ଉପହାର ଅଗ୍ନିକାଣ୍ଡ : ବିଲଡର୍ସ ବ୍ରଦର୍ସଙ୍କୁ ୫ କୋଟି ଫାଇନ ସହ ୭ ବର୍ଷ ପାଇଁ ଜେଲ୍

ନୂଆଦିଲ୍ଲୀ  : ବହୁ ଚର୍ଚ୍ଚିତ ଉପହାର ଅଗ୍ନିକାଣ୍ଡ ମାମଲାକୁ ବିତିଛି ୨୪ ବର୍ଷ  । ଦୀର୍ଘ ୨୪ ବର୍ଷ ପରେ କୋର୍ଟ ଶୁଣାଇଛି ନିଷ୍ପତ୍ତି  । ଉପହାର ସିନେମା ଅଗ୍ନିକାଣ୍ଡର ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ୭ ବର୍ଷ ଜେଲ ସହ ୫ କୋଟି ଲେଖାଏଁ ଜୋରିମାନାର ଶୁଣାଣି କରିଛି  । ଉପହାର ସିନେମା ହଲର ମାଲିକ ଦୁଇ ଭାଇ ଗୋପାଲ ଅଂଶଲ ସୁଶୀଲ ଅଂଶଲଙ୍କୁ ୨.୫ କୋଟି ଲେଖାଏଁ ଅର୍ଥାତ୍ ୫ କୋଟି ଲେଖାଏଁ ଜୋରିମାନା ଦେବାକୁ ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି  ।

କେବଳ ଏହି ଦୁଇ ଜଣଙ୍କୁ ନୁହେଁ ଘଟଣାରେ ସମ୍ପୃକ୍ତ ଅନ୍ୟ ୩ ଜଣଙ୍କୁ ମଧ୍ୟ ପୋଲିସ ଗିରଫ କରିଛି  । କୋର୍ଟର ପୂର୍ବ କର୍ମଚାରୀ ଦିନେଶ ଚନ୍ଦ୍ର ଶର୍ମା ଏବଂ ଅନ୍ୟ ଦୁଇଜଣ ଅଭିଯୁକ୍ତ ପିପି ବତ୍ରା ଓ ଅନୁପ ସିଂଙ୍କୁ ୩ ଲକ୍ଷ ଲେଖାଏଁ ଜୋରିମାନା ସହ ୭ ବର୍ଷର କାରାଦଣ୍ଡ ଶୁଣାଇଛି  ।

ଉପହାର ଅଗ୍ନିକାଣ୍ଡ ଘଟଣା :

ଆଜକୁ ୨୪ ବର୍ଷ ପୂର୍ବେ ୧୯୯୭ ଜୁନ୍ ୧୩ ତାରିଖରେ ଗ୍ରୀନ ପାର୍କର ଦକ୍ଷିଣ ଦିଗରେ ଥିବା ଉପହାର ସିନେମା ହଲରେ ହିନ୍ଦୀ ଚଳଚ୍ଚିତ୍ର ‘ବର୍ଡର’ ଚାଲୁଥିବା ବେଳେ ହଠାତ୍ ସିନେମା ହଲରେ ନିଆଁ ଲାଗିଥିଲା  । ଏହି ଭୟାବହ ଅଗ୍ନିକାଣ୍ଡରେ ୨୮ଟି ପରିବାରରୁ ୫୯ ଜଣ ମୃତ୍ୟୁବରଣ କରିଥିଲେ । ୧୯୯୭ ମସିହା ନଭେମ୍ବର ୧୫ରେ ସିବିଆଇ ଏହି ଘଟଣାରେ ଜଡ଼ିତ ୧୬ ଜଣ ଅଭିଯୁକ୍ତଙ୍କ ସହ ସିନେମା ହଲର ମାଲିକ ଗୋପାଲ ଅଂଶଲ ସୁଶୀଲ ଅଂଶଲଙ୍କୁ ଚାର୍ଜସିଟ୍ ଦାଖଲ କରିଥିଲା  ।

Leave a Reply