spot_img
Home Blog Page 4542

ଆଇପିଏଲକୁ ପୁଣି ଫେରିବେ ରୈନା, ଗୁଜୁରାଟ ଟାଇଟନ୍ସ ପକ୍ଷରୁ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ: ଆଇପିଏଲରେ ପୁଣି ଦେଖିବାକୁ ମିଳିପାରେ ସୁରେଶ ରୈନାଙ୍କ ଜଲଓ୍ୱା । ଚଳିତ ଆଇପିଏଲକୁ ପୁଣି ଫେରିବେ ମିଷ୍ଟର ଆଇପିଏଲ । ଗତକାଲି ଆଇପିଏଲରୁ ଇଂଲଣ୍ଡ ଦଳର ଓପନର ବ୍ୟାଟ୍ସମ୍ୟାନ ଜେସନ ରୟ ନିଜ ନାମ ଫେରାଇ ନେବା ପରେ ତାଙ୍କ ସ୍ଥାନରେ ରୈନା ଖେଳି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ରୟଙ୍କୁ ଚଳିତ ଆଇପିଏଲରେ ଦୁଇ କୋଟି ଟଙ୍କାରେ ଗୁଜୁରାଟ ଟାଇଟନ୍ସ କିଣିଥିଲା । କିନ୍ତୁ କଡ଼ା ବାୟୋବବୁଲ କାରଣରୁ ସେ ଆଇପିଏଲ ଖେଳିବେ ନାହିଁ ବୋଲି କହିଛନ୍ତି । ତେବେ ରୟଙ୍କ ପରିବର୍ତ୍ତେ ତାଙ୍କ ସ୍ଥାନରେ ରୈନାଙ୍କୁ ଗୁଜୁରାଟ ଦଳରେ ସୁଯୋଗ ମିଳିପାରେ ବୋଲି ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି ।

ତେବେ ଆଇପିଏଲ ଇତିହାସର ସବୁଠାରୁ ସଫଳତମ ବ୍ୟାଟ୍ସମ୍ୟାନ ସୁରେଶ ରୈନା ପୂର୍ବରୁ ମଧ୍ୟ ଗୁଜୁରାଟ ଟାଇଟନ୍ସର ଅଧିନାୟକତ୍ୱ କରିସାରିଛନ୍ତି । ଫିକ୍ସିଂ ମାମଲାରେ ଯେତେବେଳେ ଦୁଇ ବର୍ଷ ପାଇଁ ରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ଦୁଇ ବର୍ଷ ପାଇଁ ବାସନ୍ଦ ହୋଇଥିଲେ ସେ ସମୟରେ ଦୁଇଟି ନୂଆ ଦଳ ଆସିଥିଲେ । ଏହି ଦୁଇଟି ନୂଆ ଦୂଳ ମଧ୍ୟରୁ ଗୋଟିଏ ଟିମ୍ ରହିଥିଲା ଗୁଜୁରାଟ ଲାୟନ୍ସ । ଯାହା ଅଧିନାୟକତ୍ୱ କରିଥିଲେ ସୁରେଶ ରୈନା । ତେଣୁ ଚଳିତ ସିଜିନରେ ରୟଙ୍କ ସ୍ଥାନରେ ରୈନଙ୍କୁ ନିଜ ଦଳରେ ସାମିଲ କରିପାରେ ଗୁଜୁରାଟ ଟାଇଟନ୍ସ ।

ସୂଚନା ଅନୁସାରେ ସୁରେଶ ରୈନାଙ୍କୁ ଚଳିତ ଆଇପିଏଲ ମେଗା ଅକ୍ସନରେ କେହି କିଣିନଥିଲେ । ଯାହା ଫଳରେ ଆଇପିଏଲ ଇତିହାସରେ ସବୁଠାରୁ ସଫଳତମ ବ୍ୟାଟ୍ସମ୍ୟାନ ଚଳିତ ଆଇପିଏଲରେ ଅନସୋଲ୍ଡ ରହିଥିଲେ । ତେବେ ଯଦି ରୈନାଙ୍କ ଆଇପିଏଲ କ୍ୟାରିୟର କଥା କହିବା ତାହାଲେ ସେ ଆଇପିଏଲ ଇତିହାସରେ ମୋଟ ୨୦୫ ମ୍ୟାଚ ଖେଳି ୫ ହଜାର ୫୨୮ ରନ୍ କରିଛନ୍ତି । ଆଇପିଏଲରେ ସମସ୍ତ ସିଜିନରେ ଦମଦାର ପ୍ରଦର୍ଶନ କରିଆସିଛନ୍ତି ରୈନା । ଯାହା ଫଳରେ ସେ ମିଷ୍ଟର ଆଇପିଏଲ ଭାବରେ ବେଶ୍ ଜଣାଶୁଣା ।

ଯୁଦ୍ଧଗ୍ରସ୍ତ ଦେଶରୁ ବାହାରିବାକୁ ତ୍ରିରଙ୍ଗା ଦେଖାଇଛନ୍ତି ଅନେକ ପାକିସ୍ତାନୀ ଓ ତୁର୍କୀ ଛାତ୍ରଛାତ୍ରୀ

ବୁଖାରେଷ୍ଟ: ୟୁକ୍ରେନରେ ଲଗାତାର ବିସ୍ଫୋରଣ ହେବାରେ ଲାଗିଛି । ଋଷ ସେନାଙ୍କ ଆକ୍ରମଣରେ ଜଣେ ଭାରତୀୟ ନାଗରିକଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଏଭଳି ପରିସ୍ଥିତିରେ ଅନ୍ୟ ଦେଶର ଛାତ୍ରଙ୍କ ପ୍ରାଣ ବଞ୍ଚାଇଛି ତ୍ରିରଙ୍ଗା । ଯେଉଁ କାହାଣୀ ଶୁଣିଲେ ନିଶ୍ଚୟ ଭାରତୀୟ ବୋଲି ଗର୍ବ ଲାଗିବ । କାରଣ ତ୍ରିରଙ୍ଗା ଦେଖାଇ ଅନେକ ପାକିସ୍ଥାନୀ ଓ ତୁର୍କୀ ଛାତ୍ରଛାତ୍ରୀ ଯୁଦ୍ଧଗ୍ରସ୍ତ ଦେଶ ୟୁକ୍ରେନ ବର୍ଡର ପାର କରିଛନ୍ତି । ୟୁକ୍ରେନରୁ ରୋମାନିଆର ବୁଖାରିଷ୍ଟ ସହର ପହଞ୍ଚିଥିବା ଭାରତୀୟ ଛାତ୍ର ଯାହା କହିଛନ୍ତି ସତରେ ତାହା ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିବ । ସେମାନେ କହିଛନ୍ତି ଯେ, ତ୍ରୀରଙ୍ଗା ନା କେବଳ ତାଙ୍କର ବରଂ ତୁର୍କୀ ଓ ପାକିସ୍ତାନୀଙ୍କୁ ଜୀବନ ବଞ୍ଚାଇବାରେ ସାହାଯ୍ୟ କରିଛି ।

ଭାରତ ୟୁକ୍ରେନରେ ଫସିଥିବା ନାଗରିକଙ୍କୁ ନିଜ ଦେଶକୁ ଆଣିବାକୁ ଅପରେସନ ଗଙ୍ଗା ଆରମ୍ଭ କରିଛି । ଏଥିରେ ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ରଙ୍କୁ ବିଶେଷ ବିମାନ ମାଧ୍ୟମରେ ୟୁକ୍ରେନରୁ ସ୍ୱଦେଶ ଆଣାଯାଉଛି । ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ଏବଂ ଇଣ୍ଡିଗୋ ବିମାନ ଯୋଗେ ଛାତ୍ରଛାତ୍ରୀଙ୍କୁ ୟୁକ୍ରେନରୁ ପଡ଼ୋଶୀ ଦେଶକୁ ଭାରତକୁ ଅଣାଯାଉଛି । ଦକ୍ଷିଣ ୟୁକ୍ରେନର ଓଡ଼େଶାରୁ ଆସିଥିବା ଜଣେ ଛାତ୍ର କହିଛନ୍ତି ଯେ, ୟୁକ୍ରେନରେ ଆମକୁ କୁହାଯାଇଥିଲା ଯେ, ଭାରତୀୟ ହେବା କିମ୍ବା ତ୍ରିରଙ୍ଗା ଦେଖାଇବା ଦ୍ୱାର ଆମକୁ କୌଣସି ସମସ୍ୟା ହେବ ନାହିଁ  । ଏହାପରେ ଆରମ୍ଭ ହୋଇଯାଇଥିଲା ତ୍ରୀରଙ୍ଗା ତିଆରି । କିଭଳି ସେମାନେ ବଜାରକୁ ଯାଇ କଲର ସ୍ପ୍ରେ ଏବଂ କପଡ଼ା କିଣିଥିଲେ ଆଉ ସେଥିରେ ତିଆରି କରିଥିଲେ ଭାରତର ଜାତୀୟ ପତାକା ତ୍ରିରଙ୍ଗା ।

ଭାରତୀୟ ଛାତ୍ରମାନେ କହିଛନ୍ତି ଯେ, କିଭଳି ତୁର୍କି ଏବଂ ପାକିସ୍ତାନୀ ଛାତ୍ରମାନେ ଭାରତୀୟ ତ୍ରୀରଙ୍ଗା ଦେଖାଇ ଚେକପୋଷ୍ଟ ପାର କରିଥିଲେ । ଓଡେଶାରୁ ଆସିଥିବା ଏହି ଛାତ୍ରଛାତ୍ରୀମାନେ ମୋଲ୍ଡୋବାରୁ ରୋମାନିୟା ପହଞ୍ଚିଥିଲେ । ତେବେ ଛାତ୍ରମାନେ ଏହା ମଧ୍ୟ କହିଛନ୍ତି ଯେ, ମୋଲ୍ଡୋବାର ବାସିନ୍ଦା ବହୁତ ଭଲ ସେମାନେ ଆମକୁ ବିନାମୂଲ୍ୟରେ ରହିବାକୁ ଦେବା ସହ ଆମକୁ ରୋମାନିଆ ପହଞ୍ଚିବାରେ ସାହାଯ୍ୟ କରିଛନ୍ତି । ତେବେ ଭାରତୀୟ ଦୂତାବାସର ବ୍ୟବସ୍ଥା ପାଇଁ ଆମକୁ ବେଶି ସମସ୍ୟା ହୋଇନାହିଁ କାରଣ ସେମାନେ ପୂର୍ବରୁ ହିଁ ସବୁପ୍ରକାର ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଭାରତୀୟ ଛାତ୍ର ।

ଏହାସହ ଛାତ୍ରଛାତ୍ରୀମାନେ ଭାରତୀୟ ଦୂତାବାସର କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । କାରଣ ସେମାନେ ଏହି ଛାତ୍ରଛାତ୍ରୀଙ୍କ ଖାଇବାଠାରୁ ଆରମ୍ଭ କରି ରହିବା ପର୍ଯ୍ୟନ୍ତ ସବୁ ପ୍ରକାର ବ୍ୟବସ୍ଥା କରିଥିଲେ ।  ଏହାସହ ରେଜିଷ୍ଟ୍ରେସନ କରାଯାଇ କେବେ ସ୍ୱଦେଶ ଫେରିବେ ତାହା ଫାଇନାଲ  କରିଥିଲେ ।

ରାଜଧାନୀରୁ ଜବତ ହେଲା ୭ ଲକ୍ଷ ଟଙ୍କାର ନକଲି ନୋଟ୍‌

ଭୁବନେଶ୍ୱର: ରାଜଧାନୀରୁ ଜବତ ହେଲା ପୁଳା ପୁଳା ନକଲି ନୋଟ୍ । ଭୁବନେଶ୍ୱରରୁ ୭ ଲକ୍ଷର ନକଲି ନୋଟ୍ ଜବତ ହୋଇଛି । ନକଲି ନୋଟ୍ ଜବତ କରିଛି ଖାରବେଳ ନଗର ଥାନା ପୋଲିସ୍ । ଏହି ଜାଲ ନୋଟ୍ ଜବତ ସହ ୨ ଜଣଙ୍କୁ ଗିରଫ କରିଛି ପୋଲିସ୍ । ଏହା ସହ ୭ ଲକ୍ଷର ୨୦୦ ଟଙ୍କିଆ ନକଲି ନୋଟ ସହ ପ୍ରିଣ୍ଟି ମେସିନ ଜବତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ଏନେଇ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଜାଲ୍‌ ନୋଟ କାରବାର ନେଇ ପୋଲିସ ପାଖକୁ ଏକ ବିଶେଷ ସୂତ୍ରରେ ସୂଚନା ମିଳିଥିଲା । ମିଳିଥିବା ସୂଚନା ଆଧାରରେ ଖାରବେଳନଗର ଥାନା ପୋଲିସ ଉକ୍ତ ଅଞ୍ଚଳରେ ଚଢ଼ାଉ ଆରମ୍ଭ କରିଥିଲେ । ଏହି ଚଢାଉରେ ୨୦୦ ଟଙ୍କିଆ ନକଲି ନୋଟ ଜବତ କରିଛି ପୋଲିସ । ତେବେ ଜବତ ହୋଇଥିବା ଟଙ୍କା ପ୍ରାୟ ୭ ଲକ୍ଷ ହେବ ବୋଲି ପୋଲିସ କହିଛି । ଏହା ସହିତ ନକଲି ନୋଟ କାରବାର ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ ।

ରାଜଧାନୀରୁ ୧୨ କୋଟିର ସୁନା ଜବତ, ମୁମ୍ବାଇରୁ ଭୁବନେଶ୍ୱର ଆସୁଥିଲା ୩୨ କେଜି ସୁନା

ଭୁବନେଶ୍ୱର: ରାଜଧାନୀରେ ଜବତ ହେଲା ସୁନା । ରାଜଧାନୀରୁ ୧୨ କୋଟିର ସୁନାକୁ ଜବତ କରିଛି ଜିଆରପି । ମୁମ୍ବାଇ-କୋଣାର୍କ ଏକ୍ସପ୍ରେସରେ ୩୨ କେଜିରୁ ଅଧିକ ସୁନା ଆସିଥିବା ସୂଚନା ମିଳିଛି । ଜିଆରପି ୩୨ କେଜିର ସୁନା ଜବତ କରିବା ସହ ୪ ଜଣଙ୍କୁ ଅଟକ ରଖିଛି ଜିଆରପି । ଏହି ସୁନା ମୁମ୍ବାଇରୁ ଭୁବନେଶ୍ୱର ଆସୁଥିଲା । କୋଣାର୍କ ଏକ୍ସପ୍ରେସରେ ସମ୍ପୃକ୍ତ ଚାରି ଜଣ ଅଭିଯୁକ୍ତ ଭୁବନେଶ୍ବର ଆସିଥିଲେ । ଅଟକ ଥିବା ୪ ଜଣ ୪ଟି ବ୍ୟାଗରେ ସୁନା ଭର୍ତ୍ତି କରି ଆଣିଥିଲେ । ପ୍ରତି ବ୍ୟାଗରେ ୮ କେଜି ଲେଖାଏଁ ସୁନା ପ୍ୟାକ୍ ହୋଇଥିଲା । ସୁନାଗୁଡିକ ଜବତ କରିବା ପରେ ୪ ଅଭିଯୁକ୍ତଙ୍କୁ ଅଟକ ରଖିଛି ଜିଆରପି । ତେବେ ଏହି ଘଟଣାରେ ଇନକମ୍ ଟ୍ୟାକ୍ସ ଓ ଜିଏସଟିର ମିଳିତ ଭାବରେ ଛାନଭିନ ଜାରି ରଖିଛି ।

୫ବର୍ଷ ପରେ ବଡ଼ ପରାଦାରେ ଶାହରୁଖଙ୍କ ଏଣ୍ଟ୍ରି, ଜାଣନ୍ତୁ କେବେ ରିଲିଜ ହେବ ଫିଲ୍ମ ‘ପଠାନ୍’ ?

ମୁମ୍ବାଇ: କିଙ୍ଗଖାନଙ୍କ ହେବାକୁଯାଉଛି ଜବରଦସ୍ତ ଏଣ୍ଟ୍ରି । ଦୀର୍ଘ ୫ ବର୍ଷ ବ୍ୟବଧାନ ପରେ ବଡ଼ ପରଦାରେ ନଜର ଆସିବେ ବଲିଉଡ଼ର ବାଦଶାହ । ଫିଲ୍ମ ପଠାନକୁ ନେଇ ଚାଲିଥିବା ଚର୍ଚ୍ଚାରେ ଏବେ ଲାଗିପାରେ ପୂର୍ଣ୍ଣଚ୍ଛେଦ । ଶାହାରୁଖ ଏନେଇ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ଏକ ଟିଜର ସେୟାର କରିଛନ୍ତି । ଏଥିରେ ସେ ଫିଲ୍ମର ରିଲିଜ ଡେଟ ମଧ୍ୟ ଘୋଷଣା କରିଛନ୍ତି । ଆସନ୍ତା ବର୍ଷ ୨୫ ଜାନୁୟାରୀରେ ରିଲିଜ ହେବାକୁ ଯାଉଛି ସାହରୁଖଙ୍କ ଫିଲ୍ମ ପଠାନ ।

https://twitter.com/iamsrk/status/1498901170399879170

ତେବେ ଏହାକୁ ନେଇ ଶାହରୁଖ ସୋସିଆଲ ମିଡ଼ିଆରେ ଲେଖିଛନ୍ତି ଯେ, ରିଲିଜ ଡେଟ୍ ବିଳମ୍ବ ଅଛି କିନ୍ତୁ ଆପଣ ଏହି ଡେଟ୍ କୁ ମନେ ରଖନ୍ତୁ । ପଠାନ’ର ସମୟ ଆରମ୍ଭ ହୋଇଯାଇଛି । ୨୦୨୩ ଜାନୁୟାରୀ ୨୫ରେ ଆପଣଙ୍କ ସହ ଭେଟ ହେବ । କେବଳ ସେତିକି ନୁହେଁ ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ତାଙ୍କର ଏହି ଫିଲ୍ମ କେବଳ ହିନ୍ଦି ନୁହେଁ ତାମିଲି ଏବଂ ତେଲେଗୁ ଭାଷାରେ ମଧ୍ୟ ରିଲିଜ ହେବ ।

ଟିଜରରେ ଶାହରୁଖଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି । ଟିଜରଟିର ଆରମ୍ଭରୁ ଜନ୍ ଇବ୍ରାହିମ ଓ ଦିପିକାଙ୍କ ଏଣ୍ଟ୍ରି ସହ ସାହରୁଖଙ୍କ ଲୁକ୍ କୁ ଦେଖାଯାଉଛି । ଯଦିଓ ଭିଡିଓଟିରେ ଶାହରୁଖଙ୍କ ଲୁକ୍ ସ୍ପଷ୍ଟ ଦେଖାଯାଇ ନାହିଁ ତଥାପି ଭିଡିଓଟି ରିଲିଜ ହେବାର କମ ସମୟ ମଧ୍ୟରେ ଏହାକୁ ଖୁବ୍ ପସନ୍ଦ କରିଛନ୍ତି ତାଙ୍କ ପ୍ରସଂଶକ ।

ଏପ୍ରିଲରେ ହେବ ଜେଇଇ ମେନ୍, ଚଳିତ ବର୍ଷ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ପରୀକ୍ଷା

ନୂଆଦିଲ୍ଲୀ: ଏପ୍ରିଲ ମାସରେ ହେବ ଜେଇଇ ମେନ । ଚଳିତ ବର୍ଷ ୪ଟି ପର୍ଯ୍ୟାୟ ବଦଳରେ ଦୁଇଟି ପର୍ଯ୍ୟାୟରେ ପରୀକ୍ଷା ଅନୁଷ୍ଠିତ ହେବା । ଗତବର୍ଷ ଜେଇଇ ମେନ୍ ପରୀକ୍ଷା ଚାରୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା ।  ଗତ ବର୍ଷ ଫେବ୍ରୁବରୀ, ମାର୍ଚ୍ଚ, ଏପ୍ରିଲ ଏବଂ ଅଗଷ୍ଟ-ସେପ୍ଟେମ୍ବର ମାସରେ ଅନୁଷ୍ଠିତ ହୋଇଥିଲା । କିନ୍ତୁ ଚଳିତ ଥର ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ଜେଇଇ ମେନ୍ ପରୀକ୍ଷା । ଏପ୍ରିଲ ୧୬ରୁ ୨୧ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ହେବାକୁ ଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା ମେ’ ୨୪ରୁ ୨୯ ତାରିଖ ପର୍ଯ୍ୟନ୍ତ ହେବ ।

ଚଳିତ ବର୍ଷ ଜେଇଇ ମେନ୍ ପରୀକ୍ଷା ପାଇଁ ମାର୍ଚ୍ଚ ୧ରୁ ୩୧ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଛାତ୍ରଛାତ୍ରୀମାନେ ଅଫିସିଆଲ ଓ୍ୱେବସାଇଟ ’jeemain.nta.nic.in’ ରେ ଆବେଦନ କରିପାରିବେ । ଦୁଇଟି ସିଟିଂରେ ଅନୁଷ୍ଠିତ ହେବ ଜେଇଇ ମେନ୍ ପରୀକ୍ଷା । ପ୍ରଥମ ସିଟିଂ ସକାଳ ୯ରୁ ୧୨ ପର୍ଯ୍ୟନ୍ତ ହେବାକୁ ଥିବାବେଳେ ଦ୍ୱିତୀୟ ସିଟିଂ ଅପରାହ୍ନ ୩ ଟାରୁ ୬ ଟା ପର୍ଯ୍ୟନ୍ତ ହେବ ବୋଲି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ନୋଟିସ ଜାରି ହୋଇଛି ।

 

ୟୁକ୍ରେନର ହସ୍ପିଟାଲରେ ଋଷ ସେନାର ଆକ୍ରମଣ

ନୂଆଦିଲ୍ଲୀ: ଘମାଘଟ ଚାଲିଛି ଋଷ ୟୁକ୍ରେନ ଯୁଦ୍ଧ । ଆଜି ଯୁଦ୍ଧର ସପ୍ତମ ଦିନରେ ଥମିନି ବିସ୍ଫୋରଣ । କିଭକୁ କବଜା କରିବାକୁ ମାଡ଼ିଚାଲିଛନ୍ତି ଋଷ ସେନା । ଏହାସହ ୟୁକ୍ରେନ ବଡ଼ ବଡ଼ ସହର ଉପରେ ମଧ୍ୟ ଚାଲିଛି ଧ୍ୱଂସ ଲୀଳା । ଗୋଟାଏ ଦିନ ବୋମା ବିସ୍ଫୋରଣ ହେବା ପରେ ଆଜି ପୂର୍ବାଞ୍ଚଳ ୟୁକ୍ରେନୀୟ ନଗରୀ ଖାର୍‌କିଭ୍‌ରେ ରୁଷ୍‌ ଲଢୁଆ ବିମାନରୁ ପାରାସୁଟ୍‌ ଯୋଗେ ଅବତରଣ କରି ସ୍ଥାନୀୟ ଡାକ୍ତରଖାନାରେ ଆକ୍ରମଣ କରିଛନ୍ତି।

ୟୁକ୍ରେନୀୟ ସେନା କହିଛି, ଆକାଶମାର୍ଗରେ ଆସିଥିବା ରୁଷୀୟ ସୈନ୍ୟମାନେ ଖାର୍‌କିଭ୍‌ରେ ଅବତରଣ କରି ଗୋଟାଏ ଆଞ୍ଚଳିକ ଡାକ୍ତରଖାନା ଉପରେ ଆକ୍ରମଣ କରିଛି । ସେମାନଙ୍କ ସହ ୟୁକ୍ରେନ୍‌ ସୈନିକମାନେ ଏବେ ବି ଲଢେଇ ଜାରି ରଖିଛନ୍ତି ।

ସେହିପରି ମଙ୍ଗଳବାର ଦିନ ଋଷ ବଲିଷ୍ଟିକ ମିସାଇଲ ସାହାଯ୍ୟରେ ୟୁକ୍ରେନର ସେନା ମୁଖ୍ୟାଳୟ ଉପରେ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ସେନା ମୁଖ୍ୟାଳୟ ଧୂଳିସାତ୍ ହେବାସହ ଆଖପାଖ ବିଲ୍ଡିଂ  ଓ ଜାନବାହନ ସବୁ ଜଳି ଯାଇଥିଲା । ୟୁକ୍ରେନର ବିଦେଶ ମନ୍ତ୍ରଣାଳୟ ତରଫରୁ ମଧ୍ୟ ଅନ୍ୟ ସହର ଉପରେ ମିସାଇଲ ଆକ୍ରମଣ କରାଯାଇଥିବା ସ୍ପଷ୍ଟ ହୋଇଛି ।

ଖାରକିଭରେ ଭୟଙ୍କର ଆକ୍ରମଣ କରୁଛି ଋଷ, ଆକ୍ରମଣରେ ୧୦ ମୃତ୍ୟୁ ଓ ୩୫ ଆହତ

କିଭ୍: ୟୁକ୍ରେନର ଦ୍ୱିତୀୟ ବୃହତ୍ତମ ସହର ଖାରକିଭରେ ଋଷର ସାମରିକ ଅପରେସନ ଜାରି ରହିଛି । ରକେଟ ଓ ଗୋଳାମାଡ ଯୋଗୁ ସହରର ବ୍ୟାପକ କ୍ଷତି ଘଟିଛି । ଋଷ କରିଥିବା ଗୋଳାମାଡରେ ୧୦ ଜଣଙ୍କ ମୃତ୍ୟୁ ହେବା ସହ ୩୫ ଲୋକ ଆହତ ହୋଇଛନ୍ତି ବୋଲି ୟୁକ୍ରେନ ପକ୍ଷରୁ କୁହାଯାଇଛି । ସେପଟେ ପାଶ୍ଚାତ୍ୟ ରାଷ୍ଟ୍ରର ଜଣେ ଗୁଇନ୍ଦା ଅଫିସରଙ୍କ ସୂଚନା ଅନୁସାରେ, ୫ ହଜାରରୁ ଅଧିକ ଋଷୀୟ ସୈନ୍ୟ ଯୁଦ୍ଧବନ୍ଦୀ ହୋଇଛନ୍ତି କିମ୍ବା ପ୍ରାଣ ହରାଇଛନ୍ତି ବୋଲି କହିଛନ୍ତି । ୟୁକ୍ରେନ ସୈନ୍ୟ ଋଷର ଅନେକ ଯୁଦ୍ଧ ବିମାନ, ଏୟାର ଡିଫେନ୍ସ ସିଷ୍ଟମ ଓ ଟ୍ୟାଙ୍କକୁ ଉଡ଼ାଇ ଦେଇଛନ୍ତି । ଗତ ୪୮ ଘଣ୍ଟା ଧରି କିଭର ଉତ୍ତରାଞ୍ଚଳ, ଖାରକିଭର ପୂର୍ବାଞ୍ଚଳ ଓ ଚେର୍ନିହିବର ଦକ୍ଷିଣାଞ୍ଚଳରେ ଭୀଷଣ ଆକ୍ରମଣ ଜାରି ରହିଛି ବୋଲି ସେ ସୂଚନା ଦେଇଛନ୍ତି ।

ସେପଟେ ୟୁକ୍ରେନ ବିରୋଧରେ ଜାରି ରହିଥିବା ଏହି ଆକ୍ରମଣ ଏକ ଯୁଦ୍ଧ ଅପରାଧ ବୋଲି କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ଅନ୍ୟପକ୍ଷରେ ରାଜଧାନୀ କିଭରେ ଟିଭି ଟାଓ୍ୱାରକୁ ଉଡ଼ାଇ ଦେଇଛନ୍ତି ଋଷ ସୈନ୍ୟ । ଫଳରେ ଦେଶରେ ଟିଭି ଚ୍ୟାନେଲ ବନ୍ଦ ହୋଇଯିବା ଆଶଙ୍କା ଦେଖାଯାଇଛି । ୟୁକ୍ରେନର ଦକ୍ଷିଣ ଦିଗକୁ ଅଧିକ ସୈନ୍ୟ ପଠାଇବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ବେଲାଋଷ ରାଷ୍ଟ୍ରପତି ଆଲେକଜାଣ୍ଡାର ଲୁକକାସେଙ୍କୋ । ତେବେ ଯୁଦ୍ଧରେ ଏହି ସୈନ୍ୟବାହିନୀ ସାମିଲ ହେବେ ନାହିଁ ବୋଲି ସେ କହିଛନ୍ତି । ବେଲାଋଷ ଦକ୍ଷିଣାଞ୍ଚଳର ସୁରକ୍ଷା ଲାଗି ସେ ୫ଟି ସେନା ଟିମ୍ ପଠାଇଛନ୍ତି । ଏହି ଟିମରେ ରହିଛି ଅନେକ ଯୁଦ୍ଧାସ୍ତ୍ର ଓ ଟ୍ୟାଙ୍କ । ଏହାସହ ହେଲିକପ୍ଟର ଓ ଯୁଦ୍ଧବିମାନକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି । ସେପଟେ ୟୁକ୍ରେନକୁ ୩ ବିଲିୟନ ଡଲାର ସହାୟତା ଦେବାକୁ ଘୋଷଣା କରିଛି ବିଶ୍ବବ୍ୟାଙ୍କ । ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟ ଓ ଶିକ୍ଷା ସେବା ଲାଗି ୨୦୦  ନିୟୁତ ଡଲାରର ସହାୟତା ଦିଆଯିବ ବୋଲି କହିଛନ୍ତି ବିଶ୍ବବ୍ୟାଙ୍କ ସଭାପତି ଡାଭିଡ ମାଲପାସ୍ ।  ଗ୍ରୁପ-୭ ରାଷ୍ଟ୍ରଗୋଷ୍ଠୀ ମଧ୍ୟ ସହାୟତା ଲାଗି ଆଗେଇ ଆସିଛନ୍ତି ।

ପରମାଣୁ ବୋମା ପଡ଼ିଲେ କଣ ହେବ ? ସତରେ କଣ ୧୮ହଜାର ବର୍ଷ ପଛକୁ ଚାଲିଯିବ ପୃଥିବୀ

ନୂଆଦିଲ୍ଲୀ: ପରମାଣୁ ବୋମା ନାଁ ଶୁଣିବା ମାତ୍ରେ ଏକ ପ୍ରକାର ଭୟ ଲାଗିଥାଏ । ଭାବିଲେ ଯଦି ସକାଳୁ ଏକ ଜୋର ଆବାଜ ସହ ଏମିତି ଏକ ପରମାଣୁ ବୋମା ପଡ଼େ ତାହାଲେ କଣ ହେବ ? କିଛି ବୁଝିବା ଆଗରୁ କ୍ଷଣକେ କେତେ ଲୋକଙ୍କ ଜୀବନ ଚାଲିଯିବ । ପ୍ରଚଣ୍ଡ ଶବ୍ଦ ପରେ ସବୁ ନିସ୍ତବ୍ଦ ହୋଇଯିବ । ଆଉ ଲୋକମାନେ ବସି ରହିଥିବା ସମୟରେ ଚର୍ମ ଜଳି ତଳେ ପଡ଼ିବା ଆରମ୍ଭ ହେବ । ଆଉ କିଛି ସମୟ ପରେ କାନ୍ଦ ବୋବାଳିରେ ଅଞ୍ଚଳ ଫାଟିପଡ଼ିବ । ଠିକ୍ ଏମିତି ହୋଇଥିଲା ଅଗଷ୍ଟ ୧୯୪୫ରେ । ଯେତେବେଳେ ବିଶ୍ୱଯୁଦ୍ଧ ସମୟରେ ଆମେରିକା, ଜାପାନର ହିରୋସିମା ଓ ନାଗାସାକି ଉପରେ ପରମାଣୁ ଆକ୍ରମଣ କରିଥିଲା। ଏହି ଆକ୍ରମଣ ଏତେ ଶକ୍ତିଶାଳୀ ଥିଲା ଯେ କିଛି ମିନିଟ୍ ମଧ୍ୟରେ ହଜାର ହଜାର ଲୋକଙ୍କର ମୃତ୍ୟୁ ହୋଇଯାଥିଲା । ଏହାର ବର୍ଷ ବର୍ଷ ଧରି ଲୋକମାନେ ମରିବାକୁ ଲାଗିଲେ ।

ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ପରମାଣୁ ଯୁଦ୍ଧର ଆଶଙ୍କା ପୁଣି ବଢିଛି । ଯଦିଓ ଯୁଦ୍ଧ ପ୍ରାୟ ଏକ ମୋଡ଼ରେ ପହଞ୍ଚି ସାରିଛି ତଥାପି ବିପଦକୁ ଏଡ଼ାଇ ଦିଆଯାଇନାହିଁ । ଆମେରିକା ସମେତ ପାଶ୍ଚାତ୍ୟ ଦେଶଗୁଡ଼ିକ ୟୁକ୍ରେନକୁ ସାହାଯ୍ୟ କରୁଛନ୍ତି ଏବଂ ଋଷର ରାଷ୍ଟ୍ରପତି ଭ୍ଲାଦମିର ପୁତିନ ଚେତାବନୀ ଦେଇଛନ୍ତି ଯେ, ଯଦି କୌଣସି ବାହାର ଲୋକ ଏଥିରେ ହସ୍ତକ୍ଷେପ କରନ୍ତି, ତେବେ ଏହାର ପରିଣାମ ଏମିତି ହେବ ଯାହା ପୂର୍ବରୁ କେବେ ହୋଇନଥିବ । ବିଶେଷଜ୍ଞମାନେ ପୁତିନଙ୍କ ଏହି ଚେତାବନୀକୁ ପରମାଣୁ ଯୁଦ୍ଧର ବିପଦ ସହ ଯୋଡି ଦେଖୁଛନ୍ତି । ଜାପାନ ପରମାଣୁ ଆକ୍ରମଣର ଶିକାର ହୋଇଛି ଏବଂ ସେହି ଆକ୍ରମଣରୁ ବଞ୍ଚିଥିବା ଲୋକମାନେ ସେହି ଦିନକୁ ମନେ ପକାଇ ଥରିଉଠନ୍ତି । କାରଣ ପରମାଣୁ ଯୁଦ୍ଧ ବିନାଶ ବ୍ୟତୀତ ଆଉ କିଛି ଆଣିବ ନାହିଁ ।

 ପରମାଣୁ ଯୁଦ୍ଧ ହେଲେ କ’ଣ ହେବ?

ଆଣବିକ ଅସ୍ତ୍ରକୁ ହଟାଇବା ପାଇଁ ସ୍ୱିଜରଲ୍ୟାଣ୍ଡରେ ସଂଗଠନ ହେଉଛି ICAN । ଏହି ସଂସ୍ଥା ୨୦୧୭ ରେ ନୋବେଲ ଶାନ୍ତି ପୁରସ୍କାର ମଧ୍ୟ ପାଇଛି । ICAN ଅନୁଯାୟୀ, ଗୋଟିଏ ପରମାଣୁ ବୋମା ଗୋଟିଏ ଷ୍ଟ୍ରୋକରେ ଲକ୍ଷ ଲକ୍ଷ ଲୋକଙ୍କୁ ମୃତ୍ୟୁ ମୁଖରେ ପକାଇବ ।  ଏଥି ସହିତ, ଯଦି ୧୦ କିମ୍ବା ଶହ ଶହ ବୋମା ଖସିଯାଏ, ତେବେ କେବଳ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ନୁହଁ, ବରଂ ପୃଥିବୀର ସମଗ୍ର ଜଳବାୟୁ ବିଗିଡିଯିବ ।

ପୃଥିବୀର ସମଗ୍ର ସିଷ୍ଟମ ବିଗିଡ଼ି ଯିବ

ହିରୋସିମାରେ ପକାଯାଇଥିବା ପରମାଣୁ ବୋମା ଭଳି ଯଦି ସମାନ ଆକାରର ୧୦୦ଟି ବୋମା କେଉଁଠାରେ ପଡ଼େ, ତେବେ ପୃଥିବୀର ଜଳବାୟୁ ସନ୍ତୁଳନ ନଷ୍ଟ ହୋଇଯିବ । ଏଭଳି ଆକ୍ରମଣରେ ଜଳବାୟୁର ସନ୍ତୁଳନ ପ୍ରଭାବିତ ହେବ ଏବଂ କୃଷି ଉପରେ ମଧ୍ୟ ପ୍ରଭାବ ପଡ଼ିବ ।

ବର୍ତ୍ତମାନ ବିଶ୍ୱ ଗ୍ଲୋବାଲ ୱାର୍ମିଂ ସହ ସଂଘର୍ଷ କରୁଛି, କିନ୍ତୁ ଆଣବିକ ଯୁଦ୍ଧ ହେଲେ ପୃଥିବୀର ତାପମାତ୍ରା ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିବ। କାରଣ ଏହି ଆକ୍ରମଣରେ ଏତେ ଧୂଆଁ ନିର୍ଗତ ହେବ ଯେ, ପୃଥିବୀ ପୃଷ୍ଠରେ ଧୁଆଁ ଜମା ହୋଇଯିବ । ଏବଂ  ଅତିକମରେ ୧୦ପ୍ରତିଶତ ସ୍ଥାନରେ ସୂର୍ଯ୍ୟକିରଣ ପହଁଞ୍ଚି ପାଇବ ନାହିଁ  । ଏଥି ସହିତ, ଯଦି ବିଶ୍ୱର ସମସ୍ତ ଆଣବିକ ଅସ୍ତ୍ର ବ୍ୟବହାର କରାଯାଏ, ତେବେ ପୃଥିବୀର ଷ୍ଟ୍ରାଟୋସ୍ପିୟରରେ ୧୫୦ ମିଲିୟନ୍ ଟନ୍ ଧୂଆଁ ଜମା ହୋଇଯିବ । ଷ୍ଟ୍ରାଟୋସ୍ପିୟର ହେଉଛି ପୃଥିବୀର ବାହ୍ୟ ପୃଷ୍ଠ ଯାହା ଓଜୋନ୍ ସ୍ତର ଉପରେ ଅବସ୍ଥିତ । କେବଳ ଏତିକି ନୁହେଁ, ବିଶ୍ୱର ଅଧିକାଂଶ ଅଞ୍ଚଳରେ ବର୍ଷା ହେବ ନାହିଁ । ବିଶ୍ୱ ବୃଷ୍ଟିପାତ ୪୫ପ୍ରତିଶତ ହ୍ରାସ ପାଇବ ଏବଂ ଏହା ପୃଥିବୀ ପୃଷ୍ଠର ହାରାହାରି ତାପମାତ୍ରାରେ -୭ ରୁ -୮ ଡିଗ୍ରୀ ସେଲସିୟସରେ ପହଞ୍ଚିବ । ଏହାକୁ ତୁଳନା କରନ୍ତୁ, ଯେତେବେଳେ ବରଫ ଯୁଗ ୧୮ ହଜାର ବର୍ଷ ପୂର୍ବେ ଥିଲା, ସେତେବେଳେ ତାପମାତ୍ରା -୫ ° C ଥିଲା । ତାହା ହେଉଛି, ବିଶ୍ ୧୮ ହଜାର ବର୍ଷ ପଛକୁ ଚାଲିଯିବ ।

ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ପୁଣି ବଢ଼ିଲା ତୈଳ ଦର

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ସମୟରେ ପୁଣି ବଢିଲା ଆନ୍ତର୍ଜାତିକ ତୈଳ ଦର । ବ୍ୟାରେଲ ପିଛା ତୈଳ ଦର ୬.୬ ପ୍ରତିଶତ ବଢିଛି । ଯାହାଫଳରେ ତୈଳଦର ବ୍ୟାରେଲ ପିଛା ହୋଇଛି ୧୦୧.୮୭ ଡଲାର । ୨୦୧୪ ପରଠାରୁ ଏହି ଦର ସର୍ବାଧିକ । ଯୁଦ୍ଧର ଘନଘଟା ଭିତରେ ଅନେକ ନିବେଶକାରୀ ନିଜ ପୁଞ୍ଜିର ସୁରକ୍ଷା ଲାଗି ତୈଳ କମ୍ପାନୀରୁ ପୁଞ୍ଜି ପ୍ରତ୍ୟାହାର କରି ଅଧିକ ସୁରକ୍ଷିତ ଆମେରିକୀୟ ବଣ୍ଡରେ ନିବେଶ କରିଛନ୍ତି । ବିଶ୍ୱର ସର୍ବାଧିକ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ମଧ୍ୟରେ ଋଷ ଅନ୍ୟତମ ହୋଇଥିବାବେଳେ, ଯୁଦ୍ଧ ସ୍ଥିତି ଯୋଗୁ ତୈଳବଜାର ଗଭୀର ପ୍ରଭାବିତ ହୋଇଛି । ସେହିପରି ବିଶ୍ୱର ସର୍ବାଧିକ ସୂର୍ଯ୍ୟମୁଖୀ ତେଲ ଉତ୍ପାଦନକାରୀ ରାଷ୍ଟ୍ର ଋଷରୁ ତୈଳ ରପ୍ତାନି ପ୍ରକ୍ରିୟା ବାଧାପ୍ରାପ୍ତ ହେବା ଯୋଗୁ ଖାଇବା ତେଲର ଦାମ ମଧ୍ୟ ବଢିବା ଆଶଙ୍କା ଦେଖାଦେଇଛି । ଏହା ସହ ଗହମ ଓ ମକା ଦର ମଧ୍ୟ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ଗହମ ଓ ମକାର ମୂଲ୍ୟ ୨୦ ପ୍ରତିଶତ ବୃଦ୍ଧି ପାଇଛି ।