ଜମି ବିବାଦ ପାଇଁ ଦମ୍ପତ୍ତିଙ୍କୁ ଏସିଡ୍ ମାଡ଼

ଭଦ୍ରକ: ବାସୁଦେବପୁର ବ୍ଲକ ରାଜଘରପୋଖରୀ ପଞ୍ଚାୟତରେ ଘଟିଛି ଅଭାବନୀୟ ଘଟଣା। ଜମିବାଡି ବିବାଦକୁ କେନ୍ଦ୍ରକରି ଦମ୍ପତ୍ତିଙ୍କୁ ହୋଇଛି ଏସିଡ ମାଡ । ରାଜଘରପୋଖରୀ ଗାଁର ଶୈଳେନ୍ଦ୍ର ନାୟକଙ୍କ ସହିତ ପଡୋଶୀ ବିଜୟ କୁମାର ସାହୁଙ୍କ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା । ଆଜି ଶୈଳେନ୍ଦ୍ର ଓ ତାଙ୍କ ପତ୍ନୀ ସରସ୍ୱତୀ ଜମିରେ କାମ କରିବା ସମୟରେ ପାଟିତୁଣ୍ଡ ଲାଗି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।  ହାତାହାତି ପରେ ଶୈଳେନ୍ଦ୍ରଙ୍କ ବିରୋଧି ଗୋଷ୍ଠୀ ହଠାତ ଏସିଡ୍ ମାଡ କରିଥିଲେ । ଫଳରେ ଶୈଳେନ୍ଦ୍ର ଓ ତାଙ୍କର ପତ୍ନୀ ସରସ୍ୱତୀ ଗୁରୁତର ହୋଇ ପଡିଥିଲେ । ଉଭୟଙ୍କୁ ବାସୁଦେବପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ପ୍ରାଥମିକ ଚିକିତ୍ସା ପରେ ଭଦ୍ରକ ସ୍ଥାନାନ୍ତରିତ କରାଯାଇଛି ।