ପଶ୍ଚିମ ଦ୍ୱାରରେ କାଳିଆ ଦର୍ଶନ କରୁଛନ୍ତି ପୁରୀବାସୀ

ପୁରୀ: ଶ୍ରୀକ୍ଷେତ୍ର ବାସୀଙ୍କ ପାଇଁ ମହାପ୍ରଭୁଙ୍କୁ ଦର୍ଶନ ନିୟମରେ କୋହଳ । ଆଜିଠୁ ପଶ୍ଚିମ ଦ୍ବାର ଦେଇ ମଧ୍ୟ ଶ୍ରୀମନ୍ଦିରକୁ ପ୍ରବେଶ କରୁଛନ୍ତି ଶ୍ରୀକ୍ଷେତ୍ରବାସୀ । କଟକଣା ଭିତରେ ପରିଚୟପତ୍ର ଦେଖାଇ ପ୍ରବେଶ କରୁଛନ୍ତି ପୁରୀବାସୀ । କୋଭିଡ ପାଇଁ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ଉପରେ କଟକଣା ଲାଗିଛି । ସିଂହଦ୍ବାର ଦେଇ ପ୍ରବେଶ କରି ଉତ୍ତର ଦ୍ବାର ଦେଇ ପ୍ରସ୍ଥାନର ବ୍ୟବସ୍ଥା କରିଛି ପ୍ରଶାସନ ।

ଶ୍ରୀଜିଉଙ୍କ ଦର୍ଶନ ପାଇଁ ସର୍ବସାଧାରଣଙ୍କ ଭିତରେ ଅସୁବିଧାର ସମ୍ମୁଖିନ ହେଉଥିଲେ ପୁରୀବାସୀ । ବାରମ୍ବାର ଦାବି ପରେ ଏବେ ପଶ୍ଚିମ ଦ୍ବାର ଦେଇ ପୁରୀ ଅଧିବାସୀଙ୍କୁ ପ୍ରବେଶ ଓ ପ୍ରସ୍ଥାନର ଅନୁମତି ମିଳିଛି । ଦର୍ଶନ ସହିତ ଏହି ଦ୍ବାର ଦେଇ ସେମାନେ ଅବଢା ମଧ୍ୟ ଆଣି ପାରିବେ । ପ୍ରଶାସନର ଏଭଳି ନିଷ୍ପତ୍ତି ଫଳରେ ପୁରୀବାସୀ ବେଶ ଉପକୃତ ହୋଇପାରିବେ ।

Leave a Reply