spot_img
Home Blog Page 500

ଢେଙ୍କାନାଳ ଏସପିଙ୍କ କାର୍ଯ୍ୟାଳୟରେ ପେଟ୍ରୋଲ ଢାଳି ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ନନ୍ଦିଘୋଷ ବ୍ୟୁରୋ: ଢେଙ୍କାନାଳ ଏସପିଙ୍କ କାର୍ଯ୍ୟାଳୟରେ ମହିଳାଙ୍କ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ । ଅଘଟଣ ପୂର୍ବରୁ ପେଟ୍ରୋଲ ବୋତଲକୁ ଛଡାଇ ନେଲେ ପୋଲିସ । ପାରିବାରିକ କାରଣରୁ ମହିଳା ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ।

ମହିଳାଙ୍କ ଦିଅର ତାଙ୍କୁ ବାରମ୍ବାର ନିର୍ଯାତନା ଦେଉଥିବା ନେଇ ସେ ସଦର ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ । କିନ୍ତୁ ପୋଲିସ ଶୁଣି ନଥିବାରୁ ମାନସିକ ଭାରସାମ୍ୟ ହରାଇ ମହିଳା ଜଣକ ଏସପି କାର୍ଯ୍ୟାଳୟକୁ ଆସି ନିଜ ଉପରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏସପି କାର୍ଯ୍ୟାଳୟରେ ତୁରନ୍ତ ପହଞ୍ଚି ମହିଳାଙ୍କ ଅଭିଯୋଗ ଶୁଣିବା ସହ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସୁରାଟରୁ ଅପହରଣ, ମୁମ୍ବାଇରେ ହତ୍ୟା; ଟ୍ରେନ୍ ଶୌଚାଳୟରୁ ମିଳିଲା ନାବାଳିକାର ଶବ, କାହିଁକି ମାରିଲା ଭାଇ ?

ନନ୍ଦିଘୋଷ ବ୍ୟୁରୋ: ମୁମ୍ବାଇରେ ଏକ ଟ୍ରେନ ଶୌଚାଳୟରୁ ଜଣେ ୫ ବର୍ଷର ନାବାଳିକାଙ୍କ ଶବ ମିଳିବା ପରେ ଚାଞ୍ଚଲ୍ୟ ଖେଳି ଯାଇଛି । ନାବାଳିକାଙ୍କୁ ସୁରତରୁ ଅପହରଣ କରାଯାଇଥିବା ବେଳେ ମୁମ୍ବାଇରେ ହତ୍ୟା କରାଯାଇଛି । ଆଉ ହତ୍ୟା ପରେ ଶବକୁ ଟ୍ରେନର ଶୌଚାଳୟରେ ପକାଇ ଦିଆଯାଇଥିଲା । ତେବେ ଏହି ହତ୍ୟା ପଛରେ ନାବାଳିକାଙ୍କ ମଉସା ପୁଅ ଭାଇ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି ।

କୁଶିନଗର ଏକ୍ସପ୍ରେସ ଟ୍ରେନର ଶୌଚାଳୟରୁ ୫ ବର୍ଷ ନାବାଳିକାଙ୍କ ଶବ ମିଳିବା ପରେ ଚାଞ୍ଚଲ୍ୟ ଖେଳିଯାଇଛି । ପୋଲିସ ଓ ଜିରାପି ମିଳିତ ଭାବେ ମାମଲାର ତଦନ୍ତ ଆରମ୍ଭ କରି ଦେଇଛନ୍ତି । ସୂଚନା ଅନୁସାରେ, ନାବାଳିକାଙ୍କ ଅପହରଣ ମାମଲା ସୁରଟରେ ରୁଜୁ କରାଯାଇଥିଲା । ଦୁଇଦିନ ପୂର୍ବରୁ ଅଭିଯୋଗ ହୋଇଥିବା ବେଳେ ସୁରଟ ପୋଲିସ ନାବାଳିକାଙ୍କୁ ଖୋଜିବାରେ ଲାଗିଥିଲା । ଟ୍ରେନ ଶୌଚାଳୟରୁ ଶବ ମିଳିବା ପରେ ବ୍ୟବଚ୍ଛେଦ ପାଇଁ ପଠାଯିବା ସହ ତଦନ୍ତକୁ ଜୋରଦାର କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ନାବାଳିକାଙ୍କ କଳାକାଟି ହତ୍ୟା କରାଯାଇଛି । ସୁରଟ ପୋଲିସ ବି ଏହି ମାମଲାରେ ଯାଞ୍ଚ କରୁଛି । ଏହାସହ ରେଲଓ୍ବେ ପୋଲିସ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଯାଞ୍ଚ ଚଲାଇଛି । ପ୍ରାଥମିକ ତଦନ୍ତରୁ ନାବାଳିକାଙ୍କୁ ତାଙ୍କ ମଉସାଙ୍କ ୨୫ ବର୍ଷିୟ ପୁଅ ଭାଇ ହତ୍ୟା କରିଥିବା କୁହାଯାଉଛି । ପାରିବାରିକ ବିବାଦକୁ କେନ୍ଦ୍ର କରି ଏହି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।

ରେଳଓ୍ବେ କମିଶନର ରାକେଶ କାଲା ସାଗର କହିଛନ୍ତି, ଦୁଇଦିନ ପୂର୍ବେ ନାବାଳିକାଙ୍କ ନିଖୋଜ ମାମଲା ସୁରଟରେ ରୁଜୁ ହୋଇଥିଲା । ମାମଲାର ତଦନ୍ତ ଚାଲିଛି । ପ୍ରାଥମିକ ତଦନ୍ତରୁ ପାରିବାରିକ ବିବାଦରୁ ଅଭିଯୁକ୍ତ ଏହି କାଣ୍ଡ ଭିଆଇଥିବା ଜଣାପଡିଛି । ରାତି ପ୍ରାୟ ଗୋଟାଏରେ କୁଶିନଗର ଏଲଟିଟି କୋଚରୁ ନାବାଳିକାଙ୍କ ଶବ ମିଳିଥିଲା । ଏହା ବହୁତ ଦୁଃଖଦ ଘଟଣା । ନାବାଳିକାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

ବର୍ତ୍ତମାନ ଅଭିଯୁକ୍ତକୁ ଧରିବାକୁ ଉଭୟ ସୁରଟ ପୋଲିସ ଓ ଜିଆରପି ଲାଗିପଡିଛନ୍ତି । ସିସିଟିଭି ଫୁଟେଜକୁ ତନ ତନ କରି ଯାଞ୍ଚ କରାଯାଉଛି । ପିଲା ଟ୍ରେନରେ କେମିତି ପହଞ୍ଚିଲା ? ତାକୁ ଟ୍ରେନରେ ହତ୍ୟା କରାଯାଇଥିଲା କି ଅନ୍ୟ ସ୍ଥାନରେ ହତ୍ୟା କରି ଟ୍ରେନ ଶୌଚାଳୟରେ ଶବ ରଖାଯାଇଥିଲା ? ହତ୍ୟା ପଛର କାରଣ କ’ଣ ଆଦି ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ । ଆଉ ଏହି ରସହ୍ୟ ଉପରୁ ଅଭିଯୁକ୍ତ ଧରାପଡ଼ିବା ପରେ ହିଁ ପରଦା ହଟିବ ।

ସୂଚନାଯୋଗ୍ୟ, ଟ୍ରେନ ନମ୍ବର 22537 ର ଏସି କୋଚ୍ B2 ର ଶୌଚାଳୟରୁ ନାବାଳିକାଙ୍କ ମୃତଦେହ ମିଳିଛି । ଶୌଚାଳୟରେ ଥିବା ଅଳିଆ ଡବାରେ ଶବ ରଖାଯାଇଥିଲା ।

ଝରଣାରେ ବୁଡ଼ି ଜଣେ ମୃତ, ଅନ୍ୟ ଜଣେ ନିଖୋଜ

ଯାଜପୁର ରୋଡ : ଝରଣାରେ ବୁଡ଼ି ଜଣେ ମୃତ, ଅନ୍ୟ ଜଣେ ନିଖୋଜ । ଯାଜପୁର ଜିଲ୍ଲା ସୁକିନ୍ଦା ଥାନା କୋଇଲୋ ଅଞ୍ଚଳରେ ଅଘଟଣ। ସ୍ଥାନୀୟ ମହାଗିରି ପାହାଡ଼ରେ ଥିବା ଝରଣାରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ନିଖୋଜ ହୋଇଯାଇଛନ୍ତି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି। ମୃତକ ସ୍ଥାନୀୟ କାଞ୍ଜିପାଳ ଗ୍ରାମର ପୁନିଆ ପ୍ରଧାନ ଙ୍କ ପୁଅ ସମ୍ଭୁ ପ୍ରଧାନ ହୋଇଥିବା ବେଳେ ନିଖୋଜ ଥିବା ଯୁବକ ଜଣଙ୍କ କୋଇଲା ଗ୍ରାମର ମନମୋହନ ମହାନ୍ତ ଙ୍କ ପୁଅ ମାନସ ମହାନ୍ତ ବୋଲି ଜଣାପଡିଛି। ଉଭୟେ ଆଜି ମହାଗିରି ପାହାଡ଼ରେ ଥିବା ଝରଣାକୁ ଗାଧୋଇବାକୁ ଯାଇଥିଲେ। ହେଲେ ଝରଣାର ପ୍ରଖର ସ୍ରୋତରେ ଉଭୟେ ବୁଡି ଯାଇଥିଲେ। ନିକଟରେ ଥିବା ଅନ୍ୟ କେତେକ ଏହା ଦେଖି ଗ୍ରାମବାସୀ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ପରେ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ବହୁ ଖୋଜାଖୋଜି କରିବା ପରେ ସମ୍ଭୁ ପ୍ରଧାନ ଙ୍କ ମୃତଦେହ ପାଣିରୁ ଉଦ୍ଧାର କରିଥିଲେ। ଏପର୍ଯ୍ୟନ୍ତ ନିଖୋଜ ଥିବା ଯୁବକଙ୍କ କୌଣସି ପତ୍ତା ମିଳିନାହିଁ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ପ୍ରଥମ ଥର ପାଇଁ ମା’ ତାରାତାରିଣୀ ପୀଠରେ ମିଳିବ ମେସିନ୍ ଚାଳିତ ଅନ୍ନପ୍ରସାଦ

ପୁରୁଷୋତ୍ତମପୁର : ଗଞ୍ଜାମ ଅଧିଷ୍ଠାତ୍ରୀ ଦେବୀ ମାଆ ତାରାତାରିଣୀଙ୍କ ଭକ୍ତଙ୍କ ପାଇଁ ଖୁସିଖବର ।  ପ୍ରଥମ ଥର ପାଇଁ ବାହାରିବ ମେସିନ୍ ଚାଲିତ ଅନ୍ନ ପ୍ରସାଦ ।  ଗଣେ ଚତୁର୍ଥୀରୁ ଲାଗୁ ହେବ ବ୍ୟବସ୍ଥା । ଏନେଇ  ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ ମା’ତାରାତାରିଣୀ ପୀଠ ପରିଦର୍ଶନ କରି ବିଭିନ୍ନ ଉନ୍ନୟନମୂଳକ କାମ ତଦାରଖ କରିବା ସହ ଅନ୍ନ ପ୍ରସାଦ ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରାୟ ଏକକୋଟିରୁ ଅଧିକ ଟଙ୍କା ବ୍ୟୟରେ ସ୍ଥାପିତ ଅତ୍ୟାଧୁନିକ ସ୍ବୟଂଚାଳିତ ରନ୍ଧନ ମେସିନ ମାଧ୍ୟମରେ ଖାଦ୍ୟ ପ୍ରସ୍ତୁତ ହୋଇ ସ୍ବଳ୍ପ ମୂଲ୍ୟରେ ଭକ୍ତଙ୍କୁ ଯୋଗାଇଦିଆଯିବ । ପୂର୍ବରୁ କେବଳ ମାଙ୍କ ଭୋଗ ପରେ ଅଳ୍ପ ସଂଖ୍ୟକ ଭକ୍ତ ଅନ୍ନ ଭୋଗ ପାଉଥିଲେ । ବର୍ତ୍ତମାନ ସମସ୍ତ ଭକ୍ତ ମାନେ ପ୍ରତିଦିନ ଅନ୍ନ ପ୍ରସାଦ ପାଇପାରିବେ ବୋଲି କହିଛନ୍ତି ଜିଲ୍ଲାପାଳ ।

ଏହି ଆଦିଶକ୍ତି ପୀଠକୁ ଓଡ଼ିଶା ଓ ଓଡ଼ିଶା ବାହାରୁ ମାଆଙ୍କ ଦର୍ଶନ ପାଇଁ ଛୁଟି ଆସୁଛନ୍ତି । ବସ୍ ଯୋଗେ ପାହାଡ ଉପରେ ଥିବା ମନ୍ଦିରରେ ମାଆଙ୍କୁ ଦର୍ଶନ କରିଥାନ୍ତି । କିନ୍ତୁ ପାହାଡ ଉପରେ ସମସ୍ତଙ୍କ ପାଇଁ ଅନ୍ନପ୍ରସାଦ ମିଲିପାରୁନଥିବାରୁ ନିରାଶ ହୋଇ ଫେରିଥାନ୍ତି  । କିନ୍ତୁ ଏବେ ଅନ୍ନ ପ୍ରସାଦ ମିଳିବା ନେଇ ଶୁଣିବା ପରେ ଶ୍ରଦ୍ଧାଳୁଙ୍କ ମନରେ ଖୁସି ଲହରି ଦେଖିବାକୁ ମିଳିଛି । ଅନ୍ନ ପ୍ରସାଦ ରେ ଅନ୍ନ,ଡାଲମା , ଘାଣ୍ଟ ତରକାରୀ,ଖଟା,ଶାଗ,ଚଣା ଭଜା ଓ ଖିରି ଭଳି ବିଭିନ୍ନ ଭୋଗ ମାଙ୍କ ପାଖରେ ପୂଜା ପରେ ଲୋକଙ୍କୁ ପରସା ଯିବ । ପୂର୍ବରୁ ଉପଜିଲ୍ଲାପାଳ ଡ.ଶିବାଶିଷ ବରାଳଙ୍କ ଅଧ୍ୟକ୍ଷତାରେ ଗତମାସ ୩୧ ତାରିଖରୁ ଅନ୍ନପ୍ରସାଦ ବଣ୍ଟନର ଶୁଭାରମ୍ଭ ହେବ ବୋଲି ଘୋଷଣା କରାଯାଇଥିଲା । କିନ୍ତୁ ତାହା କାର୍ଯ୍ୟକାରୀ ହୋଇ ପାରିଲ ନାହିଁ । ବର୍ତ୍ତମାନ ଜିଲ୍ଲାପାଳଙ୍କ ସମୀକ୍ଷା ପରେ ଗଣେଶ ଚତୁର୍ଥୀ ଠାରୁ ନିୟମିତ ଅନ୍ନ ପ୍ରସାଦ ମିଳିବ ବୋଲି ଆଶା ରଖିଛନ୍ତି ଭକ୍ତ ।

ସମସ୍ୟା ଘେରରେ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟ…

ସାଲେପୁର: ସମସ୍ୟା ଘେରରେ କଟକ ନିଶ୍ଚିନ୍ତକୋଇଲି ଅଚ୍ୟୁତାନନ୍ଦ ମହାବିଦ୍ୟାଳୟ । ସିସିଟିଭି କ୍ୟାମେରା ଅଚଳ । କାନ୍ଥକୁ ଲାଲ କରିଛି ପାନଛେପ । ତଳେ ଗଦା ହୋଇ ପଡିଛି ଗୁଟୁଖା ଖୋଳ ।  ଶୌଚାଳୟ ବ୍ୟବସ୍ଥା ନକହିବା ଭଲ । ଛାତ୍ରଛାତ୍ରୀ ବସିବା ପାଇଁ କମନରୁମ ଟିଏ ନାହିଁ । ବାରମ୍ବାର ଅଭିଯୋଗ ପରେ ବି କଲେଜ କର୍ତ୍ତୃପକ୍ଷ ଶୁଣୁ ନଥିବା ଅଭିଯୋଗ ହୋଇଛି । ନୂଆ ସରକାରରେ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିଥିବା କହିଛନ୍ତି ଛାତ୍ରଛାତ୍ରୀ ।

ପାର୍କିଂ ବ୍ୟବସ୍ଥାଟିଏ ବି ନାହିଁ । ଏଣେ ତଣେ ସାଇକେଲ ଓ ମୋଟର ସାଇକେଲ ରଖୁଛନ୍ତି ଛାତ୍ରଛାତ୍ରୀ  । କଲେଜ ଚାରି ପଟେ ଥିବା ପାଚେରୀ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିବାରୁ ବିଭିନ୍ନ ସମୟରେ ଅଣଛାତ୍ର କଲେଜ୍ ପରିସରରେ ପଶି ବିଭିନ୍ନ ଅଘଟଣ ଘଟାଉ ଥିବା ଅଭିଯୋଗ ହୋଇଛି । ସରକାର ଖୁବ ଶୀଘ୍ର କଲେଜ୍ ପାଚେରୀ ସହ ସମସ୍ତ ମୌଳିକ ସୁବିଧା ଯୋଗାଇ ଦେବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ । ଦେଖିବାକୁ ବାକି ରହିଲା କେବେ ଛାତ୍ର ଛାତ୍ରୀଙ୍କ ଦୁଃଖ ଦୂର ହେଉଛି, କେବ ସରକାରଙ୍କ ନଜର କଲେଜ ସମସ୍ୟା ଉପରେ ପଡୁଛି ।

ମଧ୍ୟାହ୍ନ ଭୋଜନରେ ପୋକ ପଡିଥିବା ଅଭିଯୋଗ ଆଣି ଚାରିଦିନ ଉପାସରେ ଛାତ୍ରଛାତ୍ରୀ

ବାସୁଦେବପୁର : ସ୍କୁଲରେ ଶିଶୁଙ୍କୁ ମିଳୁନି ଭଲ ରନ୍ଧା ଖାଦ୍ୟ । ପୋକ ସାଲୁବାଲୁ ଖାଇବା ବର୍ଜନ କରିଛନ୍ତି ଛାତ୍ରଛାତ୍ରୀ । ଦୀର୍ଘ ଚାରିଦିନ ହେଲା ଉପାସରେ ଘରକୁ ଫରୁଛନ୍ତି ।  ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକର ଜଗନ୍ନାଥପୁର ନାରାୟଣ ଚନ୍ଦ୍ର  ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଆସିଛି ଏହି ଅଭିଯୋଗ । ଏହି ସ୍କୁଲରେ ଖାଦ୍ୟ ବଣ୍ଟନ ଦାୟିତ୍ବ ଭଦ୍ରକର ସେଣ୍ଟ୍ରାଲ କିଚେନକୁ ପ୍ରଦାନ କରାଯାଇଛି । ହେଲେ ଗତ ସୋମବାର ପ୍ରଦାନ କରାଯାଇ ଥିବା ମଧ୍ୟାନ୍ନ  ଭୋଜନରେ ପୋକ ପଡିଥିବା ଦେଖିଥିଲେ କୁନି କୁନି ଶିଶୁ । ଫଳରେ ମଙ୍ଗଳବାର ଠାରୁ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାନ୍ନ ଭୋଜନ ପ୍ରଦାନ ବନ୍ଦ ରହିଛି ।

ବାସୁଦେବପୁର ବ୍ଲକର ପିଏମ ପୋଷଣ ଯୋଜନାର ୨୯୯ ଗୋଟି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଦ୍ଯ ପ୍ରଦାନ କରାଯାଉଛି । ସେଥିମଧ୍ୟରୁ ୩୩ ସ୍କୁଲକୁ ସେଣ୍ଟ୍ରାଲ କିଚେନ ଖାଦ୍ୟ ବଣ୍ଟନ କରୁଛି । ଜଗନ୍ନାଥପୁର ନାରାୟଣ ଚନ୍ଦ୍ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୨୦୧ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ତେବେ ଖାଦ୍ୟରେ ପୋକ ବାହାରିବା ଅଭିଯୋଗକୁ ଅସ୍ପିକାର କରିଛନ୍ତି କ୍ୟାଣ୍ଟିନ କର୍ତ୍ତୃପକ୍ଷ । ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ଜିଲ୍ଲା ଶିକ୍ଷିଧିକାରୀଙ୍କୁ ତଦନ୍ତ ରିପୋର୍ଟ ପ୍ରଦାନ କରିଥିବା ସୂଚନା ରହିଛି। ଖାଦ୍ୟ ମାନ ଯାଞ୍ଚ କରି  ତୁରନ୍ତ ଛାତ୍ର ଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇ ଦେଲେ ଛାତ୍ର ଛାତ୍ରୀମାନେ ଉପକୃତ ହୁଅନ୍ତେ  ।

ନଅଣ୍ଟିଆ ବର୍ଷାକୁ ନେଇ ଚିନ୍ତାରେ କଣ୍ଟାମାଳ ଚାଷୀ

କଣ୍ଟାମାଳ : ପ୍ରଥମେ ଭଲ ବର୍ଷା ହେଲା । ଏବେ ନିଅଣ୍ଟିଆ । ଚାଷ କାର୍ଯ୍ୟ ପ୍ରଭାବିତ । ସୃଷ୍ଟି ହେଲାଣି ମରୁଡ଼ି ସ୍ଥିତି । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକରେ ଏବେ ବର୍ଷା ଅଭାବ ଯୋଗୁଁ ଅଂଚଳରେ ଜଳ ସେଚନ ବ୍ୟବସ୍ଥା ନଥିବା ଚାଷ ଜମି ଗୁଡିକ ଶୁଖିଲା ପଡ଼ିଲାଣି । ସୁରୁଖୁରୁରେ ରେ ଆରମ୍ଭ ହୋଇଥିଲା ଚାଷ । ହେଲେ ଏବେ ଭାଦ୍ରବରେ ଚାଷୀଙ୍କୁ ବର୍ଷା ସାଜିଛି ଦାଉ । କେଉଁଠି ମାଟି ଫାଟି ଆଁ କଲାଣି ତ କେଉଠି ଶୁଖିଲା ପଡି ଟାଙ୍ଗରା ହୋଇଗଲାଣି ଜମି । ଶୁଖିଲା ଖେତ କୁ ଦେଖି ମୁଣ୍ଡରେ ହାତ ଦେବାକୁ ବସିଲେଣି ଚାଷୀ । ଯଦି ଆଗକୁ ଏପରି ବର୍ଷାର ଅଭାବ ଲାଗି ରୁହେ ତେବେ ଚଳିତ ଖରିପ ଋତୁ ରେ ଚାଷୀ ମରୁଡି ପରିସ୍ଥିତିର ସମ୍ମୁଖୀନ ହେବେ । ବ୍ଲକର ଖଇରମାଲ ଓ ଦେଉଲି ଠାରେ ଚାଷୀଙ୍କ ଜଳ ସେଚନ ସୁବିଧା ପାଇଁ ପାର୍ବତୀ ଗିରି ଉଠା ଜଳ ସେଚନ ପ୍ରକଳ୍ପ ରହିଛି । ହେଲେ ଏହି ପ୍ରକଳ୍ପରୁ  ଚାଷୀମାନେ ପାଣି ପାଇପାରୁନଥିବା ଅଭିଯୋଗ ହୋଇଛି ।

ବାରମ୍ବାର ପାର୍ବତୀ ଗିରି ଉଠା ଜଳ ସେଚନ ପ୍ରକଳ୍ପ ପାଣି ଯୋଗାଇ ଦେବାକୁ ଦାବି ହୋଇଛି । ହେଲେ ଫଳ ଶୂନ । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଗୁଡଭେଲି ପଦର, ଡ଼ଙ୍ଗାଝୋଳ, ଡାଙ୍ଗମୁଣ୍ଡା ଗ୍ରାମର ଚାଷୀ ପାଣି ଯୋଗାଇବା ପାଇଁ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ମଧ୍ୟ ହୋଇଥିଲେ ଚାଷୀ ।  ସେପଟେ ଫିଲଡ ଯାଇ ତଦନ୍ତ କରି ଚାଷୀଙ୍କ ଜମିକୁ ପାଣି ଯୋଗାଇ ଦେବେ ବୋଲି କହିଛନ୍ତି କଣ୍ଟାମାଳ ମେଗା ଉଠା ଜଳ ସେଚନ  ବିଭାଗର କନିଷ୍ଠ ଯନ୍ତ୍ରୀ ।

ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ମଧ୍ୟରେ କିଏ ଅଧିକ ଧନୀ ?

ନନ୍ଦିଘୋଷ ବ୍ୟୁରୋ : ବିରାଟ କୋହଲି ରୋହିତ ଶର୍ମାଙ୍କ ଠାରୁ  ପ୍ରାୟ ଦେଢ ବର୍ଷା ସାନ ହୋଇ ପାରନ୍ତ, କିନ୍ତୁ ଉଭୟଙ୍କ କ୍ରିକେଟ କ୍ୟାରିୟର ସମାନ ପର୍ଯ୍ୟାୟ ଦେଇ ଗତି କରୁଛି । ସେମାନରେ ଏକାଠି ଟି-୨୦ରୁ ଅବସର ନେଇଛନ୍ତି । କିଛି ଦିନ ମଧ୍ୟରେ ଦୁହେଁ ଟେଷ୍ଟ କ୍ରିକେଟରୁ ମଧ୍ୟ ବିଦାୟ ନେଇଛନ୍ତି । ବିସିସିଆଇରୁ କୋଟି କୋଟି ଟଙ୍କା ଦରମା ନେିଛନ୍ତି । ଅନେକ ବ୍ରାଣ୍ଡକୁ ମଧ୍ୟ ପ୍ରମୋଟ କରିବା ସହ ସ୍ପନ୍ସରସିପ ଡିଲରୁ ମଧ୍ୟ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି । ଯଦି ଆପଣ ସେମାନଙ୍କ ସମ୍ପତ୍ତି ବିଷୟରେ ଜାଣିବା ତାହା ହେଲେ ଆଶ୍ଚର୍ଯ୍ୟ ହୋଇଯିବେ ।

ପ୍ରଥମେ ରୋହିତ ଶର୍ମାଙ୍କ ବିଷୟରେ କହିବାକୁ ଗଲେ, ରିପୋର୍ଟ ଅନୁସାରେ ତାଙ୍କର ମୋଟ ସମ୍ପତ୍ତି ୨୧୪ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ସେ ବିସିସିଆଇ, ଇଣ୍ଡିଆନ୍ ପ୍ରିମିୟର ଲିଗ୍, ଅନୁମୋଦନ ଏବଂ ସ୍ପନ୍ସରସିପ ଡିଲ ମାଧ୍ୟମରେ ଏହା ରୋଜଗାର କରିଛନ୍ତି। ରୋହିତ ବର୍ତ୍ତମାନ ଟିମ୍ ଇଣ୍ଡିଆ ପାଇଁ କେବଳ ଦିନିକିଆ ମ୍ୟାଚ୍ ଖେଳନ୍ତି  । ବିସିଆଇ ତାଙ୍କୁ ବାର୍ଷିକ ୭ କୋଟି ଟଙ୍କା ଦରମା ଦିଏ।

ଅନ୍ୟପକ୍ଷରେ, ବିରାଟ କୋହଲିଙ୍କ ମୋଟ ସମ୍ପତ୍ତି ୧୦୫୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ବିରାଟ ଏବେ କେବଳ ଦିନିକିଆ ମ୍ୟାଚ୍ ମଧ୍ୟ ଖେଳନ୍ତି ।  ବିସିସିଆଇର କେନ୍ଦ୍ରୀୟ ଚୁକ୍ତି ତାଲିକାର ଗ୍ରେଡ୍ ଏ ରେ ଥିବାରୁ, ତାଙ୍କୁ ବାର୍ଷିକ ୭ କୋଟି ଟଙ୍କା ଦରମା ମିଳିଥାଏ। ଏହା ବ୍ୟତୀତ, ସେ ଅନୁମୋଦନ, ସ୍ପନ୍ସରସିପ ଡିଲ ଏବଂ ବ୍ୟବସାୟିକ ନିବେଶ ମାଧ୍ୟମରେ ଏତେ ବଡ଼ ସାମ୍ରାଜ୍ୟ ମଧ୍ୟ ଗଢ଼ିଛନ୍ତି।

ରୋହିତ ଶର୍ମା ଆଡାଦାସ, ସିଏଟି, ଆଇଆଇଏଫଏଲ ଫାଇନାନ୍ସ ଏବଂ ମ୍ୟାକ୍ସ ଲାଇଫ ଇନସୁରାନ୍ସ ଭଳି ଅନେକ ବଡ଼ ବ୍ରାଣ୍ଡ ସହିତ ଜଡିତ ଅଛନ୍ତି। ଫାଇନାନ୍ସିଆଲ୍ ଏକ୍ସପ୍ରେସ୍ ଅନୁଯାୟୀ, ରୋହିତଙ୍କ ନିବେଶ ପୋର୍ଟଫୋଲିଓ ମଧ୍ୟ ବହୁତ ଭଲ, ସେ ଷ୍ଟାର୍ଟ-ଅପ୍ ଏବଂ ଅନ୍ୟାନ୍ୟ ବ୍ରାଣ୍ଡରେ ୮୯ କୋଟି ଟଙ୍କା ନିବେଶ କରିଛନ୍ତି।

ବିରାଟ କୋହଲି ପୁମା, ଅଡି, ଏମଆରଏଫ, ମିଣ୍ଟ୍ରା ସମେତ ଅନେକ ବଡ଼ ବଡ଼ କମ୍ପାନୀ ସହିତ କାମ କରିଛନ୍ତି। ନିବେଶ ବିଷୟରେ କହିବାକୁ ଗଲେ, ବିରାଟ କୋହଲି ନିଜେ ଏହି ଦୁଇଟି କମ୍ପାନୀ, One8 ଏବଂ Wrogn ର ମାଲିକ। ଏହା ବ୍ୟତୀତ, ସେ ମିଣ୍ଟ୍ରା, ୟୁନିଭର୍ସାଲ ସ୍ପୋର୍ଟସବିଜ୍ ସମେତ ଅନ୍ୟ ଅନେକ କମ୍ପାନୀରେ ପ୍ରଚୁର ଟଙ୍କା ନିବେଶ କରିଛନ୍ତି।

ଘରୋଇ କ୍ରିକେଟର ଫର୍ମାଟ ବଦଳାଇଲା BCCI, ଏବେ ଏମିତି ହେବ ମ୍ୟାଚ୍

ନନ୍ଦିଘୋଷ ବ୍ୟୁରୋ: ଘରୋଇ କ୍ରିକେଟ (ଦିନିକିଆ)କୁ ନେଇ ବିସିସିଆଇର ଏକ ବଡ଼ ନିଷ୍ପତ୍ତି । ଦିନିକିଆ କ୍ରିକେଟ ଫର୍ମାଟରେ ହେଲା ପରିବର୍ତ୍ତନ । ଏବେ ଘରୋଇ ଦିନିକିଆରେ ପ୍ଲେଟ ଗ୍ରୁପ୍ ସିଷ୍ଟମ ଦେଖିବାକୁ ମିଳିବ । ନୂଆ ଦିନିକିଆ ସିଜିନରେ ଏହି ଫର୍ମାଟ ଦେଖିବାକୁ ପାଇବେ ଦର୍ଶକ । ଆଉ ଏହାର ଆରମ୍ଭ ଦୀଲିପ ଟ୍ରଫିରୁ ହେବ । ସୂଚନାଯୋଗ୍ୟ, ଅଗଷ୍ଟ ୨୮ରୁ ଦୀଲିପ ଟ୍ରଫି ଆରମ୍ଭ ହେବାକୁ ଯାଉଛି । ୨୮ ତାରିଖରେ ଦୁଇଟି ମ୍ୟାଚ ଖେଳାଯିବ । ପ୍ରଥମ ମ୍ୟାଚ୍ ନର୍ଥ ଜୋନ ଓ ଇଷ୍ଟ ଜୋନ ଭିତରେ ଖେଳାଯିବ । ସେହିପରି ଦ୍ବିତୀୟ ମ୍ୟାଚ୍ ସେଣ୍ଟାଲ ଜୋନ ଓ ନର୍ଥ ଇଷ୍ଟ ଜୋନ ମଧ୍ୟରେ ଖେଳାଯିବ ।

BCCIର ବଡ଼ ନିଷ୍ପତ୍ତି

ସୂଚନଯୋଗ୍ୟ, ଘୋରାଇ ଦିନିକିଆ, ଯେଉଁଥିରେ ବିଜୟ ହଜାରେ ଟ୍ରଫି, ସିନିୟର ମହିଳା ଦିନିକିଆ ଟ୍ରଫି, ଅଣ୍ଡର-୨୩ ପୁରୁଷ ଟେଷ୍ଟ ଏ ଟ୍ରଫିରେ ସବୁ ଟିମ୍ ୪ଟି ଏଲିଟ ଓ ଗୋଟିଏ ପ୍ଲେଟ ଗ୍ରୁପରେ ସାମିଲ ହେବେ । ସବୁଠାରୁ ତଳେ ଥିବା ୬ଟି ଟିମ ଏବେ ପ୍ଲେଯ ଗ୍ରୁପରେ ରହିବେ । ଏହାପୂର୍ବରୁ ଦେଖିବାକୁ ମିଳୁଥିଲା କି ପ୍ରତି ସିଜିନରେ ପ୍ଲେଟ ଗ୍ରୁପରୁ ୨ଟି ଟିମ ହିଁ ଉପରକୁ ଯାଉଥିବା ବେଳେ ୨ଟି ଟିମ ତଳକୁ ଆସୁଥିଲେ । ଏହାପରେ ଏବେ ଗୋଟିଏ ଟିମ ପ୍ରମୋଟ ବା ରିଲିଗେଟ ହେବା ଦେଖି ପାରିବେ । ସେତିକି ନୁହେଁ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଓ ସିନିୟର ମହିଳା ଟି-୨୦ ଟ୍ରଫିରେ ମଧ୍ୟ ବିସିସିଆଇ ପରିବର୍ତ୍ତନ କରିଛି । ନକ ଆଉଟ ଷ୍ଟାଜ ବଦଳରେ ସୁପର ଲିଗ ଷ୍ଟାଜ ନେବାକୁ ବିସିସିଆଇ ନିଷ୍ପତ୍ତି ନେଇଛି । ଏହାପୂର୍ବରୁ ବିସିସିଆଇ ରଣଜୀ ଟ୍ରଫିରେ ଏଲିଟ ଓ ପ୍ଲେଟ ଗ୍ରୁପ୍ ଫର୍ମାଟରେ ମ୍ୟାଚ କରିବାକୁ ନିଷତ୍ତି ନେଇଥିଲା । ଅକ୍ଟୋବରରେ ଆଣମ୍ଭ ହେଉଥିବା ୨୦୨୫-୨୬ ରଣଜୀ ଟ୍ରଫି ଟୁର୍ଣ୍ଣାମେଣ୍ଟ ଏହି ଫର୍ମାଟରେ ଖେଳାଯିବ ।

କାହିଁକି ଏମିତି ନିଷ୍ପତ୍ତି ?

ଭାରତରେ ଘରୋଇ କ୍ରିକେଟର ଆରମ୍ଭ ୨୮ ଅଗଷ୍ଟରୁ ହୋଇଥାଏ । ଏହି ଘରୋଇ ସିଜିନ ୨୦୨୬ ଏପ୍ରିଲ ୩ ତାରିଖରେ ସିନିୟର ମହିଳା ଦିନିକିଆ ଟ୍ରଫି ପର୍ଯ୍ୟନ୍ତ ଚାଲିବ । ଏହି ପରିବର୍ତ୍ତନ ମାଧ୍ୟମରେ ବିସିସିଆଇ ଘରୋଇ ଟୁର୍ଣ୍ଣାମେଣ୍ଟକୁ ଆହୁରି ଆକର୍ଷଣୀୟ କରିବାକୁ ଚାହୁଁଛି । ଏହାଦ୍ବାରା ପ୍ରତି ଲେଭଲର ଟିମଙ୍କ ପ୍ରଦର୍ଶନରେ ସୁଧାର ଆସିବା ସହ ପ୍ରତିଭାବାନ ଖେଳାଳି ସାମ୍ନାକୁ ଆସିବେ । ୨୦୨୬ରେ ଟିମ୍ ଇଣ୍ଡିଆ ଏକାଧିକ ଗୁରୁତ୍ବପୂର୍ଣ୍ଣ ଖେଳିବାକୁ ଯାଉଛି । ଆଉ ବିସିସିଆଇର ଏହି ନିଷ୍ପତ୍ତି ଯୋଗୁଁ ଏକାଧିକ ଖେଳାଳିଙ୍କୁ ଜାତୀୟ ଦଳରେ ସ୍ଥାନ ମିଳିପାରେ । ଏଥିରେ କେବଳ ପୁରୁଷ ନୁହେଁ, ମହିଳା ଖେଳାଳିବି ସାମିଲ ଅଛନ୍ତି । କିଛିବର୍ଷ ହେବ ଭାରତରେ ମହିଳା ଟିମ ବି ଭଲ ପଦର୍ଶନ କରୁଛନ୍ତି । ଏହି ଫଁମାଟ ଦ୍ବାରା ମହିଳା ଟିମକୁ ବି ଲାଭ ମିଳିବ ଓ ଏହାର ପ୍ରଭାବ ଖେଳରେ ଦେଖିବାକୁ ମିଳିବ ।

ଋଷରୁ ତେଲକୁ ନେଇ ଆମେରିକା ଓ ପଶ୍ଚିମ ଦେଶଙ୍କୁ ଜୟଶଙ୍କରଙ୍କ ଜବାବ: ଇଚ୍ଛା ହେଲେ କିଣ, ନହେଲେ ନାହିଁ

ନନ୍ଦିଘୋଷ ବ୍ୟୁରୋ: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଋଷ ତେଲକୁ ନେଇ ଆମେରିକା ଓ ପଶ୍ଚିମ ଦେଶଙ୍କୁ ଦେଇଛନ୍ତି ଜବାବ । ଋଷ ସହ ଭରତର ଉର୍ଜା ସମ୍ପର୍କକୁ ସୁରକ୍ଷା ଦେବାକୁ ଯାଇ ଜୟଶଙ୍କର କହିଛନ୍ତି, ଆମେ ତେଲ କିଣୁଛୁ ନିଜର ଓ ବିଶ୍ବର ହିତ ପାଇଁ । ଆମେରିକା ସହ ଆଲୋଚନାରେ ବ୍ୟାପାର ପ୍ରତିବନ୍ଧକ ସାଜୁଛି । ହେଲେ ଭାରତ ସ୍ବାଧୀନ ଭାବେ ନିଷ୍ପତ୍ତି ନେବା ଜାରି ରଖିବ । ବିଦେଶ ମନ୍ତ୍ରୀ ଭାରତୀୟ ଶକ୍ତି ସୁରକ୍ଷା ଉପରେ ଗୁରୁତ୍ବ ଦେବା ସହ ଋଷ ପାଖରୁ ତେଲ କିଣିବାକୁ ନେଇ ହେଉଥିବା ଆଲୋଚନା ଉପରେ ଏହି ମତ ରଖିଛନ୍ତି ।

ଏସ. ଜୟଶଙ୍କର କହିଛନ୍ତି, ଏହା ହାସ୍ୟସ୍ପଦ ଯେ, ଆମେରିକା ନିଜେ ଋଷ ସହ ବେପାର କରୁଥିବା ବେଳେ ଏହାର ପ୍ରଶାସନିକ ଅଧିକାରୀ ଅନ୍ୟ ଉପରେ ବେପାର କରିବା ଅଭିଯୋଗ ଅଣୁଛନ୍ତି । ଯଦି ଆପଣଙ୍କୁ ଭାରତ ପାଖରୁ ତେଲ ଓ ରିଫାଇଣ୍ଡ ପ୍ରଡକ୍ଟ କିଣିବାରେ ଅସୁବିଧା ହେଉଛି ତେବେ କିଣ ନାହିଁ । ଏଥିପାଇଁ କେହି ତୁମକୁ ବାଧ୍ୟ କରୁନାହାନ୍ତି ।

ଭାରତ ଓ ଆମେରିକା ମଧ୍ୟରେ ବେପାରକୁ ନେଇ ତୁ ତୁ ମେଁ ମେଁ ଚାଲିଥିବା ବେଳେ ବୈଦେଶିକ ମନ୍ତ୍ରୀ ଏସ, ଜୟଶଙ୍କରଙ୍କର ଏହି ବୟାନ ଆସିଛି । ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଟାରିଫ ଲଗାଇଛି । ଯେଉଁଥିରେ ୨୫ ପ୍ରତିଶତ ପେନାଲ୍ଟି ଟାରିଫ ରହିଛି । ଋଷ ପାଖରୁ ତେଲ କିଣିବା କାରଣରୁ ଭାରତ ଉପରେ ଏହି ଟାରିଫ ଲାଗିଛି ।

ଆଗକୁ ଜୟଶଙ୍କର କହିଛନ୍ତି, ୨୦୨୨ରେ ଯେତେବେଳେ ତେଲର ମୂଲ୍ୟ ବୃଦ୍ଧି ଘଟିଥିଲା, ସାରା ବିଶ୍ବ ଚିନ୍ତାରେ ଥିଲା । ସେତେବେଳେ କୁହାଯାଇଥିଲା ଭାରତ ଋଷ ପାଖରୁ ତେଲ କିଣିବାକୁ ଚାହୁଁଥିଲେ, କିଣୁ । କାରଣ, ଏହାଦ୍ବାରା ମୂଲ୍ୟ ସ୍ଥିର ହୋଇପାରିବ । ବଜାରରେ ସ୍ଥିରତା ରଖିବା ବି ଭାରତର ତେଲ କିଣିବାର ଅନ୍ୟ ଏକ ଉଦ୍ଦେଶ୍ୟ ଥିଲା । ତେଲ ମୂଲ୍ୟ ସ୍ଥିର ରଖିବାକୁ ଆମେ ଋଷ ପାଖରୁ କିଣୁଛୁ । ଏହାଦ୍ବାରା ଉଭୟ ଭାରତର ଜାତୀୟ ଓ ବୈଶ୍ବିକ ହିତ ହେଉଛି ।

ଆମକୁ ଋଷ ସହ ବେପାର ବଢ଼ାଇବାର ଆବଶ୍ୟକତା ରହିଛି । ମୋର ଋଷ ଗସ୍ତ ସମୟରେ ଆମେ ଦ୍ବିପାଖିକ ସମ୍ପର୍କ ଉପରେ ଗୁରୁତ୍ବ ଦେଇଛୁ । ୟୁକ୍ରେନ ଯୁଦ୍ଧକୁ ନେଇ ଆରମ୍ଭରୁ ଋଷର ନୀତି ସ୍ପଷ୍ଟ ରହିଛି । ଆମେ ଏହି ପ୍ରସଙ୍ଗରେ ଶୀଘ୍ର ସମାଧାନ ଚାହୁଁଛୁ ।

ସୂଚନାଯୋଗ୍ୟ, ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର ୧୯ ଅଗଷ୍ଟରୁ ୨୧ ଅଗଷ୍ଟ ପର୍ଯ୍ୟନ୍ତ ଋଷ ଗସ୍ତରେ ଯାଇଥିଲେ । ସେଠାରେ ସେ ବେପାର, ଆର୍ଥିକ, ବେିଜ୍ଞାନ, ଟେକନିକ ଓ ସାଂସ୍କୃତିକ ସହଯୋଗ ଉପରେ ଆୟୋଜିତ ଭାରତ-ଋଷ ଇଣ୍ଟରନ୍ୟାସନାଲ କମିଶନର ୨୬ତମ ସଂସ୍କରଣର ସହ-ଅଧ୍ୟକ୍ଷତା କରିଥିଲେ ।