୨ଟି ଗାଁ ପାଇଁ ଶିମିଳିପାଳକୁ ମିଳୁନି ପୂର୍ଣ୍ଣାଙ୍ଗ ଜାତୀୟ ଉଦ୍ୟାନ ମାନ୍ୟତା

Here Why Similipal Tiger Reserve Not Declared As A National Park

ଭୁବନେଶ୍ୱର: ଶିମିଳିପାଳ ଅଭୟାରଣ୍ୟକୁ ଜାତୀୟ ଉଦ୍ୟାନ ମାନ୍ୟତା ନେଇ ବିଧାୟକ ଗଣେଶ ରାମ୍ ସିଂ ଖୁଣ୍ଟିଆଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ । ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି, ୧୯୮୬ ଜୁନ୍ ୧୧ ଅନୁସାରେ ଶିମିଳିପାଳ ଅଭୟାରଣ୍ୟର ମୋଟ ଏରିଆ (୨୩୦୬.୬୧ ବର୍ଗ କି.ମି.) ମଧ୍ୟରୁ ୮୪୫.୭୦ କି.ମି. ଅଞ୍ଚଳକୁ ପ୍ରସ୍ତାବିତ ଜାତୀୟ ଉଦ୍ୟାନ ଭାବେ ଘୋଷଣା କରିଛନ୍ତି । କିନ୍ତୁ ଦୀର୍ଘ ୩୫ ବର୍ଷ ପରେ ବି ଶିମିଳିପାଳକୁ ପୂର୍ଣ୍ଣାଙ୍ଗ ଜାତୀୟ ଉଦ୍ୟାନର ମାନ୍ୟତା ମିଳିପାରି ନାହିଁ ।

Here Why Similipal Tiger Reserve Not Declared As A National Park

ଏହାର ମୂଳ କାରଣ, ପ୍ରସ୍ତାବିତ ଏଞ୍ଚଳ ଏଯାଏଁ ଜନବସତି ଶୂନ୍ୟ ହୋଇପାରିନାହିଁ । କୌଣସି ସ୍ଥାନ ବା ଅଭୟାରଣ୍ୟକୁ ଜାତୀୟ ଉଦ୍ୟାନ ଭାବେ ଘୋଷଣା କରିବା ପାଇଁ ଉକ୍ତ ଅଞ୍ଚଳ ସମ୍ପୂର୍ଣ୍ଣ ଜନବସତି ଓ ଗୃହପାଳିତ ପଶୁ ଶୂନ୍ୟ ତଥା ସେମାନଙ୍କ ବିଚରଣ ମୁକ୍ତ ହେବା ଆବଶ୍ୟକ । ପ୍ରସ୍ତାବିତ ଅଞ୍ଚଳରେ ଗାଁ ଓ ଜନବସତି ରହିଥିବାରୁ ଧାର୍ଯ୍ୟ ମାନଦଣ୍ଡ ପୂରଣ କରୁନାହିଁ । ଶିମିଳିପାଳ କୋର୍ ଏରିଆ ମଧ୍ୟରେ ୬ଟି ଗାଁ ଥିଲା । ସେଥିମଧ୍ୟରୁ ଜେନାବିଲ, ଜମୁନାଗଡ଼, କବାଟଘାଇ ଓ ବକୁଆ ରାଜସ୍ୱ ଗ୍ରାମ ହୋଇଥିବା ବେଳେ ବାରାହା କାମୁଡ଼ା ଓ ବାହାଘର ସେଟେଲମେଣ୍ଟ ଭିଲେଜ । ଜେନାବିଲ, କବାଟଘାଇ, ବାରାହା କାମୁଡ଼ା ଓ ବାହାଘର ଗାଁ ଗୁଡ଼ିକୁ ସମ୍ପୂର୍ଣ୍ଣ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଜମୁନାଗଡ଼ ଗାଁର ୪୬ଟି ପରିବାରକୁ ସ୍ଥାନାନ୍ତରିତ କରାଯାଇଛି ।

Here Why Similipal Tiger Reserve Not Declared As A National Park

ଏବେ ଶିମିଳିପାଳ କୋର୍ ଏରିଆରେ ଥିବା ୨ଗୋଟି ଗାଁ ବକୁଆ ଗାଁର ୬୧ଗୋଟି ପରିବାର ଓ ଜମୁନାଗଡ଼ ଗାଁର ୩ ଗୋଟି ପରିବାର ବସବାସ କରୁଛନ୍ତି । ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ସଂସ୍ଥା ନିୟ ଅନୁସାରେ, ପ୍ରତ୍ୟେକ ପରିବାର ସ୍ଥାନାନ୍ତରଣ ପାଇଁ ଲିଖିତ ଇଚ୍ଛା ପ୍ରକଟ କରିବେ । ଏହାପରେ ଗ୍ରାମସଭାର ଅନୁମୋଦନ କ୍ରମେ କେନ୍ଦ୍ର ସରକାରଙ୍କ ଏନଟିସିଏ ପ୍ୟାକେଜ ଅନୁସାରେ ସ୍ୱେଚ୍ଛାକୃତ ସ୍ଥାନାନ୍ତରଣ କରାଯିବ । ଏବେ କୋର୍ ଏରିଆରେ ୨ ଗୋଟି ଗାଁରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତରଣ ପାଇଁ ସଚେତନତା ସୃଷ୍ଟି କରାଯାଉଛି । ୨ ଗାଁ ସ୍ଥାନାନ୍ତରିତ ହେଲା ପରେ ଶିମିଳିପାଳକୁ ଜାତୀୟ ଉଦ୍ୟାନ ଘୋଷଣା କରାଯାଇ ପାରିବ ।

Leave a Reply