spot_img
Home Blog Page 5384

ବର୍ଷା ବିତ୍ପାତ: ଭୁ-ସ୍ଖଳନରେ ଆକି ବୁଜିଲେଣି ୧୫୫ ଲୋକ

ମୁମ୍ବାଇ: ଲଗାଣ ବର୍ଷା, ଭୁ-ସ୍ଖଳନ ଯୋଗୁ ମହାରାଷ୍ଟ୍ରରେ ମହାପ୍ରଳୟ । 3-4 ଦିନ ଧରି ଅତି ପ୍ରବଳ ବର୍ଷା ଯୋଗୁ ଅନେକ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ଭୁ-ସ୍ଖଳନ ଘଟି 155 ରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ଏହଛଡ଼ା ବନ୍ୟାସ୍ଥିତି ଯୋଗୁ ଅନେକ ଅଞ୍ଚଳ ବାହ୍ୟ ଅଞ୍ଚଳରୁ ବିଚ୍ଛିନ୍ନ ହୋଇଛି । ଏବେ ବି ଶହେରୁ ଅଧିକ ଲୋକ ନିଖୋଜ ରହିଛନ୍ତି । NDRFର ୩୪ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ରତ୍ନଗିରି, ରାୟଗଡ଼ ଆଦି ଜିଲ୍ଲାରେ ଅତି ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି ।

ଅନେକ ଅଞ୍ଚଳରେ ବର୍ଷା ପାଣି ଜମି ରହିଥିବା ବେଳେ ଘର ଭିତରେ ବର୍ଷା ପାଣି ଲହଡ଼ି ଖୋଳୁଛି । ଏବେ ସୁଦ୍ଧା ପ୍ରଭାବିତ ଅଞ୍ଚଳରୁ 1ଲକ୍ଷ 35ହଜାର 313 ଲୋକଙ୍କୁ ଉଦ୍ଧାର କରାଯାଇ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ସଙ୍ଗାଳୀ, କୋହ୍ଲାପୁର, କୋଙ୍କଣ, ଚିପଲୁମ ଜିଲ୍ଲାରୁ ସର୍ବାଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଏନଡିଆରଏଫ୍ ସହ ବାୟୁସେନା ମଧ୍ୟ ଉଦ୍ଧାର ଓ ରିଲିଫ ବଣ୍ଟନ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।

ସେହିପରି ମୃତ ଓ ଆହତଙ୍କ ପରିବାରକୁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର । ଆଗାମୀ ୨୪ ଘଣ୍ଟା ଯାଏ ପ୍ରବଳରୁ ଅତିପ୍ରବଳ ହେବା ଆଙ୍କା ଥିବାରୁ ମହାରାଷ୍ଟ୍ରର ୬ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି ।

ଆଫଗାନିସ୍ତାନରେ ସ୍ଥିରତା ପ୍ରତିଷ୍ଠା ଲାଗି ଚୀନ ସହ ହାତ ମିଳାଇଲା ପାକିସ୍ତାନ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ସ୍ଥିରତା ପ୍ରତିଷ୍ଠା ଲାଗି ହାତ ମିଳାଇଲେ ଚୀନ ଓ ପାକିସ୍ତାନ । ଦେଶର ରାଜନୈତିକ ଅବସ୍ଥା ବଦଳାଇବା ଲାଗି ବୈଦେଶିକ ମନ୍ତ୍ରୀସ୍ତରରେ ଆଲୋଚନା ହୋଇଛି । ଏହା ସହ ଚୀନ-ପାକିସ୍ତାନ ଅର୍ଥନୈତିକ କରିଡରକୁ ଏକ ଆଞ୍ଚଳିକ ଯୋଗାଯୋଗର ହବ୍ ଭାବେ ପ୍ରତିଷ୍ଠା କରିବା ଲାଗି ଦୁଇ ପକ୍ଷ ସମ୍ମତ ହୋଇଛନ୍ତି । ଚୀନର ଚେଙ୍ଗାଡୁରେ ଆୟୋଜିତ କୌଶଳଗତ ବୈଠକରେ ଚୀନ ବୈଦେଶିକ ମନ୍ତ୍ରୀ ଓ୍ୱାଙ୍ଗ ଓ୍ୱି ଓ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସିଙ୍କ ମଧ୍ୟରେ ଏହି କଥାବାର୍ତ୍ତା ହୋଇଛି । ଆଫଗାନିସ୍ତାନରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ଲାଗି ଦୁଇ ପକ୍ଷ ସମ୍ମତ ପ୍ରକାଶ କରିଛନ୍ତି । ଦେଶରେ ଆତଙ୍କବାଦ ଦୂର ନ କରିପାରିବା ସହ ଶାନ୍ତି ପ୍ରତିଷ୍ଠା ନ କରି ଆମେରିକା ସୈନ୍ୟ ପ୍ରତ୍ୟାହାର କରିବା ଘଟଣାକୁ ସେମାନେ ନିନ୍ଦା କରିଥିଲେ । ଆଫଗାନିସ୍ତାନ ସମସ୍ୟା ଯୋଗୁ ଚୀନ ଓ ପାକିସ୍ତାନ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ବୋଲି ସେମାନେ କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ପ୍ରଥମ ଥର ପାଇଁ ଦେଶରେ ଭୋଟ୍ ବେଳେ ନୋଟ୍ ବାଣ୍ଟି ସାଂସଦଙ୍କୁ ହେଲା ଜେଲ୍

ପ୍ରଥମ ଥର ପାଇଁ ଦେଶରେ ଭୋଟ୍ ବେଳେ ନୋଟ୍ ବାଣ୍ଟି ସାଂସଦଙ୍କୁ ହେଲା ଜେଲ୍

ହାଇଦ୍ରାବାଦ- ତେଲେଙ୍ଗାନର ଜଣେ ଲୋକସଭା ସାଂସଦ ଭୋଟରଙ୍କୁ ଟଙ୍କା ବାଣ୍ଟିବା ଅଭିଯୋଗରେ ଏକ ସ୍ଥାନୀୟ କୋର୍ଟ ୬ ମାସର ଜେଲ ସହ ୧୦ ହଜାର ଟଙ୍କା ଜରିମାନାର ଦଣ୍ଡ ଶୁଣାଇଛନ୍ତି । ଏହି ମାମଲାରେ ତେଲେଙ୍ଗାନାର ରାଷ୍ଟ୍ର ସମିତିର ସାଂସଦ କବିତା ଏବଂ ତାଙ୍କର ଜଣେ ସହଯୋଗୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ପ୍ରକାଶ ଥାଉକି, ବର୍ତ୍ତମାନ ଉପର ଅଦାଲତରେ ଆବେଦନ ପାଇଁ କୋର୍ଟ ଉଭୟଙ୍କୁ ଜାମିନ ପ୍ରଦାନ କରିଛନ୍ତି। କବିତା ତେଲେଙ୍ଗାନାର ମହବୁବାବାଦ୍ ଲୋକସଭା ଆସନରୁ ଜଣେ ସାଂସଦ । ବୋଧହୁଏ ଏହା ହେଉଛି ପ୍ରଥମ ମାମଲା ଯେଉଁଠାରେ ଲୋକସଭା ସାଂସଦଙ୍କୁ କୋର୍ଟ ଏପରି ଦଣ୍ଡ ଦେଇଛନ୍ତି ।

୨୦୧୯ ଲୋକସଭା ନିର୍ବାଚନ ସହିତ ଜଡିତ ଏହି ମାମଲା-

ମାମଲା ଅନୁଯାୟୀ, ୨୦୧୯ ଲୋକସଭା ନିର୍ବାଚନ ସମୟରେ ଫ୍ଲାଇଙ୍ଗ ସ୍କ୍ୱାଡ ସାଂସଦଙ୍କ ସହଯୋଗୀ ଶୌକତ ଅଲିଙ୍କୁ ନିର୍ବାଚନ ମଧ୍ୟରେ ଟଙ୍କା ବାଣ୍ଟିବା ସମୟରେ ଧରିଥିଲେ । ସରକାରୀ ଓକିଲ କହିଛନ୍ତି ଯେ ଧରାପଡ଼ିବା ପରେ ଏହି ଲୋକମାନେ କବିତାଙ୍କ ସପକ୍ଷରେ ଭୋଟ୍ ଦେବା ପାଇଁ ଭୋଟରଙ୍କୁ ଟଙ୍କା ବଣ୍ଟନ କରିଥିବା ସ୍ୱୀକାର କରିଛନ୍ତି ।

IPC ଧାରା ଆଧାରରେ ଦୋଷୀ ସାବ୍ୟସ୍ତ

ଏହି ମାମଲାରେ ଶୌକତ ଅଲ୍ଲୀ ଏବଂ କବିତାଙ୍କୁ ଦୋଷୀ ସାବ୍ୟସ୍ତ କରାଗଲା । ବିଚାରପତି ଦୁହିଁଙ୍କୁ ଦୋଷୀ ସାବ୍ୟସ୍ତତ କରି ଆଇପିସି ଧାରା ୧୭୧-ଇ ଆଧାରରେ ଦଣ୍ଡ ଶୁଣାଇଛନ୍ତି । ଦୁହିଁଙ୍କୁ ୬ ମାସ ପାଇଁ ଜେଲ ସହ  ୧୦ ହଜାର ଟଙ୍କା ଜରିମାନା ଦେବାର ଦଣ୍ଡ ଶୁଣାଇଛନ୍ତି ।

ମନ କି ବାତ୍‌ରେ ଇସାକ୍ ମୁଣ୍ଡାଙ୍କୁ ମୋଦିଙ୍କ ପ୍ରଶଂସା, ଦିନ ମଜୁରିଆରୁ ପାଲଟିଛନ୍ତି ଇଣ୍ଟରନେଟ୍ ସେନସେସନ

ନୂଆଦିଲ୍ଲୀ: ୭୯ ତମ ମନ୍ କି ବାତ୍‌ରେ ଓଡ଼ିଆ ପୁଅକୁ ମୋଦିଙ୍କ ପ୍ରଶଂସା । ୟୁଟ୍ୟୁବର ସମ୍ବଲପୁରର ଇସାକ ମୁଣ୍ଡାଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଇସାକ ମୁଣ୍ଡା ସମସ୍ତଙ୍କ ପାଇଁ ପ୍ରେରଣା ବୋଲି ମୋଦି କହିଛନ୍ତି । ଜଣେ ଦିନ ମଜୁରିଆ ଭାବେ କାମ କରୁଥିବା ଇସାକ ୟୁଟ୍ୟୁବରେ ଓଡ଼ିଶାର ପଖାଳ ଓ ଅନ୍ୟ ପାରମ୍ପରିକ ଖାଦ୍ୟକୁ ନେଇ ଭିଡ଼ିଓ ପ୍ରସ୍ତୁତ କରୁଛନ୍ତି । ତାଙ୍କର ଏହି ଭିଡ଼ିଓକୁ ଦେଶ ବିଦେଶରୁ ଭଲପାଇବା ମିଳୁ ଥିବା ବେଳେ ଏହି ଚ୍ୟାନେଲ ମାଧ୍ୟମରେ ସେ ଟଙ୍କା ରୋଜଗାର କରି ପରିବାର ଚଳାଉଛନ୍ତି । ଯାହାଙ୍କୁ ପ୍ରଶଂସା କରିବା ସହ ସେ ସମସ୍ତଙ୍କ ପାଇଁ ପ୍ରେରଣା ବୋଲି ପ୍ରଧାମନ୍ତ୍ରୀ କହିଛନ୍ତି ।

ଗତବର୍ଷ ଲକଡାଉନ ସମୟରେ ୟୁଟ୍ୟୁବ ଚ୍ୟାନେଲ ଖୋଲି ଜଣେ ସଫଳ ୟୁଟୁବର ଭାବରେ ସାରା ବିଶ୍ୱରେ ବେଶ ନାଁ କମାଇଛନ୍ତି ସମ୍ବଲପୁର ଜିଲ୍ଲାର ଆଦିବାସୀ ଗାଁ ବାବୁପାଲିର ଇସାକ ମୁଣ୍ଡା । ଖୁବ କମ ସମୟରେ ନିଜ ଅଞ୍ଚଳର ଖାଦ୍ୟ, ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀକୁ ୟୁଟ୍ୟୁବରେ ଦେଖାଇ ବେସ ଚର୍ଚାକୁ ଆସିଛନ୍ତି ଇଶାକ । ଦିନ ମଜୁରିଆରୁ ୟୁଟ୍ୟୁବ ସେନସେସନ ପାଲଟିଥିବା ଇସାକଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଟେକ୍ନୋଲୋଜିକୁ ବ୍ୟବହାର କରି ଇସାକ ମୁଣ୍ଡା ଆଜି ୟୁଟ୍ୟୁବ୍ ସେନସେସନ୍ ପାଲଟିଥିବାରୁ ମୋଦି ତାଙ୍କୁ ପ୍ରଶଂସା କରିଛନ୍ତି । ୭୯ତମ ମନ କି ବାତ୍ କାର୍ଯ୍ୟକ୍ରମରେ ମୋଦି ଟୋକିଓ ଅଲିମ୍ପିକ ବିଷୟରେ ମଧ୍ୟ କହିଛନ୍ତି । ଅଲିମ୍ପିକ୍‌ରେ ଭାଗ ନେଇଥିବା ଭାରତୀୟ ଖେଳାଳିଙ୍କୁ ମୋଦି ଶୁଭକାମନା ଜଣାଇବା ସହ ସେମାନଙ୍କ ପାଇଁ ଦେଶ ଗର୍ବିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଜୁଲାଇ ୨୬ରେ କାରଗିଲ୍ ଦିବସ ଥିବାରୁ ପ୍ରଧାନମନ୍ତ୍ରୀ ମନ୍ କି ବାତରେ ସହିଦ ଯବାନଙ୍କ ସ୍ମୃତି ଚାରଣ କରିଥିଲେ ।

ଆଜିଠୁ ମିଳିବ ଇନ୍ଦ୍ରାବତୀର ବିଦ୍ୟୁତ୍, ଉପକୃତ ହେବେ ୩୦ ହଜାରରୁ ଅଧିକ ଉପଭୋକ୍ତା

କଳାହାଣ୍ଡି: ଆଜିଠୁ ଧର୍ମଗଡ ଉପଖଣ୍ଡର ବିଦ୍ୟୁତ୍ ଉପଭୋକ୍ତାକୁ ମିଳିବ ବହୁ ପ୍ରତିକ୍ଷିତ ଉପର ଇନ୍ଦ୍ରାବତୀ ଜଳ ବିଦ୍ୟୁତର ବିଦ୍ୟୁତ୍। କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ଡେଙ୍ଗାଗୁଡାରୁ ବେହେରା 33kv ସବଷ୍ଟେସନ ଦେଇ ଧର୍ମଗଡକୁ ସଂଯୋଗ ହେବ ଇନ୍ଦ୍ରାବତୀର ବିଦ୍ୟୁତ୍ ।

ପୂର୍ବରୁ ବାନେରେ ଗ୍ରିଡରୁ କୋକସରା ଦେଇ ଡେଙ୍ଗାଗୁଡା ପର୍ଯ୍ୟନ୍ତ ବିଦ୍ୟୁତ୍ ସଂଯୋଗ ହୋଇଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀଙ୍କ ପରାମର୍ଷଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅସିତ୍ ତ୍ରିପାଠୀ ଓ ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଧର୍ମଗଡ ବିଧାୟକ ମୌଶଧି ବାଗ ଓ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଏହାର ଉଦଘାଟନ କରିବେ ।

ଏହା ଦ୍ୱାରା ଧର୍ମଗଡ ଉପଖଣ୍ଡର ଗୋଲାମୁଣ୍ଡା ଧର୍ମଗଡ଼ ସମେତ ବେହେରା ଅଞ୍ଚଳର ୫୪ଖଣ୍ଡ ଗାଁରେ ଲୋକ ଭୋଲଟେଜ ଓ ବିଦ୍ୟୁତ୍ ସମସ୍ୟା ଦୂର ହେବ। ୩୦ହଜାରରୁ ଉର୍ଦ୍ଧ୍ୱ ଉପଭୋକ୍ତା ବିଦ୍ୟୁତ୍ ସେବା ପାଇବେ। ବିଭିନ୍ନ ସମୟରେ ଥିରୁବାଲିରୁ ଆସୁଥିବା ବିଦ୍ୟୁତରେ ସମସ୍ୟା ହେଲେ ଧର୍ମଗଡ ଉପଖଣ୍ଡ ଅନ୍ଧାରରେ ରହୁଥିଲେ ହେଲେ ଏହି ସମସ୍ୟା ଦୂର ହେବା ସହ ସିଧାସଳଖ ଇନ୍ଦ୍ରାବତୀରୁ ବିଦ୍ୟୁତ୍ ମିଳିବ। ଏହି ମହାନ ଅବଦାନ ପାଇଁ ଅଞ୍ଚଳବାସୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ୍ ଦେଇଛନ୍ତି।

ତାମିଲ ଅଭିନେତ୍ରୀ ୟାଶିକା ଆନନ୍ଦଙ୍କ କାର୍ ଦୁର୍ଘଟଣାଗ୍ରସ୍ତ: ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି

ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀର ଅଭିନେତ୍ରୀ ୟାଶିକା ଆନନ୍ଦ ଗୁରୁତର ।  ସେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି । ଯାହା ଦ୍ୱାରା ସେ ଗମ୍ଭୀର ଭାବେ ଆହତ ହୋଇଛନ୍ତି । ତାମିଲନାଡ଼ୁର ମହାବଳିପୁରମର ଇଷ୍ଟକୋଷ୍ଟରେ ଶନିବାର ରାତିରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ତେବେ ମିଳିଥିବା ଖବର ମୁତାବକ ୟାଶିକାଙ୍କ ବ୍ୟତିତ ୩ ଜଣ ବନ୍ଧୁ ମଧ୍ୟ ଉପସ୍ଥିତ ଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି ।

ତେବେ ତାଙ୍କ ବନ୍ଧୁ ଏବଂ ୟାଶିକାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ପରେ ୟାଶିକାଙ୍କ ବାପା ଦିଲ୍ଲୀଠାରୁ ଚେନ୍ନାଇ ଆସିଯାଇଛନ୍ତି । ମହାବଲିପୁରମ୍ ଏ ନେଇ ଏକ ମାମଲା ରୁଜୁ କରିବା ସହି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଦେଇଛି ।  ଯେଉଁକାର୍‌ର ୟାଶିକା ଉପସ୍ଥିତ ଥିଲେ ତାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଦୁର୍ଘଟଣାଗ୍ରସ୍ତ କାର୍ ଦେଖି ଦୁର୍ଘଟଣାର ଗମ୍ଭୀରତାକୁ ଆକଳନ କରିହେଉଛି । ୟାଶିକା ନିଜର ବୋଲ୍ଡ ଅନ୍ଦାଜ ଲାଗି ଖୁବ୍ କମ୍ ସମୟ ମଧ୍ୟରେ ବହୁତ ଭଲ ନାମ କମାଇପାରିଥିଲେ । ୟାଶିକା ନିଜ ଅଭିନୟ ଠାରୁ ବୋଲ୍ଡ ଅନ୍ଦାଜ ପାଇଁ ବେଶ୍ ଲୋକପ୍ରିୟ । ଇନ୍‌ଷ୍ଟାଗ୍ରାମରେ ଏହି ଅଭିନେତ୍ରୀଙ୍କ ୨୫ ଲକ୍ଷଠାରୁ ଅଧିକ ଫଲୋର୍ସ ରହିଛନ୍ତି । ତାଙ୍କ ବୋଲ୍ଡ ଫଟୋ ସମସ୍ତଙ୍କୁ ଫ୍ୟାନ୍ କରିଦେଇଛି । ୟାଶିକା ୨୦୧୬ ଠାରୁ ଆକ୍ଟିଂ କ୍ୟାରିଆର ଆରମ୍ଭ କରିଥିଲେ । କିନ୍ତୁ ତାଙ୍କୁ ୨୦୧୮ ମସିହାରେ ବଡ଼ ସଫଳତା ମିଳିଥିଲା । ବିଗ୍ ବସ୍ ତାମିଲର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରତିଯୋଗୀଭାବେ ନଜର ଆସିଥିଲେ ।

IRCTCର ଖାସ ଅଫର, କମ ଖର୍ଚ୍ଚରେ ୪ ଦର୍ଶନୀୟ ସ୍ଥାନ ସହ ରହିବା ଓ ଖାଇବାର ମାଗଣା ବ୍ୟବସ୍ଥା

ନୂଆଦିଲ୍ଲୀ: ଯଦି ଆପଣ ବର୍ତ୍ତମାନ କୁଆଡ଼େ ବୁଲିଯିବା ପାଇଁ ଯୋଜନା କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ । ଭାରତୀୟ ରେଳ ସହ ଆପଣ ନିଶ୍ଚିନ୍ତରେ ବୁଲିବାର ସୁଯୋଗ ପାଇବେ । ଏଥିପାଇଁ IRCTC ଆପଣଙ୍କ ପାଇଁ ଏକ ଖାସ ଅଫର ନେଇ ଆସୁଛି । ଏହି ଅଫରରେ IRCTC ଆପଣଙ୍କୁ କୋଚିନ, ମୁନ୍ନାର, ଥେକ୍କାଡୀ, କୁମାରକୋମ ଭଳି ଅନେକ ଦର୍ଶନୀୟ ସ୍ଥାନ ବୁଲାଇବ । କେରଳର ଏହି ଟୁର୍ ପ୍ୟାକେଜ ୫ ରାତି ଏବଂ ୬ ଦିନ ପାଇଁ ରହିବ । IRCTC ମୁତାବକ ଏହି ଟୁର୍ ସେପ୍ଟେମ୍ବର ୧୦ ତାରିଖରୁ ଅହମଦାବାଦ ସହରରୁ ଆରମ୍ଭ ହେବ ।

ସୂଚନା ଅନୁଯାୟୀ କେରଳର ଏହି ୬ ଦିନିଆ ଟୁର ପ୍ୟାକେଜ ପାଇଁ ଆପଣଙ୍କୁ ମାତ୍ର ୨୩,୫୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଏହି ଆପଣଙ୍କ ବୁଲାବୁଲି ସମେତ ରହିବା ଏବଂ ଖାଇବା ପିଇବାର ମଧ୍ୟ ଉଚିତ ବନ୍ଦୋବସ୍ତ କରାଯାଇଛି । ତେବେ ଜାଣନ୍ତୁ ଏହି ପ୍ୟାକେଜକୁ ନେଇ ସବିଶେଷ ତଥ୍ୟ-

ପ୍ୟାକେଜରେ ମିଳିବ ଏହିସବୁ ସୁବିଧା-

  • ଆପଣଙ୍କ ରହିବା ପାଇଁ ସମସ୍ତ ଜାଗାରେ ୩ ତାରକା ହୋଟେଲର ବ୍ୟବସ୍ଥା କରାଯାଇଛି ।
  • ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯିବା ପାଇଁ ଗାଡ଼ିର ସୁବିଧା ମିଳିବ ।
  • ମିଲ୍ ରେ ଆପଣଙ୍କ ଜଳଖିଆ ସହ ରାତି ଖାଦ୍ୟ ମିଳିବ ।
  • ଏହାବ୍ୟତୀତ ଦର୍ଶନୀୟ ସ୍ଥାନର ଦର୍ଶନ କରାଯିବ ।
  • ଏଥିରେ ସମସ୍ତ ପ୍ରକାର ଟ୍ୟାକ୍ସ ଲାଗୁ ରହିବ ।

ଏହି ଟୁର୍ ସମୟରେ ଆପଣ ଯଦି ଲଣ୍ଡ୍ରି, ଟେଲିଫୋନ ବିଲ୍ ଏବଂ ପାନୀୟ ପଦାର୍ଥ, ବିଜୁଳି ସୁବିଧା, ଟିପ୍ସ, ବୀମା, ମଦ, ରୁମ୍ ସର୍ଭିସ୍, କ୍ୟାମେରା ଚାର୍ଜ, ଟେଲିଫୋନ କଲ୍ ଆଦିର ବ୍ୟବହାରରେ ଅଲଗା ଟାର୍ଜ ନିଆଯିବ ।

 ପ୍ରଥମ ଦିନ – କୋଚିନ

ଏହି ଟୁରରେ ଆପଣଙ୍କୁ ପ୍ରଥମେ କୋଚିନ ଭ୍ରମଣ କରାଯିବ । ଏଠାରେ ଆପଣଙ୍କୁ ହୋଟେଲର ବ୍ୟବସ୍ଥା ମିଳିବ । ଏହାପରେ ସନ୍ଧ୍ୟାରେ ମରିନ ଡ୍ରାଇଭର ମଜା ଆପଣମାନେ ଉଠାଇପାରିବେ ।

ଦ୍ୱିତୀୟ ଦିନ- ମୁନ୍ନାର

ଦ୍ୱିତୀୟ ଦିନ ଆପଣଙ୍କୁ ମୁନ୍ନାର ବୁଲାଯିବ । କୋଚିରୁ ମୁନ୍ନାରର ଦୂରତା ପ୍ରାୟ ୧୩୫ କିଲୋମିଟର । ଏଠାରେ ଦ୍ୱିପ୍ରହରେ ଆପଣ ଟି- ମ୍ୟୁଜୁୟମ ବୁଲିପାରିବେ ।

ତୃତୀୟ ଦିନ- ମୁନ୍ନାର

ତୃତୀୟ ଦିନ ଜଳଖିଆ ପରେ ମୁନ୍ନାରର ସ୍ଥାନୀୟ ଦର୍ଶନୀୟ ସ୍ଥାନ ଭ୍ରମଣ କରାଯିବ । ଅନ୍ୟପଟେ ସନ୍ଧ୍ୟାରେ ମୁନ୍ନାର ଟାଉନରେ ସୋପିଂ ପାଇଁ ଆପଣ ସମୟ ବିତାଇ ପାରିବେ । ଏହାପରେ ମୁନ୍ନାର ହୋଟେଲରେ ଆପଣ ରାତ୍ରି ବିଶ୍ରାମ କରିପାରିବେ ।

ଚତୁର୍ଥ ଦିନ- ମୁନ୍ନାର- ଥେକ୍କାଡୀ

ଚତୁର୍ଥ ଦିନ ଜଳଖିଆ ପରେ ଆପଣଙ୍କ ସଡ଼କ ମାର୍ଗରୁ ଥେକ୍କାଡୀ ନିଆଯିବ । ସେଠାରେ ପହଞ୍ଚି ହୋଟେଲରେ ଚେକ୍ ଇନ କରି ଦ୍ୱିପ୍ରହରେ ଆପଣଙ୍କୁ ଲେକ୍ ଅଫ୍ ପୋରିୟାର ୱାଇଲ୍ଡଲାଇଭ ସ୍ୟାଙ୍କଚୁରୀରେ ଡଙ୍ଗା ଯୋଗେ ସୱାରୀ କରାଯିବ ।

ପଞ୍ଚମ ଦିନ – ଥୋକ୍କଡୀ- କୁମାରକୋମୀ

ପଞ୍ଚମ ଦିନ ଜଳଖିଆ ପରେ ଆପଣଙ୍କୁ କୁମାରକୋମ ଭ୍ରମଣରେ ନିଆଯିବ । ସେଠାରେ ଆପଣଙ୍କୁ ହାଉସବୋଟରେ ରହିବାର ସୁଯୋଗ ମିଳିବ । ସୁନ୍ଦର ବେମ୍ପନାଡ ଲେକ୍ ମଝାମଝି ହାଉସବୋଟ ପରିଭ୍ରମଣ କରି ବିଭିନ୍ନ ବ୍ଲକ କଭର କରିବ ଯାହା ଉପରେ କୁମାରକୋମ ସହର ପ୍ରମୁଖ ଭାବେ ଅବସ୍ଥିତ ।

ACF ସୌମ୍ୟରଞ୍ଜନ ମୃତ୍ୟୁର ତନାଘନା, ଖୋଲିବ ବ୍ୟାଚଲର ପାର୍ଟିର ସତ

ବଲାଙ୍ଗୀର: ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଚାଲିଛି ଜୋରଦାର ତନାଘନା। ପାରଳାଖେମୁଣ୍ଡି ପୋଲିସର ୫ ଜଣିଆ ଟିମ ବଲାଙ୍ଗୀରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆଇଆଇସି ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ତଦନ୍ତକାରୀ ଟିମ୍ ବଲାଙ୍ଗୀରରେ ପହଞ୍ଚିଛି। ପ୍ରାଣୀଧନ ନିରୀକ୍ଷକ ଟ୍ରେନିଂ ସେଣ୍ଟରରେ ପହଞ୍ଚିଛି ପାରଳାଖେମୁଣ୍ଡି ପୋଲିସ ।

ଟ୍ରେନିଂ ସମୟରେ ବଲାଙ୍ଗୀରରେ ବିଦ୍ୟାଭାରତୀଙ୍କ ରହଣି ନେଇ ତଦନ୍ତ ଜାରି ରହିଛି । LI ଟ୍ରେନିଂ ସେଣ୍ଟରର ମୁଖ୍ୟ ତଥା ଡେପୁଟି ଡାଇରେକ୍ଟର ଡକ୍ଟର ହେମନ୍ତ ପ୍ରଧାନଙ୍କୁ ପଚରାଉଚରା ଚାଲିଛି। ବିଦ୍ୟାଭାରତୀ ବଲାଙ୍ଗୀର ରହଣି ସମୟରେ ସେ କାହା କାହା ସହିତ ମିଶୁଥିଲେ, ହଷ୍ଟେଲରେ ତାଙ୍କର କିଏ କିଏ ଘନିଷ୍ଠ ବନ୍ଧୁ ଥିଲେ ସେନେଇ ପଚରାଉଚରା ଚାଲିଛି । ସେହିପରି ବିଦ୍ୟାଭାରତୀ କେଉଁଠି ଓ କାହା ପାଖକୁ କଣ କାମ ପାଇଁ ଯାଉଥିଲେ । ସେନେଇ ତଥ୍ୟ ସଂଗ୍ରହ କରୁଛି ତଦନ୍ତକାରୀ ଟିମ୍ । ଏହାସହ ବ୍ୟାଚଲର ପାର୍ଟି ସମ୍ପର୍କରେ ମଧ୍ୟ ତଥ୍ୟ ସଂଗ୍ରହ କରୁଛି ପୋଲିସ।

ଅନ୍ୟପଟେ ଘଟଣାକୁ ନେଇ ଚର୍ଚ୍ଚାରେ ଥିବା ଡିଏଫଓଙ୍କୁ ମିଳିଛି କ୍ଲିନ୍‌ ଚିଟ୍‌ । ଡିଏଫଓଙ୍କର କୌଣସି ସଂପୃକ୍ତି ନାହିଁ ବୋଲି ଗଜପତି ଏସପି ତପନ କୁମାର ପଟ୍ଟନାୟକ କହିଛନ୍ତି । ସୌମ୍ୟଙ୍କ ଘରକୁ କେବେବି ଯାଇନଥିଲେ ଡିଏଫଓ । ସବୁ ଦିଗରୁ ତଦନ୍ତ ପରେ ଡିଏଫଓଙ୍କ ଲିଙ୍କ ନଥିବା ସ୍ପଷ୍ଟ ହୋଇଛି ଏବଂ ଆବଶ୍ୟକ ପଡିଲେ ଡିଏଫଓ ପୁଣି ସ୍କାନରକୁ ଆସିପାରନ୍ତି ବୋଲି ଏସପି କହିଛନ୍ତି।

ପର୍ଣ୍ଣ ଫିଲ୍ମ ନେଇ ରାଜ୍ କୁନ୍ଦ୍ରା କରିଥିବା ମେଗା ପ୍ଳାନ୍‌ର ଖୁଲାସା: ଟ୍ରେଲର ଏବଂ କ୍ୟାମେରା ଏଙ୍ଗେଲ ନେଇ ହୋଇଥିଲା ଆଲୋଚନା

ମୁମ୍ୱାଇ: ପର୍ଣ୍ଣ ଭିଡିଓ ପ୍ରସ୍ତୁତ କରିବା ଏବଂ ତାକୁ ବିଭିନ୍ନ ଆପରେ ଅପଲୋଡ କରିବା ନେଇ ଗିରଫ ହୋଇଥିବା ରାଜ କୁନ୍ଦ୍ରାଙ୍କ ଲାଗି ଅଡ଼ୁଆ ବଢ଼ିବାରେ ଲାଗିଛି । ରାଜ କୁନ୍ଦ୍ରା ଏବେ ଜୁଲାଇ ୨୭ ଯାଏଁ ପୋଲିସ ରିମାଣ୍ଡରେ  ଅଛନ୍ତି । ଏବଂ ଏହି ସମୟରେ ପୋଲିସ ଅଧିକରୁ ଅଧିକ ପ୍ରମାଣ ଯୋଗାଡ଼ କରିବା ସହ ଏହାକୁ ମଜବୁତ୍ କରିବା ନେଇ ଲାଗି ପଡ଼ିଛି । ତେବେ ଏହି ମାମଲାରେ ଆଉ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ସୂଚନା ମୁତାବକ ରାଜ ନିଜ ପିଏ ଉମେଶ କାମାତଙ୍କ ସହିତ ମିଶି ପର୍ଣ୍ଣ ଭିଡିଓ ପ୍ରସ୍ତୁତ ନେଇ ପ୍ଳାନ୍ କରୁଥିଲେ । ଉଭୟ ମିଶି ଏକ ଲମ୍ୱା ପ୍ଳାନିଂ ମଧ୍ୟ କରିସାରିଥିଲେ । ଯେଉଁଥିରେ ପର୍ଣ୍ଣ ଫିଲ୍ମର ଟ୍ରେଲର, କ୍ୟାମେର ଏଙ୍ଗେଲ ଏବଂ କ୍ୟାମେରା କ୍ୱାଲିଟି ସମ୍ପର୍କରେ ମଧ୍ୟ ଆଲୋଚନା ହୋଇସାରିଥିଲା ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ମୁତାବକ ମୁମ୍ୱାଇ ପୋଲିସ ଏକ ଇମେଲ୍ ତଥ୍ୟ ହାସଲ କରିଛି । ଯେଉଁଥିରେ ରାଜ କୁନ୍ଦ୍ରା ଏବଂ ଉମେଶ କାମାତ ନିଜର ଏହି ପ୍ରଜେକ୍ଟ ସମ୍ପର୍କରେ କଥାବାର୍ତ୍ତା କରୁଥିଲେ । ସେହି ତଥ୍ୟ ମୁତାବକ ପ୍ରତି ଟ୍ରେଲର ଟାଇମିଂ ୬୦ରୁ ୯୦ ସେକେଣ୍ଡ ରହିବ । ଏବଂ ସମ୍ପୂର୍ଣ୍ଣ ଭିଡିଓ ଏଚ୍‌ଡି କ୍ୱାଲିଟରେ ସୁଟ ହେବ  । ଏଭଳି ଏହାର ସୁଟିଂ ନେଇ ଡ୍ରୋନ୍ କ୍ୟାମେରାର ମଧ୍ୟ ବ୍ୟବହାର କରାଯିବ । ଏଥିସହିତ ମୋଡେଲମାନଙ୍କ ଲିଷ୍ଟ ମଧ୍ୟ ପ୍ରସ୍ତୁତ କରାଯାଇଛି ଯେଉଁମାନେ କି ବୋଲ୍ଡ ସିନ୍ ସୁଟ୍ କରିବେ । ସୂଚନା ଯୋଗ୍ୟ ଯେ, ପୂର୍ବରୁ ପୋଲିସ ହାତରେ ଚାଟିଂ ମଧ୍ୟ ଲାଗିଥିଲା । ଯେଉଁଥିରେ ଗେହନା ଗିରଫ ହେବା ପରେ ରାଜ କୁନ୍ଦ୍ରାଙ୍କ ପିଏ ଭାବେ କାମ କରୁଥିବା ଉମେଶ କାମାତ ଏବଂ ପର୍ଣ୍ଣୋଗ୍ରାଫିକ୍ସରେ କାମ କରୁଥିବା ୟଶ ଠାକୁର ବହୁ ବ୍ୟସ୍ତ ହୋଇପଡ଼ିଥବା ଜଣାପଡ଼ିଥିଲା ।

ଏଥିସହିତ ପଢ଼ନ୍ତୁ: ପର୍ଣ୍ଣୋଗ୍ରାଫିକ୍ ଫିଲ୍ମ ନିର୍ମାଣ ମାମଲାରେ ଗେହନା ବଶିଷ୍ଟ ସମେତ ୩ ଜଣଙ୍କୁ ମୁମ୍ୱାଇ ପୋଲିସର ସମନ

ହାଇଦରର ଶବ ବ୍ୟବଚ୍ଛେଦ ଆରମ୍ଭ, ପକେଟରୁ ଲାଲ୍ ଡାଏରୀ ଜବତ

ବାଲେଶ୍ୱର: ଆରମ୍ଭ ହେଲା ଗ୍ୟାଙ୍ଗଷ୍ଟର ହାଇଦରର ଶବ ବ୍ୟବଚ୍ଛେଦ ପ୍ରକ୍ରିୟା।  ବିଚାର ବିଭାଗୀୟ ମାଜିଷ୍ଟ୍ରେଟ, ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ, ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଦୁଇ ଜଣ ଡାକ୍ତର କରୁଛନ୍ତି ଶବ ବ୍ୟବଚ୍ଛେଦ । ବ୍ୟବଚ୍ଛେଦର ଭିଡିଓ ରେକର୍ଡିଂ ମଧ୍ୟ ହେଉଛି । ହାଇଦର ପକେଟରୁ ଏକ ଲାଲ୍ ଡାଏରୀ ଜବତ ହୋଇଛି। ଯେଉଁଥିରେ ଅନେକ ଲୋକଙ୍କ କଣ୍ଟାକ୍ଟନମ୍ବର ଥିବା ପୋଲିସ ସୂଚନା ଦେଇଛି।

ଅନ୍ୟପଟେ ହାଇଦର ନାଁରେ ସିମୁଳିଆ ଥାନାରେ ୧୬୮/୨୧ରେ ମାମଲା ଦାୟର ହୋଇଛି। ହାଇଦର ଉପରେ ଖସି ପଳାଇବା ପାଇଁ ଦଫା ୨୨୪, ଡକାୟତି ପାଇଁ ଦଫା ୩୯୨, ହତ୍ୟା ଉଦ୍ୟମ ସଂକ୍ରାନ୍ତ ୩୦୭ ଦଫା, ସରକାରୀ କର୍ମଚାରୀଙ୍କୁ ଆକ୍ରମଣ ସଂକ୍ରାନ୍ତରେ ଦଫା ୩୫୩, ଧମକ ଚମକ୍ ପାଇଁ ୫୦୬, ଅସ୍ତ୍ରଶସ୍ତ୍ର ଆଇନ ସଂକ୍ରାନ୍ତ ୨୭ ଦଫା ଓ ଗାଳି ଗୁଲଜ ପାଇଁ ୨୯୪ ଦଫା ଲାଗିଛି। ବାଲେଶ୍ୱର ଟାଉନ ଥାନାରେ ଏକ ଅପମୃତ୍ୟୁ ମାମଲା ମଧ୍ୟ ରୁଜୁ କରାଯାଇଛି।

ହାଇଦରର ମୃତ୍ୟୁ ପରେ କେନ୍ଦ୍ରାପଡାରେ ହାଇଆଲର୍ଟ। ଗତକାଲି ରାତି ୧୧ଟାରୁ ୩୦ ତାରିଖ ଦିନ ୧୧ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି। ସହରର ପୁରୁଣା ବସଷ୍ଟାଣ୍ଡ, ନୂଆ ବସଷ୍ଟାଣ୍ଡ, ବଡହାଟ, ତିନି ମୁହାଣୀ, ଗରାପୁର, ରଣପଡ଼ା, ପେଟ୍ରୋଲ ପମ୍ପ ଛକ ଆଦି ସ୍ଥାନରେ ଚାରି ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ପ୍ରତ୍ୟେକ ସ୍ଥାନରେ ଚେକିଂକୁ କଡାକଡି କରାଯାଇଛି। ସେପଟେ ସିଲ୍ ହୋଇଛି ସିମୁଳିଆର ଏନକାଉଣ୍ଟର ସ୍ପଟ୍ । ଘଟଣାସ୍ଥଳରୁ ଦୁଇଟି ଖୋକା ଜବତ ହୋଇଛି। ବାଲେଶ୍ୱର sdpo ଶ୍ରୀହର୍ସ ମିଶ୍ର ଆଡିସନାଲ ଡିସିପି ପ୍ରମୋଦ ରଥ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ପରେ ୨ଟି ଖୋକା ଜବତ ହୋଇଛି।