ସମ୍ପତ୍ତି ଦାନ କରିଥିଲେ, ଆଜି ଶଙ୍ଖ ଫୁଙ୍କିଲେ

କଟକ: ପୁଣି ଚର୍ଚ୍ଚାରେ କଟକ ସୂତାହାଟର ମିନତୀ ପଟ୍ଟନାୟକ । ସମାଜରେ ନିଜର ଏକ ନିଛକ ଉଦାହରଣ ସୃଷ୍ଟି କରିଥିବା ମିନତୀ ପଟ୍ଟନାୟକ ଆଜି ବିଜେଡିରେ ଯୋଗ ଦେଇଛନ୍ତି । କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ରିକ୍ସା ଚାଳକଙ୍କ ନାମରେ ଲେଖି ଦେଇଥିବା କଟକ ସୂତାହାଟ ଅଞ୍ଚଳର ମହିଳା ମିନତୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିଛନ୍ତି ।

ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ଏହି ଅବସରରେ ଓଡ଼ିଶା ମୋ ପରିବାର କଟକ ସିଟି ସଂଯୋଜକ ରଞ୍ଜନ ବିଶ୍ୱାଳ ଉପସ୍ଥିତ ଥିଲେ । ମିନତୀ ଜଣେ ଉଚ୍ଚଶି୭ିତା ହୋଇଥିବାବେଳେ ରୋଗରେ ସ୍ୱାମୀଙ୍କ ଦେହାନ୍ତ ଘଟିଥିଲା  । ସେପଟେ ମିନତୀଙ୍କ ସେବା ଶୁସ୍ରୁଶା କରିଆସୁଥିବା ଜଣେ ରିକ୍ସା ଚାଲକଙ୍କୁ ତାଙ୍କର ସମସ୍ତ ସମ୍ପତ୍ତି ହସ୍ତାନ୍ତର କରିଥିଲେ  । ଯାହା ରାଜ୍ୟରେ ପ୍ରମୁଖ ଖବର ପାଲଟିଥିଲା  ।