spot_img
Home Blog Page 5190

ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ନୂଆ ମନ୍ତ୍ରିମଣ୍ଡଳ ଗଠନ, ନୋ ରିପିଟ ଫର୍ମୁଲାକୁ ନେଇ ଅନେକ ଅସନ୍ତୁଷ୍ଟ

0

ସୁରଟ: ଗୁଜୁରାଟର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କ ଶପଥ ଗ୍ରହଣ ପରେ ଗୁରୁବାର ନୂଚନ ମନ୍ତ୍ରିମଣ୍ଡଳ ଶପଥ ନେଉଛନ୍ତି । ହେଲେ ରାଜ୍ୟ ବିଜେପିର ନେତୃତ୍ୱ ପରିବର୍ତ୍ତନ ପରେ ଦଳରେ ବଢ଼ିଛି କନ୍ଦଳ । ନୂତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ନୋ ରିପିଟ ଫର୍ମୁଲାକୁ ନେଇ ଦେଖାଦେଇଛି ଆଭ୍ୟନ୍ତରୀଣ ମତଭେଦ । ସବୁ ଭିତରେ ଆଜି ଶପଥ ନେଇଛନ୍ତି ଗୁଜରାଟର ନୂଆ ମନ୍ତ୍ରୀମଣ୍ଡଳ ।

ଭୂପେନ୍ଦ୍ର ପଟେଲ ପୁରା କ୍ୟାବିନେଟ ପରିବର୍ତ୍ତନ ଚାହୁଥିବା ବେଳେ ଏହାକୁ ନେଇ ଅନେକ ଅସନ୍ତୁଷ୍ଟ । ଏଥିଯୋଗୁ ଗତକାଲି ହେବାକୁ ଥିବାରୁ କ୍ୟାବିନେଟ ଶପଥଗ୍ରହଣ ଉତ୍ସବକୁ ସ୍ଥଗିତ ରଖାଯାଇଥିଲା । ଆଜି ଶପଥ ଗ୍ରହଣରେ ୨୪ ମନ୍ତ୍ରୀ ଶପଥ ନେଇଛନ୍ତି । ଆଜି ଅପରାହ୍ନରେ ନୂତନ ମନ୍ତ୍ରିମଣ୍ଡଳ ବୈଠକ ଅନୁଷ୍ଠିତ ହେବ । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଏପଟେ ନୂଆ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ ଚାଲିଥିବା ବେଳେ ସେପଟେ ଇସ୍ତଫା ଦେଇଛନ୍ତି ବିଧାନସଭା ବାଚସ୍ପତି ରାଜେନ୍ଦ୍ର ତ୍ରିବେଦୀ । ସେ ବାଚସ୍ପଚତି ପୁଦରୁ ଇସ୍ତଫା ଦେଇ ନୂଆ ମନ୍ତ୍ରିମଣ୍ଡଳରେ ଯୋଗ ଦେଇଛନ୍ତି ।

ଭୂପେନ୍ଦ୍ର ପଟେଲଙ୍କ ମନ୍ତ୍ରିମଣ୍ଡଳରେ ଦେଖିୂବାକୁ ମିଳିଛି କିଛି ନୂଆ ମୁହଁ । କିଛି ପ୍ରଥମ ଥର ପାଇଁ ନିର୍ବାଚନ ଜିତିଥିବାବେଳେ କିଛି ପେଶାରେ ବିଲଡର ଅଟନ୍ତି ।

ସୁରଟର ଓଲପାଡ ବିଧାନସଭା ଆସନରୁ ମୁକେଶ ପଟେଲ ଦ୍ୱିତୀୟ ଥର ବିଜେପି ବିଧାୟକ ଅଟନ୍ତି। ମୁକେଶ ଭାଇ ପଟେଲ ୨୦୧୨ ରେ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଏବଂ ୨୦୧୭ରେ ଦ୍ୱିତୀୟ ଥର ପାଇଁ ବିଧାନସଭାରେ ପହଞ୍ଚିଥିଲେ। ମୁକେଶ ପଟେଲଙ୍କ ପତ୍ନୀଙ୍କ ନାମ ମୀନାବେନ୍ ଅଟେ। ତାଙ୍କ ଆଫିଡେଭିଟରେ ସେ ଜଣେ ବିଲଡର ଭାବରେ ତାଙ୍କର ବୃତ୍ତି ବିଷୟରେ ଉଲ୍ଲେଖ କରିଛନ୍ତି ।

ବାପା-ମାଆଙ୍କୁ ନିର୍ଯାତନା ଦେଉଥିବା ଉଦ୍ଧତ ପୁଅକୁ ଗଛରେ ବାନ୍ଧିଲେ ଗାଁ ଲୋକେ

କେନ୍ଦୁଝର: ବାପା-ମାଙ୍କୁ ନିର୍ଯାତନା ଦେଉଥିବା ଉଦ୍ଧତ ପୁଅକୁ ଗଛରେ ବାନ୍ଧିଲେ ଗାଁ ଲୋକେ। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ସଟତିରା ଗାଁରେ ଏଭଳି ଘଟିଛି। ଉଦ୍ଧତ ପୁଅ ନାଁରେ ଥାନାରେ ଅଭିଯୋଗ କରିଛନ୍ତି ବାପମାଆ। ସଟତିରା ଗାଁର ଯଦୁମଣି ନାହକଙ୍କ ଏକମାତ୍ର ପୁଅ ଶଙ୍କର ନିଜ ଇଚ୍ଛାରେ ବାହା ହେବାପରେ ବାପାମାଆଙ୍କୁ ଘରେ ରହିବାକୁ ଦେଉନାହିଁ।

ଆବାସ ଯୋଜନାରେ ବାପା ଯଦୁମଣିଙ୍କ ନାଁରେ ପକ୍କାଘର ରହିଛି। ହେଲେ ପୁଅର ବାରଣ ଯୋଗୁ ବାପା ମାଆ ଚାଳଘରେ ରହୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ବାପା ମାଆ। ଦିନକୁ ଦିନ ପୁଅର ନିର୍ଯାନତା ବୃଦ୍ଧି ପାଉଥିବାରୁ ଯଦୁମଣି ଓ ପତ୍ନୀ ପାକନ ଗାଁ ଭଦ୍ରଲୋକଙ୍କୁ ଡାକି ସମାଧାନ କରିବାକୁ ଚାହିଁଥିଲେ।

ହେଲେ ଭଦ୍ରଲୋକଙ୍କୁ ପୁଅ ଶଙ୍କରଆକ୍ରମଣ କରିଥିଲା। ପରେ ଗ୍ରାମବାସୀ ମିଳିତ ଭାବେ ଶଙ୍କରକୁ ଏକ ଗଛରେ ବାନ୍ଧି ପକାଇ ପୋଲିସ୍ ନିକଟରେ ଅଭିଯୋଗ କରିଥିଲେ। ତେବେ ଏହା ମଧ୍ୟରେ ଶଙ୍କର ଫେରାର ହୋଇଯାଇଛି।

ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାରେ ମୁତୟନ ହେଲେ NDRFର ୬ଟି ଟିମ୍‌

ଭୁବନେଶ୍ୱର: ସମ୍ଭାବ୍ୟ ବନ୍ୟା କୁ ଦୃଷ୍ଟି ରେ ରଖି ଉପକୂଳର୍ବୀ ଜିଲ୍ଲା ଗୁଡିକକୁ NDRF ଟିମର ମୁତୟନ କାର୍ଯ୍ୟ ଆରମ୍ଭ ହୋଇଛି। NDRF ର ମୋଟ ୬ ଟିମ ବିଭିନ୍ନ ଜିଲ୍ଲାରେ ମୁତୟନ ହୋଇଛନ୍ତି। କଟକ, କେନ୍ଦ୍ରାପଡା, ଯାଜପୁର, ପୁରୀ, ଭଦ୍ରକ ଓ ବାଲେଶ୍ୱରରେ ଗୋଟିଏ ଲେଖାଏଁ ଟିମ ମୁତୟନ ହୋଇଛନ୍ତି। ଆଉ ଦୁଇଟି ଟିମ୍‌ ମଧ୍ୟ ମୁତୟନ ପାଇଁ ପ୍ରସ୍ତୁତ ରହିଥିବା NDRF ପକ୍ଷରୁ କୁହାଯାଇଛି।

ସେପଟେ ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ଜଳସସମ୍ପଦ ବିଭାଗର ସର୍ବୋଚ ଯନ୍ତ୍ରୀ ଧୀରେନ ସାମଲଙ୍କ ସାମ୍ବାଦିକ ସମ୍ମିଳନୀ। ଛତିଶଗଡ଼ ପଟୁ ଏବେ ହୀରକୁଦରେ ୫ ଲଷ କ୍ୟୁସେକ ଜଳ ପ୍ରେବେଶ କରୁଥିବା ବେଳେ  ଛଡ଼ାଯାଉଛି ୪ ଲକ୍ଷ ୮୧ ହଜାର କ୍ୟୁସେକ ଜଳ। ଆଜି ମୁଣ୍ଡଳିରେ ୫ ଲକ୍ଷ ୮୦ ହଜାର କ୍ୟୁସେକ ପାଣି ଛଡ଼ା ଯାଉଛି। ଯଦି ଦେଖିବା ତେବେ ଆସନ୍ତା କାଲି ୭ ଲକ୍ଷ କ୍ୟୁସେକ ପାଣି ମୁଣ୍ଡଳୀରେ ପାସ କରିବ। ଫଳରେ ସମ୍ବଲପୁର, ଯାଜପୁର, କେନ୍ଦ୍ରାପଡା ଜିଲ୍ଲାରେ ସ୍ୱଳ୍ପ ମଧ୍ୟମ ଧରଣର ବନ୍ୟା ଆସିବ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।

ସେହିପରି ବନ୍ୟା ସ୍ଥିତି ଦେଖି ପୁରୀ, କଟକ, ବାଲେଶ୍ୱର, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, ଭଦ୍ରକ ଜିଲ୍ଲାକୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି। ବୈତରଣୀ ନଦୀର ଜଳସ୍ତର ବିପଦ ସଂକେତ ତଳେ ରହିଥିବା ବେଳେ ଏବେସୁଧା ବ୍ରାହ୍ମଣୀ ନଦୀରେ ୩ଟି ଓ ଖୋର୍ଦ୍ଧାରେ ୨ଟି ଘାଇ ସୃଷ୍ଟି ହୋଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।

ଦୁଷ୍କର୍ମ ମାମଲାରେ ରାଜସ୍ଥାନ ପ୍ରଥମ, ଯୋଗୀଙ୍କ ଉତ୍ତରପ୍ରଦେଶ ଦ୍ୱିତୀୟ

0

ନୂଆଦିଲ୍ଲୀ: ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ପକ୍ଷରୁ ସାରା ଦେଶରେ ୨୦୨୦ ମସିହାରେ ଘଟିଥିବା ଅପରାଧର ତଥ୍ୟ ପ୍ରକାଶ ପାଇଛି।  ଏହି ଆକଳନ ଅନୁଯାୟୀ ରାଜସ୍ଥାନ ସର୍ବାଧିକ ଦୁଷ୍କର୍ମ ମାମଲାରେ ଶୀର୍ଷରେ ରହିଛି। ଯେଉଁଠି ୫ ହଜାର ୩୧୦ଟି ଦୁଷ୍କର୍ମ ମାମଲା ପଞ୍ଜିକୃତ ହୋଇଛି। ଏହି ତାଲିକାରେ ଉତ୍ତରପ୍ରଦେଶ ୨ହଜାର ୭୯୬ଟି ମାମଲା ସହ ଦ୍ୱତୀୟ ସ୍ଥାନରେ ରହିଛି।

NCRB ଅନୁଯାୟୀ, ୨୦୨୦ରେ ସାରା ଦେଶରେ ମହିଳାଙ୍କ ପ୍ରତି ୩ ଲକ୍ଷ ୭୧ ହଜାର ୫୦୩ଟି ଅପରାଧିକ ମାମଲା ପଞ୍ଜିକୃତ ହୋଇଛି।  ଯାହାକି ୨୦୧୯ ତୁଳନାରେ କମ୍ । ୨୦୧୯ରେ ୪ ଲକ୍ଷ ୫ ହଜାର ୩୨୬ ମାମଲା ପଞ୍ଜିକୃତ ହୋଇଥିଲା। ଏଥି ସହିତ, ୨୦୨୦ରେ ଦେଶରେ ୨୮ ହଜାର ୪୬ଟି କେବଳ ଦୁଷ୍କର୍ମ ମାମଲା ପଞ୍ଜିକୃତ ହୋଇଛି। ଅର୍ଥାତ୍ ପ୍ରତିଦିନ ହାରାହାରି ୭୭ ବଳାତ୍କାର ମାମଲା ପଞ୍ଜିକୃତ ହୋଇଛି।

ତେବେ ଦେଖିବାକୁ ଗଲେ ଦୁଷ୍କର୍ମ ମାମଲା ୨୦୧୯ ତୁଳନାରେ ହ୍ରାସ ପାଇଛି। ତଥାପି ପରିସ୍ତିତି ସୁଧୁରି ନାହିଁ। ଗତ ବର୍ଷ ମଧ୍ୟ ରାଜସ୍ଥାନ ଦୁଷ୍କର୍ମ ମାମଲାରେ ଶୀର୍ଷରେ ରହିଥିଲା। ୨୦୧୯ରେ ରାଜସ୍ଥାନରେ ୫ ହଜାର ୯୯୭ଟି ଦୁଷ୍କର୍ମ ମାମଲା ପଞ୍ଜିକୃତ ହୋଇଥିଲା। ଗତବର୍ଷ ମଧ୍ୟ ଉତ୍ତରପ୍ରଦେଶ ଦ୍ୱିତାୟ ଓ ତୃତୀୟ ସ୍ଥନରେ ଥିଲା ମଧ୍ୟପ୍ରଦେଶ।

ସୂଚନାଯୋଗ୍ୟ, NCRB ଅନୁଯାୟୀ ଦେଶରେ ୨୦୨୦ରେ ସାରା ଦେଶରେ ୨୯ ହଜାର ୧୯୩ଟି ହତ୍ୟା ମାମଲା ରୁଜୁ ହୋଇଛି । ସେହିପରି ଶିଶୁ ଅପହରଣ ଓ ମୁଣ୍ଡଜାମିନ ଘଟଣା ମଧ୍ୟ ବୃଦ୍ଧି ପାଇଛି। ଜାତିଆଣ ମାମଲା ୨୦୧୯ ତୁଳନାରେ ଗତବର୍ଷ ସାରା ଦେଶରେ ବଢିଛି । ୨୦୨୦ରେ ୫୦ ହଜାର ୩୫ଟି ଘଟିଛି ସାଇବର ଠକେଇ । ପରିବେଶ ସମ୍ବନ୍ଧିତ ଅପରାଧ ପୂର୍ବ ବର୍ଷ ତୁଳନାରେ ୭୮ ପ୍ରତିଶତ ବୃଦ୍ଧି ପାଇଛି। କିନ୍ତୁ ୨୦୧୯ ତୁଳନାରେ ଦେଶରେ କମିଛି ଜମିବାଡ଼ି ସଂକ୍ରାନ୍ତୀୟ ମାମଲା। ଦେଶରେ ନକଲି ନୋଟ କାରବାର ପୂର୍ବ ବର୍ଷ ତୁଳନାରେ ୧୯୦ ପ୍ରତିଶତ ବୃଦ୍ଧି ପାଇଥିବା NRCB ରିପୋର୍ଟ ରେ ପ୍ରକାଶ ପାଇଛି।

ସାମ୍ନାକୁ ଆସିଲା ନୁସରତଙ୍କ ପୁଅର ପିତାଙ୍କ ପରିଚୟ, ଜନ୍ମ ପ୍ରମାଣପତ୍ରରେ ଅଛି ଏହି ନାମ

କୋଲକାତା: ଅଭିନେତ୍ରୀ ନୁସରତ ଜହାଁଙ୍କ ଗର୍ଭଧାରଣ ଅନେକ ଚର୍ଚ୍ଚାରେ ଥିଲା ଏବଂ ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ଥିଲା ଯେ ପିଲାର ବାପା କିଏ। ବର୍ତ୍ତମାନ ଏହା ଉପରୁ ପରଦା ହଟିଛି । ଅଗଷ୍ଟ ୨୬, ୨୦୨୧ ରେ ନୁସରତ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ, ସେତେବେଳେ ମଧ୍ୟ ଲୋକମାନେ ଜାଣିବାକୁ ଚାହିଁଥିଲେ ଯେ ପିଲାର ବାପା କିଏ ? ବର୍ତ୍ତମାନ ଏହା ନିଶ୍ଚିତ ହୋଇଛି ଯେ ପିଲାଟିର ବାପ ଅଭିନେତା ୟଶ ଦାସଗୁପ୍ତା ।

ସୂଚନା ଅନୁସାରେ, ନୁସରତଙ୍କ ପୁଅର ଜନ୍ମ ପଞ୍ଜିକରଣର ବିବରଣୀ ସର୍ବସାଧାରଣ ଡୋମେନରେ ପ୍ରକାଶ ପାଇଛି, ଯେଉଁଥିରେ ଶିଶୁର ସମ୍ପୂର୍ଣ୍ଣ ନାମ ଇଶାନ ଜେ ଦାସଗୁପ୍ତା ଭାବରେ ଲେଖାଯାଇଛି। କୋଲକାତା ମ୍ୟୁନିସିପାଲିଟି କର୍ପୋରେସନରେ ଦାଖଲ ହୋଇଥିବା ଦଲିଲ ଅନୁଯାୟୀ ବାପାଙ୍କ ନାମ ଦେବାଶିସ ଦାସଗୁପ୍ତା ଭାବରେ ଲେଖାଯାଇଛି, ଏହା ହେଉଛି ଅଭିନେତା ୟଶ ଦାସଗୁପ୍ତଙ୍କ ସରକାରୀ ନାମ। ବର୍ତ୍ତମାନ ଏହି ଦଲିଲରୁ ଏହା ସ୍ପଷ୍ଟ ହୋଇଛି ଯେ ନୁସରତଙ୍କ ପୁଅର ବାପା ୟଶ ଦାସଗୁପ୍ତ। ଅଭିନେତ୍ରୀଙ୍କ ଗର୍ଭବତୀ ହେବାର ଖବର ପରଠାରୁ ଲୋକମାନେ ୟଶ ଦାସଗୁପ୍ତଙ୍କୁ ଶିଶୁର ବାପା ବୋଲି କଳ୍ପାନା କରୁଥିଲେ, କିନ୍ତୁ ବର୍ତ୍ତମାନ ଏହା ସରକାରୀ ଭାବେ ପ୍ରମାଣିତ ହୋଇଛି।

ପୁଅର ଜନ୍ମ ପରେ ୟଶ ଜନସାଧାରଣଙ୍କୁ ଖୁସି ଖବର ଦେଇଥିଲେ। କେବଳ ଏତିକି ନୁହେଁ, ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ୟଶ ନୁସରତଙ୍କ ସହ ଥିଲେ ଏବଂ ସେ ପିଲାଟିକୁ କୋଳରେ ଧରିଥିଲେ। ନୁସରତ ଜହାଁ ଏବଂ ୟଶଙ୍କ ସମ୍ପର୍କର କଳ୍ପନା ସେବେଠାରୁ କରାଯାଇଥିଲା ଯେବେଠାରୁ ସେ ନିଖିଲ ଜୈନଙ୍କୁ ବିବାହ କରିଥିଲେ। ତେବେ ନୁସରତ ନିଖିଲଙ୍କ ସହ ତାଙ୍କ ବିବାହକୁ ବେଆଇନ ବୋଲି କହିଥିଲେ ଏବଂ ଭାରତର ଆଇନରେ ଏହି ବିବାହ ବୈଧ ନୁହେଁ ବୋଲି କହିଥିଲେ।

ବବଳିପାହାଡ଼ ଏବଂ କୁଙ୍ଖରୀ ଜଙ୍ଗଲରେ ମାଓ କ୍ୟାମ୍ପ ଧ୍ୱଂସ, ଜବତ ହେଲା ବିପୁଳ ପରିମାଣରେ ମାଓ ସାମଗ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ବବଳିପାହାଡ଼ ଏବଂ କୁଂଖରୀ ଜଙ୍ଗଲରେ ମାଓ ପୋଲିସ ମୁହାଁମୁହିଁ। ମାଓ କ୍ୟାମ୍ପ ଥିବା ଖବର ପାଇ ଚଢ଼ାଉ ବେଳେ ମାଓ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଗୁଳି ବିନିମୟରେ ଟପ ମାଓ ନେତା ସୁରେଶ ଓ ଅନ୍ୟ ସଦସ୍ୟମାନେ ଛତ୍ରଭଙ୍ଗ ଦେଇଛନ୍ତି। ପୋଲିସ ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛି। ଗୋଟିଏ ୩୦୩ ରାଇଫଲ, ମାଗାଜିନ, ଗୁଳି, ଔଷଧ, ୱାକିଟକି, ପୋଷାକ, ଜୋତା ସହ ବହୁ ଜିନିଷ ଜବତ କରାଯାଇଛି। ଗତ ୧୪ ତାରିଖରେ କୋରାପୁଟ ପୋଲିସ SZC କ୍ୟାଡରର ମାଓବାଦୀ ମହେନ୍ଦ୍ରକୁ ଗିରଫ କରିଥିଲା। ଏହାପରେ ଏହି ସଫଳତା ମିଳିଥିବା ମାଲକାନଗିରି ଏସପି ସୂଚନା ଦେଇଛନ୍ତି।

ବାପାମାଙ୍କୁ ନିର୍ଯାତନା ଦେଉଥିଲା ଉଦ୍ଧତ ପୁଅ, ଗଛରେ ବାନ୍ଧିଲେ ଗାଁ ଲୋକ

0

କେନ୍ଦୁଝର: ବାପାମାଙ୍କୁ ନିର୍ଯାତନା ଦେଉଥିବା ଉଦ୍ଧତ ପୁଅକୁ ଗଛରେ ବାନ୍ଧିଲେ ଗାଁ ଲୋକ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ସଟତିରା ଗାଁରେ ଏଭଳି ଘଟିଛି। ଉଦ୍ଧତ ପୁଅ ନାଁରେ ଥାନାରେ ଅଭିଯୋଗ କରିଛନ୍ତି ବାପମାଆ।

ସଟତିରା ଗାଁର ଯଦୁମଣି ନାହକଙ୍କ ଏକମାତ୍ର ପୁଅ ଶଙ୍କର ନିଜ ଇଚ୍ଛାରେ ବାହା ହେବାପରେ ବାପାମାଆଙ୍କୁ ଘରେ ରହିବାକୁ ଦେଉନାହିଁ । ଆବାସ ଯୋଜନାରେ ବାପା ଯଦୁମଣିଙ୍କ ନାଁରେ ପକ୍କାଘର ରହିଛି। ହେଲେ ପୁଅର ବାରଣ ଯୋଗୁ ବାପା ମାଆ ଚାଳଘରେ ରହୁଛନ୍ତି। ଦିନକୁ ଦିନ ପୁଅର ନିର୍ଯାନତା ବୃଦ୍ଧି ପାଉଥିବାରୁ ଯଦୁମଣି ଓ ପତ୍ନୀ ପାକନ ଗାଁ ଭଦ୍ରଲୋକଙ୍କୁ ଡାକି ସମାଧାନ କରିବାକୁ ଚାହିଁଥିଲେ। ହେଲେ ଭଦ୍ରଲୋକଙ୍କୁ ପୁଅ ଶଙ୍କର ଆକ୍ରମଣ କରିଥିଲା। ପରେ ଗ୍ରାମବାସୀ ମିଳିତ ଭାବେ ଶଙ୍କରକୁ ଏକ ଗଛରେ ବାନ୍ଧି ପକାଇ ପୋଲିସ୍ ନିକଟରେ ଅଭିଯୋଗ କରିଥିଲେ। ତେବେ ଏହା ମଧ୍ୟରେ ଶଙ୍କର ଫେରାର ହୋଇଯାଇଛି ।

ବଢ଼ୁଛି ସୋନୁଙ୍କ ଅଡ଼ୁଆ, ଦ୍ୱିତୀୟ ଦିନରେ ବି ଘରେ ସର୍ଭେ ପାଇଁ ପହଞ୍ଚିଲା ଆୟକର ବିଭାଗ

ମୁମ୍ବାଇ: ବଢ଼ିବାରେ ଲାଗିଛି ସୋନୁ ସୁଦଙ୍କ ଅଡ଼ୁଆ । ବୁଧବାର ଭଳି ଆୟକର ବିଭାଗ ଟିମ୍ ଆଜି ମଧ୍ୟ ସୋନୁଙ୍କ ସର୍ଭେ କରିବାକୁ ପହଞ୍ଚିଯାଇଛି। ବୁଧବାର ଆୟକର ବିଭାଗ ସୋନୁଙ୍କ ଘର ସମେତ ତାଙ୍କ ଲିଙ୍କରେ ଥିବା ୬ଟି ସ୍ଥାନ ଉପରେ ସର୍ଭେ କରିଥିଲା। ହେଲେ କିଛି ବି ଜବତ ହୋଇନଥିଲା। ତେବେ ଆଜି ସକାଳୁ ପୁଣିଥରେ ଏହି ଟିମ୍ ସର୍ଭେ କରିବାକୁ ସୋନୁଙ୍କ ଘରେ ପହଞ୍ଚିଛନ୍ତି।

ସୂଚନାନୁସାରେ, ସୋନୁ ସୁଦଙ୍କ ଆର୍ଥିକ ରେକର୍ଡ, ଆୟ, ଆକାଉଣ୍ଟ ବୁକ୍, ଖର୍ଚ୍ଚ ସମ୍ବନ୍ଧୀୟ ତଥ୍ୟ ଯାଞ୍ଚ କରାଯାଉଛି। ତେବେ ସୋନୁଙ୍କ ଘରେ ଚାଲିଥିବା ଏହି ସର୍ଭେକୁ ନେଇ ଆଦମୀ ପାର୍ଟି ଅସନ୍ତୋଷ ବ୍ୟକ୍ତ କରିଛି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିବାଲ ସୋନୁଙ୍କ ସପକ୍ଷରେ ଟ୍ୱିଟ୍ କରିଛନ୍ତି । ସେ ଲେଖିଛନ୍ତି ଯେ ସତ୍ୟର ମାର୍ଗରେ ବହୁତ ବାଧାବିଘ୍ନ ଆସେ କିନ୍ତୁ ସତ୍ୟ ସବୁବେଳେ ବିଜୟୀ ହୁଏ। ସୋନୁ ସୁଦଙ୍କ ସହ ସେହି ଲକ୍ଷ ଲକ୍ଷ ପରିବାରର ପ୍ରାର୍ଥନା ଅଛି ଯେଉଁମାନଙ୍କୁ ସେ ଅସୁବିଧା ସମୟରେ ସାହାଯ୍ୟ କରିଥିଲେ।

ଅନ୍ୟପଟେ ଅଭିନେତା ସୋନୁଙ୍କର କିନ୍ତୁ ଏଯାଏ ଏ ସମ୍ବନ୍ଧୀୟ କୌଣସି ପ୍ରତିକ୍ରିୟା ମିଳିନାହିଁ । ଲଗାତା ଦୁଇ ଦିନ ଧରି ତାଙ୍କ ଘରେ ସର୍ଭେ କ’ଣ ପାଇଁ କରାୟାଉଛି, ତା’ର ମଧ୍ୟ କାରଣ ଅସଷ୍ପଷ୍ଟ ରହିଛି।

ଆହୁରି ଲୁଚିଛି କି ପୁରୀ ଏମାର ମଠରେ ରୂପା ଇଟା, ଏନେଇ ଆରମ୍ଭ ହେଲା ମେଟାଲ ଡିଟେକ୍ଟର ଦ୍ୱାରା ଯାଞ୍ଚ

ପୁରୀ: ପୁରୀ ଏମାର ମଠ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି। ମେଟାଲ ଡିଟେକ୍ଟର ଦ୍ୱାରା ମଠର ବିଭିନ୍ନ ସ୍ଥାନକୁ ଯାଞ୍ଚ କରାଯାଉଛି। ଏଏସ୍‌ଆଇ ଓ ପ୍ରଶାସନର ସ୍ୱତନ୍ତ୍ର ଟିମର ଯାଞ୍ଚରେ ସାମିଲ ହୋଇଥିବା ବେଳେ ଏମାର ମଠର ଟ୍ରଷ୍ଟ କମିଟି ସଦସ୍ୟ ମଧ୍ୟ ସାମିଲ ହୋଇଛନ୍ତି। ପୂର୍ବରୁ ଏମାର ମଠ ଇଣ୍ଟେରିମ୍ ଟ୍ରଷ୍ଟ ବୋର୍ଡ ଦେବୋତ୍ତର ବିଭାଗକୁ ଯାଞ୍ଚ ପାଇଁ ଚିଠି ଲେଖିଥିଲା।

ସେହି ଅନୁସାରେ ଆଜି ଦୋବୋତ୍ତର ବିଭାଗ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଛି। ଯାଞ୍ଚରେ ଦେବୋତ୍ତର ବିଭାଗ କର୍ମଚାରୀ ମେଟାଲ୍ ଡିଟେକ୍ଟର ଟିମ୍, ଶ୍ରୀମନ୍ଦିର ପ୍ରଶାସନ କର୍ତ୍ତୃପକ୍ଷ ସାମିଲ ହୋଇଛନ୍ତି। ପୂର୍ବରୁ ଏହି ଧନଶାଳୀ ମଠରୁ ୫୨୨ ରୁପା ଇଟା ମିଳିଥିଲା। ଏହାପରେ ଦ୍ୱିତୀୟ ଥର ଯାଞ୍ଚ ବେଳେ ୪୫ ରୁପା ଇଟା ମିଲିଥିଲା। ମଠ ତଳେ ଆଉ କିଛି ଥିବା ସନ୍ଦେହରେ ପୁଣି ଥରେ ଚାଲିଛି ଯାଞ୍ଚ।

ହନି ଓ ମନି ଚକ୍କରରେ ଦେଶକୁ ଦେଉଥିଲେ ଦଗା, ଅଶ୍ଲୀଳ ଚାଟ୍ ଦ୍ୱାରା ହୋଇଥିଲେ ଟ୍ରାପ୍

ଭୁବନେଶ୍ୱର: ଆଇଟିଆରରୁ କେମିତି ଯାଉଥିଲା ଗୁପ୍ତତଥ୍ୟ ? ଗୁପ୍ତତଥ୍ୟ ଯୋଗାଣର ପୂରା ନେଟୱର୍କ କଣ ? ୪ ଅଭିଯୁକ୍ତଙ୍କ ବାଦ ଆଉ କିଏ କିଏ ଏହି ରାକେଟରେ ସାମିଲ ? କାହିଁକି ଶତ୍ରୁଙ୍କ ଟାର୍ଗେଟରେ ତଳିଆ କର୍ମଚାରୀ ? ନେଟୱର୍କ ସଂପର୍କରେ ଅଧିକାରୀ ଜାଣିଥିଲେ କି ନାହିଁ ? ଏମିତି ସବୁ ପ୍ରଶ୍ନ ପ୍ରସ୍ତତ କରି ବାଲେଶ୍ୱରରେ ପହଞ୍ଚିଛି ୪ ଜଣିଆ କ୍ରାଇମ୍ ବ୍ରାଞ୍ଚ ଟିମ୍। ପ୍ରତିରକ୍ଷା ବିଭାଗର ଗୁପ୍ତତଥ୍ୟ ଲିକ୍ ମାମଲା ମାନେ ‘ବ୍ରହ୍ମାସ୍ତ୍ର’ କୁହାଯାଉଥିବା ଅତ୍ୟାଧୁନିକ କ୍ଷେପଣାସ୍ତ୍ର ‘ବ୍ରହ୍ମୋସ୍’ ସମ୍ପର୍କିତ ଗୋପନୀୟ ତଥ୍ୟ ପାକିସ୍ତାନ ହାତରେ ଲାଗିଥିବା କୁହାଯାଉଛି। ଶତ୍ରୁ ଦେଶ ପାଇଁ ସୁନ୍ଦରୀ ନେଉଥିଲେ ସିକ୍ରେଟ୍ ଡାଟା। ହନିଟ୍ରାପରେ ଫସିଥିଲେ ଡିଆର୍ଡିଓର ୪ ଅସ୍ଥାୟୀ କର୍ମଚାରୀ। ଏନେଇ ଫୋନ୍ କଲ୍ ବଢାଇଥିଲା ସନ୍ଦେହ। ଯାଞ୍ଚ ପରେ ପୁରା ଘଟଣା ଉପରୁ ପରଦା ଉଠିଥିଲା। ବିଦେଶୀ ଏଜେଣ୍ଟଙ୍କୁ ଗୋପନ ତଥ୍ୟ ଯୋଗାଇବା ଅଭିଯୋଗରେ ୪ ଠିକା କର୍ମଚାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନାଁରେ ଦେଶଦ୍ରୋହ ସହ ଅନେକ ସଂଗୀନ୍ ଦଫାରେ ମାମଲା ରୁଜୁ ହୋଇଛି।

ଅଶ୍ଲିଳ ଚାଟ୍ ଦ୍ୱାରା ଟ୍ରାପ୍

ଏହି ଚାରି ଠିକା କର୍ମଚାରୀଙ୍କୁ ପାକିସ୍ତାନରେ ବସିଥିବା ଆଇଏସଆଇ ଏଜେଣ୍ଟ୍ ଟ୍ରାପ୍ କରିଥିଲେ । ସେମାନଙ୍କ ସହିତ ଏହି ଏଜେଣ୍ଟ୍ ନିୟମିତ ଭାବେ ଅଶ୍ଲିଳ ଚାଟ୍ କରୁଥିବା ମଧ୍ୟ କୁହାଯାଉଛି । ମିଳିଥିବା ସୂଚନା ଅନୁସାରେ ହନିଟ୍ରାପ୍ରେ ଫସି ସୁନ୍ଦରୀଙ୍କୁ ଦେଉଥିଲେ ଭିଡିଓ, ଫୋନ୍ କଲ, ସୋସିଆଲ୍ ମିଡିଆ ଓ ମେସେଜ୍ ମାଧ୍ୟମରେ ବିଭିନ୍ନ ଗୁପ୍ତ ତଥ୍ୟ। ଫେସବୁକ୍ ଆକାଉଣ୍ଟର ତଦନ୍ତ ହେବା ପରେ ଜଣା ପଡ଼ିଥିଲା ୪ ଜଣ ଅଭିଯୁକ୍ତିଙ୍କ ଆକାଉଣ୍ଟରେ ରହିଛନ୍ତି ବାହାର ଦେଶର ଶତାଧିକ ବନ୍ଧୁ ଏବଂ ତନ୍ମଧ୍ୟରୁ ପାକିସ୍ତାନର ଜଣେ ମହିଳା। ପାକିସ୍ତାନରେ ମହିଳା ସାଙ୍ଗ ଥିଲେ ହନିଟ୍ରାପର ମାୟା ସୁନ୍ଦରୀ। ମାୟା ସୁନ୍ଦରୀ ଜଣକ ମିଠା ମିଠା କଥାରେ ଫସାଇ ଆଦାୟ କରୁଥିଲେ ସବୁ ଗୁପ୍ତ ତଥ୍ୟ। ଅଭିଯୁକ୍ତମାନେ ତାଙ୍କ ମାୟାବିନୀ ଜାଲର ଶିକାର ହୋଇ ଦେଶର ସୁରକ୍ଷା ସମ୍ପର୍କିତ ତଥ୍ୟ ତାଙ୍କୁ ପ୍ରଦାନ କରିଥିଲେ। ଏପରିକି ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ପ୍ରତ୍ୟେକ ଦିନର କାର୍ଯ୍ୟ ସଂପର୍କରେ ତଥ୍ୟ ପାଇବା ଲାଗି ଉକ୍ତ ପାକିସ୍ତାନୀ ମହିଳା ଏହି ୪ ଠିକା କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିଲେ। ସେପଟେ ପରସ୍ପର ସହ ମିଶିବା ପାଇଁ ଅଭିଯୁକ୍ତମାନେ ସଂପୃକ୍ତ ମହିଳାଙ୍କୁ କୋଲକାତା ଆସିବାକୁ କହିଥିବା ସ୍ୱୀକାର ମଧ୍ୟ କରିଛନ୍ତି। ଆଇଏସ୍ଡି କଲ୍ ମାଧ୍ୟମରେ ଏହି ସବୁ ତଥ୍ୟ ଆଦାନ ପ୍ରଦାନ ଚାଲିଥିବା ବେଳେ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ଏମାନଙ୍କ ମୋବାଇଲ ବାର୍ତ୍ତାଳାପକୁ ଟ୍ରାକିଂ କରି କାର୍ଯ୍ୟାନୁଷ୍ଠାନ ନିମନ୍ତେ ଓଡ଼ିଶା ପୁଲିସ ଡିଜିଙ୍କୁ ଅବଗତ କରିଥିଲା। ଭଏସ୍ କଲ ରେକର୍ଡରେ ଉକ୍ତ ମହିଳାଙ୍କ ସ୍ୱର ଓ ବାର୍ତ୍ତାଳାପକୁ ଗୁଇନ୍ଦା ଏଜେନ୍ସି ରେକର୍ଡିଂ କରିଥିବା ଜଣାଯାଇଛି।

କେମିତି ଧରା ପଡିଥିଲେ ?

୩ ମାସ ଧରି ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ହନିଟ୍ରାପ୍ ଦ୍ୱାରା ଗୁପ୍ତ ତଥ୍ୟ ହାତଉଥିଲେ ପାକିସ୍ତାନ ଏଜେଣ୍ଟ। ପାକିସ୍ତାନ ଏଜେଣ୍ଟଙ୍କୁ ବାରୁଦ କାରଖାନା ଠାରୁ ଆରମ୍ଭ କରି ମିଲିଟାରୀ ବ୍ଲୁ-ପ୍ରିଣ୍ଟ ପଠାଉଥିଲେ ଅସ୍ଥାୟୀ କର୍ମଚାରୀ। ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ଲିକ୍ ହେଉଥିଲା ଏହି ସବୁ ଗୁପ୍ତ ତଥ୍ୟ। ଏହି ଚାରି ଜଣଙ୍କ ନିକଟକୁ ନିୟମିତ ଭାବେ ପାକିସ୍ତାନରୁ ଫୋନ୍ କଲ୍ ଏବ˚ ଟଙ୍କା ଆସୁଥିବା ଦିଲ୍ଲୀ ଗୁଇନ୍ଦା ମୁଖ୍ୟାଳୟ ପ୍ରଥମେ ସୂଚନା ପାଇଥିଲା। ଏହାପରେ ଡିଆରଡିଓର ଏହି ଚାରି କର୍ମଚାରୀଙ୍କୁ ଟ୍ରାକ୍ କରିବାକୁ ଓଡ଼ିଶା ଗୁଇନ୍ଦା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା। ତାପରେ ସାମ୍ନାକୁ ଆସିଥିଲା ପୁରା ଘଟଣା। କେମିତି ହନିଟ୍ରାପରେ ଫସିଲେ କେମିତି ଦେଉଥିଲେ ଗୁପ୍ତ ତଥ୍ୟ ତାହା ଧିରେ ଧିରେ ଖୋଲିବାକୁ ଆରମ୍ଭ କରିଥିଲା।