ମହିଳା ବିଶ୍ୱକପ: ପରାଜୟର ସ୍ୱାଦ ଚାଖିଲା ଭାରତ, ନ୍ୟୁଜିଲାଣ୍ଡ ୬୨ ରନରେ ବିଜୟୀ

1 min read

ନ୍ୟୁଜିଲାଣ୍ଡ: ନ୍ୟୁଜିଲାଣ୍ଡରେ ଜାରି ରହିଥିବା ମହିଳା ବିଶ୍ୱକପରେ ପ୍ରଥମ ପରାଜୟ ଲାଭ କରିଛି ଟିମ୍ ଇଣ୍ଡିଆ । ପ୍ରଥମ ମ୍ୟାଚରେ ପାରମ୍ପାରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ୧୦୭ ରନରେ ପରାସ୍ତ କରିବା ପରେ ଦ୍ୱିତୀୟ ମ୍ୟାଚରେ ପରାଜୟର ସ୍ୱାଦ ଚାଖିଛି ଭାରତ । ଆଜି ନ୍ୟୁଜିଲାଣ୍ଡର ହାମିଲଟନରେ ଖେଳାଯାଇଥିବା ମ୍ୟାଚରେ ଭାରତ ଘରୋଇ ନ୍ୟୁଜିଲାଣ୍ଡକୁ ଭେଟିଥିଲା । ଏହି ମ୍ୟାଚରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଟିମ୍ ଇଣ୍ଡିଆ ।

ଟସ୍ ହାରି ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ଓଭରରେ ୯ ଓ୍ୱିକେଟ ହରାଇ ୨୬୦ ରନ କରିଥିଲେ । ଭାରତ ପକ୍ଷରୁ ପୂଜା ଭସ୍ତ୍ରାକର ୪ଟି, ରାଜେଶ୍ୱରୀ ଗାଇକ୍ୱେଡ ୨ଟି, ଝୁଲଣ ଗୋସ୍ୱାମୀ ଓ ଦିପ୍ତି ଶର୍ମା ଗୋଟିଏ ଲେଖାଏଁ ଓ୍ୱିକେଟ ଅକ୍ତିଆର କରିଥିଲେ । ୨୬୧ ରନର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ ୪୬ ଓଭରରେ ସମସ୍ତ ଓ୍ୱିକେଟ ହରାଇ ୧୯୮ ରନ କରିଥିଲା । ଯାହାଫଳରେ ଭାରତ ଏହି ମ୍ୟାଚକୁ ୬୨ ରନରେ ପରାଜୟ ବରଣ କରିଛି । ଭାରତ ପକ୍ଷରୁ ହରମନପ୍ରୀତ କୌର ୭୧ ରନ କରଥିବାବେଳେ ମିତାଲୀ ରାଜ୍ ୩୧ ରନ କରିଥିଲେ ।