spot_img
Home Blog Page 4824

ଚିନ୍ତା ବଢ଼ାଉଛି ଓମିକ୍ରନ: ସଂକ୍ରମିତ ରାଜ୍ୟକୁ ଫେରିପାରେ ଲକ୍‌ଡାଉନ୍

ଭୁବନେଶ୍ୱର: ଓମିକ୍ରନ୍ ଫେରାଇପାରେ ଲକଡାଉନ୍ । କାମଧନ୍ଦା ହରାଇ ପୁଣି ଓଡ଼ିଶା ଫେରି ପାରନ୍ତି ପ୍ରବାସୀ ଶ୍ରିମକ । ଯାହାକୁ ନେଇ ଖୁବ୍‌ଶୀଘ୍ର କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରି ପ୍ରସ୍ତୁତି ଆରମ୍ଭ କରିବେ ରାଜ୍ୟ ସରକାର । ସାରାଦେଶରେ କିଛି ବିଦେଶ ଫେରନ୍ତାଙ୍କ ପତ୍ତା ମିଳୁନି । ଯାହା ଏବେ ଚିନ୍ତା ବଢାଇଛି ।

ଓମିକ୍ରନ୍ ବଢାଇବ ପ୍ରବାସୀ ଦୁଃଖ । ସଂକ୍ରମିତ ରାଜ୍ୟରେ ହୋଇପାରେ ଲକଡାଉନ୍ । ରାଜ୍ୟ ଛାଡ଼ିପାରନ୍ତି ପ୍ରବାସୀ ଶ୍ରମିକ । ପ୍ରଥମ ଓ ଦ୍ବିତୀୟ ଲହରୀ ଭଳି ସ୍ଥିତି ଯେଭଳି ନ ଉପୁଜିବ ଏବେ ସଜାଗ ଅଛନ୍ତି ରାଜ୍ୟ ସରକାର । ପ୍ରଥମ ଲହରିରେ ୮ ଲକ୍ଷ ୫୩ ହଜାର ୭୭୭ ପ୍ରବସୀ ଶ୍ରମିକ ଓଡ଼ିଶା ଫେରିଥିଲେ । କଳାକାରଖାନା ଖୋଲିବା ପରେ କିଛି ପୁଣି ଫେରିଗଲେ । ଦ୍ଵିତୀୟ ଲହରରେ ଓଡ଼ିଶା ଫେରିଲେ 43ହଜାର ପ୍ରବସୀ ଶ୍ରମିକ । ହେଲେ ଯେଉଁମାନେ ଫେରିଗଲେ, ସେମାନେ ରାଜ୍ୟ ସରକାରଙ୍କୁ କିଛି ଜଣାଇଲେ ନାହିଁ। ଯେଉଁଥି ପାଇଁ ସେମାନଙ୍କ ତାଲିକା ପ୍ରସ୍ତୁତ କରିବାରେ ଅସୁବିଧା ହେଉଛି । ପୁଣି ଏବେ ଓମିକ୍ରନ ଭୟ ।

ଯେଉଁ ରାଜ୍ୟ ଗୁଡ଼ିକରେ ଓମିକ୍ରନ ରୋଗୀ ଚିହ୍ନଟ ହୋଇଛନ୍ତି, ସେଠାରେ ଅଧିକାଂଶ ଓଡ଼ିଶାର ଲୋକ ଅଛନ୍ତି । ସଂକ୍ରମଣ ଯେପରି ନ ବଢେ, ବାହାର ରାଜ୍ୟର ସରକାରମାନେ ପୁଣି ଲକଡାଉନ କଥା ଚିନ୍ତା କଲେଣି । ଯାହା ପ୍ରବାସୀ ଶ୍ରମିକଙ୍କ ପେଟରେ ଲାତ ମାରିପାରେ । ଏଭଳି ସ୍ଥିତିରେ ରାଜ୍ୟ ନ ଛାଡ଼ିବାକୁ ଆହ୍ବାନ ଦେଇଛନ୍ତି ରାଜ୍ୟ ସରକାର । ଆଉ ଯିଏ ବି ଫେରନ୍ତି, ସେମାନେ ସବିଶେଷ ତଥ୍ୟ ଦେଖାଇବା ସହ ପଞ୍ଜିକରଣ କରିବାକୁ ଶ୍ରମ ବିଭାଗ ନିବେଦନ କରିଛି । ନ ହେଲେ ପତ୍ତା ମିଳୁ ନଥିବା ସଂକ୍ରମିତ ପ୍ରବାସୀ, ସୁପରସ୍ରେଡର ହେବାର ଭୟ ରହିଛି ।

ଓଡ଼ିଶାରେ ପାଖାପାଖି ୧.୬୫ କୋଟି ଶ୍ରମିକ ଅଛନ୍ତି । ଏମାନଙ୍କ ମଧ୍ୟରୁ ୩୧ ଲକ୍ଷ ନିର୍ମାଣ ଶ୍ରମିକ ଥିବାବେଳେ ପାଖାପାଖି ୧୩ ଲକ୍ଷ ଶ୍ରମିକ ବାହାର ରାଜ୍ୟରୁ ଆସି ଏଠାରେ କାମ କରୁଛନ୍ତି । ସେହିପରି ୧୫ଲକ୍ଷରୁ ଅଧିକ ପ୍ରବାସୀ ଓଡ଼ିଆ ବାହାର ରାଜ୍ୟରେ କାମ କରୁଛନ୍ତି । ଏପରି ସ୍ଥିତିରେ ବିନା ତଥ୍ୟ ପ୍ରମାଣରେ ଶ୍ରମିକ ବୁଲିଲେ, ସ୍ଥିତି ଅସମ୍ଭାଳ ହୋଇଯିବ ।

କେଉଁ ଗାଁରୁ କେତେ ଶ୍ରମିକ ବାହାରକୁ ଗଲେ, କେଉଁ ଗାଁକୁ କେତେ ଶ୍ରମିକ ଫେରୁଛନ୍ତି, ସେଥିପାଇଁ ଖୁବଶୀଘ୍ର ମନିଟରିଂ ବ୍ୟବସ୍ଥା ଆରମ୍ଭ କରିବେ ରାଜ୍ୟ ସରକାର ।

ଏଥିସହିତ ପଢ଼ନ୍ତୁ: ବାତ୍ୟା ପରେ ବଦଳୁଛି ପାଣିପାଗ: ୩ରୁ ୪ଡିଗ୍ରୀ କମିବ ତାପମାତ୍ରା

ଏହି ଦିନ ସୂର୍ଯ୍ୟ ଦେବତା କରୁଛନ୍ତି ରାଶି ପରିବର୍ତ୍ତନ, ଏହି ୪ ରାଶିର ଲୋକ ରୁହନ୍ତୁ ସାବଧାନ

୨୦୨୧ ମସିହା ଡିସେମ୍ବର ୧୬ ତାରିଖ ସକାଳ ୩ଟା ବାଜି ୨୮ ମିନିଟରେ ସୂର୍ଯ୍ୟ ଦେବତା ବୃଷ ରାଶିରୁ ବାହାରି ଧନୁ ରାଶିକୁ ଗୋଚର କରିବେ । ଏହି ରାଶିରେ ସୂର୍ଯ୍ୟ ଦେବତା ଜାନୁଆରୀ ୧୪, ୨୦୨୨, ଦ୍ୱିପ୍ରହର ୨ଟା ବାଜି ୨୮ ମିନିଟ ପର୍ଯ୍ୟନ୍ତ ରହିବେ । ଧନୁ ରାଶିରେ ସୂର୍ଯ୍ୟଙ୍କ ଗମନ ହେତୁ ବୁଦ୍ଧାଦିତ୍ୟ ଯୋଗ ସୃଷ୍ଟି ହେବ, ଯାହାକି କେତେକ ରାଶି ପାଇଁ ଶୁଭ ଅଟେ, କିନ୍ତୁ ୪ ଟି ରାଶିର ଜୀବନରେ ସୂର୍ଯ୍ୟ ଭଗବାନଙ୍କ ଗତିବିଧିରେ ପରିବର୍ତ୍ତନ ଅଶାନ୍ତି ସୃଷ୍ଟି କରିବ । ଏହି ରାଶିର ଲୋକମାନଙ୍କୁ ଏହି ସମୟ ମଧ୍ୟରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଆସନ୍ତୁ ଆପଣଙ୍କୁ ଏହି ରାଶି ବିଷୟରେ କହିବା …

ମିଥୁନ- ଏହି ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟ ହେଉଛନ୍ତି ତୃତୀୟ ଘରର ପ୍ରଭୁ, ଯାହା ସପ୍ତମ ଘରେ ରହିବେ । ଏହି ଗୋଚର ଅବଧିରେ ଆପଣ ଶକ୍ତିରେ ପରିପୂର୍ଣ୍ଣ ହେବେ, କିନ୍ତୁ ବେଳେବେଳେ ଆପଣଙ୍କ କ୍ରୋଧ ଆପଣଙ୍କ ଉପରେ ଭାରି ପଡ଼ିବ । ଏହା ଆପଣଙ୍କ କାର୍ଯ୍ୟ ଉପରେ ପ୍ରଭାବ ପକାଇପାରେ । ଆପଣଙ୍କ ବିବାହିତ ଜୀବନ ଭଲ ହେବ, କିନ୍ତୁ ଏକ ବିଶେଷ ବ୍ୟକ୍ତିଙ୍କ ସହିତ ଆପଣଙ୍କର କିଛି ବିବାଦ ହୋଇପାରେ, ଯାହାକୁ ଆପଣ ଏଡାଇବାକୁ ପରାମର୍ଶ ଦିଆଯାଇଛି ।

କନ୍ୟା: କନ୍ୟା ରାଶିର ଲୋକଙ୍କ ପାଇଁ ଦ୍ୱାଦଶ ଘରର ପ୍ରଭୁ ସୂର୍ଯ୍ୟ ଚତୁର୍ଥ ଘରେ ରହିବେ । ଏହି ଗୋଚର ସମୟରେ ଆପଣ ଅପ୍ରତ୍ୟାଶିତ ଘଟଣା ଦ୍ୱାରା ଘେରି ରହିପାରନ୍ତି । ଆପଣ ଅତ୍ୟଧିକ ଭାବପ୍ରବଣ ହୋଇପାରନ୍ତି ଏବଂ ବେଳେବେଳେ ସହଜରେ ବିରକ୍ତ ହୋଇପାରନ୍ତି । ଅତ୍ୟଧିକ ମାନସିକ ଚାପ ନେଇପାରେ, ଯେଉଁଥିପାଇଁ ଆପଣ ନିଜକୁ ଶାନ୍ତ କରିବା ପାଇଁ ଧ୍ୟାନକୁ ନିଜ ଜୀବନଶୈଳୀରେ ଅନ୍ତର୍ଭୁକ୍ତ କରିବାକୁ ପରାମର୍ଶ ଦିଆଯାଇଛି । ଏହି ସମୟରେ, ଆପଣ ନିଜ ମା’ଙ୍କ ସହିତ ଯୁକ୍ତିତର୍କ କରିପାରନ୍ତି, କିନ୍ତୁ ଏହାକୁ ଏଡାଇବାକୁ ଆପଣଙ୍କୁ ପରାମର୍ଶ ଦିଆଯାଇଛି ।

ବୃଷ- ବୃଷ ରାଶିର ଲୋକଙ୍କ ପାଇଁ ଦଶମ ଘରର ପ୍ରଭୁ ସୂର୍ଯ୍ୟ ଦ୍ୱିତୀୟ ଘରେ ବସିବେ । ଆପଣ ମଧ୍ୟ ନିଜ ବୃତ୍ତିରୁ ଭଲ ରୋଜଗାର କରିବାକୁ ସକ୍ଷମ ହେବେ, କିନ୍ତୁ ଆପଣ ଭୁଲ୍ ରାସ୍ତା ଆପଣେଇ ପାରନ୍ତି । ଏହାକୁ ଏଡାଇବାକୁ ଆପଣଙ୍କୁ ପରାମର୍ଶ ଦିଆଯାଇଛି । ତଥାପି, ଆପଣ ସରକାରୀ ନୀତିରୁ ଲାଭ ପାଇବେ ଏବଂ ଆପଣ ମଧ୍ୟ ପୈତୃକ ସମ୍ପତ୍ତିରୁ ଲାଭ ପାଇବା ସମ୍ଭାବନା ଅଛି ।

ମକର-ମକର ରାଶିମାନଙ୍କ ପାଇଁ ସୂର୍ଯ୍ୟ ଦେବତା ଅଷ୍ଟମ ଗୃହରୁ ଦ୍ୱାଦଶ ଗୃହକୁ ଗୋଚର କରିବ । ଏହି ଗୋଚର ଅବଧି ମଧ୍ୟରେ ଆପଣଙ୍କ ଆୟଠାରୁ ଖର୍ଚ୍ଚ ଅଧିକ ରହିବ । ନିଜ ସ୍ୱାସ୍ଥ୍ୟ ପାଇଁ ଆପଣଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡିବ । ଏହି ସମୟରେ ଆପଣ ଟଙ୍କା ଦାନ କରିବାକୁ ମଧ୍ୟ ଇଚ୍ଛା କରିପାରନ୍ତି । ଏହି ସମୟରେ ଧାର୍ମିକ କାର୍ଯ୍ୟକଳାପ ପ୍ରତି ଆପଣଙ୍କର ଇଚ୍ଛା ବଢ଼ିବ ଏବଂ ଏଥିପାଇଁ ଆପଣ ମନ ଇଚ୍ଛା ଟଙ୍କା ଖର୍ଚ୍ଚ କରିବେ ।

‘ମମିତା’ ମାମଲାରେ ଅଭିଯୋଗ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ: ବିଜେଡି

ଭୁବନେଶ୍ୱର: ବିଧାନସଭା ଅଚଳ ପ୍ରସଂଗରେ ବିଜେଡି ପ୍ରେସମିଟ୍ । ସାମ୍ୱାଦିକ ସମ୍ମିଳନୀ କରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ । ସେ କହିଛନ୍ତି, ବିଧାନସଭାକୁ ଅଚଳ କିଏ କରୁଛି ସାଧାରଣଲୋକ ବୁଝିସାରିଲେଣି । ବିଧାନସଭା ଅଧିବେଶନର ପ୍ରଥମ ଦିନ ତାଲା ପକାଇଲେ କଂଗ୍ରେସ ବିଧାୟକ । ବିଧାନସଭା ଇତିହାସରେ ଏଭଳି କେବେ ହୋଇନଥିଲା । ବିଧାୟକ, ଅଧିକାରୀ ଓ କର୍ମଚାରୀ କେହି ବିଧାନସଭା ଆସିପାରିଲେନି । ବାଚସ୍ପତିଙ୍କ ଅନୁରୋଧ ସତ୍ତ୍ୱେ ଗୃହ ଚଳାଇ ଦେଲେନି ବିରୋଧୀ ।

ଗୃହରେ ଘଣ୍ଟ ବାଡେଇବାଠାରୁ ଆରମ୍ଭ କରି ଅନ୍ୟାନ୍ୟ ଡ୍ରାମା କଲେ । ୫ଦିନ ହେଲା ଡ୍ରାମା କରି ଗୃହକୁ ଅଚଳ କରୁଛନ୍ତି ବିରୋଧୀ । ଅଚଳ ଆରୋପ ସରକାରୀ ଦଳ ଉପରେ ଲଗାଇବା ଭୁଲ୍ । ଜଓ୍ୱାଦ ଯୋଗୁଁ ଚାଷୀ କାନ୍ଦୁଛି, ସେ ବିଷୟରେ ଆଜି ଆଲୋଚନା ହୋଇଥାନ୍ତା । ସେହିପରି ମମିତା ମେହେର ପ୍ରସଙ୍ଗରେ ଗୃହରେ ବିବୃତି ରଖିସାରିଛନ୍ତି ମୁଖ୍ୟମନ୍ତ୍ରୀ । ଘଟଣାର ନ୍ୟାୟିକ ତଦନ୍ତ ଜାରି ରହିଥିବା ବେଳେ ଅଭିଯୋଗ ଠିକ ନୁହେଁ । ମମିତା ଘଟଣାରେ ଅଭିଯୋଗ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ବିଧାନସଭା ଚାଲିବାର ଆବଶ୍ୟକ । ତଦନ୍ତ ପ୍ରକ୍ରିୟା ଠିକଣା ବାଟରେ ଚାଲିଥିବା ଅତନୁ ସବ୍ୟସାଚୀ କହିଛନ୍ତି । ସୂଚନା ଯୋଗ୍ୟ ଯେ, ବିଧାନସଭାକୁ ସରକାରୀ ଦଳ ଅଚଳ କରିଥିବା କହିଥିଲେ ନରସିଂହ ।

ଏଥିସହିତ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ । ମାହାଙ୍ଗା ମାମଲା କୋର୍ଟରେ ବିଚାରାଧୀନ ଥିବା ବେଳେ ରାଜନୀତିକରଣ କରନ୍ତୁ ନାହିଁ ବୋଲି ସେ କହିଛନ୍ତି। କୋର୍ଟଙ୍କ ରାୟକୁ ଅପେକ୍ଷା କରନ୍ତୁ, ବିଭ୍ରାନ୍ତିକର ତଥ୍ୟ ଦିଅନ୍ତୁନାହିଁ ବୋଲି ପ୍ରମିଳା କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ବିରୋଧୀ ନାଟକବାଜି ଛାଡ଼ନ୍ତୁ, ଗୃହ କାର୍ଯ୍ୟରେ ଯୋଗଦିଅନ୍ତୁ: ପ୍ରମିଳା

ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ

ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକ ଅଭିନବ ଯୋଜନା । ରାଜ୍ୟବାସୀଙ୍କୁ ଗୁଣାତ୍ମକ ଓ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ବିଏସକେୱାଇରେ ନବକଳେବର କରାଯାଇ ଏବେ ହିତାଧିକାରୀଙ୍କୁ ସ୍ମାର୍ଟ ହେଲ୍ଥ କାର୍ଡ ପ୍ରଦାନ କରାଯାଉଛି । ଖୋଦ ମୁଖ୍ୟମନ୍ତ୍ରୀ ଜିଲ୍ଲା ଗସ୍ତରେ ଯାଇ ଏ କାର୍ଡ ବଣ୍ଟନ କରିଛନ୍ତି । ଏ କାର୍ଡ ଜରିଆରେ ହିତାଧିକାରୀମାନେ ସମସ୍ତ ସରକାରୀ ଓ ଅନୁବନ୍ଧିତ ୨୮୪ ଘରୋଇ ହସ୍ପିଟାଲରେ ମାଗଣା ଚିକିତ୍ସା ସେବା ମିଳୁଛି ।

ମାତ୍ର ରାଜ୍ୟ ସରକାରଙ୍କ ଏ ସଫଳ ଯୋଜନାରେ କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଅସହିଷ୍ଣୁ ହୋଇ ମିଛ ଗୁଜବ ପ୍ରଚାର କରୁଛନ୍ତି । ଘରୋଇ ହସପିଟାଲରେ ମାଗଣା ଚିକିତ୍ସା ସେବା ମିଳୁନଥିବା ମିଥ୍ୟା ପ୍ରଚାର କରୁଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି । ବିଏସକେୱାଇରେ ହିତାଧିକାରୀଙ୍କୁ ଉନ୍ନତ ଚିକିିତ୍ସା ସେବା ମିଳୁଛି । ଏଥିରେ କୌଣସି ପ୍ରକାର ଅବହେଳା କରାଯାଉ ନାହିଁ । ପ୍ରତ୍ୟେକ ହିତାଧିକାରୀଙ୍କ ପରିବାରକୁ ବାର୍ଷିକ ଚିକିତ୍ସା ସେବା ପାଇଁ ୫ ଲକ୍ଷ ଏବଂ ମହିଳା ସଦସ୍ୟଙ୍କ କ୍ଷେତ୍ରରେ ଅତିରିକ୍ତ ୫ ଲକ୍ଷର ଚିକିତ୍ସା ସହାୟତା ପ୍ରଦାନ କରାଯାଉଛି । ସମସ୍ତ ତାଲିକାଭୁକ୍ତ ଘରୋଇ ଚିକିତ୍ସାଳୟକୁ ଚୁକ୍ତି ଅନୁସାରେ ସରକାର ଏ ସହାୟତା ବାବଦ ପାଣ୍ଠି ପ୍ରଦାନ କରୁଛନ୍ତି । ପ୍ରତିଟି ଜୀବନ ମୂଲ୍ୟବାନ । ମୁଖ୍ୟମନ୍ତ୍ରୀ ବାରମ୍ବାର ଏହାକୁ ଗୁରୁତ୍ୱ ଦେଉଛନ୍ତି । ବିଏସକେୱାଇ ରାଜ୍ୟ ସରକାରଙ୍କ ସବୁଠୁ ସଫଳ ଓ ମୁଖ୍ୟ ଯୋଜନା । ତେଣୁ ମିଛ ଗୁଜବରେ ବିଶ୍ୱାସ ନକରି ହିତାଧିକାରୀ ହେଲ୍ଥ କାର୍ଡ ଜରିଆରେ ସ୍ୱାସ୍ଥ୍ୟସେବାର ସୁବିଧା ନେବାକୁ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ସାହା ହେଲା ବିଏସ୍‌କେଓ୍ୱାଇ: ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଦେବରାଜ, କହିଲେ ସ୍ମାର୍ଟ କାର୍ଡ ନଥିଲେ ଘର ବିକ୍ରି କରିବାକୁ ପଡ଼ିଥାନ୍ତା

ବାତ୍ୟା ପରେ ବଦଳୁଛି ପାଣିପାଗ: ୩ରୁ ୪ଡିଗ୍ରୀ କମିବ ତାପମାତ୍ରା

ଭୁବନେଶ୍ୱର: ବାତ୍ୟା ପରେ ବଦଳୁଛି ପାଗ, ହଟିଲା ଓ୍ବାର୍ଣ୍ଣିଂ, ଫେରିବ ଶୀତ । ଆଜି ଉପକୂଳ ତଥା ତତ୍‌-ସଂଲଗ୍ନ ଜିଲ୍ଲା ଗୁଡିକରେ ପାଗ ମେଘୁଆ ରହିଛି । ଆସନ୍ତା ୨୪ ଘଣ୍ଟାରେ ଉତ୍ତର ଉପକୂଳ ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ରହିଛି । ତେବେ ରାଜ୍ୟରୁ ବାତ୍ୟା ଜନିତ ସମସ୍ତ ସତର୍କ ସୂଚନା ହଟାଇ ଦିଆଯାଇଛି । ଏହାସହ ଆସନ୍ତାକାଲିଠାରୁ ରାଜ୍ୟରେ ପାଗ ପ୍ରାୟତଃ ଶୁଖିଲା ରହିବ । ଆସନ୍ତା ୨ ଦିନ ମଧ୍ୟରେ ଉପାନ୍ତ ଏବଂ ପାହାଡ଼ିଆ ଅଞ୍ଚଳରେ ଜାଡ଼ ଅନୁଭୂତ ହେବ ।

ଅଧା ଓଡ଼ିଶାରେ ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେପଟେ ଆଜି ସକାଳ ୫ଟା ୩୦ ସମୟରେ ଅବପାତ ଦୁର୍ବଳ ହୋଇ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ବାଂଲାଦେଶ ଉପକୂଳରେ ଏହା କେନ୍ଦ୍ରୀଭୂତ ଥିବାବେଳେ ଆଗାମୀ କିଛି ଘଣ୍ଟା ମଧ୍ୟରେ ଏହା ସଂପୂର୍ଣ୍ଣ ଭାବରେ ଦୁର୍ବଳ ହେବ । ଗତ ୨୪ ଘଣ୍ଟା ରେ ଜଗତସିଂହପୁର ଜିଲ୍ଲା ଏରସମାରେ ସର୍ବାଧିକ ୨୩୪ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସେହିପରି ପାରାଦୀପରେ ୨୦୦.୫ ମିଲିମିଟର, ଜଗତସିଂହପୁରର ବାଲିକୁଦାରେ ୧୫୪, କୁଜଙ୍ଗରେ ୧୪୦, ନାଉଗାଁରେ ୧୩୧, କେନ୍ଦ୍ରାପଡ଼ା ମାର୍ଶାଘାଇରେ ୧୨୮, ପୁରୀ କାକଟପୁରରେ ୧୧୭.୨ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ କୌଣସି ସତର୍କତା ଜାରି କରାଯାଇ ନଥିଲେ ମଧ୍ୟ କିଛି ଜିଲ୍ଲାରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି ।

ଏଥିସହିତ ପଢ଼ନ୍ତୁ: ପାଣିରେ ଭାସୁଛି ପାଚିଲା ଧାନ: କ୍ଷୟକ୍ଷତି ରିପୋର୍ଟ ମାଗିଲେ ରାଜ୍ୟ ସରକାର

ପାଣିରେ ଭାସୁଛି ପାଚିଲା ଧାନ: କ୍ଷୟକ୍ଷତି ରିପୋର୍ଟ ମାଗିଲେ ରାଜ୍ୟ ସରକାର

ଆସିକା,ବାଲେଶ୍ୱର,ଜଗତସିଂହପୁର,ପାଟକୁରା: ଯାଇଛି ବାତ୍ୟା ଜଓ୍ବାଦ । ରାଜ୍ୟ ଉପରୁ ଟଳିଛି ବିପଦ । ହେଲେ ଏହାର ପ୍ରଭାବରେ ହୋଇଥିବା ଲଗାଣ ବର୍ଷା କିନ୍ତୁ ଚାଷୀଙ୍କୁ ଦେଇଯାଇଛି ଦୁଃଖ । ଅମଳ ସମୟରେ ବର୍ଷା ଯୋଗୁଁ ପାଣିରେ ଲୋଟୁଛି ସୁନାର ଫସଲ । ଧାନ ପରିବା ଚାଷ ସବୁ ନଷ୍ଟ ହୋଇଛି । ସେପଟେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଆରମ୍ଭ ହୋଇଛି କ୍ଷୟକ୍ଷତିର ଆକଳନ ।

‘ଜଓ୍ବାଦ’ ଦେଇଯାଇଛି ଅସରନ୍ତି ଯନ୍ତ୍ରଣା । ପ୍ରକୃତିର କୋପ ଅନ୍ନଦାତାଙ୍କ ଉପରେ ଦାଉ ସାଧିଛି । ଅମଳ ଅପେକ୍ଷାରେ ଥିବା ଧାନବିଲରେ ଜମିଛି ଆଣ୍ଠୁଏ ଆଣ୍ଠୁଏ ପାଣି । କେଉଁଠି ବିଲରେ ପାଣି ଲହଡ଼ି ମାରୁଛି ତ ଆଉ କେଉଁଠି ମାଟିରେ ଶୋଇପଡିଛି ଧାନ । ପନିପରିବା ମଧ୍ୟ ପାଣି ତଳେ ଶଢିବାକୁ ବସିଲାଣି ।

ପାଟକୁରାର ତଳି ଅଞ୍ଚଳ ଡେରାବିଶ ଓ ଗରଦପୁର ବ୍ଲକରେ ଚାଷ ଜମି ଗୁଡିକର ଅଧିକ କ୍ଷୟ କ୍ଷତି କରିଦେଇଛି ଏହି ଅଦିନିଆ ବର୍ଷା । ବାତ୍ୟା ଜନିତ ବର୍ଷା ଅଧିକ କ୍ଷତି କରିଛି ଗଞ୍ଜାମ ଜିଲ୍ଲାରେ । ଆସିକାର ବିଭିନ୍ନ ଅଞ୍ଚଳରେ ପାଣିରେ ଲୋଟିଛି ସୁନାର ଫସଲ । ପ୍ରଥମେ ଗଜା ମରୁଡି ଆଉ ଏବେ ବାତ୍ୟା ଜଓ୍ବାଦ ପରେ ହିନ୍ଦୋଳ ଚାଷୀଙ୍କ ମେରୁଦଣ୍ଡ ଭୁଶୁଡ଼ି ପଡ଼ିଛି ।

ବାଲେଶ୍ବରରେ ଧାନ ଅମଳ ହୋଇ ନଥିବାରୁ ଚାଷୀ ହତାସ ହୋଇପଡ଼ିଛନ୍ତି। ନୀଳଗିରିରେ ଅଯୋଧ୍ୟା, ବାଡ଼ିଆ, କାଠପାଳ, ମାଟିଆଳି, ସଜନାଗଡ଼ ଏବଂ ଔପଦା ବ୍ଲକରେ ଶ୍ୟାମସୁନ୍ଦରପୁର, ଦକ୍ଷିଣ ନରସିଂହପୁର, ବାଉଁଶବଣିଆ, କାଣ୍ଡଗରଡି, ଈଶ୍ୱରପୁର ଆଦି ଅଞ୍ଚଳରେ ବ୍ୟାପକ କ୍ଷତି ହୋଇଛି । ଜଗତସିଂହପୁର ଜିଲ୍ଲାର ଆଠଟି ବ୍ଲକରେ ପାଖାପାଖି ୮୬ ହଜାର ହେକ୍ଟର ଜମିରେ ଧାନ ଚାଷ କରାଯାଇଥିଲା । ଲଗାଣ ବର୍ଷା ସବୁକିଛି ନଷ୍ଟ କରିଦେଇଛି ।

ଜିଲ୍ଲାର ଆଳିପିଙ୍ଗଳ ଦେବୀନଦୀ ପଠା, ଦଳେଇଘାଇ ପଠା, ମଧ୍ୟ ଶାସନ, ଉତ୍ତର ଶାସନ ଅଂଚଳ ଓ ତରପୁର ଠାରେ ମହାନଦୀ ପଠାରେ ସହ ସହ ଚାଷୀ କରିଥିବା ପନିପରିବା ସବୁ ନଷ୍ଟ ହୋଇଛି । ଚାନ୍ଦବାଲି, ଆରଡି, ଧାମରା ଅଞ୍ଚଳରେ ଲୁଣାଢେଉ ମାଡି ଆସିବାରୁ ଧାନତଳି ନଷ୍ଟ ହୋଇଥିଲା । ଏବେ ବାତ୍ୟା ଜନିତ ବର୍ଷାରେ କ୍ଷେତରେ ଲହଡି ଭାଙ୍ଗୁଛି ଅଣ୍ଟାଏ ଉଚ୍ଚରୁ ପାଣି ।

ଦୁଃଖ ଦେଇଛି ବାତ୍ୟା ଜନିତ ଲଗାଣ ବର୍ଷା । ସେପଟେ ବର୍ଷା ଛାଡିଥିବାରୁ ୭ ଦିନ ଭିତରେ ଜିଲ୍ଲାପାଳଙ୍କୁ କ୍ଷୟକ୍ଷତିର ରିପୋର୍ଟ ମାଗିଛନ୍ତି ରାଜ୍ୟ ସରକାର ।

ଏଥିସହିତ ପଢ଼ନ୍ତୁ: ବିରୋଧୀ ନାଟକବାଜି ଛାଡ଼ନ୍ତୁ, ଗୃହ କାର୍ଯ୍ୟରେ ଯୋଗଦିଅନ୍ତୁ: ପ୍ରମିଳା

ରଜବାଡ଼ି ରୀତିନୀତିରେ ବିବାହ କରିବେ ଭିକ୍କି ଓ କ୍ୟାଟ୍ରିନା, କାଚ ମଣ୍ଡପରେ ନେବେ ସାତ ଫେରା

ମୁମ୍ବାଇ : କ୍ୟାଟ୍ରିନା କୈଫ ଓ ଭିକ୍କି କୌଶଲଙ୍କ ବିବାହ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ସୋମବାର ଦିନ କ୍ୟାଟ୍ରିନାଙ୍କ ପରିବାରର ୩୨ ଜଣ ଏବଂ ଅନ୍ୟାନ୍ୟ ସେଲେବ୍ରିଟୀ ଜୟପୁରରେ ପହଞ୍ଚିବେ । ତାଛଡା ଅଲଗା ଅଲଗା ଫ୍ଲାଇଟରେ ଆଉ ୮ ଜଣ ସେଲେବ୍ରିଟୀ ଜୟପୁରରେ ପହଞ୍ଚିବେ । କ୍ୟାଟ୍ରିନା ଓ ଭିକ୍କି ଆଜି ସନ୍ଧ୍ୟା ସୁଦ୍ଧା ଚାର୍ଟର ଫ୍ଲାଇଟରେ ସବାଇ ମାଧୋପୁର ସିକ୍ସ ସେନ୍ସେସ ଦୁର୍ଗରେ ପହଞ୍ଚିବେ। ତାଙ୍କ ସହ ଆଉ ୧୨ ସଦସ୍ୟ ଯିବେ। ଏଠାରେ ଗୋଲାପ ଫୁଲରେ ଅତିଥିଙ୍କୁ ସ୍ୱାଗତ କରାଯିବ। ବାହାଘରରେ ୧୨୦ ଅତିଥି ସାମିଲ ହେବେ ବୋଲି କୁହାଯାଉଛି।

ବାହାଘର ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ପ୍ରଥମ ସିକ୍ୟୁରିଟି ଚେକ ହୋଟେଲ ଏଣ୍ଟ୍ରାନ୍ସ ଗେଟରେ ଓ ଦ୍ୱିତୀୟଟି ଚେକିଂ ପଏଣ୍ଟ ଫତେହ ଗେଟ ପାଖରେ କରାଯାଇଛି । ଏଠାରେ ପୋଲିସ ଯବାନ, ପ୍ରାଇଭେଟ ଗାର୍ଡ ଓ ହୋଟେଲର ସୁରକ୍ଷାକର୍ମୀ ଉପସ୍ଥିତ ରହିବେ।

ରିପୋର୍ଟ ଅନୁଯାୟୀ, ବାହାଘର ରଜବାଡ଼ି ରୀତିନୀତି ଅନୁଯାୟୀ ହେବ। ପୁରା ବିବାହ ମଣ୍ଡପ କାଚରେ ତିଆରି ହୋଇଛି। କାଚକୁ ଏମିତି ସଜାଯାଇଛି ଯେ ବ୍ୟକ୍ତିଙ୍କ ମୁହଁ ମଣ୍ଡପରେ ବସିବା ପରେ ଚାରିଆଡେ ନଜର ଆସିବ। ହୋଟେଲ ଭିତରେ ମଧ୍ୟ ରଜବାଡ଼ି ସାଜସଜ୍ଜା ନଜର ଆସିଛି। କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବାହାଘର ଆୟୋଜନ ହୋଇଛି।

ବିରୋଧୀ ନାଟକବାଜି ଛାଡ଼ନ୍ତୁ, ଗୃହ କାର୍ଯ୍ୟରେ ଯୋଗଦିଅନ୍ତୁ: ପ୍ରମିଳା

ଭୁବନେଶ୍ୱର: ବିଧାନସଭା ଅଚଳ ପ୍ରସଂଗରେ ପ୍ରତିକ୍ରିୟା ରଖିଛନ୍ତି ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ବିଧାନସଭା ଚଳାଇବାରେ ବିଜେପି ସଦସ୍ୟ ସହଯୋଗ କରୁନଥିବା ସେ ଅଭିଯୋଗ କରିଛନ୍ତି । ବିରୋଧୀ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଶାଳୀନ ବ୍ୟବହାର କରୁଛନ୍ତି , ଓଡ଼ିଶାବାସୀ ଏହାର ନିଶ୍ଚିତ ଜବାବ ଦେବେ । ପୂର୍ବରୁ ଯେତେଥର ଏଭଳି ବ୍ୟବହାର କରିଛନ୍ତି ତା’ର ଜବାବ ପାଇଛନ୍ତି ।  ଏଣୁ ନାଟକବାଜି ଛାଡ଼ି ଗୃହକାର୍ଯ୍ୟରେ ଯୋଗଦେବାକୁ ବିରୋଧୀ ଦଳଙ୍କୁ ନିବେଦନ କରିଛନ୍ତି ପ୍ରମିଳା ।

ସୂଚନା ଯୋଗ୍ୟ ଯେ, ସୋମବାର ଶୀତ ଅଧିବେଶନର ପଞ୍ଚମ ଦିନରେ ମଧ୍ୟ ଅଚଳ ହୋଇଛି ଗୃହକାର୍ଯ୍ୟ । ବିରୋଧୀ ବିଜେପି ଓ କଂଗ୍ରେସର ବିଧାୟକ ମାନେ ହୋ ହଲ୍ଲା ହଟ୍ଟଗୋଳ କରିବା ଦ୍ୱାରା ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇ ପାରିନାହିଁ  । ତେବେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି  । ସେପଟେ ଶାସକ ବିଜେଡ଼ିର ବିଧାୟକ ମଧ୍ୟ ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଘୋଷଣା କରିବା ନେଇ ପ୍ରତିବାଦ କରିଛନ୍ତି  ।

ଗତ ୪ ଦିନରେ ଘଣ୍ଟାଏ ବି ଚାଲିପାରିଲାନି ଗୃହ । ପ୍ରଥମ ଦିନରେ ଶୋକ ପ୍ରସ୍ତାବକୁ ଛାଡି ୪ ମିନିଟ୍ ଚାଲିଥିଲା ଗୃହ । ଦ୍ବିତୀୟ ଦିନରେ ହୋହଲ୍ଲା ହଟ୍ଟଗୋଳ ଭିତରେ ଚାଲିଲା ୧୪ ମିନିଟ୍ । ତୃତୀୟ ଦିନରେ ହଟ୍ଟଗୋଳରେ ଗୃହ ୧୧ ମିନିଟ୍ ଚାଲିଥିବାବେଳେ  ଚତୁର୍ଥ ଦିନରେ ମାତ୍ର ୩ ମିନିଟ୍ ଚାଲିଛି ଗୃହ । ହଟ୍ଟଗୋଳ ଓ ହୋହଲ୍ଲା ଭିତରେ ରାଜ୍ୟର ସ୍ବାର୍ଥକୁ ଭୁଲି ଯାଉଛନ୍ତି ବିଜେପି ଓ କଂଗ୍ରେସ ସଦସ୍ୟ  ।

ବିଧାନସଭାରେ ପ୍ରତିଦିନ ହଟ୍ଟଗୋଳ କରିଚାଲିଛନ୍ତି ବିରୋଧୀ ସଦସ୍ୟ  । ସରକାରଙ୍କ ସ୍ପଷ୍ଟ ଆଭିମୁଖ୍ୟ ସ୍ୱତେ ମଧ୍ୟ  ବିରୋଧୀଙ୍କ ଏଭଳି ବେପାରୁଆ ମନୋଭାବ ବିଧାନସଭାର ମୂଲ୍ୟକୁ କୁଠାରଘାତ କରିଛି  । ବିଧାନସଭା ଚାଲିବାର ଚତୁର୍ଥ ଦିନରେ ମଧ୍ୟ ଗୃହକାର୍ଯ୍ୟ ଅଚଳ ରହିଛି  । ବିରୋଧୀ ବିଜେପି ଓ କଂଗ୍ରେସ ମଧ୍ୟରେ ଏଭଳି ଅଭିନବ ପ୍ରତିବାଦର ପ୍ରତିଯୋଗିତା ଭିତରେ ବଳି ପଡ଼ିଯାଉଛି ଓଡ଼ିଶାର ସ୍ୱାର୍ଥ ।

ଏଥିସହିତ ପଢ଼ନ୍ତୁ: ଓଡ଼ିଶାର ଐତିହ୍ୟକୁ ଅବହେଳା, ୯୦ରେ ବିଜୁ ବାବୁ ଦାବି କରିଥିଲେ

ସାମାନ୍ୟ ବ୍ଲାଉଜ ପାଇଁ ଉଜୁଡ଼ିଗଲା ପରିବାର, ସ୍ୱାମୀଙ୍କ ଏହି କାମ ପାଇଁ ଆତ୍ମହତ୍ୟା କଲେ ସ୍ତ୍ରୀ

ନୂଆଦିଲ୍ଲୀ: ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ଅତ୍ୟନ୍ତ ସ୍ନେହପୂର୍ଣ୍ଣ ହୋଇଥାଏ। କିନ୍ତୁ ବେଳେବେଳେ ଭୁଲ ବୁଝାମଣା ହେତୁ ଏହି ସମ୍ପର୍କରେ ଫାଟ ସୃଷ୍ଟି ହୋଇଯାଏ। ତା’ପରେ ଛୋଟ ଛୋଟ ଜିନିଷକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡା ବଢିଯାଏ । ଯଦି ଆପଣ ବୁଦ୍ଧିମାନ ଭାବରେ କାର୍ଯ୍ୟ କରନ୍ତି, ତେବେ ଏହି ସମ୍ପର୍କରେ ମଧୁରତା ସର୍ବଦା ବଜାୟ ରହିଥାଏ। କିନ୍ତୁ ହାଇଦ୍ରାବାଦରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ହାଇଦ୍ରାବାଦରେ ଜଣେ ମହିଳା ନିଜ ପସନ୍ଦର ବ୍ଲାଉଜ ନ ପାଇ ସ୍ୱାମୀଙ୍କ ଉପରେ ରାଗିଯାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ୩୫ ବର୍ଷୀୟା ବିଜୟଲକ୍ଷ୍ମୀ ହାଇଦ୍ରାବାଦର ଅମ୍ବରପେଟ ଅଞ୍ଚଳର ଗୋଲଙ୍କା ତିରୁମାଲା ନଗରରେ ସ୍ୱାମୀ ଏବଂ ଦୁଇ ପିଲାଙ୍କ ସହ ରହୁଥିଲେ। ବିଜୟଲକ୍ଷ୍ମୀଙ୍କ ସ୍ୱାମୀ ଶ୍ରୀନିବାସ ସିଲେଇ କାମ କରନ୍ତି । ଉଭୟ ସାଢୀ-ବ୍ଲାଉଜ ଏବଂ ପୋଷାକ ଘର ଘର ବୁଲି ବିକ୍ରି କରନ୍ତି । ବିଜୟଲକ୍ଷ୍ମୀ ତାଙ୍କ  ସ୍ୱାମୀଙ୍କୁ ସିଲେଇ କରିବା ପାଇଁ ନିଜ ପସନ୍ଦର ଏକ ବ୍ଲାଉଜ୍ ଦେଇଥିଲେ। କିନ୍ତୁ ଶ୍ରୀନିବାସଙ୍କର ଅତ୍ୟଧିକ କାମ ହେତୁ ସେ ଠିକ୍ ସମୟରେ ବ୍ଲାଉଜ୍ ସିଲେଇ କରିପାରିନଥିଲେ।

ଏହା ପରିବର୍ତ୍ତେ ସ୍ୱାମୀ ତାଙ୍କ ପାଇଁ ଆଉ ଏକ ବ୍ଲାଉଜ୍ ସିଲେଇ କରିଥିଲେ, ଯାହା ବିଜୟଲକ୍ଷ୍ମୀ ପସନ୍ଦ କରିନଥିଲେ। ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ବିଜୟଲକ୍ଷ୍ମୀ ଶ୍ରୀନିବାସଙ୍କୁ ତାଙ୍କ ପସନ୍ଦର ବ୍ଲାଉଜକୁ ପୁନର୍ବାର ସିଲେଇ କରିବାକୁ କହିଥିଲେ, କିନ୍ତୁ ଶ୍ରୀନିବାସ ମନା କରିଦେଇଥିଲେ। ଏହି କାରଣରୁ ବିଜୟଲକ୍ଷ୍ମୀ ଏତେ ରାଗିଯାଇଥିଲେ ଯେ ସେ ଆତ୍ମହତ୍ୟା କରିଥିଲେ।

ଇସଲାମ ଧର୍ମ ଛାଡି ହିନ୍ଦୁ ହେଲେ ୱାସିମ ରିଜଭି, ଶିଆ ୱାକଫ ବୋର୍ଡର ଥିଲେ ପୂର୍ବତନ ଅଧ୍ୟକ୍ଷ

ଗାଜିଆବାଦ: ଶିଆ ୱାକଫ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ୱାସିମ ରିଜଭି ଆଜି (ସୋମବାର) ଇସଲାମ ଧର୍ମ ଛାଡି ହିନ୍ଦୁ ହୋଇଛନ୍ତି । କୁରାନର ପଦଗୁଡ଼ିକୁ ହଟାଇବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିବା ୱାସିମ ରିଜଭି ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି । ଉତ୍ତରପ୍ରଦେଶର ଗାଜିଆବାଦର ଦାଶନା ଦେବୀ ମନ୍ଦିର ଶିବ ଶକ୍ତି ଧାମର ମହନ୍ତ ୟତି ନରସିଂହାନନ୍ଦ ଗିରି ମହାରାଜ ୱାସିମ ରିଜଭିଙ୍କୁ ସନାତନ ଧର୍ମ ଗ୍ରହଣ କରାଇଛନ୍ତି ।

ଏଠାରେ ସୂଚନା ଥାଉକି ୱାସିମ ରିଜଭି ଯେତେବେଳେ କୁରାନର ପଦଗୁଡ଼ିକୁ ହଟାଇବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ସେତେବେଳେ ସେ ଲାଇମଲାଇଟକୁ ଆସିଥିଲେ । ଯାହା ପରେ ଅନେକ ସଂଖ୍ୟାଲଘୁ ସଂଗଠନ ତାଙ୍କୁ ବିରୋଧ କରିଥିଲେ । ଏହା ପରେ ୱାସିମ ରିଜଭିଙ୍କ ପୁସ୍ତକକୁ ନେଇ ଅନେକ ବିବାଦ ଦେଖାଦେଇଥିଲା । ବହୁ ସଂଖ୍ୟକ ହିନ୍ଦୁ ଧାର୍ମିକ ନେତା ୱାସିମ ରିଜଭିଙ୍କୁ ହିନ୍ଦୁ ହେବାକୁ ସ୍ୱାଗତ କରିଛନ୍ତି ।

କିଛି ସମୟ ପୂର୍ବରୁ ୱାସିମ ରିଜଭି ମଧ୍ୟ ତାଙ୍କ ଇଚ୍ଛାରେ ଲେଖିଥିଲେ ଯେ ମୃତ୍ୟୁ ପରେ ତାଙ୍କୁ କବର ଦେବା ପରିବର୍ତ୍ତେ ତାଙ୍କୁ ହିନ୍ଦୁ ରୀତିନୀତି ଅନୁଯାୟୀ ଶବଦାହ କରାଯିବା ଉଚିତ । ତେବେ ମୁସଲମାନ ସମ୍ପ୍ରଦାୟ କହିଛି ଯେ ଏହାର ଇସଲାମ ଏବଂ ଶିଆ ସହିତ କୌଣସି ସମ୍ପର୍କ ନାହିଁ ।

ସୂଚନାଯୋଗ୍ୟ ଯେ କିଛି ଦିନ ପୂର୍ବେ ୱାସିମ ରିଜଭି ଏକ ଭିଡିଓ ମଧ୍ୟ ଜାରି କରିଥିଲେ ଯେଉଁଥିରେ ସେ କହିଥିଲେ ଯେ ତାଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରାଯାଉଛି । ମୌଳିକବାଦୀମାନେ ତାଙ୍କ ବେକ କାଟିବାକୁ ଚାହୁଁଛନ୍ତି । ସେ କୁରାନର ୨୬ ପଦ ବିରୁଦ୍ଧରେ ସୁପ୍ରିମକୋର୍ଟରେ ଏକ ଆବେଦନ କରିଛନ୍ତି, ସେଥିପାଇଁ ଏହା କରାଯାଉଛି । ତାଙ୍କୁ ହତ୍ୟା କରିବା ପାଇଁ ଘୋଷଣା କରାଯାଇଛି । ସେହି ଲୋକମାନେ କହିଛନ୍ତି ଯେ ସେମାନେ ଶ୍ମଶାନରେ କବର ଦେବା ପାଇଁ ସ୍ଥାନ ଦେବେ ନାହିଁ । ସେଥିପାଇଁ ସେ କହିଛନ୍ତି ଯେ ତାଙ୍କ ମୃତ୍ୟୁ ପରେ ତାଙ୍କର ଶେଷ ରୀତିନୀତି କରାଯିବା ଉଚିତ୍ । କେବଳ ମହନ୍ତ ୟତି ନରସିଂହାନନ୍ଦ ଗିରି ମହାରାଜ ତାଙ୍କ ମୁହଁରେ ନିଆଁ ଦେବା ଉଚିତ୍।