spot_img
Home Blog Page 5163

ବଲାଙ୍ଗୀରରେ ବିଏସ୍‌କେଓ୍ୱାଇ ଯୋଜନାର ଶୁଭାରମ୍ଭ: ୬୦୦ କୋଟି ଟଙ୍କା ପ୍ରକଳ୍ପର ମଧ୍ୟ କଲେ ଭିତ୍ତିପ୍ରସ୍ତର ସ୍ଥାପନ

ବଲାଙ୍ଗୀର: ବଲାଙ୍ଗୀର ବିକାଶରେ ଯୋଡ଼ି ହୋଇଛି ନୂଆ ଅଧ୍ୟାୟ । ସ୍ୱାସ୍ଥ୍ୟରୁ ସୌନ୍ଦର୍ଯ୍ୟ ସବୁ କ୍ଷେତ୍ରରେ ବିକାଶ ନେଇ ସରକାର ପ୍ରସ୍ତୁତ କରିଛନ୍ତି ବ୍ଳୁ-ପ୍ରିଣ୍ଟ । ବୁଧବାର ଦିନିକିଆ ବଲାଙ୍ଗୀର ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ଜିଲ୍ଲାର ୨୦୦ କୋଟି ଟଙ୍କାର ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିବା ସହିତ ୫୯୭ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖିଥିଲେ । ପାଟଣାଗଡରେ ମୁଖ୍ୟମନ୍ତ୍ରୀ ହରିଶଙ୍କର ପୀଠର ବିକାଶ ପାଇଁ ଭିତ୍ତିପ୍ରସ୍ତର ମଧ୍ୟ ରଖିଥିଲେ । ଏଥିସହିତ ବିଏସ୍‌କେଓ୍ୱାି ଯୋଜନାର ଶୁଭାରମ୍ଭ କରିଥିଲେ । ଏହି ଅବସରରେ କିଛି ହିତାଧିକାରୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ କରିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନୂଆଁଖାଇ ଜୁହାର ଜଣାଇବା ସହ ବଲାଙ୍ଗୀର ଗସ୍ତ ନେଇ ଖୁସି ବ୍ୟକ୍ତ କରିଛନ୍ତି । ସେ କହିଥିଲେ ଯେ, ଏହି କାର୍ଡ ନୂଆ ରୂପରେ କାର୍ଯ୍ୟକାରୀ କରୁଛି । ୯୬ ଲକ୍ଷ ପରିବାର ଏହା ପାଇବେ। ବଲାଙ୍ଗୀର ଜିଲ୍ଲାର ସାଢ଼େ ୪ ଲକ୍ଷ ଓ ରାଜ୍ୟର ସାଢ଼େ ୩ କୋଟି ଏହି କାର୍ଡ ପାଇବେ । ଦେଶର୨୦୦ରୁ ଅଧିକ ବଡ଼ ବଡ଼ ହସ୍ପିଟାଲରେ ଚିକିତ୍ସା ପାଇପାରିବେ । ଏହି ସେବା ଦେବାରେ ସାରା ଦେଶରେ ଓଡ଼ିଶା ପ୍ରଥମ । ଚିକିତ୍ସା ପାଇଁ କିଏ ସୁନା ବିକେ କିଏ ଚୁଡି, ସେଥିପାଇଁ ମତେ ବହୁତ ଦୁଃଖ ଲାଗେ। ଏହି ଦୁଃଖ ଦୂର କରିବାରେ ଏହି କାର୍ଡ ସାହାଯ୍ୟ କରିବ । ସଞ୍ଚୟ କରିଥିବା ଟଙ୍କା ପରିବାରର ବିକାଶ ଓ ପିଲାଙ୍କ ପାଠ ପଢ଼ାରେ ଖର୍ଚ୍ଚ କରିପାରିବେ। ପ୍ରତି ଜୀବନ ମୋ ପାଇଁ ମୂଲ୍ୟବାନ। ମୁଁ ଚାହେଁ ସମସ୍ତେ ସୁସ୍ଥ ରୁହନ୍ତୁ ।

ସେ ଆହୁରି କହିଥିଲେ ଯେ,ଏହି କାର୍ଡ ପାଖରେ ରହିଲେ, ଚିକିତ୍ସା ପାଇଁ କୌଣସି ଡକୁମେଣ୍ଟ ଦରକାର ନାହିଁ । କେବଳ କାର୍ଡଟିକୁ ନେଇ ଲୋକମାନେ ଦେଶର ୨୦୦ ବଡ ବଡ ହସପିଟାଲରେ ବିନା ଖର୍ଚ୍ଚରେ ଗୁଣାତ୍ମକ ଚିକିତ୍ସା ପାଇପାରିବେ । ପରିବାର ପାଇଁ ବର୍ଷକୁ ୫ ଲକ୍ଷ ଟଙ୍କା ଏବଂ ମହିଳା ମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିପାରିବ। ଟଙ୍କା ପାଇଁ କେହି ଉତ୍ତମ ଚିକିତ୍ସା ସୁବିଧାରୁ ବଞ୍ଚିତ ନ ହୁଅନ୍ତୁ, ଏହା ହିଁ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଥିଲେ । ପ୍ରତିଟି ଜୀବନ ତାଙ୍କ ପାଇଁ ମୂଲ୍ୟବାନ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସମସ୍ତେ ସୁସ୍ଥରେ ରହିଲେ ହିଁ ରାଜ୍ୟର ପ୍ରଗତି ହୋଇପାରିବ।

ମୁଖ୍ୟମନ୍ତ୍ରୀ ପ୍ରଥମେ ଟିଟିଲାଗଡ ଗସ୍ତ କରି ସେଠାରେ ଅନେକ ନୂଆ ପ୍ରକଳ୍ପ ଆରମ୍ଭ କରିଥିଲେ । ଟିଟିଲାଗଡ-ସଇଁତଳା ବ୍ଲକ୍‌ରେ ସଂପୂର୍ଣ୍ଣ ହୋଇଥିବା ପାଇପ ପାଣି ପ୍ରକଳ୍ପର ଉଦ୍‌ଘାଟନ କରିବା ସହିତ ଟିଟିଲାଗଡ ଟାଉନ୍‌କୁ ସବୁ ଘରକୁ ପାଇପ ପାଣି ପ୍ରକଳ୍ପର ଭିତ୍ତିପ୍ରସ୍ତର ରଖିଥିଲେ ।

ପାଟଣାଗଡରେ ମୁଖ୍ୟମନ୍ତ୍ରୀ ଅନେକ ପ୍ରକଳ୍ପ ମଧ୍ୟରେ ପ୍ରସିଦ୍ଧ ହରିଶଙ୍କର ପୀଠର ବିକାଶ ପାଇଁ ଭିତ୍ତିପ୍ରସ୍ତର ରଖିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହରିଶଙ୍କର ପୀଠ ରାଜ୍ୟର ଏକ ଗୁରୁତ୍ବପୂର୍ଣ୍ଣ ତୀର୍ଥକ୍ଷେତ୍ର ହେବା ସହିତ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତି ମନୋରମ । ଏଠାକୁ ଆସୁଥିବା ଭକ୍ତମାନଙ୍କୁ ଏକ ସୁନ୍ଦର, ଆଧ୍ୟାତ୍ମିକ ଅନୁଭୂତି ଦେବା ପାଇଁ ୫-ଟି କାର୍ଯ୍ୟକ୍ରମରେ ଏହି ପୀଠର ବିକାଶ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହାଦ୍ୱାରା ଏ ଅଞ୍ଚଳର ଧାର୍ମିକ ଓ ସାଂସ୍କୃତିକ ପରମ୍ପରାର ପ୍ରଚାର ପ୍ରସାର ବୃଦ୍ଧି ହେବ ବୋଲି ସେ କହିଥିଲେ । ଶେଷରେ ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ଜିଲ୍ଲା ଗସ୍ତ କରି ସେଠାରେ ମଧ୍ୟ ଅନେକ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶିକ୍ଷା ଓ ସ୍ବାସ୍ଥ୍ୟ ହେଉଛି ଆମ ସବୁ ବିକାଶର ମୂଳଦୂଆ । ସେଥିପାଇଁ ୫-ଟି କାର୍ଯ୍ୟକ୍ରମରେ ଏହି ଦୁଇଟି କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ବ ଆରୋପ କରୁଛନ୍ତି । ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି ସହିତ ସବୁ ସରକାରୀ ହସ୍‌ପିଟାଲରେ ସଂପୂର୍ଣ୍ଣ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି। ୫-ଟିରେ ରାଜ୍ୟର ସ୍କୁଲ ଗୁଡିକର ରୂପାନ୍ତର କରାଯାଉଛି ଓ ପ୍ରଥମ ପର୍ଯ୍ୟାୟରେ ୧୦୭୨ଟି ସ୍କୁଲର ରୂପାନ୍ତର କରାଯାଉଛି ବୋଲି ସେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ମନ୍ତ୍ରୀ ମଣ୍ଡଳର ସଦସ୍ୟଗଣ ବିକ୍ରମ କେଶରୀ ଆରୁଖ, ନିରଞ୍ଚନ ପୂଜାରୀ, ପଦ୍ମନାଭ ବେହେରା, ସୁଶାନ୍ତ ସିଂ, ନବ ଦାସ,  ଟୁକୁନି ସାହୁ, ଦିବ୍ୟଶଙ୍କର ମିଶ୍ର, ସାଂସଦ ସଙ୍ଗୀତା ସିଂହଦେଓ, ବିଧାୟକ ନରସିଂହ ମିଶ୍ର, ବିଧାୟକ  ସରୋଜ ମେହେର, ସନ୍ତୋଷ ସିଂ ସାଲୁଜା, ମୁକେଶ ମହାଲିଙ୍ଗ ଓଟିଡିସିର ଅଧ୍ୟକ୍ଷା  ଶ୍ରୀମୟୀ ମିଶ୍ର, ଏବଂ ଅନେକ ବରିଷ୍ଠ ନେତୃବୃନ୍ଦ ଯୋଗ ଦେଇଥିଲେ ।

ମାନ୍ୟବର ମୋହେ ବିଜ୍ଞାପନକୁ ନେଇ ଆଲିଆଙ୍କୁ କଙ୍ଗନାଙ୍କ ସମାଲୋଚନା, କହିଲେ ହିନ୍ଦୁତ୍ୱକୁ ପରିହାସ କରିବା ବନ୍ଦ କର

ତନିଷ୍କ ବିଜ୍ଞାପନକୁ ନେଇ ବିବାଦକୁ ବେସି ଦିନ ହୋଇନି । ବିଜ୍ଞାପନରେ ଲଭ୍ ଜିହାଦକୁ ଗ୍ଲୋରିଫାଏ କରାଯାଇଛି ବୋଲି ସେତେବେଳେ ତୁମ୍ଭିତୋଫାନ ହୋଇଥିଲା । ଏବେ ପୁଣି ଗୋଟିଏ ବିଜ୍ଞାପନକୁ ନେଇ ବିବାଦ ଆରମ୍ଭ ହୋଇଛି । ଏହି ବିବାଦ ଭିତରକୁ କେବଳ ଆମ୍ ଆଦମୀ ପ୍ରବେଶ କରିନାହାନ୍ତି,ଏହା ଭିତରକୁ ଅନେକ ମାନ୍ୟବର ମଧ୍ୟ ପ୍ରବେଶ କଲେଣି । ଯେଉଁ ବିଜ୍ଞାପନକୁ ନେଇ ନୂଆ ବିବାଦ ସୃଷ୍ଟି ହେଉଛି ତାହାର ସମ୍ପର୍କ ମାନ୍ୟବର ବ୍ରାଣ୍ଡ୍ ସହିତ ରହିଛି । ଆଉ ଏହି କଣ୍ଟ୍ରୋଭର୍ସିକୁ ଅଧିକ କଣ୍ଟ୍ରୋଭର୍ସିଆଲ କରୁଛି କଙ୍ଗନାଙ୍କ ଭଳି ମାନ୍ୟବରଙ୍କ ଏଣ୍ଟ୍ରି..
ବାଦୀୟ ମନ୍ତବ୍ୟ ହେଉ ଅବା କୌଣସି ବ୍ୟକ୍ତିଗତ ବିଷୟ, ସବୁବେଳେ ଚର୍ଚ୍ଚାରେ ରୁହନ୍ତି କଙ୍ଗନା। ପ୍ରାୟ ସମୟରେ ସେ ଟ୍ୱିଟରେ ଅନ୍ୟମାନଙ୍କୁ ଟାର୍ଗେଟ କରନ୍ତି। କେବଳ ବଳିଉଡ ଷ୍ଟାର ନୁହଁନ୍ତି ଅନେକ ରାଜନେତାଙ୍କ ସହ ମଧ୍ୟ ସେ ଟ୍ୱିଟ୍ ୱାର କରନ୍ତି କଙ୍ଗନା। ଆଉ ଏଥିପାଇଁ ତାଙ୍କନାଁରେ ଅନେକ ମାମଲା ବି ଚାଲିଛି। ତେବେ ବର୍ତ୍ତମାନ କଙ୍ଗନାଙ୍କ ଟାର୍ଗେଟକୁ ଆସିଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ।

ନିକଟରେ ଏକ ଫ୍ୟାଶନ ବ୍ରାଣ୍ଡ ପାଇଁ ବିଜ୍ଞାପନ କରିଥିଲେ ଆଲିଆ। ତେବେ ଏହି ବିଜ୍ଞାପନକୁ ନେଇ ସେ ସୋଶାଲ ମିଡିଆରେ ଟାର୍ଗେଟ ହେଇଛନ୍ତି। ଅବଶ୍ୟ କିଛି ଲୋକେ ବିଜ୍ଞାପନକୁ ପ୍ରଶଂସା ବି କରିଛନ୍ତି, କିନ୍ତୁ କିଛି ଲେକ ଏହା ହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ ଆହତ କରୁଥିବା ଅଭିଯୋଗ କରିଛନ୍ତି। ଆଉ ଏହି ତାଲିକାଲେ ସାମିଲ ହୋଇଛନ୍ତି ବଲିଉଡର ପଙ୍ଗା ଗର୍ଲ କଙ୍ଗନା ରଣାୱତ।

ବାସ୍ତବରେ ଆଲିଆ ‘ମାନ୍ୟବର-ମୋହେ’ ଫ୍ୟାଶନ ବ୍ରାଣ୍ଡର ଏକ ବିବାହ ବିଜ୍ଞାପନ ଶୁଟ୍ କରିଛନ୍ତି। ଏହି ବିଜ୍ଞାପନରେ ସେ କଥିତ ରୂପେ ‘କାନ୍ୟାଦାନ’ ପରମ୍ପରାକୁ ପରିବର୍ତ୍ତନ କରିବାକୁ କହୁଥିବା ଦେଖିବାକୁ ମିଳିଛି। ଯାହାକି କଙ୍ଗନାଙ୍କୁ ଆଦୌ ପସନ୍ଦ ଆସିନି । ତେଣୁ ସେ ତାଙ୍କୁ ଟାର୍ଗେଟ କରିଛନ୍ତି। ସେ ସମସ୍ତ ବ୍ରାଣ୍ଡକୁ ନିଜ ଜିନିଷ ବିକ୍ର କରିବା ପାଇଁ ଧର୍ମ, ସଂଖ୍ଯାଲଘୁ ବା ସଂଖ୍ୟାଗରିଷ୍ଠତା ରଜନୀତି ନ କରିବା ପାଇଁ ଅନୁରୋଧ କରିଛନ୍ତି ।
କଙ୍ଗନା ତାଙ୍କ ଇନ୍ଷ୍ଟାଗ୍ରାମରେ ଏକ ଲମ୍ବା ଚଉଡ଼ା ପୋଷ୍ଟ ଶେଆର କରିଛନ୍ତି। ସେ ଲେଖିଛନ୍ତି ଏଭଳି ବିଜ୍ଞାପନ ଦେଖାଇ ଲୋକମାନଙ୍କ ଭାବନା ସହ ଖେଳନ୍ତୁ ନାହିଁ । ଯେଉଁ ଯବନାମାନେ ଦେଶ ପାଇଁ ସହୀଦ ହେଉଛନ୍ତି, ତାଙ୍କର ବାପା ମା’ ମଧ୍ୟ ନିଜ ପୁଅକୁ ଦେଶ ପାଇଁ ଦାନ କରୁଛନ୍ତି। ଆଉ ଗୋଟିଏ ସନ୍ତାନକୁ ହରାଇବା ପରେ ସେହି ମାତାପିତା ଅନ୍ୟ ଏକ ସନ୍ତାନକୁ ବି ଦେଶ ପାଇଁ ଦାନ କରିଦିଅନ୍ତି । କନ୍ୟାଦାନ ହେଉ କି ପୁତ୍ରଦାନ ସମାଜ ଏହି ବଳିଦାନର ମହତ୍ତୱ କ’ଣ ଭଲଭାବେ ବୁଝେ। ତେଣୁ ସମାଜକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରନ୍ତୁ ନାହିଁ।

କଙ୍ଗନା ସମସ୍ତ ବ୍ରାଣ୍ଡ ଓ ଆଡ କମ୍ପାନୀକୁ ହିନ୍ଦୁ ଧର୍ମ ଏବଂ ସେମାନଙ୍କର ରୀତିନୀତିର ପରିହାସ କରିବା ବନ୍ଦ କରିବାକୁ ଅନୁରୋଧ କରଛନ୍ତି। କଙ୍ଗନାଙ୍କ କହିବା କଥା ଯେ ଶାସ୍ତ୍ରରେ ଉଭୟ ପୃଥିବୀ ଏବଂ ମହିଳାଙ୍କୁ ମା’ ଭାବରେ ଉଲ୍ଲେଖ କରାଯାଇଛି, ତାଙ୍କୁ ଉର୍ବରତାର ଦେବୀ ଭାବରେ ପୂଜା କରାଯାଏ। ତେଣୁ ତାଙ୍କୁ ଅମୂଲ୍ୟ ସମ୍ପଦ ଭାବରେ ଦେଖିବାରେ କିଛି ଭୁଲ୍ ନାହିଁ।

କଙ୍ଗନା ଆଉ ଏକ ପୋଷ୍ଟରେ ଲେଖିଛନ୍ତି, “ ‘ଧନ’କୌଣସି ଖରାପ ଶବ୍ଦ ନୁହେଁ । ତୁମର ଚିନ୍ତାଶକ୍ତି ହିଁ ଖରାପ । ‘ଧନ’କୁ ବହୁତ ଅର୍ଥରେ ବୁଝାଯାଏ। ‘ରାମ ରତନ ଧନ ପାୟୋ’, ‘ପୁତ୍ର ଧନ’ ଏବଂ ସୌନ୍ଦର୍ଯ୍ୟ ଓ ରୂପରେ ଧନୀ ହେବା ଭଳି କିଛି ଶବ୍ଦ ଯାହା ସର୍ବଦା ବ୍ୟବହାର ହୁଏ। କନ୍ୟା ଧନ ବା ପରାୟା ଧନର ଅର୍ଥ ଏହା ନୁହେଁ ଯେ ତୁମେ ନିଜ ଝିଅକୁ ବିକ୍ରି କରୁଛ। ଏଭଳି ହିନ୍ଦୁ ବିରୋଧୀ ପ୍ରଚାର ବନ୍ଦ କର। ”

କଙ୍ଗନାଙ୍କ ଏହି ବୟାନଙ୍କୁ କିଛି ଲୋକ ପ୍ରଶଂସା କରୁଥିବାବେଳେ କିଛି ଲୋକ ସେ ହିନ୍ଦୁ ଧର୍ମ ଆଳରେ ରାଜନୀତି କରୁଥିବା କହିଛିନ୍ତି। ତେବେ ଏଇଠି ଆଡ୍ ଏଜେନ୍ସି ମାନଙ୍କ ମତିଗତିର କଥା ମଧ୍ୟ ଉଠୁଛି । ସେମାନେ କ’ଣ ପାଇଁ ହିନ୍ଦୁ ଧର୍ମର ପ୍ରଥା ପରମ୍ପରାକୁ ଟାର୍ଗେଟ୍ କରୁଛନ୍ତି ତାହା ମଧ୍ୟ ଏକ ବଡ଼ ପ୍ରଶ୍ନ । ଏହା କ’ଣ କେବଳ ନିଜ ବିଜ୍ଞାପନ ପ୍ରତି ଉପଭୋକ୍ତାଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ମାର୍କେଟିଂ ଗିମିକ୍ସ ? ଯଦି କେବଳ ନିଜ ପ୍ରଡକ୍ଟ ବିକ୍ରି ପାଇଁ ଆଇ ବଲ୍ ହିଟ୍ କରିବା ଲକ୍ଷ୍ୟ ଥାଏ .. ତେବେ ଭାବିବାର ସମୟ ଆସିଛି।

ବ୍ରିଟେନ ଭ୍ରମଣ ନୀତିରେ ସଂଶୋଧନ, କୋଭିଶିଲ୍ଡକୁ ମାନ୍ୟତା କିନ୍ତୁ ୧୦ ଦିନ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଭାରତ ସରକାର କଡ଼ା ଆଭିମୁଖ୍ୟ ପରେ ମୁଣ୍ଡ ନୁଆଇଲା ବ୍ରିଟେନ । ଟ୍ରାଭେଲ ଗାଇଡଲାଇନରେ ସାମାନ୍ୟ କିଛି ପରିବର୍ତ୍ତନ ଆଣିଛନ୍ତି ବ୍ରିଟେନ ସରକାର । ବୁଧବାର ନୂଆ ନୀତିରେ କୋଭିସିଲ୍‌ଡକୁ ମାନ୍ୟତା ଦେଇଛି ବ୍ରିଟେନ । କୋଭିସିଲଡର ଦୁଇଟି ଡୋଜ୍ ନେଇସାରିଥିବା ଯାତ୍ରୀଙ୍କୁ ବ୍ରିଟେନ ଯାତ୍ରା ପାଇଁ ଅନୁମତି ଦେଇଛି । ହେଲେ ଏବେ ବି ୟୁକେ ଯାଉଥିବା ଭାରତୀୟ ଯାତ୍ରୀଙ୍କୁ ୧୦ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ ବୋଲି ବ୍ରିଟେନ ସରକାର ଗାଇଡଲାଇନରେ ଉଲ୍ଲେଖ କରିଛନ୍ତି । ଏବେ ଭାରତ ସରକାର ଦେଉଥିବା ଟିକାକରଣ ପ୍ରମାଣପତ୍ରକୁ ନେଇ କିଛି ସମସ୍ୟା ରହିଛି ବୋଲି ବ୍ରିଟେନ ସରକାର କହିଛନ୍ତି । ପୂର୍ବରୁ ୟୁକେ ଟ୍ରାଭେଲ ଆଡଭାଇଜରୀ ଜାରି କରାଯାଇଥିଲା । ଯାହା ୪ ଅକ୍ଟୋବରରୁ ଲାଗୁ ହେବ । ମାତ୍ର ଏଥିରେ ଭାରତୀୟ ଭ୍ୟାକସିନକୁ ଅନୂମତି ଦିଆଯାଇଥିବାରୁ ଭାରତ ଆସୁଥିବା ବ୍ରିଟେନ ଯାତ୍ରୀଙ୍କ ପାଇଁ ସମାନ କଟକଣା ଲାଗୁ କରାଯିବ ବୋଲି ଚେତାବନୀ ଦେଇଥିଲେ ଭାରତ ସରକାର । ଯାହାପରେ ୟୁକେ ଟ୍ରାଭେଲ ଗାଇଡଲାଇନରେ ସାମାନ୍ୟ କିଛି ପରିବର୍ତ୍ତନ ଆଣିଛନ୍ତି ।

  • ପ୍ରତ୍ୟେକ ଯାତ୍ରୀଙ୍କ ପାଇଁ କୋଭିଡ ପରୀକ୍ଷା ଭାରତରୁ ବିମାନରେ ଆସିବାର ତିନି ଦିନ ପୂର୍ବରୁ କରାଯିବା ବାଧ୍ୟତମୂଳକ ।
  • ପହଞ୍ଚିବା ପରେ, ଦ୍ୱିତୀୟ ଏବଂ ଅଷ୍ଟମ ଦିନରେ, PCR ଟେଷ୍ଟ କରାଯିବ । ଭାରତରୁ ବାହାରିବା ପୂର୍ବରୁ ଏହି ପରୀକ୍ଷା ପାଇଁ ବୁକ୍ କରିବା ଆବଶ୍ୟକ ।
  • ଭାରତୀୟ ଯାତ୍ରୀମାନେ ଇଂଲଣ୍ଡରେ ପହଞ୍ଚିବା ପୂର୍ବରୁ ସେମାନଙ୍କର ଯାତ୍ରୀ ଲୋକେଟର ଫର୍ମ ପୂରଣ କରିବା ଆବଶ୍ୟକ ।
  • ସମସ୍ତ ଭାରତୀୟ ଯାତ୍ରୀମାନେ ୧୦ ଦିନ ପାଇଁ ଘରେ କ୍ୱାରେଣ୍ଟାଇନ କରିବା ବାଧ୍ୟତାମୂଳକ
  • ଯାତ୍ରାର ଦୁଇ ଦିନ ଏବଂ ଆଠ ଦିନ ପୂର୍ବରୁ ଜଣେ Covid-19 ପରୀକ୍ଷା କରିବା ଆବଶ୍ୟକ

ଡିଆରଡିଓ ଗୁପ୍ତ ତଥ୍ୟ ଲିକ୍ ମାମଲା: ୨୦୨୦ରୁ ଅଭିଯୁକ୍ତଙ୍କ ସମ୍ପର୍କରେ ରହିଆସିଥିଲେ ରହସ୍ୟମୟୀ ମହିଳା

0

ବାଲେଶ୍ୱର:ଡିଆରଡିଓ ଗୁପ୍ତ ତଥ୍ୟ ଲିକ୍‌ ମାମଲା । ହନିଟ୍ରାପ ନେଇ ଅଭିଯୁକ୍ତଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମନାକୁ ଆସିଛି । ୫ଅଭିଯୁକ୍ତଙ୍କ ସହ ୨୦୨୦ରୁ ଫେସବୁକ୍‌ ମାଧ୍ୟମରେ ସଂପର୍କରେ ଥିଲେ । ୫ଜଣଙ୍କୁ ଭିନ୍ନ ଭିନ୍ନ ପରିଚୟ ଦେଇଥିଲେ ରହସ୍ୟମୟୀ ମହିଳା । କେତେବେଳେ ଇଂଲଣ୍ଡରେ କାମ କରୁଥିବା ଓ ମିସାଇଲ୍‌ ଉପରେ ଆଗ୍ରହ ଥିବା କହିଥିଲେ । ଆଉ କିଛି ଅଭିଯୁକ୍ତଙ୍କୁ ରାଜସ୍ଥାନରେ ପ୍ରେସ ଟ୍ରଷ୍ଟ ବ୍ୟୁରୋରେ କାମ କରୁଥିବା କହିଛନ୍ତି । ସେହିପରି ନିଜକୁ ଚଣ୍ଡୀଗଡ଼ର ଡିଫେନ୍‌ସ କର୍ମଚାରୀ ତ କେତେବେଳେ ପୋର୍ଟବ୍ଲେୟାରର ନର୍ସ ବୋଲି ପରିଚୟ ଦେଉଥିଲେ ।

ଦେଢ଼ ବର୍ଷ ଧରି ଅଭିଯୁକ୍ତଙ୍କ ଲିଙ୍କରେ ରହିଥିଲେ ସଂପୃକ୍ତ ମହିଳା। ପାଞ୍ଚଟି ବିଭିନ୍ନ ନମ୍ବରରେ କଲ୍‌ କରୁଥିଲେ । ଅଭିଯୁକ୍ତଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ । ଇଂରାଜୀ ଓ ହିନ୍ଦୀରେ କଥା ହେଉଥିଲେ। ପାଞ୍ଚ ଅଭିଯୁକ୍ତ ପରସ୍ପରକୁ ଜାଣିନଥିଲେ । ଏପରିକି ସମସ୍ତେ ଜଣେ ମହିଳାଙ୍କ ସହ କଥା ହେଉଥିବା ବି ଜାଣିନଥିଲେ । ହ୍ବାଟ୍‌ସ ଆପ୍‌, ମେସେଞ୍ଜର, ଫେସବୁକ୍‌ ଓ ଭିଡିଓ କଲ୍‌ ମାଧ୍ୟମରେ ସଂପର୍କ ରଖୁଥିଲେ ରହସ୍ୟମୟୀ ମହିଳା । ଆଇପି ଆଡ୍ରେସ କେଉଁଠାରୁ ବ୍ୟବହାର ହେଉଥିଲା ସେନେଇ ଖୋଳତାଡ଼ ଚାଲିଛି । ୟୁକେ ସରକାରଙ୍କୁ ହ୍ବାଟ୍‌ସ ଆପ୍‌ ନମ୍ବରର ଡିଟେଲ୍ସ ମଗାଯିବ । ଚାନ୍ଦିପୁରରେ ଏୟାରପୋର୍ଟର ପାଇଲଟଲେସ ଏୟାରକ୍ରାଫ୍ଟ ପରୀକ୍ଷଣ ହେଉଥିବାରୁ ଏୟାରଫୋର୍ସ ତଦନ୍ତ କରୁଛି ।

ଭାରତର ଆଧାର ଡାଟାବେସକୁ ଚୀନର ଟାର୍ଗେଟ, ରେକର୍ଡେଡ ଫ୍ୟୁଚର ସାଇବର ସିକ୍ୟୁରିଟି ଫାର୍ମର ତଥ୍ୟ

ନୂଆଦିଲ୍ଲୀ: ଆଧାର ଡାଟାବେସରୁ ବ୍ୟାପକ ତଥ୍ୟ ଲିକ୍ । ଚୀନ ହ୍ୟାକରମାନେ ଭାରତର ଆଧାର ଡାଟାବେସକୁ ଟାର୍ଗେଟ କରିଥିବା ନେଇ ଚାଞ୍ଚଲ୍ୟକର ରିପୋର୍ଟ ପ୍ରକାଶ ପାଇଛି । ରେକର୍ଡେଡ ଫ୍ୟୁଚର ସାଇବର ସିକ୍ୟୁରିଟି ଫାର୍ମ ଦ୍ବାରା ପ୍ରକାଶିତ ଏହି ରିପୋର୍ଟରେ କୁହାଯାଇଛି ଗତ ଜୁନ ଓ ଜୁଲାଇରେ ଭାରତର ଏକକ ପରିଚୟ କର୍ତ୍ତୃପକ୍ଷ ବା ୟୁଆଇଡିଏଆଇକୁ ଚୀନର ହ୍ୟାକରମାନେ ଟାର୍ଗେଟ କରିଥିଲେ । ପ୍ରାୟ ଶହେ କୋଟି ଭାରତୀୟଙ୍କ ବ୍ୟକ୍ତିଗତ ବାୟୋମେଟ୍ରିକ ସୂଚନା ୟୁଆଇଡିଏଆଇରେ ମହଜୁଦ ଥିବାବେଳେ ହ୍ୟାକରମାନେ ଅନେକ ତଥ୍ୟ ହାସଲ କରିଥିବା କୁହାଯାଇଛି ।

ଏହି ଡାଟାବେସ୍ ହ୍ୟାକ କରାଯାଇଥିବା ସମ୍ପର୍କରେ ସରକାରଙ୍କ ନିକଟରେ କୌଣସି ସୂଚନା ନଥିବାବେଳେ ୟୁଆଇଏଡିଆଇର ସିକ୍ୟୁରିଟି ସିଷ୍ଟମ ଅତି ଶକ୍ତିଶାଳୀ ଏବଂ ଏହାକୁ ଅପଗ୍ରେଡ କରାଯାଉଥିବାରୁ ଏହି ହ୍ୟାକ ହୋଇନଥିବା କୁହାଯାଇଛି । ରେକର୍ଡେଡ ଫ୍ୟୁଚର ପକ୍ଷରୁ କୁହାଯାଇଛି- ଗତ ଫେବ୍ରୁଆରୀ ଓ ଅଗଷ୍ଟ ମଧ୍ୟରେ ଟାଇମସ ଗ୍ରୁପକୁ ମଧ୍ୟ ଚୀନ ହ୍ୟାକରମାନେ ଟାର୍ଗେଟ କରିଛନ୍ତି । ତେବେ ଏହି ରିପୋର୍ଟରକୁ ଟାଇମସ ଗ୍ରୁପ ପକ୍ଷରୁ ଖଣ୍ଡନ କରାଯାଇଛି । ଏନେଇ ଚୀନର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ ।

ବୋଷ୍ଟନସ୍ଥିତ ରେକର୍ଡେଡ ଫ୍ୟୁଚର ପକ୍ଷରୁ କୁହାଯାଇଛି- ବିଭିନ୍ନ ପ୍ରକାର ବୈଷୟିକ କୌଶଳ ଓ ଟ୍ରାଫିକ ଆନାଲିସିସ ଜରିଆରେ ଆଧାର ଓ ଅନ୍ୟ ସଂସ୍ଥାର ଡାଟାବେସକୁ ହ୍ୟାକ କରାଯାଇଥିବା ନେଇ ପ୍ରମାଣ ମିଳିଛି । ବିଭିନ୍ନ କମ୍ପ୍ୟୁଟର ନେଟଓ୍ବର୍କ ଜରିଆରେ ଇଚ୍ଛାମୁତାବକ ତଥ୍ୟ ହ୍ୟାକ କରାଯାଇଛି । ହ୍ୟାକରମାନେ ଓ୍ବିନଟି ନାମକ ମାଲଓ୍ବେର ଜରିଆରେ ବିଭିନ୍ନ ଚାଇନିଜ ଏପିଟି ଗ୍ରୁପକୁ ସେୟାର କରାଯାଇଥିଲା ଯଦ୍ଦ୍ବାରା ବିଭିନ୍ନ ତଥ୍ୟ ହ୍ୟାକ କରିବା ସୁବିଧା ହୋଇଥିଲା । ଏହା ସହ କୋବାଲ୍ଟ ଷ୍ଟ୍ରାଇକ ନାମକ ଏକ ସଫ୍ଟଓ୍ବେର ଜରିଆରେ ମଧ୍ୟ ତଥ୍ୟ ଲିକ୍ ହୋଇଥିଲା ବୋଲି କୁହାଯାଇଛି । ଗତ ଅଗଷ୍ଟରେ ଚୀନର ବିଭିନ୍ନ ସାଇବର କାର୍ଯ୍ୟକଳାପ ୨୬୧ପ୍ରତିଶତ ବୃଦ୍ଧି ପାଇଥିଲା । ଗତବର୍ଷ ଭାରତ ଓ ଚୀନ ମଧ୍ୟରେ ସଂଘର୍ଷ ଘଟିବା ପରେ ଉଗ୍ର ଚୀନ ସାଇବର ଆକ୍ରମଣ ଲାଗି ଆଗଭର ହୋଇଛି ବୋଲି କୁହାଯାଇଛି ।

ବଲାଙ୍ଗୀରରେ BSKY ଯୋଜନାର ଶୁଭାରମ୍ଭ; ସୁରକ୍ଷିତ ରହିବ ସଞ୍ଚୟ, ଚିକିତ୍ସା ପାଇଁ ବିକ୍ରି କରିବାକୁ ପଡ଼ିବନି ଜମିବାଡ଼ି

ଭୁବନେଶ୍ୱର: ପ୍ରତି ଜୀବନ ମୋ ପାଇଁ ମୂଲ୍ୟବାନ। ମୁଁ ଚାହେଁ ସମସ୍ତେ ସୁସ୍ଥ ରୁହନ୍ତୁ । ମାଲକାନଗିରି ଓ ସୁନ୍ଦରଗଡ଼ ପରେ ଆଜି ବଲାଙ୍ଗୀରରେ ବିଏସକେୱାଇ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଞ୍ଚ ଉପରୁ ୭ ଜଣଙ୍କୁ ପ୍ରଥମେ କାର୍ଡ ବାଣ୍ଟି ନବୀନ ନୂଆଁଖାଇ ଜୁହାରରୁ ଉଦବୋଧନ ଆରମ୍ଭ କରିଥିଲେ । କହିଥିଲେ, ଏହି କାର୍ଡ ନୂଆ ରୂପରେ କାର୍ଯ୍ୟକାରୀ କରୁଛି । ୯୬ ଲକ୍ଷ ପରିବାର ଏଥରେ ଉପକୃତ ହେବେ । ବଲାଙ୍ଗୀର ଜିଲ୍ଲାର ସାଢ଼େ ୪ ଲକ୍ଷ ଓ ରାଜ୍ୟର ସାଢ଼େ ୩ କୋଟି ଏହି କାର୍ଡ ପାଇବେ । ଦେଶର ୨୦୦ରୁ ଅଧିକ ବଡ଼ ବଡ଼ ହସ୍ପିଟାଲରେ ଚିକିତ୍ସା ପାଇପାରିବେ ହିତାଧିକାରୀ ।

ଏହି ସେବା ଦେବାରେ ସାରା ଦେଶରେ ଓଡ଼ିଶା ପ୍ରଥମ । ଚିକିତ୍ସା ପାଇଁ କିଏ ସୁନା ବିକେ କିଏ ଚୁଡି, ସେଥିପାଇଁ ବହୁତ ଦୁଃଖ ଲାଗେ । ଏହି ଦୁଃଖ ଦୂର କରିବାରେ ଏହି କାର୍ଡ ସାହାଯ୍ୟ କରିବ । ଏଣିକି ସଞ୍ଚୟ କରିଥିବା ଟଙ୍କା ପରିବାରର ବିକାଶ ଓ ପିଲାଙ୍କ ପାଠ ପଢ଼ାରେ ଖର୍ଚ୍ଚ କରିପାରିବେ ହିତାଧିକାରୀ । ଚିକିତ୍ସା କଥା ରାଜ୍ୟ ସରକାର ବୁଝୁଛନ୍ତି । ସୁସ୍ଥ ରହିଲେ ପରିବାର ପାଇଁ କାମ କରିପାରିବେ । ପରିବାରର ସମୃଦ୍ଧି ହେଲେ ରାଜ୍ୟ ସମୃଦ୍ଧ ହେବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । କାର୍ଡ ଦେଖାଇଲେ ମହିଳାଙ୍କ ପାଇଁ ୧୦ଲକ୍ଷ ଓ ପୁରୁଷଙ୍କ ପାଇଁ ୫ଲକ୍ଷ ଚିକିତ୍ସା ସୁବିଧା ମିଳିବ ।

 

ଚଳିତ ବର୍ଷ NDA ପରୀକ୍ଷା ଦେବେ ମହିଳା, ନଭେମ୍ବର ୧୪ରେ ପରୀକ୍ଷା ନେଇ ବିଜ୍ଞପ୍ତି ପାଇଁ UPSCକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଚଳିତ ବର୍ଷ ନ୍ୟାସନାଲ ଡିଫେନ୍ସ ଏକାଡେମୀ ବା ଏନଡିଏ ପରୀକ୍ଷାରେ ମହିଳାଙ୍କୁ ଅନୁମତି ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ । ଏନଡିଏରେ ମହିଳାଙ୍କୁ ପରୀକ୍ଷା ସୁଯୋଗ ଦେବା ପ୍ରକ୍ରିୟା ଚଳିତବର୍ଷ ସ୍ଥଗିତ ରଖିବା ଲାଗି କେନ୍ଦ୍ର କରିଥିବା ଆବେଦନକୁ ଖାରଜ କରିଛନ୍ତି ସର୍ବୋଚ୍ଚ ଅଦାଲତ । ଆସନ୍ତା ବର୍ଷ ମେ ମାସରେ ଏନଡିଏ ପରୀକ୍ଷାରେ ମହିଳାଙ୍କୁ ସୁଯୋଗ ଦିଆଯିବ ବୋଲି କେନ୍ଦ୍ର କରିଥିବା ଆବେଦନକୁ କୋର୍ଟ ଗ୍ରହଣ କରିନାହାନ୍ତି ।

ଆସନ୍ତା ନଭେମ୍ବର ୧୪ରେ ଏହି ପରୀକ୍ଷା କରିବା ଲାଗି ବିଜ୍ଞପ୍ତି ଜାରି କରିବା ଲାଗି କେନ୍ଦ୍ର ଲୋକସେବା ଆୟୋଗକୁ ନିର୍ଦ୍ଦେଶ ଦେଇଛି କୋର୍ଟ । ମହିଳାମାନେ ଯଦି ୨୦୨୨ ମେ ମାସରେ ପରୀକ୍ଷା ଦେବେ ତେବେ ସେମାନଙ୍କୁ ଗ୍ରହଣ କରିବା ପ୍ରକ୍ରିୟା ଜୁନ ୨୦୨୩ରେ ଆରମ୍ଭ ହେବ । ଏହାକୁ ବର୍ଷେ ଯାଏଁ ସ୍ଥଗିତ କରାଯାଇପାରିବ ନାହିଁ । ମହିଳାମାନଙ୍କୁ ଆମେ ଆଶା ଦେଉଛୁ । ସେମାନଙ୍କ ଆଶାକୁ ଆମେ ଅଗ୍ରାହ୍ୟ କରିପାରିବୁ ନାହିଁ କୋର୍ଟ କହିଛନ୍ତି । ଲିଙ୍ଗଗତ ସମାନତାକୁ ସ୍ଥଗିତ ରଖାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି ।

ଏନଡିଏ ଓ ନାଭାଲ ଏକାଡେମୀରେ ମହିଳାଙ୍କୁ ଅନୁମତି ଦେବା ଲାଗି କିଛି ଦିନ ପୂର୍ବରୁ ସହମତି ପ୍ରକାଶ କରିଥିଲେ ସେନା, ନୌସେନା, ବାୟୁ ସେନା ମୁଖ୍ୟ । ଦେଶରେ ସଶସ୍ତ୍ର ବାହିନୀ ଏକ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି । ଲିଙ୍ଗଗତ ସମାନତାକୁ ଗୁରୁତ୍ବ ଦିଆଯିବା ଆବଶ୍ୟକ ବୋଲି ମତ ଦେଇଥିଲେ ସର୍ବୋଚ୍ଚ ଅଦାଲତ ।

IPLରେ ଆଜି ଦିଲ୍ଲୀ Vs ହାଇଦ୍ରାବାଦ: ପୁଣି ନଂ ୧ ହେବାପାଇଁ ଦିଲ୍ଲୀ ପାଖରେ ସୁଯୋଗ, ଫେରୁଛନ୍ତି ଶ୍ରେୟସ ଅୟର

0

ଦୁବାଇ: ବୁଧବାର ଦିନ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍ -2021) ଦ୍ୱିତୀୟ ପର୍ଯ୍ୟାୟରେ ଦିଲ୍ଲୀ କ୍ୟାପିଟାଲ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ । ପ୍ରଥମ ପର୍ଯ୍ୟାୟ ଶେଷରେ ଦିଲ୍ଲୀର ଦଳ ୮ ଟି ମ୍ୟାଚରୁ ୧୨ ପଏଣ୍ଟ ପାଇ ପଏଣ୍ଟ ଟେବୁଲରେ ୧ ନମ୍ବର ସ୍ଥାନରେ ରହିଥିଲା । ଏଥି ସହିତ ହାଇଦ୍ରାବାଦର ଦଳ ୭ ଟି ମ୍ୟାଚରୁ ୨ ପଏଣ୍ଟ ସହ ଶେଷ ସ୍ଥାନରେ ରହିଥିଲା ।| ଦ୍ୱିତୟ ପର୍ଯ୍ୟାୟ ପ୍ରଥମ ମ୍ୟାଚରେ ଚେନ୍ନାଇ ମୁମ୍ବାଇକୁ ପରାସ୍ତ କରି ଦିଲ୍ଲୀରୁ ପ୍ରଥମ ସ୍ଥାନ ଛଡ଼ାଇ ନେଇଛି । ଏବେ ଦିଲ୍ଲୀର ପୁନର୍ବାର ନମ୍ବର ୱାନ ସ୍ଥାନକୁ ଯିବାର ସୁଯୋଗ ରହିଛି ।

ଶ୍ରେୟସ ଅୟରଙ୍କ ଉପସ୍ଥିତିରେ ମଜବୁତ ହେବ ଦିଲ୍ଲୀର ବ୍ୟାଟିଂ

ପ୍ରଥମ ପର୍ଯ୍ୟାୟ ଆରମ୍ଭ ପୂର୍ବରୁ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଶ୍ରେୟାସ ଆୟର କାନ୍ଧରେ ଆଘାତ ଲାଗିଥିଲେ। ବର୍ତ୍ତମାନ ସେ ଫିଟ୍ ହେବା ପରେ ଦଳକୁ ଫେରିଛନ୍ତି । ତାଙ୍କ ଉପସ୍ଥିତି ଦିଲ୍ଲୀର ବ୍ୟାଟିଂକୁ ମଜବୁତ କରିବ  ।  ପୃଥବୀ ଶା ଏବଂ ଶିଖର ଧାୱନଙ୍କ ରୂପରେ ଦିଲ୍ଲୀର ଏକ ସଫଳ ଓପନିଂ ଯୋଡି ଅଛି । ଅଧିନାୟକ ଋଷଭ ପନ୍ତ, ମାର୍କସ ଷ୍ଟୋଇନିସ୍ ଏବଂ ଶିମ୍ରନ୍ ହେଟମିୟରଙ୍କ ଉପସ୍ଥିତି ଏହି ଦଳର ବ୍ୟାଟିଂକୁ ଅତ୍ୟନ୍ତ ମଜବୁତ କରିଥାଏ ।

ଆଇପିଏଲର ପୂର୍ବ ସିଜନରେ ଦକ୍ଷିଣ ଆଫ୍ରିକାର କାଗିସୋ ରାବାଡା ଏବଂ ଏନ୍ରିଚ୍ ନର୍ଟିଆଙ୍କ ଯୋଡି ବହୁତ ସଫଳ ହୋଇଥିଲା । ମିଳିତ ଭାବେ ସେମାନେ ୨୦୨୦ ଆଇପିଏଲରେ ୫୨ ୱିକେଟ୍ ନେଇଥିଲେ, କିନ୍ତୁ ୨୦୨୧ ପ୍ରଥମ ପର୍ଯ୍ୟାୟରେ ନର୍ଥ୍ୟାଙ୍କୁ ସୁଯୋଗ ମିଳି ନଥିଲା । ବର୍ତ୍ତମାନ ଆୟରଙ୍କ ପ୍ରତ୍ୟାବର୍ତ୍ତନ ସହିତ ଦିଲ୍ଲୀର ଦଳ ଅତିରିକ୍ତ ଦ୍ରୁତ ବୋଲରଙ୍କୁ ଅନ୍ତର୍ଭୁକ୍ତ କରିପାରିବ। ଏଭଳି ପରିସ୍ଥିତିରେ ନର୍ଥିଆ ଏବଂ ରାବାଡାଙ୍କ ଯୋଡି ପୁଣି ଏକାଠି ଦେଖିବାକୁ ମିଳିପାରେ ।

ଜାତିସଂଘ ବୈଠକରେ କହିବା ପାଇଁ ଅନୁମତି ଲୋଡିଲା ତାଲିବାନ

କାବୁଲ: ମିଳିତ ଜାତିସଂଘରେ ବିଶ୍ୱ ନେତାମାନଙ୍କୁ ସମ୍ବୋଧିତ କରିବାକୁ ତାଲିବାନ ପ୍ରସ୍ତାବ ଦେଇଛି । ତାଲିବାନ ବୈଦେଶିକ ମନ୍ତ୍ରୀ ଆମୀର ଖାନ ମୁତାକି ସୋମବାର ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିୟୋ ଗୁଟେରସଙ୍କୁ ଲେଖିଥିବା ପତ୍ରରେ ଏହି ଦାବି କରିଛନ୍ତି। ସୋମବାର ଶେଷ ହେଉଥିବା ସାଧାରଣ ସଭାର ବାର୍ଷିକ ଉଚ୍ଚ ସ୍ତରୀୟ ବୈଠକରେ ମୁତାକି କହିବା ପାଇଁ ଅନୁମତି ମାଗିଛନ୍ତି। ତାଲିବାନ ମୁଖପାତ୍ର ସୁହେଲ ଶାହିନଙ୍କୁ ଆଫଗାନିସ୍ତାନ ଜାତିସଂଘରେ ଏହାର ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ କରିଛି ।

ତାଲିବାନ ଏକ ବିଶ୍ୱସ୍ତରୀୟ ପ୍ଲାଟଫର୍ମ ଖୋଜୁଛି । ତାଲିବାନ ଶାସକମାନେ ଏହା ମଧ୍ୟ କହିଛନ୍ତି ଯେ ସେମାନେ ବିଶ୍ୱସ୍ତରୀୟ ନେତାମାନଙ୍କୁ ସମ୍ବୋଧିତ କରିବାକୁ ଚାହୁଁଛନ୍ତି । ନୂତନ ତାଲିବାନ ସରକାରଙ୍କ ସ୍ୱୀକୃତି ସମ୍ପର୍କରେ କାବୁଲର ନୂତନ ଶାସକଙ୍କ ପ୍ରତ୍ୟେକ ନିଷ୍ପତ୍ତି ଉପରେ ବିଶ୍ୱ ନଜର ରଖିଛି। ବିଶ୍ୱ ସମୁଦାୟ କୌଣସି ଚାପ କିମ୍ବା ଶୀଘ୍ର ଏହି ନିଷ୍ପତ୍ତି ନେବାକୁ ଚାହୁଁନାହାଁନ୍ତି ।

କ୍ରିକେଟ ମ୍ୟାଚ ଚାଲିଥିବାବେଳେ ମଝି ପଡ଼ିଆରେ ଓହ୍ଲାଇଲା ହେଲିକପ୍ଟର, ଜାଣନ୍ତୁ କାହିଁକି

ଲଣ୍ଡନ: ଅନେକ କ୍ରିକେଟ ମ୍ୟାଚ ଅଧାରୁ ବନ୍ଦ ହେବା ଘଟଣା ଆପଣ ଦେଖିଥିବେ ଏବଂ ଶୁଣିଥିବେ ମଧ୍ୟ । କେତେବେଳେ ବର୍ଷା ହେତୁ ତ ପୁଣି କେତେବେଳେ ଖରାପ ଲାଇଟ ହେତୁ, ବେଳେବେଳେ ଅନିୟନ୍ତ୍ରିତ ଦର୍ଶକଙ୍କ ଯୋଗୁଁ ମ୍ୟାଚ୍ ବନ୍ଦ ହୋଇଯାଇଥାଏ । କିନ୍ତୁ ମଙ୍ଗଳବାର ଦିନ ଇଂଲଣ୍ଡର ବ୍ରିଷ୍ଟଲ୍ କ୍ରିକେଟ୍ ଗ୍ରାଉଣ୍ଡରେ ଗ୍ଲୁଷ୍ଟରଶୟର ଏବଂ ଡରହମ ମଧ୍ୟରେ ଚାଲିଥିବା ମ୍ୟାଚ୍ ସମୟରେ ଏପରି ଘଟଣା ଘଟିଥିଲା ​​ଯାହା ପୂର୍ବରୁ କେବେ ଘଟିନଥିଲା । ଚାଲିଥିବା ମ୍ୟାଚ ମଧ୍ୟରେ ହେଲିକପ୍ଟର (ଏୟାର ଆମ୍ବୁଲାନ୍ସ) ପଡ଼ିଆରେ ଅବତରଣ କରିଥିଲା । ଏହି କାରଣରୁ ମ୍ୟାଚକୁ ପ୍ରାୟ ୧ ଘଣ୍ଟା ପାଇଁ ବନ୍ଦ କରିବାକୁ ପଡିଲା ।

ଚାଲିଥିଲା ପ୍ରଥମ ଓଭରର ଖେଳ

ଏହି ଘଟଣା ମ୍ୟାଚ୍ ଆରମ୍ଭରେ ଘଟିଥିଲା । ଗ୍ଲୁଷ୍ଟଶୟାର ଫିଲ୍ଡିଂ କରୁଥିଲା ଏବଂ ପ୍ରଥମ ଓଭରର ପାଞ୍ଚଟି ବଲ ବୋଲିଂ କରାଯାଇଥିଲା । ତା’ପରେ ଏକ ଏୟାର ଆମ୍ବୁଲାନ୍ସ ପଡ଼ିଆ ଆଡକୁ ଆସୁଥିବା ଦେଖାଗଲା । ମ୍ୟାଚ୍ ଅଧିକାରୀଙ୍କୁ ଏ ବିଷୟରେ ଅବଗତ କରାଯାଇଥିଲା । ତେଣୁ ଯେତେବେଳେ ହେଲିକପ୍ଟର ଓହ୍ଲାଇଲା ସେତେବେଳେ ସମସ୍ତ ଖେଳାଳି ପଡ଼ିଆଛାଡି ବାହାରକୁ ଆସିଥିଲେ।

ଗ୍ରାଉଣ୍ଡ ପାଖରେ ଏକ ଘରେ ଥିଲେ ରୋଗୀ

ଏୟାର ଆମ୍ବୁଲାନ୍ସର ସେବା ଦେଉଥିବା କମ୍ପାନୀ ଗ୍ରେଟ ୱେଷ୍ଟର୍ଣ୍ଣ ଏୟାରକ ଆମ୍ବୁଲାନ୍ସ ଜାରି କରିଥିବା ବୟାନ ମୁତାବକ, ଆମ୍ବୁଲାନ୍ସ ଏକ ରୋଗୀର ଚିକିତ୍ସା କରି ଫେରୁଥିଲା, ସେତେବେଳେ ସୂଚନା ମିଳିଲା ଯେ, ବ୍ରିଷ୍ଟଲ ଗ୍ରାଉଣ୍ଡ ପାଖରେ ଜଣେ ଲରୋଗୀ ଗୁରୁତର ଅଛନ୍ତି । ଆଖପାଖରେ କୈଣସି ଖାଲି ସ୍ତାନ ନଥିବାରୁ ହେଲିକଫ୍ଟରକୁ ଗ୍ରାଉଣ୍ଡ ଭିତରେ ଲାଣ୍ଡିଂ କରିବାକୁ ପଡ଼ିଲା । ମ୍ୟାଚର ସିଧାପ୍ରସାରଣ କରୁଥିବା BBC କମେଣ୍ଟେଟର ମାର୍ଟିନ ଏମର୍ସନ ଏହି ଘଟଣାର ଭିଡିଓ କରି ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ।