ଭୁବନେଶ୍ୱର: ହାତୀ ମୃତ୍ୟୁ ରୋକିବାକୁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ବିଦ୍ୟୁତ ଠାରୁ ହାତୀଙ୍କୁ ବଞ୍ଚାଇ ରଖିବାକୁ ଶକ୍ତି ବିଭାଗର ୪୪୫ କୋଟି ୭୫ ଲକ୍ଷ ଟଙ୍କାର ପ୍ୟାକେଜ୍ । ହାତୀ କରିଡର ଦେଇଯାଇଥିବା ୩୩ କେଭି, ୧୧ କେଭି ଲାଇନ୍ ଗ୍ରାଉଣ୍ଡ କ୍ଲିୟରାନ୍ସ ବଢାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଆବଣ୍ଟନ ହୋଇଥିବା ଟଙ୍କା ବିଦ୍ୟୁତ ବିତରଣ କମ୍ପାନୀ ଖର୍ଚ୍ଚ କରିବେ । ବିଦ୍ୟୁତ ଓ ଜଙ୍ଗଲ ବିଭାଗର ସହଭାଗିତାରେ ଏହି କାର୍ଯ୍ୟକ୍ରମ ହେବ । ସ୍ଥାନୀୟ ଲୋକ ମଧ୍ୟ ଏହି କାର୍ଯ୍ୟକ୍ରମରେ ସମ୍ପୃକ୍ତ ରହିବେ ।
ବେଆଇନ୍ ହୁକିଂ ଏବଂ ଶୀକାର କରୁଥିବା ଲୋକଙ୍କ ଉପରେ ନଜର ରଖାଯିବ । ସେମାନଙ୍କ ବିଷୟରେ କେହି ସୂଚନା ଦେଲେ ସେମାନଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯିବ । ବିଦ୍ୟୁତ ଆଘାତରେ ଗୋଟିଏ ବି ହାତୀଙ୍କର ଯେମିତି ମୃତ୍ୟୁ ନହୁଏ ସେଥିପ୍ରତି ନଜର ରଖାଯିବ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିବା ବେଳେ ଏନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ୨୦୦୯ରୁ ୨୦୧୯ ଭିତରେ ରାଜ୍ୟରେ ୭୩୨ଟି ହାତୀଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ବିଧାନସଭାରେ ଉତ୍ତର ରଖିଥିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ । ସେହିଭଳି ବର୍ଷକୁ ୧୧ଟି ହାତୀଙ୍କର ମୃତ୍ୟୁ ହେଉଥିବା ସେ କହିଥିଲେ ।





ଉତ୍ତର ଭାରତରେ ତାଙ୍କର ବହୁତ ପ୍ରଶଂସକ ମଧ୍ୟ ଅଛନ୍ତି | ନିକଟରେ ସାମନ୍ଥା ପ୍ରଭୁ ଏବଂ ନାଗା ଚୈତନ୍ୟ ନିଜ ଭବିଷ୍ୟତ ଉତ୍ତରାଧିକାରୀ ପାଇଁ ଯୋଜନା କରୁଥିବାର ମଧ୍ୟ ଖବର ଆସିଥିଲା। ହେଲେ ଅଚାନକ ଏହି ଦୁଇ ପ୍ରେମୀଜୁଗଳଙ୍କ ଛାଡପତ୍ର କଥା କାହାକୁ ବିଶ୍ବାସ ହେଉନାହିଁ..କାରଣ ଅନେକ ସୁପରହିଟ୍ ଲଭଷ୍ଟୋରୀର କଥା ଉଠିଲେ ନାଗା ଚୈତନ୍ୟ ଓ ସାମନ୍ଥା ପ୍ରଭୁଙ୍କର ନାଁ ଆସେ..
