spot_img
Home Blog Page 5362

କେନ୍ଦ୍ରାପଡ଼ା ରସାବଳିକୁ ଜି.ଆଇ ଟ୍ୟାଗ୍ ମାନ୍ୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଦାବି ଜଣାଇଲେ ବିଜେଡି ସାଂସଦ

କେନ୍ଦ୍ରାପଡ଼ାର ରସାବଳିକୁ ଜି.ଆଇ ଟ୍ୟାଗ୍ ମାନ୍ୟତା ଦାବି । କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲଙ୍କ ନିକଟରେ ଦାବି ଜଣାଇଲେ ୩ ବିଜେଡି ସାସଂଦ । ବିଜେଡି ସାଂସଦ ସୁବାସ ସିଂହଙ୍କ ନେତୃତ୍ୱରେ ସାଂସଦ ମୁନ୍ନା ଖାନ୍ ଓ ସାଂସଦ ମମତା ମହନ୍ତ କେନ୍ଦ୍ରମନ୍ତ୍ରୀଙ୍କୁ ଏନେଇ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

       ଇତିହାସ ଅନୁଯାୟୀ ଗଙ୍ଗରାଜତ୍ୱ ସମୟରୁ ଅର୍ଥାତ ୪ଶହ ବର୍ଷ ପୂର୍ବରୁ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା, ବଳଦେବଜୀଙ୍କ ମୁଖ୍ୟ ପ୍ରସାଦ ଭାବେ ଜଣାଶୁଣା  । ସୁସ୍ୱାଦୁ ମିଷ୍ଟାର୍ଣ୍ଣ ରସାବଳିକୁ କେନ୍ଦ୍ରାପଡ଼ା ବାସୀ ବିକ୍ରୟ କରି ନିଜର ଗୁଜୁରାଣ ମେଣ୍ଟାନ୍ତି । ଏପରିକି ଏହି ରସାବଳି ଦେଶ, ବିଦେଶକୁ ବ୍ୟାପିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାର ଜି.ଆଇ ଟ୍ୟାଗ୍ ହୋଇପାରିନାହିଁ । ଦେଶ ଓ ରାଜ୍ୟର  ପ୍ରମୁଖ ପ୍ରଦର୍ଶନୀ ଓ  ଓଡ଼ିଶା ପ୍ରସିଦ୍ଧ ବାଲିଯାତ୍ରାରେ ରସାବଳି ପ୍ରଦର୍ଶିତ ଆଦୃତ ହୋଇପାରିଛି ଦିଲ୍ଲୀ ଟୁ ଓଡ଼ିଶା ପୁର ପଲ୍ଳୀ ପର୍ଯ୍ୟନ୍ତ ବିଭିନ୍ନ ଜାନି ଯାତ୍ରା, ମେଳା ଓ ପ୍ରଦର୍ଶନୀମାନଙ୍କରେ ରସାବଳି ପ୍ରଦର୍ଶି ହୋଇ ଆଦୃତ ହୋଇପାରିଛି । କେନ୍ଦ୍ରାପଡ଼ା ରସାବଳିକୁ ଜିଆଇ ଟ୍ୟାଗ୍ ମିଳିପାରିଲେ, ଏହା ଅନ୍ତର୍ଜାତୀୟସ୍ତରରେ ସ୍ୱୀକୃତି ପାଇପାରିବା ସହ ଦେଶ ବିଦେଶରେ ମଧ୍ୟ ଆଦୃତ ହୋଇପାରିବ । ଫଳରେ ଜାତୀୟ ଓ ଅନ୍ତର୍ଜାତୀୟ ପର୍ଯ୍ୟଟକମାନେ ତୁଳସୀ କ୍ଷେତ୍ର ପ୍ରତି ଆକର୍ଷିତ ହେବେ ଓ ବିଶ୍ୱର ସବୁଠାରୁ ଆକର୍ଷିତ ସ୍ଥାନ ଭିତର କନିକା ଜୈବ ବିଭିଦତା, ୧୮୦ ବର୍ଷ ପୁରୁଣା ବ୍ରିଟିଶ ସମୟର ହୁକିଟୁଲା ବତୀଘର ଓ ବଙ୍ଗୋପସାଗର ବିସ୍ତିର୍ଣ୍ଣ ଜଳରାଶି ଆଧି ପର୍ଯ୍ୟଟକମାନଙ୍କୁ କେନ୍ଦ୍ରାପଡ଼ା ତୁଳସୀ କ୍ଷେତ୍ରକୁ ଆକର୍ଷଣ କରିବାରେ ଏକ ବଡ଼ ଭୂମିକା ନେବାରେ ସହାୟକ ହେବ  ।

ମହଙ୍ଗା ହେଲା ଏଟିଏମ୍ ଦେୟ: ଜାଣନ୍ତୁ କେଉଁ କାରବାର ପାଇଁ କେତେ ଦେୟ ଦେବାକୁ ପଡ଼ିବ

ଆଜିଠାରୁ ଏଟିଏମ ଦେୟ ହେଲା ମହଙ୍ଗା । ଏଟିଏମ କାରବାର ଲାଗି ଦେୟ ପରିମାଣ ବୃଦ୍ଧି ସକାଶେ ପଦକ୍ଷେପ ନେଇଛନ୍ତି ବ୍ୟାଙ୍କ । ଏଟିଏମ କାରବାର ଦେୟ ବୃଦ୍ଧି କରିବା ଲାଗି ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶ ଦେବା ପରେ ଏହା କାର୍ଯ୍ୟକାରୀ ହୋଇଛି । ଆର୍ଥିକ କାରବାର ଲାଗି ଆନ୍ତଃବିନିମୟ ଫି ୧୫ଟଙ୍କାରୁ ୧୭ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ଅଣଆର୍ଥିକ କାରବାର ସକାଶେ ଦେୟ ପରିମାଣ ୫ ଟଙ୍କାରୁ ୬ ଟଙ୍କାକୁ ବୃଦ୍ଧି କରାଯାଇଛି । ଏଟିଏମ ପ୍ରତିଷ୍ଠା, ଏହାର ରକ୍ଷଣାବେକ୍ଷଣ ଖର୍ଚ୍ଚ ବୃଦ୍ଧି ଦୃଷ୍ଟିରୁ ଆରବିଆଇ ଏହି ପଦକ୍ଷେପ ନେଇଛି । ଏହି ନୂଆ ନିୟମ ମଧ୍ୟ ମ୍ୟୁଚୁଆଲ ଫଣ୍ଡ କ୍ଷେତ୍ରରେ କାର୍ଯ୍ୟକାରୀ ହେବ । ଏକ କ୍ରେଡିଟ କାର୍ଡ ବା ଡେବିଟ କାର୍ଡ ବ୍ୟବହାର କ୍ଷେତ୍ରରେ ଏହି ଆନ୍ତଃବିନିମୟ ଦେୟ ଧାର୍ଯ୍ୟ ହେବ । ଏଟିଏମ ଦେୟ ବୃଦ୍ଧି ନେଇ ଗତ ଜୁନ ୨୦୧୯ରେ ଆରବିଆଇ ଏକ କମିଟି ଗଠନ କରିଥିଲେ । ଗତ ୨୦୧୨ ପରଠାରୁ ଏଟିଏମ କାରବାର ଦେୟ ବଢି ନଥିଲା । ନିଜ ବ୍ୟାଙ୍କରେ ଗ୍ରାହକମାନେ ୫ଟି ମାଗଣା ଏଟିଏମ କାରବାର କରିପାରିବେ । ଏହା ପରେ ସେମାନେ ପ୍ରତି କାରବାର ପିଛା ୨୦ ଟଙ୍କା ଦେବେ । ମେଟ୍ରୋ ସିଟିରେ ୩ଟି ମାଗଣା କାରବାର ଲାଗି ବ୍ୟବସ୍ଥା ରହିବ ।

ଏଥିସହିତ ପଢ଼ନ୍ତୁ: ରାଜନୀତିକୁ କେମିତି ଆସିଥିଲେ ବାବୁଲ ସୁପ୍ରିୟୋ?

ରାଜନୀତିକୁ କେମିତି ଆସିଥିଲେ ବାବୁଲ ସୁପ୍ରିୟୋ?

କୋଲକାତା: ରାଜନେତାମାନେ ଯାହା ବି କରନ୍ତି ତାହା ହେଇଯାଏ ଚର୍ଚ୍ଚାର ବିଷୟ । ଏଇ ଯେମିତି ବାବୁଲ ସୁପ୍ରିୟୋ , ଯାହାଙ୍କୁ ନେଇ ବର୍ତ୍ତମାନ ଖୁବ୍ ଜୋରସୋରରେ ହେଉଛି ଚର୍ଚ୍ଚା । ତାଙ୍କର ଗୋଟିଏ ଫେସବୁକ୍ ପୋଷ୍ଟ ପାଇଁ ସବୁ ମାହୋଲରେ କଥା ଉଠିଛି । ସାଂସଦ ବାବୁଲ ସୁପ୍ରିୟୋ ରାଜନୀତିରୁ ସନ୍ୟାସ ନେବା କଥା ନିଜ ଫେସବୁକ ମାଧ୍ୟମରେ ସୂଚନା ଦେଇଛନ୍ତି । ତେବେ ରାଜନୀତି ଠାରୁ ବିଦାୟ ନେବାପର କଥାରୁ ହିଁ ସମସ୍ତଙ୍କ ନଜର ଏବେ ବାବୁଲ ସୁପ୍ରିୟୋଙ୍କ ଉପରେ । କେମିତି ସେ ପଦ୍ମରେ ଯୋଗ ଦେଇଥିଲେ ଓ କାହା ପରାମର୍ଶରେ ସେ ବିଜେପିର ହାତ ଧରିଥିଲେ ସେ ବିଷୟରେ ଜାଣିବାକୁ ସମସ୍ତେ ଆଗ୍ରହ ପ୍ରକାଶ କରୁଛନ୍ତି । ଫେସବୁକ୍ ପୋଷ୍ଟ ମାଧ୍ୟମରେ ରାଜନୀତିକୁ ‘ଅଲବିଦା’ କହି ଗୋଟିଏ ପଟେ ମୋହଭଙ୍ଗ ନେଇ ଇସାରା କରିଥିବା ସୁପ୍ରିୟୋ କେଉଁ ପରିସ୍ଥିତିରେ ରାଜନୀତିକୁ ଆସିଥିଲେ ସେନେଇ ମଧ୍ୟ ଉଲ୍ଲେଖ କରିବାକୁ ଭୁଲିନାହାନ୍ତି। ଯୋଗଗୁରୁ ରାମଦେବ ଏକ ବିମାନରେ ଭେଟ ହେବା ପରେ ସେ କେମିତି ରାଜନୀତିକୁ ଆସିଥିଲେ ସେନେଇ କହିଛନ୍ତି । ସେତେବେଳେ ବେଙ୍ଗଲରେ ବିଜେପି ଗୋଟିଏ ବି ସିଟ୍ ପାଇବନି ବୋଲି ତାଙ୍କୁ ଖରାପ ଲାଗିଥିଲା। ସେତେବେଳେ ଦେଶବାସୀଙ୍କ ପାଇଁ ପରିଚୟ ହୋଇସାରିଥିଲେ ମୋଦି..କିନ୍ତୁ ବେଙ୍ଗଲ ମୋଦୀଙ୍କୁ ନିଜର ଭାବିନଥିଲା । ତଥାପି ବାବୁଲ ସୁପ୍ରିୟୋ ବଙ୍ଗାଳୀ ହୋଇ ମଧ୍ୟ ମୋଦିଙ୍କ ପାର୍ଟିରେ ସାମିଲ ହେବାର ନିଷ୍ପତ୍ତି ନେଇଥିଲେ । ୨୦୧୪ରେ ବିଜେପି ବେଙ୍ଗଲର ୨ଟି ସିଟ୍ ଜିତିଥିଲା ।ଆସନସୋଲାରୁ ବାବୁଲ ସୁପ୍ରିୟୋ ବିଜୟୀ ହୋଇଥିବା ବେଳେ ଏସଏସ ଆଲୁବାଲିଆଙ୍କୁ ଦାର୍ଜିଲିଙ୍ଗରୁ ଆସନ ମିଳିଥିଲା । ବର୍ତ୍ତମାନ ଦଳରୁ ବିଦାୟ ନେବା ପରେ ବି ବାବୁଲ ସୁପ୍ରିୟୋ କହିଛନ୍ତି- ସେ ଦଳରୁ ଯିବା ପରେ ବି କାହାର କିଛି ଫରକ ପଡିବ ନାହିଁ । ଆଉ ଏହି ବିଦାୟ ପରେ ସେ କୈାଣସି ଦଳରେ ବି ସାମିଲ ହେବେନାହିଁ ବୋଲି ସୂଚନା ଦେଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ୧୫ଶହ ତଳକୁ ଖସିଲା ସଂକ୍ରମଣ: ୧୪୩୭ ନୂଆ ସଂକ୍ରମିତ ଚିହ୍ନଟ

ବିଶ୍ୱ ବନ୍ଧୁତ୍ୱ ଦିବସ: ଚଳଚ୍ଚିତ୍ର ମାଧ୍ୟମରେ ପ୍ରଦର୍ଶିତ ହୋଇଥିବା କିଛି ନିଚ୍ଛକ ବନ୍ଧୁତ୍ୱର କାହାଣୀ

ଏ ଦୁନିଆରେ ସବୁ ସମ୍ପର୍କଠାରୁ ନିଆରା ସମ୍ପର୍କ ହେଉଛି ବନ୍ଧୁତ୍ୱର ସମ୍ପର୍କ । ବାପା ମା ଆତ୍ମୀୟସ୍ୱଜନ ସବୁ ସମ୍ପର୍କ ଗୋଟିଏ ଆଡେ ଓ ସାଙ୍ଗସହ ନିବିଡତା ଅନ୍ୟ ଆଡେ । ପିଲାଟିଏ ଜନ୍ମନେଲେ ତା’ ପାଇଁ କିଛି ସମ୍ପର୍କ ପୂର୍ବରୁ ତିଆରି ହୋଇରହିଥାଏ । କିନ୍ତୁ ବନ୍ଧୁ ଚୟନ କରିବା ସେହି ପିଲାର ନିଜସ୍ୱ ପସନ୍ଦ ଥାଏ । ଯାହାକୁ ଆଉ କେହି ନୁହେଁ ବରଂ ସେ ନିଜେ ହିଁ ନିଣ୍ଣୟ କରିଥାଏ । ସେହି ବନ୍ଧୁତାର ସମ୍ପର୍କକୁ ସାରା ଜୀବନ ସାଥିରେ ରଖିବା ପାଇଁ ତ୍ୟାଗ, ଭଲପାଇବା ଓ ବିଶ୍ୱାସର ସଂଯୋଗ ଆବଶ୍ୟକ ପଡିଥାଏ । ଦେଖିବାକୁ ଗଲେ ବନ୍ଧୁପାଇଁ ଗୋଟିଏ ଦିନ ଯଥେଷ୍ଟ ନୁହେଁ । କିନ୍ତୁ ଯେଉଁ ସାଙ୍ଗ ଆମ ସୁଖଦୁଃଖର ସାଥୀ ହୋଇଥାଏ ତାଙ୍କ ପାଇଁ ଉସବର ଦିନଟିଏ ତ ରହିବା କଥା ନା… ସେଥିପାଇଁ ପ୍ରତି ବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାର ଦିନକୁ ବିଶ୍ୱ ବନ୍ଧୁତ୍ୱ ଦିବସ ଭାବେ ପାଳନ କରାଯାଏ ।
ନିଜ ବନ୍ଧୁଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇ ଏହିଦିନକୁ ସମସ୍ତେ ଖୁବ ଖୁସିରେ ପାଳନ କରନ୍ତି । ସାଙ୍ଗମାନଙ୍କ ସହ ସମୟ ଅତିବାହିତ କରନ୍ତି । ଆଜିର ଦିନ ଆମକୁ ମନେପକାଇ ଦିଏ ଯେ ପ୍ରକୃତ ସାଙ୍ଗ ଜୀବନରେ ରହିବା ନିହାତି ଜରୁରୀ,ସାଙ୍ଗଟିଏ ଥିଲେ ଜୀବନର ଅନେକ କିଛି ଅସୁବିଧା ଝଡ଼ଝଞ୍ଜା ସହଜରେ ପାର କରିହେଇଯାଏ । ବିନା ସର୍ତରେ ଗଢିଉଠୁଥିବା ଏକ ସୁନ୍ଦର ସମ୍ପର୍କ ହେଉଛି ଏହି ବନ୍ଧୁତା । ସେଥିପାଇଁ ପ୍ରକୃତ ସାଙ୍ଗ ନିଜ ସାଙ୍ଗ ପାଇଁ ଜୀବନ ଦେବାକୁ ବି ପଛାଏନାହିଁ । ଯାହା ଅନେକ ମିଛ ଓ ଛଳନା ଉପରେ ଗଢିଉଠୁଛି । ପ୍ରକୃତ ବନ୍ଧୁର ଚିତ୍ର ଯଦି ଆପଣ ଏହି ସବୁ ସୋସିଆଲ ମିଡିଆରେ ଖୋଜିବେ ତେବେ ଧୋକା ତ ନିଶ୍ଚୟ ମିଳିବ । ଆଗରୁ ଚଳଚିତ୍ର ମାଧ୍ୟମରେ ବି ପ୍ରକୃତ ବନ୍ଧୁତ୍ୱ କ’ଣ ତାର ଉଦାହରଣ ଦିଆଯାଉଥିଲା । ତେବେ ଚାଲନ୍ତୁ ଆଜିର ଦିନରେ ନଜର ପକାଇବା ସେମିତି କିଛି ଖାସ୍ ଚଳଚିତ୍ରଗୁଡିକ ବିଷୟରେ ଯାହା ଆଜି ବି ଅନେକଙ୍କ ମନରେ ସ୍ମରଣୀୟ ହୋଇ ରହିଛି ।

Anand (1971) Full Hindi Movie | Rajesh Khanna, Amitabh Bachchan, Sumita Sanyal, Ramesh Deo - YouTube
୧୯୭୧ ମସିହାର ଆନନ୍ଦ ଚଳଚିତ୍ର
ଯେଉଁଥିରେ ଅମିତାଭ ବଚ୍ଚନ ଓ ରାଜେସ୍ ଖନ୍ନାଙ୍କ ଦୋସ୍ତି ଦେଖିବାକୁ ମିଳିଥିଲା..ସେଥିରେ ରାଜେସ୍ ଖନ୍ନା ମରିବା ଯାଇ ବି ଅମିତାଭଙ୍କୁ ଜୀବନର ପ୍ରକୃତ ମର୍ମ କଣ ବୁଝାଇ ଦେଇଯାଇଥିଲେ..ଖୁବ୍ କମ ସମୟରେ ଏହି ଚଳଚିତ୍ରଟି ଜୀବନ ଓ ବନ୍ଧୁତ୍ୱ ଅର୍ଥ କଣ ତାହା ବୁଝାଇଦେଇଥିଲା ।

Sholay Full HD 1080p - YouTube
୧୯୭୫ ମସିହାର ଶୋଲେ ଚଳଚିତ୍ର
ଦୋସ୍ତି ଉପରେ ନିର୍ମାଣ ହୋଇଥିବା କିଛିଟା ଖାସ୍ ଚଳଚିତ୍ର ମଧ୍ୟରୁ ଶୋଲେ ହେଉଛି ମୁଖ୍ୟ ଉଦାହରଣ…ଜୟ ଓ ଭୀରୁଙ୍କର ସାନଦାର୍ ଯୋଡି ଏଥିରେ ଦର୍ଶକଙ୍କୁ ଖୁବ ଭଲ ଲାଗିଥିଲା..ଏହି ଦୁଇ ଚରିତ୍ରରେ ଅମିତାଭ୍ ବଚ୍ଚନ ଓ ଧର୍ମେନ୍ଦରଙ୍କର ଜବରଦସ୍ତ ଦୋସ୍ତି ଦେଖିବାକୁ ମିଳିଥିଲା… ଆଜି ବି ଅନେକଲୋକ ନିଜ ବନ୍ଧୁତ୍ବ ସମ୍ପର୍କକୁ ଜୟ ଭୀରୁର ଦୋସ୍ତି ଭଳି ଉଦାହରଣ ସ୍ୱରୂପ ନିଅନ୍ତି..

Yaarana (1981) Full Video Songs Jukebox | Amitabh Bachchan, Neetu Singh, Amjad Khan - YouTube
୧୯୮୧ ମସିହାର ୟାରାନା ଚଳଚିତ୍ର
ଫିଲ୍ମ ୟାରାନାର ଗୀତ ତେରେ ଜେସା ୟାର୍ କାହାଁ ଶୁଣିଲେ ଆଜି ବି ଲୋକଙ୍କ ଆଖିରେ ଲୁହ ଜକେଇ ଆସେ..ଦୁଇ ସାଙ୍ଗ କିଭଳି ଦୁହିଁଙ୍କ ଅସୁବିଧାରେ ଦମ୍ଭ ଭଳି ଛିଡା ହେଇପାରନ୍ତି ତାର ଶିକ୍ଷା ଦେଇଥିଲା ୟାରାନା ଚଳଚିତ୍ର…

Dostana (1980 film) Movie | Cast, Release Date, Trailer, Posters, Reviews, News, Photos & Videos | Moviekoop
୧୯୮୦ ମସିହାର ଦୋସ୍ତାନା ଚଳଚିତ୍ର
ଦୋସ୍ତି ଉପରେ ନିର୍ମାଣ ହୋଇଥିବା ଏହା ଏକ ଏକ୍ସନ ଫିଲ୍ମ ଥିଲା..ଏଥିରେ ଅମିତାଭ ବଚ୍ଚନ ଶତ୍ରୁଘ୍ନ ସିହ୍ନା …ଜୀନତ ଅମାନ,ପ୍ରେମ ଚୋପଡା,ଅମରେଶ ପୁରୀ,ହେଲେନ ଭଳି ଅନେକ କଳାକାର ନଜର ଆସିଥିଲେ । ସେଥିରେ ମଧ୍ୟ ବନ୍ଧୁତ୍ବର ନିବିଡତାକୁ ପରିପ୍ରକାଶ କରାଯାଇଥିଲା..

Jo Jeeta Wohi Sikandar (1992) | Bollywood movies, Best bollywood movies, Bollywood posters
୧୯୯୨ ମସିହାର ଜୋ ଜିତା ବହି ସିକନ୍ଦର
୯୦ଦଶକର କିଛି ଖାସ୍ କଳାକାରଙ୍କ ଭିତରୁ ଅମିରଖାନ୍ ମଧ୍ୟ ଜଣେ ଜବରଦସ୍ତ ଅଭିନେତା..ତାଙ୍କ ଅଭିନିତ ଜୋ ଜିତା ବହି ସିକନ୍ଦର ଫିଲ୍ମ ସେ ସମୟରେ ଅନେକ ଚର୍ଚ୍ଚା ସାଉଁଟି ଥିଲା । ସ୍କୁଲ କଲେଜ ସମୟରେ ସାଙ୍ଗ ମାନେ କେତେ ନିଜର ଥାଆନ୍ତି ଓ ପ୍ରତିଟି ସମୟରେ ସେମାନେ ସାଙ୍ଗ ପାଇଁ ଯେକୈାଣସି ଅସୁବିଧାର ସମ୍ମୁଖୀନ କରିପାରନ୍ତି ତାର ଉଦାହରଣ ଏହି ଚଳଚିତ୍ରରେ ଦିଆଯାଇଥିଲା ।

ରାଜ୍ୟରେ ୧୫ଶହ ତଳକୁ ଖସିଲା ସଂକ୍ରମଣ: ୧୪୩୭ ନୂଆ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୪ଶହ ୩୭ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ୧୮ଶହ୯୯ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୬୪ ଜଣଙ୍କ ଜୀବନ ନେଇଛି କିଲର କରୋନା । ଏହାକୁ ମିଶାଇ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୫ହଜାର ୯୬୬ରେ ପହଞ୍ଚିଛି । ୨୯ ଜିଲ୍ଲା ଓ ଷ୍ଟେଟପୁଲରୁ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ନୂଆପଡାରେ ଶୂନ ସଂକ୍ରମଣ । କ୍ବାରେଣ୍ଟାଇନରୁ ୮୩୨, ଲୋକାଲ କେସ୍ ୬୦୫ । ଖୋର୍ଦ୍ଧାରୁ ୪୦୯, ପୁରୀରୁ ୧୪୬, କଟକରୁ ୧୯୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁରରୁ ୮୬, ଷ୍ଟେଟପୁଲରୁ ୮୨, ଯାଜପୁରରୁ ୬୬, ବାଲେଶ୍ବରରୁ ୬୪, ଅନୁଗୁଳ ଓ ଭଦ୍ରକରୁ ୪୭ଜଣ ଲେଖାଏଁ, କେନ୍ଦ୍ରାପଡାରୁ ୪୧, ମୟୂରଭଞ୍ଜରୁ ୪୦,ନୟାଗଡ଼ରୁ ୩୬, ସୁନ୍ଦରଗଡ଼ରୁ ୨୯, ଢେଙ୍କାନାଳରୁ ୨୧, କେନ୍ଦୁଝରରୁ ୧୯, ସମ୍ବଲପୁରରୁ ୧୬, କନ୍ଧମାଳରୁ ୧୪, ସୋନପୁରରୁ ୧୩, ରାୟଗଡ଼ାରୁ ୧୧, ଗଞ୍ଜାମରୁ ୧୦, ବରଗଡ଼ ଓ ଦେବଗଡ଼ରୁ ୮ଜଣ ଲେଖାଏଁ, ମାଲକାନଗିରିରୁ ୭, କଳାହାଣ୍ଡିରୁ ୬, ଝାରସୁଗୁଡା ଓ କୋରାପୁଟରୁ ୫ଜଣ ଲେଖାଏଁ , ବଲାଙ୍ଗୀରରୁ ୪, ଗଜପତିରୁ ୩, ବୌଦ୍ଧ ଓ ନବରଙ୍ଗପୁରରୁ ୨ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୭୮ହଜାର ୭୦୫, ମୋଟ୍ ସୁସ୍ଥ ହେଲେଣି ୯ଲକ୍ଷ ୫୬ହଜାର୮୨୮, ଆକ୍ଟିଭ କେସ୍ ୧୫ହଜାର ୮୫୮ ।

 

ସକାଳୁ ସକାଳୁ ରାଜଧାନୀରେ ଯୁବତୀଙ୍କ ଠାରୁ ମୋବାଇଲ ଝାମ୍ପିନେଲେ ଦୁର୍ବୃତ୍ତ

ଭୁବନେଶ୍ୱର: ସଟ୍‌ଡାଉନ୍‌ରେ ସ୍ନାଚିଂ । ସକାଳୁ ସକାଳୁ ଯୁବତୀଙ୍କ ଠାରୁ ମୋବାଇଲ ଝାମ୍ପି ନେଲେ ଦୁର୍ବୃତ୍ତ । ରବି ଟକିଜ୍ ନିକଟରେ ଘଟିଛି ଘଟଣା । ଘଟଣା ମୁତାବକ ଯୁବତୀ ଜଣଙ୍କ ବିଜେପିନଗରରୁ ଚାଲି ଚାଲି ମଲ୍‌କୁ ଯାଉଥିଲେ । ଏହି ସମୟରେ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ଗୋଟିଏ ବାଇକ୍‌ରେ ୩ଜଣ ଯୁବକ ଆସି ମୋବାଇଲକୁ ଝାମ୍ଫି ନେଇଛନ୍ତି । ରବି ଟକିଜ୍ ସ୍ଥିତ ଏକ କାର୍ ସୋରୁମ୍‌ରୁ ଝାମ୍ପିନେଇଛନ୍ତି ଦୁର୍ବୃତ୍ତ । ଲୁଟ୍‌ର ଶିକାର ହୋଇଥିବା ଯୁବତୀ ଜଣଙ୍କ ଏ ନେଇ ବଡ଼ଗଡ଼ ଥାନାରେ ଏତଲା ଦେଇଛନ୍ତି । ତେବେ ନିକଟସ୍ଥ ସୋ ରୁମ୍ ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ । ସୂଚନା ଯୋଗ୍ୟ , ଲୁଟର ଶିକାର ହୋଇଥିବ ଯୁବତୀ ଜଣଙ୍କ ଯୁବତୀଙ୍କ ଘର ବିଞ୍ଝାରପୁର ହୋଇଥିବ ବେଳେ ଭୁବନେଶ୍ୱର ରହି ମଲରେ କାମ କରନ୍ତି। ଲୁଟ ହୋଇଥିବା ମୋବାଇଲର ଦାମ ୧୯ ହାଜର ଟଙ୍କା ବୋଲି ସେ କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଗତ ୨୪ ଘଣ୍ଟା ମଧ୍ୟରେ ୫୮ ଡେଙ୍ଗୁ ରୋଗୀ ଚିହ୍ନଟ

Tokyo Olympics 2020: ବ୍ରୋଞ୍ଜ ପାଇଁ ଆଜି ଲଢ଼ିବେ ସିନ୍ଧୁ

ଟୋକିଓ: ଆଜି ଅଲିମ୍ପିକ୍ସରେ ଦଶମ ଦିନରେ ବିଭିନ୍ନ ଇଭେଣ୍ଟରେ ଭାରତୀୟ ଖେଳାଳି ଦେଶ ପାଇଁ ପ୍ରତିନିଧିତ୍ୱ କରିବେ । ସକାଳ 9.36ରେ ବକ୍ସିଙ୍ଗ କ୍ୱାର୍ଟର ଫାଇନାଲ ଖେଳାଯିବ । ଭାରତୀୟ ବକ୍ସର ସତୀଶ କୁମାର ଓ ଉଜବେକିସ୍ଥାନର ଜେ ବାଖୋଧିରଙ୍କ ମଧ୍ୟରେ ଏହି ମ୍ୟାଚ ଖେଳାଯିବ । ତାଙ୍କ ଠାରୁ ପଦକ ଆଶା କରାଯାଉଛି । ସେହିପରି ଭାରତୀୟ ଷ୍ଟାର ବ୍ୟାଡ଼ମିଣ୍ଟନ ଖେଳାଳି ପିଭି ସିନ୍ଧୁ ବ୍ରୋଞ୍ଜ ପଦକ ପାଇଁ ସଂଧ୍ୟା 5ଟାରେ ଚୀନର ହେ ବିଙ୍ଗ ଜିଆଓଙ୍କୁ ଭେଟିବେ । ଏହା ବ୍ୟତୀତ ସଂଧ୍ୟା 5ଟା 30 ରେ ଭାରତୀୟ ପୁରୁଷ ହକି ଟିମ କ୍ୱାର୍ଟର ଫାଇନଲରେ ଗ୍ରେଟ ବ୍ରିଟେନକୁ ଭେଟିବ । ଏହି ମ୍ୟାଚ ଭାରତ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଏହି ମ୍ୟାଚ ଜିତିଲେ ଭାରତ ଆଉ ଏକ ପଦକ ନିକଟତର ହେବ ।

ଏଥିସହିତ ପଢ଼ନ୍ତୁ: ଜାତିସଂଘ ନିରାପତ୍ତା ପରିଷଦର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇବ ଭାରତ

ଗତ ୨୪ ଘଣ୍ଟା ମଧ୍ୟରେ ୫୮ ଡେଙ୍ଗୁ ରୋଗୀ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀରେ ଭୟ ବଢାଉଛି ଡେଙ୍ଗୁ । ଗତ ୨୪ଘଣ୍ଟାରେ ପୁଣି ୫୮ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୫୬୩କୁ ବୃଦ୍ଧି ପାଇଛି । ସଚେତନତା ଓ ସଫେଇ କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇ ୫ ହଜାର ୫ହ ୪୮ଟି ଘରେ ମୋଟ ୨୩ହଜାର ଲୋକଙ୍କ ଠାରୁ ତଥ୍ୟ ସଂଗ୍ରହ କରାଯାଇଛି । ୧୯ଶହ ୮୪ଟି ସମ୍ଭାବ୍ୟ ମଶା ବୃଦ୍ଧି ସ୍ଥାନକୁ ହଟେଇବା ସହ ୬୪୩ଟି ସ୍ଥାନରେ ଏଡିସ ମଶାର ଲାର୍ଭାକୁ ଚିହ୍ନଟ କରି ନଷ୍ଟ କରାଯାଇଥିବା ବିଏମସି ପକ୍ଷରୁ ସୂଚନା ମିଳିଛି ।

ଏଥିସହିତ ପଢ଼ନ୍ତୁ: ଖାଇବାକୁ ଆସି କଲେ ଗୁଳିମାଡ଼, ମେଡିକାଲରେ ମାଲିକଙ୍କ ମୃତ୍ୟୁ

 

ଖାଇବାକୁ ଆସି କଲେ ଗୁଳିମାଡ଼, ମେଡିକାଲରେ ମାଲିକଙ୍କ ମୃତ୍ୟୁ

ନୂଆପଡା: ଖଡ଼ିଆଳ ଥାନା ଅନ୍ତର୍ଗତ ଡୁଆଝର ଗାଁରେ ଥିବା ବାସନ୍ତୀ ଢ଼ାବାରେ ଫୁଟିଲା ଗୁଳି । ଯୁବକଙ୍କ ଗୁଳି ମାଡ଼ରେ ହୋଟେଲ ମାଲିକଙ୍କ ମୃତ୍ୟୁ ହୋଇଛି ।
ହୋଟେଲ ମାଲିକ ବାସନ୍ତୀ ମେହେରଙ୍କ ଛାତିରେ ଗୁଳି ବାଜିଥିବା ବେଳେ ଗୁରୁତର ଅବସ୍ଥାରେ ଖଡ଼ିଆଳ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟ ହୋଇଛି ।

ସୂଚନା ମୁତାବକ ହୋଟେଲକୁ ୮ ଟା ସମୟରେ ଦୁଇ ଯୁବକ ଖାଇବାକୁ ଆସିଥିଲେ । ପରେ ଯୁବକ ଦ୍ୱୟ ହୋଟେଲରେ ମହିଳାଙ୍କୁ  ସିଗାରେଟ ମାଗିଥିଲେ । ଏହି ସମୟରେ ଜଣେ ଯୁବକ ମହିଳାଙ୍କୁ ଗୁଳି କରିଥିଲେ । ଗୁଳିମାଡ଼ କରିବା ପରେ ଦୁଇ ଯୁବକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଖଡ଼ିଆଳ ପୋଲିସ ପହଂଚି ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି ।

ଜାମିନ ନାମଞ୍ଜୁର ପରେ ଝାରପଡ଼ା ଜେଲ ଗଲେ କୋଟିପତି ପିଏସ ବିରଞ୍ଚି ନାରାୟଣ

ଭୁବନେଶ୍ୱର: ଝାରପଡ଼ା ଜେଲ ଗଲେ କୁବେର ପିଏସ  । ଆଜି ଗିରଫ ହେବା ପରେ ଭିଜିଲାନ୍ସ କୋର୍ଟରେ  ହଜାର  ହୋଇଥିଲେ । ଜାମିନ ନାମଞ୍ଜୁର ହେବାରୁ ଜେଲ ଗଲେ ବିରଞ୍ଚି । ଆସନ୍ତା ତେର ତାରିଖ ଯାଏଁ ବିଚାର ଭିବାଗୀୟ ହାଜତରେ ରହିବେ ବିରଞ୍ଚି ନାରାୟଣ  । ସେପଟେ ଭିଜିଲାନ୍ସ ବିଭାଗରେ ଖୋଳତାଡ଼ ବେଳେ ମିଳିଛି 25ରୁ ଅଧିକ  ଅଶାୟୀଙ୍କ ଆଡ଼ମିଟ କାର୍ଡ  ।

ସେପଟେ ବିରଞ୍ଚି ନାଁ ରେ କେତେ source of income ବାହାରିଛି ତା ଉପରେ ଆମେ ବିଚାର ବିମର୍ଶ କରୁଛୁ ଓ ବେଲ୍ ପାଇଁ ଆବେଦନ କରିଥିଲୁ  । କିନ୍ତୁ ମାନ୍ୟବର କୋର୍ଟ ବେଲ ରିଜେକ୍ଚ କରିଛନ୍ତି ।  ବିରଞ୍ଚି ଜେଲ ଯିବା ପରେ ପ୍ରତିକ୍ରିୟା ରଖି କହିଛନ୍ତି ତାଙ୍କ ଓକିଲ  । ଗତକାଲି ରାତି ରେ ରେଡ଼ ବେଳେ ବିରଞ୍ଚିଙ୍କ ଘର ଉପରକୁ କିଛି ଯୁବକ ପଥର ମାଡ଼ କରିଥିବା ସୂଚନା ରଚିଛି। ଭିଜିଲାନ୍ସ ଅଧିକାରୀ ପାଟି କରିବାରୁ ଛତ୍ର ଭଙ୍ଗ ଦେଇଥିବା ସୂଚନା ମିଳିଛି  ।

ଗତକାଲି ଠାରୁ ପ୍ରାୟ ୨୦ଘଣ୍ଟା ଧରି ମାରାଥନ ରେଡ୍‌ ପରେ ରାତି ସାଢ଼େ ୨ଟାରେ ସରିଥିଲା ରେଡ଼ । ସ୍ଥାବର ଅସ୍ଥାବର ସମ୍ପତ୍ତିର ହିସାବ କରିଛି ଭିଜିଲାନ୍ସ । ବିରଞ୍ଚିଙ୍କ ଘରୁ ଦେଢ କେଜି ସୁନା ଓ ଅଳଙ୍କାର ଜବତ ହୋଇଛି । ଜବତ ସୁନାର ମୂଲ୍ୟ ୬୦ ଲକ୍ଷରୁ ଅଧିକ ଟଙ୍କା ହେବ । ଏହା ସହିତ ୫୬ ଲକ୍ଷ ଟଙ୍କାର ଜୀବନବୀମା, ନଗଦ ୨୫ଲକ୍ଷ ଟଙ୍କା ଓ ବିପୁଳ ପରିମାଣର ବ୍ୟାଙ୍କ ଡିପୋଜିଟ୍ ଜବତ କରିଛି ଭିଜିଲାନ୍ସ ।

ଏଥିସହିତ ନିଯୁକ୍ତି ସମ୍ବନ୍ଧୀୟ ଆଡମିଟ୍ କାର୍ଡ, ଦାମୀ କାର ଏବଂ ବାଇକ ଜବତ କରାଯାଇଛି । ସେହିପରି ନୀଳାଦ୍ରିବିହାରରେ ୨ମହଲା କୋଠା, ଭକ୍ତିବିହାରରେ କୋଠା ସମେତ ଭୁବନେଶ୍ୱର, ଖୋର୍ଦ୍ଧା ଓ ପୁରୀରେ ୧୪ଟି ପ୍ଲଟ ଠାବ ହୋଇଛି । ବର୍ତ୍ତମାନ ସୁଦ୍ଧା ବିରଞ୍ଚିଙ୍କ ନିକଟରୁ ୩କୋଟି ୭୯ଲକ୍ଷର ସମ୍ପତ୍ତି ଠାବ ହୋଇଥିବା ସୂଚନା ମିଳିଛି ।