ନୂଆ ଭାରିଆଣ୍ଟ ସୃଷ୍ଟି ହେଲେ ସାଙ୍ଘାତିକ୍‌ ହେବ କରୋନାର ତୃତୀୟ ଲହର

3rd Covid Wave Could Hit Maharashtra In 2-4 Weeks Says Task Force

ଭୁବନେଶ୍ୱର: ଯଦି କୌଣସି ନୂଆ ଭାରିଆଣ୍ଟ ସୃଷ୍ଟି ନହୁଏ ତେବେ ଦେଶରେ ଦ୍ୱିତୀୟ ଲହରୀ ପରି ତୃତୀୟ ଲହରୀ ମାରାତ୍ମକ ହେବ ନାହିଁ। ଏହାସହ ଦେଶରେ ପିଲାଙ୍କୁ ଟିକାକରଣ ନେଇ ସବିଶେଷ ତଥ୍ୟ ପ୍ରସ୍ତୁତ କରିବା ଉଚିତ ବୋଲି କହିଛନ୍ତି ବିଶିଷ୍ଟ ଭୂତାଣୁ ବିଜ୍ଞାନୀ ଡାକ୍ତର ଗଙ୍ଗଦୀପ କାଙ୍ଗ। ସେ କହିଛନ୍ତି, ଦେଶରେ ବ୍ୟାପକ ଟିକାକରଣ ଚାଲିଥିବା ବେଳେ, ବହୁ ସଂଖ୍ୟକ ଲୋକ ସଂକ୍ରମିତ ହୋଇସାରିଛନ୍ତି। ଫଳସ୍ୱରୂପ ଯଦି କୌଣସି ନୂଆ ଭାରିଆଣ୍ଟ ନ ଆସେ ତେବେ ତୃତୀୟ ଲହରୀ ସାଂଘାତିକ ହେବାର ସମ୍ଭାବନା ନାହିଁ।

ସେହିପରି ଦେଶରେ କେତେ ପିଲା ସଂକ୍ରମିତ ହୋଇଛନ୍ତି, କେତେ ପିଲା କୋଭିଡରେ ଗୁରୁତର ହୋଇଛନ୍ତି, କେତେ ପିଲା ପ୍ରାଣ ହରାଇଛନ୍ତି ସେସବୁର ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ। ଏସବୁର ସବିଶେଷ ତଥ୍ୟ ପ୍ରସ୍ତୁତ କରିବା ଲାଗି ସେ ପରାମର୍ଶ ଦେଇଛନ୍ତି। ଦେଶରେ ପ୍ରତିଦିନ ଟିକା ନେଇଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି ଏବଂ ଏହି ପ୍ରକ୍ରିୟାରେ ଲୋକମାନେ ଅଧିକ ସୁରକ୍ଷିତ ରହୁଛନ୍ତି। ଆମେରିକା, ଇସ୍ରାଏଲ, କେତେକ ୟୁରୋପୀୟ ରାଷ୍ଟ୍ରରେ ୧୨ ବର୍ଷରୁ ଅଧିକ ବୟସର ପିଲାଙ୍କୁ ଟିକା ଦିଆଯାଉଛି। ବ୍ରିଟେନରେ ପରାମର୍ଶଦାତା କମିଟି ୧୨ରୁ ୧୫ ବର୍ଷ ବୟସର ପିଲାଙ୍କୁ ଟିକା ଦେବା ପ୍ରସ୍ତାବକୁ ନାମଞ୍ଜୁର କରିଛି।

ପିଲାଙ୍କୁ ଟିକାକରଣ କରିବା ପୂର୍ବରୁ ସବିଶେଷ ତଥ୍ୟ ସଂଗ୍ରହ କରାଯିବା ଉଚିତ ବୋଲି ସେ ପରାମର୍ଶ ଦେଇଛନ୍ତି। କୋଭିଡରେ ପିଲା ଗୁରୁତର ହୋଇଛନ୍ତି ଓ କିଛି ପ୍ରାଣ ବି ହରାଇଛନ୍ତି। ମାତ୍ର ଏହାର ସବିଶେଷ ତଥ୍ୟ ହାସଲ କରିବା ଉଚିତ। ଏବେ ବି ଭୂତାଣୁର ପ୍ରଭାବ ରହିଛି ଏବଂ ଟିକା ନେଇ ନଥିବା ଓ ଦୁର୍ବଳ ବ୍ୟକ୍ତିମାନଙ୍କ ଲାଗି ଅନେକ ବିପଦ ରହିଛି। ଅନେକ ଲୋକଙ୍କ ପ୍ରତିରୋଧକ ଶକ୍ତି ବି ବହୁତ କମ୍ ରହିଛି। ତେଣୁ ଭୂତାଣୁ ପ୍ରତି ସତର୍କ ରହିବା ଆବଶ୍ୟକ। ଭାରତରେ ଯେଉଁ ଦୁଇଟି ଭୂତାଣୁ ନିଜର କାୟା ବିସ୍ତାର କରିଛି, ସେ ଦୁଇଟି ହେଲା କାପା ଓ ଡେଲଟା ଭାରିଆଣ୍ଟ।

Leave a Reply