spot_img
Home Blog Page 4676

ଆଖି ବୁଜିଲେ ପଦ୍ମଶ୍ରୀ ଶାନ୍ତିଦେବୀ

ଗୁଣୁପୁର: ପରପାରିରେ ପଦ୍ମଶ୍ରୀ ଶାନ୍ତିଦେବୀ । ସମସ୍ତଙ୍କ ପ୍ରିୟର ବୋଉ ଆଉ ନାହାନ୍ତି । ୮୮ ବର୍ଷ ବୟସରେ ଗତକାଲି ଅର୍ଥାତ ଶନିବାର ବିଳମ୍ବିତ ରାତ୍ରିରେ ତାଙ୍କର ଦେହାନ୍ତ ହୋଇଛି । ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଚେତାଶୂନ୍ୟ ହୋଇ ପଡିଥିଲେ। ଡାକ୍ତର ପହଞ୍ଚି ଚେକ୍ଅପ କରିବା ପରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଜଣେ ଶ୍ରେଷ୍ଠ ସେବକ, ପରୋପକାରୀ ଓ ସମାଜସେବୀ ମହିଳା ଭାବେ ସାରା ରାଜ୍ୟରେ ପରିଚିତ ଥିଲେ ଶାନ୍ତି ଦେବୀ । ତାଙ୍କ ସେବାକାର୍ଯ୍ୟ ପାଇଁ ସେ ଗତ ନଭେମ୍ବର ମାସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ପଦ୍ମଶ୍ରୀ ଉପାଧିରେ ଭୂଷିତ ହୋଇଥିଲେ। ଅଚାନକ ଶାନ୍ତିଦେବୀଙ୍କ ଦେହାନ୍ତ ସଭିଙ୍କୁ ସ୍ତମ୍ଭିଭୁତ କରିଛି  ।

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ନାଉଗାଁ ମୁଖ୍ୟ କିରାଣୀ

ଜଗତସିଂହପୁର: ଭିଜିଲାନ୍ସ ପଞ୍ଝାରେ ନାଉଗାଁ ତହସିଲର ମୁଖ୍ୟ କିରଣୀ । ଜବତ ବାଲିଗାଡିକୁ ଛାଡ଼ିବା ପାଇଁ ଲାଞ୍ଚ ନେବାବେଳେ ଗିରଫ କଲା ଭିଜିଲାନ୍ସ ବିଭାଗ । ନାଉଗାଁ ତହସିଲର ମୁଖ୍ୟ କିରଣୀ ପ୍ରାଣକୃଷ୍ଣ ନାୟକ ଜବତ ବାଲି ଗାଡ଼ି ଛାଡିବାକୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ ଗାଡି ମାଲିକ ନଗେନ୍ଦ୍ର ଜେନା ।

ଯୋଜନା ଅନୁଯାୟୀ ଜଗତସିଂହପୁର ସାନବଜାର ଅଫିସ ପରିସରରେ ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ପ୍ରସ୍ତୁତ ରହିଥିବା କଟକ ଭିଜିଲାନ୍ସ ବିଭାଗ ତାଙ୍କୁ ରେଡ଼ ହ୍ୟାଣ୍ଡ ଗିରଫ କରିଛି । ଗିରଫବେଳେ ଟଙ୍କା ଫୋପାଡି ଭିଜିଲାନ୍ସ କର୍ମଚାରୀଙ୍କୁ ଧକ୍କା ମାରି ଖସିଯିବାକୁ ଉଦ୍ୟମ କରିଥିଲେ ପ୍ରାଣକୃଷ୍ଣ । ତେବେ କାର୍ଯ୍ୟଳୟର ମୁଖ୍ୟ ଗେଟ୍ ତାଲା ପଡିଥିବାରୁ ସେ ଖସି ଯାଇପାରି ନଥିଲେ । ଭିଜିଲାନ୍ସ ଅଧିକାରୀ ତାଙ୍କୁ କାବୁ କରି ଗିରଫ କରିଛନ୍ତି ।

କଟକର ଏକ ହୋଟେଲରୁ ସେକ୍ସ ରାକେଟ୍ ଠାବ: ୩ ଦେହଜୀବୀ ଉଦ୍ଧାର, ୩ ଗ୍ରାହକ ଅଟକ

କଟକ: ପୁଣି ଠାବ ହେଲା ସେକ୍ସ ରାକେଟ । ଏହି ଘଟଣାରେ ୩ ଦେହଜୀବୀଙ୍କ ସହ ୩ ଗ୍ରାହକଙ୍କୁ ଅଟକ ରଖିଛି ମର୍କତନଗର ଥାନା ପୋଲିସ। ଥାନା ପଛ ପଟେ ଥିବା ଏକ ହୋଟେଲରେ ଏହି ସେକ୍ସ ରାକେଟ ଚାଲି ଥିବା ଖବର ପାଇ ସେଠାରେ ଚଢ଼ାଉ କରିଥିଲା ପୋଲିସ । ତେବେ କେବେଠାରୁ ଏହି ହୋଟେଲରେ ଦେହ ବ୍ୟବସାୟ ଚାଲୁଥିଲା ସେ ନେଇ ଅଧିକ ତଦନ୍ତ ଜାରି ରଖିଛି ମର୍କତ ନଗର ପୋଲିସ।

ଗ୍ରାହକ ଓ ଦେହଜୀବୀଙ୍କୁ ଅସଞ୍ଜତ ଅବସ୍ଥାରେ ଧରିଛି ପୁଲିସ । କିଛି ଦିନ ହେବ ଏହି ଅଞ୍ଚଳର ଏକ ହୋଟେଲରେ ଯୁବତୀ ରହୁଥିଲେ । ସେଠାରେ ବିଭିନ୍ନ ସ୍ଥାନରୁ ଯୁବକମାନେ ଆସୁଥିଲେ । ସବୁ କିଛି ଫୋନରେ ଡିଲ୍ ହେଉଥିଲା । ଏହି ଘଟଣାରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି, ସେନେଇ ତଦନ୍ତ ଜାରି ରଖିଛି ପୋଲିସ ।

ଏଥିସହିତ ପଢ଼ନ୍ତୁ: ଜୁଆ ଖେଳକୁ କେନ୍ଦ୍ରକରି ଅଟୋ ଡ୍ରାଇଭରଙ୍କୁ ବିଭତ୍ସ ହତ୍ୟା ଅଭିଯୋଗ

ପୁରୀ ଉନ୍ନତିକରଣ କାର୍ଯ୍ୟ ଦେଖି ଚକିତ ହେଲେ ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ

ପୁରୀ: ଉନ୍ନତିକରଣ କାର୍ଯ୍ୟ ଦେଖି ଚକିତ ହେଲେ ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ । ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ଐତିହ୍ୟ କରିଡର ପ୍ରକଳ୍ପକୁ ପ୍ରଶଂସା କରିବା ସହ ଏହାକୁ ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ପୂର୍ବରୁ ପୁରୀ ଦେଖିଥିଲି, ଏବେକାର ପରିବେଶ ଅବିଶ୍ୱସନୀୟ ବୋଲି କହିଛନ୍ତି ଉମା । ଆଜି ସୁଶ୍ରୀ ଉମାଭାରତୀ ପୁରୀ ଶଙ୍କରାଚାର୍ଯ୍ୟ ମଠ ଦ୍ୱାରା ଆୟୋଜିତ ସମୁଦ୍ର ଆଳତୀର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ପୁରୀ ଆସିଛନ୍ତି । ତେବେ ଶ୍ରୀମନ୍ଦିର ବନ୍ଦ ଥିବାରୁ ସିଂହ ଦ୍ୱାର ସମ୍ମୁଖରେ ପତିତପାବନଙ୍କୁ ଦର୍ଶନ କରିଥିଲେ । ଗୋବର୍ଦ୍ଧନ ମଠ ଯାଇ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରିବା ସହ ତାଙ୍କ ଆଶିର୍ବାଦ ଗ୍ରହଣ କରିଛନ୍ତି ଉମା ।

ସୂଚନା ଯୋଗ୍ୟ ଯେ, ଅବଢ଼ା ଯୋଜନା କ୍ରମେରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସମେତ ଶ୍ରୀକ୍ଷେତ ଉନ୍ନତିକରଣ ଦିଗରେ କାର୍ଯ୍ୟ କରୁଛନ୍ତି ରାଜ୍ୟ ସରକାର । ଫଳରେ ଆହୁରି ସୁନ୍ଦର ଦିଶିବ ଶ୍ରୀକ୍ଷେତ୍ର । ପୁରୀରେ ନିଆରା ଅନୁଭୂତି ସାଉଁଟିବେ ଭକ୍ତ । ଦେଶ ଭିତରର ହେଉ ଅବା ବିଦେଶର, ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଜଗା ଦର୍ଶନ ହେବ ଆହୁରି ସହଜ । ଅଭିଭୂତ ହେବେ ଭକ୍ତ, ଭବ୍ୟ ଦିଶିବ ଶ୍ରୀମନ୍ଦିର ଓ ଏହାର ଚତୁଃପାର୍ଶ୍ୱ । ଏ ନେଇ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ଏହି କ୍ରମରେ ଚଳିତ ବର୍ଷ ୨୪ ନଭେମ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଗଜପତି ମହାରାଜ ଦିବ୍ୟ ସିଂହ ଦେବ ।

ଏଥିସହିତ ପଢ଼ନ୍ତୁ: ଜୀବନକୁ ବାଜି ଲଗାଇ ଗଭୀର ସମୁଦ୍ର ଭିତରୁ ବକ୍ସିଂ ଚାମ୍ପିଆନଙ୍କୁ ଉଦ୍ଧାର କଲେ ଓଡ଼ିଆ ପୁଅ

ଜୀବନକୁ ବାଜି ଲଗାଇ ଗଭୀର ସମୁଦ୍ର ଭିତରୁ ବକ୍ସିଂ ଚାମ୍ପିଆନଙ୍କୁ ଉଦ୍ଧାର କଲେ ଓଡ଼ିଆ ପୁଅ

ନୟାଗଡ଼: ଓଡ଼ିଆ ପୁଅଙ୍କ ସାହସିକତା । ନିଜ ଜୀବନକୁ ବାଜି ଲଗାଇ ଗଭୀର ସମୁଦ୍ର ଭିତରୁ ଦୁଇଜଣ ବକ୍ସିଂ ଚାମ୍ପିଅନଙ୍କୁ ଉଦ୍ଧାର କଲେ ନୟାଗଡ ପଥରପୁଞ୍ଜି ଗାଁର ଚିତ୍ତରଞ୍ଜନ ପ୍ରଧାନ । ତାଙ୍କର ଏହି ସାହସିକତା ପାଇଁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଓ ପୁଡୁଚେରୀର ବାଚସ୍ପତି ପ୍ରଶଂସା କରିଛନ୍ତି । ସାହାସୀ ଚିତ୍ତରଞ୍ଜନ । ଘର ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଗୋପାଳପୁର ପଞ୍ଚାୟତର ପଥରପୁଞ୍ଜି । ଜୀବନକୁ ବାଜି ଲଗାଇ ସମୁଦ୍ରପାଣିରୁ କୋଏମ୍ବାଟୁରର ୧୭ ବର୍ଷୀୟା ଜୁନିୟର ବକ୍ସିଂ ଚାମ୍ପିଅନ ଅମ୍ରିତା ଶିବାକୁମାରନ ଓ ତାଙ୍କ କୋଚ୍ ସର୍ବେଶ୍ୱରନ୍‌ଙ୍କୁ ଉଦ୍ଧାର କରିଛନ୍ତି । ତାଙ୍କର ଏହି ଦୁଃସାହାସିକ କାର୍ଯ୍ୟପାଇଁ ପୁଡୁଚେରୀ ବାଚସ୍ପତି ନିଜ ଵାସଭବନରେ ଚିତ୍ତରଞ୍ଜନଙ୍କୁ ସମ୍ବର୍ଦ୍ଧିତ କରିଥିବାବେଳେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରି ଟ୍ବିଟ୍ କରିଛନ୍ତି । ନୂଆ ଜୀବନ ପାଇଁ କୃତଜ୍ଞତା ଜଣାଇଛନ୍ତି ଅମ୍ରିତା ଶିବାକୁମାରନ ।

ଚିତ୍ତରଞ୍ଜନ ରାଜସୁନାଖଳା ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଜଣେ କର୍ମଚାରୀ । ଗତ ୫ ତାରିଖରେ ବିଦ୍ୟାଳୟ ପକ୍ଷରୁ ମେଡ଼ିଟେସନ ପାଇଁ ଯାଇଥିଲେ ପୁଡୁଚେରୀ । 8 ତାରିଖ ଦିନ ପୁଡୁଚେରୀ ସମୁଦ୍ର କୂଳରେ ବୁଲୁଥିବାବେଳେ ୩ଜଣ ସମୁଦ୍ରରେ ବୁଡୁଥିବା ଦେଖିବାକୁ ପାଇଥିଲେ । ଲାଇଫଗାର୍ଡ ଥିବା ସତ୍ତ୍ବେ କେହି ସମୁଦ୍ରକୁ ଯିବାକୁ ସାହସ କରି ନଥିଲେ । ହେଲେ ଜୀବନକୁ ବାଜି ଲଗାଇ ସେ ଦୁଇଜଣଙ୍କୁ ଉଦ୍ଧାର କରିଥିଲେ । ତେବେ ଅନ୍ୟଜଣଙ୍କୁ ଅନ୍ୟଜଣେ ପାଣିରେ ବୁଡିଯାଇଥିଲା । ତାଙ୍କର ଏହି ସାହସିକତା ପାଇଁ ଶ୍ରୀଅରବିନ୍ଦ ଆଶ୍ରମ ଠାରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଚିତ୍ତରଞ୍ଜନଙ୍କ ଏଭଳି କାର୍ଯ୍ୟ ଅଞ୍ଚଳ ପାଇଁ ଗର୍ବ ଆଣିଥିବା କହିବା ସହ ସଭିଏଁ ପ୍ରଶଂସା କରିଛନ୍ତି ।

ଭୁବନେଶ୍ୱରର ଲଲାଟ୍ କେଶର ପୃଷ୍ଟି, ୩୫ ବର୍ଷ ହେଲା ଦୃଷ୍ଟିହୀନଙ୍କୁ କରୁଛନ୍ତି ସାହାୟତା

ଭୁବନେଶ୍ୱର: ମାନବ ସେବା ହିଁ ମାଧବ ସେବା । ରାଜଧାନୀରେ ଗରିବଙ୍କ ସେବା ଅନେକ ବ୍ୟକ୍ତି ବା ଅନୁଷ୍ଠାନ କରୁଛନ୍ତି । ହେଲେ ପ୍ରତି ମାସ ୩ ଶହରୁ ଅଧିକ ଦୃଷ୍ଟିହୀନଙ୍କ ପାଇଁ ପଂକ୍ତି ଭୋଜନର ବ୍ୟବସ୍ଥା ସାଙ୍ଗକୁ ସେମାନଙ୍କୁ ଲୁଗାପଟା, କମ୍ବଳ ବଣ୍ଟନ ସହ ରାସ୍ତା ଖର୍ଚ୍ଚ ୨ଶହ ଟଙ୍କା ଲେଖାଏଁ ଦେବାର ଦୃଶ୍ୟ ବିରଳ । ବିନା କୌଣସି ସ୍ୱାର୍ଥ, ବିନା ପ୍ରଚାର ପ୍ରସାରରେ ଦୀର୍ଘ ୩୫ ବର୍ଷ ହେଲା ଏଭଳି ମହନୀୟ କାମ କରି ଚାଲିଛନ୍ତି ରାଜଧାନୀର ଜଣେ ଓଡ଼ିଆ ବ୍ୟବସାୟୀ ।

ରାଜଧାନୀରେ ଗରିବଙ୍କ ସେବା କରୁଛନ୍ତି ଅନେକ ବଦାନ୍ୟ ବ୍ୟକ୍ତି ଏବଂ ଅନୁଷ୍ଠାନ । ହେଲେ କେବଳ ଦୃଷ୍ଟିହୀନଙ୍କୁ ସାମଗ୍ରୀକ ସେବା ଯୋଗାଉଥିବା ବ୍ୟକ୍ତି ବିରଳ । ତାହା ପୁଣି ବିନା ପ୍ରଚାର ପ୍ରସାରରେ । ଏମିତି ଜଣେ ଓଡ଼ିଆ ବ୍ୟବସାୟୀ ହେଲେ ଭୁବନେଶ୍ୱରର ଲଲାଟ କିଶୋର ପୃଷ୍ଟି । ପ୍ରତିମାସ ରାଜଧାନୀ ଏବଂ ଆଖପାଖ ଅଞ୍ଚଳର ପ୍ରାୟ ୩ଶହ ଦୃଷ୍ଟିହୀନଙ୍କୁ ପଂକ୍ତିଭୋଜନ କରାନ୍ତି ସେ । ଖାଲି ଖାଇବାକୁ ନୁହେଁ ଭୋଜନ ସହ ଲୁଗାପଟା, କମ୍ବଳ ଏବଂ ବାଟ ଖର୍ଚ୍ଚ ପାଇଁ ଜଣକା ନଗଦ ୨ଶହ ଟଙ୍କା ଦେଇ ଆପ୍ୟାୟିତ କରୁଛନ୍ତି । ପୁଣି ବର୍ଷକୁ ଥରେ ହଜାରେରୁ ଅଧିକ ଦୃଷ୍ଟିହୀନଙ୍କ ଖାଇବା ପିଇବା ସହ ଆବଶ୍ୟକୀୟ ଘର ସାମଗ୍ରୀ ଯୋଗାଇ ଦେଉଛନ୍ତି । ଦୀର୍ଘ ୩୫ ବର୍ଷ ହେଲା ନିସ୍ୱାର୍ଥପର ସେବା ଜାରି ରଖିଛନ୍ତି ।

ଛୋଟ ବ୍ୟବସାୟରୁ ନିଜ ପରିଶ୍ରମ ଓ ଅଧ୍ୟବସାୟ ବଳରେ ଆଜି ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ପାଲଟିଥିବା ଲଲାଟ ମାନବ ସେବାକୁ ଆଦରିଛନ୍ତି । ମାସକୁ ପ୍ରାୟ ଏଥିପାଇଁ ପ୍ରାୟ ୮ରୁ ୧୦ଲକ୍ଷ ଖର୍ଚ୍ଚ କରୁଛନ୍ତି । ଅନ୍ୟର ଗରିବଟିଏ ସମସ୍ୟାରେ ପଡ଼ିଥିଲେ ସାହାଯ୍ୟ କରିବାକୁ ଆଗେଇ ଆସିଥାନ୍ତି ଲଲାଟ । ତାଙ୍କ ସହଯୋଗୀମାନେ ମଧ୍ୟ ତାଙ୍କରି ପ୍ରେରଣାରେ ଅନୁପ୍ରାଣୀତ ହୋଇଛନ୍ତି । ଦୃଷ୍ଟିହୀନମାନେ ମଧ୍ୟ ସେମାନଙ୍କ ପରିବାର ସହ ଏଠାରେ ଖୁସିରେ ଖୁସିରେ ଯୋଗଦେଇ ଦାତାଙ୍କୁ ଆଶୀର୍ବାଦ ଦେଉଛନ୍ତି ।

ପୁଣି ଲେଉଟିଲା ଶୀତ: ୫ଦିନ ଯାଏଁ ଜାଡ଼ରେ ଅସ୍ତବ୍ୟସ୍ତ ହେବ ଜନଜୀବନ

ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ । କମିଲା ତାପମାତ୍ରା, ବଢିଲା ଶୀତ । ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିଛି । ଫଳରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଜାଡ ସହ ଘନ କୁହୁଡିରେ ଅସ୍ତବ୍ୟସ୍ତ ହେବ ଜନଜୀବନ । ଏବେ ଓଡ଼ିଶା ଉପରେ କୌଣସି ପାଣିପାଗର ପ୍ରଭାବ ନ ଥିବାରୁ ୧୯ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । ଆସନ୍ତ ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ଗୁଡିକରେ ୩ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ।

ଉପକୂଳ ଓଡ଼ିଶାରେ ସ୍ୱାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେପଟେ ଓଡ଼ିଶା ଉପରେ ଗୁରୁଚାପ ବଳୟର ପ୍ରଭାବ ଅଧିକ ରହିବା ସହ ଶୀତ ବଢିବ । ବାୟୁମଣ୍ଡଳର ସ୍ଥିରତା ଏବଂ ଜଳୀୟବାଷ୍ପର ଉପସ୍ଥିତି ପାଇଁ ରାଜ୍ୟର କିଛି ଜିଲ୍ଲାରେ ଘନ କୁହୁଡି ଦେଖାଦେବା ସମ୍ଭାବନା ରହିଛି । ଏଥିପାଇଁ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ୮ଟି ଜିଲ୍ଲା କୋରାପୁଟ, ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ବୌଦ୍ଧ ଏବଂ ସୋନପୁରକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ସେହିପରି ୧୮ ତାରିଖରେ ଦକ୍ଷିଣ ଓଡ଼ିଶା ସମେତ କଟକ, ନୟାଗଡ, ଅନୁଗୁଳ ଏବଂ ଢେଙ୍କାନାଳ ଜିଲ୍ଲାକୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସତର୍କତା ଜାରି କରାଯାଇଥିବା ଜିଲ୍ଲା ଗୁଡିକରେ ୨ଶହ ମିଟର ତଳେ ଦୃଶ୍ୟମାନ ରହିବ ବୋଲି ପାଣିପାଗ କେନ୍ଦ୍ର ସତର୍କ କରାଇଛି । ଏହି ସମୟରେ ଗାଡି ଚାଳନା ଉପରେ ସତର୍କତା ଅବଲମ୍ବନ କରିବା ପାଇଁ ଚାଳକମାନଙ୍କୁ ପରାମର୍ଶ ଦିଆଯାଇଛି । ସେପଟେ ଘନ କୁହୁଡି ସମୟରେ ଦୁର୍ଘଟଣା ଘଟିବାର ସମ୍ଭାବନା ଅଧିକ ଥିବାରୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ଏସ୍‌ଆରସି ।

ପଦିଏ କଥା ଆଣିଦେଲା ବିରାଟ ପରିବର୍ତ୍ତନ: ଅପରାଧୀ ସାଜିଲେ ଅତର ବ୍ୟବସାୟୀ

କଟକ: ଦୃଢ଼ ଇଛାଶକ୍ତି ଓ ଜଣେ ଭଲ ମଣିଷର ଉପଦେଶ ଜଣେ ଅପରାଧୀର ଜୀବନର ମୋଡ଼ ବି ବଦଳାଇ ଦେଇପାରେ । ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କଟକ ଦରଘା ବଜାର ଅଞ୍ଚଳରେ । ୧୯୯୦ ଦଶକରେ ଅପରାଧ ଜଗତରେ ଆତଙ୍କ ସୃଷ୍ଟି କରୁଥିଲେ ବାବା ଖାନ୍ । ହେଲେ ଆଜି ସେ ଜଣେ ଅତର ବ୍ୟବସାୟୀ ଭାବେ ପାଲଟି ଯାଇଛନ୍ତି ସମସ୍ତଙ୍କ ପ୍ରିୟ ବାବା ଭାଇ । ଅପରାଧ ଜଗତର ନର୍କରୁ ସମାଜ ମୁଖ୍ୟସ୍ରୋତକୁ ଫେରିଆସିବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରମୁଖ ଭୂମିକା ରହିଥିବା ନନ୍ଦିଘୋଷ ଟିଭିକୁ କହିଛନ୍ତି ବାବା ।

କଟକ ସହରରେ ସେ ଥିଲେ ଆତଙ୍କର ଅନ୍ୟନାମ । ବୋମା ମାଡ଼ ହେଉ କି ବିଚ ରାସ୍ତାରେ ହତ୍ୟାକାଣ୍ଡ, ଏହାଥିଲା ତାଙ୍କର ନିତିଦିନିଆ କାମ । ୨୪ ଘଣ୍ଟା ବୁଡି ରହୁଥିଲେ ନିଶାରେ । ହେଲେ ଏବେ ଜୀବନର ମୋଡ ବଦଳିଛି । ୧୯୯୦ ଦଶକର ଦୁର୍ଦ୍ଦାନ୍ତ ଅପରାଧୀ ଏବେ ସମସ୍ତଙ୍କ ପ୍ରିୟ ଭାଇ ପାଲଟି ଯାଇଛନ୍ତି । ଆମେ କହୁଛୁ କଟକ ଦରଘା ବଜାର ଅଞ୍ଚଳର ଦୁର୍ଦ୍ଦାନ୍ତ ଅପରାଧୀ ବାବା ଖାଁନଙ୍କ କଥା । ଆଜି ଅତୀତକୁ ଭୁଲି ସେ ଅତର ଦୋକାନ ଖୋଲି ପରିବାର ପ୍ରତିପୋଷଣ କରୁଛନ୍ତି । ଏବେ ସେ ପାଲଟି ଯାଇଛନ୍ତି ସମସ୍ତଙ୍କ ଆଦରର ବାବା ଭାଇ ।

ଏହି ହାର୍ଡକୋର କ୍ରିମିନାଲର ଜୀବନ ବଦଳାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୦୫ ସୁବାଷ ବୋଷ ଜୟନ୍ତୀରେ ବାବା ଖାନଙ୍କୁ ପାଖକୁ ଡାକି ଖରାପ କାମ ଛାଡି ଭଲବାଟକୁ ଆସିବାକୁ ଉପଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ତାଙ୍କର ଏହି ଆଶୀର୍ବାଦ ଭରା କଥା ଦୁଇ ପଦ ଅପରାଧ ଜଗତର ନର୍କରୁ ସମାଜ ମୁଖ୍ୟସ୍ରୋତକୁ ଫେରାଇ ଆଣିବାରେ ବାବାଙ୍କୁ ଯଥେଷ୍ଟ ସାହାଯ୍ୟ କରିଛି । ସେହିଦିନ ଠାରୁ ୧୫ ବର୍ଷ ହେଲା ସେ ନିଜର ଛୋଟ ବ୍ୟବସାୟ ଖୋଲି ସମ୍ମାନର ସହ ବଞ୍ଚିଛନ୍ତି । ବାବା ଖାଁନଙ୍କ ନାମରେ ପୁରୀଘାଟ ଓ ଦରଘାବଜାର ପୋଲିସ ଷ୍ଟେସନରେ ରହିଛି ୧୩୨ ଟି ଅପରାଧିକ ମାମଲା । ଦୁଇଟି ମାମଲାକୁ ଛାଡି ଆଉ ସମସ୍ତ ମାମଲାରୁ ସେ ମୁକ୍ତ ହୋଇସାରିଲେଣି ।

ଜୁଆ ଖେଳକୁ କେନ୍ଦ୍ରକରି ଅଟୋ ଡ୍ରାଇଭରଙ୍କୁ ବିଭତ୍ସ ହତ୍ୟା ଅଭିଯୋଗ

0

ନୟାଗଡ଼: କାଳ ସାଜିଲା ଜୁଆଖେଳ । ଜୁଆ ଖେଳକୁ କେନ୍ଦ୍ରକରି ଅଟୋ ଡ୍ରାଇଭରଙ୍କୁ ବିଭତ୍ସ ହତ୍ୟା ଅଭିଯୋଗ । ନୟାଗଡ଼ ଜିଲ୍ଲା ରତନପୁର ଗାଁ ନିକଟ ଏକ ନିର୍ମାଣାଧିନ ପାଣିଟାଙ୍କିରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ଲେଙ୍କୁଡିପଡା ଗାଁର ସରୋଜ ମହାନ୍ତି । ମୃତ ଦେହର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି ।
ସରୋଜଙ୍କୁ କେହି ହତ୍ୟା କରି ଫିଙ୍ଗିଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ଜୁଆ ଖେଳକୁ କେନ୍ଦ୍ର କରି ସରୋଜଙ୍କୁ ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ମୃତ ଦେହକୁ ଜବତ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

ଏଥିସହିତ ପଢ଼ନ୍ତୁ: ଦେଢ଼ କେଜି ସୁନା ଚୋରି ମାମଲା: ପିଅନ୍‌କୁ ଗିରଫ କଲା ପୋଲିସ

 

ସୁବର୍ଣ୍ଣପୁରରେ ବଢ଼ୁଛି ବିଦେଶୀ ପକ୍ଷୀଙ୍କ ଆଗମନ; ବିରଳ ପ୍ରଜାତିକୁ ଦେଖିବାକୁ ଜମୁଛି ଭିଡ଼

0

ସୁବର୍ଣ୍ଣପୁର: ବିଦେଶୀ ପକ୍ଷୀଙ୍କ ଆଗମନ । ଅନୁକୂଳ ଜଳବାୟୁ ପାଇଁ ସାଇବେରିଆ ପକ୍ଷୀଙ୍କ ସମାଗମରେ ସୌନ୍ଦର୍ଯ୍ୟମୟ ହୋଇଛି ମହାନଦୀ ପଠା । ହଜାର ହଜାର ସଂଖ୍ୟାରେ ଉତ୍ତର ଆମେରିକା ଓ ସାଇବେରିଆର ଏଠାରେ ପକ୍ଷୀଙ୍କୁ ଦେଖିବାକୁ ମିଳିଛି । ବିରଳ ପ୍ରଜାତିର ପକ୍ଷୀଙ୍କୁ ଦେଖିବାକୁ ପକ୍ଷୀପ୍ରେମୀଙ୍କ ସୁଅ ଛୁଟୁଛି । ଶୀତରେ ସୌନ୍ଦର୍ଯ୍ୟମୟ ସୁବର୍ଣ୍ଣପୁର । ବିଦେଶାଗତ ପକ୍ଷୀଙ୍କ ଆଗମନ । ଆକର୍ଷଣ କରୁଛି ପ୍ରାକୃତିକ ପରିବେଶ ଓ ଜଳବାୟୁ । ବିଦେଶୀ ପକ୍ଷୀଙ୍କ କଳରାବରେ ଗୁଞ୍ଜରିତ ହେଉଛି ମହାନଦୀ ଓ ତେଲନଦୀ ଅବବାହିକା । ଶୀତୁଆ ସକାଳକୁ ଆହୁରି ଆକର୍ଷିତ କରୁଛନ୍ତି ଉତ୍ତର ଆମେରିକା ଓ ସାଇବେରିଆକୁ ଉଡିଆଥିବା ପକ୍ଷୀ । କମନ ମାର୍ଗନ୍ସର, ରୁଡି ଶେଲଡକ, ରେଡ୍ କ୍ରେଷ୍ଟେଡ୍ ପୋଚାର୍ଡ, ରୋଜି ଷ୍ଟର୍ଲିଙ୍ଗ ଆଦି ବିରଳ ପ୍ରଜାତିର ପକ୍ଷୀଙ୍କ ସମାଗମ ହୋଇଥିବା ବେଳେ ଏମାନଙ୍କୁ ଦେଖିବାକୁ ପକ୍ଷୀପ୍ରେମୀଙ୍କ ସୁଅ ଛୁଟୁଛି ।

ଅନୁକୂଳ ଜଳବାୟୁ ପାଇଁ ଜିଲ୍ଲାରେ ବଢୁଛି ବିଦେଶୀ ପକ୍ଷୀଙ୍କ ସଂଖ୍ୟା । ପ୍ରାୟ ୨୨୦ ପ୍ରଜାତିର ହଜାର ହଜାର ପକ୍ଷୀଙ୍କୁ ଗଣନା କରାଯାଇଛି । ସେପଟେ ଏହି ପକ୍ଷୀଙ୍କୁ ସୁରକ୍ଷା ଦେବାକୁ ପକ୍ଷୀପ୍ରେମୀ ଓ ପରିବେଶବିତ୍ ବାଦି କରିଥିବା ବେଳେ ବନ ବିଭାଗ ସୁରକ୍ଷା ଦେବାକୁ ଅଣ୍ଟା ଭିଡିଛି । ବିଦେଶାଗତ ପକ୍ଷୀ ପାଇଁ ସୌନ୍ଦର୍ଯ୍ୟମୟ ମହାନଦୀ ପଠା । ତେବେ ଏମାନଙ୍କ ସୁରକ୍ଷା ପାଇଁ ଜନସଚେତତନା ଜରୁରୀ ହୋଇପଡିଛି ।