spot_img
Home Blog Page 456

ବିସିସିଆଇର ବଡ଼ ଘୋଷଣା, ଏହି ଟିମର ଅଧିନାୟକ ହେବେ ଶ୍ରେୟସ ଆୟାର

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ୯ ତାରିଖରୁ ଖେଳାଯିବାକୁ ଯାଉଛି ଏସୀଆ କପ । ଟିମ ଇଣ୍ଡିଆ ନିଜର ପ୍ରଥମ ମ୍ୟଚ ୧୦ ତାରିଖରୁ ଖେଳିବ । ମାତ୍ର ଏହି ଟୁର୍ଣ୍ଣାମେଣ୍ଟରେ ସ୍ଥାନ ପାଇନାହାନ୍ତି ଟିମ ଇଣ୍ଡିଆର ଉଦୀୟମାନ କ୍ରିକେଟର ଶ୍ରେୟସ ଆୟାର । ଯାହାକୁ ନେଇ ବେଶ ଚର୍ଚ୍ଚା ହୋଇଥିବାବେଳେ ଏହାରି ଭିତରେ ବିସିସିଆଇ ତାଙ୍କୁ ଏକ ଗୁରୁ ଦାୟିତ୍ବ ଦେଇଛି । ଭାରତ-ଏ ଦଳରେ ଆୟାରଙ୍କୁ ଅଧିନାୟକ ଦାୟିତ୍ବ ଦେଇଛି ବିସିସିଆଇ । ତେବେ ଏହି ଦଳରେ ଧ୍ରୁବ ଜୁରେଲ ଏବଂ ନାରାୟଣ ଜଗଦିସନ ପ୍ରମୁଖ ସ୍ଥାନ ପାଇଛନ୍ତି ।

ଆସନ୍ତା ୧୬ ତାରିଖରୁ ଅଷ୍ଟ୍ରେଲିଆ-ଏ ବିପକ୍ଷରେ ଭାରତ ଏହି ମ୍ୟାଚ ଖେଳିବାକୁ ଯାଉଛି । ତେବେ ଦିଲ୍ଲିପ ଟ୍ରଫି ସେମିଫାଇନାଲରେ ଚମତ୍କାର ପ୍ରଦର୍ଶନ କରିଥିବା ଋତୁରାଜ ଗାଏକ୍ବାଡ ସହ ଇଶାନ କିଶାନଙ୍କୁ ଏହି ସିରିଜରେ ଅଣଦେଖା କରାଯାଇଛି । ତାଙ୍କୁ ଏହି ଦଳରେ ସାମିଲ କରାଯାଇନାହିଁ ।

ଭାରତୀୟ ଦଳ

ଶ୍ରେୟସ୍ ଆୟର (ଅଧିନାୟକ), ଅଭିମନ୍ୟୁ ଇଶ୍ବରନ୍, ନାରାୟଣ ଜଗଦେସନ (ୱିକେଟ୍ ରକ୍ଷକ), ସାଇ ସୁଦର୍ଶନ, ଧ୍ରୁବ ଜୁରେଲ (ଉପ-ଅଧିନାୟକ ଏବଂ ୱିକେଟ୍ କିପର), ଦେବଦତ୍ତ ପାଡିକଲ୍, ହର୍ଷ ଦୁବେ, ଆୟୁଷ ବଦୋନି, ନୀତୀଶ କୁମାର ରେଡ୍ଡୀ, ତନୁଶ କୁଟ୍ରିନ୍, ପ୍ରସାଦ ଅକ୍ଷୟ, ସୁଥର, ୟଶ ଠାକୁର |

ଦାରିଙ୍ଗବାଡିରେ କଂଗ୍ରେସ କମିଟି ପକ୍ଷରୁ ସଙ୍ଗଠନ ସୃଜନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିରେ କଂଗ୍ରେସ କମିଟି ପକ୍ଷରୁ ସଙ୍ଗଠନ ସୃଜନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହାର ଉଦେଶ୍ୟ ଗାଁ ଓ ବ୍ଲକ ସ୍ତରରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ଲୋକଙ୍କର ମତାମତ ନେଇ ଜିଲ୍ଲା ଅଧ୍ୟକ୍ଷ ଚୟନ କରାଯିବ। ଏହା ପ୍ରଥମେ ଗୁଜୁରାଟ ଠାରୁ ଆରମ୍ଭ ହୋଇ ଝାଡ଼ଖଣ୍ଡ,ହରିୟାଣା, ମଧ୍ୟପ୍ରଦେଶ ପରେ ଏବେ ଓଡ଼ିଶାରେ କାର୍ଯ୍ୟକ୍ରମ ଚାଲୁ ରହିଛି। ଏହି କାର୍ଯ୍ୟକ୍ରମରେ କଂଗ୍ରେସ କମିଟି ପର୍ଯ୍ୟବେକ୍ଷକ ପ୍ରକାଶ ଯୋଶୀ ଯୋଗ ଦେଇଥିଲେ।କଂଗ୍ରେସ ଜିଲ୍ଲା ଅଧ୍ୟକ୍ଷ ପାଇଁ ଲୋକଙ୍କ ଠାରୁ ମତାମତ ନେଇଥିଲେ।

ପାଣିକୋଇଲିକୁ ଏନଏସି ମାନ୍ୟତା ଦାବିରେ ଆନ୍ଦୋଳନକୁ ଓହ୍ଲାଇଲା ବିଜେଡି

ଯାଜପୁର ପାଣିକୋଇଲିକୁ ଏନଏସି ମାନ୍ୟତା ଦାବିରେ ଆନ୍ଦୋଳନକୁ ଓହ୍ଲାଇଲା ବିଜେଡି। ପାଣିକୋଇଲିକୁ ରାଜ୍ୟ ସରକାର ଏନ.ଏ.ସି ମାନ୍ୟତା ଘୋଷଣା ନକରିବା ପ୍ରତିବାଦରେ ଆଜି କୋରେଇ ବିଜେଡ଼ି ପକ୍ଷରୁ ପାଣିକୋଇଲି ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହା ସହ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି। ଏଥିରେ ବରିଷ୍ଠ ବିଜେଡ଼ି ନେତା ଭବ ପ୍ରସାଦ ଦାସଙ୍କ ସମେତ ବିଜେଡ଼ିର ବହୁ ନେତା କର୍ମୀ, ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଓ ଜନସାଧାରଣ ସାମିଲ ହୋଇଥିଲେ। ରାଜ୍ୟ ବିଜେପି ସରକାରଙ୍କ ପାଣିକୋଇଲି ପ୍ରତି ଟାଳଟୁଳ ନୀତି ଓ ପ୍ରତାରଣାକୁ ସମସ୍ତେ ଦୃଢ଼ ନିନ୍ଦା କରିଥିଲେ। ପୂର୍ବ ବିଜେଡ଼ି ସରକାର ପାଣିକୋଇଲି ଅଞ୍ଚଳର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏହି ଅଞ୍ଚଳକୁ ଏନ.ଏ.ସି କରିବାକୁ ଘୋଷଣା କରିଥିବାବେଳେ ଏବେକାର ବିଜେପି ସରକାର ଏହାକୁ ବାଦ୍ ଦେଇଛନ୍ତି। ତେଣୁ ପାଣିକୋଇଲିବାସୀଙ୍କ ମଧ୍ୟରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ଦେଖା ଦେଇଥିବା ବେଳେ ସରକାର ଏହା ଉପରେ ପୁର୍ନବିଚାର କରିବାକୁ ଦାବି ହୋଇଛି।

ଭୁବନେଶ୍ୱରରେ ହେବ ସାଇନ୍ସ ସିଟି

ଭୁବନେଶ୍ୱରରେ ହେବ ସାଇନ୍ସ ସିଟି । ଏଥିପାଇଁ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଜୋରଦାର କସରତ ଚଳାଇଛନ୍ତି । ବିହାରର ପାଟନା ସାଇନ୍ସ ସିଟି ଦେଖି ଫେରିବା ପରେ ରାଜଧାନୀ ଭୁବନେଶ୍ବରରେ ଏପରି ଏକ ସାଇନ୍ସ ସିଟି ପ୍ରତିଷ୍ଠା କରିବା ପାଇଁ ମନ ବଳାଇଛନ୍ତି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ସେଠାକାର ଅଧିକାରୀଙ୍କ ସହ ବୈଠକ ମଧ୍ୟ କରିଛନ୍ତି ମନ୍ତ୍ରୀ । ଖୁବଶୀଘ୍ର ବିହାରର ଅଧିକାରୀ ଓଡିଶା ଆସିବେ ।ଭୁବନେଶ୍ୱରରେ ସାଇନ୍ସ ସିଟି ନିର୍ମାଣ ପାଇଁ ସେମାନଙ୍କର ପରାମର୍ଶ ନିଆଯିବ । ଭୁବନେଶ୍ୱରରେ 100 ଏକର ଜମିରେ ନିର୍ମାଣ ହେବ ସାଇନ୍ସ ସିଟି ।

ଗଂଜାମରେ ଜଣେ ଯୁବକଙ୍କୁ ନିର୍ମମ ହତ୍ୟା

ଗଂଜାମ ଶେରଗଡ଼ ଥାନା ଅନ୍ତର୍ଗତ ଗୋଠଗାଁରେ ଜଣେ ଯୁବକଙ୍କୁ ନିର୍ମମ ହତ୍ୟା। ହତ୍ୟାର ଶିକାର ହୋଇଥିବା ଯୁବକ ଜଣକ ହେଲେ ପାଟପୁର ଥାନା ଅନ୍ତର୍ଗତ ପି. ଜଗନ୍ନାଥପୁର ଗ୍ରାମର ଚନନ୍ଦ ବିଷୋୟୀ। ସେ କଙ୍କରଡ଼ା ଗ୍ରାମରେ ଭଡ଼ାରେ ରହୁଥିଲେ।ଗତ ବିଳମ୍ବିତ ରାତିରେ ଚନ୍ଦନ କିଛି ଯୁବକ ସହ ଗୋଠଗାଁ ସରପଞ୍ଚ କୃଷ୍ଣ ସୁଆଁସିଆଙ୍କ ଘର ସମ୍ମୁଖରେ ପାଟି ତୁଣ୍ଡ କରିଥିଲେ। ସେଠାରେ ବଚସା ପରେ ଘଟଣା ଉଗ୍ର ହୋଇଥିଲା। ସରପଞ୍ଚ ଓ ଚନ୍ଦନଙ୍କ ଗୋଷ୍ଠୀ ମଧ୍ୟରେ ମାରପିଟ ହୋଇଥିଲା। ଘଟଣାସ୍ଥଳରେ ଛୁରୀ ସହ ଅନ୍ୟ ହତିଆର ପଡିରହିଛି। ଚନ୍ଦନଙ୍କ ମୃତଦେହକୁ ପୋଲିସ ଜବତ କରି ହିଂଜିଳିକାଟୁ ମେଡିକାଲରେ ରଖିଥିବା ବେଳେ ଅଧିକ ତଦନ୍ତ କରୁଛି।

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାଁଙ୍କ ଭଉଣୀଙ୍କ ଉପରକୁ ଅଣ୍ଡାମାଡ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାଁଙ୍କ ଭଉଣୀ ଆଲିମା ଖାନୁମଙ୍କ ଉପରକୁ ଅଣ୍ଡାମାଡ। ପାକିସ୍ତାନ ରାଓଲପିଣ୍ଡିର ଦୁଇ ମହିଳା ଗିରଫ। ତୋଷଖାନା ମାମଲାରେ ଗିରଫ ହୋଇ ଆଦିଆଲା ଜେଲରେ ବନ୍ଦୀ ଥିବା ଇମରାନଙ୍କ ଭଉଣୀ ଜେଲ ବାହାରେ ଏକ ସାମ୍ବାଦିକ ସମ୍ମିଳନୀ କରୁଥିବାବେଳେ ତାଙ୍କ ଉପରେ ଅଣ୍ଡାମାଡ ହୋଇଥିଲା। ଗିରଫ ଦୁଇ ମହିଳା ପାକିସ୍ତାନ ତେହରିକ-ଇ-ଇନସାଫର କର୍ମୀ ବୋଲି ଜଣାଯାଇଛି। ଅଣ୍ଡାମାଡ ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଥିବାବେଳେ ଇମରାନଙ୍କ ପରିବାରକୁ ସୁରକ୍ଷା ଦାବି କରାଯାଇଛି। ସୁରକ୍ଷା ନେଇ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଦାବି ଉଠିଛି। ଅଣ୍ଡାମାଡ଼ ଘଟଣା ପରେ ପିଟିଆଇ ସମର୍ଥକମାନେ ଏହାର ନିନ୍ଦା କରିଛନ୍ତି। ଏପରିକି ଘଟଣା ପଛରେ ପାକ୍ ସେନାମୁଖ୍ୟ ଅସିମ ମୁନୀର ଓ ନୁନ୍ ଲିଗର ହାତ ରହିଛି ବୋଲି ଅଭିଯୋଗ ହୋଇଛି।

ନୂତନ ସ୍କୁଲ ନିର୍ମାଣ ଦାବିରେ ଗେଟ ଆଗରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଧାରଣା

ସ୍କୁଲ ଫାଟକରେ ପଡିଲା ତାଲା । ଗେଟ ଆଗରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଧାରଣା । ନୂତନ ବିଦ୍ୟାଳୟ ନିର୍ମାଣ ନହେବା ପର୍ଯ୍ୟନ୍ତ ଖୋଲିବ ନାହିଁ ସ୍କୁଲ । ଏମିତି ପ୍ରତିବାଦରେ ଧାରଣା ଦେଇଛନ୍ତି ବାସୁଦେବପୁର ବ୍ଲକର କିସ୍ମତ କୃଷ୍ଣପୁର ପଞ୍ଚାୟତର ବହୁମାଘେରୀ ସ୍କୁଲର ଅଭିଭାବକ ଓ ଛାତ୍ରଛାତ୍ରୀ। ଗତକାଲି ବିଦ୍ୟାଳୟରେ ସ୍କୁଲ ଛାତରୁ ପ୍ଲାଷ୍ଟର ଖସି ୩ ଜଣ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲୋ। ଗ୍ରାମବାସୀଙ୍କ ପକ୍ଷରୁ BDO, BEO, ଓ ଜିଲ୍ଲାପାଳଙ୍କୁ ଦେଖାକରି ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ । ଗତକାଲି ଠାରୁ ଘଟଣା ଘଟିଥିଲେ ମଧ୍ଯ ଏପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି । ଉତ୍ତୋକ୍ତ ଗ୍ରାମବାସୀ ଫାଟକ ଅଗରେ ସକାଳ ଠାରୁ ଧାରଣା ବସି ରହିଛନ୍ତି । ନୂଆ ଘର ତିଆରି ନହେବା ଧାରଣା ହଟିବ ନାହିଁ ବୋଲି କହିଛନ୍ତି ଅବିଭାବକ ।

ନୂଆ ବ୍ଲକ ଗଠନ ପାଇଁ ଦାବି: ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ

ସରକାରଙ୍କ ପକ୍ଷରୁ ନୂତନ ବ୍ଲକ, ପଂଚାୟତ ଓ ନିର୍ବାଚନ ମଣ୍ଡଳୀ ସଂମ୍ପ୍ରସାରଣ ପାଇଁ ପ୍ରକିୟା ଆରମ୍ଭ ନେଇ ଘୋଷଣା ପରେ ଏବେ ଦେଖା ଦେଲାଣି ବିବାଦ  । ଗୋଟିଏ ବ୍ଲକକୁ 2ରୁ ଅଧିକ ବ୍ଲକ ଗଠନ ପାଇଁ ଦାବି ଜୋରଦାର ହୋଇଛି । ବାଲେଶ୍ୱର ଖଇରା ବ୍ଲକ 37ଗୋଟି ପଂଚାୟତକୁ ନେଇ ଗଠିତ । ବଡ଼ ବ୍ଲକ ହୋଇଥିବା ବେଳେ ସରକାରଙ୍କ ଘୋଷଣାକୁ ଆଖି ଆଗରେ ରଖି ଖଇରା ବ୍ଲକର ଅନ୍ତରା ପଂଚାୟତକୁ ବ୍ଲକ କରିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଥିଲେ।ଏବେ ଖଇରା ବ୍ଲକ ଡୁଙ୍ଗୁରା ପଂଚାୟତ ଠାରେ 10ଗୋଟି ପଂଚାୟତର ସରପଞ୍ଚ, ସମିତି ସଭ୍ୟ ଓ ଅନ୍ୟ ସଦସ୍ୟମାନେ ଡୁଙ୍ଗୁରା ପଞ୍ଚାୟତକୁ ନୂତନ ବ୍ଲକ କରିବାକୁ ଦାବି ଜୋରଦାର କରିଛନ୍ତି  । ଯଦି ଦାବି ପୂରଣ ନହୁଏ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତିl ବ୍ଲକ ଗଠନ ସମସ୍ତ ସୁବିଧା ଡୁଙ୍ଗୁରା ପଂଚାୟତରେ ଥିବାବେଳେ ଡୁଙ୍ଗୁରା ପଞ୍ଚାୟତକୁ ନୂତନ ବ୍ଲକ ଗଠନ ନେଇ ଅଂଚଳବାସୀ କହିଛନ୍ତି  ।

ଭୁଶୁଡ଼ିଲା କୋଠା: ୨ ମୃତ, ୭ ଆହତ

ରାଜସ୍ଥାନ ଜୟପୁରରେ ଭୁଶୁଡ଼ିଲା କୋଠା। ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଆହତ ହୋଇଛନ୍ତି ୭ ଜଣ। ଜୟପୁରର ସୁଭାଷ ଛକରେ ଘଟିଛି ଅଘଟଣ। କ୍ରମାଗତ ବର୍ଷା ଯୋଗୁ ଏହି ଅଘଟଣ ଘଟିଛି। ଏଡିସିପି ଉତ୍ତର ଦୁର୍ଗସିଂ ରାଜପୁରୋହିତ କହିଛନ୍ତି- କୋଠାଟି ଭୁଶୁଡିବାବେଳେ ଘର ଭିତରେ ଥିଲେ ୧୯ଜଣ। ୨ ଜଣ ପ୍ରାଣ ହରାଇଥିବାବେଳେ ୭ ଆହତ ହୋଇଛନ୍ତି। ଅନ୍ଯମାନେ ବର୍ତ୍ତି ଯାଇଛନ୍ତି। ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଞ୍ଚି ବିପନ୍ନଙ୍କୁ ଉଦ୍ଧାର କରିଥିଲେ। ଗତ ୩ ଦିନ ଧରି ରାଜସ୍ଥାନରେ କ୍ରମାଗତ ବର୍ଷା ଜାରି ରହିଛି। ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଯୋଗୁ ଜନଜୀବନ ପ୍ରଭାବିତ ହୋଇଛି। ସେପଟେ ରାଜ୍ୟରେ ଆସନ୍ତା ୨ ଦିନ ଆହୁରି ଅଧିକ ବର୍ଷା ହେବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ।

ଭାରତ, ରୁଷ, ଚୀନ୍ ସମେତ ଅନେକ ଦେଶ ସାହାର୍ଯ୍ୟର ହାତ ବଢାଇଛନ୍ତି, କିନ୍ତୁ ଆମେରିକା କାହିଁକି ଦେଲା ପଛଘୁଞ୍ଚା ?

ନନ୍ଦିଘୋଷ ବ୍ୟୁରୋ: ଆଫଗାନିସ୍ତାନରେ ହୋଇଥିବା ଭୟଙ୍କର ଭୂମିକମ୍ପରେ ହଜାର ହଜାର ଲୋକଙ୍କର ଜୀବନ ଯାଇଛି ଏବଂ ଲକ୍ଷ ଲକ୍ଷ ଲୋକ ବାସହୀନ ହୋଇଛନ୍ତି। ସରକାରୀ ସଂଖ୍ୟା ଅନୁଯାୟୀ, ଏପର୍ଯ୍ୟନ୍ତ ୨୨୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଛି, ଯେତେବେଳେ ହଜାର ହଜାର ଲୋକ ବାସହୀନ ହୋଇଛନ୍ତି। ତାଲିବାନ କ୍ଷମତାକୁ ଆସିବା ପରେ ଏହି ବିପର୍ଯ୍ୟୟ ୨୦୨୧ ମସିହାରେ ତୃତୀୟ ବଡ଼ ଭୂମିକମ୍ପ।

ଏହି ଦୁଃଖଦ ଘଟଣା ପରେ ଭାରତ, ରୁଷ, ଚୀନ୍, ତୁର୍କମେନିସ୍ତାନ ସମେତ ଅନେକ ଦେଶ ସାହାଯ୍ୟ ପଠାଇଥିଲେ, ଯେତେବେଳେ ବିଶ୍ୱର ସବୁଠାରୁ ବଡ଼ ଶକ୍ତି ଭାବରେ ବିବେଚିତ ଆମେରିକାର ମତ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପ୍ରଶ୍ନ ଉଠାଯାଉଛି ଯେ ଯେତେବେଳେ ସମଗ୍ର ବିଶ୍ୱ ଆଫଗାନିସ୍ତାନର କ୍ଷତକୁ ସୁସ୍ଥ କରିବା ପାଇଁ ଆଗକୁ ଆସିଥିଲା, ସେତେବେଳେ ଆମେରିକା କାହିଁକି ଚୁପ୍?

ଭାରତ, ରୁଷ, ଚୀନ୍ ସମେତ ଅନେକ ଦେଶ  ସାହାର୍ଯ୍ୟର ହାତ ବଢାଇଛନ୍ତି:

ବିପର୍ଯ୍ୟୟ ପରେ, ଭାରତ ତୁରନ୍ତ ରିଲିଫ୍ ସାମଗ୍ରୀ ଏବଂ ଔଷଧ ପଠାଇଥିଲା। ରୁଷ, ଚୀନ୍, ତୁର୍କୀ, ପାକିସ୍ତାନ, ଇରାନ, ଦକ୍ଷିଣ କୋରିଆ, ବ୍ରିଟେନ୍ ଏବଂ ଅଷ୍ଟ୍ରେଲିଆ ଭଳି ଦେଶ ମଧ୍ୟ ଆଫଗାନିସ୍ତାନକୁ ସିଧାସଳଖ ସହାୟତା ପ୍ରଦାନ କରିଛନ୍ତି। ମିଳିତ ଜାତିସଂଘ ମଧ୍ୟ ବିଶ୍ୱ ସମ୍ପ୍ରଦାୟକୁ ପାଣ୍ଠି ବୃଦ୍ଧି କରିବାକୁ ନିବେଦନ କରିଛି। ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମ (UNDP) ପ୍ରତିନିଧି ଷ୍ଟିଫେନ୍ ରୋଡ୍ରିଗେଜ କହିଛନ୍ତି ଯେ ଆମେ ନିଶ୍ଚିତ ଭାବରେ ଟଙ୍କା, ସାମଗ୍ରୀ ଏବଂ ସେବା ଆକାରରେ କିଛି ସାହାଯ୍ୟ ପାଇଛୁ, କିନ୍ତୁ ଆବଶ୍ୟକତା ବହୁତ ଅଧିକ। ଭିତ୍ତିଭୂମି ଏବଂ ନିଯୁକ୍ତି ଖରାପ ଭାବରେ ନଷ୍ଟ ହୋଇଯାଇଛି।

ଆମେରିକାର ନୀରବତା ଉପରେ ଉଠିଛି ପ୍ରଶ୍ନ :

ସହାୟକ ଦେଶ ତାଲିକାରେ ଆମେରିକାର ନାମ ଏପର୍ଯ୍ୟନ୍ତ ନାହିଁ। ୱାଶିଂଟନ୍ କୌଣସି ରିଲିଫ୍ ସାମଗ୍ରୀ ପଠାଇ ନାହିଁ କିମ୍ବା କୌଣସି ଆର୍ଥିକ ସହାୟତା ଘୋଷଣା କରିନାହିଁ। ରଏଟର୍ସର ଏକ ରିପୋର୍ଟ ଅନୁଯାୟୀ, ଯେତେବେଳେ ଆମେରିକାର ବୈଦେଶିକ ବିଭାଗକୁ ପଚରାଗଲା ଯେ ଆମେରିକା ଜରୁରୀକାଳୀନ ସହାୟତା ପ୍ରଦାନ କରିବ କି ନାହିଁ, ସେମାନଙ୍କର ଉତ୍ତର ଥିଲା ଯେ ବର୍ତ୍ତମାନ ଆମ ପାଖରେ ଘୋଷଣା କରିବା ପାଇଁ କିଛି ନାହିଁ। ପୂର୍ବତନ ଆମେରିକୀୟ ଅଧିକାରୀ ଏବଂ ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ନୀରବତା ବିଶ୍ୱ ବିପର୍ଯ୍ୟୟ ସହାୟତା ନେତା ଭାବରେ ଆମେରିକାର ଦଶନ୍ଧି ପୁରୁଣା ଭୂମିକା ଉପରେ ପ୍ରଶ୍ନ ଉଠାଇଛି।

ଆମେରିକା କାହିଁକି ସାହାଯ୍ୟ ଯୋଗାଇ ପାରିଲା ନାହିଁ

ପ୍ରକୃତରେ, ଏପ୍ରିଲରେ, ଟ୍ରମ୍ପ ପ୍ରଶାସନ ଆଫଗାନିସ୍ତାନ ପାଇଁ ପ୍ରାୟ $୫୬୨ ନିୟୁତ ମୂଲ୍ୟର ସହାୟତା ବନ୍ଦ କରିଦେଇଥିଲା। କାରଣ ଦର୍ଶାଯାଇଥିଲା ଯେ ଆମେରିକୀୟ ପାଣ୍ଠି ଗ୍ରହଣ କରୁଥିବା ମାନବିକ ସଂଗଠନଗୁଡ଼ିକ ତାଲିବାନକୁ ଟିକସ ଏବଂ ଫି ଭାବରେ ପ୍ରାୟ $୧୦.୯ ନିୟୁତ ପ୍ରଦାନ କରିଥିଲେ। ଏହି ନୀତି ଯୋଗୁଁ, ଆନ୍ତର୍ଜାତୀୟ ଉଦ୍ଧାର କମିଟି (IRC) ଦ୍ୱାରା ଦାବି କରାଯାଇଥିବା ଆମେରିକୀୟ ପାଣ୍ଠିପ୍ରାପ୍ତ ଚିକିତ୍ସା ଉପକରଣ ଆଫଗାନିସ୍ତାନକୁ ପଠାଯାଇପାରିଲା ନାହିଁ। ଏହି ଉପକରଣଗୁଡ଼ିକରେ ଷ୍ଟ୍ରେଚର, ପ୍ରାଥମିକ ଚିକିତ୍ସା କିଟ୍ ଏବଂ ଅତ୍ୟାବଶ୍ୟକ ଚିକିତ୍ସା ସାମଗ୍ରୀ ଅନ୍ତର୍ଭୁକ୍ତ।

ଜାତିସଂଘର ମାନବିକତା ମୁଖ୍ୟ ଟମ୍ ଫ୍ଲେଚର କହିଛନ୍ତି ଯେ ଏହି ସଙ୍କଟ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ କିପରି ହ୍ରାସ ପାଉଥିବା ସମ୍ବଳ ମାନବିକତା କାର୍ଯ୍ୟକୁ ପ୍ରଭାବିତ କରୁଛି। ବିପୁଳ ପାଣ୍ଠି ହ୍ରାସ ସ୍ୱାସ୍ଥ୍ୟ ଏବଂ ପୁଷ୍ଟିକର ସେବାକୁ ପଙ୍ଗୁ କରିଦେଇଛି, ବିମାନ ସେବା ବନ୍ଦ କରିଦେଇଛି ଏବଂ ରିଲିଫ୍ ଏଜେନ୍ସିଗୁଡ଼ିକୁ କାର୍ଯ୍ୟକୁ ହ୍ରାସ କରିବାକୁ ବାଧ୍ୟ କରିଛି।