spot_img
Home Blog Page 4226

ନାଟୋ ପାଇଁ ଆଜି ଗୁରୁତ୍ବପୂର୍ଣ୍ଣ ଦିନ, ନାଟୋରେ ମିଶିବାକୁ ଆବେଦନ କରିବେ ଫିନଲ୍ୟାଣ୍ଡ ଓ ସ୍ୱିଡେନ

ନୂଆଦିଲ୍ଲୀ: ଆଜି ନାଟୋ ଲାଗି ଗୁରୁତ୍ବପୂର୍ଣ୍ଣ ଦିନ । ନାଟୋରେ ମିଶିବା ଲାଗି ବିଧିବଦ୍ଧ ଆବେଦନ କରିବେ ଫିନଲ୍ୟାଣ୍ଡ ଓ ସ୍ବିଡେନ । ଋଷ ଓ ନାଟୋ ସଦସ୍ୟ ତୁର୍କୀର ପ୍ରବଳ ବିରୋଧ ସତ୍ତ୍ୱେ ଦୁଇ ରାଷ୍ଟ୍ରର ଏହି ପଦକ୍ଷେପ ଯୁଦ୍ଧର ଗତିକୁ ବଦଳାଇବାର ସମ୍ଭାବନା ରହିଛି । ନାଟୋରେ ମିଶିବା ଲାଗି ସ୍ୱିଡେନ ପ୍ରଧାନମନ୍ତ୍ରୀ ମାଗାଡଲେନା ଆଣ୍ଡରସନ ଓ ଫିନଲାଣ୍ଡ ପ୍ରଧାନମନ୍ତ୍ରୀ ସାଓଲି ନିନିସ୍ତୋ ମିଳିତ ଭାବେ ଘୋଷଣା କରିଥିଲେ । ଫିନଲାଣ୍ଡ ସହ ଋଷର ୧୩୦୦ କିଲୋମିଟର ସୀମାରେଖା ରହିଥିବା ଯୋଗୁ ନାଟୋରେ ମିଶ୍ରଣ ପ୍ରସ୍ତାବକୁ ଗୁରୁତର ସହ ନେଇଛି ଋଷ ।

ଏହି ପ୍ରସ୍ତାବକୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇଦିନ ତଳେ ଜୋରଦାର ବିରୋଧ କରିଥିଲେ । ଏହି ଦୁଇ ରାଷ୍ଟ୍ରକୁ ବିନା ଦ୍ବିଧାରେ ନାଟୋରେ ସାମିଲ କରାଯାଇପାରେ ବୋଲି କହିଛନ୍ତି ନାଟୋ ମହାସଚିବ ଜେନସ ଷ୍ଟଲଟନବର୍ଗ । ଆସନ୍ତାକାଲି ଏହି ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଏହି ଦୁଇ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ଭେଟିବେ । ନାଟୋରେ ମିଶିବା ଲାଗି ଫିନଲାଣ୍ଡର ୨୦୦ ସାଂସଦଙ୍କ ମଧ୍ୟରୁ ୧୮୮ ସାଂସଦ ପ୍ରସ୍ତାବକୁ ସମର୍ଥନ କରିଥିଲେ ।

ସେପଟେ ୫୦ ପ୍ରତିଶତ ସ୍ବିଡେନବାସୀ ନାଟୋରେ ମିଶିବାକୁ ବି ସହମତି ପ୍ରକାଶ କରିଛନ୍ତି । ଦ୍ବିତୀୟ ବିଶ୍ବଯୁଦ୍ଧରେ ନିରପେକ୍ଷ ରହିଥିବା ସ୍ବିଡେନ ପ୍ରାୟ ୨୦୦ ବର୍ଷ ଧରି କୌଣସି ସାମରିକ ମେଣ୍ଟରେ ସାମିଲ ହୋଇ ନଥିଲା । ଏହି ଦୁଇ ରାଷ୍ଟ୍ରର ଉଦ୍ୟମକୁ ତୁର୍କୀ ରାଷ୍ଟ୍ରପତି ରିସେପ ତାୟାପି ଏର୍ଡଗନ ବିରୋଧ କରିଛନ୍ତି । ଏନେଇ ଆମେରିକ ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ତୁର୍କୀ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ତେଣେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମେତ ପ୍ରାୟ ୧୦୦୦ ସାମରିକ ଅଧିକାରୀ ଓ ସରକାରୀ କର୍ତ୍ତୃପକ୍ଷଙ୍କ ପ୍ରବେଶ ଉପରେ ନିଷେଧାଦେଶ ଜାରି କରିଛି କାନାଡ଼ା । ୟୁକ୍ରେନ ଉପରେ ଆକ୍ରମଣକୁ କେନ୍ଦ୍ର କରି କାନାଡ଼ା ଏହି ପଦକ୍ଷେପ ନେଇଛି ।

ପାରିବାରିକ କଳହର କରୁଣ ପରିଣତି, ବାପାର କଟୁରୀ ଚୋଟରେ ପୁଅ ମୃତ

ଦେବଗଡ଼: ପାରିବାରିକ କଳହର କରୁଣ ପରିଣତି । ବାପର କଟୁରୀ ଚୋଟରେ ପୁଅ ମୃତ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଦେବଗଡ଼ ଗୁଣ୍ଡୁରୀପୋଷି ଗାଁରେ । ମୃତକ ଗୋଲବଦନ ପାତ୍ର ସହ ବିଳମ୍ବିତ ରାତ୍ରିରେ କୌଣସି କାରଣକୁ କେନ୍ଦ୍ର କରି ବାପ ମୁଚି ପାତ୍ରଙ୍କ ସହ ବଚସା ହୋଇଥିଲା । ପରେ ରାଗିଯାଇ ବାପା ମୁଚି ପୁଅକୁ କଟୁରୀରେ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ଯୁବକର ମୃତ୍ୟୁ ଘଟିଛି  ।

ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ବାପ ମୁଚି ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ବାରକୋଟ ବ୍ଲକ ଛକ ନିକଟରୁ ପୋଲିସ କାବୁ କରିଛି । ଘଟଣାସ୍ଥଳରେ ଦେବଗଡ଼ ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ଜବତ ମୃତଦେହ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂଚନା ଦେଇଛି । ତେବେ ଏହି ହତ୍ୟାକାଣ୍ଡରେ ବ୍ୟବହୃତ କଟୁରୀକୁ ପୋଲିସ ଜବତ କରିଛି ।

ରାଜଧାନୀରେ ଅଜଣା ଯୁବକଙ୍କ ମୃତ ଦେହ ଠାବ, ବରମୁଣ୍ଡା ତ୍ରିନାଥ ମନ୍ଦିର ନିକଟ ଗଛରେ ଝୁଲିଛି ଶବ

ଭୁବନେଶ୍ୱର: ରାଜଧାନୀରେ ଅଜଣା ଯୁବକଙ୍କ ମୃତଦେହ ଠାବ । ଝୁଲନ୍ତା ଅବସ୍ଥାରେ ଠାବ ହୋଇଛି ମୃତଦେହ । ତେବେ ଏପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ ଭୁବନେଶ୍ୱର ବରମୁଣ୍ଡା ତ୍ରିନାଥ ମନ୍ଦିର ନିକଟରେ ଥିବା ଏକ ଗଛରେ ଜଣେ ଯୁବକଙ୍କୁ ମୃତଦେହ ଝୁଲନ୍ତା ଅବସ୍ଥାରେ ସ୍ଥାନୀୟ ଲୋକ ଦେଖିଥିଲେ । ଏହା ପରେ ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ । ତେବେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି ।

ଜାଣନ୍ତୁ କାହିଁକି ଟ୍ୱିଟର ସହ ଡିଲ୍ ବନ୍ଦ କରିବାକୁ ଚେତାବନୀ ଦେଲେ ଏଲନ ମସ୍କ ?

ନୂଆଦିଲ୍ଲୀ: ଟ୍ୱିଟରରେ ୨୦ ପ୍ରତିଶତ ଆକାଉଣ୍ଟ ନକଲି । ଟ୍ୱିଟର ଡିଲ୍‌ ଉପରେ ଏଲନ ମସ୍କଙ୍କ ସନ୍ଦେହ । ଯେପର୍ଯ୍ୟନ୍ତ ଫେକ୍‌ ଆକାଉଣ୍ଟ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଟ୍ୱିଟର ପକ୍ଷରୁ ସ୍ପଷ୍ଟ ନକରାଯାଇଛି ସେ ପର୍ଯ୍ୟନ୍ତ ଡିଲ୍‌ ହୋଇପାରିବ ନାହିଁ ବୋଲି କହିଛନ୍ତି ଏଲନ ମସ୍କ । ଟ୍ୱିଟର ପକ୍ଷରୁ ୫ ପ୍ରତିଶତ ନକଲି ଆକାଉଣ୍ଟ ଥିବା ନେଇ କୁହାଯାଇଥିବା ବେଳେ ପ୍ରକୃତରେ ୨୦ ପ୍ରତିଶତ ନକଲି ଆକାଉଣ୍ଟ ରହିଛି ।

ତେବେ ଏଲନ ମସ୍କ କହିଛନ୍ତି, ସେ ପର୍ଯ୍ୟନ୍ତ ସେ ଟୁଇଟର ସହ ଚୁକ୍ତିନାମାକୁ ଆଗକୁ ବଢାଇବେ ନାହିଁ ଯେ ପର୍ଯ୍ୟନ୍ତ କମ୍ପାନୀ ଏହା ସାବ୍ୟସ୍ତ ନକରିଛି ଯେ, ଏହାର ପ୍ଲାଟଫର୍ମରେ ୫ ପ୍ରତିଶତରୁ କମ ଫେକ୍ ଆକାଉଣ୍ଟ ରହିଛି । ୪୪ ବିଲିୟନ ଡଲାରରେ ଟୁଇଟରକୁ କିଣିବା ନେଇ ଏଲନ ମସ୍କ ଡିଲ୍‌ କରିଥିବା ବେଳେ ଏଭଳି ନକଲି ଆକାଉଣ୍ଟ ତଥ୍ୟ ପରେ ଟ୍ୱିଟର ଡିଲ୍‌ ଅନିଶ୍ଚିତକାଳ ପର୍ଯ୍ୟନ୍ତ ଅଟକିଯିବ ।

ଅନ୍ୟପକ୍ଷରେ ଯଦି ଟ୍ୱିଟର ସହ ଏଲନ ମସ୍କ ଡିଲ୍‌ ବାତିଲ କରନ୍ତି, ତା’ହେଲେ ଏହା ତାଙ୍କୁ ମହଙ୍ଗା ପଡ଼ିପାରେ। କାରଣ ନିୟମ ଅନୁଯାୟୀ ଯଦି ମସ୍କ ଏହି ଡିଲ୍‌ ବାତିଲ କରିବେ, ତେବେ କମ୍ପାନୀକୁ ୧ ବିଲିୟନ ଡଲାରର ଫାଇନ ଦେବାକୁ ପଡ଼ିବ । ସେପଟେ ମସ୍କଙ୍କ ଏପରି ଡିଲ୍‌ ବାତିଲ କରିବା ଖବର ସାମ୍ନାକୁ ଆସିବା ପରେ ଟ୍ୱିଟରର ଶେୟାର ୮%ରୁ ଅଧିକ ହ୍ରାସ ପାଇଛି ।

ମା’ ତାରାତାରିଣୀ ପୀଠରେ ଚାଲିଛି ପ୍ରତିଷ୍ଠା ଉତ୍ସବ, ଆଜି ମୁଖ୍ୟ ପୁରୋଧା ଭାବେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ: ଧୁମଧାମରେ ଚାଲିଛି ମା’ ତାରାତାରିଣୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ । ମହାଯଜ୍ଞର ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହେଉଛି ରତ୍ନଗିରି ପର୍ବତ । ଉତ୍ସବମୁଖର ହୋଇଛି ଗଞ୍ଜାମ ଜିଲ୍ଲା । ଅପୂର୍ବ ଶୋଭା ମଣ୍ଡନରେ ଆକର୍ଷିତ ହୋଇ ଟାଣି ହୋଇଆସୁଛନ୍ତି ହଜାର ହଜାର ଭକ୍ତ । ଆଜି ମୁଖ୍ୟ ପୁରୋଧା ଭାବେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଶାଳ ଜନସମାବେଶ ହେବାର ସମ୍ଭାବନା ରହିଛି । ଏଥିପାଇଁ ହୋଇଛି ବ୍ୟାପକ ବ୍ୟବସ୍ଥା ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଗତକାଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ ପୀଠ ପରିଦର୍ଶନ କରି ଆୟୋଜନ ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ସେବାୟତ ଓ ସ୍ଥାନୀୟ ଜନସାଧାରଣଙ୍କ ସହିତ ମଧ୍ୟ ଉଭୟ ଆଲୋଚନା କରିଛନ୍ତି । ଅଧିକ ଗହଳି ହେବାର ଆଶଙ୍କା ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଭିଡ଼ ନିୟନ୍ତ୍ରଣ, ଶୃଙ୍ଖଳା ରକ୍ଷା, ପାନୀୟ ଜଳ ଯୋଗାଣ, ପ୍ରାଥମିକ ସ୍ବାସ୍ଥ୍ୟ ବ୍ୟବସ୍ଥା, ବିଦ୍ୟୁତ ଯୋଗାଣ, ପରିମଳକୁ ଗୁରୁତ୍ବ ଦିଆଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯଜ୍ଞର କର୍ତ୍ତା ହେବା ସହ ସବୁ କାମ ତଦାରଖ କରୁଛନ୍ତି ।

କମ୍ପୁଛି ବ୍ରଜରାଜନଗର, ରାଲି ଶୋଭାଯାତ୍ରାରେ ଭୋଟ ମାଗୁଛନ୍ତି ପ୍ରାର୍ଥୀ

ବ୍ରଜରାଜନଗର: କମ୍ପୁଛି ବ୍ରଜରାଜନଗର । ନିର୍ବାଚନ ଯେତେ ପାଖଉଛି, ପ୍ରଚାରର ପାରା ମଧ୍ୟ ସେତେ ବଢ଼ିବାରେ ଲାଗିଛି । ରାଲି ଶୋଭାଯାତ୍ରାରେ ଭୋଟ ଭିକ୍ଷା କରୁଛନ୍ତି ପ୍ରାର୍ଥୀ । ବିଭିନ୍ନ ମୁଦ୍ଦା ନେଇ ଘରକୁ ଘର ଯାଇ ସମର୍ଥନ ସାଉଁଟୁଛନ୍ତି ନେତା । ବିଜେଡି ପାଇଁ ଉପନିର୍ବାଚନ ପ୍ରଚାରର ମଙ୍ଗ ଧରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି ପ୍ରାର୍ଥୀ ଅଳକା ମହାନ୍ତିଙ୍କୁ ବଡ଼ ବ୍ୟବଧାନରେ ବିଜୟୀ କରିବା ପାଇଁ ଘରକୁ ଘର ବୁଲି ଭୋଟ୍ ମାଗିବେ ଷ୍ଟାର କ୍ୟାମ୍ପେନର । ବିଜେଡି ଉଭୟ ଯୁବ ଓ ଅନୁଭବୀ ନେତାଙ୍କୁ ନେଇ ଜୋରଦାର କରୁଛି ପ୍ରଚାର ।

ସେପଟେ ଉଭୟ ବିଜେପି ଓ କଂଗ୍ରେସ ଷ୍ଟାର ପ୍ରଚାରକ ତାଲିକାରେ କେନ୍ଦ୍ରୀୟ ନେତାଙ୍କୁ ସାମିଲ କରିଛନ୍ତି । ପଞ୍ଚାୟତ ଓ ପୌର ନିର୍ବାଚନରେ ବିରୋଧୀଙ୍କୁ ପ୍ରତ୍ୟାଖାନ କରିଥିବାରୁ ବ୍ରଜରାଜନଗର ଉପନିର୍ବାଚନରେ ଉଭୟ ଭଲ ପ୍ରଦର୍ଶନ କରିବାକୁ ଅଣ୍ଟା ଭିଡ଼ିଛନ୍ତି ।

ଏହି ରାଶିର ବ୍ୟକ୍ତିଙ୍କୁ ମିଳିବ ଶନିଙ୍କ କୃପା

ମେଷ ରାଶି : ଆପଣଙ୍କ ଉପରେ ଭଗବାନ ଶନିଙ୍କ କୃପା ରହିବ । ଏଥିସହ ଆଧ୍ୟାତ୍ମିକ ମନୋଭାବ ରହିବ । ଚାକିରିରେ ଭଲ ପ୍ରଦର୍ଶନ କରିବେ । ରାଜନୈତିକ ବ୍ୟକ୍ତି ଲାଭବାନ ହେବେ ।
ଶୁଭ ରଙ୍ଗ- ଲାଲ ଓ ହଳଦିଆ

ବୃଷ ରାଶି : ଧନ ପ୍ରାପ୍ତିର ସୁଯୋଗ ରହିଛି । ମଙ୍ଗଳ ଏବଂ ଶନିଙ୍କ ଗୋଚର ହେତୁ ସ୍ୱାସ୍ଥ୍ୟ ବିଗିଡ଼ିପାରେ । ବାଣୀରେ ମଧୁରତା ରହିବ ।
ଶୁଭ ରଙ୍ଗ- ନୀଳ ଓ ସବୁଜ

ମିଥୁନ ରାଶି : ରାଜନୀତି ସମ୍ବନ୍ଧିତ ଯେ କୌଣସି ନିଷ୍ପତ୍ତି ଭାବିଚିନ୍ତି ନିଅନ୍ତୁ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ତୈଳ ଦାନ କରନ୍ତୁ ।
ଶୁଭ ରଙ୍ଗ- ଲାଲ ଓ ସବୁଜ

କର୍କଟ ରାଶି : ଆଜିର ଦିନଟି ଚାକିରି ନିମନ୍ତେ ସାମାନ୍ୟ କଷ୍ଟକର । ବ୍ୟବସାୟକୁ ନେଇ ଉତ୍ସାହିତ ଓ ପ୍ରସନ୍ନ ରହିବେ । ଅଟକିଯାଇଥିବା କୌଣସି କାର୍ଯ୍ୟ ପୂର୍ଣ୍ଣ ହେବ । ଶିବଙ୍କୁ ଉପାସନା କରନ୍ତୁ । ଗହମ ଦାନ କରନ୍ତୁ ।
ଶୁଭ ରଙ୍ଗ- ହଳଦିଆ ଓ ନାରଙ୍ଗୀ

ସିଂହ ରାଶି : ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିବେ । ଆର୍ଥିକ ସୁଖରେ ବୃଦ୍ଧି ହେବ । ବ୍ୟାଙ୍କିଙ୍ଗ୍ ଏବଂ ଆଇଟି କ୍ଷେତ୍ରର ଛାତ୍ରଛାତ୍ରୀଙ୍କୁ ଚାକିରି ମିଳିବାର ସମ୍ଭାବନା ରହିଛି । ଶ୍ରୀ ଶୁକ୍ତ ପାଠ କରନ୍ତୁ । ଚାଉଳ ଏବଂ ଦହି ଦାନ କରନ୍ତୁ ।
ଶୁଭ ରଙ୍ଗ- ଲାଲ ଏବଂ ହଳଦିଆ

କନ୍ୟା ରାଶି : ଚାକିରି ଓ ବ୍ୟବସାୟରେ ଉନ୍ନତି ହେବ । ଧାର୍ମିକ ଯାତ୍ରା କରିପାରନ୍ତି । ପିତାଙ୍କ ଆଶୀର୍ବାଦ ନିଅନ୍ତୁ, ଆର୍ଥିକ ଲାଭ ମିଳିପାରେ । ମା ଦୁର୍ଗାଙ୍କୁ ପୂଜା କରନ୍ତୁ । ଗହମ ଦାନ କରନ୍ତୁ ।
ଶୁଭ ରଙ୍ଗ- ଧଳା ଏବଂ ନାରଙ୍ଗୀ

ତୁଳା ରାଶି : ବ୍ୟବସାୟରେ ପ୍ରଗତିଶୀଳ ରହିବେ । ଏଥିପାଇଁ ମନ ପ୍ରସନ୍ନ ରହିବ । ବିଦ୍ୟାର୍ଥୀ ଭଲ ପାଠ ପଢ଼ିବେ । ବନ୍ଧୁମାନଙ୍କ ସହଯୋଗ ମିଳିପାରେ । ଶ୍ରୀ ଶୁକ୍ତ ପାଠ କରନ୍ତୁ । ଅରଣ୍ୟକାଣ୍ଡ ପାଠ କଲେ ଲାଭବାନ ହେବେ ।
ଶୁଭ ରଙ୍ଗ- ଲାଲ ଓ ହଳଦିଆ

ବିଛା ରାଶି : ଉଚ୍ଚଅଧିକାରୀଙ୍କ ସହଯୋଗରେ ସଫଳତା ପ୍ରାପ୍ତି ହେବ । ଯାନବାହନ କ୍ରୟ କରିପାରନ୍ତି । ଦହି ଦାନ କରନ୍ତୁ । ଶ୍ରୀ ଗଣେଶଙ୍କୁ ଆରାଧନା କରନ୍ତୁ ।
ଶୁଭ ରଙ୍ଗ- ଆକାଶୀ ଓ ବାଇଗଣୀ

ଧନୁ ରାଶି : ବ୍ୟବସାୟରେ କୌଣସି ପରିବର୍ତ୍ତନ ହେବା କାରଣରୁ ଲାଭ ମିଳିପାରେ । ଶିକ୍ଷାରେ ଅଗ୍ରଗତି କରିବାର ସମ୍ଭାବନା ରହିଛି । ସନ୍ତାନଙ୍କୁ ନେଇ ପ୍ରସନ୍ନ ରହିବେ । ଚାଉଳ ଏବଂ ଗୁଡ଼ ଦାନ କରନ୍ତୁ ।
ଶୁଭ ରଙ୍ଗ- ଲାଲ ଏବଂ ନୀଳ

ମକର ରାଶି : ଆର୍ଥିକ ଲାଭ ମିଳିପାରେ । ବଡ଼ ଭାଇ କିମ୍ବା ଘରର ବାରିଷ୍ଠଙ୍କଠାରୁ ଆଶୀର୍ବାଦ ଗ୍ରହଣ କଲେ ଲାଭବାନ ହେବେ । ଧାର୍ମିକ ଯାତ୍ରା କରିପାରନ୍ତି । ତୈଳ ଦାନ କରନ୍ତୁ ।
ଶୁଭ ରଙ୍ଗ- ସବୁଜ ଓ ବାଇଗଣୀ

କୁମ୍ଭ ରାଶି : ରାଜନୀତିରେ ସଫଳ ହେବେ । ବ୍ୟବସାୟ ଏବଂ ଚାକିରିରେ ସଫଳତା ପାଇଁ ସପ୍ତଶ୍ଳୋକୀ ଦୁର୍ଗାଙ୍କୁ ପାଠ କରନ୍ତୁ । ପରିବାର ସମ୍ବନ୍ଧିତ କୌଣସି ନିର୍ଣ୍ଣୟ ଧାର୍ଯ୍ୟ କରିବାରେ ବିଳମ୍ବ କରିପାରନ୍ତି । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଗାଈକୁ ଗୁଡ଼ ଦାନ କରନ୍ତୁ ।
ଶୁଭ ରଙ୍ଗ- ସବୁଜ ଏବଂ ନୀଳ

ମୀନ ରାଶି : ଧନର ଆଗମନ ହେବ । କାର୍ଯ୍ୟରେ ବ୍ୟସ୍ତତା ରହିବ । ଶିକ୍ଷାରେ ସଫଳତା ପ୍ରାପ୍ତି ହେବ । ସିଦ୍ଧିକୁଞ୍ଜିକା ସ୍ତୋତ୍ର ୯ ଥର ପାଠ କରନ୍ତୁ ।
ଶୁଭ ରଙ୍ଗ- ହଳଦିଆ ଓ ନାରଙ୍ଗୀ

ରାଜଧାନୀରୁ ଅପହୃତ ୨ ନାବାଳିକା ଉଦ୍ଧାର

ଭୁବନେଶ୍ୱର: ରାଜଧାନୀରୁ ଅପହୃତ ଦୁଇ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି । ଦୁଇ ନାବାଳିକାଙ୍କୁ ଉଦ୍ଧାର କରିଛନ୍ତି ଭୁବନେଶ୍ୱର ଚାଇଲ୍ଡ ଲାଇନ୍ ସଦସ୍ୟ । ପୁରୀ ଯାଉଥିବା ଏକ ବସରେ ତିନି ଜଣ ଯୁବକ ନାବାଳିକାଙ୍କୁ ଚାଲାଣ କରୁଥିଲେ । ସେମାନଙ୍କୁ କଳ୍ପନା ଛକରୁ ବସରୁ ଉଦ୍ଧାର କରାଯାଇଛି । ଉଭୟ ନାବାଳିକା କଟକ ନୂଆବଜାର ଅଞ୍ଚଳର । ସେମାନେ ନବମଶ୍ରେଣୀରେ ପଢୁଥିଲେ ।

Child Line Rescued Two Minor Girl

ଉଭୟ କୌଶଳ କ୍ରମେ ଚାଲାଣ କରୁଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କର ଆଧାର କାର୍ଡର ଫଟୋ ଉଠାଇ ନେଇଥିଲେ । ଏହି ଆଧା ରକାର୍ଡ ଫଟୋକୁ ନେଇ ତଦନ୍ତ ଚଳାଇଛି ପୋଲିସ । ସେପଟେ ସିଡବ୍ଲୁସିଙ୍କ ନିର୍ଦ୍ଦେଶରେ ଦୁଇ ଉଦ୍ଧାର ନାବାଳିକାଙ୍କୁ ଭିଜେଏସ୍ଏସ୍ ସେଲଟର ହୋମରେ ରଖାଯାଇଛି । ଅଧିକ ତଦନ୍ତ ଜାରି ରହିଛି ।

ଧାର୍ଯ୍ୟ ସମୟରେ କାର୍ଯ୍ୟ ସାରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: 5T ଅଧୀନରେ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଧାର୍ଯ୍ୟ ସମୟ ମଧ୍ୟରେ କାର୍ଯ୍ୟ ସାରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଭିସିରେ ବସିଥିବା ବୈଠକରେ ବିଭିନ୍ନ ଜିଲ୍ଲାପାଳମାନଙ୍କୁ ନିୟମିତ କାମର ତଦାରଖ କରିବାକୁ କୁହାଯାଇଛି । ବିଦ୍ୟୁତ୍ ସରଞ୍ଜାମ, କମ୍ପ୍ୟୁଟର, ଲାବରେଟୋରୀର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲରେ ଅଗ୍ନି ନିରାପତ୍ତା ପାଇଁ ଶିକ୍ଷକ ଓ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଦେବାକୁ କୁହାଯାଇଛି ।

5T School Transformation Chief Secretary

ରାଜ୍ୟର ୪ହଜାର ୫୩୬ ହାଇସ୍କୁଲକୁ 5T ଅଧୀନରେ ରୂପାନ୍ତରଣ କରାଯାଉଛି । ଏହି ପ୍ରକ୍ରିୟାରେ ସ୍କୁଲରେ ପିଲାଙ୍କ ପାଇଁ ସ୍ୱତନ୍ତ୍ର କ୍ଲାସରୁମ ତିଆରି କରା ଯାଇଥିବା ଇ-ଲାଇବ୍ରେରୀ, ଲାବୋରେଟେରୀ ଓ ସ୍ୱତନ୍ତ୍ର ଖେଳ ପଡ଼ିଆ, ଆବଶ୍ୟକ ବିଦ୍ୟୁତକରଣ ସହ ପାନୀୟ ଜଳ ଯୋଗାଣ ପାଇଁ ବ୍ୟବସ୍ଥା କରାଯାଉଛି । ପ୍ରାଥମିକ ପର୍ଯ୍ୟାୟରେ ୧ ହଜାର ୭୬ଟି ସ୍କୁଲର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ୩ ହଜାର ୪୬୦ଟି ସ୍କୁଲ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ଯୁକ୍ତିତର୍କକୁ ନେଇ ରାଜଧାନୀ ଛାତିରେ ଫୁଟିଲା ଗୁଳି

ଭୁବନେଶ୍ୱର: ରାଜଧାନୀରେ ବ୍ଲାଙ୍କ ଫାୟାରିଂ । ଦବଦବା ଜାହିର୍ କରିବାକୁ ଯାଇ ଗୁଳିମାଡ଼ । ଦୁଇ ଗୋଷ୍ଠୀ ଗଣ୍ଡଗୋଳ ପରେ ଭୁବନେଶ୍ୱର ସିଆରପି ଛକରେ ବ୍ଲାଙ୍କ ଫାୟାରିଂ ହୋଇଛି । କୌଣସି ଘଟଣାକୁ ନେଇ ପ୍ରଥମେ ଛକ ଉପରେ ଦୁଇ ଗୋଷ୍ଠୀ ମଧ୍ୟରେ ଯୁକ୍ତିତର୍କ ଲାଗି ରହିଥିଲା । ପରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପରେ ଦୁଇ ଯୁବକ ବ୍ଲାଙ୍କ ଫାୟାରିଂ କରିଥିଲେ ।

Blank Firing Bhubaneswar CRP Square

ଘଟଣାକୁ ନେଇ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା । ଖବର ପାଇ ଘଟଣା ସ୍ଥଳରେ ନୟାପଲ୍ଲୀ ପୋଲିସ ପହଞ୍ଚିବା ବେଳକୁ ଦୁଇଗୋଷ୍ଠୀ ଛତ୍ରଭଙ୍ଗ ଦେଇଥିଲେ । ତେବେ ଫାଙ୍କା ଗୁଳି ଚାଳନା କରି ଦୁଇ ଦୁର୍ବୃତ୍ତ ଚମ୍ପଟ ମାରିଛନ୍ତି । ଆଖପାଖ ଅଞ୍ଚଳରେ ଲାଗଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି । ଘଟଣା ସ୍ଥଳରେ ନୟାପଲ୍ଲୀ ପୋଲିସ, ସ୍ପେଶାଲ ସ୍କ୍ୱାଡ୍, ଭୁବନେଶ୍ୱର ଡିସିପି ପହଞ୍ଚି ତନାଘନା କରିଛନ୍ତି ।