spot_img
Home Blog Page 5363

ଘରକୁ ଫେରୁଥିବାବେଳେ କୂଅରେ ପଡି ଦୁଇ ନାବାଳିକାଙ୍କ ମୃତ୍ୟୁ

କାମାକ୍ଷାନଗର: କୂଅରେ ପଡି ଦୁଇ ନାବାଳିକାଙ୍କ ମୃତ୍ୟୁ  । ମୃତକ ହେଲେ ଭୁବନ ଥାନା କହେଁଇପାଳ ଗ୍ରାମର ପ୍ରଦୀପ ପାତ୍ରଙ୍କ 6 ବର୍ଷର ଝିଅ ପ୍ରିୟଙ୍କା ଓ ଶେଷ ପାତ୍ରଙ୍କ 5ବର୍ଷର ଝିଅ ସ୍ମୃତି  । ଉଭୟ ସମ୍ପର୍କୀୟ ଭଉଣୀ  । ଦୁଇଜଣ ଆଜି ସନ୍ଧ୍ୟାରେ ଦୋକାନରୁ ଘରକୁ ଫେରୁଥିବାବେଳେ ଗ୍ରାମ ନିକଟରେ ଥିବା ଏକ କୂଅରେ ଖସି ପଡ଼ିଥିଲେ  ।

ପରିବାର ଲୋକ ଖୋଜାଖୋଜି କରି ଉଭୟଙ୍କୁ କୂଅରୁ ଉଦ୍ଧାର କରି କାମାକ୍ଷାନଗର ମେଡିକାଲ ନେଇଥିଲେ  । ତେବେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ  । ଦୁଇ ଶିଶୁକନ୍ୟାଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି  ।

ଜାତିସଂଘ ନିରାପତ୍ତା ପରିଷଦର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇବ ଭାରତ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ସ୍ତରରେ ଭାରତକୁ ବଡ ସଫଳତା । ଆସନ୍ତା କାଲିଠାରୁ ଜାତିସଂଘ ନିରାପତ୍ତା ପରିଷଦର ଅଧ୍ୟକ୍ଷ ଦାୟିତ୍ବ ତୁଲାଇବ ଭାରତ । ସାମୁଦ୍ରିକ ନିରାପତ୍ତା, ଶାନ୍ତି ପ୍ରତିଷ୍ଠା ଓ ଆତଙ୍କବାଦର ମୁକାବିଲା କ୍ଷେତ୍ରରେ ଭାରତ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ସେପଟେ ଚୀନ, ଆଫଗାନିସ୍ତାନ ଓ ପାକିସ୍ତାନକୁ ଲାଗିଛି ବଡ ଝଟକା । ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଟି.ଏସ. ତିରୁମୂର୍ତ୍ତି କହିଛନ୍ତି- ନିରାପତ୍ତା ପରିଷଦରେ ଭାରତର ଅଧ୍ୟକ୍ଷତା ଏକ ଗୁରୁତ୍ବପୂର୍ଣ୍ଣ ଘଟଣା । ଭାରତ ୭୫ତମ ସ୍ବାଧୀନତା ଦିବସ ପାଳନ କରିବାକୁ ଯାଉଥିବାବେଳେ ନିରାପତ୍ତା ପରିଷଦରେ ଅଧ୍ୟକ୍ଷ ଦାୟିତ୍ବ ଗ୍ରହଣ କରିବା ଅତ୍ୟନ୍ତ ମହତ୍ବପୂର୍ଣ୍ଣ ।

ଶକ୍ତିଶାଳୀ ୧୫ଟି ରାଷ୍ଟ୍ରକୁ ନେଇ ଗଠିତ ଜାତିସଂଘର ଅଧ୍ୟକ୍ଷ ଦାୟିତ୍ବ ନେବା ପ୍ରଥମ । ଆସନ୍ତା ୨ ତାରିଖରେ ତିରୁମୂର୍ତ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ନିରାପତ୍ତା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ଭାରତ ଦୁଇ ବର୍ଷ ଲାଗି ମନୋନୀତ ହୋଇଛି । ଗତ ଜାନୁଆରୀ ୧ରୁ ଭାରତ ଏହି ସଦସ୍ୟତା ଲାଭ କରିଛି । ଏକ ଅସ୍ଥାୟୀ ସଦସ୍ୟ ରାଷ୍ଟ୍ର ଭାବେ ଭାରତ ପ୍ରଥମ ଥର ଲାଗି ନିରାପତ୍ତା ପରିଷଦର ଅଧ୍ୟକ୍ଷ ଦାୟିତ୍ବ ଗ୍ରହଣ କରିଛି । ଆସନ୍ତାବର୍ଷ ଡିସେମ୍ବରରେ ଭାରତ ପୁଣି ନିରାପତ୍ତା ପରିଷଦର ଅଧ୍ୟକ୍ଷତା ଗ୍ରହଣ କରିବ ।

ଭାରତ-ଚୀନ ମଧ୍ୟରେ ଚାଲିଥିବା ସୀମା ବିବାଦ, ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକଳାପ ତଥା ଆଫଗାନିସ୍ତାନରେ ଅସ୍ଥିରତା ପରିପ୍ରେକ୍ଷୀରେ ଭାରତର ଅଧ୍ୟକ୍ଷତା ଗୁରୁତ୍ବପୂର୍ଣ୍ଣ ସାବ୍ୟସ୍ତ ହେଉଛି । ଜାତିସଂଘ ନିରାପତ୍ତା ପରିଷଦରେ ଚୀନ, ଫ୍ରାନସ, ରୁଷ, ବ୍ରିଟେନ ଓ ଆମେରିକା ଅଛନ୍ତି ସ୍ଥାୟୀ ସଦସ୍ୟ । ସେପଟେ ଭାରତ, ଏସ୍ତୋନିଆ, ଆୟାରଲ୍ୟାଣ୍ଡ, କେନିଆ, ମେକ୍ସିକୋ, ନାଇଜର, ନରଓ୍ବେ, ସେଣ୍ଟ ଭିନସେଣ୍ଟ, ଟ୍ୟୁନିସିଆ, ଭିଏତନାମ ଆଦି ରାଷ୍ଟ୍ର ସମେତ ୧୫ ରାଷ୍ଟ୍ର ଅଛନ୍ତି ଅସ୍ଥାୟୀ ସଦସ୍ୟ ।

ସୋମବାରଠୁ ସମସ୍ତ ୨୫ଟି ରୁଟରେ ଗଡ଼ିବ ୧୯୪ଟି ମୋ ବସ

ଭୁବନେଶ୍ୱର: ଆସନ୍ତା ସୋମବାରଠୁ ସମସ୍ତ ରୁଟରେ ଗଡ଼ିବ ମୋ ବସ । ସମସ୍ତ ୨୫ଟି ରୁଟରେ ୧୯୪ଟି ବସ ଯାତାୟତ କରିବ । ସକଳା ୭ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିବ ବସ । ଶନିବାର ରବିବାର ସପ୍ତାହାନ୍ତ ସଟଡାଉନ ଥିବାରୁ ଏହି ଦୁଇଦିନ କେବଳ ବସ ଚଲାଚଲ ବନ୍ଦ ରହିବା ନେଇ କ୍ରୁଟ ପକ୍ଷରୁ ସୂଚନା ଦିଆୟାଇଛି  । ରାଜ୍ୟରେ ଅଗଷ୍ଟ ଗାଇଡଲାଇନ ଆସି ସାରିଛି  ।

କଟକଣା ମୁତାବକ ରାଜ୍ୟରେ ସପିଂ ମଲ, ହଲ, ସୁଇମିଂ ପୁଲ ସମେତ ହାଟ ବଜାର ଆଦି କୋଲିବା ନେଇ ଅନୁମତି ଦେଇଛନ୍ତି  । ତେଣୁ ଏଭଳି ସ୍ଥିତିରେ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ମୋ ବସ  ସେବାକୁ ପୁନର୍ବାର କାର୍ଯ୍ୟକ୍ଷମ କରିବା ଆରମ୍ଭ କରିବାକୁ ଯାଉଛନ୍ତି ସରକାର  । ଏନେଇ ସୂଚନା ଦେଇଛନ୍ତି କ୍ରୁଟର ସାଧାରଣ ପରିଚାଳକ ଦିପ୍ତି ମହାପାତ୍ର । ତେବେ ବସରେ ଯାତାୟତ ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

ବସ ଚଳାଚଳ ସମୟରେ କୋଭିଡ ଗାଇଡଲାଇନ ପାଳନ କରିବାକୁ କୁହାଯାଇଛି  ।  ସେହିପରି ବସରେ ଯାତ୍ରା କରୁଥିବା ସମୟରେ ମାସ୍କ ପରିଧାନ କରିବା ବାଧ୍ୟତାମୂଳକ କରାଯାଇଛି  । ଯେଉଁଯାତ୍ରୀ ବସରେ ଯାତ୍ରା କରୁଥିବା ସମୟରେ ମାସ୍କ ପିନ୍ଧିନଥିବେ, ତାଙ୍କୁ ଅନୁମତି ମିଳିବ ନାହିଁ ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି କ୍ରୁଟ କର୍ତ୍ତୁପକ୍ଷ  । ସିଟ ଅନୁସାରେ ହିଁ କେବଳ ଯାତ୍ରୀ ବସରେ ଯାତ୍ରା କରିପାରିବେ । ଠିଆ ହୋଇ କୌଣସି ଯାତ୍ରୀ ?-

ଆସିଲା +2 ରେଜଲ୍ଟ: ବିଜ୍ଞାନରେ ୯୫.୧୫ ପ୍ରତିଶତ, ବାଣିଜ୍ୟରେ ୯୪.୯୬ ପ୍ରତିଶତ ମାର୍କ

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଏବଂ ବାଣିଜ୍ୟ ରେଜଲ୍ଟ  । ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସାମ୍ବାଦିକ ସମ୍ମିଳନୀ ଜରିଆରେ ଫଳ ଘୋଷଣା କରିଛନ୍ତି  । ବିଜ୍ଞାନରେ ଚଳିତବର୍ଷ ୯୫.୧୫ ପ୍ରତିଶତ ରେଜଲ୍ଟ ହୋଇଛି  । ସେହିପରି ବାଣିଜ୍ୟରେ ମଧ୍ୟ ୯୪.୯୩ ପ୍ରତିଶତ ମାର୍କ ହୋଇଥିବା ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ  ।

ଚଳିତବର୍ଷ ବିଜ୍ଞାନରେ ମୋଟ ୮୯ ହଜାର ୯୫୧ ଜଣ ଛାତ୍ରଛାତ୍ରୀ ପାସ  ହୋଇଛନ୍ତି । ଏଥି ମଧ୍ୟରୁ ୫୦୧୯୮ ଜଣ ଛାତ୍ର ରହିଥିବାବେଳେ ୩୯୭୫୩ ଜଣ ଛାତ୍ରୀ ରହିଛନ୍ତି  । ସେହିପରି ସମୁଦାୟ ୫୫୪୬୮ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି  । ଦ୍ୱିତାୟ ଶ୍ରେଣୀରେ ୧୬, ୯୪୩ ରହିଥିବାବେଳେ ତୃତୀୟ ଶ୍ରେଣୀରେ ୧୪ ୬୩୧ ରହିଛନ୍ତି  । ବିଜ୍ଞାନରେ ରେଗୁଲାର ପାସ ହାର ରହିଛି ୯୯.୮୮, ଏକ୍ସ ରେଗୁଲାର ପାସହାର ୭୧.୨୭ ରହିଛି  ।

ଅନ୍ୟପଟେ ବାଣିଜ୍ୟରେ ସମୁଦାୟ ୨୩ ହଜାର ୨୯୨ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଥିବା ନେଇ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ  । ବାଣିଜ୍ୟରେ ପ୍ରଥମ ଶ୍ରେଣିରେ ପାସ କରିଛନ୍ତି ୮ ହଜାର ୩୫୫ ଜଣ, ଦ୍ୱିତାୟ ଶ୍ରେଣିରେ ପାସ କରିଛନ୍ତି ୫ ହଜାର ୬୯୨ ଜଣ ଏବଂ ତୃତୀୟ ଶ୍ରେଣୀରେ ପାସ କରିଛନ୍ତି ୯ ହଜାର ୬୬ ଜଣ  ।  ଚଳିତବର୍ଷ +2 ପାଇଁ ଫର୍ମଫିଲାପ କରିଥିଲେ ୩ ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ । 55 ହଜାରରୁ ଅଧିକ ଛାତ୍ରଛାତ୍ରୀ ବିଜ୍ଞାନ ପାଇଁ ଫର୍ମଫିଲାପ କରିଥିଲେ । ଉଭୟ ବିଷୟରେ 12,3,508 ଜଣ ପରୀକ୍ଷାର୍ଥୀ ରହିଛନ୍ତି ।

ରାତି ୮ଟାରେ chseodisha.nic.in ଏବଂ orissaresults.nicରେ ରେଜଲ୍ଟ ଦେଖିପାରିବେ ପିଲା । କରୋନା ପାଇଁ ଏଥର ପରୀକ୍ଷା ହୋଇନଥିବା ବେଳେ ପୂର୍ବ ପରୀକ୍ଷା ଆଧାରରେ ପରୀକ୍ଷା ଫଳ ଘୋଷଣା କରାଯାଇଛି । ସେପଟେ ପରୀକ୍ଷା ଫଳରେ ସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀମାନେ ଅଫଲାଇନରେ ପରୀକ୍ଷା ଦେଇପାରିବେ । ତେବେ କଳା ଓ ଧନ୍ଦାମୂଳକ ପାଠ୍ୟକ୍ରମର ଫଳ ପରବର୍ତ୍ତି ପର୍ଯ୍ୟାୟରେ ପ୍ରକାଶ ପାଇବ ବୋଲି ଶିକ୍ଷା ବିଭାଗ ତରଫରୁ ଘୋଷଣା କରାଯାଇଛି  ।

ଜାପାନରେ ଜରୁରୀକାଳୀନ ସ୍ଥିତି, ଅଲମ୍ପିକ୍ସ ଉପରେ କରୋନାର କଳା ବାଦଲ

ଟୋକିଓ: କରୋନା ଭାଇରସ ସଂକ୍ରମଣ ମାମଲା ବୃଦ୍ଧି କାରଣରୁ ଜାପାନ ସରକାର ୩୧ ଅଗଷ୍ଟ ପର୍ଯ୍ୟନ୍ତ ନିଜ ଦେଶରେ ଜରୁରୀକାଳିନ ପରିସ୍ଥିତି ଲାଗୁ କରିଛନ୍ତି । ଏହି ଏମରଜେନ୍ସୀ ଟୋକିଓ,ସୈତମା,ଚିବା,କାନଗାବା,ଓସାକା ଓ ଓକିନାଭା ପ୍ରଦେଶରେ ଲାଗୁ ହେବ । ଏହି ରାଜ୍ୟ ସହିତ ହୋକ୍କାଇଡୋ,ଇଶିକାବା,କ୍ୟୋଟା,ହ୍ୟୁଗୋ ଓ ଫୁକୁଓକା ପ୍ରଦେଶରେ ମଧ୍ୟ କରୋନା ସଂକ୍ରମଣ ରୋକିବ ପାଇଁ ପ୍ରାଥମିକ ପଦକ୍ଷେପ ନିଆଯାଇଛି । ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଟୋକିଓରେ ଅଲମ୍ପିକ୍ସ ଆୟୋଜିତ ହେଉଛି । ଯେଉଁଥିରେ ବିଶ୍ୱର ହଜାର ହଜାର ଖେଳାଳି ଯୋଗ ଦେଉଛନ୍ତି ।

ଜାପାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଟ୍ୱିଟ୍ ଜାପାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏନେଇ ଟ୍ୱିଟ୍ ହୋଇଛି । ଅଗଷ୍ଟ ୩୧ ତାରିଖରୁ ଟୋକିଓ,ସୈତମା,ଚିବା,କାନଗାବା,ଓସାକା ଓ ଓକିନାଭାରେ ଏମରଜେନ୍ସି ଲାଗୁ ନେଇ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ, ଟୋକିଓ ଓ ଓକିନାଭୋରେ ଆଗରୁ ଏମରଜେନ୍ସି ଲାଗୁ ହୋଇଥିଲା । ଯାହା ଅଗଷ୍ଟ ୨୨ ତାରିଖରେ ଶେଷ ହେବାର ଥିଲା । ରେକର୍ଡ ସ୍ତରରେ କରୋନା ସଂକ୍ରମଣ ଜାପାନୀ ମିଡିଆ ଏନଏଚକେ ୱାର୍ଲ୍ଡ ଅନୁସାରେ ଦେଶରେ ଦ୍ରୁତ ଗତିରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସରକାର ଏହି ଘୋଷଣା କରିଛନ୍ତି ।

ଟୋକିଓ ମେଟ୍ରୋପଲିଟାନ ସରକାର ଜୁଲାଇ ୨୯ ତାରିଖରେ ସଂକ୍ରମଣ ୩୮୬୫ ନୂଆ ମାମଲା ଚିହ୍ନଟ ହୋଇଥିବା ଘୋଷଣା କରିଥିଲା । ଅନ୍ୟପକ୍ଷରେ ପୁରା ଦେଶରେ ସେହି ଦିନ ୧୦ ହଜାର ୬୯୯ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିଲା । ମହାମାରୀ ଆରମ୍ଭ ପରଠାରୁ ଗୋଟିଏ ଦିନରେ ଏହା ହେଉଛି ଜାପାନରେ ସର୍ବାଧିକ ସଂକ୍ରମଣ ମାମଲା । ସରକାରଙ୍କ ସବୁ ଚେଷ୍ଟା ସତ୍ୱେ ଜାପାନରା ସଂକ୍ରମଣ ମାମଲା ହ୍ରାସ ପାଉନାହିଁ । ଜାପାନା ପ୍ରଧାନମନ୍ତ୍ରୀ ୟୋସିହିଦେ ସୁଗା କହିଛନ୍ତି ଯେ, ୩୧ ଅଗଷ୍ଟ ପର୍ଯ୍ୟନ୍ତ ଆମେ ଟୋକିଓ,ସୈତାମା,ଚିବା,କାନାଗାବା,ଓସାକା ଓ ଓକିନାଭା ପ୍ରଦେଶରେ ଜରୁରୀକାଳିନ ପରିସ୍ଥିତି ଜାରି ରହିବ ।

ମୃତ ଓଡ଼ିଆ ଶ୍ରମିକଙ୍କ ପରିବାରକୁ ୩ଲକ୍ଷ ଲେଖାଏଁ ସହାୟତା ରାଶି ଦେବେ ଆନ୍ଧ୍ର ସରକାର

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶର ଗୁଣ୍ଟୁରର ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଜୀବନ ହାରିଥିବା ୬ ଜଣ ଓଡ଼ିଆ ଶ୍ରମିକଙ୍କ ପରିବାରକୁ ସହାୟତା ରାଶି ଘୋଷଣା କରିଛନ୍ତି ଆନ୍ଧ୍ରପ୍ରଦେଶ ସରକାର । ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ପ୍ରତ୍ୟକଙ୍କ ପରିବାରକୁ ୩ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି  ।

ଗତକାଲି ରାତିରେ ଗୁଣ୍ଟୁରରେ ଥିବା ଏହି ଚିଙ୍ଗୁଡ଼ି ଫ୍ୟାକ୍ଟିରେ ଘଟିଥିଲା ଅଘଟଣ  । ଫଳରେ ସେଠାରେ କାର୍ଯ୍ୟକରୁଥିବା ୬ ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା  । ଏହି ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତକଙ୍କ ପରିବାରକୁ ସମବେଦନା ଜଣାଇଥଲେ  । ସେହିପରି ମୃତକଙ୍କ ପରିବାର ପିଛା ୨ ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ରାଶି ଘୋଷଣା କରିଥିଲେ  ।

ରାଜନୀତିକୁ ବାଏ ବାଏ କଲେ ବାବୁଲ, ଫେସବୁକରେ ଲେଖିଲେ ଏମିତି…

ନୂଆଦିଲ୍ଲୀ : ରାଜନୀତିରୁ ସନ୍ନ୍ୟାସ ନେଲେ ବିଜେପି ନେତା ତଥା ବଲିଉଡ୍ ଗାୟକ ବାବୁଲ ସୁପ୍ରିୟୋ । ଏନେଇ ବାବୁଲ ଶନିବାର ଦିନ ଫେସବୁକ ପୋଷ୍ଟ ଜରିଆରେ ସୂଚନା ଦେଇଛନ୍ତି । ରାଜନୀତି ଛାଡିବା ସହ ସାଂସଦ ପଦରୁ ମଧ୍ୟ ଇସ୍ତଫା ଦେଇଥିବା ନେଇ ଘୋଷଣା କରିଛନ୍ତି ବାବୁଲ ସୁପ୍ରିୟୋ  । ସୋସିଆଲ ମିଡିଆରେ ବିଜେପି ନେତା ବାବୁଲ ସୁପ୍ରିୟୋ କହିଛନ୍ତି , ରାଜନୀତି ଛାଡୁଛି କିନ୍ତୁ ଅନ୍ୟ କୌଣସି ଦଳରେ ଯୋଗ ଦେବି ନାହିଁ । ସୂଚନାଯୋଗ୍ୟ ଯେ, ଆସନସୋଲରୁ ଦୁଇଥର ଲୋକସଭାକୁ ନିର୍ବାଚିତ ହୋଇଥିବା ବାବୁଲ ସୁପ୍ରିୟୋ ନିକଟରେ ସରିଥିବା ପଶ୍ଚିମବଙ୍ଗ ବିଧାନସଭା ପାଇଁ ମଧ୍ୟ ନିର୍ବାଚନ ଲଢିଥିଲେ ।

ତେବେ ବିଧାନସଭା ନିର୍ବାଚନରେ ତାଙ୍କୁ ପରାଜୟର ମୁହଁ ଦେଖିବାକୁ ମିଳିଥିଲା । ବାବୁଲ ଶନିବାର ଦିନ ରାଜନୀତିରୁ ସନ୍ନ୍ୟାସ କଥା ଘୋଷଣା କରି ଫେସବୁକରେ ଲେଖିଛନ୍ତି ଯେ, ରାଜନୀତି ଛାଡୁଛି କିନ୍ତୁ ଟିଏମସି,କଂଗ୍ରେସ କିମ୍ବା ଅନ୍ୟ କୌଣସି ରାଜନୈତିକ ଦଳରେ ଯୋଗ ଦେଉନାହିଁ । ସମାଜ ସେବା ପାଇଁ ରାଜନୀତିରେ ରହିବା କିଛି ଜରୁରୀ ନୁହେଁ । ନିକଟରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣରେ ବାବୁଲଙ୍କୁ ପଦ ମିଳିନଥିଲା ।

https://www.facebook.com/BabulSupriyoOfficial/posts/4344085975634177

ସେହିପରି ୨୦୨୧ କୋଲକତା ବିଧାନସବା ନିର୍ବାଚନ ସମୟରେ ବାବୁଲ ସୁପ୍ରିୟୋଙ୍କୁ ଦଳ ବିଧାୟକ ଭାବେ ଲଢିବା ପାଇଁ ଘୋଷଣା କରିଥିଲା  । ସୂଚନା ମୁତାବକ ବାବୁଲ ସୁପ୍ରିୟୋଙ୍କ ଅନିଛା ସ୍ୱତେ ଦଳ ତାଙ୍କୁ ବିଧାୟକ ଭାବେ ଲଢିବା ପାଇଁ ଟିକେଟ ପ୍ରଦାନ କରିଥିଲା   । ବିଧାନସଭା ନିର୍ବାଚନରେ ବିପୁଳ ପରାଜୟ ହୁଅନ୍ତି ବାବୁଲ  । ସେହିପରି ନିର୍ବାଚନ ପରବର୍ତ୍ତୀ ସମୟରେ ପଶ୍ଚିମବଙ୍ଗରେ ବିଜେପି କ୍ଷମତାସୀନ ନହେଲେ ମଧ୍ୟ ବିପକ୍ଷ ଦଳ ଭାବେ ଉଭା ହୁଅ  । କିନ୍ତୁ ଏହି ସମୟରେ କେନ୍ଦ୍ରୀୟ ନେତୃତ୍ୱ ବାବୁଲଙ୍କୁ ଅଣଦେଖା କରିଥିବା ମଧ୍ୟ ଆଭାସ ମିଳେ  । ୟେଉଁଥିରେ ଅସନ୍ତୁଷ୍ଟ ରହିଥିଲେ ବିଜେପି ନେତା ବାବୁଲ ସୁପ୍ରିୟୋ  ।

ଅନ୍ୟପଟେ ପଶ୍ଚିମବଙ୍ଗରେ ବିଜେପିର ପରାଜୟକୁ ନେଇ ମଧ୍ୟ ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ବାବୁଲ  । ସେ କହିଛନ୍ତି ବିଜେପି ପରାଜୟକୁ ମୁଁ ସ୍ୱୀକାର କରୁଛି, ମୋର ମଧ୍ୟ କେଉଠି ନା କେଉଁଠି ତ୍ରୁଟି ରହିଛି  । ଏହା  ସହିତ ବିଜେପିର ପରାଜୟରେ ତ୍ରୁଟି ଥିବା ନେଇ ଦଳର ଶୀର୍ଷ ନେତୃତ୍ୱ ମଧ୍ୟ ଗ୍ରହଣ କରନ୍ତୁ  । ବର୍ତ୍ତମାନ ପଶ୍ଚିମବଙ୍ଗରେ ବିଜେପିର ସ୍ଥିତି ମଜଭୁତ ରହିଛି  । ବିଜେପିରେ ନେତା କମ ନାହାଁନ୍ତି  । ତେଣୁ ମୁଁ ଯଦି ରାଜନୀତିରୁ କିମ୍ବା ଦଳରୁ ବିଦାୟ ନେଉଛି, ତାହା ଦଳ ଉପରେ କୌମସି ପ୍ରଭାବ ପକାଇବ ନାହିଂ ବୋଲି କହିଛନ୍ତି ବାବୁଲ ସୁପ୍ରିୟୋ  ।

ଏଥିସହିତ ବାବୁଲ କହିଛନ୍ତି, ଯେତେବେଳେ ବିଜେପିରେ କେହି ନଥିଲେ, ସେତେବେଳେ ମୁଁ ଦଳରେ ମିଶିବା ନେଇ ନିଷ୍ପତ୍ତି ନେଇଥିଲି  । ଅନେକ ସମସ୍ୟା, ଅନେକ ଦୁସ୍ଥିତିର ସାମ୍ନା କରିବାକୁ ମୋତେ ପଡିଛି  । ଦଳକୁ କ୍ଷମତାସୀନ କରିବା ନେଇ ଅନେକ ପ୍ରୟାସ କରିଛି  । କିନ୍ତୁ ବର୍ତ୍ତମାନ ଦଳରେ ନେତା କମ ନାହାଁନ୍ତି ବୋଲି କହିଛନ୍ତି  । ବାବୁଲଙ୍କର ସୋସିଆଲ ମିଡିଆ ପୋଷ୍ଟରୁ ଏକତା ସ୍ପଷ୍ଟ ଯେ କେଉଁଠି ନା କେଉଁଠି ଦଳରେ ତାଙ୍କୁ ଅଣଦେଖା କରାଯାଇଛି  । ଏମିତିକି ସଦ୍ୟ ସମ୍ପ୍ରସାରଣ ହୋଇଥିବା କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମଧ୍ୟ ବାବୁଲଙ୍କୁ ସାମିଲ କରାଯାଇନଥିଲା  । ତେଣୁ ଏବଳି ସମସ୍ତ ପରିସ୍ଥିତିକୁ ଭିତ୍ତି କରି ବଲିଉଡ ଗାୟକ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ରାଜନୀତିକୁ ବାଏ ବାଏ କରିଛନ୍ତି  ।

 

ସେମି ଫାଇନାଲରେ ହାରିଲେ ସିନ୍ଧୁ, ଏବେବି ରହିଛି ବ୍ରୋଞ୍ଚ ଆଶା

ଟୋକିଓ : ରିଓ ଅଲମ୍ପିକ୍ସର ରୌପ୍ୟ ପଦକ ବିଜେତା ପି ଭି ସିନ୍ଧୁ ଶନିବାର ଦିନ ମହିଳା ବ୍ୟାଡମିଣ୍ଟନ ସିଙ୍ଗଲ୍ସର ସେମିଫାଇନାଲରେ ତାଇ ଜୁ ୟିଙ୍ଗଙ୍କଠାରୁ ପରାସ୍ତ ହୋଇଛନ୍ତି । ଏହା ସହିତ ଭାରତର ରୌପ୍ୟ କିମ୍ବା ସ୍ୱର୍ଣ୍ଣ ପଦକର ଆଶା ଶେଷ ହୋଇଛି । ସିନ୍ଧୁଙ୍କୁ ପରାଜୟ ସହିତ ୧୩୦ କୋଟି ଭାରତୀୟଙ୍କ ସ୍ୱର୍ଣ୍ଣ ଆଶାକୁ ଜୋରଦାର ଝଟକା ଲାଗିଛି ।
ତାଇ ଏହି ମୁକାବିଲାକୁ ୨୧-୧୮ ଓ ୨୧-୧୨ରେ ଜିତିଥିଲେ ।

ତେବେ ସିନ୍ଧୁଙ୍କ ପାଇଁ ଏବେବି ବ୍ରୋଞ୍ଚ ଜିତିବାର ଆଶା ରହିଛି । ବ୍ରୋଞ୍ଜ ପଦକ ପାଇଁ ସେ ଚୀନର ବିଙ୍ଗ୍ ଜିଆଓଙ୍କ ମୁକାବିଲା କରିବେ । ପ୍ରି କ୍ୱାର୍ଟରରେ ଡେନମାର୍କ ଓ କ୍ୱାର୍ଟରରେ ଜାପାନର ଅକାନେ ୟମାଗୁଚିଙ୍କୁ ପରାସ୍ତ କଲା ପରେ ସେମିରେ ତାଇ ଜୁ ୟିଙ୍ଗଙ୍କୁ ଭେଟିଥିଲେ ସିନ୍ଧୁ। ରବିବାର ସନ୍ଧ୍ୟାରେ ସିନ୍ଧୁ ବ୍ରୋଞ୍ଜ ପଦକ ପାଇଁ ଖେଳିବେ।
ସେମିଫାଇନାଲର ପ୍ରଥମ ଗେମରେ ସିନ୍ଧୁ ଭଲ ଆରମ୍ଭ କରିଥିଲେ । କିନ୍ତୁ ଖେଳ ଆରମ୍ଭ ହେବାର କିଛି ସମୟ ପରେ ସେ ଲୟ ହରାଇ ବସିଥିଲେ । ଖେଳ ଆରମ୍ଭର କିଛି ସମୟ ମଧ୍ୟରେ ସେ ୭-୪ରେ ଆଗୁଆ ଥିଲେ । ନେଟ୍ ସଟ୍ ଓ ସ୍ମେଶର ସେ ଜବରଦସ୍ତ ବ୍ୟବହାର କରି ସେ ୧୧-୭ରେ ଆଗୁଆ ଥିଲେ ।

ତେବେ ତାଇ ଜୋରଦାର ପ୍ରତ୍ୟାବର୍ତ୍ତନ କରିଥିଲେ । ତାଇ ସ୍କୋରକୁ ୧୩-୧୩ରେ ଡ୍ର’ କରିଥିଲେ । କିନ୍ତୁ ପରେ ତାଇ ୨୧-୧୮ ଗେମକୁ ନିଜର କରିଥିଲେ । ଦ୍ୱିତୀୟ ଗେମରେ ସିନ୍ଧୁ ଚାପରେ ଖେଳୁଥିବା ଲକ୍ଷ୍ୟ କରାଯାଇଥିଲା । ସିନ୍ଧୁଙ୍କ ଦୀଗହୀନ ସଟର ଫାଇଦା ତାଇ ନେଇଥଇଲେ । ତାଇ ୪-୪ ସ୍କୋର ପରେ ଯେଉଁ ପଏଣ୍ଟ୍ ନେବା ଆରମ୍ଭ କରିଥିଲେ ତାହାର ଚାପ ସିନ୍ଧୁଙ୍କ ଉପରେ ପଡିଥିଲା । ତାଇ ଗେମକୁ ୨୧-୧୨ରେ ଯିତିଥିଲେ । ରବିବାର ମ୍ୟାଚରେ ଯଦି ସିନ୍ଧୁ ଜିତନ୍ତି ତେବେ ଭାରତ ଖାତାକୁ ଆଉ ଏକ ବ୍ରୋଞ୍ଚ୍ ପଦକ ଆସିବ ।

ବେଳାଭୂମିରୁ ବାର ସବୁ ଖୋଲିବ, କିନ୍ତୁ ସବୁ ଦିନ ପାଇଁ ଖୋଲା ରହିବା ନିର୍ଭର କରୁଛି ଆପଣଙ୍କ ଉପରେ

ଭୁବନେଶ୍ୱର : ଅଗଷ୍ଟ ପାଇଁ ସରକାର କୋଭିଡ ଲକଡାଉନ୍ ଗାଇଡ୍ ଲାଇନ୍ ଜାରି କରିଛନ୍ତି । ଏହା ଅନୁସାରେ ପୁରା ରାଜ୍ୟରେ ସକାଳ ୬ରୁ ରାତି ୮ ପର୍ଯ୍ୟନ୍ତ ଦୋକାନ, ବଜାର ଖୋଲା ରହିବ । ସବୁଠାରୁ ବଡ କଥା ହେଉଛି ସରକାର ସିନେମା ହଲ, ସି-ବିଚ୍ , ବାର ଓ ଯାତ୍ରା ଭଳି କାର୍ଯ୍ୟକ୍ରମକୁ ଅନୁମତି ଦେଇଛନ୍ତି । ଏହି ଅନୁମତି ସହିତ ରହିଛି ସର୍ତ୍ତ । ସର୍ତ୍ତ ଅନୁସାରେ ଲୋକ ଯଦି ସି-ବିଚକୁ ଯିବେ ତେବେ କରୋନା ଗାଇଡ୍ ଲାଇନ୍ ମାନି ସାମାଜିକ ଦୂରତା ବଜାୟ ରଖି ଭ୍ରମଣ କରିପାରିବେ । ସେହିଭଳି ସିନେମା ହଲ ଓ ଯାତ୍ରାକୁ ମଧ୍ୟ କଟକଣା ଭିତରେ ଖୋଲିବାକୁ ଅନୁମତି ମିଳିଛି ।

ସିନେମା ହଲ ନିଜ ମୋଟ୍ ସିଟ୍ କ୍ଷମତାର ୫୦ ପ୍ରତିଶତ ହିଁ ବିକ୍ରି କରିପାରିବେ । ଏହା ସହିତ ସେମାନଙ୍କୁ ସିଟ୍ ସିଟ୍ ମଧ୍ୟରେ ଅନ୍ତର ମଧ୍ୟ ରଖିବାକୁ ପଡିବ । ସାମାଜିକ ଦୂରତା ବଜାୟ ରଖିବାକୁ ଏହା ଜରୁରୀ । ପୁଣି ସରକାର ଏହା ମଧ୍ୟ କହିଛନ୍ତି ଯେ, ସିନେମା ଦେଖିବାକୁ ଯାଉଥିବା ପ୍ରାପ୍ତବୟସ୍କ ଯେମିତି କରୋନା ଟିକାର ଦୁଇ ଡୋଜ୍ ନେଇଥିବେ । ଦୁଇ ଡୋଜ୍ ଟିକା ନେଇଛନ୍ତି ବୋଲି ଦର୍ଶକଙ୍କୁ ପ୍ରମାଣପତ୍ର ଦେଖାଇବାକୁ ପଡିବ । ଆଉ ଏହି ପ୍ରମାଣ ପତ୍ର ଯାଂଚ୍ କରିବା ଦାୟିତ୍ୱ ହେଉଛି ସିନମା ହଲ କର୍ତ୍ତୁପକ୍ଷଙ୍କର । ସେହିପରି ବାର, ଯାତ୍ରା ପାଇଁ ମଧ୍ୟ ଏହି ଭଳି ସର୍ତ୍ତ ରଖାଯାଇଛି ।

ସରକାରଙ୍କ କହିବା ହେଉଛି ରାଜ୍ୟର ୩୦ ଜିଲ୍ଲା ମଧ୍ୟରୁ ୨୭ ଜିଲ୍ଲାରେ ସଂକ୍ରମଣ ହାର ନଗଣ୍ୟ ରହିଛି । କିନ୍ତୁ ତିନୋଟି ଜିଲ୍ଲାରେ ସଂକ୍ରମଣ ହାର ଉଦବେଗଜନକ ଭାବେ ବଢୁନଥିଲେ ମଧ୍ୟ ବଢୁଛି । ଯାହାର ଅର୍ଥ ହେଉଛି ଏହି ତିନି ଜିଲ୍ଲାରେ ଏବେ ମଧ୍ୟ ଲୋକ କରୋନା ପ୍ରୋଟୋକଲକୁ ମାନୁ ନାହାନ୍ତି । ଯେଉଁଥିପାଇଁ ସଂକ୍ରମଣ ହାର କମିବା ପରିବର୍ତ୍ତେ ବଢୁଛି । ଜୀବନ ଓ ଜୀବିକା ମଧ୍ୟରେ ସାମଞ୍ଜସ୍ୟ ରଖିବାକୁ ସରକାର ଅନଲକ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଯାହା ଜରୁରୀ ମଧ୍ୟ ଥିଲା । ତେବେ କଥା ହେଉଛି ତୃତୀୟ ପ୍ରବାହର ଭୟ । ବିଶ୍ୱର ଅନେକ ଦେଶରେ କରୋନା ସଂକ୍ରମଣର ତୃତୀୟ ପ୍ରବାହ ଆରମ୍ଭ ହେଲାଣି ବୋଲି ବିଶେଷଜ୍ଞ କହିଲେଣି । ଏମିତିରେ ଅନଲକ୍ ଭିତରେ ସତର୍କ ରହିବାର ଆବଶ୍ୟକତା ରହିଛି । କାରଣ ଆଗରୁ ମଧ୍ୟ ଆମେ ଅନଲକରୁ ପୁଣି ଲକଡାଉନ୍ ଭିତରକୁ ଆସିଛେ ।

ପ୍ରଥମ ଲକଡାଉନ୍ ପରେ ଆରମ୍ଭ ହୋଇଥିଲା ଅନଲକ୍ ପ୍ରକ୍ରିୟା । କିନ୍ତୁ ଭାରତର ପ୍ରାୟ ସବୁ ରାଜ୍ୟରେ ଲୋକ ଭାବିନେଇଥିଲେ ଯେ, କରୋନା ଚାଲିଗଲା । ଏହାପରେ ଲୋକଙ୍କ ମଧ୍ୟରେ ନା ରହିଥିଲା ସାମାଜିକ ଦୂରତା ନା କରୋନା ପ୍ରତି ଭୟ । ଯାହାର ପରିଣାମ ଥିଲା ଦ୍ୱିତୀୟ ପ୍ରବାହ । ଯାହା ଭାରତର ଅନେକ ରାଜ୍ୟରେ ଆତଙ୍କଜନକ ସ୍ଥିତି ସୃଷ୍ଟି କରିଥିଲା । ଓଡ଼ିଶା ଯଦିଓ ଅକ୍ସିଜେନ୍ ଅଭବାରୁ ବର୍ତ୍ତିଯାଇଥିଲା ତେବେ ମଧ୍ୟ ଦିଲ୍ଲୀ ଭଳି ରାଜ୍ୟରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଥିଲା ତା’ର ଚିତ୍ର ଏବେ ମଧ୍ୟ ମନରେ ଥିବ । ଯଦି ସେଇ ଚିତ୍ରକୁ ଆପଣ ଭୁଲି ଯାଇଛନ୍ତି ତେବେ ଜାଣନ୍ତୁ ଆପଣ ତୃତୀୟ ପ୍ରବାହ ପାଇଁ ଦାୟୀ ରହିବ ।

ସରକାର ଜୀବିକା ପାଇଁ ଅନଲକ୍ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ବାର, ରେସ୍ତୋଁରା, ସିନେମା ହଲ ଭଳି ଅନେକ ସଂସ୍ଥାନର କର୍ମଚାରୀ ଲକଡାଉନ୍ କାରଣରୁ ଆର୍ଥିକ ଭାବେ ପ୍ରଭାବିତ ହୋଇଥିଲେ । ସେମାନଙ୍କ ଚାକିରି ଚାଲିଯାଇଥିଲା । ସରକାରଙ୍କ ନିଷ୍ପତ୍ତି ସେମାନଙ୍କ ପାଇଁ ଆଶ୍ୱସ୍ତି ଆଣିଛି । କିନ୍ତୁ ଅନଲକରୁ ପୁଣି ଗୋଟିଏ ଲକଡାଉନ୍ ଭିତରକୁ ନଯିବା ସମ୍ପୂର୍ଣ୍ଣ ଭାବେ ନାଗରିକଙ୍କ ଦାୟିତ୍ୱବୋଧ ଉପରେ ନିର୍ଭର କରୁଛି । ଯଦି ସମସ୍ତେ କୋଭିଡ୍ ଗାଇଡ୍ ଲାଇନକୁ ମାନ ଚଳନ୍ତି ତେବେ ସଂକ୍ରମଣ ହାର କମିବ ଓ ପୁଣି ଗୋଟିଏ ଲକଡାଉନର ଆବଶ୍ୟକତା ପଡିବ ନାହିଁ ।

କଳାହାଣ୍ଡିରେ ମୁଖ୍ୟ ଶାସନ ସଚିବ ଓ 5T ସଚିବ, ସମୀକ୍ଷା କଲେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ

କଳାହାଣ୍ଡି:  କଳାହାଣ୍ଡି ମେଡିକାଲ କଲେଜ ଓ ସମ୍ଭାବ୍ୟ ତୃତୀୟ ଲହର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ 5T ସଚିବ ଭି.କେ ପାଣ୍ଡିଆନ୍ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଖ୍ୟ ଶାସନ ସଚିବ ଓ 5T ସଚିବ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ କଳାହାଣ୍ଡି ଗସ୍ତ କରି କରୋନାର ସମ୍ଭାବ୍ୟ ତୃତୀୟ ଲହରର ସଂକ୍ରମଣର ମୁକାବିଲା ନେଇ ହୋଇଥିବା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଏଥିସହ ସ୍ବାସ୍ଥ୍ୟ, ଜଳସେଚନ ଓ ଶିକ୍ଷା ସମ୍ପର୍କିତ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସମୀକ୍ଷା କରିଛନ୍ତି । ଉତକେଲା ବିମାନବନ୍ଦରରେ ପହଞ୍ଚି ବିମାନ ବନ୍ଦରର ବିକାଶ ନେଇ ସମୀକ୍ଷା କରିଛନ୍ତି । ଖୁବଶୀଘ୍ର ଭବାନୀପଟଣାରୁ ଭୁବନେଶ୍ୱର ଓ ରାୟପୁରକୁ ବାଣିଜ୍ୟିକ ଉଡାଣ ଆରମ୍ଭ ହେବ ।

ପରେ ଭବାନୀପାଟଣା ୬୫୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ମେଡିକାଲ କଲେଜ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଲକ୍ଷ୍ୟ ରଖାଯାଇଛି । ବଲାଙ୍ଗୀର-କେସିଙ୍ଗା ୨୨୦ କେଭି ବିଦ୍ୟୁତ ଲାଇନ କାର୍ଯ୍ୟର ଅଗ୍ରଗତି ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା ସମୟରେ ମୁଖ୍ୟ ଶାସନ ସଚିବ ଓପିଟିସିଏଲ ଓ ଜଙ୍ଗଲ ବିଭାଗକୁ ଏହି ପ୍ରକଳ୍ପ ପାଇଁ ଆବଶ୍ୟକ ଅନୁମତି ଶୀଘ୍ର ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ନିକଟରେ କାର୍ଯ୍ୟକ୍ଷମ ହୋଇଥିବା ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପ ସମ୍ପର୍କରେ ଆଲୋଚନା ସମୟରେ 5T ସଚିବ ସମସ୍ତ ହିତାଧିକାରୀ ଯେପରି ଏହାର ସୁବିଧା ପାଇବେ, ତାହା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏମ.ରାମପୁରଠାରେ ସାଣ୍ଡୁଲ ଜଳସେଚନ ପ୍ରକଳ୍ପ ଓ ଅନ୍ୟ ବୃହତ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟ ନେଇ ମଧ୍ୟ ସମୀକ୍ଷା ହୋଇଥିଲା । ଆସନ୍ତା ୬ ମାସ ମଧ୍ୟରେ ଭବାନୀପାଟଣା ନୂଆ ବସଷ୍ଟାଣ୍ଡ କାର୍ଯ୍ୟ ଶେଷ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ନର୍ଲା ରେଳବାଇ ଲୋକୋ ସେଡ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଓ ଜଙ୍ଗଲ ଅନୁମତି କାର୍ଯ୍ୟ ତ୍ବରାନ୍ବିତ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ଜିଲ୍ଲାର ୨୬ଟି ହାଇସ୍କୁଲର ବିକାଶ ଦାୟିତ୍ବ ଏହାର ପୂରାତନ ଛାତ୍ର, ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ହାତକୁ ନେଇଛନ୍ତି । ଏହିକ୍ରମରେ ମୁଖ୍ୟ ଶାସନ ସଚିବ ଓ 5T ସଚିବ ଭବାନୀପାଟଣା ବି.ଏମ. ହାଇସ୍କୁଲକୁ ଯାଇ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ ।