ରାୟଗଡ଼ା ଜିଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ନାଁରେ ଖୋଲାଯାଇଛି ନକଲି ଫେସବୁକ ଆକାଉଣ୍ଟ । ରାୟଗଡ଼ା ସହରର ଜଣେ ଯୁବକ ଅଂଶୁମାନ ପଟ୍ଟନାୟକଙ୍କୁ ଜିଲ୍ଲାପାଳଙ୍କ ନକଲି ଆକାଉଣ୍ଟରୁ ଫ୍ରେଣ୍ଡ ରିକ୍ୟୁେଷ୍ଟ ଆସିଥିଲା । ଅଂଶୁମାନ ଜିଲ୍ଲାପାଳଙ୍କ ସୋସିଆଲ ମିଡ଼ିଆ ଆକାଉଂଟ ଭାବି ବନ୍ଧୁତା ଅନୁରୋଧକୁ ଗ୍ରହଣ କରିଥିଲେ I ଏହାପରେ ଉକ୍ତ ଆକାଉଂଟରୁ ଫେସବୁକ ମେସେଞ୍ଜର ମାଧ୍ୟମରେ ଅଂଶୁମାନଙ୍କୁ ନମସ୍କାର ସହିତ ମୋବାଇଲ ନମ୍ବର ମାଗିଥିଲେ । ଏଥି ସହିତ ଉକ୍ତ ଆକାଉଂଟରୁ ତାଙ୍କର ଜଣେ ବନ୍ଧୁ ସିଆରପିଏଫ ଅଫିସର ଏବଂ ବଦଳି କାରଣରୁ ନିଜର ସମସ୍ତ ଘରକରଣା ସାମଗ୍ରୀ ବିକ୍ରି କରିଦେବେ କହୁଛନ୍ତି । ତେଣୁ ଆପଣ ଯଦି କିଣିବାକୁ ରାଜି ତେବେ ସେ ଆପଣଙ୍କୁ ଫୋନ କରିବେ ବୋଲି ମେସେଜରେ ଉଲେଖ କରିଛନ୍ତି । ଅଂଶୁମାନଙ୍କୁ ସନ୍ଦେହ ହେବାରୁ ସେ ଏନେଇ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇଥିଲେ । ଗଣମାଧ୍ୟମ ପ୍ରତିନିଧି ଏନେଇ ଜିଲାପାଳଙ୍କୁ ସୂଚନା ଦେବା ପରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ପୋଲିସକୁ ଏହାର ଯାଂଚ କରି ଉକ୍ତ ଆକାଉଂଟକୁ ସୋସିଆଲ ମିଡ଼ିଆରୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ ।
ସମ୍ବଲପୁର ବିଶ୍ଵବିଦ୍ୟାଳୟରେ ଆତ୍ମଦାହ ମାମଲା: ରିପୋର୍ଟ ମାଗିଲେ ମାନବ ଅଧିକାର ଆୟୋଗ
ସମ୍ବଲପୁର ବିଶ୍ଵବିଦ୍ୟାଳୟରେ ଦୀନବନ୍ଧୁ ମିଶ୍ର ଆତ୍ମଦାହ ମାମଲା। ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ମାଗିଲେ ମାନବ ଅଧିକାର ଆୟୋଗ। ଏନେଇ କୁଳ ସଚିବଙ୍କୁ ଓଡ଼ିଶା ମାନବ ଅଧିକାର ଆୟୋଗ ରିପୋର୍ଟ ମାଗିଥିବା ସୂଚନା ମିଳିଛି। ୨୦୨୧ ଏପ୍ରିଲ ୨୦ ତାରିଖରେ କୁଳପତିଙ୍କ ପ୍ରକୋଷ୍ଠ ସମ୍ମୁଖରେ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ ଦୀନବନ୍ଧୁ ମିଶ୍ର। ମେଡ଼ିକାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ତାଙ୍କ ପୁଅ ଅଭିଷେକ ମିଶ୍ର ମାନବ ଅଧିକାର ଆୟୋଗଙ୍କ ଦ୍ବାରସ୍ଥ ହୋଇଥିଲେ। ଆସନ୍ତା ଜାନୁଆରୀ ୧୫ ସୁଦ୍ଧା ରିପୋର୍ଟ ଦେବେ ସମ୍ବଲପୁର ବିଶ୍ଵ ବିଦ୍ୟାଳୟ କର୍ତ୍ତୃପକ୍ଷ।
ଆସନ୍ତାକାଲି ନୂଆପଡ଼ା ଭୋଟ ଗଣତି: ୧୪ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଣ୍ଣୟ
ଆସନ୍ତାକାଲି ନୂଆପଡ଼ା ଭୋଟ ଗଣତି। ନୂଆପଡ଼ାର ବିଜେଡି ବିଧାୟକ ରାଜୁ ଭାଇ ଢୋଲକିଆଙ୍କ ପରଲୋକ ପରେ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହୋଇଛି। ଉପନିର୍ବାଚନରେ ସମୁଦାୟ ୧୪ ଜଣ ପ୍ରାର୍ଥୀଙ୍କର ଭାଗ୍ଯ ନିର୍ଣ୍ଣୟ ହୋଇସାରିଛି। ଆସନ୍ତାକାଲି ଭୋଟ ଗଣତି ହେବ। ନୂଆପଡ଼ାରେ ପ୍ରମୁଖ ୩ ଦଳ ବିଜେଡି, କଂଗ୍ରେସ ଓ ବିଜେପି ମଧ୍ଯରେ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା ହୋଇଛି। ବିଜେଡିରୁ ସ୍ନେହାଙ୍ଗିନୀ ଛୁରିଆ, କଂଗ୍ରେସରୁ ଘାସିରାମ ମାଝୀ ଓ ବିଜେପିରୁ ଜୟ ଢୋଲକିଆ ପ୍ରାର୍ଥୀ ହୋଇଛନ୍ତି। ଏଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ଯାପକ ପ୍ରସ୍ତୁତି କରାଯାଇଛି। ଷ୍ଟ୍ରଂଗ ରୁମରେ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଛି ଇଭିଏମ। ଏଠାରେ ସିସିଟିଭି ବ୍ୟବସ୍ଥା ମଧ୍ୟ କରାଯାଇଛି। ଭୋଟ ଗଣତି ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ଯାପକ ବନ୍ଦୋବସ୍ତ କରାଯାଇଛି॥
ଆସୁଛି ଆଉ ଏକ ଓଡ଼ିଆ ହରର ସିନେମା “ଦର୍ପଣ”: ଆସନ୍ତା ୨୧ରେ ରିଲିଜ ହେବ
ଆସୁଛି ଆଉ ଏକ ଓଡ଼ିଆ ହରର ସିନେମା “ଦର୍ପଣ” । ଆସନ୍ତା ନଭେମ୍ବର ୨୧ରେ ଓଡ଼ିଶାର ସମସ୍ତ ପ୍ରେକ୍ଷାଳୟରେ ରିଲିଜ ହେବ । ଏନେଇ ତାରିଖ ଘୋଷଣା ସହ ସିନେମାର ଟ୍ରେଲର ରିଲିଜ ହୋଇଛି । ଏହି ସିନେମା ଏକ ଭିନ୍ନ ଧରଣର ଭୟାନକ କାହାଣୀକୁ ନେଇ ଆଧାରିତ । ଏହି ସିନେମାର କାହାଣୀ ଓ ପ୍ରଯୋଜନା ଦାୟିତ୍ଵରେ ଅଛନ୍ତି ପ୍ରଡ୍ୟୁସର୍ ଦିଲ୍ଲୀପ କୁମାର ସାହୁ ଓ ନିର୍ଦ୍ଦେଶନା ଦେଇଛନ୍ତି ଭାରତ ପୁଷ୍ପରାଗ । ସେହିଭଳି ଟେକ୍ନିକାଲ ସପୋର୍ଟରେ ରହିଛନ୍ତି ଡାଇରେକ୍ଟର ଆନନ୍ଦ କୁମାର । ଏହି ସିନେମାରେ ଦୁଇ ନାୟକ ଓ ଦୁଇ ନୟିକାଙ୍କୁ ଦେଖିବାକୁ ପାଇବେ ଦର୍ଶକ ।

