spot_img
Home Blog Page 4393

ଅଲୋଡ଼ା ଦିବ୍ୟାଙ୍ଗ ଶିଶୁ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଉଦ୍ଧାର

ଢେଙ୍କାନାଳ: ଅଲୋଡ଼ା ହୋଇଛି ଦିବ୍ୟାଙ୍ଗ ଶିଶୁ । ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ମାନସିକ ଓ ଶାରୀରିକ ଦିବ୍ୟାଙ୍ଗ ଶିଶୁ ଉଦ୍ଧାର ହୋଇଛି । ଖବର ପାଇ ଜିଲ୍ଲା ଶିଶୁ ଶୁରକ୍ଷା ଅଧିକାରୀ ଅନୁରାଧା ଗୋଷ୍ୟାମୀ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭେନ୍ଦୁ ଖୁଣ୍ଟିଆ ଘଟଣାସ୍ଥଳରେ ପହଞ୍ଚି ଶିଶୁକୁ ଉଦ୍ଧାର କରିଛନ୍ତି । ଉଦ୍ଧାର ଶିଶୁକୁ ଶିଶୁ ମଙ୍ଗଳ କମିଟିରେ ହାଜର କରାଗଲା ପରେ ଥଇଥାନ କରାଯିବ ।

ଶିଶୁକୁ କିଏ ଓ କାହିଁକି ଏପରି ଛାଡ଼ିଚାଲିଗଲେ, ତାହାର କାରଣ ଅସ୍ପଷ୍ଟ ରହିଛି  ।  ଏହି ଘଟଣାର ସଠିକ ତଦନ୍ତ କରାଯିବ ବୋଲି ଉଭୟ ଅଧିକାରୀ ସୂଚନା ଦେଇଛନ୍ତି । ଶିଶୁଟିର ଆନୁମାନିକ ବୟସ ୩ରୁ ୪ବର୍ଷ ହେବ । ତେବେ ଯେହେତୁ ଶିଶୁଟି ଅପରିତ୍ୟକ୍ତ ଅବସ୍ଥାରେ ପଡିରହିଥିଲା ତେଣୁ କେହି ଛାଡି ଚାଲି ଯାଇଥିବା ସନ୍ଦେହ କରାଯାଉଛି । ତେବେ କେଉଁ କାରଣ ପାଇଁ ଏଭଳି ଘଟଣା ଘଟିଲା ତାହାକୁ ତଦନ୍ତ କରାଯିବ ବୋଲି ଅଧିକାରୀ କହିଛନ୍ତି  ।

ଏଭଳି ଘଟଣା ସାଧରଣରେ ଚର୍ଚ୍ଚା ପାଲଟିଛି  । ନିଜ ସନ୍ତାନକୁ ଏମତି ମରଣ ମୁହଁରେ ଛାଡିଦେବା ଗ୍ରହଣୀୟ ନୁହେଁ  । ତେବେ ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି ସାମାଜିକ ସୁରକ୍ଷା ଅଧିକାରୀ  । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ  ।

ଚାନ୍ଦିପୁରରୁ SFDR ବୋଷ୍ଟର ମିସାଇଲର ସଫଳ ପରୀକ୍ଷଣ

ବାଲେଶ୍ୱର: ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ସଲିଡ଼ ଫୁଏଲ ଡକଟେଡ ରାମଜେଟ୍ (SFDR) ବୋଷ୍ଟର ମିସାଇଲର ସଫଳ ପରୀକ୍ଷଣ । ସୂଚନା ମୁତବାକ ଦିନ ସାଢ଼େ ଦଶଟା ସମୟରେ ୩ ନମ୍ବର ଲଞ୍ଚପ୍ୟାଡରୁ ଏହି ବୋଷ୍ଟର ମିସାଇଲ ପରୀକ୍ଷା କରାଯାଇଛି । ପରୀକ୍ଷଣ ସମୟରେ ସ୍ଥିରିକୃତ ସମସ୍ତ ଟ୍ରାଜେଟୋରୀକୁ ବୋଷ୍ଟର ମିସାଇଲ ସଫଳତାର ସହ ପୁରା ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଛି ।

ଏହି ମିସାଇଲ 350 କିଲୋମିଟର ଦୂରତା ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ । ଶବ୍ଦର ଗତିଠାରୁ ୪ଗୁଣ ଅଧିକ ବେଗରେ ଏହା ଗତି କରିପାରିବ ବୋଲି ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି । ମିସାଇଲର ସଫଳ ପରୀକ୍ଷଣ ନେଇ  DRDO ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇଛି  । ଭାରତୀୟ ପ୍ରତିରକ୍ଷା ବିଜ୍ଞାନ ସଂସ୍ଥା ଦିନକୁ ଦିନ ସଶକ୍ତ ହେବାରେ ଲାଗିଛି  ।

ଘରୋଇ ମେଡିକାଲରେ ଦିଆଯିବ ବୁଷ୍ଟର ଡୋଜ, ୧୦ରୁ ଆରମ୍ଭ ଟିକାକରଣ

ଭୁବନେଶ୍ୱର: ସାଧରଣ ଲୋକେ ନେବେ କୋଭିଡ ବୁଷ୍ଟର ଡୋଜ  ।  ଆସନ୍ତା ରବିବାରରୁ ଆରମ୍ଭ ହେବ ଟିକାକରଣ ପକ୍ରିୟା  ।  ୧୮ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଦିଆଯିବ ବୁଷ୍ଟର ଡୋଜ । ଦୁଇଟି ଯାକ ଡୋଜ ନେଇଥିବା ବ୍ୟକ୍ତି ଘରୋଇ ହସ୍ପିଟାଲରେ ନେଇପାରିବେ ବୁଷ୍ଟର ଡୋଜ । ଆସନ୍ତା ୧୦ରୁ ଆରମ୍ଭ ହେବ ବୁଷ୍ଟର ଡୋଜ ଟିକାକରଣ ପକ୍ରିୟା। ସରକାରୀ ମେଡିକାଲରେ ଦୁଇଟି ଯାକ ଟିକା ନେଇସାରିଥିବା ବେଳେ ବୁଷ୍ଟର ଡୋଜ ଘରୋଇ ହସ୍ପିଟାଲରୁ ନେଇ ପାରିବେ ।

କୋଭିଡର ଦୁଇଟି ଯାକ ଡୋଜ ନେବାର ୯ ମାସ ପରେ ବୁଷ୍ଟର ଡୋଜ ନେବେ । ମିଳିଥିବା ସୂଚନା ମୁତାବକ ଦେଶରେ ୧୫ ବର୍ଷରୁ ଅଧିକ ବୟସ୍କ ପିଲା ଗୋଟିଏ ଟିକା ନେଇଥିବା ସଂଖ୍ୟା ୯୬ ପ୍ରତିଶତ ରହିଛି  । ସେହିପରି ୮୩ ପ୍ରତିଶତ  ଡବଲ ଡୋଜ ଅର୍ଥାତ ଦୁଇଟି ଯାକ ଟିକା ନେଇସାରିଛନ୍ତି । ବର୍ତ୍ତମାନ ସୁଦ୍ଧା ପର୍ଯ୍ୟନ୍ତ  ୨.୪ କୋଟିରୁ ଅଧିକ ବୁଷ୍ଟର ଡୋଜ ସ୍ୱାସ୍ଥ୍ୟ କର୍ମୀ ଏବଂ ୬୦ରୁ ଅଧିକ ବୟସ୍କ ଲୋକଙ୍କୁ ଦିଆସରିଛି । ଅନ୍ୟପଟେ ୧୨ ରୁ ୧୪ ବର୍ଷ ବୟସର ୪୫ ପ୍ରତିଶତ ପିଲା ଟିକା ନେଇସାରିଛନ୍ତି ।

ୟୁକ୍ରେନ୍‌-ଋଷିଆ ଯୁଦ୍ଧ: ପୂର୍ବ ୟୁକ୍ରେନରେ ଥିବା ରେଳ ଷ୍ଟେସନରେ ୨ଟି ରକେଟ ମାଡ଼ କଲା ରୁଷ, ୩୦ ମୃତ

ଥମୁନି ଋଷ୍‌ ୟୁକ୍ରେନ୍‌ ଯୁଦ୍ଧ । ଧୂଳିସାତ୍‌ ହୋଇଗଲାଣି ଅନେକ ସହର । ଘଡ଼ି ଘଡ଼ିକେ ବିପଦ । ମୃତ୍ୟୁ କେବଳ ଡରାଉନି କେତେବେଳେ ମାଡ଼ି ବସୁଛି ତାହାର ଠିକଣା ନାହିଁ । ସାଧାରଣ ନାଗରିକଙ୍କଠାରୁ ଆରମ୍ଭ କରି ସୈନ୍ୟଙ୍କ ପର୍ଯ୍ୟନ୍ତ ଜୀବନ ହରାଇଲେଣି । ଏଭଳି ସ୍ଥିତିରେ  ଆଉ ଏକ ଖବର ଆସିଛି । ଖବର ଅନୁସାରେ ୟୁକ୍ରେନରେ ଥିବା ରେଳ ଷ୍ଟେସନରେ ୨ଟି ରକେଟ ମାଡ଼ କରିଛି ରୁଷ। ଏହି ରକେଟ ମାଡ଼ରେ ୩୦ଜଣ ମୃତ୍ୟୁ ହୋଇଥିବା ବେଳେ ୧୦୦ଜଣ ଆହତ ହୋଇଛନ୍ତି।

ସାଧାରଣ ନାଗରିକମାନେ ଦେଶର ନିରାପଦ ସ୍ଥାନକୁ ଯିବା ପାଇଁ ରେଳ ଷ୍ଟେସନକୁ ଆସିଥିଲେ। ଏହି ସମୟରେ ରକେଟ ମାଡ଼ ହୋଇଥିଲା ବୋଲି ରାଜ୍ୟ ରେଳ କମ୍ପାନୀ କହିଛି। ରୁଷର ଦୁଇଟି ରକେଟ୍ କ୍ରାମାଟରସ୍କରେ ଥିବା ରେଳ ଷ୍ଟେସନ ଉପରେ ପଡ଼ିଛି। ଯୁଦ୍ଧ ଆରମ୍ଭରୁ ଆକ୍ରମଣର ଶିକାର ହୋଇଥିବା ଏହି ରେଳ ଷ୍ଟେସନରୁ ଅନେକ ବିଦେଶୀ ନାଗରିକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଏବେ ୟୁକ୍ରେନବାସୀ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ଏହି ଷ୍ଟେସନରୁ ଟ୍ରେନରେ ଚଢ଼ୁଥିବା ବେଳେ ରୁଷ ଆକ୍ରମଣ କରିଛି। ଏହି ଆକ୍ରମଣ ପାଇଁ ୩୦ଜଣଙ୍କ ଜୀବନହାନି ଘଟିଛି।

ଅନ୍ୟପକ୍ଷରେ ୟୁକ୍ରେନୀୟ ସହରଗୁଡ଼ିକରେ ଆକ୍ରମଣ କରିବା ବେଳେ ପ୍ରବଳ ପ୍ରତିରୋଧର ସମ୍ମୁଖୀନ ହୋଇ ରୁଷ୍‌ ବିପୁଳ ସୈନ୍ୟ ହରାଇଥିବା କଥା ସ୍ବୀକାର କରିଛି। ‘ସ୍କାଏ ନିଉଜ୍‌’ ସହିତ ଆଳାପ ବେଳେ କ୍ରେମ୍‌ଲିନ୍‌ ମୁଖପାତ୍ର ଦିମିତ୍ରି ପେସ୍‌କୋଭ୍‌ ଦୁଃଖ ପ୍ରକାଶ କରି କହିଛନ୍ତି, ଆମେ ଉଲ୍ଲେଖନୀୟ ସଂଖ୍ୟକ ସୈନ୍ୟ ହରାଇଛୁ। ଏହା ଆମ ପାଇଁ ବଡ଼ ଦୁଃଖଦ ଘଟଣା।

ଅନାସ୍ଥା ଭୋଟ୍‌ ପୂର୍ବରୁ ଇସ୍ତଫା ଦେବେ ଇମ୍ରାନ୍‌ ଖାନ୍‌ !

ସୁପ୍ରିମକୋର୍ଟ ଯଦିଓ ଇମ୍ରାନ ଖାନଙ୍କୁ ଏକ ଝଟକା ଦେଇଛନ୍ତି ତଥାପି ସେ ଏବେ ପୁଣିଥରେ ବିରୋଧୀଙ୍କୁ ସରପ୍ରାଇଜ୍‌ ଦେଇ ହାରିଥିବା ବାଜିକୁ ଜିତିବାକୁ ଚେଷ୍ଟା କରିବେ ।  କୁହାଯାଉଛିଯେ, ଇମ୍ରାନ୍‌ ଖାନ୍‌ ଅନାସ୍ଥା ପ୍ରସ୍ତାବରୁ ବଞ୍ଚିବା ପାଇଁ ଆଜି ସଂଧ୍ୟାରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି । କେବଳ ସେତିକି ନୁହେଁ ବରଂ ଇମ୍ରାନଙ୍କ ସହିତ ତାଙ୍କ ଦଳ ପିଟିଆଇର ସମସ୍ତ ସାଂସଦ ଓ ବିଧାୟକ ମଧ୍ୟ ଇସ୍ତଫା ଦେବେ ।

ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଇମ୍ରାନ ଖାନ ସାରା ଦେଶରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନର ଆୟୋଜନ କରିବେ। ଏଥିରେ ସେ ନିଜ ପାଇଁ ଜନସାଧାରଣଙ୍କ ସମର୍ଥନ ସଂଗ୍ରହ କରିବେ ଏବଂ ପାକିସ୍ତାନରେ ତାଙ୍କ ସରକାର ଭାଙ୍ଗିବା ପଛରେ ଦାୟୀ ଥିବା ବିଦେଶୀ ଚିଠିର ଅନୁସନ୍ଧାନ ପାଇଁ ଦାବି କରିବେ।

ଯଦି ଏଭଳି ହୁଏ ତେବେ ସୁପ୍ରିମକୋର୍ଟଙ୍କ ଆଦାଶାନୁସାରେ ଶନିବାର ଅନାସ୍ଥା ପ୍ରସ୍ତାବ ଉପରେ ହେବାକୁ ଥିବା ଭୋଟିଂ ହେବ ନାହିଁ ।  ଅନ୍ୟପକ୍ଷରେ ବିରୋଧୀ ଦଳର କହିବା ମୁତାବକ, ଅନାସ୍ଥା ଭୋଟରେ ହାରିବା ପରେ ଇମ୍ରାନ ଖାନ ଦେଶ ଛାଡି ପଳାଇଯିବେ।

ଏବେ ବିନା କାର୍ଡ଼ରେ ATMରୁ ଟଙ୍କା ଉଠାଇ ପାରିବେ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଶୁକ୍ରବାର କହିଛନ୍ତିଯେ, RBI  ଭାରତର ସମସ୍ତ ବ୍ୟାଙ୍କର ସମସ୍ତ ଏଟିଏମରେ କାର୍ଡ଼ଲେସ ନଗଦ ଟଙ୍କା ଉଠାଇବାର ସୁବିଧା ଉପଲବ୍ଧ କରିବା ପାଇଁ ପ୍ରସ୍ତାବ ଦେଇଛି । ଦାସଙ୍କ କହିବା ହେଉଛି ଏହି ସୁବିଧା ୟୁନିଫାଇଡ୍‌ ପେମେଣ୍ଟ୍ସ ଇଣ୍ଟଫେସ୍‌ ବା ୟୁପିଆଇ ଜରିଆରେ କରାଇବାର ଏକ ପ୍ରସ୍ତାବ ।

କାର୍ଡ଼ଲେସ ଅର୍ଥ ଜଣାପଡ଼ୁଛିଯେ, ଟଙ୍କା ଉଠାଇବା ବେଳେ କ୍ରେଡିଟ୍‌ ବା ଡେବିଟ କାର୍ଡ଼ର ଆବଶ୍ୟକତା ପଡ଼ିବ ନାହିଁ । ଏହି ବ୍ୟବସ୍ଥା ବର୍ତ୍ତମାନ କେତେକ ବ୍ୟାଙ୍କରେ ଉପଲବ୍ଧ । ଏହାକୁ କୋଭିଡ ମହାମାରୀକୁ ନଜରରେ ରଖି ଉପଲବ୍ଧ କରାଯାଇଥିଲା । କାରଣ ଲୋକମାନେ ଏଟିଏମକୁ ଯିବାକୁ ଚାହୁଁନଥିଲେ । SBI, ICICI, AXIS ଏବଂ BANK OF BARODA ସମେତ ବିଭିନ୍ନ ବ୍ୟାଙ୍କର ଜମାକାରୀ ନିଜ ଫୋନ୍‌ ମାଧ୍ୟମରେ ଡେବିଟ୍‌ କାର୍ଡ଼ ବିନା ନଗଦ ଟଙ୍କା ଉଠାଇ ପାରିବେ ।  ଜମାକାରୀଙ୍କୁ ଅଧିକତର ମୋବାଇଲ ବ୍ୟାଙ୍କିଂ ଆପର ଉପଯୋଗ କରିବାକୁ ପଡ଼ିଥାଏ ।

ବିଶେଷଜ୍ଞଙ୍କ ଅନୁସାରେ, ଏହି ବ୍ୟବସ୍ଥା ଏଟିଏମ୍‌ ଠକେଇ ଉପରେ ଅଙ୍କୁଶ ଲଗାଇବ । କାରଣ ଏହାଦ୍ୱାରା ମୋବାଇଲ ପିନ୍‌କୋର୍ଡ଼ର ଆବଶ୍ୟକତା ପଡ଼ିବ ।

IPL ୨୦୨୨: ଆଜି ପଞ୍ଜାବ କିଙ୍ଗ୍ସକୁ ଭେଟିବ ଗୁଜୁରାଟ ଟାଇଟନ୍ସ

ମୁମ୍ବାଇ: ଆଜି ଇଣ୍ଡିଆନ ପ୍ରିମିୟର ଲିଗର ୧୬ ତମ ମ୍ୟାଚରେ ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗ୍ସ ଓ ଗୁଜୁରାଟ ଟାଇଟନ୍ସ । ଏହି ମ୍ୟାଚ ଆଜି ସନ୍ଧ୍ୟା ୭ଟା୩୦ରେ ମୁମ୍ବାଇରେ ଖେଳାଯିବ । ଏହି ମ୍ୟାଚ ପୂର୍ବରୁ ଉଭୟ ଦଳ ନେଟ୍ସରେ ଜୋରଦାର ପ୍ରସ୍ତୁତ କରିଛନ୍ତି । ଚଳିତ ଆଇପିଏଲରେ ଗୁଜୁରାଟ ୨ଟି ମ୍ୟାଚ ଖେଳି ୨ଟିରେ ବିଜୟ ଲାଭ କରି ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛନ୍ତି । ସେହିପରି ପଞ୍ଜାବ କିଙ୍ଗ୍ସ ୩ଟି ମ୍ୟାଚରୁ ୨ଟିରେ ବିଜୟ ଲାଭ କରି ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଛି ।

ପଞ୍ଜାବ କିଙ୍ଗ୍ସ ଚଳିତ ସିଜିନର ପ୍ରଥମ ମ୍ୟାଚରେ ଆରସିବିଠାରୁ ଦମଦାର ବିଜୟ ଲାଭ କରି ସିଜିନ୍ ଆରମ୍ଭ କରିଥିଲା । ଦ୍ୱିତୀୟ ମ୍ୟାଚରେ କୋଲକାତାଠାରୁ ପରାସ୍ତ ହୋଇଥିଲା । ଦ୍ୱିତୀୟ ମ୍ୟାଚରେ ପରାଜୟ ପରେ ଦମଦାର କମବ୍ୟାକ୍ କରିଥିଲା ପଞ୍ଜାବ । ତୃତୀୟ ମ୍ୟାଚରେ ପଞ୍ଜାବ ଡିଫେଣ୍ଡିଂ ଚମ୍ପିଆନ ଚେନ୍ନାଇକୁ ପରାସ୍ତ କରି ଦ୍ୱିତୀୟ ବିଜୟ ହାସଲ କରିଥିଲା । ସେହିପରି ଗୁଜୁରାଟ ଟାଇଟନ୍ସ କଥା କହିବା ତାହାଲେ ଗୁଜୁରାଟ ଚଳିତ ସିଜିନରେ ଲଗାତର ଦୁଇଟି ମ୍ୟାଚରେ ବିଜୟ ଲାଭ କରିଛି । ତେବେ ଆଜିର ମ୍ୟାଚରେ ଉଭୟ ଦଳ ବିଜୟ ଲାଭ କରି ପଏଣ୍ଟ ଟେବୁଲରେ ଉପରକୁ ଉଠିବାକୁ ଚେଷ୍ଟା କରିବ ।

 

ଟଙ୍କା ହିସାବ ଦେଇ ପାରିଲାନି ପୁଅ, ନିଆଁ ଲଗାଇଦେଲା ବାପ

ନୂଆଦିଲ୍ଲୀ: ଟଙ୍କା ହିସାବ ଦେଇ ନପାରିବାରୁ ପୁଅକୁ ନିଆଁ ଲଗାଇଦେଲେ ବାପା । ଘଟଣା ବେଙ୍ଗାଲୁର ବାଲ୍ମିକି ନଗରର ।  ଅର୍ପିତ ସେତିଆଙ୍କର କେମିକାଲ ରଙ୍ଗ ବ୍ୟବସାୟ କରୁଥିବା ବେଳେ। ପୁଅ ସୁରେନ୍ଦ୍ର କୁମାର ବ୍ୟବସାୟରେ ବାପାଙ୍କୁ ସହଯୋଗ କରୁଥିଲେ । ଏହାସହ ସୁରେନ୍ଦ୍ର ଆକାଉଣ୍ଟସ ମଧ୍ୟ ବୁଝୁଥିଲେ । ବ୍ୟବସାୟରେ ବ୍ୟାପକ କ୍ଷତି ହେବା ପରେ ଆକାଉଣ୍ଟସରେ ଗୋଳମାଳ ଥିବା ଜଣାପଡ଼ିଥିଲା ।

ମାତ୍ର ସୁରେନ୍ଦ୍ର ଦେଢ଼ କୋଟି ଟଙ୍କାର ହିସାବ ଦେଇପାରିନ ଥିଲେ । ଫଳରେ ଅର୍ପିତ ପୁଅ ସୁରେନ୍ଦ୍ରଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ । ୧ ଏପ୍ରିଲରେ ସୁରେନ୍ଦ୍ରଙ୍କ ଦେହରେ ନିଆଁ ଲାଗିଥିବା ବେଳେ ପଡୋଶୀ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଅଭିଯୁକ୍ତ ବାପା ଅର୍ପିତ ସେତିଆଙ୍କୁ ଗିରଫ କରିଛି ପୋଲିସ ।

ପୁରୀରେ ହୋଟେଲରେ ପର୍ଯ୍ୟଟକଙ୍କ ସନ୍ଦେହଜନକ ମୃତ୍ୟୁ, ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ

ପୁରୀ: ପୁରୀ ସମୁଦ୍ରକୂଳରେ ଥିବା ଏକ ହୋଟେଲର ତିନି ମହଲା ଉପରୁ ପଡ଼ି ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ବରଣ କରିଥିବା ପର୍ଯ୍ୟଟକଙ୍କ ନାଁ ଚୟନ ସରକାର । ତାଙ୍କ ଘର ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଅଞ୍ଚଳରେ । ପୁରୀରେ ଛାତରୁ ପଡ଼ି ଯୁବକଙ୍କ ମୃତ୍ୟୁ ଘଟଣାରେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି ।

ସୂଚନା ଅନୁସାରେ ଗତ ୫ ତାରିଖ ସନ୍ଧ୍ୟାରେ କୋଲକାତା ଦମ୍ ଦମ୍ ଏୟାରପୋର୍ଟ ନିକଟସ୍ଥ ସଞ୍ଜୀବ କୁମାର ସରକାର ଓ ଲିପିକା ରାୟ ସରକାରଙ୍କ ୧୮ ବର୍ଷୀୟ ସାନ ପୁଅ ଚୟନ ରାୟ ସରକାର ୪ ଜଣ ସାଙ୍ଗଙ୍କ ସହ ପୁରୀ ଆସିଥିଲେ । କିନ୍ତୁ ଗତକାଲି ପୁରୀର ଏକ ହୋଟେଲ ଛାତରୁ ପଡ଼ିଯାଇଥିଲେ । ଏହା ପରେ ତାଙ୍କୁ ପୁରୀ ମେଡିକାଲ ଓ ପରେ ଗୁରୁତର ଥିବାରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଏମ୍ସରେ ତାଙ୍କର ମୃତ୍ୟ ହୋଇଥିଲା । ଚୟନ ସରକାରଙ୍କ ମୃତ୍ୟୁ ପରେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି । ଅନ୍ୟପକ୍ଷରେ ଚୟନଙ୍କ ସାଙ୍ଗରେ ଆସିଥିବା ତାଙ୍କୁ ସାଙ୍ଗମାନେ ଏବେ ଫେରାର ହୋଇଯାଇଛନ୍ତି । ପରିବାରଙ୍କ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନୁଧ୍ୟାନ କରିବ ବିଧାନସଭା ଗୃହ କମିଟି, ଖୁବ୍ ଶୀଘ୍ର ଡ଼କାଯିବ ବୈଠକ

ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କରିବ ବିଧାନସଭା ଗୃହ କମିଟି । ଖୁବ ଶୀଘ୍ର କମିଟିର ବୈଠକ ଡ଼କାଯିବ । ଏଥିରେ ବିଭିନ୍ନ ଦିଗ ଉପରେ ଆଲୋଚନା ହେବ ।  ଆଇନ ସଚିବ, ପୂର୍ତ୍ତ ସଚିବ ଓ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା ହେବ । ବିଧାନସଭା ଗୃହ କମିଟିରେ ୮ ଜଣ ସଦସ୍ୟ ଅଛନ୍ତି । ଗତ ୩୧ ତାରିଖରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଥିଲା । ଦେବୀ ମିଶ୍ର, ନରସିଂହ ମିଶ୍ର, ଜୟନ୍ତ ଷଡଙ୍ଗୀ, ଲଳିତେନ୍ଦୁ ମହାପାତ୍ର, ପ୍ରତାପ ଜେନା, ବିକ୍ରମ ଆରୁଖ ଓ ଅତନୁ ସବ୍ୟସାଚୀ ନାୟକ ପ୍ରମୁଖ ଏହି ଗୃହ କମିଟିରେ ସଦସ୍ୟ ଅଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ସେପଟେ ପ୍ରକଳ୍ପ ନେଇ ବିଜେପି ଉପରେ ବର୍ଷିଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ମହାପ୍ରଭୁଙ୍କୁ ନେଇ ବିଜେପି ରାଜନୀତି ନକରୁ । ରାଜନୀତି ଛାଡ଼ି ବିକାଶ କରିବାକୁ କହିଛନ୍ତି ତାରା ।