spot_img
Home Blog Page 4268

ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ନିରଞ୍ଜନ ବିଶି

ନୂଆଦିଲ୍ଲୀ: ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ନିରଞ୍ଜନ ବିଶି । ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ଗୃହର ଅଧ୍ୟକ୍ଷ ଭେଙ୍କେୟା ନାଇଡୁ । ରାଜ୍ୟସଭା ଉପନିର୍ବାଚନରେ ସୁବାସ ସିଂଙ୍କ ସ୍ଥାନରେ ନିର୍ବାଚିତ ହୋଇଥିଲେ ନିରଞ୍ଜନ ବିଶି । ଉପନିର୍ବାଚନରେ କଂଗ୍ରେସ ଓ ବିଜେପି ପ୍ରାର୍ଥୀ ନଦେବାରୁ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ ନିରଞ୍ଜନ । ନିରଞ୍ଜନ ବିଶି ଜଣେ ଆଦିବାସୀ ନେତା । ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘର ମହାସଚିବ ଭାବେ ଆଦିବାସୀଙ୍କ ବିକାଶ ଲାଗି ସଂଗ୍ରାମ କରିଆସିଛନ୍ତି । ଆଦିବାସୀଙ୍କୁ ସେମାନଙ୍କର ନ୍ୟାର୍ଯ୍ୟ ଅଧିକାର ପ୍ରଦାନ, ସେମାନଙ୍କ ଅର୍ଥନୈତିକ ବିକାଶ ଲାଗି ସେ ବିଭିନ୍ନ ସ୍ତରରେ ସ୍ୱର ଉତ୍ତୋଳନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ସର୍ବଦା ଜନସେବାରେ ଲାଗିଛନ୍ତି । ଆଦିବାସୀ ବର୍ଗର ହୋଇଥିଲେ ମଧ୍ୟ ପଛୁଆ ବର୍ଗଙ୍କ ଅଧିକାର ଲାଗି ସର୍ବଦା ସେ ସ୍ୱର ଉତ୍ତୋଳନ କରିଆସିଛନ୍ତି ।

 

 

ଗାଁରେ ପଶି ଘର ଭାଙ୍ଗିଲା ଝାଡଖଣ୍ଡି ହାତୀ

ନୀଳଗିରି: ଗାଁକୁ ପଶିଲା ଝାଡ଼ଖଣ୍ଡି ଦନ୍ତା, ଭୟରେ ଲୋକେ । ନୀଳଗିରିର ଅଯୋଧ୍ୟା ବଜାର ଓ ଗାଁରେ ବୁଲୁଛି ଝାଡଖଣ୍ଡି ଦନ୍ତା । ଗତକାଲି ରାତିଠାରୁ ଆସିଥିବା ଦନ୍ତାଟି ଅଯୋଧ୍ୟା ଗାଁରେ ପ୍ରବେଶ କରି ଗୋଟିଏ ଘର ଭାଙ୍ଗିବା ସହ ଆତଙ୍କ ସୃଷ୍ଟି କରିଛି । ବଜାରର ମୁଖ୍ୟ ରାସ୍ତାରେ ଯିବା ଆସିବା କରିବା ସହ ଏବେ ଗାଁରେ ବୁଲୁଛି ଦନ୍ତା । ଯାହାଫଳରେ ଭୟରେ ଲୋକେ ତାଟି କବାଟ ଦେଇ ଘରେ ଥିବାବେଳେ ବନ ବିଭାଗ ପକ୍ଷରୁ କର୍ମଚାରୀ ମୁତୟନ ଅଛନ୍ତି । ଦୈନଦିନ କୁଳଡ଼ିହା ହାତୀଙ୍କ ଉପଦ୍ରବ ପରେ ପୁଣି ଝାଡଖଣ୍ଡି ଦନ୍ତାଙ୍କ ଆତଙ୍କ ଲୋକଙ୍କ ଆଖିରୁ ନିଦ ହଜିଗଲାଣି । ତେବେ ଦନ୍ତାଟି ପ୍ରଥମେ ନୀଳଗିରିକୁ ପ୍ରବେଶ କରିଥିବା ବେଳେ ଅନ୍ୟ ହାତୀପଲ ନୀଳଗିରିକୁ ପ୍ରବେଶ କରିବାର ସମ୍ଭାବନା ରହିଥିବା ଅନୁମାନ କରାଯାଉଛି ।

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପାଇଁ ବଢୁଛି ଅଡ଼ୁଆ, ଆଜି ବସିବ ଜରୁରୀ ବୈଠକ

ମୁମ୍ବାଇ: ଘନୀଭୂତ ହେଉଛି ମହାରାଷ୍ଟ୍ର ସଂକଟ । ଅଧିକ ଅଡ଼ୁଆରେ ପଡ଼ିବାରେ ଲାଗିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଏକନାଥଙ୍କ ଶିବିରରେ ବିଦ୍ରୋହୀ ବିଧାୟକଙ୍କ ସଂଖ୍ୟା ୪୬ରେ ପହଞ୍ଚିଛି । ସମର୍ଥନ ନେଇ ସମସ୍ତ ବିଧାୟକଙ୍କ ଦସ୍ତଖତ ଥିବା କହିଛନ୍ତି ଏକନାଥ ସିନ୍ଦେ । ଏନେଇ ସେ ରାଜ୍ୟପାଳଙ୍କ ଚିଠି ଲେଖିଛନ୍ତି । ନିଜକୁ ବିଧାୟକ ଦଳ ନେତା ବୋଲି ଦାବି କରୁଛନ୍ତି ଏକନାଥ ସିନ୍ଦେ । ଅନ୍ୟପଟେ ସଙ୍କଟ ଭିତରେ ଆଜି ଦିନ ସାଢ଼େ ୧୨ଟାରେ ଜରୁରୀ ବୈଠକ ଡାକିଛନ୍ତି ଉଦ୍ଧବ ଠାକରେ । ଏହି ବୈଠକରେ ଆଗାମୀ ରଣନୀତି ନେଇ ଆଲୋଚନା କରାଯିବ ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କ ସହ ଶେଷ ଯାଏ ରହିବ ବୋଲି ଘୋଷଣା କରିଛି ଏନସିପି । ଏନସିପି ନେତା ଶରଦ ପାଓ୍ବାର କହିଛନ୍ତି ଉଦ୍ଧବଙ୍କ ପଛରେ ତାଙ୍କ ଦଳ ଠିଆ ହେବ ଏବଂ ସମସ୍ତ ଚାଲେଞ୍ଜର ମୁକାବିଲା କରାଯିବ । MVAକୁ ବଞ୍ଚାଇବା ଲାଗି ତିନୋଟି ଯାକ ଦଳ ସମ୍ମିଳିତ ଉଦ୍ୟମ କରିବା ଆବଶ୍ୟକ । ଗୃହରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବାକୁ MVA ପ୍ରସ୍ତୁତ । ସେହିପରି ବିଦ୍ରୋହୀ ବିଧାୟକଙ୍କ ସଭ୍ୟପଦ ରଦ୍ଦ ଲାଗି ଉପବାଚସ୍ପତିଙ୍କ ନିକଟରେ ଶିବସେନା ଆବେଦନ କରିବ । କଂଗ୍ରେସ ମଧ୍ୟ ଆପଣାଇଛି ଓ୍ୱେଟ ଆଣ୍ଡ ଓ୍ୱାଚ ନୀତି । ମୁମ୍ବାଇର ସହାୟଦ୍ରି ଗେଷ୍ଟହାଉସରେ ଅନୁଷ୍ଠିତ ବୈଠକରେ ସ୍ଥିତି ସମୀକ୍ଷା କରାଯାଇଛି ।

ଭିଜିଲାନ୍ସ ଜାଲରେ ବାଲେଶ୍ବର ଯୋଗାଣ ବିଭାଗର ଆଣ୍ଟି ସ୍ମଗଲିଙ୍ଗ ଗାର୍ଡ, ଏକକାଳୀନ ୫ଟି ସ୍ଥାନରେ ରେଡ୍

ବାଲେଶ୍ୱର: ବାଲେଶ୍ୱର ଯୋଗାଣ ବିଭାଗର ଆଣ୍ଟି ସ୍ମଗଲିଙ୍ଗ ଗାର୍ଡଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଫସିଲେ ଜନାର୍ଦ୍ଦନ ପଲାଇ । ଏକକାଳୀନ ୫ଟି ସ୍ଥାନରେ ଚାଲିଛି ରେଡ୍ । ଜଳେଶ୍ୱରରେ ଥିବା ଘର, ଜଳେଶ୍ୱର ନୂଆବଜାରରେ ଥିବା କାର୍ଯ୍ୟାଳୟ, ୬୦ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଜନାର୍ଦ୍ଦନଙ୍କ ଢାବାରେ ଚଢ଼ାଉ କରିଛି ଭିଜିଲାନ୍ସ । ଜନାର୍ଦ୍ଦନଙ୍କ ସମ୍ପର୍କୀୟଙ୍କ ଘର ଓ ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ଥିବା ପୈତୃକ ଘରେ ମଧ୍ୟ ଚାଲିଛି ରେଡ୍ । ବାଲେଶ୍ୱର ଚାଉଳ ସଂଗ୍ରହ କେନ୍ଦ୍ର ଓ ଜଳେଶ୍ୱର ଜିଲ୍ଲା ଗୋଦାମ ଗୃହରେ କାର୍ଯ୍ୟରତ ଅଛନ୍ତି ଜନାର୍ଦ୍ଦନ । ଏହି ଭିଜିଲାନ୍ସ ଚଢ଼ାଉରେ ୪ ଜଣ ଡିଏସପି ଓ ୫ ଇନସ୍ପେକ୍ଟର ସାମିଲ ହୋଇଛନ୍ତି ।

ସମ୍ପୂର୍ଣ୍ଣ ସୁସ୍ଥ ହେବେ ମହାପ୍ରଭୁ, ଆଜି ଏକାଦଶୀରେ ଶ୍ରୀଜିଉଙ୍କୁ ଲାଗି ହେବ ଦଶମୂଳ ରିଷ୍ଟ

ପୁରୀ: ସମ୍ପୂର୍ଣ୍ଣ ସୁସ୍ଥ ହେବେ ମହାପ୍ରଭୁ । ଆଜି ଖଳି ଲାଗି ଏକାଦଶୀ । ଶ୍ରୀଜିଉଙ୍କ ଅଣସର ଘରେ ଖଳି ଲାଗି ନୀତି ସମ୍ପାଦନ କରିବେ ଦଇତାପତି ସେବାୟତ । ଗତକାଲି ଦଶମୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚକା ବିଜେ ନୀତି ଅନୁଷ୍ଠିତ ହୋଇଥିବା ବେଳେ ଶ୍ରୀ ବୈଦ୍ୟଙ୍କ ଘରୁ ପ୍ରସ୍ତୁତ ଦଶମୂଳ ଔଷଧ ଗାରଦରେ ଜିମା ଦିଆଯାଇଛି । ଶ୍ରୀବିଗ୍ରହଙ୍କୁ ଆଜି ଏକାଦଶୀ ତିଥିରେ ଖଳି ଲାଗିରେ ଦଶମୂଳ ଔଷଧ ଲାଗି କରାଯିବା ସହ ତୁଳସୀ ଓ ବିଭିନ୍ନ ରଙ୍ଗୀନ ପୁଷ୍ପ ଲାଗି କରାଯିବାର ପରମ୍ପରା ରହିଛି । ରାଜବୈଦ୍ୟମାନେ ଶାଳପର୍ଣ୍ଣି, ଗମ୍ଭାରୀ, ଫଣଫଣା, କୃଷ୍ଣପର୍ଣ୍ଣି, ବେଲ, ଅଗବଥ, ଗୋଖରା, ନବାଙ୍କଡି, ଆଦିକୁ ଚୂର୍ଣ୍ଣ କରି ସେଥିରେ ଖୁଆ, ଘିଅ, ମହୁ, ଭାଙ୍ଗ, ନବାତରେ ଦଶମୂଳରିଷ୍ଟ ମୋଦକ ପ୍ରସ୍ତୁତ କରିଛନ୍ତି । ଦଶମୂଳ ଔଷଧ ଲାଗି ହେବା ପରେ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହେବେ ।

ପ୍ରବାସୀଙ୍କୁ ଓଡ଼ିଶା ବିକାଶର କଥା କହିଲେ 5-T ସଚିବ

ରୋମ୍: ବିଗତ ୨୦ ବର୍ଷରେ ଓଡ଼ିଶାର ଅଦ୍ଭୁତପୂର୍ବ ବିକାଶ, ରାଜ୍ୟ ସରକାରଙ୍କ ଭିଜନ ସମ୍ପର୍କରେ 5-T ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ ପ୍ରବାସୀ ଓଡ଼ିଆଙ୍କୁ ଅବଗତ କରାଇଛନ୍ତି । ଏହାସହ ସବୁଠୁ ବଡ଼ ରୂପାନ୍ତର ସ୍କୁଲ ରୂପାନ୍ତରଣର କାହାଣୀ ପ୍ରବାସୀଙ୍କୁ କହିଲେ ପାଣ୍ଡିଆନ । ରାଜ୍ୟର ୭୦ ପ୍ରତିଶତ ଲୋକ ସରକାରୀ ସ୍କୁଲ ଉପରେ ନିର୍ଭର କରନ୍ତି । ସେମାନଙ୍କ ବିକାଶ ଓ ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାକୁ ବାହାରକୁ ଆଣିବାକୁ ଉପଯୁକ୍ତ ପ୍ଲାଟଫର୍ମ ଦେଲେ ଦାୟିତ୍ୱବାନ ସରକାର ହିସାବରେ ସ୍କୁଲ ରୂପାନ୍ତରଣ କରି ପିଲାଙ୍କୁ ହାଇଟେକ୍ ଶିକ୍ଷା ଦିଆଯାଉଛି ।

ପିଲାଙ୍କ କ୍ୟାରିୟରର ମୂଳଦୂଆ ହେଉଛି ହାଇସ୍କୁଲ । ସେଠାରେ ପିଲା ଭଲ ପଢ଼ିଲେ ହିଁ ଉପରକୁ ଉଠିପାରିବେ । ପିଲାଙ୍କ ଭବିଷ୍ୟତକୁ ଲକ୍ଷ୍ୟରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସ୍କୁଲ ରୂପାନ୍ତରଣ କାର୍ଯ୍ୟ ହାତକୁ ନେଇଥିବା କହିଛନ୍ତି 5T ସଚିବ । ଏବେସୁଦ୍ଧା ୪ ହଜାର ୫୦୦ ହାଇସ୍କୁଲର ରୂପାନ୍ତର ହୋଇଥିବା ପ୍ରବାସୀ ଓଡ଼ିଆଙ୍କୁ ଜଣାଇଲେ । ରୂପାନ୍ତରିକରଣରେ କ୍ଲାସରୁମ୍ ହୋଇଛି ସ୍ମାର୍ଟ କ୍ଲାସରୁମ୍ । ଲାଇବ୍ରେରୀ ସବୁ ଇ-ଲାଇବ୍ରେରୀ ହୋଇଛି । ସାଇନ୍ସ ଲାବରୋଟେରୀ ହୋଇଛି ମର୍ଡନ ଲାବରୋଟାରୀ । ଏହାଦ୍ୱାରା ଅନ୍ୟ ଘରୋଇ ସ୍କୁଲକୁ ପଛରେ ପକାଇଛି ସରକାରୀ ସ୍କୁଲ । ଏସବୁ ସୁବିଧା ମିଳୁଛି ବିନା ମୂଲ୍ୟରେ । ଏହାସହ ଖାଦ୍ୟ ଉତ୍ପାଦନରେ କିଭଳି ରାଜ୍ୟ ଆତ୍ମନିର୍ଭର ହେବା ସହ ନିଅଣ୍ଟିଆରୁ ବଳକା ରାଜ୍ୟ ଭାବେ ଉଭା ହୋଇଛି ସେନେଇ ମଧ୍ୟ ପ୍ରବାସୀଙ୍କୁ ଅବଗତ କଲେ ଭି.କେ ପାଣ୍ଡିଆନ ।

ଆଜି ନାମାଙ୍କନ ଦାଖଲ କରିବେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଆଜି ନାମାଙ୍କନ ଭରିବେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ପୂର୍ବାହ୍ନ ୧୨ଟା ୩୦ରେ ପ୍ରାର୍ଥିପତ୍ର ଦାଖଲ କରିବେ ଦ୍ରୌପଦୀ । ନାମାଙ୍କନ ସମୟରେ ଓଡ଼ିଶାର ଦୁଇ ଜଣ ମନ୍ତ୍ରୀ ଟୁକୁନୀ ସାହୁ ଓ ଜଗନ୍ନାଥ ସାରକା ପ୍ରସ୍ତାବକ ରହିବେ । ସେହିପରି ରାଜ୍ୟ ବିଜେପିର ୧୦ ଜଣ ବିଧାୟକ ମଧ୍ୟ ରାଷ୍ଟ୍ରପତି ପ୍ରାର୍ଥୀ ଦୌପଦୀ ମୁର୍ମୁଙ୍କ ପାଇଁ ପ୍ରସ୍ତାବକ ରହିବେ । ଗତକାଲି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ ଦ୍ରୌପଦୀ ।  ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ୨୯ ଜୁନ ଥିବା ବେଳେ ୩୦ ତାରିଖ ଯାଞ୍ଚ କରାଯିବ । ଆସନ୍ତା ଜୁଲାଇ ୨ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ସୁଯୋଗ ରହିଛି ।

ଆଜି ନବୀନ ଦେବେ ବିକାଶର ବାର୍ତ୍ତା, ବିଶ୍ୱ ଶୁଣିବ ଓଡ଼ିଶା ଖାଦ୍ୟ ସୁରକ୍ଷାର ସଫଳ କାହାଣୀ

ରୋମ୍: ଆଜି ବିଶ୍ୱ ଶୁଣିବ ଓଡ଼ିଶା ବିକାଶର ଗାଥା । ରୋଲ୍ ମଡେଲ ସାଜିଥିବା ରାଜ୍ୟର ସଫଳତାର ଯାତ୍ରା ସମ୍ପର୍କରେ ବିଶ୍ୱକୁ ବାର୍ତ୍ତା ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ଅବସରରେ ରାଜ୍ୟରେ କୃଷିର ବିକାଶ, ଖାଦ୍ୟ ନିରାପତ୍ତା, ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ଆଦି ପ୍ରସଙ୍ଗରେ ଉଦବୋଧନ ଦେବେ ନବୀନ । ପୂର୍ବାହ୍ନରେ ଜାତିସଂଘ-ବିଶ୍ୱ ଖାଦ୍ୟ ଯୋଜନାର ମୁଖ୍ୟାଳୟରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ବିଶ୍ୱବାସୀଙ୍କୁ ଉଦବୋଧନ ଦେବେ । ଭୋକର ଭୂଗଳରୁ ଭରସାର ଭାତହାଣ୍ଡି ପାଲଟିଛି ଓଡ଼ିଶା । ଅନ୍ୟ ରାଜ୍ୟକୁ ବି ଖାଦ୍ୟ ଶସ୍ୟ ଯୋଗାଇବାକୁ ସକ୍ଷମ । ଖାଦ୍ୟ ସୁରକ୍ଷାରେ ଓଡ଼ିଶା ଏବେ ଅଗ୍ରଣୀ ରାଜ୍ୟ । ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ସୃଷ୍ଟି କରିଛି ବିଶ୍ବ ପାଇଁ ଉଦାହରଣ । ଏହି ସବୁ ସଫଳତା ଉପରେ ନବୀନ ଦେବେ ଉଦବୋଧନ ।

ସେପଟେ ମହାପ୍ରଭୁଙ୍କ ଲାଗି ଆଗେଇ ଆସିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇଂଲଣ୍ଡରେ ପ୍ରତିଷ୍ଠା ହେବ ଜଗନ୍ନାଥ ମନ୍ଦିର । ଏନେଇ ପ୍ରବାସୀଙ୍କୁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ସହାୟତା ପ୍ରତିଶ୍ରୁତି । ରୋମରେ ପ୍ରବାସୀ ଓଡ଼ିଆଙ୍କ ସହ ଆଲୋଚନା ବେଳେ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ ଓ ଆବାସିକ କମିଶନର ରବି କାନ୍ତ । ଏହାସହ ଓଡ଼ିଶାର ବିକାଶ ନେଇ ପ୍ରବାସୀ ଓଡ଼ିଆଙ୍କ ଦୃଷ୍ଟିଭଙ୍ଗୀ ସମ୍ପର୍କରେ ଜାଣିବାକୁ ଚାହିଁଥିଲେ ନବୀନ । ରାଜ୍ୟ ପ୍ରଗତିରେ କିପରି ସେମାନେ ଭାଗୀଦାର ହୋଇପାରିବେ ସେନେଇ ଦିଗଦର୍ଶନ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଓ୍ୱାର୍ଲଡ ଓଡ଼ିଶା ସୋସାଇଟିର ସାଧାରଣ ସମ୍ପାଦକ ଶିବ ରଞ୍ଜନ ବିଶ୍ୱାଳ, ସଂଗଠନର କର୍ମକର୍ତ୍ତା ଓ ଅନ୍ୟାନ୍ୟ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ଥିଲେ । ସୁଦୂର ରୋମରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ ସିଧାସଳଖ କଥା ହେବାର ସୁଯୋଗ ପାଇ ବିକାଶ ପୁରୁଷଙ୍କ ପ୍ରଶଂସାରେ ଶତମୁଖ ହୋଇଥିଲେ ପ୍ରବାସୀ ଓଡ଼ିଆ । ଆସନ୍ତା ୨୬ ତାରିଖରେ ଦୁବାଇ ଗସ୍ତ କରି ୨୯ ତାରିଖରେ ମଧ୍ୟପ୍ରାଚ୍ୟର ପୁଞ୍ଜିପତିଙ୍କ ସହ ଶିଳ୍ପାୟନ ପାଇଁ ରାଜ୍ୟରେ ଥିବା ଅପାର ସୁଯୋଗ ଓ ସମ୍ଭାବନା ବାବଦରେ ଆଲୋଚନା କରିବେ ନବୀନ । ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଉଦ୍ୟମ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ରୋମରେ ପ୍ରବାସୀ ଓଡ଼ିଆଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ରୋମ୍: ୟୁରୋପର ପ୍ରବାସୀ ଓଡ଼ିଆଙ୍କୁ ରୋମରେ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରବାସୀ ଓଡ଼ିଆଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ବିଗତ ୨୦ ବର୍ଷରେ ଓଡ଼ିଶାର ଅଦ୍ଭୁତପୂର୍ବ ବିକାଶ, ରାଜ୍ୟ ସରକାରଙ୍କ ଭିଜନ ସମ୍ପର୍କରେ ଫାଇଭ-ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ ପ୍ରବାସୀ ଓଡ଼ିଆଙ୍କୁ ଅବଗତ କରାଇଥିଲେ । ଏହାସହ ଓଡ଼ିଶାର ବିକାଶ ନେଇ ପ୍ରବାସୀ ଓଡ଼ିଆଙ୍କ ଦୃଷ୍ଟିଭଙ୍ଗୀ ସମ୍ପର୍କରେ ଜାଣିବାକୁ ଚାହିଁଥିଲେ ନବୀନ ।

ରାଜ୍ୟ ପ୍ରଗତିରେ କିପରି ସେମାନେ ଭାଗୀଦାର ହୋଇପାରିବେ ସେ ନେଇ ଦିଗଦର୍ଶନ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଓ୍ବାର୍ଲ୍ଡ ଓଡ଼ିଶା ସୋସାଇଟିର ସାଧାରଣ ସମ୍ପାଦକ ଶିବ ରଞ୍ଜନ ବିଶ୍ବାଳ, ସଂଗଠନର କର୍ମକର୍ତ୍ତା ଓ ଅନ୍ୟାନ୍ୟ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ଥିଲେ । ସୁଦୂର ରୋମରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ ସିଧାସଳଖ କଥା ହେବାର ସୁଯୋଗ ପାଇ ବିକାଶ ପୁରୁଷଙ୍କ ପ୍ରଶଂସାରେ ଶତମୁଖ ହୋଇଥିଲେ ପ୍ରବାସୀ ଓଡିଆ ।

ମୁଖ୍ୟମନ୍ତ୍ରୀ ଜାତିସଂଘର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଶ୍ବବାସୀଙ୍କୁ ଉଦବୋଧନ ଦେବେ । କୃଷିରେ ବିକାଶ, ଖାଦ୍ୟ ନିରାପତ୍ତା, ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ଆଦି ପ୍ରସଙ୍ଗରେ ଉଦବୋଧନ ଦେବେ ନବୀନ । ଜାତିସଂଘ-ବିଶ୍ବ ଖାଦ୍ୟ ଯୋଜନାର ମୁଖ୍ୟାଳୟରେ ମୁଖ୍ୟମନ୍ତ୍ରୀ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇ ବଖାଣିବେ ସଫଳତାର କାହାଣୀ । ଆସନ୍ତା ୨୬ ତାରିଖରେ ଦୁବାଇ ଗସ୍ତ କରି ୨୯ ତାରିଖରେ ମଧ୍ୟପ୍ରାଚ୍ୟର ପୁଞ୍ଜିପତିଙ୍କ ସହ ଶିଳ୍ପାୟନ ପାଇଁ ରାଜ୍ୟରେ ଥିବା ଅପାର ସୁଯୋଗ ଓ ସମ୍ଭାବନା ବାବଦରେ ଆଲୋଚନା କରିବେ ।  ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଉଦ୍ୟମ କରିବେ ନବୀନ ।

ଇଂଲଣ୍ଡରେ ନିର୍ମାଣ ହେବ ଜଗନ୍ନାଥ ମନ୍ଦିର

ରୋମ୍: ଇଂଲଣ୍ଡରେ ନିର୍ମାଣ ହେବ ଜଗନ୍ନାଥ ମନ୍ଦିର । ଏଥିପାଇଁ ସହାୟତା ଯୋଗାଇବାକୁ ପ୍ରବାସୀ ଓଡ଼ିଆଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ୟୁରୋପର ୧୨ଟି ଦେଶର ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଲୋଚନାରେ ସାମିଲ ହୋଇଥିଲେ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ ଏବଂ  ଆବାସିକ କମିଶନର ।

ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀ ରୋମ୍ ଗସ୍ତରେ ଥିବା ବେଳେ ପୋପଙ୍କୁ ଭେଟିଛନ୍ତି । ପୋପଙ୍କୁ ଭେଟିବାରେ ସେ ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ସେ ପୋପଙ୍କୁ ରଘୁରାଜପୁରର ପଟ୍ଟଚିତ୍ର ଭେଟି ଦେଇଥିଲେ  ।