ହୀରାକୁଦ ଛାଡ଼ିଲା ପ୍ରଥମ ବନ୍ୟା ଜଳ, ଖୋଲିଲା ୫ଟି ସୁଇସ୍ ଗେଟ୍

1 min read

ସମ୍ବଲପୁର: ଖୋଲିଲା ହୀରାକୁଦ ଜଲଭଣ୍ଡାରର ସୁଇସ ଗେଟ। ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ପାରମ୍ପାରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇ ହୀରାକୁଦ ଜଳଭଣ୍ଡାରର ସୁଇସ୍ ଗେଟ୍ ଖୋଲାଯାଇଛି। କର୍ଭ ରୂଲ ଅନୁସାରେ ଆଜି ହୀରାକୁଦ ଜଳଭଣ୍ଡାରର ଜଳସ୍ତରକୁ ନିୟତ୍ରଣ କରିବା ପାଇଁ ଆଜି ହୀରାକୁଦ ଜଳଭଣ୍ଡାରର ସୁଇସ୍ ଗେଟ ଖୋଲାଯାଇ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯାଇଛି।

ପ୍ରଥମେ ୭ ନମ୍ବର ଗେଟ୍ ଦେଇ ନିଷ୍କାସନ ହେଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ। ଜଳଭଣ୍ଡାରର ଲେଫ୍ଟ ସ୍ପିଲୱେରୁ ୩ଟି ଏବଂ ରାଇଟ ସ୍ପିଲୱେରୁ ୨ଟି ସୁଇସ ଗେଟ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ। ହୀରାକୁଦ ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ ଘନଫୁଟ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୬୧୩.୧୫ ଘନଫୁଟ ଜଳ ରହିଛି। ମୁଣ୍ଡଳିକୁ ଆସନ୍ତା ୩୬ ଘଣ୍ଟା ପରେ ପହଞ୍ଚିବ ବନ୍ୟା ଜଳ l ଏନେଇ ରାଜ୍ୟର ୧୨ଟି ଜ଼ିଲ୍ଲାର ଜ଼ିଲ୍ଲାପାଳଙ୍କୁ ସତର୍କ ସୂଚନା ଦିଆଯାଇଛି। ତେବେ ଏହି ସମୟ ମଧ୍ୟରେ କୌଣସି ମସ୍ୟଜୀବୀ କିମ୍ବା କୌଣସି ବ୍ୟକ୍ତି ନଦୀ ମଧ୍ୟକୁ ପ୍ରବେଶ ନ କରିବେ ସେ ନେଇ ସତର୍କ ସୂଚନା ଜାରି ହୋଇଛି।