spot_img
Home Blog Page 5016

ମୁଣ୍ଡୁଳିରେ ଯୁବକ ନିଖୋଜ: ବ୍ରିଜ ଉପରେ ସ୍କୁଟି ରଖି ମହାନଦୀକୁ ଡେଇଁପଡ଼ିଲେ

କଟକ: ମହାନଦୀ ମୁଣ୍ଡୁଳି ସେତୁ ଉପରୁ ଡେଇଁଲେ ଯୁବକ । ବ୍ରିଜ ଉପରେ ସ୍କୁଟି ରଖି ପାଣିକୁ ଡେଇଁ ପଡ଼ିଥିବା ସୂଚନା   । ଅଥଳ ଜଳରେ ଏବେ ଯୁବକଙ୍କର କୈଣସି ପତ୍ତା ମିଳୁନାହିଁ । ମିଳିଥିବା ସୂଚନା ମୁତାବକ, ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକ ଜଣକ ଭୁବନେଶ୍ବର ସିଆରପି ଅଞ୍ଚଳର  ।

ବର୍ତ୍ତମାନ ସେତୁ ଉପରେ ସ୍କୁଟି ଥିବାବେଳେ ଯୁବକଙ୍କର କୈଣସି ଖୋ୍ଜ ଖବର ମିଳିନାହିଁ  ।  ଯୁବକ ଜଣକ ପାଣିକୁ ଡେଇଁ ପଡିଥିବା ଏବେ ସ୍ପଷ୍ଟ ହୋଇଛି । ଏଯାଏଁ ତାଙ୍କର  ପତ୍ତା ମିଳି ନାହିଁ । ସେପଟେ ଘଟଣା ବିଷୟରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ପାରିପାର୍ଶ୍ୱିକ ପରିସ୍ଥିତିକୁ ଅନୁଧ୍ୟାନ ଜାରି ରଖିଛି  ।

ଦୀପାବଳି ରାତିରେ ଏହି ୫ ପ୍ରାଣୀଙ୍କୁ ଦେଖିଲେ ବଦଳିଯିବ ଭାଗ୍ୟ ! ଦୂର ହେବ ଆର୍ଥିକ ସମସ୍ୟା

ଦୀପାବଳି ୨୦୨୧: ଦେଶର ଏକ ପ୍ରମୁଖ ପର୍ବ ଦୀପାବଳି ଆସିବାରେ ଆଉ ମାତ୍ର କିଛି ହିଁ ଦିନ ବାକି ଅଛି। ମାନ୍ୟତା ରହିଛି, ଏହି ଦିନ ମା’ ଲକ୍ଷ୍ମୀ ଘରେ ପ୍ରବେଶ କରି ଥାଆନ୍ତି ଏବଂ ବର୍ଷ ସାରା ପରିବାରରେ ହସ, ଖୁସି ଲାଗି ରହିଥାଏ। ଏହି କାରଣରୁ ମା’ ଲକ୍ଷ୍ମୀଙ୍କ ଆଗମନ ପୂର୍ବରୁ ଲୋକେ ନିଜ ଘରଦ୍ୱାରକୁ ସଫାସୁତରା କରିବାରେ ଲାଗି ପଡ଼ି ଥାଆନ୍ତି। ଶକୁନ ଶାସ୍ତ୍ର ମୁତାବକ, ଯଦି ଦୀପାବଳି ରାତିରେ କିଛି ପ୍ରାଣୀ ଆପଣଙ୍କ ଘର ସାମ୍ନାରେ କିମ୍ବା ଆଖପାଖ ଅଞ୍ଚଳରେ ନଜର ଆସୁଛନ୍ତି, ତା’ହେଲେ ଏହା ମା’ ଲକ୍ଷ୍ମୀଙ୍କ ଆଗମନର ସଙ୍କେତ ବୋଲି ଧରାଯାଏ। ଆସନ୍ତୁ ଜାଣିବା, ସେମାନେ କେଉଁ ସବୁ ପ୍ରାଣୀ, ଯେଉଁମାନଙ୍କୁ ଦୀପାବଳି ରାତିରେ ଦେଖିବା ବହୁତ ଶୁଭ ହୋଇଥାଏ।

Indian Family celebrating Diwali festival with fire crackers

ଝିଟିପିଟି: ପ୍ରାୟତଃ ସବୁବେଳେ ଘରେ ଝିଟିପିଟି ଦେଖାଯାଇ ଥାଆନ୍ତି, ଯାହାକୁ ଆମେ ଘରୁ ଭଗେଇବା ପାଇଁ ଚେଷ୍ଟା କରିଥାଉ। ଯଦିଓ ଏହା ଆମକୁ କୌଣସି କ୍ଷତି ପହଞ୍ଚାଇ ନ ଥାଏ, କିନ୍ତୁ କୀଟପତଙ୍ଗ ଭଳି ଛୋଟ ଜୀବଙ୍କୁ ଖାଇ ଘରକୁ ସଫାସୁତରା କରି ଦେଇଥାଏ। ଶକୁନ ଶାସ୍ତ୍ର ମୁତାବକ, ଦୀପାବଳି ରାତିରେ ଝିଟିପିଟି ଦେଖିଲେ ଘରର ସୁଖ, ସମୃଦ୍ଧି ହୋଇଥାଏ।

ବିଲେଇ: ଦୀପାବଳି ରାତିରେ ଘରେ କିମ୍ବା ଆଖପାଖ ଅଞ୍ଚଳରେ ବିଲେଇ ଦେଖିବା ମଧ୍ୟ ମା’ ଲକ୍ଷ୍ମୀଙ୍କ ଆଗମନର ଶୁଭ ସଙ୍କେତ ହୋଇଥାଏ। କୁହାଯାଏ, ବିଲେଇ ଦେଖିଲେ ଘରେ ସୁଖଶାନ୍ତି ଆସିବାରେ ଲାଗିଥାଏ।

ଗାଈ: ଭାରତୀୟ ସଂସ୍କୃତିରେ ଗାଈ ସବୁବେଳେ ଏକ ପବିତ୍ର ପ୍ରାଣୀ ରହି ଆସିଛି। ଅନ୍ୟ ଶବ୍ଦରେ କୁହାଗଲେ, ଗାଈକୁ ଦେବତ୍ୱର ପ୍ରତୀକ ବୋଲି କୁହାଯାଏ। ଦୀପାବଳି ରାତିରେ ଗାଈ ଦେଖିବା ମଧ୍ୟ ବହୁତ ଶୁଭ ହୋଇଥାଏ। ଏହା ମା’ ଲକ୍ଷ୍ମୀଙ୍କ ଆଗମନକୁ ସୂଚାଇଥାଏ। ଏଥିରେ ପରିବାରର ଲୋକଙ୍କ ମଧ୍ୟରେ ସ୍ନେହ, ଶ୍ରଦ୍ଧା ବଢ଼ିଥାଏ ଏବଂ ସମ୍ପର୍କ ମଜଭୁତ ହୋଇଥାଏ।

ପେଚା: ପେଚା ଲକ୍ଷ୍ମୀଙ୍କ ବାହନ ହୋଇଥାଏ। ଶକୁନ ଶାସ୍ତ୍ରରେ କୁହାଯାଇଛି ଯେ ଦୀପାବଳି ରାତିରେ ଯଦି ଆପଣଙ୍କୁ ପେଚା ଦେଖା ଯାଉଛି, ତା’ହେଲେ ଏହା ଶୁଭ ବୋଲି ଧରି ନିଆଯିବ। ମାନ୍ୟତା ରହିଛି, ପେଚା ଦେଖିବା ଦ୍ୱାରା ବର୍ଷସାରା ଘରେ ମା’ ଲକ୍ଷ୍ମୀଙ୍କର ବାସ ରହିଥାଏ ଏବଂ ଘର ସୁଖ, ସମୃଦ୍ଧିରେ ପୂରି ଉଠିଥାଏ।

ଚୁଚୁନ୍ଦ୍ରା: ଚୁଚୁନ୍ଦ୍ରା, ମୂଷା ଭଳି ଦେଖାଯାଉଥିବା ଏକ ଛୋଟିଆ ଜୀବ। ସାଧାରଣତଃ ଏହି ଜୀବକୁ ଘରେ ଦେଖିଲେ ଲୋକେ ତାକୁ ତୁରନ୍ତ ଭଗେଇବାକୁ ଚେଷ୍ଟା କରି ଥାଆନ୍ତି। କିନ୍ତୁ ଶକୁନ ଶାସ୍ତ୍ରରେ କୁହାଯାଇଛି କି, ଯଦି ଦୀପାବଳି ରାତିରେ ଆପଣ ଚୁଚୁନ୍ଦ୍ରା ଦେଖୁଛନ୍ତି, ତା’ହେଲେ ଏହା ବହୁତ ଶୁଭ ହୋଇଥାଏ। ବିଶ୍ୱାସ ରହିଛି ଯେ ଦୀପାବଳିରେ ଘରେ ଚୁଚୁନ୍ଦ୍ରା ଦେଖିଲେ ଆର୍ଥିକ ସମସ୍ୟା ଦୂର ହୋଇ ଯାଇଥାଏ ଏବଂ ପରିବାରର ବିଗିଡ଼ି ଯାଇଥିବା ସମସ୍ତ କାର୍ଯ୍ୟ ପୁନଃ ଆଗକୁ ବଢ଼ିଥାଏ।

୧୨ ବର୍ଷ ପିଲା, ନାଁ ABCDEF GHIJK Zuzu

ନୂଆଦିଲ୍ଲୀ: ପିଲାଟିଏ ଜନ୍ମ ହେଲେ ନାମକରଣ ପାଇଁ ପରିବାର ଓ ସମ୍ପର୍କୀୟ କେତେ କ’ଣ ଭାବିଥାନ୍ତି । ପ୍ରାୟ ପ୍ରତି ନାଁ ସହ ଜୋଡ଼ି ହୋଇ ରହିଥାଏ କିଛି ବିଶେଷତ୍ବ । କିଛି ଲୋକ ନିଜ ନାଁ ପାଇଁ ବି ବହୁତ ଫେମସ୍ ହୋଇଛନ୍ତି । ଏହି ଯେମିତି ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲୋନ ମସ୍କ ପିତା ହେବା ପରେ ତାଙ୍କ ପୁଅର ନାଁ X Æ A-12 Musk ରଖିଥିଲେ । ଯାହା ବେଶ ଭାଇରାଲ ହୋଇଥିଲା ଓ ରାତାରାତି X Æ A-12 Muskଙ୍କୁ ସେଲିବ୍ରେଟି କରି ଦେଇଥିଲା । କରୋନା ମହାମାରୀ ଭିତରେ ଏବେ ଏମିତି ଏକ ନାଁ ଭାଇରାଲ ହେଉଛି ଯାହା ଶୁଣିଲେ ଆପଣ ବି କହିବେ, ନାଁ ଏମିତି ବି ହୋଇପାରେ ।

ଆଜ୍ଞା ହଁ, ଆମେ କହୁଛୁ ଇଣ୍ଡୋନେସିଆର ୧୨ ବର୍ଷ ବାଳକ  ABCDEF GHIJK Zuzu କଥା । ନାଁ ଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଛି କି । ହେଲେ ଏହି ନାଁ ପାଇଁ ବାଳକଟି ଏବେ ସୋସିଆଲ ମିଡ଼ିଆରେ ଫେମସ୍। ଯାହାର ଗୋଟିଏ ଝଲକ ପାଇଁ ଲୋକେ ସୋସିଆଲ ମିଡିଆ ସାଇଟକୁ ଉପରୁ ତଳ ପର୍ଯ୍ୟନ୍ତ ଘଣ୍ଟା ଘଣ୍ଟା ଘାଣ୍ଟୁଛନ୍ତି।

ଲୋକଲୋଚନ ଆଡୁଆଳରେ ଥିବା ABCDEF GHIJK Zuzu ସ୍ଥାନୀୟ ପୋଲିସର କରୋନା ଭ୍ୟାକ୍ସିନେସନ ଅଭିଯାନ ବେଳେ ନଜରକୁ ଆସିଥିଲେ । ଟିକାକରଣ ବେଳେ ABCDEF GHIJK Zuzuଙ୍କ ନାଁ ଜଣେ ପୋଲିସ କର୍ମଚାରୀଙ୍କୁ ଅଜବ ଲାଗିଥିଲା । ସେ ଏହାକୁ ରେକର୍ଡ କରି ନେଇଥିଲେ ।

ପ୍ରଥମେ ପ୍ରଥମେ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଲାଗିଥିଲା କେହି ମଜାରେ ଏମିତି ନାଁ ଲେଖି ଦେଇଥିବ । ହେଲେ ପିଲାର ଜନ୍ମ ପ୍ରମାଣପତ୍ର ଦେଖି ସବୁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । କାରଣ ପ୍ରକୃତରେ ପିଲାର ନାଁ ABCDEF GHIJK Zuzu ।

କେଉଁଠୁ ଆସିଲା ABCDEF GHIJK Zuzu ନାଁ ?

ପ୍ରାୟ ସବୁ ପିଲାଙ୍କ ନାମକରଣ ପଛରେ ବାପାମାଆ ଥାନ୍ତି । ଏଠି ବି ପିଲାଟିର ନାଁ ABCDEF GHIJK Zuzu ହେବା ପଛରେ ରହିଛନ୍ତି ତାଙ୍କ ବାପା ଜୁଲଫାହମି । ପୁଅ ଜନ୍ମ ହେବାର ୬ ବର୍ଷ ପୂର୍ବରୁ ସେ ଏହି ନାଁ ଠିକ କରି ରଖିଥିଲେ । ଜୁଲଫାହମି ପଜଲ୍ସ ଖେଳିବାକୁ ବହୁତ ପସନ୍ଦ କରନ୍ତି । ଏହି କାରଣରୁ ସେ ତାଙ୍କ ପୁଅର ନାଁ ଏମିତି ରଖିଥିବା କୁହନ୍ତି ।

ABCDEF GHIJK Zuzu କହିଛନ୍ତି, ‘ପ୍ରଥମେ ପ୍ରଥମେ ଏମିତି ନାଁକୁ ନେଇ ସେ ବହୁତ ଲଜ୍ୟା ଅନୁଭବ କରୁଥିଲେ । ସାଙ୍ଗସାଥୀ ଥଟ୍ଟା ବି କରୁଥିଲେ । ହେଲେ ଧିରେ ଧିରେ ଅନୁଭବ କଲି ମୋ ନାଁରେ କିଛି ସ୍ବତନ୍ତ୍ରତା ରହିଛି । ଯାହାକୁ ନେଇ ମୁଁ ଏବେ ଗର୍ବ ଅନୁଭବ କରୁଛି ।’

ସୂଚନାଯୋଗ୍ୟ, ଜୁଲଫାହମି ଅନ୍ୟ ପିଲାଙ୍କ ନାଁ ବି ଏହିଭଳି ରଖିବାକୁ ଚାହୁଁଥିଲେ । ସେ ପିଲାଙ୍କ ନାଁ NOPQ RSTUV ଓ XYZ ଦେବାକୁ ସ୍ଥିର କରିଥିଲେ । ହେଲେ ପରିବାର ଲୋକଙ୍କ ବିରୋଧ ପରେ ସେ ତାଙ୍କ ମନ ପରିବର୍ତ୍ତନ କରିଥିଲେ ।

ଭାଇରାଲ ଭିଡ଼ିଓରେ ‘ମାନିକେ ମାଗେ ହିଥେ’ର ଆମେରିକାନ ଟ୍ୱିଷ୍ଟ, ଇଣ୍ଟରନେଟରେ ମିଳୁଛି ଖୁବ୍‌ ପ୍ରଶଂସା

ନୂଆଦିଲ୍ଲୀ:  ରାତାରାତି ଭାଇରାଲ ହୋଇଥିଲା ‘ମାନିକେ ମାଗେ ହିଥେ’ । ଲୋକଙ୍କୁ ଏହା ଏତେ ପସନ୍ଦ ଆସିଥିଲାଯେ, ଏହାର ଗୋଟିଏ କିମ୍ବା ଦୁଇଟି ନୁହେଁ ଏକାଧିକ ଭର୍ସନ ସୋସିଅଲ ମିଡିଆରେ ରିଲିଜ୍‌ହୋଇଥିଲା । କେବଳ ଶ୍ରୀଲଙ୍କା ନୁହେଁ ବରଂ ସାରା ବିଶ୍ୱରେ ଏହି ଗୀତର ଗାୟିକା ୟୋହାନିଙ୍କ ଜଲଓ୍ୱା ଦର୍ଶକଙ୍କ ମନ କିଣିଥିଲା । ଯୁବପୀଢ଼ିଙ୍କ ମଧ୍ୟରେ ଏହାର ଲୋକପ୍ରିୟତା ଏତେ ବଢ଼ିଥିଲାଯେ ଭିନ୍ନ ଭିନ୍ନ ଭାଷାର ଚମକ ଏବଂ ପ୍ରଭାବ ଏହି ଗୀତକୁ ଅଧିକ ସୁରିଲା କରିଥିଲା । ଦର୍ଶକଙ୍କୁ ବେଶ୍‌ମତୁଆଲା କରିଥିଲା ଏହି ଗୀତ । ନା କେବଳ ଏହି ଗୀତ ଇଣ୍ଟରନେଟ୍‌ସେନସେସନ ହୋଇଥିଲା ବରଂ ଏହା ଡିଜେ ପାର୍ଟି ଠାରୁ ଆରମ୍ଭ କରି କଲେଜ ଛାତ୍ରଛାତ୍ରୀ ବା ଅନ୍ୟ ଯୁବପୀଢିଙ୍କ ମଧ୍ୟରେ ବେଶ୍‌ଆଦୃତ ହୋଇଥିଲା ।

ନିକଟରେ ଏହି ଗୀତର ଏକ ଆମେରିକାନ୍‌ଭର୍ସନ୍‌ସୋସିଅଲ ମିଡିଆରେ ଖୁବ୍‌ଭାଇରାଲ ହେଉଛି । ଯାହାକୁ ଗାଇଛନ୍ତି ଆମେରିକାନ୍‌ସିଙ୍ଗର ଏରିକ୍‌ହେନରୀ ହେନରିଚ୍‌। ତେବେ ଆମେରିକାର ହୋଇଥିଲେ ମଧ୍ୟ ଶ୍ରୀଲଙ୍କାରେ ରହୁଥିବା ଏରିକ୍‌ହେନରୀ ମାନିକେ ମାଗେ ହିଥେରେ ଦେଇଥିବା ଟ୍ୱିଷ୍ଟ କାହାକୁ ମଧ୍ୟ ପସନ୍ଦ ଆସିବ ।

ସବୁଠାରୁ ଖାସ୍‌କଥା ହେଉଛି ଗୀତରେ ଦର୍ଶଯାଇଥିବା ଦୃଶ୍ୟ ବା ସ୍ଥାନ । ଯାହା ଖୁବ୍‌ସରଳ ମାଧ୍ୟମରେ ଦର୍ଶାଯାଇଛି । ଜାଜଜମକ ନଥିଲେ ମଧ୍ୟ ଗୀତଟି ଆପଣଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିବାକୁ ବାଧ୍ୟ କରିବ । ଗୀତରେ ଶ୍ରୀଲଙ୍କା ଲିରିକ୍ସ ସହିତ ଆମେରିକାନ୍‌ଶବ୍ଦ ଗୀତକୁ ଅଧିକ ମନଛୁଆଁ କରିଛି ।

ପରିବା ବଜାରରେ ଲାଗିଛି ନିଆଁ, ପେଟ୍ରୋଲକୁ ଟକ୍କର ଦେଉଛି ବାଇଗଣ

ଭୁବନେଶ୍ବର: ପ୍ରତିବର୍ଷ ପିଆଜ କନ୍ଦାଉଛି । ପେଟ୍ରୋଲ ଓ ଡିଜେଲ ନିଦ ହଜାଇଛି । ଆଉ ଏବେ ପରିବା ଦର ଲୋକଙ୍କୁ ମନ ମାରି ଟିକିଏ ଟିକିଏରେ କାମ ଚଳାଇ ନେବାକୁ ବାଧ୍ୟ କରୁଛି । ବିଶେଷ କରି ଦୈନନ୍ଦିନ ଖାଉଥିବା ବାଇଗଣ ଏବେ ସ୍ବପ୍ନ ପାଲଟିବାକୁ ବସିଛି । କିଣିବା କଥା ଛାଡ଼ନ୍ତୁ, ହାତ ମାରିବାକୁ ବି ଡରୁଛନ୍ତି ଲୋକେ । କାର୍ତ୍ତିକ ମାସ ଚାଲିଥିବାରୁ ପ୍ରାୟ ସବୁ ପରିବାର ଦର ଆକାଶ ଛୁଆଁ ରହିଛି । ହେଲେ ବାଇଗଣ ଦର ପେଟ୍ରୋଲ, ଡିଜେଲ ସହ ତାଳ ଦେଇ ସେଞ୍ଚୁରୀ ମାରିବା ସହ ନୂଆ ରେକର୍ଡ ସୃଷ୍ଟି କରିଛି ।

ରାଜଧାନୀବାସୀଙ୍କ ପାଇଁ ସ୍ବପ୍ନ ହୋଇଯାଇଛି ବାଇଗଣ । ୧୦୦ ପାର କରିଛି ଦର । ସ୍ଥିତି ଏମିତି ଆଉ ପଖାଳ କଂସା ପାଖରେ ବାଇଗଣ ଭର୍ତ୍ତା ଦେଖିବାକୁ ମିଳୁନି । ଭର୍ତ୍ତା କଥା ଛାଡନ୍ତୁ, ଦହି-ବାଇଗଣ ଛୁଙ୍କର ବାସ୍ନା ବି ରୋଷେଇ ଘରୁ ଆସୁନି ।

ଖାଲି ବାଇଗଣ କାହିଁକି ରାଜଧାନୀ ବଜାରରେ ସବୁ ପରିବାର ଦର ଆକାଶ ଛୁଆଁ । ଟଙ୍କା ୫୦୦ରେ ବି ବ୍ୟାଗ୍ ଅଧା ଭର୍ତ୍ତି ହେଉନି । ପୋଟଳ ୬୦ ଟଙ୍କା ଥିବା ବେଳେ ବିଲାତି ଦାମ ୫୦ରୁ ଅଧିକ ରହିଛି । ବିନ୍ସ ବି ବାଇଗଣ ସହ ଟକ୍କର ଦେଉଛି । ବିନ୍ସ ଦର ୮୦ରୁ ଅଧିକ ରହିଛି । ଜହ୍ନି ହେଉ କି ଝୁଡ଼ଙ୍ଗ ଅଥବା ମାଟିଆଳୁ ସବୁର ମୂଲ୍ୟ ୬୦ ଉପରେ । ଯେଉଁଠି କଖାରୁ ୧୦ ଟଙ୍କାରେ ପାଏ ମିଳୁଥିଲା ଏବେ ୨୦ରୁ ୨୫ ଟଙ୍କା ।

ଶାଗ ଖାଇବା କଥା ତ ଭୁଲି ଯାଆନ୍ତୁ । ୧୦ରୁ ୧୫ ଟଙ୍କାରେ ୫ ବିଡା ବିକ୍ରି ହେଉଥିବା ଶାଗ ଏବେ ବିଡ଼ାକୁ ୧୦ ଟଙ୍କାରେ ବିକ୍ରି ହେଉଛି ।

ଏବେ କାର୍ତ୍ତିକ ମାସ ଚାଲିଥିବାରୁ ପ୍ରାୟ ଅଧିକାଂଶ ଲୋକଙ୍କ ଘରକୁ ଆମିଷ ଯାଉନାହିଁ । ଆଉ ନିରାମିଷ ଖାଇବାକୁ ହେଲେ ପରିବା ତ ନିହାତି ଦରକାର । ହେଲେ ବଜାରରେ ଦର ଯାହା ଶୁଣିଲେ ମୁଣ୍ଡ ବୁଲାଇ ପକାଉଛି । କିଣିବା କଥା ଛାଡ଼ନ୍ତୁ, ପରିବା ବେପାରୀଙ୍କୁ ଦର ପଚାରିବାକୁ ବି ଡର ଲାଗୁଛି । ଯଦି ଦର ଟିକେ କମାଇବାକୁ କହିବେ ତେବେ କଥା ସରିଗଲା । ଦୋକାନୀ ଏମିତି ଢଙ୍ଗରେ ନଜର ବୁଲାଉଛନ୍ତି ଯେମିତି ଦର କମାଇବାକୁ କହି ଦେଶଦ୍ରୋହ କରିଦେଲେ କି ।

ଅପହରଣ ନାଟକ କରି ସ୍ବାମୀଙ୍କ ପାଖରୁ ଝଡ଼ାଇଲେ ୫ ଲକ୍ଷ

ନୂଆଦିଲ୍ଲୀ: ଅପହରଣ ନାଟକରି ସ୍ବାମୀଙ୍କୁ ଟଙ୍କା ମାଗିଲା ସ୍ତ୍ରୀ । ଏମିତି ଏକ ଚମତ୍କାର ନାଟକ କରିଛନ୍ତି ସ୍ପେନର ଜଣେ ମହିଳା । ଫିଲ୍ମ ଷ୍ଟାଇଲରେ ନିଜର ଅପହରଣର ନାଟକ କରି ସ୍ବାମୀଙ୍କଠୁ ଝଡାଇଲା ୫ ଲକ୍ଷ ଟଙ୍କା । ମହିଳା ଜଣକ ଜୁଆ ଖେଳ ନିଶା କାରଣରୁ ଏପରି ଏକ ମିଛ ଅପହରଣର ନାଟକ ତିଆରି କରିଥିଲେ । ଏବଂ ନିଜର ଅସୁସ୍ଥ ସ୍ବାମୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ସେହି ଟଙ୍କାରେ ଜୁଆ ମଧ୍ୟ ଖେଳିଥିଲେ ସେହି ମହିଳାଜଣକ ।

‘ମିରର୍ ୟୁକେ’ର ରିପୋର୍ଟ ଅନୁଯାୟୀ ଜଣେ ସ୍ପାନିଶ୍ ମହିଳା ଜୁଆ ଖେଳିବା ପାଇଁ ଏକ ଚମତ୍କାର ନାଟକ କରିଥିଲେ । ବାସ୍ତବରେ ମହିଳା ଜଣକ ବିଙ୍ଗୋ କାର୍ଡ ଖେଳିବାରେ ଅଭ୍ୟସ୍ତ ଥିଲେ । ତେବେ ଏଥିପାଇଁ ଯେତେବେଳେ ତାଙ୍କୁ ଅଧିକ ଟଙ୍କା ଦରକାର ହେଲା ସେତେବେଳେ ସେ ନିଜର ଏକ ମିଛ ଅପହରଣର ନାଟକ ରଚିଥିଲେ । ଯେତେବେଳେ କି ତାଙ୍କ ସ୍ବାମୀ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ମହିଳା ଜଣକ ନିଜର ମିଛ ଅପହରଣ ନାଟକ ପରେ ତାଙ୍କ ସ୍ବାମୀଙ୍କୁ ମିସେଜ୍ କରିଥିଲେ । ୫ ଲକ୍ଷ ଟଙ୍କା ଦେଲେ ଅପହରଣକାରୀମାନେ ତାଙ୍କୁ ଛାଡ଼ିବେ ବୋଲି କହିଥିଲେ । ପତ୍ନୀଙ୍କ ଅପହରଣ ହେବା ଖବର ଜାଣିବା ମାତ୍ରେ ତାଙ୍କ ସ୍ବାମୀ ଅଭିଯୁକ୍ତ ଅପହରଣକାରୀଙ୍କୁ ୫ ଲକ୍ଷ ଟଙ୍କା ମଧ୍ୟ ଦେଇଥିଲେ ।

ତେବେ ଏହି ଟଙ୍କା ପାଇବା ପରେ ଉକ୍ତ ମହିଳାଜଣକ ବିଙ୍ଗୋ କାର୍ଡ କିଣିବା ଆରମ୍ଭ କରିଥିଲେ । ଯାହା ଫଳରେ ସେ ଜୁଆ ଖେଳିପାରିବେ । ଅନ୍ୟପଟେ ଅପହରଣକାରୀଙ୍କୁ ଟଙ୍କା ଦେବା ପରେ ତାଙ୍କ ସ୍ବାମୀ ଏହି ଅପହରଣ ବିଷୟରେ ପୋଲିସଙ୍କୁ ଜଣାଇଥିଲେ । ଏହାପରେ ପୋଲିସ ସେହି ନମ୍ବରକୁ ଟ୍ରାକ କରିବା ପରେ ଜଣାଇବାକୁ ପାଇଥିଲା କି ଏହି ସବୁ ମିଛ ଅପହରଣ ନାଟକ ପଛରେ ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ତାଙ୍କ ପତ୍ନୀ । ଏହାପରେ ପୋଲିସ୍ ଉକ୍ତ ମହିଳାଜଣଙ୍କୁ ଏକ କ୍ୟାସିନୋରୁ ଗିରଫ କରିଥିଲା ଏବଂ କୋର୍ଟ ଚାଲାଣ କରିଥିଲା ।

ପାକିସ୍ତାନ ପ୍ରେମ ପଡ଼ିଲା ମହଙ୍ଗା; ଦେଶଦ୍ରୋହ ମାମଲା , ଖୋଜି ଖୋଜି ବାନ୍ଧୁଛି ପୋଲିସ

ଲକ୍ଷ୍ନୌ: ଭାରି ପଡ଼ିଲା ପାକିସ୍ତାନ ପ୍ରେମ । ଉତ୍ତରପ୍ରଦେଶଠାରୁ ରାଜସ୍ଥାନ ପର୍ଯ୍ୟନ୍ତ ମହଙ୍ଗା ପଡ଼ିଲା ପାକିସ୍ତାନ ପ୍ରେମ । ଚଳିତ ଟି-୨୦ ବିଶ୍ବକପରେ ଭାରତ ପାକିସ୍ତାନଠାରୁ ୧୦ ଓ୍ବିକେଟରେ ପରାସ୍ତ ହେବା ପରେ ଦେଶର ବିଭିନ୍ନ ସ୍ଥାନରେ କିଛି ଲୋକ ପାକିସ୍ତାନ ପ୍ରତି ଥିବା ପ୍ରେମ ବ୍ୟକ୍ତ କରିଛନ୍ତି । ଏହି ମାମଲାରେ ଲଗାତାର ଭାବରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଉଛି । ଉତ୍ତରପ୍ରଦେଶର ବାଦାଉନରେ ପାକିସ୍ତାନର ପତାକାକୁ  ସୋସିଆଲ ମିଡିଆରେ ଷ୍ଟାଟାସ୍ ରଖିଥିଲେ । ଯେଉଁଥି ପାଇଁ ତାଙ୍କ ବିରୋଧରେ ଦେଶଦ୍ରାହୀ ମାମଲା ରୁଜୁ ହୋଇଛି । ସେହିପରି ଭାବରେ ରାଜସ୍ଥାନର ଯୋଧପୁରରେ ଜଣେ ଯୁବକଙ୍କର ପାକିସ୍ତାନ ପ୍ରତି ଥିବା ପ୍ରେମ ମହଙ୍ଗା ପଡ଼ିଛି । ଟି-୨୦  ବିଶ୍ବକପରେ ଭାରତକୁ ପାକିସ୍ତାନ ପରାସ୍ତ କରିବା ପରେ ଭାରତକୁ  ଭାରତକୁ ପାକିସ୍ତାନ କରାଯିବ ବୋଲି  ଲେଖିବାରୁ ତାଙ୍କୁ ଜେଲକୁ ପଠାଯାଇଛି ।

ବାସ୍ତବରେ ରାଜସ୍ଥାନର ଯୋଧପୁରର ପିପାଦ ସହରରେ ରହୁଥିବା ଜଣେ  ଯୁବକ  ଅବଦୁଲ ରସିଦ ଟି-୨୦ ବିଶ୍ବକପରେ ପାକିସ୍ତାନ ଭାରତକୁ ପରାସ୍ତ କରିବା ପରେ ଖୁସି ବ୍ୟକ୍ତ କରିଥିଲେ । ତେବେ ଏହି ଘଟଣା ପରେ ସାଧାରଣ ଲୋକ ତାଙ୍କୁ ଏପରି ମନ୍ତବ୍ୟ ବିଷୟରେ ପଚାରିବାରୁ  ସେ କହିଥିଲେ କି ପାକିସ୍ତାନର ବିଜୟରେ ସେ ବହୁତ ଖୁସି ଅଛନ୍ତି ଏବଂ ଭାରତକୁ ପାକିସ୍ତାନ କରାଯିବ ବୋଲି ସେ ଉତ୍ତର ମଧ୍ୟ ଦେଇଥିଲେ । ତେବେ ଏହି ପୋଷ୍ଟ ଭାଇରାଲ ହେବା ପରେ ସ୍ଥାନୀୟ ଲୋକ ଅବଦୁଲଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲେ । ଏହା ପରେ ପୋଲିସ୍ ତାଙ୍କୁ ଗିରଫ କରିଥିଲା ।

 

ତେବେ ଏହା ପୂବର୍ରୁ ପାକିସ୍ତାନ କ୍ରିକେଟ ଦଳକୁ ସମର୍ଥନ କରୁଥିବା ଶିକ୍ଷକ ନାଫିସା ଅଟାରୀଙ୍କ ରାଜସ୍ଥାନର ଉଦୟପୁରରୁ ଗିରଫ କରାଯାଇଥିଲା । ଉଦୟପୁରର ଖେଲଗାଓଁର ନୀରଜା ମୋଦୀ ବିଦ୍ୟାଳୟର ଶିକ୍ଷକ ନାଫିସା ଅଟାରୀ ରବିବାର ପାକିସ୍ତାନକୁ ସମଥର୍ନ କରି ପାକିସ୍ତାନର ବିଜୟ ପରେ ଆମେ ଜିତିଛୁ ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏହି ପୋଷ୍ଟର ସ୍କ୍ରିନସଟ୍ ଭାଇରାଲ ହେବା ପରେ ସ୍କୁଲ ମ୍ୟାନେଜମେଣ୍ଟ ତୁରନ୍ତ ଅଭିଯୁକ୍ତ ଶିକ୍ଷକଙ୍କୁ ସ୍କୁଲରୁ ବାହାର କରିଥିଲେ । ଏବଂ ପରେ ପୋଲିସ ମଧ୍ୟ ତାଙ୍କୁ ଗିରଫ କରିଥିଲା ।

ଉତ୍ତରପ୍ରଦେଶର ବରେଲିରେ ସୋସିଆଲ ମିଡିଆରେ ପାକିସ୍ତାନର ସମର୍ଥନରେ ପୋଷ୍ଟ କରିଥିବା ଦୁଇ ଜଣଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଜେଲର ଗାର୍ଡ ।  ଏହା ବ୍ୟତୀତ ଆୟାନ ଖାନଙ୍କ ବିରୋଧରେ ଭାରତୀୟ ଦଳର ଅପବ୍ୟବହାର ତଥା ପାକିସ୍ତାନକୁ ସମର୍ଥନ କରିଥିବାରୁ ଦେଶଦ୍ରୋହ ମାମଲା ରୁଜୁ ହୋଇଛି ।

ନିଟ୍-ୟୁଜି ରେଜଲ୍ଟ ପ୍ରକାଶ ପାଇଁ ଗ୍ରୀନ୍‌ ସିଗନାଲ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିଟ୍-ୟୁଜି ରେଜଲ୍ଟ ପ୍ରକାଶ ପାଇଁ ସୁପ୍ରିମକୋର୍ଟଙ୍କ ଗ୍ରୀନ୍‌ ସିଗନାଲ। ୨ଜଣଙ୍କ ପାଇଁ ୧୬ଲକ୍ଷ ପରୀକ୍ଷାର୍ଥୀଙ୍କ ରେଜଲ୍ଟ ସ୍ଥଗିତ ରଖାଯାଇ ପାରିବ ନାହିଁ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି। ଦୁଇ ଜଣ ଛାତ୍ରଙ୍କ ପାଇଁ ବମ୍ବେ ହାଇକୋର୍ଟ ନିଟ୍ ପରୀକ୍ଷାଫଳ ପ୍ରକାଶ ଉପରେ ରୋକ ଲଗାଇଥିଲେ। ହାଇକୋର୍ଟଙ୍କ ରାୟ ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ। ଏହାସହ ବମ୍ବେ ହାଇକୋର୍ଟରେ ପିଟିସନ ଦାଏର କରିଥିବା ଦୁଇ ଛାତ୍ରଙ୍କର ପୁନଃ ପରୀକ୍ଷା କରିବାକୁ ଖଣ୍ଡପୀଠ ରାୟ ଶୁଣାଇଛନ୍ତି। ସେପ୍ଟେମ୍ବର ୧୨ ତାରିଖରେ ନିଟ୍-ୟୁଜି ପରୀକ୍ଷା ହୋଇଥିଲା।

୬ଜଣ ଛାତ୍ରଙ୍କ ପ୍ରଶ୍ନପତ୍ର ଓ ଉତ୍ତର ବୁକଲେଟରେ କିଛି ତ୍ରୁଟି ଥିବା ନଜରକୁ ଆସିଥିଲା। ସେମାନଙ୍କ ମଧ୍ୟରୁ ଦୁଇ ଛାତ୍ର ପରୀକ୍ଷା ନିରୀକ୍ଷକଙ୍କ ତ୍ରୁଟିକୁ ନେଇ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଦୁଇ ଛାତ୍ରଙ୍କ ପାଇଁ ପୁଣି ଥରେ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେବା ସହ ପରୀକ୍ଷା ରେଜଲ୍ଟ ଉପରେ ରୋକ୍‌ ଲଗାଇବାକୁ ବମ୍ବେ ହାଇକୋର୍ଟ ରାୟ ଶୁଣାଇଥିଲେ। ମାତ୍ର ହାଇକୋର୍ଟଙ୍କ ରାୟ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇ ପରୀକ୍ଷାଫଳ ପ୍ରକାଶ ପାଇଁ ସବୁଜସଂକେତ ଦେଇଛନ୍ତି। କେବଳ ପରୀକ୍ଷାଫଳ ସ୍ଥଗିତ ରଖିବା ପାଇଁ ଆବେଦନ କରିଥିବା ଦୁଇଜଣଙ୍କ ଲାଗି ପରୀକ୍ଷା କରିବାକୁ କୁହାଯାଇଛି।

ଉଦ୍ଧବ ଠାକରେଙ୍କୁ ଚିଠିରେ କ’ଣ ଲେଖିଲେ ସୀମର ଓ୍ବାଙ୍ଖେଡଙ୍କ ପତ୍ନୀ ?

ମୁମ୍ବାଇ: ଡ୍ରଗ୍ସ କେସ ମାମଲାରେ ମହାରାଷ୍ଟ୍ର ସରକାରଙ୍କ ଟାର୍ଗେଟରେ ଏବେ ଏନସିବି ମୁମ୍ବାଇ ଜୋନ ଡାଇରେକ୍ଟର ସମୀର ଓ୍ବାଙ୍ଖେଡ । ଏଭଳି ସ୍ଥିତିରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଛନ୍ତି ସୀମର ଓ୍ବାଙ୍ଖେଡଙ୍କ ସ୍ତ୍ରୀ  କ୍ରାନ୍ତି ରେଡକର । ସେ କହିଛନ୍ତି କି ଶିବସେନା ରାଜ୍ୟରେ ଜଣେ ମହିଳାଙ୍କ ସମ୍ମାନ ସହ ଖେଳା ଯାଉଛି, ଥଟ୍ଟା କରାଯାଉଛି । ଯଦି ଆଜି ବାଲ ସାହାବେ ଠାକରେ ଥାନ୍ତେ ତେବେ ସେ ଏହାକୁ ନିଶ୍ଚିତ ବିରୋଧ କରିଥାନ୍ତେ ।

କ୍ରାନ୍ତି ତାଙ୍କ ଚିଠିରେ ଲେଖିଛନ୍ତି କି ମାନନୀୟ ଉଦ୍ଧବ ଜୀ, ଶିବେସନା ମରାଠୀ ଲୋକଙ୍କ ହକ୍ ପାଇଁ ଲଢ଼ୁଥିବାର ମୁଁ ପିଲା ଦିନରୁ ଦେଖିଛି । ବାଲ ସାହାବେ ଠାକରେ ଓ ଛତ୍ରପତି ଶିବାଜୀଙ୍କଠାରୁ ଶିଖିଛି କି କାହା ପ୍ରତି କେବେ ଅନ୍ୟାୟ କର ନାହିଁ ଏବଂ ନିଜ ଉପରେ ହେଉଥିବା ଅନ୍ୟାୟକୁ ବରଦାସ୍ତ କର ନାହିଁ । ସହି ଦୃଷ୍ଟିରୁ ମୋର ବ୍ୟକ୍ତିଗତ ଜୀବନ ଉପରେ ଆକ୍ରମଣ କରୁଥିବା ଲୋକଙ୍କ ବିରୋଧରେ ମୁଁ ଦୃଢ଼ ଭାବରେ ଠିଆ ହୋଇଛି ଏବଂ ସେମାନଙ୍କ ବିରୋଧରେ ଲଢ଼େଇ ମଧ୍ୟ ଜାରି ରଖିଛି ।

ସେ ଆହୁରି ଲେଖିଛନ୍ତି କି ସୋସିଆଲ ମିଡିଆରେ ଲୋକମାନେ କେବଳ ମଜା ଦେଖୁଛନ୍ତି । ମୁଁ ଜଣେ କଳାକାର । ରାଜନୀତିକୁ ମୁଁ ବୁଝେ ନାହିଁ ଏବଂ ରାଜନୀତିରେ ମୋର ପ୍ରବେଶ କରିବାର ମଧ୍ୟ ନାହିଁ । ଆମର କୌଣସି ସମ୍ପର୍କ ନଥାଇ ମଧ୍ୟ ପ୍ରତିଦିନି ଆମର ସମ୍ମାନ ନଷ୍ଟ କରାଯାଉଛି । ଶିବସେନା ରାଜ୍ୟରେ ଏକ ମହିଳାଙ୍କ ସମ୍ମାନ ସହ ଖେଳାଯାଉଛି, ଥଟ୍ଟା କରାଯାଉଛି । କିନ୍ତୁ ଯଦି ଆଜି ବାଲ ସାହାବେ ଠାକରେ ଥାନ୍ତେ ତେବେ ସେ ଏହାକୁ ନିଶ୍ଚିତ ବିରୋଧ କରିଥାନ୍ତେ ।

କ୍ରାନ୍ତି ଆହୁରି ଲେଖିଛନ୍ତି କି ଏକ ମହିଳା ଓ ତାଙ୍କ ପରିବାର ପ୍ରତି ହେଉଥିବା ଆକ୍ରମଣ ଅତ୍ୟନ୍ତ ତଳ ସ୍ତରର ରାଜନୀତି । ଆଜି ବାଲା ଠାକରେ ଆମ ସହ ନାହାନ୍ତି କିନ୍ତୁ ଆମେ ଏବେ ଆପଣଙ୍କ ଭିତରେ ତାଙ୍କୁ ଦେଖୁଛୁ ।  ଆମର ସମ୍ପୂର୍ଣ୍ଣ ବିଶ୍ବାସ ଅଛି ଆପଣ ମୋ ପ୍ରତି ଓ ମୋ ପରିବାର ପ୍ରତି ଅନ୍ୟାୟ ହେବାକୁ ଦେବେ ନାହିଁ । ଜଣେ ମରାଠୀ ବ୍ୟକ୍ତି ଭାବରେ ମୋର ପୂରା ବିଶ୍ବାସ ଅଛି କି ଆପଣ ଆମକୁ ନ୍ୟାୟ ଦେବେ ।

ଏକ୍ସ ଗାର୍ଲଫ୍ରେଣ୍ଡକୁ ପିଟିପିଟି ବେହୋସ କରିଦେଲା ଧୋକେବାଜ ଯୁବକର ପ୍ରେମିକା

ଲକ୍ଷ୍ନୌ: ବିଚ୍ ରାସ୍ତାରେ ହାଇ ଭୋଲଟେଜ୍ ଡ୍ରାମା । ମଦ ନିଶାରେ ଜବରଦସ୍ତ ହଙ୍ଗାମା କଲେ ଯୁବତୀ । ମହିଳା ବନ୍ଧୁଙ୍କ ସହ ମିଶି ପ୍ରେମିକଙ୍କ ଏକ୍ସ ଗାର୍ଲ ଫ୍ରେଣ୍ଡକୁ କଲେ ଆକ୍ରମଣ । ଲାତ, ଗୋଇଠାରେ ବେହୋସ ହୋଇଗଲେ ଯୁବତୀ । ଘଟଣାର ଭିଡିଓ ଭାଇରାଲ ହେବା ପରେ ଆକ୍ସନ ମୁଡ଼ରେ ପୋଲିସ । ପୀଡ଼ିତା ଯୁବତୀଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ପ୍ରେମିକଙ୍କୁ ବାନ୍ଧିଲା । ଦୁଇ ଯୁବତୀଙ୍କୁ ନେଇ ଚାଲିଛି ତଦନ୍ତ ।

ପୋଲିସ ସୂଚନା ଅନୁସାରେ, ସୋମବାର ରାତିରେ ଆଶିୟାନା ଥାନା ଅନ୍ତର୍ଗତ ସ୍କାଏ ହିଲଟନ ହୋଟେଲ ଆଗରେ ଘଟିଛି ଏହି ହାଇ ଭୋଲଟେଜ ଡ୍ରାମା । ଘଟଣା ସମୟରେ ପୀଡ଼ିତ ଯୁବତୀ ଏକ କାରରେ ଆସି ହୋଟେଲ ଆଗରେ ଓହ୍ଲାଇଥିଲେ । ଏହି ସମୟରେ ତାଙ୍କ ପୂର୍ବତନ ପ୍ରେମିକ ରବୀନ ସିଂହ ନିଶାଶକ୍ତ ଅବସ୍ଥାରେ ସେଠାରେ ପହଞ୍ଚି ଥିଲେ । ତା ସହ ଦୁଇ ଜଣ ଯୁବତୀ ବି ଆସିଥିଲେ ଯେଉଁମାନେ ବି ମଦ ନିଶାରେ ଚୁର ଥିଲେ । ସେମାନେ ପହଞ୍ଚିବା ପରେ କାରରେ ଆସିଥିବା ଯୁବତୀଙ୍କୁ ଗାଳି ଗୁଲଜ କରିବା ଆରମ୍ଭ କରିଦେଇଥିଲେ । ଏହାପରେ ଆରମ୍ଭ ହୋଇଯାଇଥିଲା ରିୟଲ ଫାଇଟ୍ । ଯୁବତୀ ଦ୍ବୟ ନିଶାରେ ଏମିତି ମତୁଆଲା ଥିଲେ ଯେ ଭୁଲି ଯାଇଥିଲେ ସବୁ ହିତାହତ ଜ୍ଞାନ । ପୀଡ଼ିତାଙ୍କୁ ଘୋଷାଡି ଘୋଷାଡ଼ି ଲାତ, ବିଧା, ଗୋଇଠା ମାରିବାକୁ ଲାଗିଲେ । କିଛି ସମୟ ଭିତରେ ଯୁବତୀ ଜଣଙ୍କ ଅଚେତ ହୋଇ ତଳେ ପଡ଼ି ଯାଇଥିଲେ । ପରେ ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ରବୀନ ଓ ତାଙ୍କୁ ଦୁଇ ମହିଳା ବନ୍ଧୁଙ୍କ ବିରୋଧରେ ମାମଲା ରୁଜୁ କରିଛି ।

ପୀଡ଼ିତା ଅଭିଯୋଗ କରିଛନ୍ତି, ରବୀନ ତାଙ୍କୁ ପ୍ରେମ ଜାଲରେ ଫସାଇ ଶାରୀରିକ ଶୋଷଣ କରିଛନ୍ତି । ସୋମବାର ଦିନ ହୋଟେଲ ଆଗରେ ରବୀନ ସହ ତାଙ୍କର ଭେଟ ହୋଇଥିଲା । ତାଙ୍କ ସହ ଆସିଥିବା ଦୁଇ ଯୁବତୀ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ।

ଦୁଇ ପିଲାର ବାପା ଧୋକାବାଜ ପ୍ରେମିକ

୨୦୧୬ରେ ଏକ ବିବାହ ଉତ୍ସବରେ ପୀଡ଼ିତାଙ୍କର ରବୀନ ସହ ଦେଖା ହୋଇଥିଲା । କିଛିଦିନ କଥାବାର୍ତ୍ତା ପରେ ଉଭୟ ପରସ୍ପରକୁ ଭଲ ପାଇ ବସିଥିଲେ । ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ବି ହୋଇଥିଲା । ଯୁବତୀ ରବୀନଙ୍କୁ ବହୁ ମୂଲ୍ୟବାନ ଉପହାର ମଧ୍ୟ ଦେଇଥିଲେ । ପରେ ରବୀନ ବିବାହିତ ଓ ତାଙ୍କୁ ଦୁଇଟି ପିଲା ଥିବା ଯୁବତୀ ଜାଣିବାକୁ ପାଇଥିଲେ । ଏହାପରେ ସେ ରବୀନଙ୍କଠାରୁ ଦୂରେଇବା ଆରମ୍ଭ କରିଥିଲେ ।

ହେଲେ ଧୋକାବାଜ ରବୀନ ପତ୍ନୀଙ୍କୁ ଛାଡ଼ପତ୍ର ଦେଇ ତାଙ୍କ ସହ ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହାସହ ପୁଣି ଶାରୀରିକ ସମ୍ପର୍କ ରଖିବା ଆରମ୍ଭ କରିଥିଲେ । ଯୁବତୀ ଜଣଙ୍କ ଏହାର ବିରୋଧ କରିବାରୁ ଫଟୋ ଭାଇରାଲ କରିଦେବାକୁ ଧମକ ଦେବାକୁ ଲାଗିଥିଲେ । ଏନେଇ ଯୁବତୀ ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ ବି ଜଣେ ପୋଲିସ ଅଧିକାରୀ ମାମଲାକୁ ରଫାଦଫା କରିବାକୁ ତାଙ୍କ ଉପରେ ଚାପ ପକାଉଥିବା ଅଭିଯୋଗ କରିଛନ୍ତି ।