ଟ୍ୟାକ୍ସି ଡ୍ରାଇଭର ଫୋନ କଲରେ ଛାନିଆ ପୋଲିସ, ମୁକେଶ ଅମ୍ବାନୀଙ୍କ ଘର ଆଗରେ ପୋଲିସର କଡ଼ା ପ୍ରହରା

ମୁମ୍ବାଇ: ବିଶିଷ୍ଟ ଶିଳ୍ପପତି ମୁକେଶ ଆମ୍ବାନୀଙ୍କ ଘର ଆଗରେ ପୋଲିସର ପ୍ରହରା  ।  ହଠାତ ଆଣ୍ଟୋଲିଆ ଚତୁପାର୍ଶ୍ୱରେ କଡ଼ାକଡି କରିଦିଆଗଲା ସୁରକ୍ଷା ବ୍ୟବସ୍ଥା  ।  ପୋଲିସ ବଳୟରେ ସମ୍ପୂର୍ଣ୍ଣ ଘର  । ଏମିତି ଦୃଶ୍ୟ ହଠାତ ସେଠାକାର ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା  ।  କାହିଁକି ପୋଲିସ ଆଣ୍ଟୋଲିଆ ଜଗିବାକୁ ହଠାତ ପଳାଇଆସିଲା ? ଏ ପ୍ରଶ୍ନ ସଭିଙ୍କ ମନରେ ଉଙ୍କିମାରୁଥାଏ  । ମିଳିଥିବା ସୂଚନା ମୁତବାକ, ଜଣେ ଟ୍ୟାକ୍ସି ଡ୍ରାଇଭରର ଫୋନ କଲ ହିଁ ପୋଲିସର ନିଦ ହଜାଇଦେଇଛି  ।  ଗୋଟିଏ କଲରେ ହିଁ ଅମ୍ବାନୀଙ୍କ ଘର ଆଗରେ ହୋଇଥିଲା କଡ଼ା ସୁରକ୍ଷା ବ୍ୟବସ୍ଥା  ।

ଦୁଇ ଜଣ ସନ୍ଦିଗ୍ଘ ବ୍ୟକ୍ତି ଜଣେ ଚ୍ୟାକ୍ସି ଡ୍ରାଇଭରଙ୍କୁ ଆଣ୍ଟୋଲିଆର ଲୋକେସନ ଅର୍ଥାତ ସ୍ଥାନ ବିଷୟରେ ପଚାରୁଥିଲେ  । ସେଠାକାର ସ୍ଥିତି ଏବଂ ସୁରକ୍ଷା ବ୍ୟବସ୍ଥା ମାଧ୍ୟମରେ ମଧ୍ୟ ସୂଚନା ନେଉଥିଲେ  ।  ଏବଂ ଏହି ଦୁଇ ବ୍ୟକ୍ତିଙ୍କ ହାତରେ ବ୍ୟାଗ ଥିବାବେଳେ ଦୁହେଁ କିଛି ଅଘଟଣ ଘଟାଇବା ଉଦେଶ୍ୟରେ ଆସିଥିବା ଅନୁଭବ କରିଥିଲେ ଉକ୍ତ ଟ୍ୟାକ୍ସି ଡ୍ରାଇଭର  । ଏନେଇ ସେ ତତକ୍ଷଣାତ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ  । ଦୁଇ ବ୍ୟକ୍ତି ତାଙ୍କୁ ପଚାରିଥିବା ସମସ୍ତ କଥା ବିଷୟରେ ମଧ୍ୟ ସୂଚନା ଦେଇଥିଲେ ଟ୍ୟାକ୍ସି ଡ୍ରାଇଭର ଜଣଙ୍କ  ।

ଏପରି ସୂଚନା ପାଇବା ପରେ ସୁରକ୍ଷା ଭଳୟ ଭିତରେ ଥିବା ଆଣ୍ଟୋଲିଆକୁ ଆହୁରି ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଥିଲା  । ତନ୍ନ ତନ୍ନ କରି ଯାଞ୍ଚ ଚଳାଇଛି ମୁମ୍ବାଇ ପୋଲିସ  ।  ସେପଟେ ସୂଚନା ଦେଇଥିବା ଯୁବକ ଟ୍ୟାକ୍ସି ଡ୍ରାଇଭରର ବୟାନ ରେକର୍ଡ କରିଛି  ଆଜାଦ ମୈଦାନ ପୋଲିସ  । ଏହା ପୂର୍ବରୁ ମଧ୍ୟ ଫେବୃୟାରୀ ମାସରେ ବିସ୍ପୋଖ ଭର୍ତ୍ତି ଏକ କାର ମୁକେଶ ଅମ୍ବାନୀଙ୍କ ଘର ଆଗରୁ ମିଳିଥିଲା  । ଯାହା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ରହିଥିବା ବୋଲି ପରବର୍ତ୍ତୀ ସମୟରେ ସ୍ପଷ୍ଟ ହୋଇଥିଲା  ।

Leave a Reply