spot_img
Home Blog Page 4220

ଆଜି ଆତ୍ମସମର୍ପଣ କରିପାରନ୍ତି ନବଜୋତ ସିଂ ସିଦ୍ଧୁ, ବର୍ଷେ ଜେଲ ଆଦେଶ ଶୁଣାଇଛନ୍ତି ସୁପ୍ରିମକୋର୍ଟ

ଚଣ୍ଡିଗଡ଼: ଆଜି ଆତ୍ମସମର୍ପଣ କରିପାରନ୍ତି କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ । ୩୪ ବର୍ଷ ତଳର ରୋଡରେଜ ମାମଲାରେ ବର୍ଷେ ପାଇଁ ଜେଲ ଦଣ୍ଡାଦେଶ ପରେ ଆଜି ଆତ୍ମସମର୍ପଣ କରିବା ନେଇ ଚର୍ଚ୍ଚା ଜୋର ଧରିଛି । ରାୟକୁ ସମ୍ମାନ ଜଣାଇବେ ବୋଲି ସେ ଗତକାଲି କହିଥିଲେ । ସେପଟେ ରିଭ୍ୟୁ ପିଟିସନ ଦାଖଲ ଲାଗି ସୁପ୍ରିମକୋର୍ଟ ବିକଳ୍ପ ରଖିଛନ୍ତି । ବିନା ଉଦ୍ଦେଶ୍ୟରେ ହତ୍ୟା ମାମଲାରେ ପଞ୍ଜାବ-ହରିୟାଣା ହାଇକୋର୍ଟ ସିଦ୍ଧୁଙ୍କୁ ତିନି ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିବାବେଳେ ସୁପ୍ରିମକୋର୍ଟ ତାଙ୍କୁ ଏହି ମାମଲାରେ ନିର୍ଦ୍ଦୋଷରେ ଖଲାସ କରିଥିଲେ । କିନ୍ତୁ ତାଙ୍କୁ ୧୦୦୦ ଟଙ୍କା ଜରିମାନା କରିଥିଲେ ସର୍ବୋଚ୍ଚ ନ୍ୟାୟାଳୟ ।

୨୭ ଡିସେମ୍ବର ୧୯୮୮ରେ ଏହି ବିବାଦ ପଟିଆଲାରେ ଘଟିଥିଲା, ଯେତେବେଳେ ସିଦ୍ଧୁ ରାସ୍ତା ମଝିରେ ତାଙ୍କ ଜିପ୍ସୀ ଗାଡ଼ିକୁ ପାର୍କ କରିଥିଲେ । ଯେତେବେଳେ ପୀଡିତ ଏବଂ ଅନ୍ୟ ଦୁଇଜଣ ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ଯାଉଥିଲେ, ସେମାନେ ରାସ୍ତାରେ ଥିବା ଜିପ୍ସୀକୁ ଦେଖି ସିଦ୍ଧୁଙ୍କୁ ହଟାଇବାକୁ କହିଥିଲେ। ଏହି କାରଣରୁ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା । ପୋଲିସ ଅଭିଯୋଗ କରିଥିଲା ଯେ ଏହି ସମୟ ମଧ୍ୟରେ ସିଦ୍ଧୁ ରାଗିଯାଇ ପୀଡିତଙ୍କୁ ଆକ୍ରମଣ କରି ଘଟଣାସ୍ଥଳରୁ ପଳାଇ ଯାଇଥିଲେ । ଏହା ପରେ ପୀଡିତଙ୍କୁ ଡାକ୍ତରଖାନା ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା ।

ବ୍ରଜରାଜନଗର ମଇଦାନରେ ୩ ଦଳର ହେଭିଓ୍ବେଟ ପ୍ରଚାର, ଘର ଘର ବୁଲି ଭୋଟ ମାଗୁଛନ୍ତି ପ୍ରାର୍ଥୀ

ବ୍ରଜରାଜନଗର: ପାଖଉଛି ତାରିଖ, ବଢ଼ୁଛି ତାତି । ବ୍ରଜରାଜନଗର ଉପନିର୍ବାଚନ ପାଇଁ ସରଗରମ ରାଜନୀତି । ବିଜୟ କସରତ କରୁଛନ୍ତି ସବୁ ଦଳ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ମଇଦାନକୁ ଓହ୍ଲାଇଛନ୍ତି ହେଭିଓ୍ବେଟ୍ । ଡୋର ଟୁ ଡୋର କ୍ୟାମ୍ପେନିଂରେ ଭୋଟର ପାଖରେ ପହଞ୍ଚିଛନ୍ତି ପ୍ରାର୍ଥୀ । ପ୍ରଚାର ମଇଦାନରେ ଆଗରେ ରହିଛି ବିଜେଡି । ଦଳୀୟ ପ୍ରାର୍ଥୀ ଅଳକା ମହାନ୍ତିଙ୍କ ପାଇଁ ମଇଦାନରେ ପ୍ରଚାର କରୁଛନ୍ତି ବରିଷ୍ଠ ବିଜେଡି ନେତା । ମନ୍ତ୍ରୀ ଓ ବିଧାୟକ ମାନେ ଘରକୁ ଘର ବୁଲି ବିଜେଡି ପାଇଁ ମାଗୁଛନ୍ତି ଭୋଟ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣକାରୀ ଯୋଜନା ଓ ବିକାଶକୁ ଆଧାରରେ ଭୋଟ ମାଗୁଛି ଦଳ ।

ତେବେ ଆଗକୁ ଅଳକାଙ୍କ ପାଇଁ ପ୍ରଚାରକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୫୦ ହଜାରରୁ ଅଧିକ ଭୋଟରେ ଜିତିବାକୁ ଦୃଢୋକ୍ତି ପ୍ରକାଶ କରିଛି ଶାସକ ଦଳ । ବ୍ରଜରାଜନଗରବାସୀ ବିଜେଡି ସହ ଅଛନ୍ତି ଓ ରହିବେ ବୋଲି ଦଳ କହିଛି । ସେପଟେ ଫୁଲ ଦମରେ ଲାଗି ପଡ଼ିଛନ୍ତି ବିରୋଧୀ । ଖୁବଶୀଘ୍ର ବିଜେପି ଓ କଂଗ୍ରେସ କେନ୍ଦ୍ରୀୟ ନେତା ପ୍ରଚାର ମଇଦାନକୁ ଓହ୍ଲାଇବେ ବୋଲି ସୂଚନା ମିଳିଛି । ଅନ୍ୟପକ୍ଷରେ ବ୍ରଜରାଜନଗର ଉପନିର୍ବାଚନରେ ପିସିସି ସଭାପତି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ।

ମା’ ଓ ଛୁଆ ହାତୀକୁ ଧକ୍କା ଦେଲା ଟ୍ରେନ୍

କେନ୍ଦୁଝର: ମାଲବାହୀ ଟ୍ରେନ୍ ଧକ୍କାରେ ମା’ ଓ ଛୁଆ ହାତୀ ଗୁରୁତର । କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଯୋଡ଼ା ସେକ୍ସନ୍ ବାଂଶପାଣି ବେହେରା ହାଟିଂ ନିକଟରେ ୨୨ ଟିକିଆ ହାତୀପଲ ଟ୍ରେନ୍ ଲାଇନ୍ ପାର୍ ହେଉଥିବା ସମୟରେ ଧକ୍କା ଦେଲା ଟ୍ରେନ୍ । ମାଲବାହୀ ଟ୍ରେନ୍ ବାଂଶପାଣିରୁ ଜୁରୁଡ଼ି ଯାଉଥିବା ବେଳେ ହାତୀପଲଙ୍କୁ ଧକ୍କା ଦେଇଥିଲା ।

ହାତୀପଲଙ୍କୁ ଦେଖି ଟ୍ରେନ ବେଗ କମ କରିବାରୁ ଯଦିଓ ଅଳ୍ପକେ କିଛି ହାତୀ ରକ୍ଷା ପାଇଛନ୍ତି, ତଥାପି ଦୁଇଟି ହାତୀ ଆହତ ହୋଇଛନ୍ତି । ଧକ୍କା ଦେବାପରେ ଟ୍ରେନ୍ ଟି କିଛି ଦୂରରେ ଅଟକି ରହିଛି । ଦୁର୍ଘଟଣା ପରେ ବେହେରା ହାଟିଂ ସମେତ କେତେକ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି । ଦୁର୍ଘଟଣା ଘଟିଥିବା ହାତୀକୁ ଅନ୍ୟ ହାତୀମାନେ ଜଗି ରହିଥିବା ଦେଖିବାକୁ ମିଳିଛି ।

ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନସିପରେ ନିଖହତ ଆଣିଲେ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନସିପରେ ଭାରତ ପାଇଁ ରେକର୍ଡ କରିଛନ୍ତି ଯୁବ ବକ୍ସର ନିଖହତ ଜରୀନ । ୫୨ କେଜି ବର୍ଗରେ ସେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଫ୍ଲାଏ ୱେଟ କ୍ୟାଟାଗୋରୀର ଫାଇନାଲ ମୁକାବିଲାରେ ସେ ଥାଇଲ୍ୟାଣ୍ଡର ଜିଟପଙ୍ଗ ଜୁଟାମସଙ୍କୁ ୫-୦ରେ ପରାସ୍ତ କରି ଚାମ୍ପିୟନ ହୋଇଛନ୍ତି । ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍ରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିବାରେ ଜରୀନ ପଞ୍ଚମ ମହିଳା ବକ୍ସର ।

ତାଙ୍କ ପୂର୍ବରୁ ମ୍ୟାରି କମ, ସରିତା ଦେବୀ, ଜେନ୍ନୀ ଆରଏଲ ଓ ଲେଖା କେସି ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ। ୨୫ ବର୍ଷୀୟ ଜରୀନ ପୂର୍ବତନ ଜୁନିୟର ୟୁଥ ୱାର୍ଲ୍ଡ ଚାମ୍ପିୟନ। ସେ ୨୦୨୧ ଜାତୀୟ ବକ୍ସିଂ ପ୍ରତିଯୋଗିତାରେ ମଧ୍ୟ ସ୍ୱର୍ଣ୍ଣ ଜିତିଥିଲେ । ଫାଇନାଲ ମ୍ୟାଚ୍ରେ ତେଲେଙ୍ଗାନା ବକ୍ସର ଜରୀନ ଥାଇଲ୍ୟାଣ୍ଡ ପ୍ରତିପକ୍ଷଙ୍କ ବିରୋଧରେ ଦମଦାର ପ୍ରଦର୍ଶନ କରିଥିଲେ । ଜରୀନଙ୍କ ବ୍ୟତୀତ ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପର ୫୭ କେଜି ବର୍ଗରେ ମନୀଷା ମୋନୁ ଓ ଡେବ୍ୟୁଟାଣ୍ଟ ପରଭୀନ ହୁଡା ୬୩ ବର୍ଗରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି ।

ଏକାନ୍ତରେ ଅନୁଭବଙ୍କ ମନର ବେଦନା…

କଟକ: ଜୀବନର କଷ୍ଟ ଓ ସଂଘର୍ଷର କାହାଣୀକୁ ସୋସିଆଲ ମିଡିଆରେ କହି ଭାବ ବିରହ୍ୱଳ ହୋଇପଡିଲେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି  ।  ନିଜ ଜୀବନର ଯନ୍ତ୍ରଣାକୁ ପ୍ରଥମ ଥର ପାଇଁ ସର୍ବ ସମ୍ମୁଖରେ କହିଲେ  । ଜୀବନରେ ଭଲ ପାଇ ଭୁଲ କରିଦେଇ ନଥିବା ନେଇ ମଧ୍ୟ ସିଧାସଳଖ କହିଛନ୍ତି ସାଂସଦ  । ଅନୁଭବ କହିଛନ୍ତି, ପରିବାରର ଅନିଛା ସ୍ୱତେ ସମସ୍ତଙ୍କୁ ରାଜି କରାଇଥିଲି ।  ପ୍ରେମ କରି ବିବାହ କରିଥିଲି  । କିନ୍ତୁ ଏହି ନିଷ୍ପତ୍ତି ହିଁ ଥିଲା ଜୀବନର ସବୁଠୁ ବଡ଼ ଭୁଲ  ।

https://www.youtube.com/watch?v=oH3BjNc5AiU

ଏଥି ସହ କ୍ୟାରିୟରର ଆରମ୍ଭରୁ କେମିତି ସଂଘ୍ରଷ କରିଛନ୍ତି  । ପରିବାର ପ୍ରତିଷ୍ଠା ପାଇବାକୁ କେତେ ଯେ ସଂଗ୍ରାମ କରିବାକୁ ପଡିଛି ସେନାଇ ଉଲ୍ଲେଖ କରିଛନ୍ତି ଅନୁଭବ ମହାନ୍ତି  ।  ପ୍ରାୟ ଅଧ ଘଣ୍ଟାଏ ଧରି ସୋସିଆଲ ମିଡିଆରେ ଅନେକ ପ୍ରସଙ୍ଗକୁ   ଭିଡିଓରେ ଉତଥାପନ କରିଛନ୍ତି  । ଏହି ସମସ୍ତ ପ୍ରସଙ୍ଗ କେବଳ ନିଜସ୍ୱ ଏବଂ ପାରିବାରିକ ମାମଲା ସହ ଜଡ଼ିତ  । ବିବାହ ଓ ବିବାଦର କଥାକୁ ଖୁଲମଖୋଲା କହିଛନ୍ତି ସେ, ଯଦିବା କୌଣସି ମହିଳାଙ୍କ ନାମକୁ ପ୍ରକାଶ କରିନାହାଁନ୍ତି  ।

ନିଠାରୀ ହତ୍ୟାକାଣ୍ଡର ଦୋଷୀଙ୍କୁ ମୃତ୍ୟୁ ଦଣ୍ଡାଦେଶ

ନୂଆଦିଲ୍‌ଲୀ: ନିଠାରୀ ହତ୍ୟାକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ ସୁରିନ୍ଦର କୋଲିକୁ ଦୋଷୀ ସାବ୍ୟସ୍ତ କରାଯାଇଥିବା ବେଳେ ମୃତ୍ୟୁ ଦଣ୍ଡାଦେଶ ହୋଇଛି । ଅନ୍ୟତମ ଦୋଷୀ ମନିନ୍ଦର ସିଂହ ପାନ୍ଧେରକୁ ୭ ବର୍ଷ ଜେଲଦଣ୍ଡାଦେଶ ଦିଆଯାଇଛି । ସିବିଆଇ କୋର୍ଟ କୋଲି ଉପରେ ୪୦ ହଜାର ଓ ପାନ୍ଧେରକୁ ୪ ହଜାର ଟଙ୍କାର ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହା ପୂର୍ବରୁ କୋର୍ଟ ପାନ୍ଧେରକୁ ଅପହରଣ, ଦୁଷ୍କର୍ମ ଓ ହତ୍ୟା ମାମଲାରୁ ମୁକ୍ତ କରିଥିଲେ ।

ତେବେ ଘଟଣାର ମୁଖ୍ୟ ଅଭିଯୁକ୍ତ କୋଲିକୁ ୧୩ଟି ମାମଲାରେ ମୃତ୍ୟୁ ଦଣ୍ଡାଦେଶ ମିଳିଛି । ଏଥିରେ ୩ଟି ମାମଲାରେ ସାକ୍ଷ୍ୟ ଓ ପ୍ରମାଣ ଅଭାବରୁ କୋର୍ଟ ତାକୁ ନିର୍ଦ୍ଦୋଷରେ ମୁକ୍ତ କରିଛନ୍ତି । କେବଳ ଗୋଟିଏ ମାମଲାରେ ରାଷ୍ଟ୍ରପତିଙ୍କ ଦ୍ୱାରା ଦୟା ନିବେଦନ ଅଗ୍ରାହ୍ୟ ହେବା ପରେ ମିରଟରେ ଫାଶୀ ଦିଆଯିବାର ଥିଲା। ହେଲେ ଏଥିରେ ବିଳମ୍ବ ହେବା ଯୋଗୁ ସୁପ୍ରିମକୋର୍ଟ ମୃତ୍ୟୁଦଣ୍ଡକୁ ଖାରଜ କରି ଆଜୀବନ କାରାଦଣ୍ଡରେ ପରିବର୍ତ୍ତିତ କରିଥିଲେ । ହାଇକୋର୍ଟ ମଧ୍ୟ ଗୋଟିଏ ମାମଲାରେ ତାର ଫାଶୀଦଣ୍ଡକୁ କୋହଳ କରି ଆଜୀବନ କାରାଦଣ୍ଡରେ ରୂପାନ୍ତରିତ କରିଛନ୍ତି ।

ଅପରପକ୍ଷେ ସିବିଆଇ କୋର୍ଟ ପୁଣି ମୃତ୍ୟୁ ଦଣ୍ଡାଦେଶ କରିଥିବା ବେଳେ କୋଲି ଓ ପାନ୍ଧେରଙ୍କ ଅଧିକାଂଶ ମାମଲା ଏବେ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ବିଚାରଧୀନ ରହିଛି। ୨୦୦୬ରେ ନୋଏଡାର ନିଠାରୀ କେସ୍ ଉପରୁ ପର୍ଦ୍ଦା ହଟିଥିଲା । ନିଠାରୀରେ ୧୯ ଶିଶୁ ଓ ମହିଳାଙ୍କ କଙ୍କାଳ ମିଳିଥିଲା । ଏହି ସବୁ ଶରୀର ଅବଶେଷକୁ ୪୦ଟି ପ୍ୟାକେଟରେ ଭର୍ତ୍ତି କରି ନାଳରେ ଭସାଇ ଦିଆଯାଇଥିଲା । ପରେ ପୋଲିସ ମାମଲାରେ ବ୍ୟବସାୟୀ ମନିନ୍ଦର ସିଂହ ପାନ୍ଧେର ଓ ତାର ଚାକର ସୁରିନ୍ଦର କୋଲିକୁ ଗିରଫ କରିଥିଲା ।

ଲଢେଇ ବେଳେ ଚାଲିଗଲା ବକ୍ସରଙ୍କ ଜୀବନ

ନୂଆଦିଲ୍ଲୀ: ହାର୍ଟ ଆଟାକରେ ଚାଲିଗଲା ଷ୍ଟାର୍ ବକ୍ସର ମୁସା ୟମକଙ୍କ ଜୀବନ । ରିଙ୍ଗରେ ଅପରାଜିତ ଥିବା ଜର୍ମାନୀ ବକ୍ସର ମୁସାଙ୍କ ନିଧନରେ କ୍ରୀଡା ଜଗତରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୩୮ ବର୍ଷ ବୟସ ହୋଇଥିଲା ।

ମିଡିଆ ରିପୋର୍ଟ ଅନୁଯାୟୀ, ଉଗାଣ୍ଡାର ହମଜା ବାଡେରାଙ୍କ ବିପକ୍ଷରେ ଲଢେଇ ବେଳେ ରିଙ୍ଗରେ ହଠାତ୍ ବେହୋସ ହୋଇପଡିଥିଲେ ମୁସା । ଏନେଇ ତୁର୍କୀର ଜଣେ ଅଧିକାରୀ ସ୍ପଷ୍ଟ କରିଛନ୍ତି । ଏନେଇ ହସନ ତୁରାନ ସୂଚନା ଦେଇଥିଲେ, ଏସିୟାନ୍ ଓ ୟୁରୋପିଆନ୍ ଚାମ୍ପିଅନସିପ ଜିତିଥିବା ମୁସା ଆଉ ନାହାଁନ୍ତି । ହୃଦଘାତ ଯୋଗୁଁ ତାଙ୍କର ଦେହାନ୍ତ ହୋଇଛି ।

https://twitter.com/CyprusNik/status/1526546655914635264?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1526546655914635264%7Ctwgr%5E%7Ctwcon%5Es1_c10&ref_url=https%3A%2F%2Fhindi.news18.com%2Fnews%2Fsports%2Fothers-german-boxer-musa-yamak-dies-of-heart-attack-mid-fight-last-video-goes-viral-4264717.html

ଅଚେତ୍ ହେବା ପରେ ସଙ୍ଗେସଙ୍ଗେ ଏହି ଲାଇଟ୍ ହେବିୱେଟ୍ ବକ୍ସରଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦିଆଯାଇଥିଲା । କିନ୍ତୁ ତାଙ୍କୁ ବଞ୍ଚାଇ ପାରିନଥିଲେ ଡାକ୍ତର । ୨୦୧୭ରେ ମୁସା ବିଧିବଦ୍ଧ ଭାବେ ବକ୍ସିଂ ଜଗତରେ ପାଦ ରଖିଥିଲେ । ସେ ଗତ ବର୍ଷ WBFed ଇଣ୍ଟରନ୍ୟାସନାଲ୍ ଉପାଧି ପାଇବା ପରେ ତାଙ୍କୁ ପରିଚୟ ମିଳିଥିଲା ।

ମୃତ ମାଆକୁ ମାସେ ଜଗି ରହିଛି ପୁଅ

କୋଲକାତା: ମାଆର ଶବ ସହ ମାସେ । ମାଆ ଦେହରେ ଜୀବନ ନାହିଁ, ହେଲେ ଜଗି ବସିଛି ପୁଅ। କୋଲକତା କାକସାପାନାଗଡ଼ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ବନଶ୍ରୀ ନାମକ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ବେଳେ ଶବ ପାଖରେ ବସି ରହିଛି ପୁଅ । ଘର ଭିତରୁ ଦୁର୍ଗନ୍ଧ ବାହାରିବା ପରେ ସ୍ଥାନୀୟ ଲୋକ ବୃଦ୍ଧାଙ୍କ ଘରେ ପହଞ୍ଚିଥିଲେ।

ଲୋକେ ଯେତେବେଳେ କବାଟ ଖୋଲି ଦେଖିନ୍ତି, ସେତେବେଳକୁ ଏଣେ ତେଣେ ହୋଇ ଲୁଗା ପଡ଼ି ରହିଥିଲା । ଆଉ ତା ଭିତରେ ପଡି ରହିଥିଲା ଶବ । ଖଟ ଉପରେ ପାଗଳ ପୁଅ ବସି ମାଆକୁ ଦେଖୁଥିଲା । ଏନେଇ ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ। ପୋଲସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଋଷ ଆଣୁଛି ଲେଜର୍ ହତିଆର, ଚିନ୍ତାରେ ମହାଶକ୍ତି

ମସ୍କୋ: ଦିନ ଗଡୁଛି, ସରୁନି ଯୁଦ୍ଧ । ସାରା ବିଶ୍ୱର ନଜର ହଟୁନି । ଦୀର୍ଘ ୩ ମାସ ଧରି ଚାଲିଛି ଋଷ-ୟୁକ୍ରେନ୍ ଯୁଦ୍ଧ । କଳବଳ କୌଶଳ ସବୁ ଲଗାଇଛି ମାତ୍ର ୟୁକ୍ରେନକୁ ସମ୍ପୂର୍ଣ୍ଣ କବଜା କରିପାରୁନି  ଋଷ । ୟୁକ୍ରେନକୁ ଡ୍ରୋନ୍ ସହ ଆଡଭାନ୍ସଡ ହତିଆର ଯୋଗାଉଛନ୍ତି କିଛି ପଶ୍ଚିମ ଦେଶ। ଯାହା ବଳରେ ଋଷକୁ ମୁହଁତୋଡ ଜବାବ ଦେଉଛି ୟୁକ୍ରେନ୍ । ୟୁକ୍ରେନକୁ କିଛି ରାଷ୍ଟ୍ରଙ୍କ ଏଭଳି ଅହେତୁକ ଅନୁକମ୍ପା ଋଷର ମୁଣ୍ଡ ବିନ୍ଧା ବଢାଇଛି । ଲାଗୁଛି ଋଷ ଏବେ ପ୍ରୟୋଗ କରିବ ବ୍ରହ୍ମାସ୍ତ୍ର ଲେଜର ହତିଆର।

ଋଷ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ଋଷ ଆଣିଛି ସବୁଠୁ ଖତରନାକ ଲେଜର ହତିଆର। ଏହା ଏଭଳି ହତିଆର, ଯାହା ୫ କିଲୋମିଟର ଦୂରରୁ  ଶତ୍ରୁର ଡ୍ରୋନକୁ ୫ ସେକେଣ୍ଡ ଭିତରେ ଧ୍ୱଂସ କରିଦେବ ।

ଏହି ନେକ୍ସଟ ଜେନେରେସନର ଲେଜର ହତିଆର  ସ୍ଥଳ ଭାଗରୁ ୧୫୦୦ କିମି. ଦୂର ସାଟେଲାଇଟକୁ ଟାର୍ଗେଟ୍ ସହ ଧ୍ୱଂସ କରିଦେବ। ଏଭଳି ସ୍ଥଳେ ଋଷ ଯଦି ଲେଜର ହତିଆରକୁ ୟୁକ୍ରେନ୍ ଉପରେ  ପକାଏ । ତେବେ ଯୁଦ୍ଧର କାୟା ବଦଳିଯିବ । ଏହି ଲେଜର ହତିଆର ନେଇ ୨୦୧୮ରେ ରାଷ୍ଟ୍ରପତି ଭ୍ଲାଦିମାର ପୁଟିନ ଘୋଷଣା କରିଥିଲେ । ଆଉ କହିଥିଲେ ଏହି ଅସ୍ତ୍ର ନିମିଷେକ ମଧ୍ୟରେ ସାଟେଲାଇଟ୍ ଓ ଡ୍ରୋନକୁ ନଷ୍ଟ କରିବାକୁ ସକ୍ଷମ ।

୨୦୧୮ରେ  ଏଭଳି ଅନେକ ଅସ୍ତ୍ରଶସ୍ତ୍ର ସମ୍ପର୍କରେ କହିଥିଲେ ପୁଟିନ୍ । ଯେଉଁଥିରେ ରହିଥିଲା ଇଣ୍ଟରକଣ୍ଟିନେଣ୍ଟଲ ବାଲାଷ୍ଟିକ୍ ମିସାଇଲ୍, କ୍ରୁଜ୍  ମିସାଇଲ୍ ସହ ସେଟ୍ ହେଉଥିବା ନ୍ୟୁକ୍ଲିୟର୍ ୱାରହେଡ୍, ଅଣ୍ଟର ୱାଟର୍ ନ୍ୟୁକ୍ଲିୟର ଡ୍ରୋନ୍, ସୁପରସୋନିକ ହତିଆର ଓ ଲେଜର ହତିଆର ।

Alexander Peresvet (ଆଲେକଜାଣ୍ଡର ପେରେସଭେଟ୍)ଙ୍କ ନାମ ଅନୁସାରେ ଲେଜର ହତିଆରର ନାମ ରହିଛି Peresvet । Alexander ହେଉଛନ୍ତି ଋଷର ରୁଢିବାଦୀ ଭିକ୍ଷୁ ।  ଋଷର ଉପ-ପ୍ରଧାନମନ୍ତ୍ରୀ ୟୁରି ବୋରିସୋବ ଗଣମାଧ୍ୟମରେ କହିଛନ୍ତି ଏହି ମିସାଇଲକୁ ସେନାରେ ସାମିଲ କରାଯାଇଛି । ମିସାଇଲର ରେଡିଏସନ୍ ସାଟେଲାଇଟକୁ ବି ଅନ୍ଧ କରିପାରେ । ଏଥିରୁ ଜଣାପଡୁଛି ଲେଜର ହତିଆର ବିକାଶରେ ମହାରଥ୍ ହାସଲ କରିଛି ଋଷ ।

ଆମେରିକା ଓ ଚୀନ୍ ଭଳି ମହାଶକ୍ତି ଲେଜର ହତିଆର ବନାଇବାରେ ଲାଗିପଡିଛନ୍ତି ।ସେ ଯାହା ହେଉନା କାହିଁକି, ଋଷର ଏଭଳି ବୟାନ ପରେ ଚିନ୍ତାରେ ପଡିଛନ୍ତି ଆମେରିକା ଓ ଚୀନ୍ । କାରଣ ଆମେରିକା ପାଖରେ ଅନ୍ତରୀକ୍ଷରେ ଏଭଳି ମିସାଇଲ୍ ଅଛି ଯାହା ମାଟି ଉପରେ ହେଉଥିବା ଗତିବିଧି ଉପରେ ନଜର ରଖିଥାଏ ।

ଖବର ବାଜିଲା, ASI ସିଂହମୂର୍ତ୍ତିକୁ ଅଫିସକୁ ନେଲା

ଭୁବନେଶ୍ୱର: ପୁରୀ ଏମାର ମଠରେ ମିଳିଥିବା ସିଂହମୂର୍ତ୍ତି ସରଂକ୍ଷଣ ନେଇ ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣପରେ ଭାରତୀୟ ପ୍ରତ୍ନତତ୍ତ୍ବ ତ୍ସର୍ବେକ୍ଷଣ ସଂସ୍ଥା ବା ଏଏସଆଇ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ସିଂହମୂର୍ତ୍ତିକୁ ଏମାର ମଠରୁ ଏଏସଆଇର ପୁରୀ ଅଫିସକୁ ସ୍ଥାନାନ୍ତର କରାଯାଇଛି । ସିଂହମୂର୍ତ୍ତିକୁ ବଳିଆ ପଣ୍ଡାସ୍ଥିତ ଏଏସଆଇ ଅଫିସକୁ ସ୍ଥାନାନ୍ତର କରାଯାଇଛି । ଏପରିକି ଏହି ସ୍ଥାନାନ୍ତର ବେଳେ ASI କର୍ତ୍ତୃପକ୍ଷଙ୍କୁ ବିରୋଧକୁ ସାମ୍ନା କରିବାକୁ ପଡିଥିଲା । ଅନ୍ୟପଟେ ଏସଆଇ ଅଧୀକ୍ଷକ ଅରୁଣ ମଲ୍ଲିକଙ୍କ ନାଁରେ ଆଜି ସିଂହଦ୍ୱାର ଥାନାରେ ଭଏସ ଅଫ କମନ ମ୍ୟାନ ଅନୁଷ୍ଠାନ ଏତଲା ଦେଇଛି ।

ନିଜ କର୍ତ୍ତବ୍ୟ ସେ ଠିକ ଭାବେ ତୁଲାଇ ନଥିବା ଓ ବିଭ୍ରାନ୍ତିକର ତଥ୍ୟ ଦେଉଥିବାରୁ ପରିକ୍ରମା ପ୍ରକଳ୍ପ କାମ ଉପରେ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି । ଏଥିପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।ଏମାର ମଠର ଭଗ୍ନାବଶେଷ ଏହି ସିଂହମୂର୍ତ୍ତିକୁ ନେଇ ଦୁଇଦିନ ହେଲା ଲାଗି ରହିଥିଲା ବିବାଦ । ମାସେ ପୂର୍ବରୁ ଜାଣି ବି ତାକୁ ସଂରକ୍ଷଣ ନକରି ଚୁପ୍ ବସିଥିଲା ASI । ଗଣମାଧ୍ୟମରେ ରିପୋର୍ଟ ଆସିବା ପରେ ASI ନିଜ ଦୋଷ ଲୁଚାଇବାକୁ ମିଡିଆରେ ଦେଇଥିଲା ବିଭ୍ରାନ୍ତିକର ତଥ୍ୟ ।