IAS ସ୍ତରରେ ବଡ଼ଧରଣର ଅଦଳ ବଦଳ, IAS ଅରବିନ୍ଦ ପାଢୀ ହେଲେ କୃଷି ବିଭାଗ ସଚିବ

1 min read

ଭୁବନେଶ୍ୱର: IAS ସ୍ତରରେ ହେଲା ବଡ଼ଧରଣର ଅଦଳ ବଦଳ। IAS ଅରବିନ୍ଦ ପାଢୀ ହେଲେ କୃଷି ବିଭାଗ ସଚିବ। କେନ୍ଦ୍ରୀୟ ଡେପୁଟେସନ୍‌ରୁ ଫେରି ଅରବିନ୍ଦ ପାଢ଼ୀ
କୃଷି ବିଭାଗ ପ୍ରମୁଖ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି। ପାଢ଼ୀଙ୍କୁ ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେହିପରି IAS ସଞ୍ଜୟ କୁମାର ସିଂହ ଗ୍ରାମ୍ୟ ଉନ୍ନୟନ୍ନ ବିଭାଗର ପ୍ରମୁଖ ସଚିବ ହୋଇଥିବାବେଳେ ତାଙ୍କୁ I&PR ସଚିବ, ବିଡିଏ ଭିସି ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ଦିଆଯାଇଛି ।

ବିଷ୍ଣୁପଦ ସେଠୀ ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି । ଏଥିସହ ତାଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେହିପରି ଅଶ୍ୱଥି ଏସଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର କମିଶନର ଓ ସଚିବ ଦାୟିତ୍ୱ ଦିଆଯାଇଛି ।