କରୋନା ମହାମାରୀ ପୂର୍ବରୁ ଚୀନ୍ କ’ଣ ପାଇଁ କିଣିଥିଲା ଅଧିକ RTPCR କିଟ୍ ?

1 min read

କରୋନାର ଉତ୍ପତ୍ତିକୁ ନେଇ ଲଗାତାର ଭାବେ ଚୀନ୍ ବିବାଦରେ ରହିଆସିଛି। ଖାଲି ଏତିକି ନୁହେଁ ଭାଇରସର ଉତ୍ପତ୍ତିକୁ ନେଇ ଚୀନ୍ ସବୁବେଳେ ବୟାନ ବଦଳାଇଥାଏ । ତେବେ ବର୍ତ୍ତମାନ ସମୟରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଚୀନକୁ ପୁଣି ସନ୍ଦେହ ଘେରକୁ ଟାଣିଛି।

ଅଷ୍ଟ୍ରେଲିଆ ଓ ଆମେରିକାର ଜଏଣ୍ଟ ସାଇବର ସିକ୍ୟୁରିଟି ଫର୍ମ କରୋନା ସହ ଚୀନର କନେକ୍ସନକୁ ନେଇ ଖୁଲାସା କରିଛି । ଏକ ରିସର୍ଚ୍ଚ ଆଧାରରେ ଦାବି କରିଛି ଯେ ଚୀନରେ କରୋନାର ପ୍ରଥମ ମାମଲା ଚିହ୍ନଟ ହେବା ନେଇ ଯେଉଁ ତାରିଖ କୁହାଯାଇଥିଲା ତାହାର ଏକମାସ ପୂର୍ବରୁ ବହୁ ପରିମାଣରେ କରୋନା ଟେଷ୍ଟିଂ ଉପକରଣ କିଣାଯାଇଥିଲା ।

ସିକ୍ୟୁରିଟି ଫର୍ମ ଇଣ୍ଟରନେଟ୍-୨.୦ର ମୁତାବକ ଚୀନର ଉହାନ୍ ପ୍ରାନ୍ତରେ ୨୦୧୯ ମସିହାରେ PCR ଟେଷ୍ଟ୍ କିଟର ଚାହିଦା ଅଚାନକ ବଢିଯାଇଥିଲା । ୨୦୧୯ ମସିହାରେ ହୁବଇ ପ୍ରାନ୍ତରେ RT-PCR ଟେଷ୍ଟ୍ ଉପରେ ୬୭.୪ ମିଲିୟନ୍ ୟୁଆନ୍ (୧୦.୫ ମିଲିଅନ୍ ଡଲାର) ଖର୍ଚ୍ଚ କରାଯାଇଥିଲା । ଯାହା ୨୦୧୮ ମସିହାରେ ହୋଇଥିବା ଟେଷ୍ଟିଂ ଠାରୁ ଦୁଇଗୁଣା ଅଟେ।

ଉହାନରେ ଦେଖାଯାଇଥିଲା ପ୍ରଥମ ମାମଲା 
କରୋନା ସଂକ୍ରମଣ ଯାଞ୍ଚ କରିବା ପାଇଁ RT-PCR ଟେଷ୍ଟକୁ ସଠିକ୍ ଯାଞ୍ଚ ଭାବେ ବିବେଚନା କରାଯାଏ । ଯେଉଁଥିରେ ବୈଜ୍ଞାନିକମାନେ DNA ନମୁନା ସ୍କ୍ରିନିଂ କରି ସଂକ୍ରମଣ ଚିହ୍ନଟ କରିଥାନ୍ତି। ଅଧିକାଂଶ ପରୀକ୍ଷା କିଟ୍ ହୁବେଇର ଉହାନ ସହରରେ କିଣାଯାଇଥିଲା । ଏହି ସହରରେ ପ୍ରଥମ କରୋନା ମାମଲା ଚିହ୍ନଟ ହୋଇଥିବା ନେଇ ଚୀନ୍ ଦାବି କରିଥିବା ବେଳେ ଏଠାରେ ହିଁ ସବୁଠୁ ଅଧିକ ଟେଷ୍ଟ କିଟ୍ କିଣାଯାଇଥିଲା ।

କରୋନାକୁ ପ୍ରଥମେ ଚୀନ୍ ନିମୋନିଆ କହିଥିଲା
ଉହାନ୍ ସହରରେ ନିମୋନିଆର ଏକ ଅଦ୍ଭୁତ ମାମଲା ଦେଖାଯାଇଛି ବୋଲି ୨୦୧୯ ମସିହା ଡିସେମ୍ବର ୩୧ ତାରିଖରେ ଚୀନ୍ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)କୁ କହିଥିଲା । ପରେ ଜାନୁଆରୀ ୭ ତାରିଖ ବେଳକୁ ଚୀନ୍ ଆଧିକାରିକ ଭାବେ କରୋନାର ନୂଆ ଭାରିଆଣ୍ଟ୍  SARS-Covid-2 ତଥା କୋଭିଡ-୧୯ ନେଇ ଘୋଷଣା କରିଥିଲା।

Leave a Reply