spot_img
Home Blog Page 4679

ଟେଷ୍ଟ ଟିମ୍‌ର ଅଧିନାୟକ ପଦ ଛାଡିଲେ ବିରାଟ

ନୂଆଦିଲ୍ଲୀ: ଟେଷ୍ଟ ଟିମ୍‌ର ଅଧିନାୟକ ପଦବୀ ଛାଡିଲେ ବିରାଟ କୋହଲି  । ଟୁଇଟ କରି ସୂଚନା ଦେଲେ ବିରାଟ  ।  ପୂର୍ବରୁ ଦିନିକିଆ ଓ ଟି-୨୦ କ୍ୟାପଟେନ୍‌ ପଦ ଛାଡିଥିବାବେଳେ ଆଜି ଟେଷ୍ଟ ପଦବୀ ପରିତ୍ୟାଗ କରିଥିବା ନେଇ ସୂଚନା ଦେଇଛନ୍ତି କୋହଲି  । ବିରାଟ ଲେଖିଛନ୍ତି, ଦୀର୍ଘ ୭ ବର୍ଷ ଧରି କଠିନ ପରିଶ୍ରମ କରିଛି  । ଅନେକ ଉତଥାନ ଓ ପତ୍ତନ ଦେଇ ଭାରତୀୟ ଟିମ୍ ଗତି କରିଛି  । ଅନେକ ଟେଷ୍ଟ ମ୍ୟାଚରେ ଟିମ୍ ବିଜୟୀ ହୋଇଛି ଏବଂ ପରାଜୟୀ ମଧ୍ୟ ହୋଇଛି  ।

ଦକ୍ଷିଣ ଆଫ୍ରିକା ଟେଷ୍ଟ ମ୍ୟାଚରେ ପରାଜୟ ହେବା ପରେ  ଅଧିନାକ ପଦବୀରୁ ବିରାଟ କୋହଲି ଇସ୍ତଫାପତ୍ର ପ୍ରଦାନ କରିଛନ୍ତି  । ଭାରତୀୟ ଟିମ୍‌ ପ୍ରତି ବିରାଟଙ୍କର ରହିଛି ଅନେକ ଅବଦାନ  । ସେହିପରି ନିଜକୁ ଏତେବଡ଼ ଦାୟିତ୍ୱ ପ୍ରଦାନ କରିଥିବାରୁ BCCIକୁ ଧନ୍ୟବାଦ ଜଣାଇଛନ୍ତି କୋହଲି  । ଟେଷ୍ଟ ମ୍ୟାଚରେ ଭାରତୀୟ ଟିମ୍ ଅନେକ ରେକର୍ଡର ଅଧିକାରୀ ହୋଇପାରିଛି  ।

ବିଜୁ ପଟ୍ଟନାୟକ ଷ୍ଟେଟ୍ ପୋଲିସ ଏକାଡେମୀ ଦେଶରେ ଶ୍ରେଷ୍ଠ ଟ୍ରେନିଂ ପ୍ରତିଷ୍ଠାନ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଷ୍ଟେଟ୍ ପୋଲିସ ଏକାଡେମୀ ଭୁବନେଶ୍ୱର ଦେଶର ଶ୍ରେଷ୍ଠ ପୋଲିସ ଟ୍ରେନିଂ ପ୍ରତିଷ୍ଠାନ । BPSPA- ୨୦୨୦-୨୧ପାଇଁ ଶ୍ରେଷ୍ଠ ଟ୍ରେନିଂ ପ୍ରତିଷ୍ଠାନ ଭାବେ ପୁରସ୍କୃତ ହୋଇଛି । ପୁରସ୍କାର ବାବଦକୁ ଟ୍ରଫି ସହ ୨୦ ଲକ୍ଷ ଟଙ୍କା ମିଳିଛି । ୨୦୧୫ରୁ ପୂର୍ବାଞ୍ଚଳରୁ ବିଭିନ୍ନ କାଟାଗୋରୀରେ କ୍ରମାଗତ ଜିତି ଆସୁଛି ବିଜୁ ପଟ୍ଟନାୟକ ଷ୍ଟେଟ୍ ପୋଲିସ ଏକାଡେମୀ । ୨୦୦୫ରେ ଏହି ଏକାଡେମୀର ପ୍ରତିଷ୍ଠା କରାଯାଇଥିଲା ।

ଏଠାରେ ଡେପୁଟି ସୁବେଦାରଠାରୁ ଡିଏସପି ରାଙ୍କ ଯାଏ ଦିଆଯାଉଛି ତାଲିମ । ଏପର୍ଯ୍ୟନ୍ତ ୬ଟି ବ୍ୟାଚରେ ୬୫ଜଣ ଡିଏସପିଙ୍କୁ ତାଲିମ ଦିଆଯାଇଛି । ୨୪ଟି ବ୍ୟାଚରେ ଡେପୁଟି ସୁବେଦାର, ଏସଆଇ ଓ ସର୍ଜେଣ୍ଟଙ୍କୁ ତାଲିମ ଦିଆଯାଇଛି । ଅବକାରୀ, ପରିବହନ ଓ ଜଙ୍ଗଲ ବିଭାଗ ଅଫିସରଙ୍କୁ ମଧ୍ୟ ଦିଆଯାଉଛି ତାଲିମ ।

ଛାତି ମଧ୍ୟକୁ ପ୍ରବେଶ କରିପାରୁନି ଓମିକ୍ରନ, ଦେଖାଯାଉନି ବିଶେଷ ଲକ୍ଷଣ

ଭୁବନେଶ୍ୱର: ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ଆରମ୍ଭ ହୋଇଛି ଜନସଚେତନତା କାର୍ଯ୍ୟକ୍ରମ । ଆଲୋଚନା ଚକ୍ର ମାଧ୍ୟମରେ ଲୋକଙ୍କୁ ସଚେତନ କରିଛନ୍ତି ବରିଷ୍ଠ ଡାକ୍ତର ଅମରେନ୍ଦ୍ର ମହାନ୍ତି ଓ ଜୟନ୍ତ ପଣ୍ଡା । ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇସାରିଛି । ଓମିକ୍ରନ ପ୍ରବାହ ଭାବେ ଆରମ୍ଭ କରିଛି । ଓମିକ୍ରନର ସଂକ୍ରମଣ କ୍ଷଣତା ଅଧିକ ରହିଥିଲେ ମଧ୍ୟ ରୋଗୀ ଗୁରୁତର ହେଉନାହାନ୍ତି । ଭୂତାଣୁ ଗଳାରେ ରହୁଛି । ଛାତି ମଧ୍ୟକୁ ପ୍ରବେଶ କରି ଶରୀରର କ୍ଷତି କରିପାରୁନି ।

ବିଶେଷ କରି ଗଳାରେ କଷ୍ଟ ହେବା, ନାକ ବନ୍ଦ, ଦେହ ବିନ୍ଧା ହେବା ସହିତ ମୁଣ୍ଡ ବିନ୍ଧିବା ପତଳା ଝାଡା ହେବା ତୃତୀୟ ପ୍ରବାହ ଲକ୍ଷଣ । ତୃତୀୟ ଲହରରେ ଆକ୍ରାନ୍ତ ମାନଙ୍କର ବିଶେଷ ଲକ୍ଷଣ ଦେଖାଯାଉନି । ତେଣୁ ଅଧିକାଂଶ ସଂକ୍ରମିତ ଘରେ ରହି ଚିକିତ୍ସିତ ହେଉଛନ୍ତି । ତେବେ ବିନା ପରାମର୍ଶରେ ଔଷଧ ଖାଇବା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ । ଏବେ କରୋନା ଚିକିତ୍ସା ପାଇଁ ବିଶେଷ କିଛି ଔଷଧର ଆବଶ୍ୟକତା ପଡ଼ୁନି । କିନ୍ତୁ ମନଇଛା ଔଷଧ ଖାଇବା ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ । ଟିକା ନେଇଥିଲେ ମଧ୍ୟ ନିୟମ ମାନିବାକୁ ପଡିବ ।

ସେହିପରି ଡାକ୍ତର କହିଛନ୍ତି ସତର୍କ ନରହିଲେ ଟିକା ନେଇଥିଲେ ମଧ୍ୟ କରୋନା ହେବ । ଏଥିପାଇଁ ମାସ୍କ, ସାମାଜିକ ଦୂରତାକୁ ସବୁବେଳେ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି । ବର୍ତ୍ତମାନ ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ ଅଛି । ଆକ୍ରାନ୍ତ ଗୁରୁତର ହେଉନଥିବାରୁ ଅକ୍ସିଜେନ୍ ଓ ଭେଣ୍ଟିଲେଟରର ଆବଶ୍ୟକତା ପଡ଼ୁନାହିଁ । ତଥାପି ସ୍ବାସ୍ଥ୍ୟ ବିଭାଗ ମୁକାବିଲା ପାଇଁ ସମ୍ପୁର୍ଣ୍ଣ ପ୍ରସ୍ତୁତ ଅଛି ।

ପ୍ରତିଷ୍ଠା ଦିବସରେ ସେନାର ନୂତନ ପୋଷାକ

ନୂଆଦିଲ୍ଲୀ: ସେନା ପାଳୁଛି ୭୪ ତମ ପ୍ରତିଷ୍ଠା ଦିବସ  । ଭାରତୀୟ ଯବାନଙ୍କ ସୌର୍ଯ୍ୟ ଏବଂ ସାମାର୍ଥ୍ୟକୁ ସମ୍ମାନ ଜଣାଉଛି ସମଗ୍ର ଦେଶ  । ସେନାର ପରେଡ଼ ସମୟରେ କିଛି ନୂଆ ଘଟଣା ଦେଖିବାକୁ ମିଳିଛି  । ଶନିବାର ସେନାର ପାରାସୁଟ ରେଜିମେଣ୍ଟର ଯୁନିଫର୍ମରେ ପରିବର୍ତ୍ତନ ଘଟିଛି  ଜାତୀୟ ଖବର ସରାବରାହ ସଂସ୍ଥା ANI ଏହି ସୂଚନା ପ୍ରଦାନ କରିଛନ୍ତି  । ପ୍ରଥମ ଥର ପାଇଁ ପାରାସୁଟ ରେଜିମେଣ୍ଟ ନୂଆ ୟୁନିଫର୍ମରେ ନଜର ଆସିଛନ୍ତି  ।

ଭାରତୀୟ ସେନା ରାଜଧାନୀ ଦିଲ୍ଲୀରେ ୭୪ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି  । ଏହି ପ୍ରତିଷ୍ଠା ଦିବସରେ  ଯବାନମାନେ ନୂଆ ପୋଷାକ ପରିଧାନ କରି ପରେଡ କରିଥିଲେ  । ପ୍ରଥମଥର ପାଇଁ ସାର୍ବଜନୀନ ହୋଇଥିଲା ଏହି ନୂତନ ୟୁନିଫର୍ମ  । ସୂଚନା ମୁତାବକ ଏହି ୟୁନିଫର୍ମ ଡିଜିଟାଲ କମ୍ବୋର୍ଡ ପଦ୍ଧତିରେ ନିର୍ମାଣ କରାଯାଇଛି  । ସମସ୍ତ ପ୍ରକାର ପାରିପାର୍ଶ୍ୱିକ ପରିସ୍ଥିତିକୁ ଦେଖି ସେନାକୁ ଏହି ୟୁନିଫର୍ମ ପ୍ରଦାନ କରାଯାଇଛି  ।

ଶତ୍ରୁ ପକ୍ଷ ବିରୋଧରେ ଯୁଦ୍ଧ କରିବାବେଳେ ଏହି ଡ୍ରେସ ଯବାନଙ୍କୁ ବିଭିନ୍ନ ପ୍ରକାର ସହାୟକ ହୋଇଥାଏ  । ଯୁଦ୍ଧ କ୍ଷେତ୍ରରେ କାର୍ଯ୍ୟ କଲାବେଳେ ଏହିଭଳି ଯୁନିଫର୍ମ ଶତ୍ରୁପକ୍ଷକୁ ନାକେଦମ କରିଥାଏ  । ଯେପରି ସହଜରେ ଏଭଳି ପୋଷାକ ଚିହ୍ନାଏ ଦେଇନଥାଏ  । ପରିସ୍ଥିତିକୁ ଏକଦମ ସହାୟ ହୋଇଥାଏ  । ଏହି ପୋଷାକରେ ବିଭିନ୍ନ ପ୍ରକାର ସୁବିଧା ମଧ୍ୟ ରହିଛି  । ଏହି ପୋଷାକ ଆଜି ଆସିନାହିଁ  । ପୂର୍ବରୁ ଏହାକୁ ନେଇ ବିଭିନ୍ନ ଗବେଷଣା ମାନ ଡାରି ରହିଥିଲା  । ପରବର୍ତ୍ତୀ ସମୟରେ ସେନାର କର୍ମଚାରୀ ଉକ୍ତ ପୋଷାକକୁ ଟ୍ରାଏଲ କରିଥିଲେ  । ଶେଷରେ ପାରାସୁଟ ରେଜିମେଣ୍ଟ ପାଇଁ ଏହି ୟୁନିଫର୍ମକୁ ମିଳିଥିଲା ସିଗନାଲ  ।

ଶିଶୁର ଜନ୍ମଦିନରେ ମାଆ ଉପରେ ଚଢିଗଲା କାର୍

ବୌଦ୍ଧ: ଜନ୍ମ ଦିନରେ ମା’ ଛେଉଣ୍ଡ ହୋଇଗଲା ଶିଶୁ କନ୍ୟା  । ମୁଣ୍ଡରୁ ଚାଲିଗଲା ମା’ର ପଣତକାନି । ଏଭଳି ଅଭାବନୀୟ ଘଟଣା ଏବେ ସଭିଙ୍କୁ ସ୍ତମ୍ବିଭୂତ କରିଛି  ।  ଦୁର୍ଘଟଣାରେ ମା’ର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ଭାବେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ବାଉଁଶୁଣି ଥାନା ବୈଦ୍ଧ ଗୁଦୁଗୁଦା ପୋଲ ନିକଟରେ ଘଟିଛି ଏହି ଦୁଃଖଦ ଘଟଣା । ସୂଚନା ମୁତାବକ ପୁଡୁଗପଥର ଗାଁର ସଚିନ୍ଦ୍ର କୁମ୍ଭାର ଓ ପତ୍ନୀ ନୂଆଦେଇ, ଝିଅର ଜନ୍ମ ଦିନ ପାଇଁ ସାକକେଲ ଯୋଗେ ସଉଦା କରିବାକୁ ଗୁଦୁଗୁଦା ସାପ୍ତାହିକ ହାଟରୁ ଯାଇଥିଲେ । ହାଟ ସାରି ଫେରିବା ବାଟରେ ଗୁଦୁଗୁଦା ପୋଲ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ କାର ସହ ତାଙ୍କ ସାଇକେଲ ଧକ୍କା ହୋଇଥିଲା  ।

ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ, ଘଟଣା ସ୍ଥଳରେ ହିଁ ଶିଶୁ କନ୍ୟାର ମାଆ ଅର୍ଥାତ ନୂଆଦେଇ କୁମ୍ଭାରଙ୍କ ମୃତ୍ୟୁ ଘଟିଥିଲା  । ସେପଟେ ଗୁରୁତର ଅବସ୍ଥାରେ ପିତା ସଚିନ୍ଦ୍ର କୁମ୍ଭାରଙ୍କୁ ଉଦ୍ଧାର କରାଯାଇଥିଲା  ।  ପ୍ରଥମେ ବାଉଁଶୁଣି ଓ ପରେ ସୋନପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ସ୍ଥାନୀୟ ଲୋକେ ରାଜପଥ ଅବରୋଧ କରଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ ବି ଉତ୍ତେଜନା ଲାଗି ରହିଛି ।

ଏମସର ବର୍ହି ବିଭାଗ ବନ୍ଦ, ସଂକ୍ରମଣକୁ ଦେଖି ନିଷ୍ପତ୍ତି

ଭୁବନେଶ୍ୱର: କୋଭିଡ ସଂକ୍ରମଣ ଦୃଷ୍ଟିରୁ ବିଭିନ୍ନ ଓପିଡିକୁ ବନ୍ଦ କରିଛି ଭୁବନେଶ୍ବର ଏମସ । ଆସନ୍ତା ୧୭ ଜାନୁଆରୀରୁ ଏହି ସେବା ବନ୍ଦ ରହିବ । ତେବେ ଅଳ୍ପ କେତେକ ବିଭାଗ ପୂର୍ବବତ ସେବା ଜାରି ରଖିବେ । ଯେଉଁ ଯେଉଁ ବିଭାଗ ଖୋଲାରହିବ ସେଗୁଡିକ ହେଲା- ଡେ କେୟାର ସର୍ଭିସ, ରେଡିଓ ଥେରାପି, ଡାୟାଲିସିସ, ଟ୍ରମା ଓ ଏମର୍ଜେନସି, ଲାଇଭ-ସେଭିଂ ସର୍ଜରୀ, ଟେଲିମେଡିସିନ ଓ ଟେଲିକନସଲଟେସନ, ଆଇପିଡି ସେବା, ପଲମନାରୀ, ଆନେସ୍ଥେସିଓଲୋଜି ଓ କୋଭିଡ ଟିକାକରଣ ସେବା ।

ସେପଟେ  ହସ୍ପିଟାଲକୁ ଆସୁଥିବା ଗୋରୀ ଯଦି ଅତ୍ୟଧିକ ଗୁରୁତର ନାହାଁନ୍ତି ତେବେ ଓପିଡିକୁ ନ ଆସିବାକୁ ପରାମର୍ଶ ଦିଆଯାଇଛି । ଯେଉଁମାନେ ଅନଲାଇନରେ ପୂର୍ବରୁ ଟିକେଟ ବୁକ୍ କରିଛନ୍ତି ସେମାନେ ନିର୍ଦ୍ଦିଷ୍ଟ ତାରିଖରେ ଆସିବା ଲାଗି କୁହାଯାଇଛି । କୋଭିଡ ସଂକ୍ରମଣ ବଢୁଥିବା ବେଳେ ଓଭଳି କଟକଣା ଜାରି କରାଯାଇଛି  । ବିଭିନ୍ନ ଓପିଡି ଖୋଲା ରହୁଥିବାରୁ ବାହାରେ ଅତ୍ୟଧିକ ଗହଳି ଜମୁଛି  । ଅନ୍ୟପଟେ ଏମସ ସ୍ବାସ୍ଥ୍ୟ ଆପ ଓ ଟେଲିମେଡିସିନ ଜରିଆରେ ରୋଗୀଙ୍କ ଚେକ୍ ଅପ କରାଯିବ ବୋଲି ମେିକାଲ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି  ।

ପୁଣି ବିବାଦରେ ଇରଫାନ ଅନସାରୀ, କହିଲେ କଙ୍ଗନାଙ୍କ ଗାଲ ପରି ନିର୍ମାଣ କରିବେ ଚିକ୍କଣ ରାସ୍ତା

ରାଞ୍ଚି: ପୁଣି ଚର୍ଚ୍ଚାରେ ଝାଡ଼ଖଣ୍ଡ କଂଗ୍ରେସ ବିଧାୟକ ଡକ୍ଟର ଇରଫାନ ଅନସାରୀ । ନିଜ ବୟାନ ପାଇଁ ପୁଣି ଅଡୁଆରେ ପଡ଼ିଛନ୍ତି ଇରଫାନ ଅନସାରୀ । ଇରଫାନ ଅନସାରୀ କହିଛନ୍ତି କି ତାଙ୍କ ନିର୍ବାଚନ ମଣ୍ଡଳୀ ଜମତାରାର ରାସ୍ତାଗୁଡିକୁ ଅଭିନେତ୍ରୀ କଙ୍ଗନା ରାଣାଓ୍ୱତଙ୍କ ଗାଲ ପରି ଚିକ୍କଣ କରି ନିର୍ମାଣ କରିବେ । ନିଜ ନିର୍ବାଚନ ମଣ୍ଡଳୀ ଜମତାରାରେ ସେ ଏହି ଧରଣର ରାସ୍ତା ନିର୍ମାଣ କରିବା ଲାଗି ଏକ ଭିଡିଓରେ କହିଛନ୍ତି । ନିଜେ ପ୍ରସ୍ତୁତ କରିଥିବା ଏକ ଭିଡିଓରେ ସେ କହିଛନ୍ତି ଜମତାରାରେ ୧୪ଟି ବିଶ୍ୱସ୍ତରୀୟ ରାସ୍ତା ନିର୍ମାଣ ହେବ । ଏସବୁ କଙ୍ଗନାଙ୍କ ଗାଲ ପରି ଚିକ୍କଣ ହେବ ।

ପୂର୍ବରୁ କୋଭିଡ ସମ୍ପର୍କରେ ସେ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ ଦୀର୍ଘ ସମୟ ଧରି ମାସ୍କ ପିନ୍ଧିବା ଶରୀର ପକ୍ଷେ କ୍ଷତିକାରକ । ଇରଫାନ ଅନସାରୀଙ୍କ ପୂର୍ବରୁ ୨୦୦୫ରେ ଆରଜେଡି ନେତା ଲାଲୁ ପ୍ରସାଦ ଯାଦବ କହିଥିଲେ ଯେ ବିହାରରେ ସମସ୍ତ ରାସ୍ତା ହେମାମାଳିନୀଙ୍କ ଗାଲ ପରି ଚିକ୍କଣ କରି ନିର୍ମାଣ କରିବେ । ସେହିପରି ୨୦୨୧ ନଭେମ୍ବରରେ ରାଜସ୍ଥାନ ମନ୍ତ୍ରୀ ରାଜେନ୍ଦ୍ର ସିଂ ଗୁଧା କହିଥିଲେ ରାଜ୍ୟର ରାସ୍ତାଗୁଡିକ କ୍ୟାଟ୍ରିନା କୈଫଙ୍କ ଗାଲ ପରି ଚିକ୍କଣ କରିବେ । ଗତ ୨୦୨୧ ଡିସେମ୍ବରରେ ମହାରାଷ୍ଟ୍ର ମନ୍ତ୍ରୀ ତଥା ଶିବସେନା ନେତା ଗୁଲାବରାଓ ପାଟିଲ କହିଥିଲେ କି ତାଙ୍କ ନିର୍ବାଚନ ମଣ୍ଡଳୀର ରାସ୍ତା ହେମା ମାଳିନୀଙ୍କ ଗାଲ ପରି ଚିକ୍କଣ କରିବେ । ଗୁଲାବରାଓ ପାଟିଲଙ୍କ ଏହି ବୟାନ ପାଇଁ ତାଙ୍କୁ ମହିଳା କମିଶନଙ୍କ ନିକଟରେ କ୍ଷମା ମାଗିବାକୁ ମଧ୍ୟ ପଡ଼ିଥିଲା ।

୧୦୭ ମ୍ୟୁନିସିପାଲିଟି ଓ ଏନଏସି ପାଇଁ ପ୍ରକାଶ ପାଇଲା ସଂରକ୍ଷଣ ତାଲିକା

ଭୁବନେଶ୍ୱର: ପୌର ନିର୍ବାଚନ ନେଇ ଆଉ ପାଦେ ଆଗେଇଲା ସରକାର । ପ୍ରକାଶ ପାଇଲା ମ୍ୟୁନିସିପାଲିଟି ଓ ଏନଏସିର ଅଧ୍ୟକ୍ଷ ପାଇଁ ସଂରକ୍ଷଣ ତାଲିକା । ୧୦୭ ମ୍ୟୁନିସିପାଲିଟି ଓ ଏନଏସିର ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ୧୫ ଦିନ ମଧ୍ୟରେ ଆପତ୍ତି ଓ ଅଭିଯୋଗ ଦାଖଲ କରିପାରିବେ । ମହିଳାଙ୍କ ପାଇଁ ୫୦ ପ୍ରତିଶତରୁ ଅଧିକ ଆସନ ସଂରକ୍ଷିତ ରହିଛି । ୧୦୭ ଆସନରୁ ମହିଳାଙ୍କ ପାଇଁ ୫୪ଟି ଆସନ ସଂରକ୍ଷିତ ରହିଛି । ସେହିପରି ୪୨ଟି ଆସନ ଅଣସଂରକ୍ଷିତ, ଏସସିଙ୍କ ପାଇଁ ୮ଟି ଓ ଏସଟି ପାଇଁ ୩ଟି ଆସନ ସଂରକ୍ଷିତ ରହିଛି । ସେହିପରି ଏସସି ମହିଳାଙ୍କ ପାଇଁ ୯ଟି, ଏସଟି ମହିଳାଙ୍କ ପାଇଁ ୫ ଆସନ ସଂରକ୍ଷିତ ରହିଛି । ରାଜ୍ୟର ୧୧୦ ମ୍ୟୁନିସିପାଲିଟି ଓ ଏନଏସି ମଧ୍ୟରୁ ୩ଟିରେ ନିର୍ବାଚନ ବନ୍ଦ ହୋଇଛି ।

ଜାନୁଆରୀ ୨୪ ପରିବର୍ତ୍ତେ ୨୩ରୁ ଆରମ୍ଭ ହେବ ସାଧାରଣତନ୍ତ୍ର ଦିବସ ଉତ୍ସବ

ନୂଆଦିଲ୍ଲୀ: ଏଣିକି ଜାନୁଆରୀ ୨୩ରୁ ଆରମ୍ଭ ହେବ ସାଧାରଣତନ୍ତ୍ର ଦିବସ ସମାରୋହ । ମହାନ ସ୍ୱାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିବସରୁ ଏହି ସମାରୋହ ପର୍ବ ଆରମ୍ଭ ହେବ । ପୂର୍ବରୁ ଏହି ଉତ୍ସବ ଜାନୁଆରୀ ୨୪ ତାରିଖରୁ ଆରମ୍ଭ ହେଉଥିଲା । ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଦିବସକୁ ପରାକ୍ରମ ଦିବସ ଭାବେ ମଧ୍ୟ ପୂର୍ବରୁ ଘୋଷିତ ହୋଇଛି । କେନ୍ଦ୍ରର ନିଷ୍ପତ୍ତି ଅନୁସାରେ ଅଗଷ୍ଟ ୧୪କୁ ବିଭାଜନର ବିଭୀଷିକା ସ୍ମରଣ ଦିବସ, ଅକ୍ଟୋବର ୩୧କୁ ଜାତୀୟ ଏକତା ଦିବସ, ନଭେମ୍ବର ୧୫କୁ ଜନଜାତି ଗୌରବ ଦିବସ, ନଭେମ୍ବର ୨୬କୁ ସମ୍ବିଧାନ ଦିବସ ଓ ଡିସେମ୍ବର ୨୬କୁ ବୀର ବାଳ ଦିବସ ଭାବେ ପାଳନ କରିବାକୁ ଘୋଷଣା କରାଯାଇଛି । ନେତାଜୀଙ୍କ ଜୀବନ ସଂଗ୍ରାମ ସହ ସମ୍ପର୍କ ଥିବା ବିଭିନ୍ନ ସ୍ମାରକୀଗୁଡିକୁ ଅଧିକ ଲୋକାଭିମୁଖୀ କରିବା ଲାଗି ମଧ୍ୟ ପଦକ୍ଷେପ ନିଆଯାଇଛି । ସୁଭାଷ ଚନ୍ଦ୍ର ବୋଷ ୧୮୯୭ ମସିହା ଜାନୁଆରୀ ୨୩ରେ ଜନ୍ମଗ୍ରହଣ କରିଥିଲେ ।

ୟୁପି ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି, ପ୍ରଥମ ଥର ବିଧାନସଭା ଭୋଟ ଲଢ଼ିବେ ଯୋଗୀ

ଗୋରଖପୁର: ଉତ୍ତରପ୍ରଦେଶରେ ହେବାକୁ ଥିବା ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ଶନିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂ ପ୍ରେସ କନଫରେନ୍ସ କରି ଦୁଇଟି ପର୍ଯ୍ୟାୟ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି । ଉତ୍ତର ପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ଭୋଟ ଫେବ୍ରୁଆରୀ ୧୦ରେ ହେବ ସେହିପରି ଫେବ୍ରୁଆରୀ ୧୪ରେ ହେବ ଦ୍ୱିତୀୟ ପର୍ଯ୍ୟାୟ ଭୋଟ । ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୫୮ ସିଟରୁ ୫୭ ସିଟ୍ ପାଇଁ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ହେବାକୁ ଥିବା ୫୫ ସିଟରୁ ୪୮ ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି ।

ଦୁଇଟି ପର୍ଯ୍ୟାୟ ପାଇଁ ଘୋଷଣା ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁର ଆସନରୁ ନିର୍ବାଚନ ଲଢ଼ିବେ । ଯୋଗୀ ଆଦିତ୍ୟନାଥ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନରେ ତାଙ୍କ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି । ପୂର୍ବରୁ ଅଯୋଧ୍ୟା କିମ୍ବା ମଥୁରାରୁ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ସେ ତାଙ୍କ ପାରମ୍ପାରିକ ଗଡ଼ ଗୋରଖପୁରରୁ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି । ଗୋରଖପୁର ଆସନରୁ ସେ ପାଞ୍ଚ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ । ତେଣୁ ସେ ଗୋରଖପୁର ଆସନରୁ ବିଧାନସଭା ନିର୍ବାଚନ ଲଢ଼ିବେ ।

ସେହିପରି ଉତ୍ତରପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ପ୍ରୟାଗରାଜର ସିରାଥୁ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ । ଯଦି ମଥୁରା କଥା କହିବା ତାହାଲେ ମଥୁରାରୁ ମନ୍ତ୍ରୀ ଶ୍ରୀକାନ୍ତ ଶର୍ମା ନିର୍ବାଚନ ଲଢ଼ିବେ ।