spot_img
Home Blog Page 4376

ଲାଲୁ ଯାଦବଙ୍କ ପାଇଁ ପୁଣି ବଢ଼ିଲା ଅଡୁଆ, ନିଯୁକ୍ତିରେ ଅନିୟମିତତା ମାମଲାରେ ସିବିଆଇ ରେଡ୍

ପାଟନା: ବୁଲୁଛି ସିବିଆଇ ଖଣ୍ଡା । ଚିଦାମ୍ବରମ୍‌ ବାପା-ପୁଅଙ୍କ ଘରେ ସିବିଆଇ ରେଡ୍ ପରେ ଏବେ ଲାଲୁଙ୍କ ପାଳି । ପୁଣି ଅଡୁଆରେ ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ । ନିଯୁକ୍ତିରେ ଅନିୟମିତତା ମାମଲାରେ ଲାଲୁ ଯାଦବଙ୍କ ଘରେ ରେଡ୍ କରୁଛି ସିବିଆଇ । ପାଟନାସ୍ଥିତ ବାସଭବନରେ ପତ୍ନୀ ରାବଡି ଦେବୀଙ୍କୁ ପଚରାଉଚରା କରୁଛି ସିବିଆଇ । ମୋଟ୍ ୧୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରୁଛି ସିବିଆଇ ।

ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ଝିଅଙ୍କ ନାଁରେ ରହିଛି ଏହି ଦୁର୍ନୀତି ମାମଲା । ବିହାରର ମୁଖ୍ୟମନ୍ତ୍ରୀ ଥିବା ସମୟରେ ନିଯୁକ୍ତି ଦେବା ନାଁରେ ଜମିବାଡ଼ି ଓ ଫ୍ଲାଟ୍‌ ଠକି ନେଇଥିବା ଅଭିଯୋଗ ରହିଛି । ବିହାର ଓ ଦିଲ୍ଲୀ ସ୍ଥିତ ୧୫ଟି ସ୍ଥାନରେ ଚାଲିଛି ଖୋଳତାଡ଼ । ୭୩ ବର୍ଷୀୟ ଭେଟେରାନ ରାଜନେତା ଲାଲୁ ପ୍ରସାଦ ଯାଦବଙ୍କୁ କିଛି ଦିନ ତଳେ ଚାରା ଦୁର୍ନୀତି ମାମଲାରେ ଜାମିନ୍ ମିଳିଥିଲା । କେବଳ ସେତିକି ନୁହେଁ ମାସେ ପୂର୍ବରୁ ଦୋରନ୍ଦା ଟ୍ରେଜେରୀ ଦୁର୍ନୀତି ମାମଲାରେ ଝାଡଖଣ୍ଡ ହାଇକୋର୍ଟରୁ ବେଲ୍ ପରେ ଜେଲରୁ ମୁକୁଳିଥିଲେ ଲାଲୁ ଯାଦବ ।

 

ରାଜଧାନୀରେ ପୁଣି ଫୁଟିଲା ବୋମା, ସହିଦନଗର ଥାନା ଜଗନ୍ନାଥ ନଗରରେ ୨ଟି ବୋମାମାଡ଼

ଭୁବନେଶ୍ୱର: ରାଜଧାନୀରେ ପୁଣି ଫୁଟିଲା ବୋମା । ଭୁବନେଶ୍ୱର ସହିଦନଗର ଥାନା ଜଗନ୍ନାଥ ନଗରରେ ବୋମାମାଡ଼ । ଗତକାଲି ବିଳମ୍ବିତ ରାତିରେ ୨ଟି ବୋମାମାଡ଼ ହୋଇଥିବା ଜଣାପଡ଼ିଛି । ବୋମାମାଡ଼ର କାରଣ ଅସ୍ପଷ୍ଟ ରହିଛି । ତେବେ ଏହି ବୋମାମାଡ଼ରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଥିବାବେଳେ ସ୍ଥାନୀୟ ଲୋକ କିନ୍ତୁ ଏହି ବୋମାମାଡ଼ ପରେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଅନ୍ୟପଟେ ବୋମାମାଡ଼ ଖବର ପାଇ ସହିଦନଗର ଥାନା ପୋଲିସ ଓ ଜୋନ-୫ ଏସିପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । କିଏ ଓ କାହିଁକି ଏହି ବୋମାମାଡ଼ କରିଛି । ଏହା ପଛରେ କାରଣ କ’ଣ ତାହା ପୋଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।

ଆଜିଠୁ କଟକରେ ଝଲସିବ ଆଦିବାସୀ ସଂସ୍କୃତି, କିଲ୍ଲା ପଡ଼ିଆରେ ୧୧ ଦିନ ଧରି ଚାଲିବ ମେଳା

କଟକ: କଟକରେ ଦେଖିବାକୁ ମିଳିବ ଆଦିବାସୀ ସଂସ୍କୃତିର ଝଲକ । ଆଜିଠୁ କିଲ୍ଲା ପଡ଼ିଆରେ ଆରମ୍ଭ ହେବ ଆଦିବାସୀ ମେଳା । ୧୧ ଦିନ ବ୍ୟାପି ଏହି ମେଳା ଅନୁଷ୍ଠିତ ହେବ । ପରିଚୟ ଫାଉଣ୍ଡେସନ ପକ୍ଷରୁ ଜିଲ୍ଲା ପ୍ରଶାସନ ସହଯୋଗରେ କଟକରେ ପ୍ରଥମଥର ପାଇଁ ଏହି ମେଳା ଆୟୋଜନ କରାଯାଉଛି । ମେଳାରେ ୧୨୦ଟି ଷ୍ଟଲ ପଡ଼ୁଥିବାବେଳେ ଓଡ଼ିଶା ରାଜ୍ୟ ସମେତ ୨୭ଟି ରାଜ୍ୟର ଆଦିବାସୀ ପ୍ରତିଷ୍ଠାନ ଯୋଗ ଦେଇଛନ୍ତି । ଆଦିବାସୀମାନଙ୍କ ହାତ ତିଆରି ଅନେକ ଘରକରଣା ସାଜସଜ୍ଜା ଓ ଖାଦ୍ୟ ସାମଗ୍ରୀ ମିଳିବ । ଏଥି ସହିତ ସ୍ୱତନ୍ତ୍ର ଖାଦ୍ୟ ଷ୍ଟଲ ଖୋଲାଯିବ । ଯେଉଁଥିରେ ବାହାର ରାଜ୍ୟର ପ୍ରସିଦ୍ଧ ଆଦିବାସୀ ଖାଦ୍ୟ ଉପଲବ୍ଧ ହେବ ।

ଆଜି ପ୍ରତିଷ୍ଠା ଉତ୍ସବର ଶେଷ ଦିନ, ଅଖଣ୍ଡ ନାମଯଜ୍ଞ ସହ ପଡ଼ିବ ଘୃତଯଜ୍ଞର ପୂର୍ଣ୍ଣାହୂତି

ବ୍ରହ୍ମପୁର: ମାଆ ତାରାତାରିଣୀ ମନ୍ଦିରରେ ଚାଲିଛି ନବକଳେବର ଉତ୍ସବ । ମନ୍ତ୍ର ଧ୍ୱନିରେ କମ୍ପୁଛି ରତ୍ନଗିରି ପର୍ବତ । ଆଜି ପ୍ରତିଷ୍ଠା ଉତ୍ସବର ଶେଷ ଦିନ । ମନ୍ଦିରରେ ପୂଜା ସରିବା ସହ ଯଜ୍ଞର ପୂର୍ଣ୍ଣାହୂତି ହେବ । ବ୍ରାହ୍ମଣମାନଙ୍କର ଯଜ୍ଞବେଦୀ ପ୍ରବେଶ ସହ ସୂର୍ଯ୍ୟ ପୂଜାଠାରୁ ଆରମ୍ଭ କରି ଗୋ ପୂଜା, ମଣ୍ଡଳ ଦେବତା ପୂଜା ଓ ତ୍ରିଶୂଳ ଧ୍ୱଜ କରାଯିବ । ପାର୍ଶ୍ୱଦେବଦେବୀଙ୍କ ସ୍ଥାପନ ସହ ରତ୍ନ ସିଂହାସନ ବିଜେ, ମହାଧିଜଙ୍କ ଭ୍ରମଣ, ଅଖଣ୍ଡ ନାମଯଜ୍ଞ ଓ ଘୃତଯଜ୍ଞର ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ରହିଛି । ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ଶହ ଶହ ଭକ୍ତ ମାଆ ତାରାତାରିଣୀଙ୍କୁ ଦର୍ଶନ କରି ଆଶିଷ ନେଉଛନ୍ତି ।

୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା, ୧୫ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା । ଏନେଇ ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରଚଣ୍ଡ ଘଡଘଡି ବିଜୁଳି ସହ ବର୍ଷା ପାଇଁ ୧୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷ କରି କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, କନ୍ଧମାଳ, ଗଞ୍ଜାମ, କଟକ ଏବଂ ଜଗତସିଂହପୁରରେ କାଳବୈଶାଖୀ ବର୍ଷା ପାଇଁ ସତର୍କତା ଜାରି କରାଯାଇଛି ।

ଏହି କାଳବୈଶାଖୀ ବର୍ଷା ୨୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ । କାଳବୈଶାଖୀ ପାଇଁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି । ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ଲୋକଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୧, ୨୨ ଏବଂ ୨୩ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଫେରିବ । ବିଶେଷ କରି ବଲାଙ୍ଗୀର, ଝାରସୁଗୁଡା, ବୌଦ୍ଧ, ସୋନପୁର, ବରଗଡ଼, ସୁନ୍ଦରଗଡ଼, କେନ୍ଦୁଝର ଏବଂ ମୟୁରଭଞ୍ଜରେ ସ୍ୱାଭାବିକଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ ।

ଆଜି ଆତ୍ମସମର୍ପଣ କରିପାରନ୍ତି ନବଜୋତ ସିଂ ସିଦ୍ଧୁ, ବର୍ଷେ ଜେଲ ଆଦେଶ ଶୁଣାଇଛନ୍ତି ସୁପ୍ରିମକୋର୍ଟ

ଚଣ୍ଡିଗଡ଼: ଆଜି ଆତ୍ମସମର୍ପଣ କରିପାରନ୍ତି କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ । ୩୪ ବର୍ଷ ତଳର ରୋଡରେଜ ମାମଲାରେ ବର୍ଷେ ପାଇଁ ଜେଲ ଦଣ୍ଡାଦେଶ ପରେ ଆଜି ଆତ୍ମସମର୍ପଣ କରିବା ନେଇ ଚର୍ଚ୍ଚା ଜୋର ଧରିଛି । ରାୟକୁ ସମ୍ମାନ ଜଣାଇବେ ବୋଲି ସେ ଗତକାଲି କହିଥିଲେ । ସେପଟେ ରିଭ୍ୟୁ ପିଟିସନ ଦାଖଲ ଲାଗି ସୁପ୍ରିମକୋର୍ଟ ବିକଳ୍ପ ରଖିଛନ୍ତି । ବିନା ଉଦ୍ଦେଶ୍ୟରେ ହତ୍ୟା ମାମଲାରେ ପଞ୍ଜାବ-ହରିୟାଣା ହାଇକୋର୍ଟ ସିଦ୍ଧୁଙ୍କୁ ତିନି ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିବାବେଳେ ସୁପ୍ରିମକୋର୍ଟ ତାଙ୍କୁ ଏହି ମାମଲାରେ ନିର୍ଦ୍ଦୋଷରେ ଖଲାସ କରିଥିଲେ । କିନ୍ତୁ ତାଙ୍କୁ ୧୦୦୦ ଟଙ୍କା ଜରିମାନା କରିଥିଲେ ସର୍ବୋଚ୍ଚ ନ୍ୟାୟାଳୟ ।

୨୭ ଡିସେମ୍ବର ୧୯୮୮ରେ ଏହି ବିବାଦ ପଟିଆଲାରେ ଘଟିଥିଲା, ଯେତେବେଳେ ସିଦ୍ଧୁ ରାସ୍ତା ମଝିରେ ତାଙ୍କ ଜିପ୍ସୀ ଗାଡ଼ିକୁ ପାର୍କ କରିଥିଲେ । ଯେତେବେଳେ ପୀଡିତ ଏବଂ ଅନ୍ୟ ଦୁଇଜଣ ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ଯାଉଥିଲେ, ସେମାନେ ରାସ୍ତାରେ ଥିବା ଜିପ୍ସୀକୁ ଦେଖି ସିଦ୍ଧୁଙ୍କୁ ହଟାଇବାକୁ କହିଥିଲେ। ଏହି କାରଣରୁ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା । ପୋଲିସ ଅଭିଯୋଗ କରିଥିଲା ଯେ ଏହି ସମୟ ମଧ୍ୟରେ ସିଦ୍ଧୁ ରାଗିଯାଇ ପୀଡିତଙ୍କୁ ଆକ୍ରମଣ କରି ଘଟଣାସ୍ଥଳରୁ ପଳାଇ ଯାଇଥିଲେ । ଏହା ପରେ ପୀଡିତଙ୍କୁ ଡାକ୍ତରଖାନା ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା ।

ବ୍ରଜରାଜନଗର ମଇଦାନରେ ୩ ଦଳର ହେଭିଓ୍ବେଟ ପ୍ରଚାର, ଘର ଘର ବୁଲି ଭୋଟ ମାଗୁଛନ୍ତି ପ୍ରାର୍ଥୀ

ବ୍ରଜରାଜନଗର: ପାଖଉଛି ତାରିଖ, ବଢ଼ୁଛି ତାତି । ବ୍ରଜରାଜନଗର ଉପନିର୍ବାଚନ ପାଇଁ ସରଗରମ ରାଜନୀତି । ବିଜୟ କସରତ କରୁଛନ୍ତି ସବୁ ଦଳ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ମଇଦାନକୁ ଓହ୍ଲାଇଛନ୍ତି ହେଭିଓ୍ବେଟ୍ । ଡୋର ଟୁ ଡୋର କ୍ୟାମ୍ପେନିଂରେ ଭୋଟର ପାଖରେ ପହଞ୍ଚିଛନ୍ତି ପ୍ରାର୍ଥୀ । ପ୍ରଚାର ମଇଦାନରେ ଆଗରେ ରହିଛି ବିଜେଡି । ଦଳୀୟ ପ୍ରାର୍ଥୀ ଅଳକା ମହାନ୍ତିଙ୍କ ପାଇଁ ମଇଦାନରେ ପ୍ରଚାର କରୁଛନ୍ତି ବରିଷ୍ଠ ବିଜେଡି ନେତା । ମନ୍ତ୍ରୀ ଓ ବିଧାୟକ ମାନେ ଘରକୁ ଘର ବୁଲି ବିଜେଡି ପାଇଁ ମାଗୁଛନ୍ତି ଭୋଟ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣକାରୀ ଯୋଜନା ଓ ବିକାଶକୁ ଆଧାରରେ ଭୋଟ ମାଗୁଛି ଦଳ ।

ତେବେ ଆଗକୁ ଅଳକାଙ୍କ ପାଇଁ ପ୍ରଚାରକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୫୦ ହଜାରରୁ ଅଧିକ ଭୋଟରେ ଜିତିବାକୁ ଦୃଢୋକ୍ତି ପ୍ରକାଶ କରିଛି ଶାସକ ଦଳ । ବ୍ରଜରାଜନଗରବାସୀ ବିଜେଡି ସହ ଅଛନ୍ତି ଓ ରହିବେ ବୋଲି ଦଳ କହିଛି । ସେପଟେ ଫୁଲ ଦମରେ ଲାଗି ପଡ଼ିଛନ୍ତି ବିରୋଧୀ । ଖୁବଶୀଘ୍ର ବିଜେପି ଓ କଂଗ୍ରେସ କେନ୍ଦ୍ରୀୟ ନେତା ପ୍ରଚାର ମଇଦାନକୁ ଓହ୍ଲାଇବେ ବୋଲି ସୂଚନା ମିଳିଛି । ଅନ୍ୟପକ୍ଷରେ ବ୍ରଜରାଜନଗର ଉପନିର୍ବାଚନରେ ପିସିସି ସଭାପତି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ।

ମା’ ଓ ଛୁଆ ହାତୀକୁ ଧକ୍କା ଦେଲା ଟ୍ରେନ୍

କେନ୍ଦୁଝର: ମାଲବାହୀ ଟ୍ରେନ୍ ଧକ୍କାରେ ମା’ ଓ ଛୁଆ ହାତୀ ଗୁରୁତର । କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଯୋଡ଼ା ସେକ୍ସନ୍ ବାଂଶପାଣି ବେହେରା ହାଟିଂ ନିକଟରେ ୨୨ ଟିକିଆ ହାତୀପଲ ଟ୍ରେନ୍ ଲାଇନ୍ ପାର୍ ହେଉଥିବା ସମୟରେ ଧକ୍କା ଦେଲା ଟ୍ରେନ୍ । ମାଲବାହୀ ଟ୍ରେନ୍ ବାଂଶପାଣିରୁ ଜୁରୁଡ଼ି ଯାଉଥିବା ବେଳେ ହାତୀପଲଙ୍କୁ ଧକ୍କା ଦେଇଥିଲା ।

ହାତୀପଲଙ୍କୁ ଦେଖି ଟ୍ରେନ ବେଗ କମ କରିବାରୁ ଯଦିଓ ଅଳ୍ପକେ କିଛି ହାତୀ ରକ୍ଷା ପାଇଛନ୍ତି, ତଥାପି ଦୁଇଟି ହାତୀ ଆହତ ହୋଇଛନ୍ତି । ଧକ୍କା ଦେବାପରେ ଟ୍ରେନ୍ ଟି କିଛି ଦୂରରେ ଅଟକି ରହିଛି । ଦୁର୍ଘଟଣା ପରେ ବେହେରା ହାଟିଂ ସମେତ କେତେକ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି । ଦୁର୍ଘଟଣା ଘଟିଥିବା ହାତୀକୁ ଅନ୍ୟ ହାତୀମାନେ ଜଗି ରହିଥିବା ଦେଖିବାକୁ ମିଳିଛି ।

ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନସିପରେ ନିଖହତ ଆଣିଲେ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନସିପରେ ଭାରତ ପାଇଁ ରେକର୍ଡ କରିଛନ୍ତି ଯୁବ ବକ୍ସର ନିଖହତ ଜରୀନ । ୫୨ କେଜି ବର୍ଗରେ ସେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଫ୍ଲାଏ ୱେଟ କ୍ୟାଟାଗୋରୀର ଫାଇନାଲ ମୁକାବିଲାରେ ସେ ଥାଇଲ୍ୟାଣ୍ଡର ଜିଟପଙ୍ଗ ଜୁଟାମସଙ୍କୁ ୫-୦ରେ ପରାସ୍ତ କରି ଚାମ୍ପିୟନ ହୋଇଛନ୍ତି । ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍ରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିବାରେ ଜରୀନ ପଞ୍ଚମ ମହିଳା ବକ୍ସର ।

ତାଙ୍କ ପୂର୍ବରୁ ମ୍ୟାରି କମ, ସରିତା ଦେବୀ, ଜେନ୍ନୀ ଆରଏଲ ଓ ଲେଖା କେସି ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ। ୨୫ ବର୍ଷୀୟ ଜରୀନ ପୂର୍ବତନ ଜୁନିୟର ୟୁଥ ୱାର୍ଲ୍ଡ ଚାମ୍ପିୟନ। ସେ ୨୦୨୧ ଜାତୀୟ ବକ୍ସିଂ ପ୍ରତିଯୋଗିତାରେ ମଧ୍ୟ ସ୍ୱର୍ଣ୍ଣ ଜିତିଥିଲେ । ଫାଇନାଲ ମ୍ୟାଚ୍ରେ ତେଲେଙ୍ଗାନା ବକ୍ସର ଜରୀନ ଥାଇଲ୍ୟାଣ୍ଡ ପ୍ରତିପକ୍ଷଙ୍କ ବିରୋଧରେ ଦମଦାର ପ୍ରଦର୍ଶନ କରିଥିଲେ । ଜରୀନଙ୍କ ବ୍ୟତୀତ ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପର ୫୭ କେଜି ବର୍ଗରେ ମନୀଷା ମୋନୁ ଓ ଡେବ୍ୟୁଟାଣ୍ଟ ପରଭୀନ ହୁଡା ୬୩ ବର୍ଗରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି ।

ଏକାନ୍ତରେ ଅନୁଭବଙ୍କ ମନର ବେଦନା…

କଟକ: ଜୀବନର କଷ୍ଟ ଓ ସଂଘର୍ଷର କାହାଣୀକୁ ସୋସିଆଲ ମିଡିଆରେ କହି ଭାବ ବିରହ୍ୱଳ ହୋଇପଡିଲେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି  ।  ନିଜ ଜୀବନର ଯନ୍ତ୍ରଣାକୁ ପ୍ରଥମ ଥର ପାଇଁ ସର୍ବ ସମ୍ମୁଖରେ କହିଲେ  । ଜୀବନରେ ଭଲ ପାଇ ଭୁଲ କରିଦେଇ ନଥିବା ନେଇ ମଧ୍ୟ ସିଧାସଳଖ କହିଛନ୍ତି ସାଂସଦ  । ଅନୁଭବ କହିଛନ୍ତି, ପରିବାରର ଅନିଛା ସ୍ୱତେ ସମସ୍ତଙ୍କୁ ରାଜି କରାଇଥିଲି ।  ପ୍ରେମ କରି ବିବାହ କରିଥିଲି  । କିନ୍ତୁ ଏହି ନିଷ୍ପତ୍ତି ହିଁ ଥିଲା ଜୀବନର ସବୁଠୁ ବଡ଼ ଭୁଲ  ।

https://www.youtube.com/watch?v=oH3BjNc5AiU

ଏଥି ସହ କ୍ୟାରିୟରର ଆରମ୍ଭରୁ କେମିତି ସଂଘ୍ରଷ କରିଛନ୍ତି  । ପରିବାର ପ୍ରତିଷ୍ଠା ପାଇବାକୁ କେତେ ଯେ ସଂଗ୍ରାମ କରିବାକୁ ପଡିଛି ସେନାଇ ଉଲ୍ଲେଖ କରିଛନ୍ତି ଅନୁଭବ ମହାନ୍ତି  ।  ପ୍ରାୟ ଅଧ ଘଣ୍ଟାଏ ଧରି ସୋସିଆଲ ମିଡିଆରେ ଅନେକ ପ୍ରସଙ୍ଗକୁ   ଭିଡିଓରେ ଉତଥାପନ କରିଛନ୍ତି  । ଏହି ସମସ୍ତ ପ୍ରସଙ୍ଗ କେବଳ ନିଜସ୍ୱ ଏବଂ ପାରିବାରିକ ମାମଲା ସହ ଜଡ଼ିତ  । ବିବାହ ଓ ବିବାଦର କଥାକୁ ଖୁଲମଖୋଲା କହିଛନ୍ତି ସେ, ଯଦିବା କୌଣସି ମହିଳାଙ୍କ ନାମକୁ ପ୍ରକାଶ କରିନାହାଁନ୍ତି  ।