ମହେନ୍ଦ୍ର ଗିରିଙ୍କୁ ଭିଡିଓ ମାଧ୍ୟମରେ କରାଯାଉଥିଲା ବ୍ଲାକମେଲ୍, ସନ୍ଦେହ ଘେରରେ ସମାଜବାଦୀର ନେତା

1 min read

Narendra Giri Suicide Case: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଅଖିଲ ଭାରତୀୟ ଅଖରା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କ ସନ୍ଦେହଜନକ ମୃତ୍ୟୁର ଯାଞ୍ଚ କରାଯାଉଛି । ଏହି ସମଗ୍ର ବିଷୟ ବିଷୟରେ ଅନେକ ନୂତନ ତଥ୍ୟ ପ୍ରକାଶ ପାଇଛି । ସର୍ବଶେଷ ସୂଚନା ଅନୁଯାୟୀ, ଭିଡିଓ ଆଧାରରେ ମହନ୍ତ ନରେନ୍ଦ୍ର ଗିରିଙ୍କୁ ବ୍ଲାକମେଲ କରାଯାଉଥିଲା ।

ସୂଚନା ଅନୁଯାୟୀ, ମହେନ୍ଦ୍ର ଗିରିଙ୍କୁ ବ୍ଲାକମେଲ କରିବା ପାଇଁ ଏକ ସିଡିର ବ୍ୟୂହାର କରାଯାଉଥିଲା । ବ୍ଲାକମେଲିଂର ଏହି ମାମଲାରେ ସମାଜବାଦୀ ପାର୍ଟୀ ସରକାରର ଜଣେ ଉଚ୍ଚ ପଦସ୍ତ ରାଜ୍ୟ ମନ୍ତ୍ରୀ ତଦନ୍ତ ପରିଷରୃଭୁକ୍ତ ହୋଇଛନ୍ତି । ଯେଉଁ ନେତାଙ୍କ ବିଷୟରେ ତଥ୍ୟ ପ୍ରକାଶ ପାଇଛି, ସେ ପ୍ରାୟ ସମୟରେ ନରେନ୍ଦ୍ର ଗିରିଙ୍କୁ ଦେଖା କରିବା ପାଇଁ ଆସୁଥିଲେ । କେବଳ ସେତିକି ନୁହେଁ, ପୂରା ମାମଲାକେ ଯେଉଁ ଶିଷ୍ୟ ଆନ୍ଦ୍ର ଗିରିଙ୍କୁ ଅଟକ ରଖାଯାଇଛି, ସେ ପୂର୍ବ ରାଜ୍ୟ ମନ୍ତ୍ରୀଙ୍କ ଖାସ ଲୋକ ଥିଲେ ।

କଲ ବିବରଣୀ ସହାୟତାରେ ପ୍ରୟାଗରାଜ ପୋଲିସ ଏହି ସବୁ ଗୁରୁତ୍ୱପୂର୍ଣ୍ଣ ସୂତ୍ର ପାଇଛି ଏବଂ ବର୍ତ୍ତମାନ ଏହି ସମାଜବାଦୀ ପାର୍ଟି ମନ୍ତ୍ରୀ ମଧ୍ୟ ପୋଲିସ ରାଡାରକୁ ଆସିଛନ୍ତି । ସୂଚନା ଆଧାରରେ ପୋଲିସ ବର୍ତ୍ତମାନ ଏହାର ତଦନ୍ତ ଆରମ୍ଭ କରିଛି ।

ଗତକାଲି ନିଜ ମଠରେ ହିଁ ନରେନ୍ଦ୍ର ଗିରିଙ୍କ ଝଲନ୍ତା ମୃତଦେହ ମିଳିଥିଲା । ତଦନ୍ତ ବେଳେ ପୁଲିସ ଘଟଣାସ୍ଥଳରୁ ସୁସାଇଡ ନୋଟ ଜବତ କରିଥିଲା । ୭ ପୃଷ୍ଠାର ଏହି ସୁସାଇଡ ନୋଟରେ ମହନ୍ତ ତାଙ୍କ ବିବାଦୀୟ ଶିଷ୍ୟ ଆନନ୍ଦ ଗିରିଙ୍କ ନାଁ ନେଇଛନ୍ତି । ଆନନ୍ଦ ଗିରି, ମହନ୍ତ ନରେନ୍ଦ୍ର ଗିରିଙ୍କୁ ମାନସିକ ଭାବେ ନିର୍ଯାତନା ଦେଉଥିବା ସେ ଲେଖିଛନ୍ତି । ମୁଁ ସମ୍ମାନର ସହ ବଞ୍ଚିଥିଲି। କିନ୍ତୁ ଏବେ ଅପମାନ ସହ ବଞ୍ଚି ପାରିବି ନାହିଁ। ଏହି କାରଣରୁ ମୁଁ ନିଜ ଜୀବନ ନେଉଛି ବୋଲି ଲେଖିଛନ୍ତି ସଭାପତି ନରେନ୍ଦ୍ର ଗିରି।

ପ୍ରୟାଗରାଜର ନିଜ ମଠର ଯେଉଁ ଘରେ ନରେନ୍ଦ୍ର ଗିରିଙ୍କ ମୃତଦେହ ମିଳିଛି, ସେହି ଘର ଚାରିଆଡୁ ବନ୍ଦ ଥିଲା । ମୁଖ୍ୟ ଦ୍ୱାର ବି ବନ୍ଦ ରହିଥିଲା । ପ୍ରାଥମିକ ତଦନ୍ତ ପରେ ପୁଲିସ ଏହାକୁ ଏକ ଆତ୍ମହତ୍ୟା ବୋଲି କହିଛି । ସେପଟେ ଆନନ୍ଦ ଗିରି କହିଛନ୍ତି ଯେ, ସେ ସବୁପ୍ରକାରର ତଦନ୍ତର ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି । ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି । ଆନନ୍ଦ ଗିରିଙ୍କୁ ପଚରାଉଚରା ପାଇଁ ହରିଦ୍ୱାର ଯାଇଛି ଉତ୍ତରପ୍ରଦେଶ ପୋଲିସ । ସେପଟେ ଆଜି ନରେନ୍ଦ୍ର ଗିରିଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ପ୍ରୟାଗରାଜ ଯିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

Leave a Reply