ନକଲି RT-PCRରେ ଦେଖାଇ ଜଗା ଦର୍ଶନ, ବନ୍ଧା ହେଲେ ୧୨ ଅଭିଯୁକ୍ତ

ପୁରୀ: କଡ଼ାକଡ଼ି ହେବ ଶ୍ରୀମନ୍ଦିର ପ୍ରବେଶ କଟକଣା । ନକଲି ଆରଟିପିସିଆର ରିପୋର୍ଟ ଦେଖାଇ ମନ୍ଦିର ଭିତରକୁ ପ୍ରବେଶ କରୁଥିବା ଭକ୍ତଙ୍କ ଉପରେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଭୁଲ ରିପୋର୍ଟ ଦେଖାଇବା ନେଇ ସିଂହଦ୍ବାର ଓ କୁମ୍ଭାରପଡା ଥାନାରେ 3 ଟି ମାମଲା ରୁଜୁ କରାଯାଇଥିବା ବେଳେ 12ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରେ 4ଜଣ ଭକ୍ତ ରହିଛନ୍ତି ।

ସେପଟେ ପୋଲିସ କୁମ୍ଭାରପଡା ଥାନାରେ ଗୋଟିଏ ମାମଲା ଓ ସିଂହଦ୍ୱାର ଥାନାରେ ଦୁଇଟି ମାମଲା ଦାୟର କରିଥିବାବେଳେ ଆଗାମୀ ଦିନରେ ଯଦି ଏଭଳି ଘଟଣା ଘଟେ ତେବେ ପୋଲିସ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦିଆଯାଇଛି । ତେଣୁ ଭକ୍ତ ମାନେ ଏଭଳି କାର୍ଯ୍ୟରୁ ନିବୃତ ରହିବାକୁ ପୁରୀ ପୋଲିସ ଅପିଲ କରିଛି ।

Leave a Reply