ଯାତ୍ରୀବାହୀ ବସ୍ ଓଲଟି ୨ମୃତ, ୬ ଆହତ

ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ରମାବାହାଲ ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡିଛି । ଗତକାଲି ରାତିରେ ଏକ ବସ୍ ଓଲଟି ପଡ଼ିବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହେବା ସହ ୬ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ରାଜଗାଙ୍ଗପୁର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

ସୂଚନା ଅନୁଯାୟୀ, ବସଟି ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲା । ପରବର୍ତ୍ତୀ ସମୟରେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଓଲଟି ପଡି ପଡିଥିଲା। ତେବେ ଦୁର୍ଘଟଣାରେ ମାନସିକ ବିକାର ଗ୍ରସ୍ତ ବ୍ୟକ୍ତିଙ୍କ ସହ ଜଣେ ଯାତ୍ରୀ ମୃତ୍ୟୁବରଣ କରିଛନ୍ତି। ବସଟି ରାଜଗାଙ୍ଗପୁର ଅଞ୍ଚଳରୁ ରାଉରକେଲା ଆସୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି।

ଘଟଣାସ୍ଥଳରେ ରାଜଗାଙ୍ଗପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।  ରାଉରକେଲା ସହରର ୧୫ ଜଣ ବ୍ୟକ୍ତି ରାଜଗାଙ୍ଗପୁର ଠାରେ ଅନୁଷ୍ଠିତ ହେଉଥିବା ଏକ ଉତ୍ସବରେ ଯୋଗ ଦେଇ ରାଉରକେଲା ଫେରୁଥିବା ସମୟରେ ରାତି ପ୍ରାୟ ୧୦ଟାରେ ବସ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି।

Leave a Reply