ମହାନଦୀରେ ନିଖୋଜ ଛାତ୍ରଙ୍କୁ ଖୋଜୁଛି ଅଗ୍ନିଶମ ବାହିନୀ

କଟକ: ମହାନଦୀରେ ଚାଲିଛି ୨ ନିଖୋଜ ଛାତ୍ରଙ୍କ ସର୍ଚ୍ଚ ଅପରେଶନ । ଗାଧୋଇବାକୁ ଯାଇ କଟକ ମହାନଦୀରେ ବୁଡ଼ିଯାଇଥିବା ୩ ଛାତ୍ରଙ୍କ ମଧ୍ୟରୁ ଏବେ ବି ନିଖୋଜ ଅଛନ୍ତି ୨ଜଣ । ଗତକାଲି ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ରାତି ହେବାରୁ ଉଦ୍ଧାର କାର୍ଯ୍ୟ ସ୍ଥଗିତ ରହିଥିଲା । ଆଜି ସକାଳୁ ପୁଣି ଆରମ୍ଭ ହୋଇଛି ସର୍ଚ୍ଚ ଅପରେସନ ।

ଅଗ୍ନିଶମ ବାହିନୀ ସମେତ ଓଡ୍ରାଫ ଓ ସ୍ଥାନୀୟ ମତ୍ସ୍ୟଜୀବୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ମୃତ ଛାତ୍ର ହେଲେ ସାହିଲ ଖାନ୍ । ସେହିପରି ନିଖୋଜ ଥିବା ଦୁଇ ଛାତ୍ର ହେଲେ ଆୟୁର ଖାନ୍ ଓ ସିଦ୍ଧିକ ଖାନ୍ । ଗତକାଲି ଅପରାହ୍ନରେ ଯୋବ୍ରା ଚାରିଘରିଆ ଅଞ୍ଚଳର ୭ଜଣ ଯୋବ୍ରା ବ୍ୟାରେଜକୁ ଗାଧୋଇବାକୁ ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ସୂଚନା ଯୋଗ୍ୟ ଯେ, ଗତକାଲି ମହାନଦୀରେ ଘଟିଥିଲା ଅଘଟଣ । ଗାଧୋଇବା ବେଳେ ତିନି ଯୁବକ ଭାସିଯାଇଥିଲେ । ଏମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିସାରିଥିବା ବେଳେ ୨ ଜଣ ବର୍ତ୍ତମାନ ନିଖୋଜ ରହିଛନ୍ତି । ମିଳିଥିବା ସୂଚନା ମୁତାବକ ଯୋବ୍ରା ବ୍ୟାରେଜକୁ ଗାଧୋଇବା ପାଇଁ ଯାଇଥିଲେ ତିନି ଯୁବକ  । ଏବଂ ଗୋଧୋଇବା ବେଳେ ଘଟିଥିଲା ଏହି ବଡ଼ ଅଘଟଣ  ।  ୩ଜଣ  ଯୁବକ ମହାନଦୀରେ ଭାସି ଯାଇଥିଲେ  ।

ଭାସିଯାଇଥିବା ତିନି ଯୁବକଙ୍କ ମଧ୍ୟରୁ  ଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକ । ଖବର ପାଇ ତୁରନ୍ତି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚିଥିଲା  । ଅଗ୍ନିଶମ ବାହିନୀର କର୍ମଚାରୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି  । ନିଖୋଜ ଥିବା ଅନ୍ୟ ୨ ଜଣଙ୍କୁ ଖୋଜା ଖୋଜି ଜାରି ରଖିଥିଲା ।