spot_img
Home Blog Page 4354

ତାତିରୁ ଆଶ୍ୱସ୍ତି ଦେଲା କାଳବୈଶାଖୀ ବର୍ଷା

ଭୁବନେଶ୍ୱର: ଖରା ବର୍ଷାର ଲୁଚକାଳି ଖେଳ । କାଳବୈଶାଖୀ ବର୍ଷା ପାଇଁ ଓଡ଼ିଶାକୁ ତାତିରୁ ମିଳିଛି ସାମନ୍ୟ ଆଶ୍ୱସ୍ତି । ଗତ ୨୪ ଘଣ୍ଟାରେ ବଲାଙ୍ଗିର, କଳାହାଣ୍ଡି, ଗଞ୍ଜାମ, ବାଲେଶ୍ୱରର କିଛି ସ୍ଥାନରେ ବର୍ଷା ହୋଇଛି । ଦାରିଙ୍ଗବାଡିରେ ୧୬.୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କରେ ସ୍ୱାଭାବିକ ଠାରୁ ଦୁଇ ତିନି ଡିଗ୍ରୀ ଅଧିକ ରହିଛି ତାପମାତ୍ରା ।

ଆଗାମୀ ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ବର୍ଷା ନେଇ ୧୫ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଓ କନ୍ଧମାଳ ପାଇଁ ଏହି ସତର୍କ ସୂଚନା ଜାରି କରାଯାଇଛି । ତେବେ ଗତ ୨୪ ଘଣ୍ଟାରେ ୪୦ ଡିଗ୍ରୀ ଉପରେ ରହିଛି ୧୫ ସହର । ୪୩.୫ ଡିଗ୍ରୀ ସେଲସିୟସ୍ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଛି ସୋନପୁର ।

ଗଣହତ୍ୟା ପୂର୍ବରୁ କମାର ଶାଳରେ କାତି ପଜାଇଥିଲା ଶିବ

ମାହାଙ୍ଗା: ହତ୍ୟା ପୂର୍ବରୁ କମାର ଶାଳରେ କାତି ପଜାଇଥିଲା ଅଭିଯୁକ୍ତ । ମାହାଙ୍ଗା ଗଣହତ୍ୟା ମାମଲାରେ ପୋଲିସ ହାତରେ ଲାଗିଛି ଆଉ ଏକ ବଳିଷ୍ଠ ପ୍ରମାଣ । ହତ୍ୟା କରିବା ପୁର୍ବରୁ, ହତ୍ୟାରେ ବ୍ୟବହୃତ କାତିକୁ ଏକ କମାର ଶାଳରେ ପଜାଇଥିଲା ଅଭିଯୁକ୍ତ ଶିବ ସାହୁ । ବାଲିଚନ୍ଦ୍ରପୁର ହାଟରେ ଥିବା କମାର ଶାଳକୁ ନେଇ ଅଭିଯୁକ୍ତ ଓ କମାର ଶାଳ କାରିଗର ସହ ମୁହାଁମୁହିଁ ଜେରା କରିଛି ପୋଲିସ । କମାର ଶାଳ କାରିଗର ଅଭିଯୁ୍କ୍ତ ଶିବ ସାହୁକୁ ଚିହ୍ନଟ କରିଛି । ସେ ହତ୍ୟାକାଣ୍ଡର ଦୁଇଦିନ ପୁର୍ବରୁ କମାର ଶାଳକୁ ଆସି କାତି ପଜାଇଥିବା କହିଛି କାରିଗର ।

Mahanga Mass Murder Case Accuse Shiva

ଆଜି ଶିବ ରିମାଣ୍ଡ ଅବଧିର ଶେଷ ଦିନ । ଶେଷ ଦିନରେ ହତ୍ୟାକାଣ୍ଡର ବିଭିନ୍ନ ଦିଗ ନେଇ ଶିବକୁ ମାରାଥନ୍ ଜେରା କରୁଛି ପୋଲିସ । ପ୍ରାଥମିକ ତଦନ୍ତରୁ ଶିବ ଏକା ହତ୍ୟା କରିଥିବା ପୋଲିସ କହୁଥିଲେ ମଧ୍ୟ ଏନେଇ ତନାଘନା କରାଯାଉଛି । ଅଭିଯୁକ୍ତକୁ କ୍ରସ ଇଣ୍ଟୋରୋଗେସନ୍ କରିଛି ପୋଲିସ । ଗତକାଲି ମର୍ଡରର ଡେମୋ ଦେଖାଇଥିଲା ଶିବପ୍ରସାଦ । ନିଜ ମୁହଁରେ କହିଥିଲା ଗଣହତ୍ୟାର ପୂରା କାହାଣୀ ।

Mahanga Mass Murder Case Accuse Shiva

ସେପଟେ ପୋଲିସ ଶବ ଜବତ କଲାବେଳେ ଅଲେଖଙ୍କ ସ୍ତ୍ରୀ ହାତରେ ଲମ୍ବା ଚୁଟି ଥିଲା ବୋଲି କହିଛନ୍ତି ମୃତ ଅଲେଖଙ୍କ ଶଳା । ତେଣୁ ଏହି ହତ୍ୟାକାଣ୍ଡରେ ଜଣେ ମହିଳାଙ୍କ ସମ୍ପୃକ୍ତି ଥିବା ସେ ଅଭିଯୋଗ କରିଛନ୍ତି । ଅଭିଯୁକ୍ତ ଶିବ ସାହୁଙ୍କ ସ୍ତ୍ରୀ ଏହି ହତ୍ୟାକାଣ୍ଡରେ ସାମିଲ୍ ଥିବା ଅଭିଯୋଗ କରି ତାଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ମୃତ ଅଲେଖଙ୍କ ଶଳା ଦୀପକ ପୃଷ୍ଟି ।

ଆସନ୍ତାକାଲି ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ତିରୋଧାନ ଦିବସ, ନିରାଡ଼ମ୍ବର ଭାବେ ପାଳନ କରିବ ବିଜେଡି

ଭୁବନେଶ୍ୱର: ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସକୁ  ନିରାଡ଼ମ୍ବର ଭାବେ ପାଳନ କରିବ ବିଜେଡି । ବିଜୁବାବୁଙ୍କ ଶ୍ରାଦ୍ଧ ଦିବସରେ ଓଡ଼ିଶାବାସୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବା ପାଇଁ ସଂକଳ୍ପବଦ୍ଧ ହେବାକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନିବେଦନ କରିଛନ୍ତି । ଏଭଳି ମହାନ ବ୍ୟକ୍ତିଙ୍କୁ ମରଣୋତ୍ତର ଭବେ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନରେ ସମ୍ମାନିତ କରିବାକୁ ପୁଣି ଦାବି ଉଠିଛି ।

BJD To Organise Blood Camp On Occasion Of 25th Death Anniversary Of Biju Babu

ଏପ୍ରିଲ୍ ୧୭ ମହାନ ଜନନାୟକ, ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୨୫ ତମ ଶ୍ରାଦ୍ଧ ଦିବସ । ଏହି ପୁଣ୍ୟତିଥିରେ ରାଜ୍ୟବାସୀଙ୍କ ସେବା ଉଦ୍ଦେଶ୍ୟରେ ନିଜକୁ ଉତ୍ସର୍ଗ କରିବା ପାଇଁ ଦଳୀୟ କର୍ମୀ ଓ ନେତା ସଂକଳ୍ପ ନିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନିବେଦନ କରିଛନ୍ତି । ଏହା ହିଁ ହେବ ବିଜୁ ବାବୁଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି । ଏଥର ବିଜୁ ବାବୁଙ୍କ ତିରୋଧାନ ଦିବସ ନିରାଡ଼ମ୍ବର ଭାବେ ପାଳନ ହେବ । ଏ ନେଇ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ସାରା ଜୀବନ ବିଜୁ ବାବୁ ଜନସେବାକୁ ସର୍ବାଧିକ ଗୁରୁତ୍ୱ ଦେଇଥିଲେ । ସେଥିପାଇଁ ତାଙ୍କ ତିରୋଧାନ ଦିବସରେ ରାଜ୍ୟବାସୀଙ୍କ ପ୍ରତି ବିଜେଡିର ସାମାଜିକ ଦାୟିତ୍ୱ ଓ ପ୍ରତିବଦ୍ଧତା ଦୃଷ୍ଟିରୁ ପ୍ରତ୍ୟେକ ଜିଲ୍ଲା ଓ ସମସ୍ତ ନିର୍ବାଚନ ମଣ୍ଡଳୀରେ ଓଡ଼ିଶା ମୋ ପରିବାର ପକ୍ଷରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ସମୂହ ରକ୍ତଦାନ ଶିବିର ଆୟୋଜନ କରାଯିବ । ଏହି ରକ୍ତଦାନ କାର୍ଯ୍ୟକ୍ରମ ୧୫ ଦିନ ଧରି ଚାଲିବ । ପ୍ରଥମ ଦିନରେ ୧୦ ହଜାର ୟୁନିଟ୍ ରକ୍ତ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

BJD To Organise Blood Camp On Occasion Of 25th Death Anniversary Of Biju Babu

୧୯୬୨ରେ ଚୀନ ଓ ୧୯୬୫ରେ ପାକିସ୍ତାନ ସହ ଭାରତର ଯୁଦ୍ଧରେ ବିଜୁ ବାବୁ ଯେଉଁ ପରାକାଷ୍ଠା ଦେଖାଇଥିଲେ, ତାହା ସର୍ବଜନ ବିଦିତ । ସେହିପରି ଓଡ଼ିଶାର ଦାରିଦ୍ର୍ୟ ଦୂରୀକରଣ ପାଇଁ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା କରିବା ସହିତ ନବଉତ୍କଳର ବିନ୍ଧାଣୀ ଥିଲେ ବିଜୁ ବାବୁ । ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ବିଜୁ ବାବୁଙ୍କ ଅବଦାନ ଦେଶରେ ଉଦାହରଣ ହୋଇ ରହିଛି । ଏଭଳି ବ୍ୟକ୍ତିଙ୍କୁ ମରଣୋତ୍ତର ଭାବେ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନରେ ଭୂଷିତ କରିବା ପାଇଁ ଦାବି ହୋଇ ଆସୁଛି । କିନ୍ତୁ କେନ୍ଦ୍ର ସରକାର ଏହି ଦାବିକୁ ଅଣଦେଖା କରି ଆସିଛନ୍ତି । ୨୫ତମ ଶ୍ରାଦ୍ଧ ଦିବସରେ କେନ୍ଦ୍ର ସରକାର ବିଜୁ ବାବୁଙ୍କୁ ମରଣୋତ୍ତର ଭାରତ ରତ୍ନ ଦେବା ପାଇଁ ଘୋଷଣା କରନ୍ତୁ ବୋଲି ଦାବି କରିଛନ୍ତି ପୂର୍ବତନ ମନ୍ତ୍ରୀ ଓ ବୁଦ୍ଧିଜୀବୀ ।

BJD To Organise Blood Camp On Occasion Of 25th Death Anniversary Of Biju Babu

ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସରେ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ସକାଳ ୬ଟା ୩୦ ମିନିଟରେ ତିଳ ତର୍ପଣ, ସକାଳ ୭ଟା ୩୦ରେ ପ୍ରଭାତଫେରୀ, ସମୂହ ସଫେଇ ଅଭିଯାନ, ସକାଳ ୮ଟା ୩୦ରେ ବିଜୁ ବାବୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ, ସ୍ମୃତି ସଭା ଓ ସନ୍ଧ୍ୟା ୫ଟାରେ ଦୀପ ଦାନ ସହ ସମୂହ ସଂକଳ୍ପ ନେବାକୁ ବିଜେଡି ପକ୍ଷରୁ କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି ।

ଟ୍ରାଫିକ୍‌ ନିୟମ ଭାଙ୍ଗି ଫସିଲେ ବରୁଣ ଧାଓ୍ୱନ୍‌, ଚାଲାଣ କାଟିଲେ, ଏବେ ନୋଟିସ ବି ଯିବ

 କାନପୁର:  ବଲିଉଡ ଅଭିନେତା ବରୁଣ ଧାଓ୍ୱନ ଏବେ ଫିଲ୍ମ ‘ବବାଲ’ର ସୁଟିଂ ପାଇଁ କାନପୁରରେ ଅଛନ୍ତି । ବୁଧବାର ବରୁଣ ପି ରୋଡ୍‌ ବଜାରର ସଡ଼କରେ ବୁଲେଟ୍‌ ଚଲାଉଥିଲେ । ଗୁରୁବାର ଡିପ୍ଟି ପଡ଼ାବରେ ସୁଟିଂ କଲେ । ଏହି ସମୟରେ ବରୁଣଙ୍କ ଏକ ଝଲକ ପାଇବା ପାଇଁ ଦର୍ଶକ ରାସ୍ତା ଉପରକୁ ଆସିଗଲେ  ଏବଂ ବରୁଣଙ୍କ ଠାରୁ ଅଟୋଗ୍ରାଫ୍‌ ମଧ୍ୟ ନେଲେ । କିନ୍ତୁ ସୁଟିଂ ସମୟରେ ହେଲମେଟ୍‌ ପିନ୍ଧିନଥିଲେ । ତା ସାଙ୍ଗକୁ ସୁଟିଂ ପାଇଁ ବ୍ୟବହାର ହୋଇଥିବା ବୁଲେଟର ନମ୍ବର ମଧ୍ୟ ନକଲି । ରାସ୍ତାରେ କେହି ଜଣେ ବରୁଣଙ୍କ ବିନା ହେଲମେଟରେ ଥିବା ଫଟୋ ଏବଂ ଭିଡ଼ିଓ ସୋସିଅଲ ମିଡିଆରେ ପୋଷ୍ଟ କରିଦେଲା  ଏବଂ ତାହା ଭାଇରାଲ ହୋଇଗଲା ।

 ବିନା ହେଲମେଟରେ ଗାଡ଼ି ଚଲାଇ ଥିବାରୁ ବରୁଣଙ୍କ ନାଁରେ ଟ୍ରାଫିକ ପୋଲିସ୍‌ ଚାଲାଣ କାଟିଲା । କିନ୍ତୁ ନକଲି ନମ୍ବର ଲାଗିଥିବା ମାମଲାରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ।  ଏହା ମଧ୍ୟ କୁହାଯାଉଛିଯେ, ପୋଲିସ୍‌ ବରୁଣଙ୍କୁ ନୋଟିସ୍‌ ମଧ୍ୟ ପଠାଇବ ।

ସୁଚନାଯୋଗ୍ୟ କାନୁପରରେ ଏବେ ଫିଲ୍ମ ବବାଲର ସୁଟିଂ ଚାଲିଛି । ଯଦିଓ ପୂର୍ବରୁ ଲକ୍ଷ୍ନୌକୁ ସ୍ଥିର କରାଯାଇଥିଲା, କିନ୍ତୁ ପରେ ଏହି ନିଷ୍ପତ୍ତି ବଦଳାଇ ଦିଆଗଲା ।  ଏବେ କାନପୁର ସହରର ବିଭିନ୍ନ ସ୍ଥାନରେ ସୁଟିଂ କରାଯିବ । ଯାହା ପ୍ରାୟ ୧ ସପ୍ତାହ ଧରି ଜାରି ରହିବ । ତେବେ ଏହି ଫିଲ୍ମ ସାଜିଦ ନାଡ଼ିୟାଡବାଲାଙ୍କ ବ୍ୟାନରରେ ନିର୍ମାଣ ହେଉଛି ।     ଫିଲ୍ମରେ ବରୁଣ ଜଣେ ଶିକ୍ଷକ ଚରିତ୍ରରେ ନଜର ଆସିବେ ।

ନାମଲେଖା ପାଇଁ କାମ ଦେବନି ସାଂସଦଙ୍କ ସୁପାରିସ୍, ବିଜେଡି ଓ କଂଗ୍ରେସର ବିରୋଧ

ଭୁବନେଶ୍ୱର: କେନ୍ଦ୍ରୀୟ ବିଦ୍ୟାଳୟରେ ସାଂସଦ କୋଟାରେ ନାମଲେଖା ସ୍ଥଗିତ ରଖିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କ ଏପରି ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସାଂସଦ । କୋଟା ସୁପାରିସ୍ ପୂର୍ବ ପରି ଲାଗୁ କରିବା ପାଇଁ ସାଂସଦମାନେ ଦାବି କରିଛନ୍ତି । ଲୋକ ପ୍ରତିନିଧିଙ୍କ କୋଟା ବନ୍ଦକୁ ସମାଲୋଚନା କରିଛି କଂଗ୍ରେସ । ତୁରନ୍ତ କେନ୍ଦ୍ର ସରକାର ଏ ନିଷ୍ପତ୍ତିର ପୁନଃବିଚାର କରିବାକୁ ଦଳ ଦାବି କରିଛି । ଅନ୍ୟପଟେ ଏ ପ୍ରସଙ୍ଗରେ ଦୃଢ଼ ଯୁକ୍ତି ବାଢିଛି ବିଜେପି । ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି ।

BJD And Congress Oppose Centre's Decision Over Central Schools Admission

କେନ୍ଦ୍ରୀୟ ବିଦ୍ୟାଳୟରେ ନାମଲେଖା ସମୟରେ କାମ ଦେବନି ସାଂସଦଙ୍କ ସୁପାରିସ୍ । ନାମଲେଖାରେ ସାଂସଦଙ୍କ କୋଟାକୁ ସ୍ଥଗିତ କରିଛନ୍ତି କେନ୍ଦ୍ର ସରକାର । ସଂସଦ ଅଧିବେଶନରେ କୋଟାକୁ ବୃଦ୍ଧି କରିବା ପାଇଁ କିଛି ସାଂସଦ ଦାବି କରିବା ପରେ ଏପରି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଯାହାକୁ ନେଇ ସୃଷ୍ଟି ହୋଇଛି ବିବାଦ । ନାମଲେଖା ସମୟରେ ସାଂସଦଙ୍କ କୋଟା କେନ୍ଦ୍ର ସରକାର ସ୍ଥଗିତ କରିବା ପରେ ବହୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଚାଲି ଯାଇଛି ବୋଲି ବିଜେଡି କହିଛି । ତେଣୁ ପୂର୍ବ ବ୍ୟବସ୍ଥା ଲାଗୁ କରିବାକୁ ବିଜେଡି ଦାବି କରିଛି ।

BJD And Congress Oppose Centre's Decision Over Central Schools Admission

କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରତିବର୍ଷ ଜଣେ ସାଂସଦ, କୋଟାରେ ୧୦ଜଣଙ୍କୁ ନାମ ଲେଖାଇବା ପାଇଁ ସୁପାରିସ୍ କରୁଥିଲେ । ଏ କୋଟା ସଂଖ୍ୟା ବୃଦ୍ଧି କରିବାକୁ ଦାବି ପରେ ଚଳିତ ସଂସଦ ଅଧିବେଶନରେ ବିବାଦ ସୃଷ୍ଟି ହେବାରୁ କେନ୍ଦ୍ର ସରକାର ସ୍ଥଗିତ କରିଥିବା ବିଜେପି ଯୁକ୍ତି ବାଢିଛି । କଂଗ୍ରେସ କିନ୍ତୁ କେନ୍ଦ୍ର ସରକାରଙ୍କ ଏପରି ନିଷ୍ପତ୍ତିକୁ କରିଛି କଡ଼ା ସମାଲୋଚନା । କେନ୍ଦ୍ରୀୟ ବିଦ୍ୟାଳୟରେ ସାଂସଦଙ୍କ କୋଟା ତୁରନ୍ତ କାର୍ଯ୍ୟକାରୀ କରିବାକୁ ଦଳ ଦାବି କରିଛି ।

BJD And Congress Oppose Centre's Decision Over Central Schools Admission

୧୯୭୫ ମସିହାରେ ପ୍ରଥମ ଥର ପାଇଁ ଏହି କୋଟା ବ୍ୟବସ୍ଥାର ଆରମ୍ଭ ହୋଇଥିଲା । ପୂର୍ବରୁ ମଧ୍ୟ ଦୁଇଥର କୋଟାରେ ନାମଲେଖା ସ୍ଥଗିତ କରାଯାଇଛି । କେନ୍ଦ୍ରୀୟ ବିଦ୍ୟାଳୟରେ ସାଂସଦ ଓ ଜିଲ୍ଲାପାଳ କୋଟା ସୁପାରିସରେ ବର୍ଷକୁ ୮ରୁ  ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ନାମ ଲେଖାଉଛନ୍ତି । ହେଲେ ଚଳିତ ବର୍ଷ ଅନେକ ଛାତ୍ରଛାତ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ପାଠ ପଢ଼ିବା ସ୍ୱପ୍ନ ସ୍ୱପ୍ନରେ ରହିଯାଇଛି ।

ଖରାଦିନେ କମ୍ ପାଣି ପିଉଥିଲେ ହୋଇପାରେ ଏହି ରୋଗ…

ଜଳ ହିଁ ଜୀବନ । ସୁସ୍ଥ ଓ ନିରୋଗ ରହିବା ପାଇଁ ଆମ ଶରୀର ପ୍ରଚୁର ପାଣି ଆବଶ୍ୟକ କରେ । ଖରାଦିନେ ପ୍ରତ୍ୟେକ ଶରୀରରକୁ ଯଥେଷ୍ଟ ପରିମାଣର ଜଳ ଯୋଗାଇବା ଆବଶ୍ୟକ । ଯଥେଷ୍ଟ ପାଣି ପିଇବା ଦ୍ୱାରା ଶରୀରରେ ଅନେକ ରୋଗ ଭଲ ହେବା ସହ ଶରୀରରେ ଥିବା ଦୂଷିତ ପଦାର୍ଥ ମୁତ୍ରାଶୟ ଦେଇ ନିଷ୍କାସିତ ହୋଇଥାଏ । ଏଥିସହ ହାଇଡ୍ରେସନ୍ ସଠିକ୍ ଭାବେ ହୋଇଥାଏ । ଯେଉଁମାନେ କମ୍ ପାଣି ପିଉଛନ୍ତି । ସେମାନଙ୍କୁ ଅନେକ ଭୟଙ୍କର ରୋଗ ହେବାର ସମ୍ଭାବନା ରହିଥାଏ ।

ୟୁଏସ୍ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ ରିସର୍ଚ୍ଚର ଡାକ୍ତର ନତାଲିଆ ଦିମିତ୍ରିୱାଙ୍କ କହିବାନୁସାରେ ଅନେକ ରୋଗର ଉପଶମ ହେଉଛି କେବଳ ଯଥେଷ୍ଟ ପରିମାଣର ପାଣି । ନତାଲିଆ ନିଜର ଏକ ଟିମ୍ ଗଠନ କରି ୧୨ ହଜାର ଆମେରିକୀୟଙ୍କୁ ନେଇ ଏକ ପରୀକ୍ଷା କରିଥିଲେ । ଯେଉଁଥିରେ କେବଳ ୪୪ରୁ ୬୬ ବୟସର ବ୍ୟକ୍ତିଙ୍କୁ ସାମିଲ କରାଗଲା । ହୃଦୟ ସମ୍ପନ୍ଧିତ ରୋଗ, ମଧୁମେହ କିମ୍ୱା ମେଦବହୁଳତା ଭଳି କୌଣସିଟି ରୋଗରେ ଏମାନେ ଆକ୍ରାନ୍ତ ନଥିଲେ । ମାତ୍ର ସମୟକ୍ରମେ ଏମାନଙ୍କ ମଧ୍ୟରୁ ୧ ହଜାର ୩୬୬ ଜଣ ଏହିସବୁ ରୋଗରେ ଆକ୍ରାନ୍ତ ହେବାର ଦେଖିବାକୁ ମିଳିଥିଲା । ରକ୍ତରେ ଥିବା ସୋଡ଼ିୟମ୍ ପରୀକ୍ଷା କରାଯିବା ପରେ ଏହି ବ୍ୟକ୍ତିବିଶେଷଙ୍କର ଫ୍ଲୁଇଡ୍ ସ୍ତର କମ୍ ଥିବାର ଜଣାପଡ଼ିଲା ।

ସାଧାରଣତଃ ଜଣେ ସୁସ୍ଥ ମଣିଷ ଶରୀରରେ ସୋଡ଼ିୟମର ମାତ୍ରା ୧୩୫ରୁ ୧୪୬ ମିଲିଇକ୍ୟୁଇବେଲେଣ୍ଟ ପ୍ରତି ଲିଟର ମଧ୍ୟରେ ରହିଥାଏ । ମାତ୍ର ଯେଉଁ ବ୍ୟକ୍ତିଙ୍କର ମଧ୍ୟମ ବୟସରେ ସୋଡ଼ିୟମର ମାତ୍ରା ୧୪୩ ମଧ୍ୟରେ ରହିଥାଏ । ସେମାନଙ୍କର ହୃଦଘାତ ହେବାର ୩୯ ଶତକଡ଼ା ସମ୍ଭାବନା ଥାଏ । ରିପୋର୍ଟ ମୁତାବକ ୭୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କର ସୋଡ଼ିୟମ୍ ମାତ୍ରା ୧୪୩ ମିଲିଇକ୍ୟୁଇବେଲେଣ୍ଟଲ । ଏଥିସହ ଏହି ବୟସ ବ୍ୟକ୍ତିଙ୍କର ହାର୍ଟ ଲାଇନ୍ ମୋଟା ହେବାର ସମସ୍ୟା ଦେଖାଦେଇପାରେ । ଏହି ସମସ୍ୟା ୬୨ ଶତକଡ଼ା ଦେଖାଦେଇପାରେ ।

ଚାହା, ଫଳରସ କିମ୍ୱା ପାଣି ଶରୀର ଯଥେଷ୍ଟ ପରିମାଣର ତରଳ ପଦାର୍ଥ ଆବଶ୍ୟକ କରିଥାଏ । ପର୍ଯ୍ୟାପ୍ତ ପରିମାଣର ଜଳ ହୃଦଘାତ ତଥା ଅନେକ ରୋଗରୁ ରକ୍ଷା କରିଥାଏ । ଶରୀରକୁ ସୁସ୍ଥ ରଖିବା ପାଇଁ ମହିଳାଙ୍କୁ ପ୍ରତିଦିନ ୬ରୁ ୮ କପ୍(୧.୫-୨.୧ଲିଟର), ପୁରୁଷଙ୍କୁ ୮ରୁ ୧୦ କପ୍(୨-୩ ଲିଟର) ପାଣି ପିଇବା ଆବଶ୍ୟକ । ଏଥିସହ ହୃଦଘାତରୁ ମୁକ୍ତି ପାଇଁ ନିୟମିତ ବ୍ୟାୟାମ ସହ ସିଗାରେଟ୍ ଏବଂ ମଦଠୁ ଦୂରେଇ ରୁହନ୍ତୁ । ସତେଜ ଏବଂ ସବୁଜ ପନିପରିବା ସହ ପୁଷ୍ଟିକର ଖାଦ୍ୟ ଖାଆନ୍ତୁ ।

ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଲା ଋଷିଆ

ନୂଆଦିଲ୍ଲୀ: ଋଷ୍‌ ୟୁକ୍ରେନ୍‌ ସହିତ ଯୁଦ୍ଧ ମଧ୍ୟରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଓ ଦେଶର ଶୀର୍ଷ ଅଧିକାରୀଙ୍କୁ ଋଷ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛି । ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଶନିବାର ଏକ ରିପୋର୍ଟ ଜାରି କରି କହିଛିଯେ, ୟୁକ୍ରେନ ସହିତ ଯୁଦ୍ଧକୁ ନେଇ ଏହି ନେତାମାନଙ୍କର ଆଶ୍ଚର୍ଯ୍ୟଜନକ ଶତ୍ରୁତା କାର୍ଯ୍ୟାନୁଷ୍ଠାନ ପାଇଁ ଋଷ୍‌ ଏଭଳି ପଦକ୍ଷେପ ନେଇଛି ।

ଜାରି ହୋଇଥିବା ରିପୋର୍ଟ ଅନୁସାରେ, ବ୍ରିଟେନ ପକ୍ଷରୁ ଋଷକୁ ଅନ୍ତଃରାଷ୍ଟ୍ରୀୟ ସ୍ତରରେ  ବିଛିନ୍ନ କରିବା ପାଇଁ ଚଲା ଯାଇଥିବା ରାଜନୈତିକ ଗୋଟିର ପ୍ରତିକ୍ରିୟାରେ ଏଭଳି ନିଷ୍ପତ୍ତି ନିଆଯାଇଛି ।  ଏହା ମଧ୍ୟ କୁହାଯାଇଛିଯେ, ଏହି ଅଭିଯାନ ଆମ ଦେଶର ଘରୋଇ ଅର୍ଥବ୍ୟବସ୍ଥାକୁ ଦୁର୍ବଳ କରିବା ପାଇଁ ଆରମ୍ଭ ହୋଇଛି ।

ମସ୍କୋ ପକ୍ଷରୁ ଜାରି ହୋଇଥିବା ତଥାକଥିତ ତାଲିକାରେ ୧୩ ଜଣ ବ୍ରିଟିଶ୍‌ ରାଜନେତାଙ୍କ ନାଁ ସାମିଲ ରହିଛି ।  ଏଥିରେ ଭାରତୀୟ ବ୍ରିଟେନ୍‌ ଅର୍ଥମନ୍ତ୍ରୀ ଋଷି ସୁନକ ଏବଂ ଗୃହମନ୍ତ୍ରୀ ପ୍ରୀତି ପଟେଲଙ୍କ ବ୍ୟତୀତ  ଉପ ପ୍ରଧାନମନ୍ତ୍ରୀ ଡୋମିନିକ ରାଓ, ବୈଦେଶିକ ମନ୍ତ୍ରୀ ଲିଜ୍‌ ଟ୍ରୁସ୍‌ ଏବଂ ପ୍ରତିରକ୍ଷାମନ୍ତ୍ରୀ ବେନ୍‌ ବାଲାସ ମଧ୍ୟ ସାମିଲ ଅଛନ୍ତି ।

କୋଟିଆ ପଞ୍ଚାୟତରେ ପ୍ରଥମ ଥର ପାଇଁ ପ୍ରତିଷ୍ଠା ହେବ ଆଦର୍ଶ ବିଦ୍ୟାଳୟ

ଜୟପୁର: କୋଟିଆରେ ଆରମ୍ଭ ହେବ ବିକାଶର ନୂଆ ଅଧ୍ୟାୟ । ସୀମାକୁ ନେଇ ପଡ଼ୋଶୀ ଆନ୍ଧ୍ର ସହ ବିବାଦ ଲାଗି ରହିଥିଲେ ବି ବିକାଶ ହିଁ ରାଜ୍ୟ ସରକାରଙ୍କ ଏକମାତ୍ର ଏଜେଣ୍ଡା । କୋଟିଆ ଗ୍ରାମପୁଞ୍ଜର କୋଟିଆ ପଞ୍ଚାୟତରେ ପ୍ରଥମ ଥର ପାଇଁ ପ୍ରତିଷ୍ଠା ହେବ ଆଦର୍ଶ ବିଦ୍ୟାଳୟ । ସ୍ଥାନୀୟ ମହିଳା ଓ ଯୁବକ ଯୁବତୀଙ୍କ ପାଇଁ ମଧ୍ୟ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ । ଏନେଇ କୋଟିଆରେ ମୁଖ୍ୟ ଶାସନ ସଚିବ ପ୍ରସ୍ତୁତ କରିଛନ୍ତି ବିକାଶର ନୂଆ ବ୍ଲୁ ପ୍ରିଣ୍ଟ ।

Adarsha School To Establish In Kotia Of Koraput

କୋଟିଆରେ ପ୍ରତିଷ୍ଠା ହେବ ଓଡ଼ିଶା ଆଦର୍ଶ ବିଦ୍ୟାଳୟ । କୋଟିଆ ପଞ୍ଚାୟତ ପାଇଁ ଚଳିତ ବର୍ଷ ରାଜ୍ୟ ସରକାର ଦୁଇଟି ଆଦର୍ଶ ବିଦ୍ୟାଳୟକୁ ମଞ୍ଜୁରୀ ଦେଇଛନ୍ତି । ଏଥିସହ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ଚଳିତ ଶିକ୍ଷା ବର୍ଷରୁ କୋଟିଆ ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ଷମ ହେବ ବୋଲି ବିବାଦୀୟ କୋଟିଆ ଅଞ୍ଚଳ ଗସ୍ତ କରି ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର ସୂଚନା ଦେଇଛନ୍ତି । ଏଥିସହିତ ସେ କୋଟିଆର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଓ କାର୍ଯ୍ୟର ସମୀକ୍ଷା କରିଛନ୍ତି । କୋଟିଆରେ ଆଦିବାସୀ ମହିଳାମାନେ କିପରି ସ୍ୱାବଲମ୍ବୀ ହେବେ ସେଥିପାଇଁ ଜୀବନ ଜୀବିକା କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଉଛି ।

Adarsha School To Establish In Kotia Of Koraput

କୋଟିଆର ମହିଳା ସ୍ୱୟଂ ସହାୟକ ଗ୍ରୁପକୁ ମଧ୍ୟ ଏଥିରେ ସାମିଲ୍ କରି ଝାଡୁ, ଖଲିପତ୍ର ପ୍ରସ୍ତୁତ କରାଯାଉଛି । ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ଖଲିପତ୍ର ଓ ଝାଡୁ ତିଆରି କେନ୍ଦ୍ରକୁ ବୁଲି ଦେଖିଥିଲେ ମୁଖ୍ୟ ଶାସନ ସଚିବ । ଆଗାମୀ ଦିନରେ ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ପାଇଁ ବଜାର ସୁଯୋଗ ସୃଷ୍ଟି କରିବାକୁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ମଧ୍ୟ ବୁଲିଥିଲେ ମୁଖ୍ୟ ଶାସନ ସଚିବ ।

କୋଟିଆକୁ ରାଜ୍ୟ ପ୍ରଶାସନିକ ମୁଖ୍ୟଙ୍କ ଗସ୍ତକୁ ନେଇ ଅଞ୍ଚଳବାସୀ ବେଶ ଉତ୍ସାହିତ ଥିବା ବେଳେ ନିଜ ନିଜ ଅଞ୍ଚଳର ସମସ୍ୟା ନେଇ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିଛନ୍ତି । କୋଟିଆରେ ଟେଲିଫୋନ୍ ନେଟୱର୍କ ସମସ୍ୟାର ଖୁବଶୀଘ୍ର ସମାଧାନ ହେବ । କୋଟିଆବାସୀଙ୍କ ପାଇଁ ସ୍ୱତନ୍ତ୍ର ଜୀବିକାମିଶନ କାର୍ଯ୍ୟକ୍ରମ ସହ ଲୋକଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ଗୁରୁତ୍ୱ ଦିଆଯାଉଥିବା ସେ କହିଛନ୍ତି ।

Adarsha School To Establish In Kotia Of Koraput

କୋଟିଆ ସହ ଦେଓମାଳି ବିକାଶର ମଧ୍ୟ ସ୍ୱତନ୍ତ୍ର ପ୍ଲାନ୍ ହୋଇଛି । ଇକୋ ଟୁରିଜିମରେ ସାମିଲ ହେବ ଦେଓମାଳି । ପର୍ଯ୍ୟଟକଙ୍କ ପାଇଁ କଟେଜ୍ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ସହ ଆଲୋକୀକରଣ ଏବଂ ପର୍ଯ୍ୟଟକଙ୍କ ପାଇଁ ହୋଟେଲ୍ ଏବଂ ହିଲ୍ ଭ୍ୟୁ ପଏଣ୍ଟ କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

୨ ଲକ୍ଷରୁ ଅଧିକ ଭୋଟରେ ଜିତିଲେ ଶତ୍ରୁଘ୍ନ ସିହ୍ନା

0

କୋଲକାତା: ପଶ୍ଚିମବଙ୍ଗର ଆସନସୋଲ ଲୋକସଭା ଆସନରୁ ଟିଏମସିରୁ ଟିକେଟ୍‌ ପାଇ ନିର୍ବାଚନ ଲଢ଼ିଥିବା  ଶତ୍ରୁଘ୍ନ ସିହ୍ନା ୨ ଲକ୍ଷରୁ ଅଧିକ ଭୋଟରେ ବିଜୟ ହାସଲ କରିଛନ୍ତି । ଶତ୍ରୁଘ୍ନ ଭାରତୀୟ ଜନତା ପାର୍ଟିର ଅଗ୍ନିମିତ୍ର ପଲଙ୍କୁ ହରାଇ ଏହି ଆସନ ଜିତିଛନ୍ତି । ଏପ୍ରିଲ ୧୨ରେ ହୋଇଥିବା ଏହି ନିର୍ବାଚନରେ ଟିଏମସିର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶତ୍ରୁଘ୍ନ ସିହ୍ନା ଭାରତୀୟ ଜନତା ପାର୍ଟିର ନିର୍ବାଚିତ ପ୍ରାର୍ଥୀ ଅଗ୍ନିମିତ୍ର ପଲଙ୍କୁ ବିପୁଳ ଭୋଟରେ ହରାଇଛନ୍ତି ।

ବାଲିଗଞ୍ଜ ବିଧାନସକା ଉପନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ କେୟା ଘୋଷ ନିର୍ବାଚନ ଲଢ଼ିଥିବାବେଳେ ସାଇରା ସାହା ହଲିମ୍‌ ସିପିଆଇ(ଏମ) ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ତୃଣମୂଳ କଂଗ୍ରେସରୁ ଆଶାୟୀ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ୁଛନ୍ତି ।

ଭାରତୀୟ ଜନତା ପାର୍ଟି ଛାଡ଼ିବା ପରେ ବାବୁଲ ସୁପ୍ରିୟୋ ଟିଏମସିରେ ଯୋଗ ଦେଇଥିଲେ ।ଅନ୍ୟପଟେ ରାଜ୍ୟମନ୍ତ୍ରୀ ସୁବ୍ରତ ମୁଖାର୍ଜୀଙ୍କ ଅକାଳ ବିୟୋଗ ପରେ ଉପନିର୍ବାଚନର ଆବଶ୍ୟକତା ପଡ଼ିଲା ।  ତେବେ ବିଜୟ ହାସଲ ଲକ୍ଷ୍ୟରେ ବାବୁଲ ସୁପ୍ରିୟୋ । ତାଙ୍କ କହିବା ହେଉଛି ପଶ୍ଚିମବଙ୍ଗ କେବଳ ଦିଦିଙ୍କ ସହିତ ଅଛି, ତେଣୁ ଜିତିବା ସୁନିଶ୍ଚିତ ।

ନନ୍ଦନକାନନରେ ଆଖି ବୁଜିଲା ସିଂହୀ ‘ଶ୍ୟାମା’

ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପାଇଁ ଦୁଃଖଦ ଖବର । ନନ୍ଦନକାନନରେ ସିଂହୀ ଶ୍ୟାମାର ମୃତ୍ୟୁ ହୋଇଛି । ତାକୁ ୨୨ ବର୍ଷ ହୋଇଥିବା ବେଳେ ଦୀର୍ଘଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲା । ଗତକାଲି ସେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲା ।

Nandankanan Zoo Lion Shyama Dies

ପରେ ନନ୍ଦନକାନନ ପ୍ରାଣୀ ଚିକିତ୍ସାଳୟରେ ତାର ଚିକିତ୍ସା ଜାରି ରହିଥିଲା । ଆଜି ଅପରାହ୍ଣରେ ସିଂହୀର ମୃତ୍ୟୁ ହୋଇଛି । ୨୦୦୨ ମସିହା ଜାନୁଆରୀ ୪ ତାରିଖରେ ଗୁଜରାଟର ଜୁନାଗଡ଼ ଅଭୟାରଣ୍ୟରୁ ନନ୍ଦନକାନନ ଆସିଥିଲା ଶ୍ୟାମା । ଶ୍ୟାମାର ମୃତ୍ୟୁ ପରେ ନନ୍ଦନକାନନରେ ସିଂହଙ୍କ ସଂଖ୍ୟା ୧୬କୁ ଖସି ଆସିଛି ।