ଠକ ଡାକ୍ତର ରମେଶ ସ୍ବାଇଁ ଗିରଫ: ଚାର୍ଜସିଟ ଦେଲା ମହିଳା ଥାନା ପୋଲିସ

ଭୁବନେଶ୍ୱର: ନକଲି ଠକ ଡାକ୍ତର ରମେଶ ସ୍ବାଇଁ ଗିରଫ ମାମଲା । ରମେଶ ସହ 5 ଜଣକ ବିରୋଧରେ 940 ପୃଷ୍ଠାର ଚାର୍ଜସିଟ ଦାଖଲ କଲା ମହିଳା ଥାନା ପୋଲିସ । ଘଟଣାରେ ୧୦୩ ଜଣଙ୍କୁ ସାକ୍ଷୀ ରଖାଯାଇଛି । ଭୁବନେଶ୍ବର ଏସଡିଜେଏମ କୋର୍ଟରେ ରମେଶ ସ୍ବାଇଁ, କମଳା ତିର୍କୀ, ରଶ୍ମିତା ବେଉରା, ବିଶ୍ବରଂଜନ ଦାସ ଓ ଡ୍ରାଇଭର ଚିତ୍ତରଞ୍ଜନ ପଟ୍ଟନାୟକଙ୍କ ନାମରେ ମହିଳା ଥାନା ପୋଲିସ ଚାର୍ଜସିଟ ଦାଖଲ କରିଛି ।

ଠକେଇ ମାଲାରେ ରମେଶର ଭିଣୋଇ ଗଣେଶ ବେଉରା ଏବେ ବି ଫେରାର ରହିଛି । ରମେଶ ନାଁରେ ରାଜ୍ୟ ଓ ରାଜ୍ୟ ବାହାରେ 16ରୁ ଅଧିକ ମାମଲା ରୁଜୁ ହୋଇଛି । 8 କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ରହିଛି । ରାଜ୍ୟ ଓ ରାଜ୍ୟ ବାହାରେ 18 ଜଣକୁ ବିବାହ କରିଥଲା ରମେଶ । ନିଜକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଡେପୁଟି ଡ଼ାଇରେକ୍ଟର ଜେନେରାଲ ପରିଚୟ ଦେଉଥିଲା ରେମଶ । ଏପରିକି ଡାକ୍ତର ବେଶରେ କ୍ଲିନିକ ଖୋଲି ଚିକିତ୍ସା ମଧ୍ୟ କରୁଥିଲା ରମେଶ ।