ଭୁବନେଶ୍ୱର ରେଳ ଷ୍ଟେସନ ବିଶ୍ୱସ୍ତରୀୟ ହେବାରେ ବିଳମ୍ବର କାରଣ ପଛରେ କେନ୍ଦ୍ରର ଅବହେଳା: ମନ୍ତ୍ରୀ ପ୍ରତାପ ଜେନା

ଭୁବନେଶ୍ୱର: ସୁରୁଖୁରୁରେ ଚାଲିଛି ବିଧାନସଭାର ମୌସୁମୀ ଅଧିବେଶନ। ବିଧାନସଭାରେ ଭୁବନେଶ୍ୱର ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ ରେଳ ଷ୍ଟେସନ କରିବାକୁ ଉଦବେଗ ପ୍ରକାଶ ପାଇଛି। ରେଳ ଷ୍ଟେସନ ନେଇ ବିଧାୟକ ସୁରେଶ ରାଉତରାୟ ପ୍ରଶ୍ନ ଉଠାଇଥିଲେ। ସେ ପ୍ରଶ୍ନ କରିଥିଲେ ଯେ ଏପର୍ଯ୍ୟନ୍ତ କାହିଁକି କାମ ଆରମ୍ଭ କରାଯାଇନାହିଁ। ଘଟଣାର ବାଏପାସ୍‌ ପରେ ମଧ୍ୟ କାହିଁକି କାମ ଆରମ୍ଭ ହୋଇପାରୁନାହିଁ ବୋଲି ପ୍ରଶ୍ନ କରିଥିଲେ।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ପ୍ରଶ୍ନର ଉତ୍ତର ରଖିଛନ୍ତି। ସେ କହିଛନ୍ତି ଯେ ଏଥିପାଇଁ କେନ୍ଦ୍ର ଯାହା ପଦକ୍ଷେପ ନେବା କଥା ତାହା ନେଉନାହିଁ। ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ କରିବା ପାଇଁ ବାରମ୍ବାର ଦାବି କରିବା ସତ୍ତ୍ୱେବି ରେଳ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଉତ୍ତର ମିଳିନାହିଁ। ଯେଉଁଥିପାଇଁ କାମରେ ବିଳମ୍ବ ହେଉଛି। କିନ୍ତୁ କେନ୍ଦ୍ର ସରକାର ଭୁବନେଶ୍ୱର ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ ରେଳଷ୍ଟେସନ ଘୋଷଣା କରିବା ପୂର୍ବରୁ ରାଜ୍ୟ ସରକାର ଷ୍ଟେସନର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି।

ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତିଯେ ପ୍ଲାଟଫର୍ମ ନମ୍ବର ୧ ଓ ୬ ପାଖରେ ଖାଲିଥିବା ଜମି ଅଧିଗ୍ରହଣ ଆରମ୍ଭ ହୋଇଛି। ହେଲେ କୋଭିଡ ସ୍ଥିତି ପାଇଁ ଜମି ଅଧିଗ୍ରହଣ, ରେଳ ବିଭାଗର କ୍ଲିଅରାନ୍ସ ପାଇଁ କାର୍ଯ୍ୟରେ ବିଳମ୍ବ ହୋଇଛି। ଉନ୍ନତିକରଣ କାର୍ଯ୍ୟକୁ ନେଇ ମନ୍ତ୍ରୀ କହିଛନ୍ତି ଷ୍ଟେସନ ନିକଟରେ ଏକ ୧୯ ମହଲା ବିଲ୍ଡିଂ ହେବ। ମଲ ଓ ମାର୍କେଟ କମ୍ପ୍ଲେକ୍ସ ଭଳି ଅତ୍ୟାଧୁନିକ ବ୍ୟବସ୍ଥା ରହିବ। ୧୯ ମହଲା ବିଲ୍ଡିଂ ନିର୍ମାଣ ପାଇଁ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ କ୍ଲିଅରାନ୍ସ ଆବଶ୍ୟକ ଥିବା ବେଳେ ତାହା ମିଳି ସାରିଛି।

ପ୍ଲାନ ଓ ଡିଜାଇନ ବି ଶେଷ ହୋଇଛି। ତେବେ ରେଳ ଷ୍ଟେସନର ପ୍ଲାଟଫର୍ମକୁ ରେଳ ବିଭାଗ ବିକାଶ କରିବ ଓ ପାରିପାର୍ଶ୍ୱିକ ଭିତ୍ତିଭୂମିର ବିକାଶ କରିବେ ରାଜ୍ୟ ସରକାର ବୋଲି ମନ୍ତ୍ରୀ ଉତ୍ତରରେ ରଖିଛନ୍ତି। କେବଳ ଭୁବନେଶ୍ୱର ରେଳ ଷ୍ଟେସନ ନୁହେଁ। ରାଜ୍ୟର ବିଭିନ୍ନ ରେଳ ଷ୍ଟସନକୁ ମୁଖ୍ୟମନ୍ତ୍ରୀ ତାଙ୍କ ନିଜସ୍ୱ ପାଣ୍ଠିରୁ ଉନ୍ନତିକରଣ କରିଚାଲିଛନ୍ତି ବୋଲି ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।

Leave a Reply