ରାଜ୍ୟକୁ ଛୁଇଁବ ମୌସୁମୀ, ମିଳିବ ଆଶ୍ବସ୍ତି

ଭୁବନେଶ୍ବର: ଓଡ଼ିଶାକୁ ମଳିବ ଆଶ୍ବସ୍ତି,ବର୍ଷାରେ ଭିଜିବ ଓଡ଼ିଶା । ଆଜି କିମ୍ବା କାଲି ସୁଦ୍ଧା ରାଜ୍ୟକୁ ଛୁଇଁବ ମୌସୁମୀ  । ଅସହ୍ୟ ଖରାରୁ ମିଳିବ ତ୍ରାହି । ଆସନ୍ତାକାଲି ସୁଦ୍ଧା ଓଡ଼ିଶାର କିଛି ଅଞ୍ଚଳକୁ ଛୁଇଁପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର  ।

ଆସନ୍ତାକାଲିଠୁ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ମୌସୁମୀ ପ୍ରଭାବରେ ଗଞ୍ଜାମ, ନୟାଗଡ଼ ଆଦି ଜିଲ୍ଲାରେ ବର୍ଷା ହୋଇପାରେ । ୧୬ ତାରିଖ ସକାଳ ସୁଦ୍ଧା ଦକ୍ଷିଣ ଓଡିଶାର ବିଭିନ୍ନ ଅଞ୍ଚଳ ମୌସୁମୀ ବର୍ଷାରେ ଭିଜିବ । ଏହାପରେ ଧିରେ ଧିରେ ସମଗ୍ର ଓଡିଶାରେ ମୌସୁମୀ ବାୟୁ ପ୍ରଭାବରେ ବର୍ଷା ହେବ । ଯାହା ରାଜ୍ୟରେ ତାପମତ୍ରା ହ୍ରାସରେ ସହାୟକ ହେବ । ୧୬ ତାରିଖ ପରେ ତାତି କମିବ । ବର୍ତ୍ତମାନ ମୌସୁମୀ ବାୟୁ ପ୍ରଭାବରେ ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶର ରୟାଲସୀମା  ଓ ବିହାରର କେତେକ ଅଞ୍ଚଳରେ ବର୍ଷା ଲାଗି ରହିଛି ।