ବିଶ୍ୱ କରୁଛି ଯୋଗ: ଆଜି ଅଷ୍ଟମ ଅନ୍ତର୍ଜାତୀୟ ଯୋଗ ଦିବସ

ଭୁବନେଶ୍ୱର: ଆଜି ଅଷ୍ଟମ ଅନ୍ତର୍ଜାତୀୟ ଯୋଗ ଦିବସ । ଯୋଗ ଦ୍ବାରା ମନ ଶାନ୍ତ ଓ ଶରୀର ସୁସ୍ଥ ରହିଥାଏ । ଶରୀରର ସୁରକ୍ଷା କବଚ ହେଉଛି ଯୋଗ । ଏହାର ଉପାଦେୟତାକୁ ବୁଝି ପ୍ରତିବର୍ଷ ଜୁନ ୨୧ତାରିଖରେ ପାଳନ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ । ଏଥରର ଥିମ ରହିଛି ମାନବିକତା ପାଇଁ ଯୋଗ । ଗତ ଦୁଇବର୍ଷ ଧରି କଟକଣାରେ ଯୋଗ ଦିବସ ପାଳନ କରାଯାଉଥିଲା । ଏଥର ସଂକ୍ରମଣ ହ୍ରାସ ପାଇଥିବାରୁ ? ଯୋଗ ଦିବସକୁ ଭବ୍ୟ କରାଯାଇ ପାରିଛି  ।

ସାରା ଓଡ଼ିଶାରେ ବି ପାଳନ କରାଯାଉଛି ଅନ୍ତର୍ଜାତୀୟ ଯୋଗ ଦିବସ । ୨୦୧୫ରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ହେଉଛି । ଆମେରିକାର ମିଳିତ ଜାତିସଂଘ ସାଧାରଣ ପରିଷଦର ୬୯ତମ ଅଧିବେଶନକୁ ପ୍ରଥମ କରି ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଯୋଗ ଦିବସ ପାଇଁ ପ୍ରସ୍ତାବ ରଖିଥିଲେ । ଏହା ପରେ ଜୁନ୍ ୨୧କୁ ଭାରତ ସମେତ ବିଭିନ୍ନ ରାଷ୍ଟ୍ର ଏହି ଦିବସକୁ ପାଳନ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ବିଶ୍ୱରେ ୧୭୭ରୁ ଅଧିକ ଦେଶ ଯୋଗ ଦିବସ ପାଳନ ହେଉଥିବା ବେଳେ ପ୍ରମୁଖ ଐତିହ୍ୟସ୍ଥଳୀରେ ହେଉଛି ଯୋଗ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକର ମହେଶୂରରେ ଯୋଗ ଦିବସରେ ଯୋଗଦାନ କରିଛନ୍ତି  । ସେପଟେ ସମଗ୍ର ଦେଶର ବିଭନ୍ନ ସ୍ଥାନରେ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ଯୋଗ ଦିବସକୁ ପାଳନ କରାଯାଉଛି  । ବିଭିନ୍ନ ସାମାଜିକ ସଂସ୍ଥା, ସଂଗଠନ ଏବଂ ବେସରକାରୀ ସଂସ୍ଥା ମଧ୍ୟ ଯୋଗ ଦିବସକୁ ପାଳନ କରୁଛନ୍ତି  ।