ଆବାସିକ ହଷ୍ଟେଲରେ ବ୍ୟାପିଲା ଝାଡ଼ାବାନ୍ତି, ୩୦ରୁ ଅଧିକ ଛାତ୍ରୀ ଅସୁସ୍ଥ

Diarrhea In Phiringia Hostel School, 30 Students Ill

ଫୁଲବାଣୀ: ଆବାସିକ ହଷ୍ଟେଲରେ ଝାଡ଼ାବାନ୍ତି ଆତଙ୍କ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ କସ୍ତୁରବା ଗାନ୍ଧୀ ଆବାସିକ ହଷ୍ଟେଲରେ ଝାଡ଼ବାନ୍ତି ବ୍ୟାପିଛି । ୨ ଦିନ ମଧ୍ୟରେ ୩୦ରୁ ଅଧିକ ଛାତ୍ରୀ ଅସୁସ୍ଥ ହୋଇ ପଡ଼ିଲେଣି । ୭ ତାରିଖରୁ ଆବାସିକ ହଷ୍ଟେଲରେ ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା । ବର୍ତ୍ତମାନ ମଧ୍ୟ ଫିରିଙ୍ଗିଆ ମେଡିକାଲରେ ୧୫ ଜଣ ଛାତ୍ରୀ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ଦୂଷିତ ପାଣି ପାଇଁ ଏଭଳି ହୋଇଥିବା କୁହାଯାଉଛି ।

Diarrhea In Phiringia Hostel School, 30 Students Ill

ଦୀର୍ଘ ଦିନ ଧରି ଛାତ୍ରୀ ନିବାସରେ ପିଇବା ପାଣି ସମସ୍ୟା ଲାଗି ରହିଛି । ବାରମ୍ବାର ଅଭିଯୋଗ ପରେ ବି ସ୍କୁଲ୍ କର୍ତ୍ତୃପକ୍ଷ ସମସ୍ୟା ପ୍ରତି ଧ୍ୟାନ ଦେଉନାହାନ୍ତି । ଏବେ ଝାଡ଼ାବାନ୍ତି ବ୍ୟାପିବା ପରେ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ମେଡିକାଲ ଅଫିସରେଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଗଠନ କରାଯାଇଛି । କେଉଁ କାରଣରୁ ହଷ୍ଟେଲରେ ଝାଡ଼ାବାନ୍ତି ବ୍ୟାପିଲା ଟିମ୍ ତଦନ୍ତ କରିବ ।