spot_img
Home Blog Page 5315

କରୋନାରେ ୧୨ ପ୍ରତିଶତ ଶିଶୁ ଦେଶରେ ସଂକ୍ରମିତ ହେଉଛନ୍ତି

ଭୁବନେଶ୍ୱର: ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ଶିଶୁଙ୍କ କରୋନା ସଂକ୍ରମଣ ମ୍ୟାପିଙ୍ଗ ଆରମ୍ଭ କରିଛି। ଶୂନରୁ ୧୮ ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ସଂକ୍ରମଣ ମ୍ୟାପିଙ୍ଗ ଆରମ୍ଭ ହୋଇଛି। ଦୈନିକ କେତେ ଶିଶୁ ସଂକ୍ରମିତ ହେଉଛନ୍ତି, ତାର ରିପୋର୍ଟ ଦିଆଯାଉଛି। ଡିଏମ୍‌ଇଟି ନିର୍ଦ୍ଦେଶକ ସି.ବି.କେ ମହାନ୍ତି ଏହି ସୂଚନା ଦେଇଛନ୍ତି। ଶିଶୁଙ୍କୁ ସଂକ୍ରମଣରୁ ଦୂରେଇ ରଖିବାକୁ ଓଡ଼ିଶା ଚଳାଇଛି ଅଭିଯାନ। ରବିବାର ୧୩୮ଜଣ ଶିଶୁ କରୋନା ସଂକ୍ରମିତ ହୋଇଥିଲେ। ଜିଲ୍ଲାସ୍ତରରେ ଶିଶୁଙ୍କ ପାଇଁ ସର୍ଭେଲାନ୍ସ କରାଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଜୁଲାଇ ୨୧ ପି ଆଇ ବି ବୁଲେଟିନ ଅନୁସାରେ ୧୨ ପ୍ରତିସତ ଶିଶୁ ଦେଶ ରେ ସଂକ୍ରମିତ ହେଉଛନ୍ତି। କରୋନା ଯୋଗୁଁ ଶିଶୁଙ୍କ ସିଭିଅରିଟି କମ ରହିଛି ବୋଲି ସୂଚନା ଦେଇଛନ୍ତି ସିବିକେ ମହାନ୍ତି। ସଂକ୍ରମଣ ଉପର ମୁଁହା ହେଲେ କୌଣସି ଲହର ଆସିଲା ବୋଲି ଜଣା ପଡିବ ବୋଲି ସେ କହିଛନ୍ତି। ଏବେ ସେମିତି ଅବସ୍ଥା ନାହିଁ କିନ୍ତୁ ଅସାବଧାନରେ ହେଲେ ଆଗକୁ ଆସିପାରେ। ୧୮ ବର୍ଷରୁ ଅଧିକ ଲୋକ ପ୍ରାୟ ସମସ୍ତେ ଟୀକା ନେଇ ସାରିଲେଣି। ତେଣୁ ଶିଶୁ ଙ୍କୁ ସଂକ୍ରମଣ ହେବାର ଅଧିକ ସମ୍ଭାବନା ରହିଛି ବୋଲି ସିବିକେ ମହାନ୍ତି କହିଛନ୍ତି। ଶିଶୁଙ୍କୁ ସୁରକ୍ଷିତ ପରିସର ରେ ରଖିବାକୁ ପଡିବ ଏବଂ ଅଧିକ ଧ୍ୟନ ଦେବାକୁ ପଡ଼ିବ। ଅଭିଭାବକ ଓ ଶିକ୍ଷକ ଅଧିକ ସତର୍କ ରହିବା ସହ ସାନିଟାଇଜ ରହିବା ଆବଶ୍ୟକ। ଆଗକୁ ୦ ରୁ ୧୮ ବର୍ଷ ବୟସ ଶିଶୁଙ୍କ ସଂକ୍ରମଣ ସଂଖ୍ୟା ବଢିବାର ସମ୍ଭାବନା ରହିଛି।

ସ୍ମାର୍ଟ ହେଲ୍ଥ କାର୍ଡ ବାଣ୍ଟିବାକୁ ୨୦ତାରିଖରୁ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ୨୦ତାରିଖରୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ଗସ୍ତରେ ଯିବେ। ମାଲକାନିଗିରିରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍ଥ କାର୍ଡ ଲୋକଙ୍କୁ ବାଣ୍ଟିବେ। ଅଗଷ୍ଟ ୧୫ ତାରିଖ ଦିନ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସ୍ୱାସ୍ଥ୍ୟ କ୍ଷେତ୍ରରେ ଡିଜିଟାଲ ହେଲ୍ଥ କାର୍ଡ ଆରମ୍ଭ କିରଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଧିନତା ଦିବସରେ ରାଜ୍ୟବାସୀଙ୍କ ପାଇଁ ଏହି ଘୋଷଣା କରିଥିଲେ। ରାଜ୍ୟ ତଥା ଦେଶରେ ୨୦୦ରୁ ଅଧିକ ଡାକ୍ତରଖାନାରେ ଏହି ସ୍ମାର୍ଟ ହେଲ୍ଥ କାର୍ଡ ସୁବିଧା ଲୋକ ପାଇପାରିବେ। ଓଡ଼ିଶାର ୯୬ଲକ୍ଷ ପରିବାର ଓ ସାଢେ ୩କୋଟି ଲୋକ ଏହାଦ୍ୱାରା ଉପକୃତ ହେବେ। ପ୍ରତିବର୍ଷ ମହିଳାଙ୍କ ପାଇଁ ୧୦ଲକ୍ଷ ଓ ପରିବାର ପାଇଁ ୫ଲକ୍ଷ ଟଙ୍କା ଲେଖାଏଁ ବୀମା ସହାୟତା ମିଳିବ।

ରାଜ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳି ଐତିହାସିକ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ। ଏଭଳି ସ୍ମାର୍ଟ ସ୍ୱାସ୍ଥ୍ୟକାର୍ଡ ଦେବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ। ଜାତୀୟ ଖାଦ୍ୟ ସୁରକ୍ଷା ହିତାଧିକାରୀ, ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ, ଅନ୍ନପୂର୍ଣ୍ଣା ଓ ଅନ୍ତୋଦ୍ୟୋୟ ହିତାଧିକାରୀଙ୍କୁ ମିଳିବ ଏହି ସ୍ମାର୍ଟ ହେଲ୍‌ଥ କାର୍ଡ

୨୦୧୮ ଅଗଷ୍ଟ ୧୫ରୁ ଆରମ୍ଭ ହୋଇଥିବା ଏହି ଯୋଜନାରେ ପ୍ରତି ହିତାଧିକାରୀ ପରିବାର ପାଇଁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ରହିଛି। ଓଡ଼ିଶା ସମେତ ସାରା ଦେଶର ୨୦୦ରୁ ଅଧିକ ବଡ଼ ବଡ଼ ହସ୍ପିଟାଲ ଚେନରେ ଚିକିତ୍ସା ସୁବିଧା ମିଳିବ।

ମେଘାଳୟ ମୁଖ୍ୟମନ୍ତ୍ରୀଙ୍କ ଘର ଉପରକୁ ବୋମା ପିଙ୍ଗିଲେ ଦୁର୍ବୃତ୍ତ: ଶିଲଂରେ ୨ ଦିନିଆ କର୍ଫ୍ୟୁ

ଶିଲଂ: ମେଘାଳୟ ମୁଖ୍ୟମନ୍ତ୍ରୀଙ୍କ ଆବାସ ଉପରେ ପେଟ୍ରୋଲ ବୋମା ଫିଙ୍ଗିଲେ ଦୁର୍ବୃତ୍ତ । ରବିବାର ରାତିରେ ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ କେ ସଂଙ୍ଗାମାଙ୍କ ବାସଭବନ ଉପରେ ହୋଇଛି ବୋମା ମାଡ଼। ଏନେଇ ସୂଚନା ଦେଇଛି ମେଘାଳୟ ପୋଲିସ ।

ପୋଲିସ ଦେଇଥିବା ସୂଚନା ମୁତାବକ ଏହି ଘଟଣା ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ହୋଇଛି। କିଛି ଦୁର୍ବୃତ୍ତ ଗାଡ଼ିରେ ଆସି ଶିଲଂର ଥାର୍ଡ ମାଇଲ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ନିଜ ବାସଭବନ ପରିସରକୁ ପେଟ୍ରୋଲ ଭର୍ତ୍ତି ଦୁଇଟି ବୋତଲ ଫିଙ୍ଗି ଚାଲି ଯାଇଥିଲେ। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏହି ଘଟଣାରେ କୌଣସି କ୍ଷତି ଘଟିନାହିଁ। ଗୋଟିଏ ବୋତଲ ବାସଭବନର ଆଗପଟେ ଓ ଆଉ ଗୋଟିଏ ବୋତଲ ଘରର ପଛପଟେ ପକାଇଥିଲେ ଦୁର୍ବୃତ୍ତ। ବାସଭବନ ଦାୟିତ୍ୱରେ ଥିବା ଚୌକିଦାର ତୁରନ୍ତ ନିଆଁକୁ ଲିଭାଇଥିଲେ ବୋଲି ଅଧିକାରୀ ଜଣକ କହିଛନ୍ତି।

ସ୍ୱାଧୀନତା ଦିବସ ଅବସରରେ ରାଜ୍ୟର ରାଜଧାନୀ ଓ ଆଖପାଖ ଅଞ୍ଚଳରେ ହେଇଥିବା ଭଙ୍ଗାରୁଜା ଓ ଅଗ୍ନିକାଣ୍ଡକୁ ନଜରରେ ରଖି ରାଜ୍ୟ ସରକାର ଶିଲଂରେ ୨ ଦିନିଆ କର୍ଫ୍ୟୁ ଲାଗୁ କରିଛନ୍ତି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ମଙ୍ଗଳବାର ସକାଳ ୫ଟା ଯାଏଁ ଶିଲଂରେ କର୍ଫୁ କଟକଣା ରହିବ। ଏଥିସହିତ ୪ଟି ଜିଲ୍ଲରେ ମୋବାଇଲ ଓ ଇଣ୍ଟରନେଟ୍‌ ସେବା ବନ୍ଦ କରି ଦିଆଯାଇଛି। ଏସବୁ ମଧ୍ୟରେ ମେଘାଳୟର ଗୃହ ମନ୍ତ୍ରୀ ଲଖନ ରିମ୍ବୁଇ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ହିଂସା ମଧ୍ୟରେ ଇସ୍ତଫା ଦେବାକୁ ନେଇ ଚର୍ଚ୍ଚା ଜୋର ଧରିଛି।

 

ଅଗଷ୍ଟ ୧୩ରୁ ରାଜ୍ୟରେ ଜାରି ରହିଛି ହିଂସା । ପୂର୍ବତନ ବିଦ୍ରୋହୀ ନେତା ଥାଙ୍ଗଖ୍ୟୁଙ୍କ ମୃତ୍ୟୁ ପରେ ହିଂସା ବଢିଚାଲିଛି । ପୋଲିସ ଥାଙ୍ଗଖ୍ୟୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବେଳେ ତାଙ୍କୁ ମାରିଦେଇଥିବା ଅଭିଯୋଗ ହୋଇଥିଲା । ଯାହାପରଠୁ ମେଘାଳୟରେ ବିବାଦ ବଢ଼ିବାରେ ଲାଗିଛି।

ଦ୍ୱିତୀୟ ଦିନରେ ସ୍କୁଲରୁ ସ୍କୁଲକୁ ବୁଲି ସ୍ମାର୍ଟ କ୍ଲାସ୍‌ର ସ୍ଥିତି ପରଖୁଛନ୍ତି ୫-ଟି ସଚିବ ଭି କେ ପାଣ୍ଡିଆନ

ଗଞ୍ଜାମ: ଦ୍ୱିତୀୟ ଦିନରେ ୫-ଟି ସଚିବଙ୍କ ଗଞ୍ଜାମ ଗସ୍ତ। ଦ୍ୱିତୀୟ ଦିନରେ ୫-ଟି ସଚିବ ଭିକେ ପାଣ୍ଡିଆନ୍ ସ୍କୁଲରୁ ସ୍କୁଲ ବୁଲୁଛନ୍ତି। କେତେ ସ୍ମାର୍ଟ ହେଲାଣି ହାଇସ୍କୁଲ୍ କେଉଁଠି ପହଞ୍ଚିଲା ସ୍ମାର୍ଟ କ୍ଲାସ ଓ ଲାଇବ୍ରେରି କାମ ସମସ୍ତ ବୁଲି ଦେଖୁଛନ୍ତି। ଗଞ୍ଜାମ ଜିଲ୍ଲାରେ ସ୍ମାର୍ଟ କ୍ଲାସର ସ୍ଥିତି ପରଖୁଛନ୍ତି ୫-ଟିସଚିବ ଭି କେ ପାଣ୍ଡିଆନ। ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍କୁଲରେ ପହଞ୍ଚି ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସହ ଆଲୋଚନା କରୁଛନ୍ତି ୫-ଟି ସଚିବ। ଗ୍ରାଣ୍ଡ ଜିରୋରେ କରୁଛନ୍ତି ସ୍ଥିତିର ଅନୁଧ୍ୟାନ। ୧୬ଟି ସ୍କୁଲ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଏହାସହ ଜିଲ୍ଲା ପ୍ରଶାସନ ସହ କରିଛନ୍ତି ଆଲୋଚନା। ଆଜି ସକାଳୁ ବିଭିନ୍ନ ସ୍କୁଲ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି। ସ୍ମାର୍ଟ କ୍ଲାସରୁମ୍ ପାଇଁ ସ୍କୁଲ କ୍ୟାମ୍ପସ ଆଧୁନିକିକରଣ ହୋଇଥିବା ବେଳେ, ଡିଜିଟାଲ ହେଉଛି କ୍ଲାସ ରୁମ ଓ ଲାଇବ୍ରେରୀ। ପ୍ରତି କ୍ଲାସ ରୁମରେ ଏଲଇଡି ଲାଗିଲା ପରେ ୪୫ ଲକ୍ଷ ଟଙ୍କା ଲେଖାଏଁ ଖର୍ଚ୍ଚ ହେଉଛି। ସେହିଭଳି ଆକର୍ଷଣୀୟ ହେଉଛି ଖେଳ ପଡିଆ। ସରକାରଙ୍କ ଏହି ନିଷ୍ପତ୍ତିକୁ ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକ, ଶିକ୍ଷୟିତ୍ରୀ ଓ ବୁଦ୍ଧିଜୀବୀମାନେ ସ୍ୱାଗତ କରିବା ସହ ଧନ୍ୟବାଦ ଜଣାଇଛନ୍ତି।

ଖୁବଶୀଘ୍ର ଇସଲାମିକ ଏମିରେଟ ଅଫ୍ ଆଫଗାନିସ୍ତାନ ହେବ ଘୋଷଣା, ମୁଲ୍ଲା ଅବଦୁଲ ଘନି ବରଦାର ହୋଇପାରନ୍ତି ନୂଆ ରାଷ୍ଟ୍ରପତି

କାବୁଲ: ଖୁବ୍ ଶୀଘ୍ର ଆଫଗାନିସ୍ତାନକୁ ଇସଲାମିକ ଏମିରେଟ ଅଫ ଆଫଗାନିସ୍ତାନ ଭାବେ ଘୋଷଣା କରିବ ତାଲିବାନ । ତାଲିବାନର ଅନ୍ୟତମ କମାଣ୍ଡର ମୁଲ୍ଲା ଅବଦୁଲ ଘନି ବରଦାର ଦେଶର ହୋଇପାରନ୍ତି ନୂଆ ରାଷ୍ଟ୍ରପତି । ତାଲିବାନର ସେ ସହପ୍ରତିଷ୍ଠାତା ଥିଲେ । ବର୍ତ୍ତମାନ ସେ ଏହି ବିଦ୍ରୋହୀ ସଂଗଠନର ରାଜନୈତିକ ବ୍ୟାପାର ବିଭାଗ ସମ୍ଭାଳୁଛନ୍ତି । ତାଲିବାନର ପ୍ରତିଷ୍ଠାତା ମୁଲ୍ଲା ଓମାରଙ୍କ ଜଣେ ବିଶ୍ୱସ୍ତ ସହଯୋଗୀ ଭାବେ ବରଦାର ଜଣାଶୁଣା ।

ଓମାରଙ୍କୁ ୨୦୧୦ରେ ଗିରଫ କରାଯାଇଥିଲା ଏବଂ ୨୦୧୮ରେ ତାଙ୍କୁ ଖଲାସ କରି ଦିଆଯାଇଥିଲା । ସେପଟେ ଦେଶଛାଡି ପଳାୟନ କରିଥିବା ପୂର୍ବତନ ରାଷ୍ଟ୍ରପତି ଅସରଫ ଘନି କହିଛନ୍ତି ରକ୍ତପାତ ଏଡାଇବା ଲାଗି ସେ ଏହି ପଦକ୍ଷେପ ନେଇଛନ୍ତି । ଦେଶରେ ବନ୍ଧୁକ ଓ ଖଣ୍ଡାର ବିଜୟ ଘଟିଛି । ତାଲିବାନ ଏବେ ଦେଶବାସୀଙ୍କ ଦାୟିତ୍ୱ ନେବ । ଏକ ସ୍ୱତନ୍ତ୍ର ବିମାନରେ ନିଜର ପରିବାର ଓ ବିଶ୍ୱସ୍ତ କର୍ମଚାରୀଙ୍କ ସହ ଘନି ତାଜାକିସ୍ତାନ ଚାଲିଯାଇଥିବା କୁହାଯାଇଛି । ଦେଶକୁ କବଜା କରିବା ପରେ ଦେଶର ପ୍ରାୟ ସମସ୍ତ ବିମାନବନ୍ଦରକୁ ଅଧିକୃତ କରିଛି ତାଲିବାନ ।

କାବୁଲ ବିମାନ ବନ୍ଦରରେ କେବଳ ବିଦେଶୀମାନଙ୍କୁ ନେବା ଲାଗି ଆବଶ୍ୟକ ବିମାନ ସେବାକୁ ଅନୁମତି ଦିଆଯାଇଛି । ଭାରତୀୟମାନଙ୍କୁ ଆଣିବା ଲାଗି ଏକ C17 ଗ୍ଲୋବମାଷ୍ଟର ସାମରିକ ବିମାନ ରଖାଯାଇଛି । ଭାରତୀୟଙ୍କ ଜୀବନ ଲାଗି ସରକାର ପ୍ରତିଶ୍ରୁତିବଦ୍ଧ ଏବଂ ସେମାନଙ୍କୁ ନିରାପଦରେ ଭାରତ ଅଣାଯିବ ବୋଲି କୁହାଯାଇଛି । ଅନ୍ୟପଟେ ଆଫଗାନିସ୍ତାନ ସ୍ଥିତି ନେଇ ଆଜି ମିଳିତ ଜାତିସଂଘ ନିରାପତ୍ତା ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଲୋଚନା ହେବ ।

ସେପଟେ ୨୦ ବର୍ଷ ତଳେ ଯେଉଁ ସରକାରୀ କର୍ମଚାରୀ ଯେଉଁଠି କାର୍ଯ୍ୟରତ ଥିଲେ ସେହି ସ୍ଥାନକୁ ଫେରିଆସିବା ଲାଗି ତାଲିବାନ ନିର୍ଦ୍ଦେଶ ଦେଇଛି । ଲାଞ୍ଚ, ଦୁର୍ନୀତି, ପ୍ରିୟାପ୍ରୀତି, ଔଦ୍ଧତ୍ୟ, ଅବହେଳା ଆଦିଠାରୁ ଦୂରରେ ରହିବା ଲାଗି କର୍ମଚାରୀଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି । କାବୁଲସ୍ଥିତ ରାଷ୍ଟ୍ରପତି ଭବନରେ ବିପୁଳ ତାଲିବାନୀ ମୁତୟନ ହୋଇଛନ୍ତି । ୧୯୯୬ରୁ ୨୦୦୧ ତାଲିବାନ ଶାସନ କାଳରେ ମହିଳାମାନଙ୍କୁ କାମ କରିବାର ଅଧିକାର ଦିଆଯାଉ ନଥିଲା ଏବଂ ସର୍ବସାଧାରଣରେ ଦୋଷୀଙ୍କ ଉପରକୁ ପଥର ଫିଙ୍ଗିବା, ମାଡ ମାରିବା, ଫାଶୀ ଦେବା ଆଦି ପ୍ରକ୍ରିୟା ଆରମ୍ଭ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ତେବେ ଏସବୁ କିଛି ଘଟିବ ନାହିଁ ବୋଲି ତାଲିବାନ ପକ୍ଷରୁ ପରୋକ୍ଷ ଭାବେ କୁହାଯାଇଛି ।

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରାଦ୍ଧ ବାର୍ଷିକୀ, ସ୍ମୃତିଚାରଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ । ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ମୃତିଚାରଣ କରୁଛି ସାରା ଦେଶ । ତାଙ୍କ ସ୍ମୃତିରେ ଅଟଳ ସମାଦୀରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ସଭାପତି ଜେପି ନଡ୍ଡାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ ।

ସୂଚନା ଅନୁଯାୟୀ, ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ଅଗଷ୍ଟ ୧୬, ୨୦୧୮ରେ ଦିଲ୍ଲୀର AIIMS ହସ୍ପିଟାଲରେ ମୃତ୍ୟୁ ହୋଇଥିଲା । ତାଙ୍କୁ ୨୦୧୫ ମସିହାରେ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରାଯାଇଥିଲା । ଜବାହାରଲାଲ ନେହେରୁଙ୍କ ପରେ ଅଟଳ ବିହାରୀ ବାଜପେୟୀ ଏକମାତ୍ର ନେତା ଯିଏକି ପ୍ରଧାନମନ୍ତ୍ରୀ ପଦରେ ତିନିଥର କାର୍ଯ୍ୟ କରିଥିଲେ ।

ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀ ୨୫ ଡିସେମ୍ବର ୧୯୨୪ରେ ମଧ୍ୟପ୍ରଦେଶର ଗ୍ୱାଲିଅରରେ ଜନ୍ମଗ୍ରହଣ କରିଥିଲେ । ଏଥି ସହିତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ତୃତୀୟ ମୃତ୍ୟୁ ବାର୍ଷିକୀରେ ଲକ୍ଷ୍ନୌରେ ଅପରାହ୍ନ ୫.୩୦ ସମୟରେ ‘ମେରୀ ଯାତ୍ରା-ଅଟଳ ଯାତ୍ରା’ ନାମକ ଏକ ନାଟକ ମଞ୍ଚସ୍ଥ ହେବ ।

ଅଟଳ ବିହାରୀ ବାଜପେୟୀ ମେମୋରିଆଲ ଫାଉଣ୍ଡେସନ ପକ୍ଷରୁ ସିଏମ ଯୋଗୀ, ଉଭୟ ଡେପୁଟି ସିଏମ, ବିଜେପି ରାଜ୍ୟ ସଭାପତି ମଧ୍ୟ କେଜିଏମୟୁର ଅଟଳ ବିହାରୀ ବାଜପେୟୀ ସମ୍ମିଳନୀ କେନ୍ଦ୍ରରେ ଯୋଗଦେବେ । ଏହି ଅବସରରେ, ଅଟଳ ଜୀ ସହିତ କାମ କରିଥିବା ୧୫ ଜଣଙ୍କୁ ସମ୍ମାନିତ କରାଯିବ ।

ଦୀର୍ଘ ଦେଢ଼ ବର୍ଷ ପରେ ଆଜିଠୁ ଆରମ୍ଭ ହେବ ନନ୍ଦନକାନନରେ ସଫାରି

ଭୁବନେଶ୍ୱର: ପଯ୍ୟଟକଙ୍କ ପାଇଁ ଖୁସି ଖବର। ଦୀର୍ଘ ଦେଢ଼ ବର୍ଷ ପରେ ନୂତନ ଟେଣ୍ଡର ପ୍ରକ୍ରିୟାରେ ନନ୍ଦନକାନନରେ ଆଜିଠୁ ଗଡ଼ିବ ସଫାରି ବସ୍। ନନ୍ଦନକାନନର ପଛପଟ ୯ନମ୍ବର ଗେଟ ପାଖରେ ନବ ନିର୍ମିତ ହୋଇଥିବା ନୂତନ ସଫାରି ବସ୍‌ଷ୍ଟାଣ୍ଡ ଠାରେ ଟିକେଟ କାଟି ୪ଟି ସଫାରିର ମଜା ପଯ୍ୟଟକ ନେଇପାରିବେ। ୪ଟି ସଫାରି ତୃଣ ଭୋଜି, ଭାଲୁ, ବାଘ, ସିଂଘ ସଫାରିକୁ ପୁଣି ବୁଲିବାର ସୁଯୋଗ ପାଇବେ ପଯ୍ୟଟକ। ପ୍ରଥମେ ୩୪ ଟି ସିଟ ବିଶିଷ୍ଟ ୨ଟି ସଫାରି ବସ୍‌କୁ ଚାଲୁ କରାଯିବ। ପ୍ରତି ପଯ୍ୟଟକଙ୍କ ପିଛା ସଫାରି ଟିକେଟ ଧାର୍ଯ୍ୟ ରଖାଯାଇଛି ୬୦ଟଙ୍କା। ଏନେଇ ସୂଚନା ଦେଇଛନ୍ତି ଉପ ନିର୍ଦେଶକ ଡ଼ଃ ସଂଜୀବ କୁମାର।

 

କରୋନା କଟକଣା ସହ ଶ୍ରେଣୀଗୃହରେ ଆରମ୍ଭ ହେଲା ୟୁଜି ପିଜି ଛାତ୍ରଛାତ୍ରୀଙ୍କର ପାଠପଢ଼ା

ଭୁବନେଶ୍ୱର: ପିଜି ପ୍ରଥମ ବର୍ଷ ଏବଂ ୟୁଜି ପ୍ରି-ଫାଇନାଲ୍ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆଜିଠାରୁ ଶ୍ରେଣୀଗୃହରେ ଶିକ୍ଷାଦାନ କରାଯିବ। ଏହା ସହ ହଷ୍ଟେଲ ମଧ୍ୟ ଖୋଲାଯିବ। PG ଓ UG ଶେଷ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ପାଇଁ ପରୀକ୍ଷା ପୂର୍ବ ଯୋଜନା ଅନୁଯାୟୀ ଅନଲାଇନ୍ ମୋଡରେ ଅନୁଷ୍ଠିତ ହେବ। ଉଚ୍ଚଶିକ୍ଷା ବିଭାଗ ଅଧୀନ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ, ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ଡିଗ୍ରି କଲେଜ ଖୋଲିବ। କରୋନା କଟକଣା ମଧ୍ୟରେ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ତେବେ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଚାଲୁଥିବାରୁ ସେମାନଙ୍କର କ୍ୟାମ୍ପସକୁ ଆସିବାର କୌଣସି ଆବଶ୍ୟକତା ନାହିଁ। ବାକି ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢ଼ା ଆରମ୍ଭ କରାଯିବ।  କରୋନା ଯୋଗୁଁ ଏପର୍ଯ୍ୟନ୍ତ ପ୍ରଥମ ସେମିଷ୍ଟାର ପାଠପଢ଼ା ସମ୍ପୂର୍ଣ୍ଣ ଶେଷ ହୋଇ ନାହିଁ। ଅଧିକାଂଶ କଲେଜ ଓ ବିଶ୍ୱବିଦ୍ୟାଳୟରେ ଇଣ୍ଟରନାଲ୍ ଆସେସ୍‌ମେଣ୍ଟ ମଧ୍ୟ ହୋଇ ନାହିଁ। ଏଭଳି ସ୍ଥଳେ ପରୀକ୍ଷା କରିବାକୁ ବିଶ୍ଵବିଦ୍ୟାଳୟଗୁଡ଼ିକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। କଲେଜ ଖୋଲିବା ପୂର୍ବରୁ ସମସ୍ତ କ୍ଲାସରୁମକୁ ସାନିଟାଇଜ କରାଯାଇଛି, ଏହାସହ ଆନୁଷଙ୍ଗିକ ବ୍ୟବସ୍ଥା କରିଛନ୍ତି କଲେଜ କର୍ତ୍ତୃପକ୍ଷ। ଛାତ୍ରଛାତ୍ରୀ ମାନଙ୍କ ପାଇଁ ସ୍ବତନ୍ତ୍ର ଆଇସୋଲେସନ ରୁମର ବ୍ୟବସ୍ଥା କରାଯାଇଛି।

ଆଜିଠୁ କ୍ଲାସରୁମରେ ପଢ଼ିବେ ନବମ ଶ୍ରେଣୀ ଛାତ୍ରଛାତ୍ରୀ, ଖୋଲିଲା ୟୁଜି ଓ ପିଜି କ୍ଲାସ୍

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଉଛି ନବମ ଶ୍ରେଣୀର କ୍ଲାସରୁମ୍ ପାଠପଢା । ଛାତ୍ରଛାତ୍ରୀ ମାନେ ସ୍କୁଲକୁ ଆସି ଶ୍ରେଣୀଗୃହରେ ପଢିବେ ପାଠ । ଏଥିପାଇଁ ସବୁ ସ୍କୁଲରେ ବ୍ୟବସ୍ଥା ସରିଛି । ସିଟିଂ ଆରେଞ୍ଜମେଣ୍ଟ ସହ କ୍ଲାସରୁମ୍‌ ସାନିଟାଇଜେସନ୍ ଓ ପିଲାଙ୍କ ପାଇଁ କରୋନା କଟକଣା ମାନିବା ବାଧ୍ୟତାମୂଳକ କରାଯିବ । ଅଭିଭାବକଙ୍କ ଅନୁମତି ପତ୍ର ନେଇ ଛାତ୍ରଛାତ୍ରୀ ମାନେ ସ୍କୁଲକୁ ଆସିବେ । ଦୀର୍ଘଦିନ ପରେ ସାଙ୍ଗ ସାଥିଙ୍କ ସହ କ୍ଳାସରୁମରେ ବସି ପାଠପଢିବାର ସୁଯୋଗ ପାଉଥିବାରୁ ବେଶ ଉତ୍ସାହିତ ଅଛନ୍ତି ଛାତ୍ରଛାତ୍ରୀ । ପୂର୍ବରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ କ୍ଲାସରୁମ୍‌ ପଢା ଆରମ୍ଭ ହୋଇଯାଇଛି ।

ସେହିପରି ଆଜିଠାରୁ ଖୋଲିବ ୟୁଜି ଓ ପିଜି କ୍ଲାସ୍ । ପିଜି ପ୍ରଥମ ବର୍ଷ ଏବଂ ୟୁଜି ପ୍ରି-ଫାଇନାଲ୍ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆଜିଠାରୁ ଶ୍ରେଣୀଗୃହ ଶିକ୍ଷାଦାନ କରାଯିବ । ଏହା ସହ ହଷ୍ଟେଲ ମଧ୍ୟ ଖୋଲାଯିବ । PG ଓ UG ଶେଷ ବର୍ଷର ଛାତ୍ରମାନଙ୍କ ପାଇଁ ପରୀକ୍ଷା ପୂର୍ବ ଯୋଜନା ଅନୁଯାୟୀ ଅନଲାଇନ୍ ମୋଡରେ ଅନୁଷ୍ଠିତ ହେବ । ଉଚ୍ଚଶିକ୍ଷା ବିଭାଗ ଅଧୀନ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ, ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ଡିଗ୍ରି କଲେଜ ଖୋଲିବ । କରୋନା କଟକଣା ମଧ୍ୟରେ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଚାଲୁଥିବାରୁ ସେମାନଙ୍କର କ୍ୟାମ୍ପସକୁ ଆସିବାର କୌଣସି ଆବଶ୍ୟକତା ନାହିଁ । ବାକି ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢ଼ା ଆରମ୍ଭ କରାଯିବ । କରୋନା ଯୋଗୁଁ ଏପର୍ଯ୍ୟନ୍ତ ପ୍ରଥମ ସେମିଷ୍ଟାର ପାଠପଢ଼ା ସମ୍ପୂର୍ଣ୍ଣ ଶେଷ ହୋଇ ନାହିଁ । ଅଧିକାଂଶ କଲେଜ ଓ ବିଶ୍ୱବିଦ୍ୟାଳୟରେ ଇଣ୍ଟରନାଲ୍ ଆସେସ୍‌ମେଣ୍ଟ ମଧ୍ୟ ହୋଇ ନାହିଁ । ଏଭଳି ସ୍ଥଳେ ପରୀକ୍ଷା କରିବାକୁ ବିଶ୍ଵବିଦ୍ୟାଳୟଗୁଡ଼ିକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । କଲେଜ ଖୋଲିବା ପୂର୍ବରୁ ସାନିଟାଇଜ କରାଯାଇଛି। ଆନୁଷଙ୍ଗିକ ବ୍ୟବସ୍ଥା କରିଛନ୍ତି କଲେଜ କର୍ତ୍ତୃପକ୍ଷ । ଛାତ୍ରଛାତ୍ରୀ ମାନଙ୍କ ପାଇଁ ସ୍ୱତନ୍ତ୍ର ଆଇସୋଲେସନ ରୁମର ବ୍ୟବସ୍ଥା କରାଯାଇଛି ।

ଗୋଟିଏ ଦିନରେ ଚିହ୍ନଟ ହେଲେ ମାତ୍ର ୮୬୮ ପଜିଟିଭ୍, ୬୬ ଜୀବନ ନେଲା ଭାଇରସ

ଭୁବନେଶ୍ୱର: ରାଜ୍ୟରେ ଦ୍ୱିତୀୟ ଥର ପାଇଁ ହଜାରେ ତଳେ ସଂକ୍ରମଣ । ଦିନକରେ ୨୭ଜିଲ୍ଲା ଓ ଷ୍ଟେଟପୁଲରୁ ୮୬୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୬ଜଣଙ୍କ ଜୀବନ ନେଇଛି କିଲର କରୋନା । ଶୂନରୁ ୧୮ ବର୍ଷ ବୟସର ୧୦୪ ପିଲା କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କୋରାପୁଟ, ନବରଙ୍ଗପୁର ଓ ସୋନପୁରରେ ଶୂନ ସଂକ୍ରମଣ ।

୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ହଜାରେ ୪୩ ଆକ୍ରାନ୍ତ । ଖୋର୍ଦ୍ଧାରୁ ସର୍ବାଧିକ ୨୫୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୫୪, ଷ୍ଟେଟପୁଲରୁ ୫୪, ବାଲେଶ୍ୱରରୁ ୫୨, ଯାଜପୁରରୁ ୪୫, ସମ୍ବଲପୁରରୁ ୩୯, ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ ୨୮, ଅନୁଗୁଳ ଓ କେନ୍ଦ୍ରାପଡାରୁ ୨୬ଜଣ ଲେଖାଏଁ, ଜଗତସିଂହପୁରରୁ ୨୩, ନୟାଗଡ଼ ଓ ପୁରୀରୁ ୨୧ଜଣ ଲେଖାଏଁ, ଭଦ୍ରକରୁ ୧୯, ଢେଙ୍କାନାଳରୁ ୧୫, ବରଗଡ ଓ ସୁନ୍ଦରଗଡ଼ରୁ ୧୩ଜଣ ଲେଖାଏଁ, କନ୍ଧମାଳରୁ ୧୨, କେନ୍ଦୁଝରରୁ ୧୦, ବଲାଙ୍ଗୀରରୁ ୮, ଦେବଗଡ଼, ଝାରସୁଗୁଡା, ମାଲକାନଗିରି ଓ ନୂଆପଡାରୁ ୬ଜଣ ଲେଖାଏଁ, ଗଞ୍ଜାମରୁ ୩, କଳାହାଣ୍ଡି, ରାୟଗଡ଼ାରୁ ୨ଜଣ ଲେଖାଏଁ, ବୌଦ୍ଧ, ଗଜପତିରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ।

ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୯୫ହଜାର ୪୩୩, ମୋଟ୍ ସୁସ୍ଥ ହୋଇଛନ୍ତି ୯ଲକ୍ଷ ୭୮ହଜାର ୨୪୦ । ଆକ୍ଟିଭ କେସ୍ ୧୦ହଜାର ୧୮୭ ।