ଚାକିରି ନାଁରେ ଠକେଇ, ବ୍ୟବହାର କରୁଥିଲେ ପ୍ରି-ଆକ୍ଟିଭେଟେଡ୍ ସିମ୍

1 min read
Cyber Police Arrested 4 Employees Of A Private Telecom Company

ଭୁବନେଶ୍ୱର: ବେନାମୀ ସିମ୍‌ ବ୍ୟବହାର କରି ଚାକିରି ଦେବା ନାଁରେ ଠକେଇ । ବନ୍ଧାହେଲେ ଟେଲିକମ୍‌ କମ୍ପାନୀ ଟେରିଟୋରିଆଲ ସେଲ୍ସ ମୁଖ୍ୟଙ୍କ ସମେତ ୪ ଜଣ । ପ୍ରି-ଆକ୍ଟିଭେଟେଡ୍ ସିମ୍‌ ନେଇ ବେକାର ଯୁବକଙ୍କୁ କରୁଥିଲେ ଟାର୍ଗେଟ । ଅରୁଣ ଘୋଷ, ସ୍ମୃତି ରଂଜନ ମହାନ୍ତି, ବାନାମ୍ବର ପ୍ରଧାନ, ଚୁନ୍ନିଲାଲ ପୃଷ୍ଟିଙ୍କୁ ଗିରଫ କରିଛି ସାଇବର ପୋଲିସ । ଅରୁଣ ଘୋଷଙ୍କ ଆକାଉଣ୍ଟରେ ୬୦ ଲକ୍ଷ ଟଙ୍କା ଠାବ ହୋଇଥିବା ବେଳେ ଟଙ୍କା ଫ୍ରିଜ କରିବାକୁ ବ୍ୟାଙ୍କକୁ ଚିଠି ଲେଖାଯାଇଛି ।

Cyber Police Arrested 4 Employees Of A Private Telecom Company

ଗତ ୯ ତାରିଖରେ ଅଭିଯୋଗକାରୀଙ୍କ ମୋବାଇଲକୁ ଜଣେ ଅଜଣା ବ୍ୟକ୍ତି ଫୋନ୍ କରିଥିଲେ । ଅଭିଯୁକ୍ତ ଅରୁଣ ଘୋଷ ନିଜକୁ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ବଲାଙ୍ଗିର ମୁଖ୍ୟ କାର୍ଯ୍ୟାଳୟରରୁ କହୁଛି ବୋଲି କହିଥିଲେ । ବ୍ୟାଙ୍କରେ ଅଫିସ୍ ଆସିଷ୍ଟାଣ୍ଟ ପୋଷ୍ଟ ପାଇଁ ମନୋନୀତ ହୋଇଥିବା ଜଣାଇ ତାଙ୍କୁ ଗୋଟିଏ ଲିଙ୍କ୍ ପଠାଇଥିଲେ । କିଛିଦିନ ପରେ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଆକାଉଣ୍ଟ ନମ୍ବରରେ ୧ ଲକ୍ଷ ୧୦ ହଜାର ୬୦୦ ଟଙ୍କା ପୈଠ କରିବାକୁ କହିଥିଲେ ।

Cyber Police Arrested 4 Employees Of A Private Telecom Company

ଅଭିଯୋଗକାରୀ ୨୦୨୧ ସେପ୍ଟେମ୍ବରରୁ ଡିସେମ୍ବର ମଧ୍ୟରେ ସମୁଦାୟ ୧୧ଟି କିସ୍ତିରେ ଟଙ୍କା ଦେଇଥିଲେ । ଅଭିଯୁକ୍ତ ଜଣକ ୨୦୧୯ରୁ ୨୦୨୨ ମଧ୍ୟରେ ୩୦ରୁ ଅଧିକ ଲୋକଙ୍କୁ ପ୍ରାୟ ୫୬ ଲକ୍ଷ ଟଙ୍କା ଲୁଟିଛନ୍ତି । ପୋଲିସ ଠାରୁ ମୋବାଇଲ, ପ୍ରିଣ୍ଟର, ୭୨ଟି ସିମକାର୍ଡ, ୪୯ଟି ଏଟିଏମ୍ କାର୍ଡ ଓ ଜାଲ୍ କାଗଜପତ୍ର ଜବତ କରିଛି । ଏବେ ପୋଲିସ ସ୍କାନରରେ ବ୍ୟାଙ୍କ କର୍ତ୍ତୃପକ୍ଷ ଓ ଟେଲିକମ କମ୍ପାନୀର କର୍ମଚାରୀ ।