T20 Woarld Cup ପୁଣି ପରାଜୟ: ଆରମ୍ଭରୁ ନୈରାଶ୍ୟ, ଶେଷରେ ହତାସ

1 min read

ଦୁବାଇ: ଏଥର ମଧ୍ୟ ନିରାଶ କଲା ଟିମ ଇଣ୍ଡିଆ  । ପ୍ରଥମେ ବ୍ୟାଟିଂ କରି ବିପର୍ଯ୍ୟସ୍ତ ହୋଇଥିବା ଭାରତ ବିଜୟୀ ହେବାରୁ ବିରତ ହୋଇଛି  । ଟି-୨୦ ବିଶ୍ବକପରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ପୁଣି ଦେଖିବାକୁ ମିଳିଲା । ସବୁଥିଲେ ଫ୍ଲପ୍ ମାରିଲା ଟିମ୍ ଇଣ୍ଡିଆ । ୧୧୧ ରନର ଟାର୍ଗେଟକୁ ପିଛା କରି ସହଜ ବିଜୟ ହାସଲ କରିଛି କିଓ୍ବି ଟିମ୍ । ଭାରତକୁ ୮ ଓ୍ବିକେଟରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୭ ଓ୍ବିକେଟ୍ ହରାଇ ମାତ୍ର ୧୧୦ ରନ୍ କରିଥିଲା ଭାରତ । ଓପନର୍ ଫେଲ୍ ମାରିଥିବାବେଳେ ନିରାଶ କଲେ ମିଡିଲ୍ ଅର୍ଡର ।

ଓପନର ଇଶାନ କିଶାନ ୪ ରନ୍ କରି ଆଉଟ୍ ହୋଇଥିବାବେଳେ ଲୋକେଶ୍ ରାହୁଲ ୧୮ ରନ୍ କରି ଆଉଟ୍ ହୋଇଥିଲେ । ସେହିଭଳି ରୋହିତ ଶର୍ମା ୧୪ ରନ୍, ବିରାଟ କୋହଲି ୯ ରନ୍, ହାର୍ଦିକ ପାଣ୍ଡ୍ୟା ୨୩ ରନ୍ ଓ ରିସଭ ପନ୍ଥ ୧୨ ରନ୍ କରି ଆଉଟ୍ ହୋଇଥିଲେ । ୧୧୧ ରନକୁ ପିଛା କରି ଦୁଇ ଓ୍ବିକେଟ୍ ହରାଇ ଲକ୍ଷ୍ୟ ହାସଲ କରି ନେଇଥିଲା ନ୍ୟୁଜିଲାଣ୍ଡ । ଡେରି ମିଚେଲ୍ ସର୍ବାଧିକ ୪୯ ରନ୍ କରିଥିବାବେଳେ ଅଧିନାୟକ ଓ୍ବିଲିୟମସନ୍ ୩୩ ରନ୍ କରିଥିଲେ ।

ନିର୍ଦ୍ଧାରିତ ୨୦ ଓଭରରେ ଭାରତୀୟ ଟିମ  ୭ ୱିକେଟ ହରାଇବା ସହ ୧୧୦ ରନ ସଂଗ୍ରହ କରିବାରେ ସଫଳ ହୋଇଥିଲା  । ସେପଟେ ଦ୍ୱିତୀୟ ଇଂନିସରେ ବ୍ୟାଟି ଗ୍ରାଉଣ୍ଡକୁ ଓହ୍ଲାଇଥିବା ନ୍ୟୁଜିଲ୍ୟାଣ୍ଡ ଟିମ ଆରମ୍ଭରୁ ଦମଦାର ପ୍ରଦର୍ଶନ କରିଥିଲା  । ଦଳ ୧୪ ଓଭର ମଧ୍ୟରେ ୧୧୧ ରନ କରି ବିଜୟୀ ହୋଇଛି  ।  ଏହି ମ୍ୟାଚରେ ପରାଜୟ ପରେ ଭାରତର ସେମିଫାଇନାଲ୍ ଆଶା ମଉଳିବାରେ ଲାଗିଛି ।

Leave a Reply