ପ୍ରବେଶ ପାଇଁ ଅନୁମତି ମିଳିବ। ଲକ୍ଷଣ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆଇସୋଲେସନ ରୁମର ବ୍ୟବସ୍ଥା ହୋଇଛି। ଶିକ୍ଷକମାନେ ଟୀକା ନେଇ ଆସିବାର ନିୟମ ହୋଇଛି। ତେବେ ଦ୍ୱିତୀୟ ଡୋଜ ଟିକା ନ ନେଇଥିଲେ ବି ଗୋଟିଏ ଡୋଜ ଟିକା ନେଇଥିବା ଶିକ୍ଷକ ସ୍କୁଲ ଆସିପାରିବେ।

ଅସନ୍ତୋଷ ଦୂର କରିବାକୁ ଆସନ୍ତା ସପ୍ତାହରେ ରାଜସ୍ଥାନରେ ହୋଇପାରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ

ରାଜସ୍ଥାନ: କଂଗ୍ରେସ ଶାସିତ ରାଜସ୍ଥାନରେ ଆସନ୍ତା ସପ୍ତାହରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରିତ ହୋଇପାରେ । ଆସନ୍ତା ସପ୍ତାହରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବାକୁ ଥିବା ବେଳେ ଏଆଇସିସି ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଳ ଏବଂ ରାଜସ୍ଥାନ ଦାୟିତ୍ୱରେ ଅଲ୍‌ଇଣ୍ଡିଆ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଶୁକ୍ରବାର ରାଜସ୍ଥାନରେ ଆସି ପହଞ୍ଚିଛନ୍ତି । ଏବଂ ମୁଖ୍ୟମନ୍ତ୍ରୀ ଗେହଲଟ୍‌ଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିବେ । ଏଥିସହିତ ଜିଲ୍ଲା ମୁଖ୍ୟ ଏବଂ ପାର୍ଟିର ଅନ୍ୟ ପଦବୀ ନେଇ ମଧ୍ୟ ଆଲୋଚନା କରିବେ । ଏ ନେଇ ଉଭୟ ସଡ଼କ ପଥରେ ଆସି ଜୟପୁରରେ ପହଞ୍ଚିଛନ୍ତି ।

ତେବେ ରାଜସ୍ଥାନରୁ ରାଜ୍ୟ ସଭା ସାଂସଦ ଥିବା ବେଣୁଗୋପାଳ ଏବଂ ଅନ୍ୟ ଜଣେ ନେତା ଗେହଲୋତଙ୍କ ବାସଭବନରେ ଏ ନେଇ ଆଲୋଚନା କରିପାରିନ୍ତି ବୋଲି ସୂଚନା ରହିଛି । ପଞ୍ଜାବ ପରେ ପାର୍ଟି ହାଇକମାଣ୍ଡଙ୍କ ନଜର ଏବେ ରାଜସ୍ଥାନ ଉପରେ ଥିବା କୁହାଯାଉଛି । ଦଳରେ ଦେଖାଦେଇଥିବା ଅସନ୍ତୋଷ ଏବଂ ଡେପୁଟୀ ସିଏମ୍ ସଚିନ୍ ପାଇଲଟଙ୍କ ଅଧିନରେ ଦଳ ବଦଳ ଚର୍ଚ୍ଚା ପରେ ମନ୍ତ୍ରି ମଣ୍ଡଳ ସମ୍ପ୍ରସାରଣ ଦାବି ଜୋର ଧରିଥିଲା । ତେବେ ଏ ନେଇ ପୂର୍ବ ପାଇଲଟ୍ ଇଙ୍ଗିତ କରିଥିଲେ । ବିଭିନ୍ନ ସମସ୍ୟା ସେ ଦଳ ହାଇକମାଣ୍ଡଙ୍କ ସହ ସମ୍ପର୍କରେ ଥିବା କହିଥିଲେ । ସୂଚନା ଯୋଗ୍ୟ ଯେ, ପାଇଲଟ ତାଙ୍କ ଅନୁଗତଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେବାକୁ ଦୀର୍ଘ ଦିନ ଧରି ଦାବି କରିଆସୁଥିଲେ । ଏ ନେଇ କିଛି ସମୟରେ ଗେହଲଟ୍‌ଙ୍କ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଏଥିସହିତ ପଢ଼ନ୍ତୁ: ପର୍ଣ୍ଣୋଗ୍ରାଫିକ୍ ଫିଲ୍ମ ନିର୍ମାଣ ମାମଲାରେ ଗେହନା ବଶିଷ୍ଟ ସମେତ ୩ ଜଣଙ୍କୁ ମୁମ୍ୱାଇ ପୋଲିସର ସମନ

ମୋବାଇଲକୁ ଆସିଲା ଲିଙ୍କ୍, କ୍ଲିକ୍ କରିବା ମାତ୍ରେ ୧ ଲକ୍ଷ ୭୦ହଜାର ଗାୟବ

ଆନନ୍ଦପୁର: ଦିନକୁ ଦିନ ସାଇବର କ୍ରଇମ୍ ବଢିବାରେ ଲାଗିଥିବାବେଳେ ହ୍ୟାକର ମାନେ ବିଭିନ୍ନ ଫନ୍ଧି ଆପଣାଇ ଲୋକଙ୍କ ଆକାଉଣ୍ଟରୁ ଟଙ୍କା ଲୁଟିନେଉଛନ୍ତି।  ଏହିଭଳି ସାଇବର ଲୁଟର ଶିକାର ହୋଇଛନ୍ତି ଆନନ୍ଦପୁର ଘସିପୁରାର ଜଣେ ଯୁବ ବ୍ୟବସାୟୀ ରାଜେନ୍ଦ୍ର ସାହୁ।

ରାଜେନ୍ଦ୍ରଙ୍କ ମୋବାଇଲକୁ ଷ୍ଟେଟ୍ ବ୍ୟାଙ୍କର ୟୋନା ଆପରେ ନମ୍ବର ଅପଡେଟ୍ ପାଇଁ ଏକ ଏସ୍ଏମ୍ଏସ୍ ସହ ଲିଙ୍କ ଆସିଥିଲା । ଲିଙ୍କକୁ ଖୋଲିବା ପରେ ରାଜେନ୍ଦ୍ର ସାଇବର ଲୁଟେରାଙ୍କ ଜାଲରେ ଛନ୍ଧି ହୋଇଯାଇଥିଲେ। କିଛି ସମୟ ପରେ ଆଉ ଆପ୍ ଖୋଲିନଥିଲା। ସାଇବର ଲୁଟେରା ରାଜେନ୍ଦ୍ରଙ୍କୁ ଫୋନ୍ ପରେ ଫୋନ୍ କରି ବ୍ୟସ୍ତ ରଖିବାକୁ ଚେଷ୍ଟା କରିଥିଲେ। ପରେ ପରେ ୧୦ ହଜାର, ୨୦ ହଜାର ଓ ୧ଲକ୍ଷ ୪୦ହଜାର ଶହେଟଙ୍କା ଗାୟବ କରିନେଇଥିଲେ ଲୁଟେରା। ରାଜେନ୍ଦ୍ର ଏହି ଘଟଣାକୁ ନେଇ ସାଇବର ପୋଲିସ୍ , ଘସିପୁରା ଥାନା ଓ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଛନ୍ତି।

ପର୍ଣ୍ଣୋଗ୍ରାଫିକ୍ ଫିଲ୍ମ ନିର୍ମାଣ ମାମଲାରେ ଗେହନା ବଶିଷ୍ଟ ସମେତ ୩ ଜଣଙ୍କୁ ମୁମ୍ୱାଇ ପୋଲିସର ସମନ

ମୁମ୍ୱାଇ: ରାଜ କୁନ୍ଦ୍ରାଙ୍କ ପର୍ଣ୍ଣ ଫିଲ୍ମ ମାମଲାରେ ବୋଲ୍ଡ ଅଭିନେତ୍ରୀ ଗେହନା ବଶିଷ୍ଟଙ୍କୁ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ । ଏ ନେଇ ଗେହନାଙ୍କ ସମେତ ୩ ଜଣଙ୍କୁ ସମନ ପଠାଇଛି ମୁମ୍ୱାଇ ପୋଲିସ । ଏହା ପୂର୍ବରୁ ଅଭିନେତ୍ରୀ ତଥା ରାଜ କୁନ୍ଦ୍ରାଙ୍କ ସ୍ତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ମଧ୍ୟ ସମାନ ମାମଲାରେ ମୁମ୍ୱାଇ ପୋଲିସ ୬ ଘଣ୍ଟା ଧରି ଜେରା କରିଥିଲା । ଗେହନା ବୈଶିଷ୍ଟ ରାଜକୁନ୍ଦ୍ରାଙ୍କ ଦ୍ୱାରା ଏକାଧିକ ଫିଲ୍ମ ଏବଂ ଓ୍ୱେବ୍ ସିରିଜ୍‌ରେ କାମ କରିସାରିଛନ୍ତି । ଯାହା ବିବାଦୀୟ ହଟ୍‌ସଟ୍ ଆପ୍‌ରେ ପ୍ରସାରିତ ହୋଇଥିଲା । ତେବେ ଏହି ଆପ୍‌ରେ କୌଣସି ଉତ୍ତେଜକପୂର୍ଣ୍ଣ ଭିଡିଓ ନଥିବା ଗେହନା ଦାବି କରିଛନ୍ତି ।

ସେ କହିଛନ୍ତି ଯେ, ଶିଳ୍ପା ସେଟ୍ଟୀ ଠିକ୍ କହିଛନ୍ତି ସେଥିରେ ସେଭଳି କିଛି ଭିଡିଓ ନାହିଁ, ଯାହାକୁ ଆମେ ପର୍ଣ୍ଣୋଗ୍ରାଫି ବୋଲି କହିପାରିବା । ଏବଂ ଏ ନେଇ ଶିଳ୍ପା ସେଟ୍ଟୀ ଆଦୌ ଅବଗତ ନଥିବା କହିଛନ୍ତି । ହଟସଟ୍ କେବେ ବି କୌଣସି ପ୍ରକାର ପର୍ଣ୍ଣ ଫିଲ୍ମ ନିର୍ମାଣ କରିନଥିବା ସେ କହିଛନ୍ତି । ଏଥିରେ ଥିବା ସମସ୍ତ ଚଳଚ୍ଚିତ୍ର ବୋଲ୍ଡ ଏବଂ ହଟ୍ କ୍ୟାଟୋଗୋରିର ଏଥମଧ୍ୟରୁ କୌଣସି ବି ପିଲ୍ମ ପର୍ଣ୍ଣ ନୁହେଁ ବୋଲି ସେ କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ସ୍ୱାମୀଙ୍କ ଗିରଫ ଘଟଣାକୁ ନେଇ ମୁହଁ ଖୋଲିଲେ ଶିଳ୍ପା

 

ସୁକ୍‌ମାରେ ସୁରକ୍ଷାକର୍ମୀ-ନକ୍ସଲ ମୁହାଁମୁହିଁ: ଜଣେ ନକ୍ସଲ ନିପାତ

ସୁକ୍‌ମା: ଛତିଶଗଡ଼ ସୁକ୍‌ମା ଜିଲ୍ଲା ସୁରକ୍ଷାକର୍ମୀ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ । ଏନ୍‌କାଉଣ୍ଟରେ ଜଣେ ନକ୍ସଲ ପ୍ରାଣ ହରାଇଥିବା ସୂଚନା। ଚିନ୍ତାଗୁମ୍ଫା ପୋଲିସ ଷ୍ଟେସନ ଅନ୍ତର୍ଗତ ମିନପା ଗାଁରେ ଏହି ଏନ୍‌କାଉଣ୍ଟର ଘଟିଛି । ସର୍ଚ୍ଚ ଅପରେସନ୍ ବେଳେ ଏହି ଗୁଳିକାଣ୍ଡ ଘଟିଥିବା ସୁକ୍‌ମା ଏସ୍‌ପି ସୁନିଲ ଶର୍ମା କହିଛନ୍ତି । ରାୟପୁରଠାରୁ ପ୍ରାୟ ୪୦୦ କିଲୋମିଟର ଦୂରରେ ଏହି ଏନ୍‌କାଉଣ୍ଟର ଘଟିଛି । ଡିଷ୍ଟିର୍ଟ ରିଜର୍ଭ ପୋଲିସ ଏବଂ ସେଣ୍ଟ୍ରୋଲ ରିଜର୍ଭ ପୋଲିସ ଏବଂ ସିଆରପିଏଫ୍ ଯବାନ ଏହି ଅପରେସନରେ ସାମିଲ ଅଛନ୍ତି । ପ୍ରାୟ ଦେଢ଼ ଘଣ୍ଟା ଧରି ଗୁଳିକାଣ୍ଡ ଜାରି ରହିଥିଲା । ଏହା ପରେ ଜଣେ ପୁରୁଷ ନକ୍ସଲଙ୍କ ମୃତଦେହ ମିଳିଛି । ଘଟଣାସ୍ଥଳରେ ପ୍ରବଳ ରକ୍ତ ଛିଟା ପଡ଼ିଥିବା ଅନ୍ୟ କିଛି ନକ୍ସଲ ମଧ୍ୟ ଆହତ ହୋଇଛନ୍ତି । କିନ୍ତୁ ସାଥି ନକ୍ସଲ ସେମାନଙ୍କୁ ଜଙ୍ଗଲ ଭିତରକୁ ନେବାରେ ସଫଳ ହୋଇଥିବା ଅନୁମାନ କରାଯାଉଛି ।

ଏଥିସହିତ ପଢ଼ନ୍ତୁ: ଅନୁମତି ପରେ ବି ମିଳୁନି ଫାଇଜର ଓ ମଡର୍ଣ୍ଣା ଟିକା

ଗ୍ୟାଙ୍ଗଷ୍ଟାର ହାଇଦର ଏନକାଉଣ୍ଟର ଘଟଣା: ଘଟଣାସ୍ଥଳରୁ ୨ଟି ଖୋକା ଜବତ

ବାଲେଶ୍ୱର: ସିମୁଳିଆରେ ହାଇଦରକୁ ଏନକାଉଣ୍ଟର ପରେ ଆଜି ଘଟଣାସ୍ଥଳରୁ ଦୁଇଟି ଖୋକା ମିଳିଛି । ବାଲେଶ୍ୱର sdpo ଶ୍ରୀହର୍ସ ମିଶ୍ର ଆଡିସନାଲ ଡିସିପି ପ୍ରମୋଦ ରଥ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ପରେ ୨ଟି ଖୋକା ଜବତ ହୋଇଛି। ସେପଟେ ହାଇଦରର ମୃତ୍ୟୁ ପରେ କେନ୍ଦ୍ରାପଡାରେ ହାଇଆଲର୍ଟ। ଗତକାଲି ରାତି ୧୧ଟାରୁ ୩୦ ତାରିଖ ଦିନ ୧୧ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି।  ବାରିମୁଳ, କପଳେଶ୍ୱର, ଗୁଲନଗର ଏବଂ ଜାମଧରରେ ୧୪୪ ଧାରା ଜାରି କରାଯାଇଛି । ଏହି ସମୟରେ ସୁରକ୍ଷା ବ୍ୟବସ୍ଥା କଡାକଡି ରହିବ।

ଏପଟେ ଆଜି ଗ୍ୟାଙ୍ଗଷ୍ଟର ହାଇଦରର ଶବ ବ୍ୟବଚ୍ଛେଦ କରାଯିବ। ହାଇଦରର ମୃତ୍ୟୁ ପରେ କେନ୍ଦ୍ରାପଡାରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସର କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସହରର ପୁରୁଣା ବସଷ୍ଟାଣ୍ଡ, ନୂଆ ବସଷ୍ଟାଣ୍ଡ, ବଡହାଟ, ତିନି ମୁହାଣୀ, ଗରାପୁର, ରଣପଡ଼ା, ପେଟ୍ରୋଲ ପମ୍ପ ଛକ ଆଦି ସ୍ଥାନରେ ଚାରି ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ପ୍ରତ୍ୟେକ ସ୍ଥାନରେ ଚେକିଂକୁ କଡାକଡି କରାଯାଇଛି । ସହରର ପରିସ୍ଥିତି ଉପରେ ପୋଲିସ କଡା ନଜର ରଖିଛି। ଗତକାଲି ଗ୍ୟାଙ୍ଗଷ୍ଟର ହାଇଦରକୁ କଟକରୁ ବାରିପଦା ଜେଲକୁ ସ୍ଥାନାନ୍ତରିତ କରାଯାଉଥିଲା।

ସୂଚନା ମୁତାବକ, ଅପରାହ୍ନ ପାଖାପାଖି ୩ଟା ୨୦ରେ ପରିସ୍ରା ବାହାନାରେ ସିମୁଳିଆ ନିକଟରେ ପୋଲିସ ଭ୍ୟାନରୁ ଓହ୍ଲାଇଥିଲା ହାଇଦର। ଆଗରେ ଥିବା ଏସକର୍ଟ ଟିମ ପାଖରେ ମଧ୍ୟ ଜଗି ରହିଥିଲା। ସେତିକି ବେଳେ ଜଣେ ପୋଲିସ କର୍ମଚାରୀଙ୍କ ଠାରୁ ବନ୍ଧୁକ ଛଡାଇ ଗୁଳି ଚଳାଇ ଖସି ଯିବାକୁ ଚେଷ୍ଟା କରିଥିଲା ହାଇଦର । ଏତିକିବେଳେ ତାକୁ କାବୁ କରିବାକୁ ଏସକର୍ଟ ଟିମ୍ ଉଦ୍ୟମ କରିଥିଲା । ସବୁ ପ୍ରୟାସ ସତ୍ତ୍ୱେ ହାଇଦର ଫେରାର ହେବାକୁ ଜୋରଦାର ପ୍ରୟାଶ କରିଥିଲା। ଶେଷରେ ପୋଲିସ ବାଧ୍ୟ ହୋଇ ଗୁଳି ଚଳାଇଥିଲା । ଏଥିରେ ହାଇଦର ଦେହରେ ଚାରୋଟି ଗୁଳି ବାଜିଥିଲା। ଦୁଇଟି ଛାତିରେ, ଗୋଟିଏ ବାମ ହାତରେ, ଅନ୍ୟ ଗୁଳିଟି ଅଣ୍ଟା ତଳେ ବାଜିଥିବା ସୂଚନା ରହିଛି। ଫାଇରିଂ ପରେ ହାଇଦରକୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ହାଇଦରକୁ ମୃତ ଘୋଷଣା କରିଥିଲେ ଡାକ୍ତର।

କମୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୧୮ଶହ ୩୩ ଜଣ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ କମିବାରେ ଲାଗିଛି କରୋନା ସଂକ୍ରମଣ। ଦିନକରେ ୨୮ ଜିଲ୍ଲା ଓ ଷ୍ଟେଟପୁଲରୁ ୧୮ଶହ ୩୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବୌଦ୍ଧ ଓ ନୂଆପଡାରେ କରୋନା ସଂକ୍ରମଣ ଶୂନ୍ ରହିଛି । ୬୭ ଜଣଙ୍କ ଜୀବନ ନେଇଛି କିଲର କରୋନା । ୨୪ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୧୮ଶହ ୬୮।

ଖୋର୍ଦ୍ଧାରୁ ସର୍ବାଧିକ ୪୯୦ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୪୩, ପୁରୀରୁ ୧୩୯, ବାଲେଶ୍ବରରୁ ୧୨୯, ଯାଜପୁରରୁ ୧୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଷ୍ଟେଟପୁଲରୁ ୯୪, ଭଦ୍ରକରୁ ୮୯, କେନ୍ଦ୍ରାପଡାରୁ ୮୭, ଅନୁଗୁଳରୁ ୭୭, ଜଗତସିଂହପୁରରୁ ୬୧, ମୟୂରଭଞ୍ଜରୁ ୫୯, ସୁନ୍ଦରଗଡ଼ରୁ ୪୭, ନୟାଗଡ଼ରୁ ୨୮, କେନ୍ଦୁଝରରୁ ୨୪, ସମ୍ବଲପୁରରୁ ୨୩, ମାଲକାନଗିରିରୁ ୧୯, ଗଜପତିରୁ ୧୬, ଢେଙ୍କାନାଳରୁ ୧୩, ରାୟଗଡ଼ାରୁ ୧୧, ବରଗଡ଼ ଓ ସୋନପୁରରୁ ୧୦ଜଣ ଲେଖାଏଁ , ଗଞ୍ଜାମ ଓ କୋରାପୁଟରୁ ୯ଜଣ ଲେଖାଏଁ, ଝାରସୁଗୁଡା ଓ କନ୍ଧମାଳରୁ ୮ଜଣ ଲେଖାଏଁ, ଦେବଗଡ଼, ନବରଙ୍ଗପୁର ଓ କଳାହଣ୍ଡିରୁ ୬ଜଣ ଲେଖାଏଁ ଏବଂ ବଲାଙ୍ଗୀରରୁ ୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଗତ ୨୪ ଘଣ୍ଟା ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୬୭ହଜାର ୫୪୮ ଥିବା ବେଳେ ସୁସ୍ଥ ହୋଇଛନ୍ତି ୯ଲକ୍ଷ ୪୩ହଜାର ୬୯ । ଆକ୍ଟିଭ କେସ୍ ୧୮ହଜାର ୯୧୪ ।