BIG BREAKING: ରାହୁଲ ଖାଉନି, ରେସପନ୍ସ କରୁଛି

ଚମ୍ପା: ରାତିସାରା ଖାଇନି ରାହୁଲ । ରାତି ଉଜାଗର ରହିଛ ରେସ୍କ୍ୟୁ ଟିମ୍ । ରେସପନ୍ସ କରୁଛି କିନ୍ତୁ ଖାଦ୍ୟ ଖାଉନି । ଚମ୍ପାର ଜିଲ୍ଲାପାଳ ଜିତେନ୍ଦ୍ର ଶୁକ୍ଳା ଦେଇଛନ୍ତି ସଦ୍ୟ ସୂଚନା । ଅନବରତ ଚାଲିଛି ରେସ୍କ୍ୟୁ ଅପରେସନ । ଆଉ କିଛି ସମୟ ଅପେକ୍ଷାରେ ରାହୁଲକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବ । ବୋରଓ୍ବେଲ ଭିତରୁ ବାହାରିବ ରାହୁଲ । ରାତିରୁ ସକାଳ ଯାଏଁ ଜାରି ରହିଛି ଉଦ୍ଧାର ପ୍ରକ୍ରିୟା । ପଥର ଯୋଗୁଁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଥିଲେ । ୫ଦିନ ଧରି ଚାଲିଛି ଏହି ମାରାଥନ ରେସ୍କ୍ୟୁ ଅପରେସନ । ଏବେ ରାହୁଲର ନିକଟତର ହୋଇସାରିଲାଣି ରେସ୍କ୍ୟୁ ଟିମ୍ ।ତାର ସମସ୍ତ ଗତିବିଧି ଉପରେ ନଜର ରଖାଯାଉଛି ।  ରାତିସାରା ସେ ଖାଦ୍ୟ ଖାଇନଥିଲେ ମଧ୍ୟ ସ୍ବାସ୍ଥ୍ୟବସ୍ଥା ଠିକ୍ ଥିବା କହିଛନ୍ତି ଜିଲ୍ଲାପାଳ । ରାହୁଲ ବାହାରିବା ପରେ କଡ଼ା ସୁରକ୍ଷା ବଳୟ ଭିତରେ ଅର୍ଥାତ ଗ୍ରୀନ କରିଡର ମାଧ୍ୟମରେ ମେଡିକାଲକୁ ପଠାଯିବାକୁ ବ୍ୟବସ୍ଥା ହୋଇଛି  ।

ଛତିଶଗଡର ରାହୁଲ ସାହୁ ଖେଳୁଥିବା ସମୟରେ ଏକ ୮୦ ଫୁଟ ଗଭୀର ବୋରୱେଲରେ ଗଳି ପଡିଥିଲେ  । ସେପଟେ ଜିଲ୍ଲା ପ୍ରଶାସନ ଖବର ପାଇବା ପରେ ଆରମ୍ଭ କରିଥିଲା ଅପରେସନ ରାହୁଲ  । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ମଧ୍ୟ ଘଟଣାକୁ ଗୁରୁତର ସହ ଗ୍ରହଣ କରିବା ସହ ଅପରେସନକୁ ସଫଳ କରିବା ପାଇଁ ପ୍ରଶାସନକୁ ଦେଇଥିଲେ କଡ଼ା ନିର୍ଦ୍ଦେଶ  । ଅତ୍ୟାଧୁନିକ ଟେକନିକ ପ୍ରଶାସନର ଶହ ଶହ ଅଧିକାରୀ, ପୋଲିସ କର୍ମଚାରୀ, ଏନଡିଆରଏଫ ଏବଂ ଏସଡିଆରଏଫ ଟିମ୍ ମଧ୍ୟ ଘଟଣାସ୍ଥଳରେ ମୁତୟନ ରହିଥିଲେ  । ଏକ ସ୍ୱତନ୍ତ୍ର ରେସକ୍ୟୁ ଟିମ୍ ଗଭୀର ଗାତ ଭିତରେ ଏକ ଟନେଲ ନିର୍ମାଣ ଆରମ୍ଭ କରିଥିଲେ  । କାରଣ ରାହୁଲକୁ ସୁରକ୍ଷିତ ଉଦ୍ଧାର କରିବା ନିମନ୍ତେ ପ୍ରଶାସନ ସମସ୍ତ ପ୍ରକାର ରଣନିତୀ ଲଗାଇଦେଇଛି  ।

ରାହୁଲ ଜଣେ ମୁକ ଏବଂ ବଧିର ବାଳକ । କିଛି କହିପାରୁନଥିବା ବେଳେ କିଛି ଶୁଣି ପାରେନି ମଧ୍ୟ  । କିନ୍ତୁ ଗାତରେ ପଡିବା ପରେ ଯେଉଁ ଖାଦ୍ୟ ପଠାଯାଇଥିଲା, ରାହୁଲ ଖାଦ୍ୟ ଗ୍ରହଣ କରୁଥିଲା  । କଦଳୀ ଖାଉଥିଲା ଏବଂ ଓଆଏରଏସ ପାଣି ପିଉଥିଲା  । ଡାକ୍ତରୀ ଟିମ ମଧ୍ୟ ରାହୁଲର ସ୍ୱାସ୍ଥ୍ୟ ଉପରେ କଡା ନଜର ରଖିଥିଲେ । ୫ ଦିନ ଧରି ବିଶାଳ ଗାତରେ ରହିବା ପରେ ଆଜି ଅପରେସନ ଶେଷ ପର୍ଯ୍ୟାୟରେ ପହଁଚିଛି  ।