କେନ୍ଦ୍ରର ରାଜସ୍ୱ ପାଇଁ ହନ୍ତସନ୍ତ ଖାଉଟି, ବିଶ୍ୱରେ ଭାରତରେ ଗ୍ୟାସ୍ ଦାମ ସର୍ବାଧିକ

1 min read
India Collecting Highest Amount As Taxes On Cylinder In World

ଭୁବନେଶ୍ୱର: ମହଙ୍ଗା ମାଡ଼ରେ ଖାଉଟି ଅଧମରା । ତେଲ ବଢୁଛି ବଢୁଛି ଗ୍ୟାସ୍ ଦର । ଗ୍ୟାସ୍ ଦର ଏତେ ଉଚ୍ଚରେ ପହଞ୍ଚିଲାଣି ଯେ, ଏବେ ଦେଶର ଏଲ୍‌ପିଜି ଦର ବିଶ୍ୱରେ ମହଙ୍ଗା । ଦେଶ ବାହାରେ ଗ୍ୟାସ୍ ସିଲିଣ୍ଡର ପିଛା ୭ରୁ ୮ ଟଙ୍କା ଟିକସ ନିଆଯାଉଛି । ଅଥଚ ଭାରତରେ ଉତ୍ପାଦ ଶୁଳ୍କ ଓ ସେସ୍‌ ବାବଦରେ ସିଲିଣ୍ଡର ପିଛା ଆଦାୟ ହେଉଛି ୨୫୦ରୁ ୩୦୦ ଟଙ୍କା । ଏମିତି ଟ୍ୟାକ୍ସ ଲଦି ୭ ବର୍ଷ ଭିତରେ ପେଟ୍ରୋଲ୍, ଡିଜେଲ୍ ଓ ଗ୍ୟାସ୍ ଉପରୁ କେନ୍ଦ୍ର ସରକାର ଆଦାୟ କଲେଣି ୨୬ ଲକ୍ଷ କୋଟି ଟଙ୍କା । ତୈଳ ଓ ଗ୍ୟାସ ଦର ନିୟନ୍ତ୍ରଣ ନ କରି ବିପଣନକାରୀ କମ୍ପାନୀଙ୍କୁ ଖୁଲମଖୋଲା ଛାଡ଼ି ଦେଇଛନ୍ତି କେନ୍ଦ୍ର ସରକାର । ରାଜସ୍ବ ସଂଗ୍ରହ ପାଇଁ ବିକଳ୍ପ ବାଟ ବାହାର ନ କରି ଖାଉଟିଙ୍କୁ ହନ୍ତସନ୍ତ କରୁଛି କେନ୍ଦ୍ର ।

India Collecting Highest Amount As Taxes On Cylinder In World

ଖାଉଟିଙ୍କୁ ଶୋଷୁଛି କେନ୍ଦ୍ର । ହୁ ହୁ ହୋଇ ବଢ଼ି ଚାଲିଛି ଗ୍ୟାସ୍ ଦର । ବାହାନା ଅଶୋଧିତ ତୈଳଦର ବୃଦ୍ଧି ଓ ଋଷ-ୟୁକ୍ରେନ୍‌ ଯୁଦ୍ଧ । ହାଣ୍ଡିଶାଳ ପାଇଁ ୯୭୬ ଟଙ୍କା ଦେଲେ ଜଳୁଛି ଗ୍ୟାସ୍ ଚୁଲା । କମର୍ସିଆଲ ସିଲିଣ୍ଡର ଦର ୨୩୦୦ ପାର୍‌ । ରିପୋର୍ଟ କହୁଛି, ଭାରତୀୟ ଗ୍ରାହକ କିଣୁଛନ୍ତି ବିଶ୍ୱରେ ସବୁଠ ଉଚ୍ଚ ଦରରେ ଗ୍ୟାସ । ସାଧାରଣ ଖାଉଟି ଗ୍ୟାସ୍ କିଣିବାକୁ କଲବଲ । ସେପଟେ କେନ୍ଦ୍ର ସରକାରଙ୍କ ଉଜ୍ଜ୍ୱଳା ଯୋଜନାର ମାଗଣା ସିଲିଣ୍ଡର ବ୍ୟବସ୍ଥା ବୁମେରାଂ ହୋଇଛି । ଉଜ୍ଜ୍ୱଳା ଯୋଜନାରେ ମାଆ ଓ ଭଉଣୀଙ୍କ ଆଖିରୁ ଲୁହ ପୋଛିବାକୁ ଯୋଜନା କରିଥିଲା କେନ୍ଦ୍ର । ଏବେ ଗ୍ୟାସ ଦର ବୃଦ୍ଧିରେ ମାଆ ଓ ଭଉଣୀମାନଙ୍କ ଆଖି ଲୁହରେ ପଣତ ଓଦା ହେଲାଣି ।

India Collecting Highest Amount As Taxes On Cylinder In World

ଭାରତକୁ ଛାଡ଼ି ବିକଶିତ ଓ ବିକାଶଶୀଳ ରାଷ୍ଟ୍ରମାନଙ୍କରେ ଗ୍ୟାସ ସିଲିଣ୍ଡର ପିଛା ୭ରୁ ୮ ଟଙ୍କା ଟିକସ ନିଆଯାଉଛି । ଅର୍ଥନୀତି ସମୀକ୍ଷକଙ୍କ ମତରେ ଭାରତରେ ପ୍ରତି ସିଲିଣ୍ଡର ପିଛା ଉତ୍ପାଦ ଶୁଳ୍କ ଓ ସେସ୍‌ ମିଶି ୨୫୦ ଟଙ୍କାରୁ ୩୦୦ ଟଙ୍କା ପଡ଼ୁଛି । ଏହାଛଡ଼ା ସବସିଡି ବନ୍ଦ କରି ଦିଆଯାଇଛି । କେନ୍ଦ୍ର ସରକାରଙ୍କ ଅହେତୁକ ଟିକସ ଆଦାୟ ଗ୍ୟାସ୍ ଦର ବୃଦ୍ଧିର ପ୍ରମୁଖ କାରଣ । ଗତ ୭ ବର୍ଷରେ ପେଟ୍ରୋଲ୍, ଡିଜେଲ୍ ଓ ଏଲପିଜି ଗ୍ୟାସ୍ ଉପରେ ଉତ୍ପାଦ ଓ ସେସ୍‌ ଟିକସ ଉପରୁ କେନ୍ଦ୍ର ସରକାର ୨୬ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିଛନ୍ତି ।

India Collecting Highest Amount As Taxes On Cylinder In World

ଘରୋଇ ଗ୍ୟାସ୍ ଦର ବୃଦ୍ଧିରେ ବେହାଲ ସାଧାରଣ ଖାଉଟି । ଲଗାତାର ଦରବୃଦ୍ଧି ଯୋଗୁ ଗ୍ୟାସ ଡିଲରଙ୍କ ବେପାର ବି ମାନ୍ଦା । ରାଜସ୍ୱ ସଂଗ୍ରହ ପାଇଁ କେନ୍ଦ୍ର ସରକାର ପେଟ୍ରୋଲ୍, ଡିଜେଲ୍ ଓ ଗ୍ୟାସକୁ ଏକମାତ୍ର ରିସୋର୍ସ୍‌ ଭାବେ ଗ୍ରହଣ କରିଛନ୍ତି । ୟୁପିଏ ସରକାରଙ୍କ ସମୟରେ ଖାଉଟିଙ୍କୁ ସିଲିଣ୍ଡର ପିଛା ସବସିଡି ମିଳୁଥିଲା । ଏବେ ସେ ବ୍ୟବସ୍ଥାଟିକୁ ବି କେନ୍ଦ୍ର ସରକାର ବନ୍ଦ କରିଦେଇଛନ୍ତି ବୋଲି କହିଛି ଖୋଦ ଗ୍ୟାସ୍ ବିତରକ ସଂଘ । କିନ୍ତୁ କେନ୍ଦ୍ର ସରକାରଙ୍କ ଅହେତୁକ ଟିକସ ବୃଦ୍ଧି ଦରବୃଦ୍ଧିର କାରଣ ବୋଲି ସଂଘ ମତ ରଖିଛି ।

India Collecting Highest Amount As Taxes On Cylinder In World

୫ ରାଜ୍ୟରେ ନିର୍ବାଚନ ବେଳେ ଅଶୋଧିତ ତୈଳ ଦରରେ ବୃଦ୍ଧି ସତ୍ତ୍ୱେ ଦର ବଢ଼ି ନଥିଲା । ନିର୍ବାଚନ ସରିଲା ପରେ ଏବେ ହୁ ହୁ ହୋଇ ବଢ଼ି ଚାଲିଛି ପେଟ୍ରୋଲରୁ ଗ୍ୟାସ୍ ଦର । ଦର ଏମିତି ବଢୁଛି ଯେ ଲାଗୁନି ବ୍ରେକ୍ । ଅଚ୍ଛେଦିନର ନାରା ଏବେ ଫମ୍ପା ଆୱାଜ ।