ଦେଶରେ ୨୪ ଘଣ୍ଟାରେ ୨୭,୨୫୪ ନୂଆ କରୋନା ସଂକ୍ରମିତ ଚିହ୍ନଟ, ୨୧୯ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ଭାଇରସ୍‌ ଜନିତ ମହାମାରୀ ସଂକ୍ରମଣ ସଂଖ୍ୟା ୨୭ ହଜାରରୁ କିଛି ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ୨ ଶହରୁ ସାମାନ୍ୟ ଅଧିକ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୭,୨୫୪ କରୋନା ଭାଇରସ୍‌ ଜନିତ ନୂତନ ସଂକ୍ରମଣ ଓ ୨୧୯ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୩,୩୨,୬୪,୧୭୫ ଓ ମୃତ୍ୟୁସଂଖ୍ୟା ୪,୪୨,୮୭୪ରେ ପହଞ୍ଚିଛି । ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୩୭,୬୮୭ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୩,୨୪,୪୭,୦୩୨ରେ ପହଞ୍ଚିଛି ।

ସେହିଭଳି ରାଜ୍ୟରେ ୫ଶହ ତଳକୁ ଖସିଲା କରୋନା ସଂକ୍ରମଣ । ଦିନକରେ ୪୭୧ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬ଜଣଙ୍କ ଜୀବନ ନେଇଛି କିଲର କରୋନା । ଶୂନରୁ ୧୮ ବର୍ଷ ବୟସର ୫୭ ଆକ୍ରାନ୍ତ ଚିହ୍ନଟ । ଖୋର୍ଦ୍ଧାରୁ ସର୍ବାଧିକ ୨୩ ଶିଶୁ ସଂକ୍ରମିତ ହୋଇଥିବା ବେଳେ କଟକରୁ ୮, ବାଲେଶ୍ୱର , ଯାଜପୁର ଓ ମୟୂରଭଞ୍ଜରୁ ୬ଜଣ ଲେଖାଏଁ ଶିଶୁ ସଂକ୍ରମିତ ହୋଇଛନ୍ତି ।

କ୍ୱାରେଣ୍ଟାଇନରୁ ୨୭୪, ଲୋକାଲ କେସ୍ ୧୯୭ । ୨୪ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୮୭୪ ଆକ୍ରାନ୍ତ । ଖୋର୍ଦ୍ଧାରୁ ୧୯୬, କଟକରୁ ୮୧, ଷ୍ଟେଟପୁଲରୁ ୪୪, ବାଲେଶ୍ବରରୁ ୨୬, ଯାଜପୁର ଓ ମୟବରଭ଼୍ଜରୁ ୨୨ଜଣ ଲେଖାଏଁ, ପୁରୀରୁ ୧୯, ଜଗତସିଂହପୁରରୁ ୧୬ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡାରୁ ୯, ଢେଙ୍କାନାଳରୁ ୫, ଅନୁଗୁଳ ଓ ଭଦ୍ରକରୁ ୪ଜଣ ଲେଖାଏଁ, ଝାରସୁଗୁଡା, କେନ୍ଦୁଝରରରୁ ୩ଜଣ ଲେଖାଏଁ, ବରଗଡ଼, ଦେବଗଡ଼, ଓ ମାଲକାନଗିରିରୁ ୨ଜଣ ଲେଖାଏଁ, ବଲାଙ୍ଗୀର, କନ୍ଧମାଳ, ସମ୍ବଲପୁର ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Leave a Reply