ନନ୍ଦିଘୋଷ ବ୍ୟୁରୋ : ଅହମଦାବାଦରୁ ଗିରଫ ହୋଇଥିବା ୩ ସନ୍ଦିଗ୍ଧ ଆଇଏସ୍ ଆତଙ୍କବାଦୀଙ୍କ ସଂପର୍କରେ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ସେମାନଙ୍କ ମଧ୍ୟରୁ ଜଣେ ହେଉଛି ଡାକ୍ତର। ସେ ବଜାରର ଖାଦ୍ୟପଦାର୍ଥରେ ବିଷ ମିଶାଇବାକୁ ଷଡ଼ଯନ୍ତ୍ର କରିଥିଲା ବୋଲି ସୂଚନା ମିଳିଛି। ଏଥିପାଇଁ ସେ ରିସିନ ନାମକ ଏକ ଅତ୍ୟନ୍ତ ବିଷାକ୍ତ ରାସାୟନିକ ପଦାର୍ଥ ପ୍ରସ୍ତୁତ କରୁଥିଲା। ତିନିଟି ସହରରେ ଖାଦ୍ୟ ମାର୍କେଟରେ ସର୍ଭେ କରିଥିଲା। ଗତ ୬ ମାସ ଭିତରେ ସେ ଦିଲ୍ଲୀର ଆଜାଦପୁର ମଣ୍ଡି, ଅହମଦାବାଦର ନରୋଦା ଫଳ ମାର୍କେଟ ଓ ଲକ୍ଷ୍ନୌର ଆରଏସଏସ୍ ଅଫିସ ରେକି କରିଥିଲା। ଏହି ସବୁ ସ୍ଥାନରେ ପ୍ରବଳ ଜନଗହଳି ହୋଇଥାଏ। ଅଭିଯୁକ୍ତର ନାଁ ହେଲା ଅହମଦ ମହିଉଦ୍ଦିନ ସୟିଦ। ଜଡ଼ା ମଞ୍ଜିରୁ ଏହି ରିସିନ ପ୍ରସ୍ତୁତ କରିବାକୁ ସେ ଯୋଜନା କରିଥିଲା। ଅଧିକ ପରିମାଣରେ ଏହା ବ୍ୟବହାର କଲେ ଜଣକ ମୃତ୍ୟୁ ବି ହୋଇପାରେ। ତେବେ ଏପରି ଷଡ଼ଯନ୍ତ୍ର ଆଗରୁ କେହି କରିଥିବାର ସୂଚନା ନାହିଁ ପୋଲିସ କହିଛି। ତାଠୁ ମିଳିଥିବା ସାମଗ୍ରୀକୁ ନେଇ ଏବେ ପୋଲିସ ତଦନ୍ତ କରୁଛି, କେଉଁଠୁ ଏସବୁ ସାମଗ୍ରୀ ସେ ଆଣିଥିଲା ଓ କଣ କଣ ପରୀକ୍ଷା ନିରୀକ୍ଷା କରିଥିଲା। ସେ ଚୀନରୁ ଏମବିବିଏସ୍ କରିଥିଲା। ଆଇଏସ୍ ର ସ୍ଥାନୀୟ ମୁଖ୍ୟ ସହିତ ଯୋଗାଯୋଗରେ ଥିଲା। ସୟିଦ ହାଇଦ୍ରାବାଦର ହୋଇଥିବା ବେଳେ ଗିରଫ ହୋଇଥିବା ବାକି ଦୁଇ ଜଣ ଆଜାଦ ସୁଲିଆନ ଶେଖ୍ ଓ ମହମ୍ମଦ ସୁହେଲ ମହମ୍ମଦ ସଲେଇ ଉତ୍ତର ପ୍ରଦେଶର। ଗତକାଲି ଏହି ତିନି ଜଣଙ୍କୁ ଅହମଦାବାଦରୁ ଗିରଫ କରିଥିଲା। ଏମାନେ ସମସ୍ତେ ସ୍ଲିପର୍ ସେଲ୍ ଭାବେ କାମ କରୁଥିଲେ। ବର୍ଷେ ହେଲା ଏଟିଏସ୍ ର ରାଡାରରେ ଥିଲେ ଏମାନେ। ପକ୍କା ପ୍ରମାଣ ମିଳିବା ପରେ ଗିରଫ କରାଯାଇଛି।
ମାଆ ଟେଲର, ବାପା ଓ୍ବେଲ୍ଡର: କ୍ରିକେଟରେ ବିଶ୍ବ ରେକର୍ଡ କରିଥିବା ଆକାଶ କୁମାରଙ୍କ ସଂଘର୍ଷପୂର୍ଣ୍ଣ କାହାଣୀ
ମାଆ ଟେଲର, ବାପା ଓ୍ବେଲ୍ଡର: କ୍ରିକେଟରେ ବିଶ୍ବ ରେକର୍ଡ କରିଥିବା ଆକାଶ କୁମାରଙ୍କ ସଂଘର୍ଷପୂର୍ଣ୍ଣ କାହାଣୀ
ନନ୍ଦିଘୋଷ ବ୍ୟୁରୋ: କୁହାଯାଏ ଯଦି ନିଜ କାମ ପ୍ରତି ନିଷ୍ଠା ଓ ଭଲ ପାଇବା ଥିବ ତେବେ ସଫଳତା ଆପେ ଆପେ ଆପଣଙ୍କ ପାଦ ଛୁଇଁବ । ଆଉ ଏମିତି କିଛି କରି ଦେଖାଇଛନ୍ତି ଭାରତର ଉଦୟମାନ କ୍ରିକେଟର ଆକାଶ କୁମାରଙ୍କ କ୍ଷେତ୍ରରେ । ରଣଜୀ ଟ୍ରଫି-୨୦୨୫ର ପ୍ଲେଟ ଗ୍ରୁପ୍ ମ୍ୟାଚରେ ଆାକଶ କୁମାର ବିଶ୍ବ ରେକର୍ଡ କରି ଏହି ଉକ୍ତିକୁ ସତ କରି ଦେଖାଇଛନ୍ତି । ଆଉ କ୍ରିକେଟ ପ୍ରତି ଥିବା ତାଙ୍କର ଭଲ ପାଇବା ଏହାର ଏକ ବଡ଼ ଉଦାହରଣ ହୋଇ ରହିବ ।
କ୍ରିକେଟର ହେବାର ସ୍ବପ୍ନ ତ ସ୍କୁଲ ସମୟରୁ ଥିଲା । ହେଲେ ରାସ୍ତା ଏତେ ସହଜ ନଥିଲା । କାରଣ ପରିବାର ଆର୍ଥିକ ସ୍ଥିତି କ୍ରିକେଟ ଓ ତାଙ୍କ ମଝିରେ ପାଚେରୀ ହୋଇ ଛିଡ଼ା ହୋଇଥିଲା । ଆଉ ଏମିତି ସମୟରେ ଆକାଶଙ୍କୁ ସାହାରା ସାଜିଥିଲେ ତାଙ୍କ ଗରିବ ବାପାମାଆ । ଆକାଶଙ୍କ ମାଆ ଟେଲରିଂ କାମ କରନ୍ତି । ଆଉ ବାପା ଓ୍ବେଲ୍ଡିଂ କାମ । ଯେଣେ ତେଣେ ପ୍ରକାରେ ଘର ଚଳି ଯାଉଥିଲା । ହେଲେ ସେମାନେ ଆକାଶଙ୍କୁ ସେ ସମସ୍ତ ସୁବିଧା ଯୋଗାଇ ଥିଲେ ଯାହା ତାଙ୍କ କ୍ୟାରିୟର ପାଇଁ ଆବଶ୍ୟକ ଥିଲା ।
ବିଶ୍ବ ରେକର୍ଡ କରିବା ପରେ ଆକାଶ କହିଛନ୍ତି, ଘରର ଆର୍ଥିକ ସ୍ଥିତି ଭଲ ନଥିଲେ ବି ମାଆ ଓ ବାପା କେବେ କିଛି ଅଭାବ କରିନାହାନ୍ତି । ମୁଁ ଆଜି ଯେଉଁଠି ପହଞ୍ଚିଛି, ଯାହା ହାସଲ କରିଛି ତାହା କେବଳ ମୋ ମାଆ ଓ ବାପାଙ୍କ ପାଇଁ ପାଇଛି ।
ଡେବ୍ୟୁରୁ ବିଶ୍ବ ରେକର୍ଡ ପର୍ଯ୍ୟନ୍ତର ସଂଘର୍ଷ
୨୦୧୯ରେ ଆକାଶ କୁମାର ଚୌଧୁରୀ ମେଘାଳୟ ପାଇଁ ଫାଷ୍ଟ କ୍ଲାସ୍ ଡେବ୍ୟୁ କରିଥିଲେ । ନାଗାଲ୍ୟାଣ୍ଡ ବିପକ୍ଷରେ ଥିଲା ତାଙ୍କର ଡେବ୍ୟୁ ମ୍ୟାଚ୍ । ସେ ମେଘାଳୟ ତରଫରୁ ଲିଷ୍ଟ ଏ ଓ ଟି୨୦ ବି ଖଷଳିଛନ୍ତି । ଲିଷ୍ଟ ଏ ଡେବ୍ୟୁ ସିକ୍କିମ ଓ ଟି୨୦ ଡେବ୍ୟୁ ଗୁଜରାଟ ବିପକ୍ଷରେ କରିଥିଲେ ।
ନିଜ କ୍ରିକେଟ କ୍ୟାରିୟରେ ଆକାଶ ବହୁତ ଉତ୍ଥାନ ପତନ ଦେଖିଛନ୍ତି । ଅରୁଣାଚଳ ପ୍ରଦେଶ ବିପକ୍ଷରେ ବିଶ୍ବ ରେକର୍ଡ କରିବା ପୂର୍ବରୁ ଫାଷ୍ଟ କ୍ଲାସ କ୍ୟାରିୟରରେ ୧୦ଟି ଇଂନିସରେ ମାତ୍ର ଦୁଇଟି ଅର୍ଦ୍ଧ ଶତକ ମାରିଛନ୍ତି । ଏହି ସମୟରେ ୫ଟି ଇଂନିସରେ ୨୦ ରନ ବି କରି ନଥିଲେ । ରଣଜୀ ଟ୍ରଫିର ପ୍ଲେଟ ଗ୍ରୁପରେ ବିହାର ବିପକ୍ଷରେ ଅର୍ଦ୍ଧ ଶତକ ମାରିବା ପରେ ଆକାଶ କୁମାରଙ୍କ କାହାଣୀ ପୂରା ବଦଳି ଯାଇଥିଲା ।
ଭାଙ୍ଗିଲେ ୧୩ ବର୍ଷ ପୁରୁଣା ବିଶ୍ବ ରେକର୍ଡ
ଅରୁଣାଚଳ ପ୍ରଦେଶ ବିପକ୍ଷରେ ୧୧ ବଲରୁ ଫାଷ୍ଟ ପ୍ଲାସ ୫୦ ବନାଇବା ପରେ ଏବେ ତାଙ୍କୁ ଭିନ୍ନ ପରିଚୟ ଦେଇଛି । ୮ ନମ୍ବରରେ ବ୍ୟାଟିଂ କରିବାକୁ ଆସି ଲଗାତାର ୮ଟି ବଲରେ ୮ଟି ଛକ୍କା ମାରିଛନ୍ତି । ଯାହା ବିଶ୍ବର କୌଣସି ବ୍ୟାଟର କରିପାରିନାହାନ୍ତି । ଏହାପରେ ୧୧ ବଲରେ ଅର୍ଦ୍ଧ ଶତକ ମାରି ଫାଷ୍ଟ କ୍ଲାସ କ୍ରିକେଟରେ ୧୩ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି ।
ସବୁ କ୍ରିକେଟରଙ୍କ ପରି ଟିମ୍ ଇଣ୍ଡିଆ ପାଇଁ ଖେଳିବାକୁ ଆକାଶ କୁମାରଙ୍କ ଇଚ୍ଛା ରହିଛି । ହେଲା ତାଙ୍କ ମତ ହେଲା, ଏହା ମୋ ହାତରେ ନାହିଁ । ମୋ ହାତରେ କେବଳ ବଲ ଓ ବ୍ୟାଟ ରହିଛି । ଆଉ ମୋତେ ଏଥିରେ ଭଲ ପରଫର୍ମାନ୍ସ କରିବାକୁ ପଡିବ । ଆଉ ଏହାକୁ ଆଗକୁ ମୋତେ ବଜାଇ ରଖିବାକୁ ପଡ଼ିବ ।
ପ୍ରବାସୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ିଲା ; ୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା
ନନ୍ଦିଘୋଷ ବ୍ୟୁରୋ : ମାଲେସିଆ ଉପକୂଳରେ ପ୍ରବାସୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ିଲା। ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଡଙ୍ଗାରେ ଥିଲେ ପ୍ରାୟ ୯୦ ଜଣ ଯାତ୍ରୀ। ୧୩ ଜଣଙ୍କୁ ଜୀବୀତ ଉଦ୍ଧାର କରାଯାଇଛି। ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ଆଶଂକା କରାଯାଉଛି। ମିଆଁମାରରୁ ପ୍ରବାସୀଙ୍କୁ ନେଇ ମାଲେସିଆ ଯାଉଥିଲା ଏହି ଡଙ୍ଗା। ଥାଇଲାଣ୍ଡ ସୀମା ନିକଟରେ ପ୍ରବାସୀଙ୍କୁ ନେଇ ଯାଉଥିବାବେଳେ ଏହି ଡଙ୍ଗା ବୁଡ଼ିଯାଇଥିଲା। ଡଙ୍ଗାଟି ବେଆଇନ ଭାବେ ଯାତ୍ରା କରୁଥିବା ପ୍ରବାସୀଙ୍କୁ ନେଇ ଯାଉଥିଲା। ଯେଉଁମାନେ ମିଆଁମାରରୁ ମାଲେସିଆ ଯାଉଥିଲେ। ମୋଟ ୩ଶହ ଯାତ୍ରୀ ବେଆଇନ ଭାବେ ଏକାଧିକ ଡଙ୍ଗାରେ ଯାତ୍ରା କରୁଥିବା ଜଣାପଡିଛି। ଥାଇଲ୍ୟାଣ୍ଡର ତାରୁତାଓ ଦ୍ୱୀପ ନିକଟରେ ବୁଡ଼ିଯାଇଥିଲା ପ୍ରବାସୀଙ୍କୁ ନେଇ ଯାଉଥିବା ଡଙ୍ଗା। ଅନ୍ୟ ଦୁଇଟି ଜାହାଜ ମଧ୍ୟ ନିଖୋଜ ହୋଇଯାଇଥିବା ଜଣାପଡିଛି।

