ରେଡ୍ ଜୋନ୍‌କୁ ଫେରିଲା ଖୋର୍ଦ୍ଧା: ଭୟଭୀତ ନହେବାକୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ

1 min read

ଖୋର୍ଦ୍ଧା: ରେଡ୍‌ ଜୋନକୁ ଫେରିଲା ଖୋର୍ଦ୍ଧା। ଜନସଂଖ୍ୟା, ପ୍ରବାସୀ ଓ ଅଧିକ ଟେଷ୍ଟିଂ ପାଇଁ ଜିଲ୍ଲାରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ତେବେ ଏଥିରେ ଭୟଭୀତ ନହେବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ତୃତୀୟ ଲହର ପୂର୍ବରୁ ମୁକାବିଲା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର । ଶିଶୁଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେପଟେ ଶିଶୁଙ୍କ ସୁରକ୍ଷା ନେଇ ନିୟମ କଡ଼ାକଡ଼ି ପାଳନ  କରିବା ଉପରେ ଜୋର୍‌ ଦେଇଛନ୍ତି ଶିଶୁ ଅଧିକାର ସୁରକ୍ଷା କମିଶନ ଅଧ୍ୟକ୍ଷା।

ଖୋର୍ଦ୍ଧା ଜିଲ୍ଲା ଓ ଭୁବନେଶ୍ୱର ମହାନଗର ନିଗମ। ଦୈନିକ ଲୋକଙ୍କ ସମାଗମ ବଢୁଛି। ଟେଷ୍ଟିଂ ବଢୁଥିବାରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ତେବେ ରେଡ ଜୋନ୍‌ ଚିହ୍ନଟ ହେବା ପରେ ମୁକାବିଲା ଜୋରଦାର କରାଯାଇଛି । ଏଯାଏ ଡେଲ୍ୱା ଭ୍ୟାରିଆଣ୍ଟ ଭୟ ଟଳିନି। ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ସଂକ୍ରମଣ ଭୟ ଥିବାରୁ, ସାମାଜିକ ଦୂରତା ରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି। ଅନ୍ୟପଟେ ସଫଳତା ସହ ଟିକାକରଣ ଚାଲିଥିବା ବେଳେ ନକଲି ଟିକା ଚିନ୍ତା ବଢାଉଛି । ହେଲେ ଓଡ଼ିଶାରେ ଏଯାଏ ନକଲି ଟିକା ଦୃଷ୍ଟିକୁ ଆସିନଥିବା ଆଶ୍ୱସ୍ତି ଆଣିଛି ।

ଶିଶୁଙ୍କୁ ଅନେକ ଟିକାର ବୁଷ୍ଟର ଡୋଜ ଦିଆଯାଇଛି। ଯାହା ପ୍ରତିଷେଧକ ଭାବେ କାମ କରୁଛି । ହେଲେ ସେମାନଙ୍କ ଯତ୍ନ ଅଧିକ ଗୁରୁତ୍ୱପୂର୍ଣ୍ଣ । କାରଣ ଶିଶୁ ସଂକ୍ରମଣ ବଢୁଛି । ବିଶେଷ କରି ପରିବାର ଲୋକଙ୍କ ଦାୟିତ୍ୱହୀନତା ଯୋଗୁଁ ଶିଶୁ ସଂକ୍ରମିତ ହେଉଛନ୍ତି । କୋଭିଡ ସମୟରେ ଶିଶୁଙ୍କ ଉତ୍ତମ ସ୍ୱାସ୍ଥ୍ୟଗତ ପରିଚାଳନା ପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଶିଶୁ ଅଧିକାର ସୁରକ୍ଷା କମିଶନ ଅଧ୍ୟକ୍ଷା । ଶିଶୁଙ୍କ ଟିକାକରଣ ପାଇଁ ଗବେଷଣା ଚାଲିଛି । ସେପଟେ ବିନା ପାର୍ଶ୍ୱ ପ୍ରତିକ୍ରିୟାରେ ଏକ ଲକ୍ଷ ୧୪ ହଜାର ଗର୍ଭବତୀଙ୍କୁ କୋଭିଡ୍‌ ଟିକା ଦିଆଯାଇଛି ।

ଏଥିସହିତ ପଢ଼ନ୍ତୁ: ଟ୍ରାଫିକ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ମୃତବ୍ୟକ୍ତିଙ୍କ ନାଁରେ ଚାଲାଣ କଟିଲା

Opn Commnet Area

Leave a Reply

Your email address will not be published. Required fields are marked *

Close Bitnami banner